Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ବଢିବାରେ ଲାଗିଛି । ଆଜି ରାଜ୍ୟରେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂଖ୍ୟା 103କୁ ବୃଦ୍ଧି ହୋଇଛି । ଏହି ନୂତନ ତିନି ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : ଓଡ଼ିଶାର ମୋଟ୍‌ 30 ଟି ଜିଲ୍ଲା ମଧ୍ୟରୁ 10ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ରୁ 47ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 22 ଜଣ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରୁ ଜଣେ ମୃତ ହୋଇଥିବାବେଳେ 23 ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା । ଗତକାଲି ରାତ୍ରିରୁ ଏହି ଜିଲ୍ଲାରୁ 6ଜଣ ନୂତନ ଭାବେ ଚିହ୍ନଟ…

Read More

ବିଜୟଓ୍ବାଡା : ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ଏହି ସମୟରେ ଅବସର ସମୟ ବିନିଯୋଗ କରିବା ପାଇଁ କିଏ ଲୁଡୁ ତ କିଏ ତାସ୍‌ର ସାହାରା ନେଉଛି । କିନ୍ତୁ ଏବେ ଏହି ତାସ୍‌ ଖେଳିବା ବେଶ୍‌ ମହାଙ୍ଗା ସାବ୍ୟସ୍ତ ହୋଇପଡିଛି । ଏହି ତାସ୍‌ ଖେଳିବା ଚକ୍କରରେ 24 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । କୃଷ୍ଣାଜିଲ୍ଲାର ଅଧିକାରୀ ମୋହମ୍ମଦ ଇମ୍‌ତିଆଜ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ମତରେ ବିଜୟଓ୍ବାଡାର ଜଣେ ଟ୍ରକ୍‌ ଚାଳକ ଯୋଗୁଁ ବହୁ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ଅଞ୍ଚଳରେ ଗତ କିଛି ଦିନ ଧରି ପ୍ରାୟ 40 ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସହରର କୃଷ୍ଣ ଲଙ୍କା ଅଞ୍ଚଳରେ ସମୟ ବିତାଇବା ପାଇଁ ଜଣେ ଟ୍ରକ ଚାଳକ ବନ୍ଧୁ ଓ ପଡେଶୀ ସହିତ ମିଶି କରି ତାସ୍‌ ଖେଳୁଥିଲେ । ସେହି ସମୟରେ ମହିଳାମାନେ…

Read More

ସିଓଲୋ: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଲି ନାହିଁ। ହେଲେ ତାଙ୍କର ଗତକାଲି ରାତିରୁ ପରଲୋକ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କେତେକ ତାଙ୍କର ଡାକ୍ତରଖାନାରେ ଥିବା ଫଟୋକୁ ସେୟାର କରିବାରେ ଲାଗିଛନ୍ତି। ହେଲେ ଏ ସଂପର୍କରେ କୌଣସି ସ୍ପଷ୍ଟ ଖବର ମିଳି ନ ଥିବାର ଜଣାପଡିଛି। ହେଲେ ନିର୍ଭରଯୋଗ୍ୟ ସୂଚନା ଅନୁସାରେ କିମ୍ ଜଙ୍ଗ ଏକ ଅପରେସନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି। ଏପରି ପରିସ୍ଥିତି ଦେଖି ଚାଇନ ତରଫରୁ ଏକ ମେଡିକାଲ ଟିମ ପଠାଯାଇଛି ବୋଲି କୁହାଗଲା। ଏହି ମେଡିକାଲ ଟିମ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବେ ବୋଲି ଜଣାପଡିଛି। ହେଲେ ଏ ନେଇ ଉତ୍ତର କୋରିଆ ତରଫରୁ…

