Categories
ଆଜିର ଖବର ରାଜ୍ୟ ଖବର

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର : 5ଟି ସ୍ବତନ୍ତ୍ର ଟ୍ରେନ୍‌ ନେଇ ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ 5ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରିଛନ୍ତି । କେବଳ କନଫର୍ମ ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ । ସ୍ପେଶାଲ ଟ୍ରେନ ପାଇଁ ଟିକେଟ ରିଜର୍ଭେସନ କାଉଣ୍ଟର ଆଇଆରସିଟିସିରୁ ମିଳିବ । ରାତି 8.30 ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ କରିବ । ତେବେ ଶନିବାର ଏବଂ ରବିବାର ସ୍ପେଶାଲ ଟ୍ରେନ ଚଳାଚଳ ବନ୍ଦ ରହିବ । ଭୁବନେଶ୍ୱର-ବଲାଙ୍ଗିର-ଭୁନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ଭୁବନେଶ୍ୱର-କୋରାପୁଟ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ମଧ୍ୟରେ ଏହି 5ଟି ଟ୍ରେନ୍‌ ଚଳାଚଳ କରିବ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭବାନୀ ପାଟଣା ଅଞ୍ଚଳରେ କର୍ଫ୍ୟୁ ଜାରି: ଗୁଜୁରାଟରୁ ଆସି ପହଞ୍ଚିବ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇଯାଇଛନ୍ତି। ଗୁଜରାଟରୁ ଆସୁଥିବା  ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ମଙ୍ଗଳବାର ୧୯.୦୫.୨୦ ଦିନ ଅପରାହ୍ନ ୪.୨୫ ମି.ରେ ଭବାନୀପାଟଣା ପହଂଚିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିବା ହେତୁ ସମ୍ଭାବ୍ୟ ଜନଗହଳି ଆଶଙ୍କାରେ ଭବାନୀପାଟଣା ଅଂଚଳକୁ ୧୪୪ ଧାରା ଅନୁସାରେ କର୍ଫ୍ୟୁ ଜାରି କରାଯାଇଥିବା ଜଣାପଡିଛି।

ଭବାନୀପାଟଣା ଟାଉନ ଥାନା ଅଂଚଳ ଏବଂ ସଦର ଥାନା ଅଂଚଳର ରେଲୱେ ଷ୍ଟେସନ ପାଖାପାଖି ୫ଟି ଅଂଚଳକୁ ମଙ୍ଗଳବାର ଦିନ ୧୨ ଟା ଠାରୁ ତା.୨୦.୦୫.୨୦ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ କୁ ଭବାନୀପାଟଣା ଉପଖଣ୍ଡ ମାଜିଷ୍ଟ୍ରେଟ  ଅର୍ଡର ନ.୨୬୨୯ ତା.୧୮.୦୫.୨୦୨୦ ମାଧ୍ୟମରେ ୧୪୪ ଧାରା ଅନୁସାରେ କର୍ଫ୍ୟୁ ଜାରି କରିଛନ୍ତି। ପ୍ରବାସୀମାନେ ଭବାନୀପାଟଣା ପହଂଚିବା ଏବଂ ସେମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇବା ପର୍ଯ୍ୟନ୍ତକୁ ସେମାନଙ୍କ ସଂସ୍ପର୍ଶରେ ଯେପରି କେହି ନଆସନ୍ତି ତଥା କୌଣସି ପ୍ରକାର ସଂକ୍ରମଣକୁ ରୋକିବା ପାଇଁ ଦୃଷ୍ଟି ଦିଆଯାଇ କର୍ଫ୍ୟୁ ଜାରି କରାଯାଇଥିବା ପ୍ରକାଶ।

କଳାହାଣ୍ଡି ଜିଲ୍ଲା ସମେତ ଓଡିଶାର ୧୦ଟି ଜିଲ୍ଲାର ୧୬୨୪ ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଗୁଜରାଟରେ ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ସୋମବାର ଗୋଟାଏ ସମୟରେ ଗୁଜରାଟର ରାଜକୋଟ ଷ୍ଟେସନରୁ ଭବାନୀପାଟଣା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି।

