Author: Samikhsya Bureau

ଖୋର୍ଦ୍ଧା : ରାଜ୍ୟ ବାହାରକୁ ନେଇ ଏବେ ଚିନ୍ତା ବଢିଛି। ନିକଟରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତଙ୍କ ରାଜ୍ୟ ବାହାର ଲିଙ୍କ୍‌ ରହିଛି। ଏହାକୁ ନେଇ ରାଜ୍ୟ ସରକାର ବେଶ୍‌ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ପ୍ରାୟ 20 ହଜାର ଲୋକ ରାଜ୍ୟ ବାହାରେ ଅଛନ୍ତି। ସରକାରୀ ଗାଇଡଲାଇନ୍‌ ଅନୁସାରେ ସମସ୍ତଙ୍କୁ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ନ କଲେ ଜିଲ୍ଲାରେ ପ୍ରବେଶ ଅନୁମତି ମିଳିବ ନାହିଁ ।  ସମସ୍ତଙ୍କୁ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିବାକୁ ପଡିବ। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଳାପାଳ ସୀତାଂଶୁ ରାଉତ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଯାବତ୍‌ ରାଜ୍ୟରେ ମୋଟ୍‌ 82 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 32 ଜଣ ସୁସ୍ଥ ହୋଇଛନ୍ତି । 50 ଜଣ ଚିକିତ୍ସାଧୀନ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କରୋନା ସହ ମୁକାବିଲା କରିବା ନେଇ ରାଜ୍ୟ ସରକାର ଦୃଢ ପଦକ୍ଷେପମାନ ନେଉଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟନୁଷ୍ଠାନ ସହ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏହି କ୍ରମରେ ବାଲୁଗାଁ ଏନ୍‌ଏସି ଓ ଚିଲିକା ତହସିଲ ପ୍ରଶାସନ ମାସ୍କ ନ ପିନ୍ଧିବା ଅଭିଯୋଗରେ ୩୨ ଜଣଙ୍କଠୁ ଜରିମାନା ଆଦାୟ କରିଛନ୍ତି। ଗତକାଲି ପୂର୍ବାହ୍ନ୧୦ ଟା ସୁଦ୍ଧା ବାଲୁଗାଁ ଗାନ୍ଧି ଛକ ନିକଟରେ ୩୨ଜଣଙ୍କଠାରୁ ୬୪୦୦ ଫାଇନ୍‌ ଆଦାୟ କରାଯାଇଛି। ଏହି ଜରିମାନା ଆଦାୟ ସମୟରେ ଉପସ୍ଥିତ ରହିଥିଲେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ। ବାଲୁଗାଁ ରାଜସ୍ବ ନିରୀକ୍ଷକ ଅଧିକାରୀ, ଏନଏସିର ଟ୍ୟାକ୍ସ କଲେକ୍ଟର ସାମନ୍ତ ଅନନ୍ତ ପଟ୍ଟନାୟକ। ପ୍ରତିଦିନ ତହସିଲଦାରଙ୍କ ଉପସ୍ଥିତରେ ଏପରି ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି। ମାସ୍କକୁ ବାଧ୍ୟତାମୂଳକ କରିବା ପାଇଁ ତହସିଲଦାର ପରାମର୍ଶ…

Read More

 ନୂଆଦିଲ୍ଲୀ, ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ଯୋଗୁ କୌଣସି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବ ନାହିଁ ବୋଲି ଏକ ଗୁଜବ। ଏହା ସ୍ପଷ୍ଟ କରିଛି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ନାଁରେ ଏ ସଂକ୍ରାନ୍ତରେ ଖବର ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ଏହା ସମଗ୍ର ପର୍ଯ୍ୟଟନ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି। ଏପରି କୌଣସି ଚିଠି ଜାରି କରାଯାଇ ନାହିଁ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ ଲୋକମାନେ ଏଭଳି  ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ କୁହାଯାଇଛି । ପର୍ଯ୍ୟଟନ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେବା ସହ ମୁମ୍ବାଇ  ପୁଲିସର ସାଇବର ଅପରାଧ ଶାଖାରେ ଅଭିଯୋଗ ଦାଖଲ ମଧ୍ୟ କରିଛି । ପତ୍ର ସୂଚନା କାର୍ଯ୍ୟାଳୟର ଫାକ୍ଟ ଚେକ ୟୁନିଟ ମଧ୍ୟ କିଛି ଦିନ ପୂର୍ବେ ଏ ଖବର ସତ ନୁହେଁ ବୋଲି ଜଣାଇବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ…