Read More

କେଦାର ମିଶ୍ର   ଯୁଦ୍ଧ କରିବାକୁ ଗଲାବେଳେ ଖୋଦ ସେନାପତି ଯଦି ଅସୁରକ୍ଷିତ, ତା ହେଲେ କାହା ଭରସାରେ ଆମେ ଯୁଦ୍ଧ ଲଢିବା? କୋଭିଡ-୧୯ ବା କରୋନା ଭୂତାଣୁ ବିରୋଧୀ ସଂଗ୍ରାମରେ ଯେଉଁମାନେ ଆମର ଆଗୁଆ ଯୋଦ୍ଧା ସେମାନେ କେତେ ଦୂର ସୁରକ୍ଷିତ? କେହି କେହି କହିପାରନ୍ତି, ସରକାର ତ ଏହି ସଂଗ୍ରାମର ମୁଖ୍ୟ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କେତେ କଣ ସୁବିଧା ଯୋଗାଇଛନ୍ତି। ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆମେ ଗତ ମାର୍ଚ୍ଚ ୨୨ ତାରିଖ ଦିନ ୫ ଟା ସମୟରେ ୫ ମିନିଟ ତାଳି ଓ ଥାଳି ବଜେଇ, କୀର୍ତ୍ତନ କରି କୃତଜ୍ଞତା ଜଣାଇଛୁ। ପୁଣି ଏପ୍ରିଲ ୫ ତାରିଖରେ ୯ ଟାରେ ୯ ମିନିଟ ଯାଏ ଦୀପ ଜଳାଇ ଓ ବାଣ ଫୁଟେଇ ସମ୍ବର୍ଦ୍ଧନା ଦେଇଛୁ। ତାପରେ ଭାରତ ସରକାର ଏକ ଅଧ୍ୟାଦେଶ ଆଣି ଯେଉଁମାନେ ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବେ ସେମାନଙ୍କୁ ଦଣ୍ଡ ଦେବାର…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମାମଲା ବଢିବାରେ ଲାଗିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 26 ହଜାର 496  ଛୁଇଁଥିବାବେଳେ ମୃତ୍ୟୁସଂଖା 800 ଟପିଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ରାଜଧାନୀ ଦିଲ୍ଲୀରେ ଏହି ଭୟାନକ କରୋନା  ଯୋଗୁଁ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ 824 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 5804ଜଣ। କେଉଁ ରାଜ୍ୟର କେତେ ରହିଛି ମୃତ୍ୟୁ ସଂଖ୍ୟା ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ 323ଜଣଙ୍କର ମୃତ୍ୟୁହୋଇଥିବାବେଳେ ମଧ୍ୟପ୍ରଦେଶରେ 99, ଗୁଜୁରାଟରେ 133, ଦିଲ୍ଲୀରେ 54, ତାମିଲନାଡୁରେ 23, ତେଲେଙ୍ଗାନାରେ 23, ତେଲେଙ୍ଗାନାରେ 26, ଆନ୍ଧ୍ରପ୍ରଦେଶରେ 21, କର୍ଣ୍ଣାଟକରେ 18, ଉତ୍ତରପ୍ରଦେଶ 27, ପଞ୍ଜାବରେ 17, ପଶ୍ଚିମବଙ୍ଗରେ 18, ରାଜସ୍ଥାନରେ 33, ଜମ୍ମୁକାଶ୍ମୀରରେ 6, ହରିୟାଣା 3, କେରଳରେ 4, ଝାଡଖଣ୍ଡରେ ତିନି, ବିହାରରେ 2, ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ସାଆଁସ ଗ୍ରାମରୁ ଶନିବାର ଅପରାହ୍ନରେ ଏକ ହରିଣ ଉଦ୍ଧାର ହୋଇଛୁ। ସୂଚନାନୁଯାୟୀ ଶନିବାର ଦିନ ପ୍ରାୟ ୨ଟା ସାଢେ ୨ଟା ସମୟରେ ସାଆଁସ ଖରଖରି ଗ୍ରାମର ଭର୍ସଙ୍ଘ ପୋଖରୀ ନିକଟସ୍ଥ (ଲାଞ୍ଜି)ଦଣ୍ଡା ନିକଟରେ ଜନୈକ ବ୍ୟକ୍ତି ଛେଳି ଚରାଉଥିବା ବେଳେ ନିକଟସ୍ଥ ବିଲରେ ଏକ ହରିଣ ବୁଲୁଥିବାର ଦେଖି ଲୋକଙ୍କୁ ଡାକପକାଇବାରୁ ଗ୍ରାମର କିଛି ଲୋକ ସେଠାରେ ପହଞ୍ଚି ହରିଣକୁ ଧରିବା ପରେ ହରିଣକୁ ଗାଁ ଦାଣ୍ଡରେ ବାନ୍ଧି ତିର୍ତ୍ତୋଲ ପୋଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ତୁଣ୍ଡ ବାଇଦ ଶହସ୍ର କୋଷ ଭଳି ଏମିତିକି ଏହି ଘଟଣା ବିଜୁଳି ବେଗରେ ଚାରିଆଡେ ପ୍ରଚାର ହୋଇଯିଵାରୁ ନିକଟସ୍ଥ ବିଭିନ୍ନ ପଞ୍ଚାୟତର ଲୋକମାନେ ଏହି ହରିଣକୁ ଦେଖିବାକୁ ସେଠାରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।ଅପରାହ୍ନ ୪ଟା ସାଢେ ୪ଟା ବେଳେ ତିର୍ତ୍ତୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ବନବିଭାଗକୁ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା: ଚିଲିକା ଷ୍ଟେସନ ପାଖ ଏନ୍‌ଏଚ୍‌ରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାତ୍ରି ୨ଟା ସମୟରେ ଓଆର ୦୯ ଏନ ୫୮୨୮ ନମ୍ବରର ଆଇରନ ବୋଝେଇ ଟ୍ରକ କେନ୍ଦୁଝରରୁ ଗୋପାଳପୁର ପୋର୍ଟ ଅଭିମୁଖେ ଯାଉଥିବା ସମୟରେ ଚିଲିକା ଷ୍ଟେସନ ପାଖ ରାଜରାସ୍ତା ଉପରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକକୁ ପଛଆଡ଼ୁ ଧକା ଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ ପହଂଚି ଗାଡି ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଗାଡ଼ିର ଆଗପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଗାଡ଼ି ଚାଳକ କ୍ୟାବିନ ଭିତରେ ଚାପି ହୋଇ ରହିଥିବା ଦେଖିଥିଲେ। ସେ ତୁରନ୍ତ ବାଲୁଗାଁ ଅଗ୍ନିଶମ ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ଜେନାକୁ ଯୋଗାଯୋଗ କରିଥିଲେ। ଅଗ୍ନିଶମ ଅଧିକାରୀ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଂଚି କ୍ୟାବିନକୁ ଯନ୍ତ୍ରପାତି ଦ୍ୱାରା କାଟିକରି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ…

