ଭୁବନେଶ୍ବରରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ନେଇ ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

Published: Apr 28, 2020, 10:16 pm IST

ଭୁବନେଶ୍ବର : ରାଜଧାନୀ ବାସୀଙ୍କ ପାଇଁ ଲକ୍‌ ଡାଉନ୍‌ରେ କିଛି ନିୟମ କୋହଳ କରାଗଲା ।  କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବ ସେନେଇ ବିଏମ୍‌ସି ପକ୍ଷରୁ ତାଲିକା ପ୍ରସ୍ତୁତି କରାଯାଇଛି । ପୂର୍ବରୁ କୋହଳ ଥିବା ଅତ୍ୟାବଶ୍ୟକ ସେବା ସହ ଆଉ କିଛି ସେବାକୁ ଯୋଡା ଯୋଇଛି ।

ଭୁବନେଶ୍ବରରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ନେଇ ବିଏମସି ତରଫରୁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ସମସ୍ତ ମାର୍କେଟ୍‌ କମ୍ପ୍ଲେକ୍ସ- ମଲ୍ଟି ଓ ସିଙ୍ଗଲ୍‌ ବ୍ରାଣ୍ଡ ବନ୍ଦ ରହିବ ବୋଲି ସୂଚନା ରହିଛି । ଜିମ୍ନାସିୟମ୍‌, ପାର୍ଲର୍‌, ସେଲୁନ୍‌, ସ୍ପା, ବିୟୁଟି ପାର୍ଲର, ମସାଜ୍‌ ସେଣ୍ଟର ମଧ୍ୟ ବନ୍ଦ ରହିବ । ଚା’ କଫି, ପାନ, ଫାଷ୍ଟ ଫୁଡ୍‌, ଟିଫିନ୍‌, ଫଳ ରସ ବିକ୍ରି ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ଗ୍ରୋସରୀ, ଫଳ, ପନିପରିବା, ମାଛ, ମାଂସ, କ୍ଷୀର ଦୋକାନ ଆଦି ଖୋଲିବ ବୋଲି ସୂଚନା ରହିଛି ।

ସେହିପରି ଇଲେକ୍ଟ୍ରିକାଲ୍‌, ଇଲୋକଟ୍ରୋନିକ୍‌, ଫ୍ୟାନ୍‌, ମୋବାଇଲ୍‌ ମରାମତି ଦୋକାନ ଆଦି ଖୋଲିବ । ମୋଟର ଗ୍ୟାରେଜ୍‌, ମୋଟର ପାର୍ଟସ୍‌, ଲୁବ୍ରିକାଣ୍ଟ ଦୋକାନ ମଧ୍ୟ ଖୋଲିବ। ପାଠ୍ୟ ପୁସ୍ତକ ଦୋକାନ ମଧ୍ୟ ଖୋଲାଯିବ । ଗୋଟିଏ ବିଲ୍ଡିଂରେ 5ରୁ ଅଧିକ ଦୋକାନ ଖୋଲିବାକୁ ବାରଣ କରାଯାଇଛି । ସେହିପରି ରେସ୍ତୋରାଁରୁ ହୋମ୍‌ ଡେଲିଭରି ବ୍ୟବସ୍ଥା ହୋଇପାରିବ । ଇଣ୍ଟରନେଟ୍‌, କେବୁଲ୍‌ ସର୍ଭିସ୍‌/ଡିଟିଏଚ୍‌, ଅପଟିକାଲ୍‌ ଫାଇଭର୍‌ ଖୋଲା ରହିବ । ଇଲେକ୍ଟିସିଆନ୍‌, ପ୍ଲମ୍ପର୍‌, କାର୍ପେଣ୍ଟର୍‌, ମୋଟର ମେକାନିକ୍ସ ମାନେ କାମ କରିପାରିବେ । ଆଇରନ୍‌ ରଡ୍‌, ଚିପ୍ସ ଓ ସିମେଣ୍ଟ ରାତିରେ ନିର୍ମାଣ ସ୍ଥଳକୁ ଯାଇପାରିବ । ସେହିପରି ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ 25 ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବାକୁ ଅନୁମତି ଦିଆଯାଇଛି ।

Related posts