Read More

ନୂଆଦିଲ୍ଲୀ, ସଂପ୍ରତି ଦେଶର ବିଭିନ୍ନ ଭାଗରେ କାର୍ଯ୍ୟ ସଂପାଦନ ସମୟରେ ଗଣମାଧ୍ୟମର ପ୍ରତିନିଧି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରିଣ୍ଟ୍ ଓ ଇଲଟ୍ରୋନିକ ମିଡିଆ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ରିପୋର୍ଟର, କ୍ୟାମେରାମ୍ୟାନ, ଫଟୋଗ୍ରାଫରଙ୍କ ସମେତ ଗଣମାଧ୍ୟମର ବ୍ୟକ୍ତି ବିଶେଷ ଯେଉଁମାନେ ଦେଶର ବିଭିନ୍ନ  ଭାଗରେ କରୋନା ସଂକ୍ରମଣ ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ସେମାନେ ଏକାଧିକ ସ୍ଥାନକୁ ଯାଉଛନ୍ତି । ଏଥିରେ ସଂକ୍ରମିତ ଅଞ୍ଚଳ, ହଟସ୍ପଟ ଓ ଅନ୍ୟାନ୍ୟ ସଂବେଦନଶୀଳ ଅଞ୍ଚଳ ଆଦି ରହିଛି । ତେଣୁ ଏହିସବୁ ସ୍ଥାନକୁ ଯିବାବେଳେ ଗଣମାଧ୍ୟମର ପ୍ରତିନିଧି ଓ ବ୍ୟକ୍ତିବିଶେଷ ଉପଯୁକ୍ତ ସ୍ୱାସ୍ଥ୍ୟଗତ ସୁରକ୍ଷା ଓ ସତର୍କତା  ଅବଲମ୍ବନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆହୁରି ମଧ୍ୟ ସଂଯୁକ୍ତ ମିଡିଆସବୁର ପରିଚାଳନା କର୍ତ୍ତୃପକ୍ଷ ନିଜନିଜର ଅଫିସ କର୍ମଚାରୀ ଓ କ୍ଷେତ୍ରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଆବଶ୍ୟକ ଯତ୍ନ ନେବାକୁ…

Read More

ଭୁବନେଶ୍ବର : କରୋନା ସଂକ୍ରମଣ ଚିହ୍ନଟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନମୁନା ପରୀକ୍ଷଣ କରାଯାଇଛି। ଏଥିପାଇଁ ଅଧିକରୁ ଅଧିକ ନମୂନା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଗତକାଲି ରାଜ୍ୟରେ ସର୍ବାଧିକ 2 ହଜାର 209ଟି ସାମ୍ପଲ୍‌ ପରୀକ୍ଷା କରାଯାଇଛି। ଏଥିସହିତ ଗତକାଲି ସୁଦ୍ଧା ରାଜ୍ୟରେ ସମୁଦୟ 15,984 ନମୁନା ପରୀକ୍ଷା ହୋଇଛି। ତେବେ ଗତ 21 ତାରିଖ ସୁଦ୍ଧା 13 ହଜାର 775 ଟି ନମୁନା ପରୀକ୍ଷା ହୋଇଥିଲା। ଗତକାଲି ରାଜ୍ୟରେ 4ଟି ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 83ରେ ପହଞ୍ଚିଥିବା ବେଳେ 50 ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ସୁଦ୍ଧା 32 ଜଣ ସୁସ୍ଥ ହୋଇଛନ୍ତି।

