Author: Samikhsya Bureau

ଯାଜପୁର, କରୋନା ପାଇଁ ବର୍ତ୍ତମାନ ତିନୋଟି ଜିଲ୍ଲା ସଂପୂର୍ଣ୍ଣ ସର୍ଟଡାଉନ ଘୋଷଣା କରାଯାଇଛି। ସେହି ତିନୋଟି ଜିଲ୍ଲା ହେଲା ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର। ସର୍ଟଡାଉନ ଘୋଷଣା ପରେ ଏହା ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳାର ଦୃଶ୍ୟ।

Read More

ପୁରୀ: ଚଳିତ ବର୍ଷ ବିଶ୍ବ ବିଖ୍ୟାତ ପୁରୀ ରଥଯାତ୍ରା ହେବ କି ନାହିଁ ସେ ନେଇ ଆସନ୍ତା ମେ ୪ ତାରିଖ ପରେ ନିଷ୍ପତି ନିଆଯିବ। ଏ ନେଇ ପୁରୀ ଗଜପତି ଦିବ୍ୟସିଂହ ଦେବ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ସରିବା ପରେ ପୁରୀ ଗଜପତି ତଥା ଜଗନ୍ନାଥଙ୍କ ପ୍ରଥମ ସେବକ ଏହି ବିବୃତି ଦେଇଛନ୍ତି। ମେ ୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଲାଗିରହିଛି। ତେଣୁ ଏହାପରେ କଣ ହେଉଛି ପରିସ୍ଥିତି ଅନୁଧ୍ୟାନ କରିବା ପରେ ନିଷ୍ପତି ନିଆଯିବ ବୋଲି ଗଜପତି କହିଛନ୍ତି। ବର୍ତ୍ତମାନ କରୋନା ପାଇଁ ସାରା ବିଶ୍ବର ଉତ୍ସବ ମହୋତ୍ସବ ସବୁ ବନ୍ଦ ହୋଇ ଯାଇଛି। ସବୁ ଧର୍ମ କାର୍ଯ୍ୟ ମଧ୍ୟ ବନ୍ଦ କରିଦିଆଯାଇଛି। ଏପରି ପରିସ୍ଥିତିରେ ଏହି ରଥଯାତ୍ରା କିପରି ହେବ ସେ ନେଇ ସନ୍ଦେହ…

Read More

ଭୁବନେଶ୍ବର : କରୋନା ଅପଡେଟ୍‌ ନେଇ ସୂଚନା ଦେଇଛନ୍ତି କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ବୟସ୍କଙ୍କ ପ୍ରତି ଅଧିକ ଧ୍ୟାନ ରଖିବାକୁ କହିଛନ୍ତି ବାଗଚୀ। 60ରୁ ଅଧିକ ବୟସ୍କଙ୍କ ମଧ୍ୟରେ ପ୍ରତି ହଜାରରେ 40 ଜଣ ସଂକ୍ରମିତ ହେଉଥିବାବେଳେ 70ରୁ 80 ବର୍ଷ ମଧ୍ୟରେ ସଂକ୍ରମଣ ହାର ହଜାରରେ 86 ରହିଛି । 80 ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ସଂକ୍ରମଣ ହାର 134 ରହିଛି । କାଲି ଚିହ୍ନଟ ହୋଇଥିବା 2 ମହିଳାଙ୍କ ମଧ୍ୟରେ ଜଣେ 70 ଓ ଜଣେ 80 ବର୍ଷର ଥିଲେ। ଉକ୍ତ ଦୁଇ ବୟସ୍କା ମହିଳା ବାହାରକୁ ଯାଇନଥିଲେ । ତଥାପି ସେମାନେ କରୋନାରେ ଆକ୍ରାନ୍ତ ହେଲେ । କାରଣ ସେମାନଙ୍କ ସମ୍ପର୍କୀୟ ବାହାରେ ବୁଲୁଥିବା କରୋନାକୁ ଘରକୁ ଆଣିଛନ୍ତି । ତେଣୁ ବୟସ୍କଙ୍କ ଧ୍ୟାନ ଦେବା ନିତାନ୍ତ ଜୁରରୀ ବୋଲି କହିଛନ୍ତି…