ପ୍ରାପ୍ତ ତଥ୍ୟ ଅନୁସାରେ ୨୪ ଟି ବଗି ଥିବା ଏହି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ କଳାହାଣ୍ଡି ଜିଲ୍ଲାର ୧୦୭୭, ଅନୁଗୁଳ ଜିଲ୍ଲାର ୫୯,ଭଦ୍ରକର ୪୭,ବୌଦ୍ଧର ୨, ଢେଙ୍କାନାଳର ୯, ଗଂଜାମର ୯୯, ଯାଜପୁରର ୯୫, କେନ୍ଦ୍ରାପଡାର ୪୯, କଟକର ୮୩, ମୟୁରଭଂଜର ୧୩ ଜଣଙ୍କୁ ମିଶାଇ ମୋଟ ୧୬୨୪ ଜଣ ପ୍ରବାସୀ ଓଡିଆ ଶ୍ରମିକ ଆସୁଥିବା ଜଣାପଡିଛି। ପ୍ରବାସୀ ମାନେ ଭବାନୀପାଟଣା ଷ୍ଟେସନ ପହଂଚିବା ପରେ ସମସ୍ତଙ୍କ ପଂଜୀକରଣ, ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅନେକ କାଉଂଟର କରାଯାଇଥିବା  ଏବଂ  ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଡଃ ପରାଗ ହର୍ଷଦ ଗାଭାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସମେତ ଏଡିଏମ, ନୋଡାଲ ଅଫିସର ତଥା ପିଡି ଡିଆରଡିଏ, ଉପଜିଲ୍ଲାପାଳ, ସିଡିଏମଓ, ଆରଟିଓ ପ୍ରମୂଖ ରେଳଷ୍ଟେସନ ପରିଦର୍ଶନ କରି ସମସ୍ତ ପ୍ରସ୍ତୃତି ତଦାରଖ କରିଥିବା ପ୍ରକାଶ।

Categories
ଆଜିର ଖବର ଜାତୀୟ ଖବର

ଶ୍ରମିକ ଦିବସରେ ସରକାରଙ୍କ ଉପହାର : 5ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚାଲିବା ନେଇ ଘୋଷଣା

ନୂଆଦିଲ୍ଲୀ : ଶ୍ରମିକ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକ ମାନଙ୍କୁ ଉପହାର ପ୍ରଦାନ କରାଯାଇଛି । ଏହି ଅବସରରେ 5ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଳାଚଳ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ଏହି ଟ୍ରେନ୍‌ ଚଳାଇବାକୁ ଘୋଷଣା କରାଯାଇଛି । ଏହି ଟ୍ରେନ୍‌ରେ ପଠାଯିବା ପୂର୍ବରୁ ସମସ୍ତ ଶ୍ରମିକଙ୍କର ସ୍କ୍ରିନିଂ କରାଯିବ । ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ ଘରକୁ ପଠାଯିବ । ନିଜ ରାଜ୍ୟରେ ପହଞ୍ଚିବା ପରେ ସାନିଟାଇଜ୍‌ କରାଯାଇଥିବା ବସ୍‌ରେ ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟର ପଠାଯିବ । ମେ 1 ତାରିଖ ବା ଶ୍ରମିକ ଦିବସ ଅବସରରେ 6ଟି ଟ୍ରେନ୍‌ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଟ୍ରେନ୍‌ ଗୁଡିକର ତାଲିକା :
1. ଲିଙ୍ଗମପଲ୍ଲୀରୁ ହାଟିଆ
2. ଆଲୁଭାରୁ ଭୁବନେଶ୍ବର
3. ନାସିକରୁ ଲକ୍ଷ୍ନୌ
4. ନାସିକରୁ ଭୋପାଳ
5. ଜୟପୁରରୁ ପାଟନା
6. କୋଟାରୁ ହାଟିଆ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେରଳରୁ ଓଡିଶା ଅଭିମୁଖେ ଆସିବ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର/ଥିରୁଅନନ୍ତପୁରମ୍‌ : କେରଳରୁ ଓଡିଶା ଅଭିମୁଖେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ । ପ୍ରାୟ 1000 ପ୍ରବାସୀ ଶ୍ରମିକଙ୍କୁ ନେଇ ଏହି ଟ୍ରେନ୍‌ଟି ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିବ । କୋଚିର ଆଲୁଭାରୁ ଯାତ୍ରା ଆରମ୍ଭ କରି ଟ୍ରେନ୍‌ଟି ଭୁବନେଶ୍ବରରେ ପହଞ୍ଚିବ । କେରଳରେ ଫସି ରହିଥିବା ଏହି ଓଡିଆ ଶ୍ରମିକ ମାନେ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯିବ । ଶୁକ୍ରବାର ସନ୍ଧ୍ୟା 6ଟାରେ ଏହି ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିବ । ଟ୍ରେନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ଅଣାଯିବା ସମୟରେ ସୋସିଆଲ ଡିଷ୍ଟାନ୍ସିଂ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