Read More

ନୂଆଦିଲ୍ଲୀ : ଦେଶରେ ଲଗାତାର ଭାବରେ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛନ୍ତି। ଭାରତରେ ଏବେ ମୋଟ୍‌ 20,471ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ 652ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଦେଶରେ 3959 ଜଣ ସୁସ୍ଥ ହୋଇଛନ୍ତି।  ଗତ 24 ଘଣ୍ଟାରେ କରୋନା ଯୋଗୁଁ 49ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ନୂତନ 1486ଟି ମାମଲା ଆସିଛି । ଦେଶରେ କରୋନା ଯୋଗୁଁ ମହାରାଷ୍ଟ୍ରରେ ସର୍ବାଧିକ 251 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେହିପରି ମଧ୍ୟପ୍ରଦେଶରେ 80, ଗୁଜୁରାଟରେ 95, ଦିଲ୍ଲୀରେ 47, ରାଜସ୍ଥାନରେ 25, ତେଲେଙ୍ଗାନାରେ 23, ରାଜସ୍ଥାନରେ 25, ତେଲେଙ୍ଗାନାରେ 23 ଜଣଙ୍କ ମୃତ୍ୟୁହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି ।

Read More

କେଦାର ମିଶ୍ର ସାରା ପୃଥିବୀରେ ଯେତେବେଳେ କରୋନା ଭୂତାଣୁ ନିଜର ଅପଚ୍ଛାୟା ଲମ୍ବାଇ ଚାଲିଛି, ସେତେବେଳେ କରୋନାକୁ କେନ୍ଦ୍ର କରି ରାଜନୀତି ମଧ୍ୟ ତୀବ୍ର ହେଉଛି। ବର୍ତ୍ତମାନ ସମୟର ପୃଥିବୀ ରାଜନୀତିର ଚେହେରା ପାଖାପାଖି ଆମ ଓଡିଆ ଯାତ୍ରା ପାର୍ଟିର ନାଟକ ପରି। ଓଡିଆ ଯାତ୍ରା ନାଟକରେ ଖଳନାୟକର କାଟତି ବେଶୀ। ନାୟକ ଅପେକ୍ଷା ଖଳନାୟକ ବେଶୀ ଗୁରୁତ୍ୱପୂର୍ଣ୍ଣ। ବିଶ୍ଵ ରାଜନୀତିରେ ଆଜି କରୋନା ଭୂତାଣୁ ଅପେକ୍ଷା ଏହି ଭୂତାଣୁର ଖଳନାୟକ ବିଷୟରେ ସବୁଠୁ ବେଶୀ ଚର୍ଚ୍ଚା ଚାଲିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପ୍ରତିଦିନ କରୋନା ଭୂତାଣୁ ଲାଗି ନୂଆ ନୂଆ ଖଳନାୟକ ଆବିଷ୍କାର କରୁଛନ୍ତି। ପ୍ରଥମେ ସେ କହିଲେ ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିରୋଧୀ ଡେମୋକ୍ରାଟ ମାନେ ଦାୟୀ। ତା ପରେ କହିଲେ ଚୀନ ଏଥିପାଇଁ ଦାୟୀ। ଶେଷରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସବୁଠୁ ବଡ ଖଳନାୟକ ବୋଲି ଟ୍ରମ୍ଫ କହିଲେ। ତେଣୁ ଟ୍ରମ୍ଫଙ୍କ…

Read More

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସମ୍ପର୍କିତ ସୂଚନା ଓ ସହଯୋଗ ପାଇଁ 104 ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଏହି ନମ୍ବରକୁ ବର୍ତ୍ତମାନ ଅନେକ ଫେକ୍ କଲ୍ ଆସୁଛି। ଏବେ ଏହି ନମ୍ବରକୁ ଫେକ୍‌ କଲ୍‌ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ମୋଟ 38 ଜଣ ଫେକ୍ କଲର୍‌ଙ୍କ ନାଁରେ ଏତଲା ଦିଆଯାଇଛି। କେଉଁ ନମ୍ବରରୁ କେତେଥର କଲ୍ ହୋଇଛି, ସେସବୁର ପୂର୍ଣ୍ଣ ତଥ୍ୟ ସହ ଏତଲା ହୋଇଛି। ଗୋଟେ ଗୋଟେ ନମ୍ବରରୁ ବହୁ ବାର, ଏମିତିକି ଗୋଟିଏ ନମ୍ବରରୁ 279 ଥର କଲ୍ ହୋଇଥିବା ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛି। ଏଥି ସହ ଅଭିଯୁକ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଅପିଲ କରାଯାଇଛି।