Read More

ଭୁବନେଶ୍ବର : ରାଜ୍ୟରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛନ୍ତି। ରାଉରକେଲାରୁ ତିନି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଥିବାବେଳେ ଆଜି ତିନିଜଣ ସେଠାରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡର ନୂଆ ତିନି ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର। ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ 23 ବର୍ଷୀୟ ଯୁବକ, 60 ବର୍ଷୀୟ ବୃଦ୍ଧ ଓ 57 ବର୍ଷୀୟ ମହିଳା ଆକ୍ରାନ୍ତ ରହିଛନ୍ତି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଦୁଇ ନୂଆ ଆକ୍ରାନ୍ତ। ଅନ୍ୟ ଜଣେ ନୂଆ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଇଛି। ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଉଛି।

Read More

ଭୁବନେଶ୍ବର: ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ରାଜ୍ୟରେ ଆଉ ନୂଆ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ସମସ୍ତ ୬ ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ ସୂଚନାମିଳିଛି। ଏମାନେ ସମସ୍ତେ ନିକଟ ଅତୀତରେ ପଶ୍ଚିମ ବଙ୍ଗରୁ ଫେରିଥିଲେ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆ ଯାଇଛି। ଏବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି। ଏହି ୬ ଜଣଙ୍କୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦କୁ ବୃଦ୍ଧି ଘଟିଛି। ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୩୪ ରେ ପହଞ୍ଚିଛି। ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଏହି ତିନୋଟି ଜିଲ୍ଲାରେ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

Read More

ଭୁବନେଶ୍ବର : ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ଆଉ ନୂଆ 5 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ସମସ୍ତ  5 ଜଣ ଆକ୍ରାନ୍ତ ହେଉଛନ୍ତି ଯାଜପୁର ଜିଲ୍ଲାର ଜଣାପଡିଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 17କୁ ବୃଦ୍ଧି ହୋଇଛି । ଏହି ସମସ୍ତ ଆକ୍ରାନ୍ତ ଯାଜପୁରର ଦଶରଥପୁର ବ୍ଲକର ବୋଲି ଜଣାପଡିଛି । କଟିକଟା  ପଞ୍ଚାୟତର କଟିକଟା ଗ୍ରାମର ଚାରିଜଣ ଆକ୍ରାନ୍ତ ରହିଥିବାବେଳେ ମଲ୍ଲିକାପୁର ପଞ୍ଚାୟତରୁ ଜଣେ ରହିଛନ୍ତି । ଏହି ପାଞ୍ଚ ଜଣଙ୍କୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 99କୁ ବୃଦ୍ଧି ଘଟିଛି । ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା 34ରେ ପହଞ୍ଚିଛି । ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଏହି ତିନୋଟି…

