Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାତ୍ରୀଙ୍କ ପାଇଁ ଖୁସି ଖବର : ମାଘମେଳା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌
ଆଜିର ଖବର

ଯାତ୍ରୀଙ୍କ ପାଇଁ ଖୁସି ଖବର : ମାଘମେଳା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌

January 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜଠାରେ ମାଘମେଳାରେ ସାମିଲ୍‌ ହେବାକୁ ଇଚ୍ଛା ରଖିଥିବା ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ମଧ୍ୟ ରେଳବାଇ ମକର ସଂକ୍ରାନ୍ତି ଏହି ଅବସରରେ ଆହ୍ଲାବାଦରେ କିଛି ସ୍ପେଶାଲ୍‌ ଟ୍ରେନ୍‌ ଚଳାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସ୍ପେଶାଲ୍‌ ଟ୍ରେନ୍‌ର ରୁଟ୍‌, ଟାଇମିଂ ଓ ସମ୍ପୂର୍ଣ୍ଣ ବିବରଣୀ ରହିଛି ।

ଉତ୍ତର ମଧ୍ୟ ରେଳବାଇ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଗାଡି ନଂ 00101 ଆହ୍ଲାବାଦ ଓ କାନପୁରର ସେଣ୍ଟ୍ରାଲ୍‌ ପର୍ଯ୍ୟନ୍ତ ଚାଲିବ। ଏହି ଟ୍ରେନ୍‌ ସକାଳ 6ଟାରୁ ଆହ୍ଲାବାଦରୁ ବାହାରି ସାଢେ 11ଟାରେ କାନପୁରରେ ପହଞ୍ଚିବ। ଟ୍ରେନ୍‌ଟି ସୁବେଦାରଗଂଜ, ଭରବାରୀ, ସିରାଥୁ, ଖାଗା, ଫତେପୁର ଓ ବିନ୍ଦକୀ ରୋଡ୍‌ ଷ୍ଟେସନରେ ରହିବ। ଗାଡି ନଂ 001002 ଆହ୍ଲାବାଦରୁ ଫତେପୁରରୁ ଟ୍ରେନ୍‌ ଚାଲିବ ।

ଟ୍ରେନ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ :

ଗାଡିନଂ 00101 ଆହ୍ଲାବାଦ ଷ୍ଟେସନଠାରୁ ସକାଳ 6.30ରୁ ବାହାରି କାନପୁର ସେଣ୍ଟ୍ରାଲ୍‌ଠାରେ ସକାଳ 11.30ରେ ପହଞ୍ଚିବ । ଏହି ଗାଡିଟି ସୁବେଦାରଗଞ୍ଜ, ଭରବାରୀ, ସିରାଧୁ, ଖଶଗା, ଫତେପୁର, ବିନ୍ଧକୀ ରୋଡ୍‌ରେ ଅଟକିବ ।

ଗାଡିନଂ 00102 ଆହ୍ଲାବାଦ ଷ୍ଟେସନଠାରୁ 10.15 ମିନିଟ୍‌ରେ ବାହାରି ଫତେପୁର ଷ୍ଟେସନ ପର୍ଯ୍ୟନ୍ତ ଏହି ଗାଡିଟି ସୁବେଦାରଗଞ୍ଜ, ଭରବାରୀ, ସିରାଥୁ, ଖାଗା ଆଦି ଷ୍ଟେସନରେ ଅଟକିବ । ଏହା ବ୍ୟତୀତ 00201, 00202, 00301,00303 ଆଦି ବିଶେଷ ଟ୍ରେନ୍‌ ମଧ୍ୟ ଚାଲିବ । ଏହି ସମସ୍ତ ଟ୍ରେନ୍‌ 16 ଜାନୁଆରୀରେ ମଧ୍ୟ ଚାଲିବ ।

ମାଘମେଳା 2020ରେ ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଭାରତର ରେଳବାଇ ବିଶେଷ ସୁବିଧା କରିଛନ୍ତି । ଆହ୍ଲାବାଦ ରେଳବାଇ ମଣ୍ଡଳ ତରଫରୁ ଅତ୍ୟାଧୁନିକ ସୁବିଧାଯୁକ୍ତ 4ଟି ଆଶ୍ରୟ ଗୃହର ନିର୍ମାଣ ମଧ୍ୟ କରାଯାଇଛି । ଏହି ଆଶ୍ରୟ ସ୍ଥଳରେ ପାଖାପାଖି 3000 ଯାତ୍ରୀ ରହିପାରିବେ । ଟିକେଟ ସୁବିଧା ପାଇଁ ଆଶ୍ରୟ ସ୍ଥଲରେ 3ଟି ୟୁଟିଏସ୍‌ କାଉଣ୍ଟର, 02ଟି ଏମଟିଭିଏମ୍‌ର ବ୍ୟବସ୍ଥା ରହିଛି ।

ସମସ୍ତ ଆଶ୍ରୟସ୍ଥଳରେ ଇନ୍‌କ୍ବାରୀ କାଉଣ୍ଟର, ଟ୍ରେନ୍‌ ଟାଇମିଂର ଡିସ୍‌ପ୍ଲେ ବୋର୍ଡ, ଉଦ୍‌ଘୋଷଣା ପ୍ରଣାଳୀ, ପିଇବା ପାଣି, ଶୌଚାଳୟର ବ୍ୟବସ୍ଥା କରାଯାଇଛି ।  (ଏଜେନ୍ସି)

specialtrain
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.