Read More

ଭୁବନେଶ୍ବର : ପୁଣି ଭଦ୍ରକରୁ ଆଉ 4 କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ଚାରି ଜଣଙ୍କ ମଧ୍ୟରୁ 2 ଜଣ ଧାମନଗରର ହୋଇଥିବାବେଳେ ଆଉ ଦୁଇଜଣ ତିହିଡ ବ୍ଲକର ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲାରେ ଏବେ କରୋନା ପଜିଟିଭ୍‌ ସଂଖ୍ୟା 16ରେ ପହଞ୍ଚିଛି । ପଜିଟିଭ୍‌ ଚିହ୍ନଟ ସମସ୍ତ 4ଜଣ ଯାକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । 4ଜଣ ଯାକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ – 40, 29,41 ଓ 24 ବର୍ଷ ବୋଲି ଜଣାପଡିଛି । ନୂଆ ଚାରିଜଣଙ୍କୁ ମିଶାଇ ଭଦ୍ରକରେ ପଜିଟିଭ୍‌ ସଂଖ୍ୟା 16କୁ ବୃଦ୍ଧି ହୋଇଛି । ଆଜି ଗୋଟିଏ ଦିନରେ ଭ୍ରଦକରୁ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 94କୁ ବୃଦ୍ଧି ହୋଇଛି ।

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାରାଦ୍ୱୀପ ଗଡ଼ ପଞ୍ଚାୟତରେ ଚାଲିଛି ପ୍ରଚାର। ପଞ୍ଚାୟତର ସରପଞ୍ଚ ମିହିର ରଂଜନ ସାହୁ ପାରାଦ୍ୱୀପ ଲକ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଓ ଯାତ୍ରା ଅଭିନେତା ଦେବୀ ପ୍ରସାଦ ରଥ ପ୍ରମୁଖ ପାରାଦ୍ୱୀପ ଗଡ଼ ପଞ୍ଚାୟତର ଘର ଘର ବୁଲି କରୋନା ଭୁତାଣୁ କୋଭିଡ-୧୯ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଜାରି ରଖିଛନ୍ତି। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ପଥପ୍ରାନ୍ତ ସଭାକରି ଲୋକମାନଙ୍କୁ କରୁଛନ୍ତି ସଚେତନ। ଗତ ୨୨ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ଭିଡିଓ କନଫେରେନସିଂ ମାଧ୍ୟମରେ ଶପଥ ପାଠ କରିବା ପରେ ସରପଞ୍ଚ ମାନେ ଆହୁରି ସଜାଗ ହୋଇ ଯାଇଛନ୍ତି। ପ୍ରତି ଘରେ ଘରେ ରାଜ୍ୟ ବାହାରେ ଥିବା ଲୋକମାନେ ଆସନ୍ତା ମାସ ୩ ତାରିଖ ପରେ ନିଜ ନିଜର ଭିଟାମାଟିକୁ ଫେରିବାକୁ ଥିବାରୁ ସେମାନେ…