Read More

ନୂଆଦିଲ୍ଲୀ : କରୋନାକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଭିନ୍ନ ଭିନ୍ନ ଉପାୟ ଜରିଆରେ ଏହି ମହାମାରୀକୁ ରୋକିବାକୁ ଚେଷ୍ଟା କରାଯାଉଛି । ଭାରତ ମଧ୍ୟ ଏହି ମହାମାରୀର ପ୍ରସାର ରୋକିବା ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି । ଏହି କ୍ରମରେ ଏପ୍ରିଲ୍‌ 24 ରେ ଦେଶରେ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରୋନା ମୁକାବିଲାକୁ ନେଇ କରୁଥିବା ଭିନ୍ନ ଭିନ୍ନ ପ୍ରୟାସକୁ ପ୍ରଶଂସା କରାଯାଉଛି । ମାଇକ୍ରୋସ୍ପଟ କମ୍ପାନୀର ସଂସ୍ଥାପକ ବିଲ୍‌ ଗେଟସ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପତ୍ର ଲେଖି କରୋନା ଲଢେଇ ପାଇଁ ଭାରତର ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି । ଏହି ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କରୋନା ମହାମାରୀକୁ ନେଇ ସରକାର ଉଠାଇଥିବା ପଦକ୍ଷେପକୁ ଠିକ୍‌ ବୋଳି କହିଛନ୍ତି । ଏହି ପତ୍ରରେ ବିଲ୍‌ ଗେଟସ୍‌ କହିଛନ୍ତି, ’କରୋନା ମହାମାରୀ ସଂକ୍ରମଣକୁ…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାର ପ୍ରକୋପ ଓ ଲକ୍‌ଡାଉନ୍‌ର ସ୍ଥିତିକୁ ନେଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅପ୍ରେଲ୍‌ 27 ତାରିଖରେ ଭିଡିଓ କନଫରେନ୍ସିଂ କରିବେ ବୋଲି ସୂଚନା ରହିଛି । ଏହି ଅବସରରେ ମୋଦି ମୁଖ୍ୟମନ୍ତ୍ରୀଙ୍କଠାରୁ ଫିଡ୍‌ବ୍ୟାକ୍‌ ନେବେ ବୋଲି ଜଣାପଡିଛି । ରାଜ୍ୟ ତରଫରୁ ଫିଡ୍‌ବ୍ୟାକ୍‌ ଆଧାରରେ ଆଗାମୀ ରଣନୀତି ପ୍ରସ୍ତୁତ କରିବେ କେନ୍ଦ୍ର ସରକାର। ଏପ୍ରିଲ୍‌ 11 ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ସହ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ର ଅବଧିକୁ ମଇ ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ୍‌ 2 ତାରିଖରେ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଥିଲେ ।  ଏବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ…