Read More

ନୂଆଦିଲ୍ଲୀ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ/ଲରି ଡ୍ରାଇଭରମାନଙ୍କ ପାଇଁ କରଣୀୟ ଏବଂ ବର୍ଜନୀୟ କାର୍ଯ୍ୟ ଦର୍ଶାଉଥିବା ଏକ ଆନିମେସନ ଭିଡିଓ ଚିତ୍ରଣ ଜାରି କରାଯାଇଛି। ଏହି ଆନିମେସନରେ ଲୋକମାନଙ୍କୁ ଟ୍ରକ/ଲରି ଡ୍ରାଇଭରମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଆହ୍ବାନ କରାଯାଇଛି। କାରଣ କୋଭିଡ-19 ନିୟନ୍ତ୍ରଣ କରିବା ଏବଂ ଜୀବନ ରକ୍ଷା ନିମନ୍ତେ ସରକାରଙ୍କୁ ଲକଡାଉନ ଅବଧି ବଢ଼ାଇବାକୁ ପଡ଼ିଥିବା ବେଳେ ଏମାନେ ଆମ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ଆମର ଜୀବନକୁ ସହଜ କରିବାରେ ନିୟୋଜିତ ଅଛନ୍ତି। ଅତ୍ୟନ୍ତ ଆକର୍ଷଣୀୟ ଆନିମେସନ ଜରିଆରେ କରଣୀୟ ଓ ବର୍ଜନୀୟ କାର୍ଯ୍ୟକୁ ଦର୍ଶାଯାଇଛି:  ନୋଭେଲ କରୋନା ଭୂତାଣୁ ରୋଗ (କୋଭିଡ-19) ଠାରୁ ସୁରକ୍ଷା ଟ୍ରକ/ଲରି ଡ୍ରାଇଭରମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସହଯୋଗ କରନ୍ତୁ, ଯେଉଁମାନେ ଲକଡାଉନ ସମୟରେ ଅତ୍ୟାବଶ୍ୟକ…

Read More

ପୁରୀ : ଦେଶରେ କରୋନା ଭାଇରସ୍‌ ଯୋଗୁଁ ଜାରି ହୋଇଛି ଲକ୍‌ ଡାଉନ୍‌। ଏହି ଲକ୍‌ ଡାଉନ୍‌ରେ ବଳି ପଡିଛି ଆମର ପର୍ବ ପର୍ବାଣୀ। ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପର୍ବ ପର୍ବାଣୀ ମଧ୍ୟ ଏହି ଲକ୍‌ ଡାଉନ୍‌ ଯୋଗୁଁ ପ୍ରଭାବିତ ହୋଇଛି । ତେବେ ବିଧି ରକ୍ଷା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କରାଯିବ। ସେହିପରି ଚନ୍ଦନ ପାଇଁ ମହାଲକ୍ଷ୍ମୀଙ୍କ ରୋଷଶାଳାରେ ପ୍ରସ୍ତୁତ ହେବ ମାଣ୍ଡୁଅ ଭୋଗ। ଚନ୍ଦନ ଯାତ୍ରା ପାଇଁ 2ଟି ଅସ୍ଥାୟୀ କୁଣ୍ଡରେ ନୀତିକାନ୍ତି ପାଳନ ହେବ । ସେହିପରି ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। କାଲିର ଦିନରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ସେହିପରି ଲକ୍‌ ଡାଉନ୍‌କୁ ନେଇ ଏଥିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଏହି ସମସ୍ତ ନୀତି ମନ୍ଦିର ପରିସର ମେଘନାଦ ପାଚେରୀ ମଧ୍ୟରେ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ। ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ସୁନ୍ଦରଗଡର ହୋଇଥିବାର ସରକାରଙ୍କ ତରଫରୁ ସୂଚନା ମିଳିଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା 34କୁ ବୃଦ୍ଧି ହୋଇଛି। ସମ୍ପ୍ରତି ରାଜ୍ୟରେ କୋଲକାତା ଲିଙ୍କ୍‌ ଚିନ୍ତା ବଢାଉଥିବାବେଳେ କରୋନା ଆକ୍ରାନ୍ତ ସୁସ୍ଥ ହେବା ଖବର ଆଶ୍ବସ୍ତି ପ୍ରଦାନ କରିଛି। ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 94ରେ ପହଞ୍ଚିବାଥିବାବେଳେ 59ଜଣ ଚିକିତ୍ସାଧୀନ ରହିଛନ୍ତି । ସୁନ୍ଦରଗଡ ଜିଲ୍ଲା ଏବେ କରୋନାମୁକ୍ତ ହୋଇଥିବାର ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ତିନି ଜଣ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ଦୁଇଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆଜି ଜଣେ ସୁସ୍ଥ ହୋଇଛନ୍ତି । ରାଜ୍ୟର ମୋଟ୍‌ 30ଟି ଜିଲ୍ଲା ମଧ୍ୟରୁ ଏବେ ସୁଦ୍ଧା ମାତ୍ର 10ଟି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡକୁ ମିଶାଇ 5ଟି ଜିଲ୍ଲା କରୋନାମୁକ୍ତ ହୋଇଛି । ଏହି କରୋନ ମୁକ୍ତ…