Read More

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମନ୍ତବ୍ୟ ଦେଇଛନ୍ତି । ଆଉ ଦୁଇଦିନ ପରେ ଅକ୍ଷୟତୃତୀୟା । ଏହି ଦିନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ତେବେ ଲକ୍ ଡାଉନ୍‌ ଚାଲିଥିବାରୁ ବାହାର ଯାତ୍ରା ହୋଇପାରିବନି ବୋଲି ସୂଚନା ରହିଛି । ସବୁ ଧର୍ମପୀଠରେ ବାହାର ଯାତ୍ରାକୁ ପୂରା ବାରଣ କରାଯାଇଛି । କେନ୍ଦ୍ର, ରାଜ୍ୟ ସରକାରଙ୍କ ନିୟମ ପରିଚାଳନା କମିଟି ମାନିବାକୁ ବାଧ୍ୟ ବୋଲି ସୂଚନା ରହିଛି । ସେହିପରି ଆସନ୍ତା ତିନି ତାରିଖ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ ବୋଲି କହିଛନ୍ତି ଗଜପତି । ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ସମୟରେ ଶଙ୍କରାଚାର୍ଯ୍ୟକୁ ଭେଟି ଏ ସମ୍ପର୍କରେ ଆଲୋଚନା କରାଯିବ । ଗୁରୁଜୀଙ୍କ ପରାମର୍ଶ ଅନୁସାରେ ଅକ୍ଷୟ ତୃତୀୟା ନୀତି ପାଳନ ହେବ…

Read More

ଥାନେ : କରୋନା ରୋଗୀ ସନ୍ଦେହରେ ଜଣେ 34 ବର୍ଷୀୟ ଯୁବକଙ୍କ କିଛି ଲୋକେ ଆକ୍ରମଣ କରିଛନ୍ତି । ଆକ୍ରମଣରୁ ବର୍ତ୍ତିବା ପାଇଁ ଯୁବକ ଜଣକ  ଚେଷ୍ଟା କରୁଥିବା ସମୟରେ ନାଳ ପଡିଯିବାରୁ ଯୁବକ ଜଣକର ମୃତ୍ୟୁ ହୋଇ ଯାଇଛି । ଏପରି ଏକ ଘଟଣା ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣ ସହରରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ଯୁବକଙ୍କର ନାମ ଗଣେଷ ଗୁପ୍ତା । ସେ କିଛି ଜରୁରୀ ସାମଗ୍ରୀ କିଣିବା ପାଇଁ ବାହାରକୁ ଆସିଥିଲେ । ତେବେ ବାଟରେ ପୋଲିସ୍‌ ଦେଖି ଅନ୍ୟ ବାଟରେ ଯାଉଥିଲେ । ଚାଲି ଚାଲି ଯାଉଥିବା ସମୟରେ ତାଙ୍କର ହଠାତ୍‌ କାଶ ହୋଇଥିଲା । ତାଙ୍କର କାଶକୁ ଦେଖି ଲୋକମାନେ ତାଙ୍କୁ କରୋନା ରୋଗୀ ବୋଲି ସନ୍ଦେହ କରି ମିଳିତ ଭାବେର ଆକ୍ରମଣ କରିଥିଲେ । ସେ ନିଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ହଠାତ୍‌ ନାଳ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତିକ୍ଷେତ୍ର ଭାବେ ପରିଚିତ କେରେକେରା ସ୍ଥିତ ପ୍ରଭୁ ଗୋରେଖନାଥଙ୍କ ପୀଠରେ ଆସନ୍ତା ତା.୨୬.୪.୨୦ ଠାରୁ ୦୩.୦୫.୨୦ରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ଯଜ୍ଞ ଓ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସେଠାରେ୧୪୪ ଧାରା ଜାରି କରିଛନ୍ତି। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ପୂଜକଙ୍କୁ ମିଶାଇ ଚାରି ଜଣରୁ ଅଧିକ ଏକାଠି ହୋଇ ପାରିବେ ନାହିଁ। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ସାଧାରଣ ଜନତାଙ୍କୁ ବାରଣ କରାଯାଇଛି। ୧୪୪ ଧାରା ତା.୨୬. ୪.୨୦ ରିଖରୁ ତା.୦୩.୦୫.୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାର ଅବମାନନା କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ଭୁତାଣୁର ଦ୍ରୁତ ସଂକ୍ରମଣ କୁ ପ୍ରତିରୋଧ କରିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