12 ଶହ ପ୍ରବାସୀ ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ଛାଡିଲା ସ୍ବତନ୍ତ୍ର ଟ୍ରେନ୍‌

ହାଇଦ୍ରାବାଦ/ନୂଆଦିଲ୍ଲୀ : ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଛି ଏକ ସ୍ବତନ୍ତ୍ର ଟ୍ରେନ୍‌ । ପ୍ରାୟ 12 ଶହ ଶ୍ରମିକଙ୍କୁ ନେଇ ଏହି ସ୍ବତନ୍ତ୍ର ଟ୍ରେନ୍‌ଟି ଝାରଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶୁକ୍ରବାର ଯାତ୍ରା ଆରମ୍ଭ କରିଥିବା ଏହି ଟ୍ରେନ୍‌ଟି ରାଞ୍ଚିର ହାଟିଆ ପର୍ଯ୍ୟନ୍ତ ଯାତ୍ରା କରିବ । ଲିଙ୍ଗମପଲ୍ଲୀ ଷ୍ଟେସନ୍‌ରୁ ଭୋର 5ଟା ସମୟରେ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଥିବା ବେଳେ ରାତି 11ଟାରେ ଏହା ହାଟିଆରେ ପହଞ୍ଚିବ । ଏହି ନନ୍‌ଷ୍ଟପ୍‌ ଟ୍ରେନ୍‌ଟିରେ ସୋସିଆଲ୍‌ ଡିଷ୍ଟାନ୍ସିଂକୁ ଧ୍ୟାନ ଦିଆଯାଇଛି । ଟ୍ରେନ୍‌ର ପ୍ରତ୍ୟେକ ବଗିରେ 72 ଜଣଙ୍କ ପରିବର୍ତ୍ତେ 54 ଜଣ ଲେଖାଏଁ ଯାତ୍ରୀ ଯାତ୍ରା କରିବେ ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଙ୍କ ପାଇଁ ଖୁସି ଖବର : ମାଘମେଳା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜଠାରେ ମାଘମେଳାରେ ସାମିଲ୍‌ ହେବାକୁ ଇଚ୍ଛା ରଖିଥିବା ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ମଧ୍ୟ ରେଳବାଇ ମକର ସଂକ୍ରାନ୍ତି ଏହି ଅବସରରେ ଆହ୍ଲାବାଦରେ କିଛି ସ୍ପେଶାଲ୍‌ ଟ୍ରେନ୍‌ ଚଳାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସ୍ପେଶାଲ୍‌ ଟ୍ରେନ୍‌ର ରୁଟ୍‌, ଟାଇମିଂ ଓ ସମ୍ପୂର୍ଣ୍ଣ ବିବରଣୀ ରହିଛି ।

ଉତ୍ତର ମଧ୍ୟ ରେଳବାଇ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଗାଡି ନଂ 00101 ଆହ୍ଲାବାଦ ଓ କାନପୁରର ସେଣ୍ଟ୍ରାଲ୍‌ ପର୍ଯ୍ୟନ୍ତ ଚାଲିବ। ଏହି ଟ୍ରେନ୍‌ ସକାଳ 6ଟାରୁ ଆହ୍ଲାବାଦରୁ ବାହାରି ସାଢେ 11ଟାରେ କାନପୁରରେ ପହଞ୍ଚିବ। ଟ୍ରେନ୍‌ଟି ସୁବେଦାରଗଂଜ, ଭରବାରୀ, ସିରାଥୁ, ଖାଗା, ଫତେପୁର ଓ ବିନ୍ଦକୀ ରୋଡ୍‌ ଷ୍ଟେସନରେ ରହିବ। ଗାଡି ନଂ 001002 ଆହ୍ଲାବାଦରୁ ଫତେପୁରରୁ ଟ୍ରେନ୍‌ ଚାଲିବ ।

ଟ୍ରେନ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ :

ଗାଡିନଂ 00101 ଆହ୍ଲାବାଦ ଷ୍ଟେସନଠାରୁ ସକାଳ 6.30ରୁ ବାହାରି କାନପୁର ସେଣ୍ଟ୍ରାଲ୍‌ଠାରେ ସକାଳ 11.30ରେ ପହଞ୍ଚିବ । ଏହି ଗାଡିଟି ସୁବେଦାରଗଞ୍ଜ, ଭରବାରୀ, ସିରାଧୁ, ଖଶଗା, ଫତେପୁର, ବିନ୍ଧକୀ ରୋଡ୍‌ରେ ଅଟକିବ ।

ଗାଡିନଂ 00102 ଆହ୍ଲାବାଦ ଷ୍ଟେସନଠାରୁ 10.15 ମିନିଟ୍‌ରେ ବାହାରି ଫତେପୁର ଷ୍ଟେସନ ପର୍ଯ୍ୟନ୍ତ ଏହି ଗାଡିଟି ସୁବେଦାରଗଞ୍ଜ, ଭରବାରୀ, ସିରାଥୁ, ଖାଗା ଆଦି ଷ୍ଟେସନରେ ଅଟକିବ । ଏହା ବ୍ୟତୀତ 00201, 00202, 00301,00303 ଆଦି ବିଶେଷ ଟ୍ରେନ୍‌ ମଧ୍ୟ ଚାଲିବ । ଏହି ସମସ୍ତ ଟ୍ରେନ୍‌ 16 ଜାନୁଆରୀରେ ମଧ୍ୟ ଚାଲିବ ।

ମାଘମେଳା 2020ରେ ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଭାରତର ରେଳବାଇ ବିଶେଷ ସୁବିଧା କରିଛନ୍ତି । ଆହ୍ଲାବାଦ ରେଳବାଇ ମଣ୍ଡଳ ତରଫରୁ ଅତ୍ୟାଧୁନିକ ସୁବିଧାଯୁକ୍ତ 4ଟି ଆଶ୍ରୟ ଗୃହର ନିର୍ମାଣ ମଧ୍ୟ କରାଯାଇଛି । ଏହି ଆଶ୍ରୟ ସ୍ଥଳରେ ପାଖାପାଖି 3000 ଯାତ୍ରୀ ରହିପାରିବେ । ଟିକେଟ ସୁବିଧା ପାଇଁ ଆଶ୍ରୟ ସ୍ଥଲରେ 3ଟି ୟୁଟିଏସ୍‌ କାଉଣ୍ଟର, 02ଟି ଏମଟିଭିଏମ୍‌ର ବ୍ୟବସ୍ଥା ରହିଛି ।

ସମସ୍ତ ଆଶ୍ରୟସ୍ଥଳରେ ଇନ୍‌କ୍ବାରୀ କାଉଣ୍ଟର, ଟ୍ରେନ୍‌ ଟାଇମିଂର ଡିସ୍‌ପ୍ଲେ ବୋର୍ଡ, ଉଦ୍‌ଘୋଷଣା ପ୍ରଣାଳୀ, ପିଇବା ପାଣି, ଶୌଚାଳୟର ବ୍ୟବସ୍ଥା କରାଯାଇଛି ।  (ଏଜେନ୍ସି)

Categories
ଆଞ୍ଚଳିକ ରାଜ୍ୟ ଖବର

ବାତିଲ ହେଲା ପୁରୀ-ହାଓଡା ଶତାବ୍ଦୀ ଏକ୍ସପ୍ରେସ୍‌ : 12.30ରେ ସ୍ବତନ୍ତ୍ର ଟ୍ରେନ୍‌

ସମୀକ୍ଷା ବ୍ୟୁରୋ
ପୁରୀ,30/12 : ସୋମବାର ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ ବାତିଲ ହୋଇଯାଇଛି । ପୁରୀରୁ ହାଓଡା ଯିବାକୁ ଥିବା ଟ୍ରେନ୍‌ଟି ବାତିଲ ହେବା କାରଣରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାର ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ । ଶତାବ୍ଦୀ ଏକ୍ସପ୍ରେସ୍‌ରେ ଟିକେଟ କରିଥିବା ଯାତ୍ରୀଙ୍କ ସୁବିଧା ପାଇଁ ଏହି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ । ଦିନ 12.30ରୁ ପୁରୀରୁ ଛାଡି ରାତି 9.45ରେ ହାଓଡାରେ ପହଞ୍ଚିବ ଏହି ସ୍ବତନ୍ତ୍ର ଟ୍ରେନ୍‌ । ଏହି ଟ୍ରେନ୍‌ରେ 20ଟି ବଗି ରହିଛି ।