Read More

ଭୁବନେଶ୍ବର: ଭଦ୍ରକର ଚାରି କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର। କେସ୍ ନଂ 91, 92, 93 ଓ 94ଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଛି। 91 ନମ୍ବର ଆକ୍ରାନ୍ତ ଜଣକ ଭଦ୍ରକ ତିହିଡି ମଠସାହିର 41 ବର୍ଷୀୟ ଯୁବକ ହୋଇଥିବାବେଳେ ସେ କୋଲକାତା ବେଲଗଛଲାରୁ ବାଇକ ଯୋଗେ ସାଙ୍ଗଙ୍କ ସହ ଆସିଥିଲେ। ସେ ଏପ୍ରିଲ୍‌ 18 ତାରିଖରେ ଭଦ୍ରକରେ ସାଙ୍ଗଙ୍କ ସହ ପହଞ୍ଚିଥିଲେ। ଏପ୍ରିଲ୍‌ 18-19ରେ ଭଦ୍ରକ ସହରରେ ସାଙ୍ଗଙ୍କ ସହ ରହିଥିଲେ। ଏପ୍ରିଲ୍‌ 20ରେ ସାଇକେଲ୍‌  ଯୋଗେ ତିହିଡି ପହଞ୍ଚିଥିଲେ। ଏପ୍ରିଲ୍‌ 20ରୁ ତିହିଡିରେ ସରକାରୀ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ପୂର୍ବରୁ କୌଣସି ଲକ୍ଷଣ ନଥିଲେ ବି ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା 24ରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତ ନମ୍ବର 92 ଜଣକ ତିହିଡି କାନପୁର ପୀରହାଟର 41 ବର୍ଷୀୟ ଯୁବକ। କୁଆଖିଆରୁ ଅଟୋରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ: କରୋନା ପାଇଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଥିବାବେଳେ ଏହି ଲକ୍‌ ଡାଉନ୍‌ ଯୋଗୁଁ ପ୍ରବାସୀ ଶ୍ରମିକମାନ ନାହିଁ ନଥିବାର ହଇରାଣ ହେଉଛନ୍ତି। ଏଥିପାଇଁ ସେମାନେ ନିଜ ଭିଟାମାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଲକ୍ ଡାଉନ୍‌ ନିୟମ ନ ମାନି ଆଜି ୩୮ ଜଣ ଶ୍ରମିକ ଗଞ୍ଜାମକୁ ଫେରିଛନ୍ତି। ଖାଇବା ପିଇବାରେ କଷ୍ଟ ଅନୁଭବ କରି ୨୧ ତାରିଖ ଦିନ ଏହି ଶ୍ରମିକମାନେ ଜଳଯାତ୍ରା ଆରମ୍ଭ କରି ଆଜି ସନ୍ଧ୍ୟା ୫ ଟା ସୁଦ୍ଧା ଗଞ୍ଜାମରେ ପହଞ୍ଚିଛନ୍ତି। ସମୁଦ୍ର ପଥରେ ଗଞ୍ଜାମ ଚିକିଟି ବ୍ଲକ ଓ ସୋନପୁର ଅଞ୍ଚଳର ଶ୍ରମିକ ମାନେ ଫେରିଛନ୍ତି। ଦୁଇ ଲକ୍ଷ ଟଙ୍କାରେ ଏକ ଡଙ୍ଗା ଭଡା କରି ଭିଟାମାଟିକୁ ଫେରିଛନ୍ତି ଏହି ଶ୍ରମିକମାନେ। ଫେରିଥିବା ୩୮ ଶ୍ରମିକଙ୍କ ମଧ୍ୟରୁ ୨୪ ଜଣ ସୋନପୁରର, ଦୁଇ ଆନ୍ଧ୍ରର ହୋଇଥିବାବେଳେ ବାକି ୧୨ ଜଣ ଶ୍ରମିକ ଗୋପାଳପୁର ଅଞ୍ଚଳର ବୋଲି…