Read More

ଭୁବନେଶ୍ବର : କଣ୍ଟେନମେଣ୍ଟ ମୁକ୍ତ ହେଲା ରାଜଧାନୀ ଭୁବନେଶ୍ବର । କଣ୍ଟେନମେଣ୍ଟ ଉଠାଇବାକୁ ବିଏମ୍‌ସି ପକ୍ଷରୁ ଘୋଷଣା କରାଯାଇଛି । ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ ଉଠିଲା କଣ୍ଟେନମେଣ୍ଟ । କଣ୍ଟେନମେଣ୍ଟ ଉଠିଥିଲେ ବି ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ । ଆଗାମୀ 7 ଦିନ ପର୍ଯ୍ୟନ୍ତ ଆକ୍ଟିଭ୍‌ ସର୍ଭେଲାନ୍ସ ଜାରି ରହିବ।  ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଜାରି ରହିବ ଆକ୍ଟିଭ୍‌ ସର୍ଭେଲାନ୍ସ । କରୋନା ପଜିଟିଭ୍‌ ମିଳିବାରୁ କଣ୍ଟେନମେଣ୍ଟ ଘୋଷଣା ହୋଇଥିଲା । ପୂର୍ବରୁ ଯଦୁପୁର ଓ ସୁନ୍ଦରପଦାରୁ ହଟିଥିଲା କଣ୍ଟେନେମଣ୍ଟ । ଭୁବନେଶ୍ବରରୁ ମୋଟ୍‌ 46 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 21 ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍‌ କେଶ୍‌ ରହିଛି 24  । ଜଣେ ମାତ୍ର ଲୋକଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବାର ଭଦ୍ରକର ତିନି ଆକ୍ରାନ୍ତ 80, 81, 82 ନମ୍ବରଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। 55 ବର୍ଷୀୟ ବୟସ୍କଙ୍କ ଆକ୍ରାନ୍ତଙ୍କ ଘର ଭଦ୍ରକ ବାସୁଦେବପୁର ଲୁଙ୍ଗା ଗାଁରେ। ସେହିପରି 81 ନଂ ଆକ୍ରାନ୍ତ ଜଣକ ହେଉଛନ୍ତି ଭଦ୍ରକ ବାସୁଦେବପୁର ନନ୍ଦପୁରରେ 35 ବର୍ଷ ବୟସ୍କ। ସେହିପରି 40 ବର୍ଷୀୟ 82ନଂ ଆକ୍ରାନ୍ତଙ୍କ  ଘର ଭଦ୍ରକ ବାସୁଦେବପୁର ବନ୍ଧସାହିରେ। ଏହି ତିନି ଜଣ ମାର୍ଚ୍ଚ 30ରେ କୋଲକାତାରୁ ଭଡ଼ାଗାଡ଼ିରେ ଆସିଥିଲେ। ଅନ୍ୟ 15 ସହଯାତ୍ରୀଙ୍କ ସହ ଭଡ଼ାଗାଡ଼ିରେ ନୂତନ ବଜାରରୁ ଆସିଥିଲେ। କାହାରି ଲକ୍ଷଣ ନଥିଲା, ସାମ୍ପଲ ଟେଷ୍ଟ ପରେ ପଜିଟିଭ ବାହାରିଛି।

Read More

ଭୁବନେଶ୍ବର : ଆଉ 5 ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଦେଲେ ସରକାର। 70ରୁ 74 ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ସମସ୍ତ 5 ଜଣଙ୍କ କୋଲକାତା ଲିଙ୍କ। ବିଭିନ୍ନ ଜାଗା ବୁଲିଥିଲେ ଆକ୍ରାନ୍ତ। 70 ନଂ କୋରେଇରେ 50 ବର୍ଷୀୟ ଆକ୍ରାନ୍ତ 28ରେ କୋଲକାତାରୁ ଫେରିଛନ୍ତି। ଏକ ଭଡା ଗାଡିରେ ଅନ୍ୟ 28 ଜଣଙ୍କ ସହ ହାଓ୍ବଡାରୁ ଆସିଥିଲେ। 31ରେ କୋରେଇ ହସ୍ପିଟାଲ ଯାଇଥିଲେ, 19ଯାଏ ହୋମ୍‌ କ୍ବାରେଣ୍ଟିନ୍‌ରେ ଥିଲେ। ଲକ୍ଷଣ ନଥିଲା, 20ରେ ପଜିଟିଭ୍‌ ପରେ ଟାଟା କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର। 70 ନଂ – ଯାଜପୁର ସଦର ବେହେରା ପାଟଣା ଘର, ବୟସ 28 ବର୍ଷ। କୋଲକତାରୁ ଅନ୍ୟ 11 ଜଣଙ୍କ ସହ ଭଡାଗାଡ଼ିରେ ମାର୍ଚ୍ଚ 29ରେ ଆସିଥିଲେ। ମାର୍ଚ୍ଚ 30ରେ ଯାଜପୁର ହସ୍ପିଟାଲ ଯାଇଥିଲେ, 14 ଯାଏ କ୍ବାରେଣ୍ଟିନ୍‌ରେ ଥିଲେ। 15ରୁ 20 ଯାଏଁ ଯାଜପୁର ମେଡ଼ିକାଲରେ ଆଡମିଶନ ହୋଇଥିଲେ। 20ରେ…