Read More

ଇସଲାମବାଦ: ଜାତୀୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଅତି କମରେ ୨୫୩ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ଡାକ୍ତରୀ କର୍ମଚାରୀ ପାକିସ୍ତାନରେ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି। ବୁଧବାର ପର୍ଯ୍ୟନ୍ତ ତଥ୍ୟ ଥିବା ରିପୋର୍ଟକୁ ଆଧାର କରି ଦେଶରେ ୧୨୪ ଡାକ୍ତର, ୩୯ ନର୍ସ ଏବଂ ୯୦ ଜଣ ସ୍ୱାସ୍ଥ୍ୟ କର୍ମୀ ଏହି ଜୀବାଣୁ ସଂକ୍ରମିତ ହୋଇଛନ୍ତି ବୋଲି ଡନ୍ ନ୍ୟୁଜ୍ ଶୁକ୍ରବାର ଦିନ ପ୍ରକାଶ କରିଛି। ଏହି ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରୁ ବାଇଶି ଜଣ ବିଚ୍ଛିନ୍ନ ଅଛନ୍ତି, ୧୨୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ୩୩ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ସ୍ଥାନୀୟ ମେଡିକାଲ୍ ସମ୍ପ୍ରଦାୟ ମଧ୍ୟରେ ପ୍ରଥମ କୋଭିଡ଼-୧୯ ମୃତ୍ୟୁ ଗିଲଗିଟ୍ ବାଲ୍ଟିସ୍ତାନରେ ଘଟିଥିଲା ​​ଯେତେବେଳେ ଗତ ମାସରେ ଜଣେ ଯୁବ ଡାକ୍ତର ଉସାମା ରିଆଜ୍ ଏହି ରୋଗରେ ପୀଡିତ ହୋଇଥିଲେ। ୨୫୩ ଟି ମାମଲା ମଧ୍ୟରୁ ପଞ୍ଜାବରେ ୮୩ ଟି…

Read More

କୁପୱାରା: ଶୁକ୍ରବାର ଦିନ ଜମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ସୈନିକ କ୍ୟାମ୍ପରେ ଏକ ଅଘଟଣ ଘଟିଯାଛି। ରାଇଫଲରୁ ଭୁଲରେ ଗୁଳି ବାହାରି ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ୮ ଜାଟ ରେଜିମେଣ୍ଟର ହାଭାଲଦାର ରାକେଶ କୁମାର ନିଜ ସର୍ଭିସ ରାଇଫଲକୁ ସଫା କରୁଥିବା ସମୟରେ ହଠାତ୍ ତାଙ୍କ ରାଇଫଲର ଟ୍ରିଗର ଦବିଯିବାରୁ ଶରୀରରେ ଗୁଳି ବାଜି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସେନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ପହଞ୍ଚିବା ପରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିବା ପୋଲିସ କହିଛି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Read More