Read More

ମୁମ୍ବାଇ : କରୋନା ଯୋଗୁଁ ମୁମ୍ବାଇ ପୋଲିସ୍‌ରେ ପ୍ରଥମ ମୃତ୍ୟୁ ହୋଇଛି । 57 ବର୍ଷୀୟ କନଷ୍ଟେବଳ କରୋନା ସହ ଲଢି  ଜୀବନ ହାରିଛନ୍ତି । କନଷ୍ଟେବଳଙ୍କ ପରିବାରରେ ଦୁଇ ସନ୍ତାନଙ୍କ ପତ୍ନୀ ରହିଛନ୍ତି । ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 25 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 779ରେ ପହଞ୍ଚିଛି। ସେହିପରି 5210ଜଣଙ୍କ ସୁସ୍ଥ ହୋଇଛନ୍ତି । ଦେଶରେ ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ 6817ଜଣ ସଂକ୍ରମିତ ହୋଇଛନ୍ତି  । ସେହିପରି ମହାରାଷ୍ଟ୍ରରେ 300ରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

Read More

ଯାଜପୁର, ପୋଲିସ ବର୍ତ୍ତମାନ ସମସ୍ତଙ୍କ ପାଇଁ ଆବଶ୍ୟକ। ସେ ମଣିଷ ହୁଅନ୍ତୁ କି ପଶୁ। ଲକଡାଉନ ସମୟରେ ମାଙ୍କଡମାନେ ଭୋକିଲା ଥିବାରୁ ଯାଜପୁର ପୋଲିସ ଗାଡିକୁ ଘେରିଗଲେ ମାଙ୍କଡ

Read More

ଭୁବନେଶ୍ୱର: ଆଜି ଆକ୍ରାନ୍ତ ନମ୍ବରଙ୍କ ଯାତ୍ରା ବିବରଣୀରୁ ଏକ ସାଂଘାତିକ ସତ୍ୟ ସାମ୍ନାକୁ ଆସିଛି । ଏହି ବିବରଣୀରୁ ବାଲେଶ୍ବରରୁ ସୁପରସ୍ପ୍ରେଡର ଠାବ ହୋଇଛନ୍ତି ।  ବାଲେଶ୍ବରର ନେଳିଆବାଗର ସୁପରସ୍ପ୍ରେଡର 61 ନମ୍ବର ଆକ୍ରାନ୍ତ ଜଣକ ମୋଟ 7ଜଣଙ୍କ ସଂକ୍ରମିତ କରାଇଛନ୍ତି । 61 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପୂର୍ବରୁ 75ରୁ 79ଜଣ ଆକ୍ରାନ୍ତ ହୋଇଥିଲେ । ଆଜି ଆଉ 88 ଓ 89 ନମ୍ବର ଆକ୍ରାନ୍ତ ବି ତାଙ୍କର ନିକଟ ସମ୍ପର୍କୀୟ ବୋଲି ସ୍ପଷ୍ଟ ହୋଇଛି । 61 ନମ୍ବର ଆକ୍ରାନ୍ତ ଜଣକ 58 ବର୍ଷୀୟ ପୁରୁଷ ଏବଂ ସେ ଝାଡ଼ଖଣ୍ଡରୁ ଫେରି 5ଟି ହସ୍ପିଟାଲ ବୁଲିଥିଲେ। ଅପରପକ୍ଷରେ କୋଲକାତା ଫେରନ୍ତା ଯାଜପୁର ବାସୁଦେବପୁରର 73 ନମ୍ବର ଆକ୍ରାନ୍ତ ବି ତିନି ଜଣଙ୍କୁ ସଂକ୍ରମିତ କରିଥିବା ଆଜି ସ୍ପଷ୍ଟ ହୋଇଛି। 85 ନମ୍ବର ଆକ୍ରାନ୍ତ ତାଙ୍କ ସହ କୋଲକାତାରୁ ଫେରିଥିଲେ ଏବଂ 86 ଓ 87 ନମ୍ବର ଆକ୍ରାନ୍ତ…