Read More

ଭୁବନେଶ୍ବର : 2020-21 ବର୍ଷ ପାଇଁ ଘରୋଇ ବିଦ୍ୟୁତ୍‌ ଶୁଳ୍କ ଅପରିବର୍ତ୍ତିତ ରହିବ। 2019-20 ବର୍ଷରେ ଟାରିଫ୍‌ ଯାହା  ଥିଲେ ସେୟା ରହିବ। କରୋନା ସଂକ୍ରମଣ ଆଶଙ୍କାରେ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଧ୍ୟ ବିଦ୍ୟୁତ ଦରକୁ ଅପରିବର୍ତ୍ତିତ ରଖିଛନ୍ତି। ଘରୋଇ, ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ବିଦ୍ୟୁତ ଦର ସଂକ୍ରାନ୍ତ ନୂଆ ନିର୍ଦ୍ଦେଶନାମା ମେ’ ପହିଲାରୁ ଲାଗୁ ହେବ। ପ୍ରିପେଡ୍‌ ଉପଭୋକ୍ତାଙ୍କୁ ଦୁଇ ପ୍ରତିଶତ ରିହାତି ମିଳିବ। ବିଦ୍ୟୁତ ବିତରକ କମ୍ପାନୀ ମଧ୍ୟ ସମାନ ଦାମ୍‌ରେ ଗ୍ରୀଡ୍‌କୋରୁ କିଣିବେ। କରୋନା ପାଇଁ ଛୋଟ ଛୋଟ ଶିଳ୍ପ ସଂସ୍ଥାକୁ ଶୁଳ୍କ ରିହାତି ମଧ୍ୟ ମିଳିବ। ପଶ୍ଚିମ ଓଡ଼ିଶାର ଛୋଟ ଇସ୍ପାତ ଶିଳ୍ପ ପାଇଁ ମଧ୍ୟ ରିହାତି ବ୍ୟବସ୍ଥା କରାଯାଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍‌କୁ ମିଳିଛି ବଡ ସଫଳତା। ବୁଧବାର ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇ ୪ ହଜାର ଲିଟର ଦେଶୀ ମଦ ଜବତ କରିବା ସହିତ ୧୪ ଜଣଙ୍କୁ ଗିରଫ କରିଛି। ବୈଦ୍ୟନାଥପୁରର ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍‌ ମଙ୍ଗଳବାର ରାତିରେ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟସ୍ଥ ଜଳେଶ୍ବରପୁରର ଏକ ଇଟା କାରଖାନା ଉପରେ ଚଢାଉ କରିଥିଲେ। ଏହି ଚଢାଉରେ ପୋଲିସ୍‌ ୪୭୪୦ ଲିଟର ଦେଶୀମଦ ଜବତ କରିଛି। ୨୦ ଲିଟର ବିଶିଷ୍ଟ ପ୍ଲାଷ୍ଟିକ୍‌ ଜାରକିନ୍‌ରେ ଏହି ଦେଶୀ ମଦ ରଖାଯାଇଥିଲା। ସେହିପରି ୨୩୮୦୦ ଲିଟର ପଲିଥିନ୍‌ ମଦ ଏବଂ ୧୨୨୯୦ ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି। ଏହା ସହିତ ଦୁଇଟି ପ୍ୟାକେଜିଂ ମେସିନ୍‌ ମଧ୍ୟ ଜବତ କରାଯାଇଛି। ପୋଲିସ୍‌ ପକ୍ଷରୁ ଅବକାରୀ ବିଭାଗ ଅଧିନିୟମ ଅନୁଯାୟୀ କେସ୍‌ ନମ୍ବର ୧୦୯/୨୦୨୦ରେ ମାମଲା ରୁଜୁ କରାଯିବା ସହିତ ଦେଶୀ ମଦ ଭାଟି ମାଲିକ ଭାସ୍କର ସାହୁଙ୍କ ସମେତ ୧୪ ଜଣଙ୍କୁ…