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରାମହାରାଜପୁର ବ୍ଲକର ସାନକିରାସିରା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। ଏହି ଗ୍ରାମରେ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଦୁଇଟି ଘର ନଷ୍ଟ ହୋଇଯାଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳୁଛି। ବିସ୍ଫୋରଣ ପରେ ଘରର କାନ୍ଥ ଭୁଷୁଡିପଡିଆବାରୁ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସିନୁ ପ୍ରଧାନ (୨୪)ନାମକ ଏହି ମୃତ ଯୁବକ ଜଣକ ରୋଷେଇକରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାଂପ୍ରତିକ ଲକଡାଉନ ସ୍ଥିତିରେ କଳାହାଣ୍ଡି ଜିଲ୍ଲାସାରା ପ୍ରାୟ ପ୍ରତ୍ୟେକ ଗ୍ରାମପଂଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ମାନ ସ୍ଥାପନ କରାଯାଇଛି।  ଅଚାନକ ଭାବେ ଯଦି ସେଭଲି କିଛି ଲକ୍ଷଣ ଜଣାପଡିଲେ ସେଭଲି ବ୍ୟକ୍ତିକୁ ଏବଂ ରାଜ୍ୟ ବାହାରୁ କିମ୍ବା ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ସଙ୍ଗରୋଧରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏଭଲି ସ୍ଥିତିରେ କଳାହାଣ୍ଡି ସୀମାନ୍ତ ଆମପାଣି ଠାରେ ଥିବା ଜନଜାତି ଆବାସିକ ବିଦ୍ୟାଳୟରେ ଥିବା ସଙ୍ଗରୋଧ କେନ୍ଦ୍ରରୁ ଗତ ୨୨ ତାରିଖ ରାତିରେ ଅନ୍ତେବାସୀ ଥିବା ପାପଡାହାଣ୍ଡି ଅଂଚଳର ୨୫ ଜଣ ଶ୍ରମିକ ରାତିଅଧିଆ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆମପାଣିସ୍ଥିତ ଏହି ସଙ୍ଗରୋଧ କେନ୍ଦ୍ରରେ ଜିଲ୍ଲା ବାହାରୁ ଆସିଥିବା ଜଣେ ମହିଳା ସମେତ ମୋଟ ୬୪ ଜଣ ଶ୍ରମିକଙ୍କୁ ରଖାଯାଇଥିଲା। ଫୁଲବାଣୀ ରୁ ୨୬ ଜଣ ଚାଲି ଚାଲି ନିଜ ଅଂଚଳ ପାପଡାହାଣ୍ଡିକୁ ଫେରୁଥିବା ବେଳେ ସୀମାନ୍ତରେ…

Read More

ଡେରାଡୁନ୍‌ : ଦେଶରେ କରୋନା ଭାରଇସ୍‌ ଯୋଗୁଁ ସ୍ଥିତି ବିଗିଡି ଥିବାବେଳେ ଉତ୍ତରାଖଣ୍ଡରେ ନଅମାସର ଶିଶୁଟି କରୋନା ଭାଇରସକୁ ମାତ ଦେଇଛି । ପ୍ରଦେଶର ସର୍ବକନିଷ୍ଠ ଭାବେ ରୋଗରୁ ସୁସ୍ଥ ଲାଭ କରି ରେକର୍ଡ କରିଛି ଏହି ଶିଶୁଟି । ପ୍ରଦେଶର ରାଜଧାନୀ ଡେରାଡୁନରର ଗତ ସପ୍ତାହରେ ନଅ ମାସର ଏକ ଶିଶୁଟି ଭୟାନକ କରୋନାର କବଳରେ ଆସିଥିଲା । ଏହା ପରେ ଏହି ଶିଶୁକୁ ଡୁନ୍‌ ମେଡ଼ିକାଲ୍‌ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କରୋନା ଯୁଦ୍ଧରେ ନା ହାର ମାନିଛି ଏହି ଶିଶୁଟି ନା ଡାକ୍ତରମାନେ। ମାତ୍ର ଛଅ ଦିନରେ ଏହି ଶିଶୁଟି କରୋନାକୁ ମାତ୍‌ ଦେବାରେ ସଫଳ ହୋଇଛି। ଶିଶୁଟିର ଲଗାତାର ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଏହା ପରେ ଡାକ୍ତରଖାନାରୁ ଏହି ଶିଶୁକୁ ଡିସ୍‌ଚାର୍ଜ କରିଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ସହରର ଭଗତ ସିଂହ କଲୋନୀର ଜଣେ ମସଜିଦ୍‌ରେ କାମ କରୁଥିବା ଜଣେ ବ୍ୟକ୍ତି…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁ କୋଭିଡ୍‌-୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିିରେ ରଖି ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସଂଗରୋଧର ଅତ୍ୟାବଶ୍ୟକକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ସୋମନାଥ ହାଟ ଓ କୁଜଙ୍ଗ ହାଟକୁ ତାଲାବନ୍ଦ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ରଖିଛନ୍ତି। ଏହି ସାପ୍ତାହିକ ହାଟ ଗୁଡିକ ସପ୍ତାହରେ ଗୋଟିଏ ଦିନ ଖୋଲା ରହୁଥିଲା କିନ୍ତୁ ସଂପୃକ୍ତ ହାଟ ଗୁଡିକରେ ବହୁ ଜନ ସମାଗମ ହେଉଥିବାରୁ କରୋନା ପ୍ରତିରୋଧ ନିମନ୍ତେ ଜନସାଧାରଣଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂପୃକ୍ତ ହାଟ ଗୁଡିକ ସଂପୃକ୍ତ ବନ୍ଦ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଟେଲି ମେଡିସିନ୍ ବ୍ୟବସ୍ଥା କାର୍ଯ୍ୟ କରାଯାଇଛି। ଏଣିକି ଡାକ୍ତରଖାନାକୁ ନ ଆସି ନିଜ ନିଜର ରୋଗର ସମସ୍ୟା ସଂକ୍ରାନ୍ତରେ ହ୍ୱାଟସ୍ ଆପ୍ ଭଏସ୍ କଲ୍ କିମ୍ବ। ହ୍ୱାଟସ୍ ଆପ୍ ଭିଡିଓ କଲ୍…

