Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍‌ ଚିହ୍ନଟ। ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମ୍ୟାପ ଅନୁସାରେ ସୂଚନା ମିଳିଛି। ଏବେ ଭଦ୍ରକରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା 11କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 82ରେ ପହଞ୍ଚିଛି। ଏବେ ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ 51 ରହିଥିବାବେଳେ ଆରୋଗ୍ୟ ହୋଇଛନ୍ତି 30 ଜଣ। ଓଡ଼ିଶାରେ ମାତ୍ର ଜଣକର କରୋନା ଜନିତ ମୃତ୍ୟୁ ହୋଇଛି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟ୍‌ରୁ ପ୍ରକାଶ। ତେବେ  ଗତକାଲି ଓଡ଼ିଶାରେ 44 ନମ୍ବର କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି। ତାଙ୍କର କରୋନାରେ ମୃତ୍ୟୁ ହୋଇନଥିବାର ସ୍ପଷ୍ଟ ହୋଇଛି।

Read More

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା 6 ଜଣ କରୋନା ରୋଗୀଙ୍କ ଯାତ୍ରା ବିବରଣୀ ଜାରି ହୋଇଛି। ଆକ୍ରାନ୍ତ ନମ୍ବର 61ଠାରୁ66 ନମ୍ବର ଆକ୍ରାମନ୍ତଙ୍କ ଭ୍ରମଣ ଇତିହାସକୁ ଜାରି କରିଛି ରାଜ୍ୟ ଓପରିବାର କଲ୍ୟାଣ ବିଭାଗ। 61ନମ୍ବର ଆକ୍ରାନ୍ତ ଜଣକ 6ଟି ହସ୍ପିଟାଲ ବୁଲିବାର ସୂଚନା ରହିଛି। ବାଲେଶ୍ୱର ନେଳିଆବାଗର 58 ବର୍ଷୀୟ ବ୍ୟକ୍ତି ଜଣକ ମାର୍ଚ୍ଚ 14ରେ ଝାଡ଼ଖଣ୍ଡରୁ ଫେରିଥିବାବେଳେ ଏପ୍ରିଲ୍‌ 7 ତାରିଖରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଗତ 13ରେ ବାଲେଶ୍ୱରରୁ ଭୁବନେଶ୍ୱର ଆପୋଲୋ ଆସିଥିଲେ। ସେହିଦିନ ଆପୋଲୋରୁ କିମ୍ସ ଆସିଥିଲେ। 14ରୁ 16 ଯାଏଁ ଭୁବନେଶ୍ୱର କୋଭିଡ ହସ୍ପିଟାଲ୍‌ରେ ଥିଲେ। 16ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। 18ରେ ତାଙ୍କର ନମୁନା ପଜିଟିଭ ଆସିଥିଲା। ସେହିଦିନ କିମ୍ସ କୋଭିଡ ହସ୍ପିଟାଲ୍‌ରେ ସେ ଭର୍ତ୍ତି ହୋଇଥିଲେ। ସେହିଭଳି 62 ନମ୍ବର ଆକ୍ରାନ୍ତ ଜଣକ ଭଦ୍ରକ ବାସୁଦେବପୁରର 57 ବର୍ଷୀୟ । ସେ କୋଲକାତାରୁ ଫେରି ଭଦ୍ରକ ବାସୁଦେବପୁର…

Read More

ଭୁବନେଶ୍ବର: ୬୮ ନମ୍ବର ୨ ବର୍ଷୀୟ ଶିଶୁକନ୍ୟାର ବିବରଣୀ ମଧ୍ୟ ପ୍ରକାଶ କରିଛନ୍ତି ସରକାର। ଥଣ୍ଡା କାଶ ଲାଗି ରହିବା ପରେ ସେ ସ୍ଥାନୀୟ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ଯାଇଥିଲେ। ଏପ୍ରିଲ୍‌ 6ରୁ ଥଣ୍ଡା, କାଶ ରହିଥିଲା । ସେ ଦୁଇଥର ବରହମପୁର ହସ୍ପିଟାଲ ଯାଇଥିଲେ। ଏପ୍ରିଲ୍‌ 7ରୁ 16 ମଧ୍ୟରେ ଶିଶୁ କନ୍ୟାକୁ ଦୁଇଥର ହସ୍ପିଟାଲ ନିଆଯାଇଛି। ଏପ୍ରିଲ୍‌ 19ରେ ନମୁନା ପଜିଟିଭ ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି 69 ଆକ୍ରାନ୍ତ ଜଣକ ବୟସ ହେଉଛି 40 ବର୍ଷ। ସେ ସୁନ୍ଦରଗଡ ବିସ୍ରା ଅଞ୍ଚଳର। ପୂର୍ବରୁଜଣେ ସମ୍ପର୍କୀୟ ଆକ୍ରାନ୍ତଙ୍କ ଥିବାରୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ। ଲକ୍ଷଣ ପ୍ରକାଶ ପାଇବାରୁ ଏପ୍ରିଲ୍‌ 20ରେ ତାଙ୍କର ସାମ୍ପଲ୍‌ ନିଆଯାଇଥିଲା। ସାମ୍ପଲ୍‌ ପଜିଟିଭ୍‌ ମିଳିବା ପରେ ତାଙ୍କୁ ରାଉରକେଲା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Read More