Read More

ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ପାଞ୍ଚ ନମ୍ବର ଜାତୀୟ ରାଜପଥ ହଜାରୀ ଛକ ନିକଟରୁ ପାଞ୍ଚଜଣ ପ୍ରବାସୀ ଶ୍ରମିକଙ୍କୁ ମାର୍ଶାଘାଇ ତହସିଲଦାର ଉଦ୍ଧାର କରିଛନ୍ତି। ଉଦ୍ଧାର ଶ୍ରମିକ ମାନେ ପାରାଦ୍ୱୀପରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନାପୁର ବୋଲି ଜଣାପଡିଛି। ଉଦ୍ଧାର କରିବା ପରେ ଶ୍ରମିକ ମାନଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଆଜି ସକାଳୁ ପାରାଦ୍ବୀପରୁ ସାଇକେଲରେ ମେଦିନାପୁର ଅଞ୍ଚଳକୁ ବାହାରି ଥିବା ବେଳେ ମାର୍ଶାଘାଇ ଥାନା ଅଞ୍ଚଳର ହଜାରୀ ଛକ ନିକଟରେ ପହଞ୍ଚିଥିଲେ। ଏହି ଶ୍ରମିକ ମାନେ ସାଇକେଲରେ କିଛି ଜିନିଷ ବାନ୍ଧି ଥିବାବେଳେ ଗଣମାଧ୍ୟମ ପ୍ରତିନିଧି ସନ୍ଦେହ କରି ମାର୍ଶାଘାଇ ଥାନା ଓ ମାର୍ଶାଘାଇ ତହସିଲଦାରଙ୍କୁ ଖବର ଦେଇଥିଲେ। ଖବରପାଇ ତହସିଲଦାର ଓ ମାର୍ଶାଘାଇ ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କୁ ସେଠାରୁ ଅଟକାଇ ହିନ୍ଦୁଳିଆ ପଞ୍ଚାୟତର ମାଣତୀର ଠାରେ ଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ନେଇ…

Read More

ବେଙ୍ଗାଲୁରୁ : ବେଙ୍ଗାଲୁରୁ ପୋଲିସ୍‌ ପକ୍ଷରୁ ଅନନ୍ୟ ଉପାୟରେ କରୋନା ସଚେତନତା ବାର୍ତ୍ତାର ପ୍ରଚାର କରାଯାଇଛି । ଲକ୍‌ଡାଉନ୍‌ ନିୟମ ପାଳନ କରିବା ପାଇଁ ବେଙ୍ଗାଲୁରୁ ପୋଲିସ୍‌ର ଜଣେ ଅଧିକାରୀ ଯମ ଭାବରେ ଯାଇ ସମସ୍ତଙ୍କୁ ସଚେତନ କରାଇଛନ୍ତି । ଯଦି ଲୋକ ଘରୁ ବାହାରିବେ ତେବେ ଯମଙ୍କ ରୋଶର ଶିକାର ହେବେ । ତେଣୁ ଲକ୍‌ଡାଉନ୍‌ ନିୟମ ମାନି ସମସ୍ତେ ଘରେ ରୁହନ୍ତୁ ଏବଂ ନିରାପଦ ରୁହନ୍ତୁ । ତେବେ ବେଙ୍ଗାଲୁରୁ ପୋଲିସ୍‌ର ଏହି ଅନନ୍ୟ ପ୍ରୟାସକୁ ସୋସିଆଲ୍‌ ମିଡିଆରେ ଢେର ପ୍ରଶଂସା କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ / ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସରେ ଫେସବୁକ୍ ପକ୍ଷରୁ ୪୩,୫୭୪ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଯାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଓ ଫେସବୁକ୍ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏକ ଡଲାରର ବିନିମୟ ମୂଲ୍ୟ ୭୦ ଟଙ୍କା ହିସାବରେ ଜିଓ ପ୍ଲାଟଫର୍ମସ୍‌ର ପ୍ରାକ୍‌-ଅର୍ଥ ସଂସ୍ଥାଗତ ମୂଲ୍ୟାଙ୍କନକୁ ୬୫.୯୫ ବିଲିଅନ ଡଲାର (୪.୬୨ ଲକ୍ଷ କୋଟି ଟଙ୍କା) ହିସାବ କରି ଫେସ୍‌ବୁକ୍ ତରଫରୁ ଏହି ନିବେଶ କରାଯାଇଛି । ଫେସବୁକ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ଭିତ୍ତିରେ ୯.୯୯ ପ୍ରତିଶତ ଇକ୍ୱିଟି ଅଂଶଧନରେ ପରିଣତ ହେବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମ ହେଉଛି ଏକ ପରବର୍ତୀ ପିଢ଼ିର ପ୍ରଯୁକ୍ତି କଂପାନି ଯାହା ଜିଓର ଅଗ୍ରଣୀ ଡିଜିଟାଲ୍ ଆପ୍‌, ଡିଜିଟାଲ୍ ଇକୋସିଷ୍ଟମ୍ ବ୍ୟବସ୍ଥା ଓ ଭାରତର ଏକ ନମ୍ବର ଦ୍ରୁତ…