Read More

ନୋଏଡା : ଆଲିଗଡର ଥାନା ଅଞ୍ଚଳରେ ଜଣେ ଯୁବକ ଯୋଗୁଁ ପୂରା ଗ୍ରାମ ଏବେ ବିପଦରେ ପଡିଛି। ନୋଏଡାର କ୍ବାରେଣ୍ଟିନ୍‌ରେ ସେଣ୍ଟରରୁ ପଳାୟନ କରି ଯୁବକ ଜଣକ ଆଲିଗଡରେ ପହଞ୍ଚିଥିଲେ। କିନ୍ତୁ ଏବେ ଯୁବକଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମ୍ପୃକ୍ତ ଗ୍ରାମ ଏବେ କରୋନା ବିପଦରେ। ମିଳିଥିବା ସୂଚନା ଅନୁସାରେ କରୋନା ସନ୍ଦେହରେ ଗ୍ରେଟର ନୋଏଡା ସ୍ଥିତ ଗଲଗୋଟିଆ ଇନ୍‌ଷ୍ଟିଚ୍ୟୁଟ୍‌ରେ ଥିବା କ୍ବାରେଣ୍ଟିନ୍‌ ସେଣ୍ଟରରୁ ଯୁବକ ଜଣକ ଫେରାର ହୋଇଥିଲେ। ଯୁବକ ଜଣକ କ୍ବାରେଣ୍ଟିନ୍‌ ସେଣ୍ଟରରୁ ଯୁବକ ଫେରାର ହୋଇ ଆଲିଗଡର ଖୈର୍‌ କ୍ଷେତ୍ରରେ ଥିବା ଗ୍ରାମକୁ ଯାଇଥିଲେ। ପରେ ଯୁବକ ଜଣକଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ କ୍ବାରେଣ୍ଟିନ୍‌ ଟିମ୍‌ ଲୋକ ତାଙ୍କ ଘରକୁ ଯାଇ ଯୁବକଙ୍କୁ ଫେରାଇ ଆଣିଥିବାବେଳେ ତାଙ୍କ ପରିବାର ସମେତ ଗ୍ରାମ ଲୋକଙ୍କୁ ଆଇସୋଲେନ୍‌ ଓ କ୍ବାରେଣ୍ଟାଇନ୍‌ କରିଛନ୍ତି। ପୂରା ଗ୍ରାମକୁ ସାନିଟାଇଜ୍‌ କରାଯାଇଛି। ଯୁବକ ଜଣକ ବୟସ ହେଉଛି 37 ବର୍ଷ। ନୋଏଡାର…

Read More

ଭୁବନେଶ୍ବର : ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ 84ରୁ 90 ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି । ଏହି ଯାତ୍ରା ବିବରଣୀରୁ ଦେଖିବାକୁ ମିଳିଛି ଯେ, ଏମାନେ ସମସ୍ତେ ପୂର୍ବ ସଂକ୍ରମିତଙ୍କଠାରୁ ସଂକ୍ରମିତ ହୋଇଛନ୍ତି । 73 ନମ୍ବର ଆକ୍ରାନ୍ତଙ୍କଠାରୁ ତିନି ଜଣ ସଂକ୍ରମିତ ହୋଇଥିବାବେଳେ 61 ନମ୍ବର ଆକ୍ରାନ୍ତଙ୍କଠାରୁ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି । ଯାଜପୁରର ଚାରି ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟସରକାର । ଆକ୍ରାନ୍ତ ନଂ 84, 85,86,87ଙ୍କ ଯାତ୍ରା ବିବରଣୀ ଜାରି କରାଯାଇଛି । ଚାରି ଜଣଙ୍କ ମଧ୍ୟରୁ ତିନି ଜଣ ପୂର୍ବରୁ ଚିହ୍ନଟ ହୋଇଥିବା 73 ନମ୍ବର ସଂକ୍ରମିତଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଆକ୍ରାନ୍ତ ନଂ 85, 86 ଏବଂ 87 ଆକ୍ରାନ୍ତ ନମ୍ବର 73ଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି । 84 ନମ୍ବର ଆକ୍ରାନ୍ତ ଜଣକ ଯାଜପୁରର କୋଦେଇବାଟିର 70…

Read More