Read More

କେରଳ : କେରଳରେ କରୋନା ଯୋଗୁଁ ଚାରିମାସର ଶିଶୁର ମୃତ୍ୟୁ ହୋଇଛି । କୋଝିକୋଡ ମେଡ଼ିକାଲ୍‌ କଲେଜରେ ଏହି ଶିଶୁଟିର ଚିକିତ୍ସା ଚାଲୁଥିଲା । ଏପ୍ରିଲ୍‌ 22ରେ କରୋନା ସଂକ୍ରମିତ ହୋଇଥିଲେ । ଶିଶୁଟିର ହାର୍ଟ ପ୍ରୋବ୍ଲେମ୍‌ ଥିବାରୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଶିଶୁଟି କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। କେରଳରେ ଏପର୍ଯ୍ୟନ୍ତ ସର୍ବମୋଟ କରୋନା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 400 ପାର୍‌ କରିଛି । କେରଳରେ ସର୍ବପ୍ରଥମେ କରୋନା ଆକ୍ରାନ୍ତ ନଜର ଆସିଥିବାବେଳେ କେରଳରେ ମୃତ୍ୟୁ ସଂଖ୍ୟା ବହୁତ କମ ରହିଛି । ସର୍ବମୋଟ ତିନିଜଣଙ୍କ ପ୍ରାଣ ଯାଇଛି । ସେହିପରି କେରଳରେ ଏବେ ସଂକ୍ରମିତଙ୍କ ହାର ମଧ୍ୟ ବେଶ୍‌ କମ ରହିଛି । ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କେରଳ ଓ ଓଡ଼ିଶାକୁ କରୋନା ମ୍ୟାନେଜମେଣ୍ଟ ପାଇଁ…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ପ୍ରଭାବ ବିସ୍ତାର କରିଥିବାବେଳେ ଆମେରିକାରେ କରୋନା ସ୍ଥିତି ଜଟିଳ ରହିଛି। ଆମେରିକାରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା 50 ହଜାର ପାର୍‌ କରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 886,709ରେ ପହଞ୍ଚିଛି। ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 27 ଲକ୍ଷ ପାର କରିସାରିଥିବାବେଳେ ମୃତ୍ୟୁସଂଖ୍ୟା 1,91,061ରେ ପହଞ୍ଚିଛି । ଆମେରିକାରେ ବ୍ୟତୀତ ସ୍ପେନ୍‌, ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ବ୍ରିଟେନ୍‌ ଆଦି ରାଷ୍ଟ୍ରରେ ମଧ୍ୟ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ସ୍ପେନ୍‌ରେ ସଂକ୍ରମିତଙ୍କ ସଂଖ୍ୟା 213,024 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 22,157ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ମୃତକଙ୍କ ସଂଖ୍ୟା 89,250ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 1,01,617ରେ ପହଞ୍ଚିଛି । ଇଟାଲୀରେ ମଧ୍ୟ କରୋନା ସ୍ଥିତି ଗମ୍ଭୀର ରହିଛି । ଏଠାରେ 1 ଲକ୍ଷ 89 ହଜାର 973 ଲୋକ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା 25 ହଜାର ଡେଇଁଛି ।  ସେହିପରି…