Read More

ଜୟପୁର: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ କାରଣରୁ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌। ରିପବ୍ଲିକ୍‌ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆଙ୍କୁ ପାଲଗଡ ଭିଡ ହିଂସା ପାଇଁ ସମାଲୋଚନା କରିଥିଲେ। କେବଳ ଖ୍ରୀଷ୍ଟ ଧର୍ମର ଲୋକଙ୍କ ପ୍ରତି ସୋନିଆଙ୍କ ସମ୍ବେଦନଶୀଳତା ରହିଛି ତେଣୁ ପାଲଗଡ ମାମଲାକୁ ନେଇ ସେ ନୀରବ ବୋଲି ଅର୍ଣ୍ଣବ ମତ ଦେଇଥିଲେ। ଏହି ଘଟଣାକୁ ନେଇ ଗେହଲଟ ଅର୍ଣ୍ଣବଙ୍କୁ ସମାଲୋଚନା କରିଛନ୍ତି। ଗୋସ୍ବାମୀ ସାମ୍ବାଦିକତାର ସର୍ବନିମ୍ନ ସ୍ତରକୁ ଖସି ଆସିଛନ୍ତି ତେଣୁ ଏଡିଟରସ୍‌ ଗିଲ୍ଡ ଗୋସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗେହଲଟ୍‌। (ଏଜେନ୍ସି)

Read More

ଦେବାଶିଷ ପାଢୀ ଯାଜପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ରହିବା ଏବଂ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ତୃଣମୂଳ ସ୍ତରରେ ଏହା ବିଫଳ ହୋଇଛି। ଏପରି ଏକ ନଜିର ଯାଜପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଯାଜପୁରର ଜହ୍ନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛୋଟରାୟପୁର ଗ୍ରାମରେ ଏପରି ଏକ ଘଟଣା ଘଟିଛି। ବିହାରରୁ ଆସିଥିବା ଦୁଇ ଜଣ ଶ୍ରମିକ ପ୍ରାୟ ଦେଢ ମାସ ହେବ ଲକ୍‌ଡାଉନ୍‌ରେ ଫସି ରହିଥିବା ବେଳେ ଉଭୟଙ୍କ ନିକଟରେ ଖାଇବା ପାଇଁ କିଛି ନାହିଁ। ପ୍ରାୟ ୭ ଦିନ ହେବ ଉଭୟ ଖାଇବାକୁ ପାଇନଥିବା ବେଳେ ଏନେଇ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ।

Read More

ରମେଶ ମହାନ୍ତି ଜଗତସିଂହପୁର: ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକର ସମୟରେ ପରିବର୍ତ୍ତନ କରିଛନ୍ତି। ଔଷଧ ଦୋକାନ ବ୍ୟତୀତ ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକ ପ୍ରତ୍ୟହ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲାରହିବ। ସମସ୍ତ ଦୋକାନ ଆଗରେ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବା ସହିତ ଅଧିକ ଲୋକ ଯେପରି ଏକାଠି ନହୁଅନ୍ତି ସେଥିପ୍ରତି ସଂପୃକ୍ତ ଦୋକାନୀ ଦୃଷ୍ଟିଦେବେ। ଦୋକାନୀ ଓ ବ୍ୟବସାୟୀମାନେ ଲୋକମାନଙ୍କୁ ସଚେତନ କରିବା ସହିତ ନୂଆ ସମୟ ସାରଣୀ ସଂପର୍କରେ ଦୋକାନ ଆଗରେ ପୋଷ୍ଟର୍ ମାରିବେ। ଏହା ବ୍ୟତୀତ ପୁର୍ବରୁ ଥିବା ସମସ୍ତ ଆଦେଶ ବଳବତ୍ତର ରହିବ। ଏହାର ବ୍ୟତିକ୍ରମ ହେଲେ ସଂପୃକ୍ତ ଦୋକାନୀ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲ୍ଲାର ସମସ୍ତ ସାପ୍ତାହିକ ହାଟଗୁଡିକ ସପ୍ତାହରେ ଗୋଟିଏ ଦିନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ଚାଲିବ ଔଷଧ ଦୋକାନ…

Read More