Read More

ଭୁବନେଶ୍ବର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଟେଲିଫୋନ୍‌ରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ସେହିପରି ରଥଯାତ୍ରାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବାର ଅଛି । ଦେଶରେ କରୋନା ସ୍ଥିତି ଜଟିଳ ଥିବାରୁ ଚଳିତ ବର୍ଷ ରଥଯାତ୍ରା ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Read More

ବେଙ୍ଗାଲୁରୁ: ସେହିପରି ଦେଶରେ 10ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ସେହି ରାଜ୍ୟଗୁଡିକ ମଧ୍ୟରେ ରହିଛନ୍ତି – ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ,ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ କେରଳ ପରି ରାଜ୍ୟଗୁଡିକ । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 6430 ରହିଥିବାବେଳେ ଗୁଜୁରାଟରେ ଅଛନ୍ତି 2624, ଦିଲ୍ଲୀରେ 2376, ରାଜସ୍ଥାନରେ 1964, ତାମିଲନାଡୁରେ 1683, ମଧ୍ୟପ୍ରଦେଶରେ 1699, ଉତ୍ତରପ୍ରଦେଶରେ 1510, ତେଲେଙ୍ଗାନାରେ 960, ଆନ୍ଧ୍ରପ୍ରଦେଶରେ 895 ଓ କେରଳରେ 447ଟି ମାମଲା ରହିଛି । ଦେଶରେ କରୋନା ମହାମାରୀ ସହ ଲଢେଇ କରୁଛି । ଦେଶର ସ୍ଥିତିକୁ ଦେଖି କେନ୍ଦ୍ର ସରକାର ମାର୍ଚ୍ଚ 25ରୁ ଦେଶରେ ଲକ୍ ଡାଉନ୍‌ ଜାରି କରିଥିଲେ । ଏହାର ଅବଧି ଏପ୍ରିଲ୍‌ 14ରେ ସମାପ୍ତ ହେବାକୁ ଥିବାବେଳେ ପୁନର୍ବାର ଏହାର ଅବଧିକୁ ମେ ତିନି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ କେବଳ ଆବଶ୍ୟକ ସେବା ତଥା ସାମଗ୍ରୀଙ୍କୁ ଛାଡି ଅନ୍ୟ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 23 ହଜାର ପାର୍‌ କରିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଏବେ 23,077ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା 700 ଡେଇଁଛି। କେଉଁ ରାଜ୍ୟରେ କେତେ ରହିଛି ମୃତ୍ୟୁ ସଂଖ୍ୟା ସ୍ବାସ୍ଥ୍ୟା ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସର୍ବମୋଟ  ମୃତ୍ୟୁ ସଂଖ୍ୟା 718 ରହିଛି ।  ମହାରାଷ୍ଟ୍ରରେ ସର୍ବାଧିକ 283ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 112, ମଧ୍ୟପ୍ରଦେଶରେ 80, ଦିଲ୍ଲୀରେ 50, ତାମିଲନାଡୁରେ 20, ତେଲେଙ୍ଗାନାରେ24, ଆନ୍ଧ୍ରପ୍ରଦେଶରେ 27, କର୍ଣ୍ଣାଟକରେ 17, ଉତ୍ତରପ୍ରଦେଶରେ 24, ପଞ୍ଜାବରେ 16,  ପଶ୍ଚିମବଙ୍ଗରେ 15, ରାଜସ୍ଥାନରେ 27, ଜମ୍ମୁକାଶ୍ମୀରରେ 5, ହରିୟାଣାରେ 3, କେରଳରେ ତିନି, ଝାରଖଣ୍ଡରେ 3, ବିହାରରେ 2, ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ…

Read More