ରମେଶ ମହାନ୍ତି ଜଗତସିଂହପୁର: ମହାମାରୀ କରୋନା ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଉଛି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଯେପରି ନପଡ଼ିବ ସେଥିପାଇଁ ସଚେତନତା ସୃଷ୍ଟି କରାଯାଉଛି। ଏପରିକି ଗ୍ରାମାଞ୍ଚଳରେ ଅଧିକ ସଚେତନତା ଆବଶ୍ୟକତାକୁ ଲକ୍ଷ୍ୟ ରଖି ଅସହାୟ ଅନଗ୍ରସର ଅନୁସୂଚିତ ଜାତି ଲୋକମାନଙ୍କ ପାଇଁ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜଳସଂପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତରେ ସରପଞ୍ଚ ରମେଶ ଚନ୍ଦ୍ର ପାଇଟଳଙ୍କ ଦ୍ଵାରା ସଚେତନତା ସୃଷ୍ଟି କରାଯିବା ସହ ମାସ୍କ ଏବଂ ସାବୁନ୍ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମିତି ସଭ୍ୟ ରମେଶ ପଲେଇ, ପଞ୍ଚାୟତ ସଭାପତି ବସୁଦେବ ନାୟକଙ୍କ ସମେତ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରୁ…

Read More

ଭୁବନେଶ୍ବର: 62ଟି ମଠ, ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କରୋନା ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି । ମୋଟ୍ ଏକ କୋଟି 37 ଲକ୍ଷ 72 ହଜାର 818 ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦିଆଯାଇଛି।  ଘଟଗାଁ ତାରିଣୀ, ରାୟଗଡା ମଝି ଘରିଆଣୀ ମନ୍ଦିର ଦେବେ 20 ଲକ୍ଷ ଲେଖାଏଁ । କାକଟପୁର ମଙ୍ଗଳା ମନ୍ଦିର 10 ଲକ୍ଷ ଟଙ୍କା, ଜଗତସିଂହପୁର ଗୋରଖନାଥ ମନ୍ଦିର 10 ଲକ୍ଷ, ବାଲେଶ୍ବର କ୍ଷୀରଚୋରା ଗୋପୀନାଥ ମନ୍ଦିର ପକ୍ଷରୁ 5 ଲକ୍ଷ ଟଙ୍କା ଦାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ଦାନ ସୂରୁପ ଦିଆଯିବା ନେଇ ଘୋଷଣା ହୋଇଛି। ଦେବୋତ୍ତର କମିଶନରଙ୍କ ଜରିଆରେ ଟଙ୍କା ଦାନ ଦିଆଯିବ ବୋଲି ଘୋଷଣା ରହିଛି।

Read More

ମୁମ୍ବାଇ : ଦେଶରେ ମହାମାରୀ କରୋନା ବେଶ୍‌ ଭୟଙ୍କର ଭାବରେ ବଢି ଚାଲିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି । ଭାରତରେ କରୋନା ଯୋଗୁଁ 19 ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବାବେଳେ 600ରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି । ତେବେ କରୋନା ଯୋଗୁଁ ମହାରାଷ୍ଟ୍ର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଏଠାରେ 5000ରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ରାଜ୍ୟରେ 251ଜଣଙ୍କର ଜୀବନ ଗଲାଣି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସମ୍ପର୍କିତ 552ଟି ନୂତନ ମାମଲା ଆସିଥଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହାର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହେଉଛି । ମୁମ୍ବାଇରେ ଗତ ଚବିଶ ଘଣ୍ଟା ମଧ୍ୟରେ 419ଟି ମାମଲା ଆସିଥିବାବେଳେ 12 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମହାରାଷ୍ଟ୍ରରେ ଆଜି 19 ଜଣଙ୍କର ମୃତ୍ୟୁ ହୋଇଛି । …

Read More

ଚେନ୍ନାଇ : ଚେନ୍ନାଇ ସ୍ଥିତ ଏକ ତାମିଲ୍‌ ନ୍ୟୁଜ ଚ୍ୟାନେଲ୍‌ରେ କାମ କରୁଥିବା ପ୍ରାୟ 25ଜଣରୁ ଅଧିକ  ସମ୍ବାଦିକଙ୍କକରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ଡେସ୍କ ଏବଂ ରିପୋର୍ଟର ରହିଛନ୍ତି। 24ବର୍ଷିୟ ଜଣେ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଅଫିସ୍‌ର 94 ଜଣ କର୍ମଚାରୀଙ୍କ କରୋନା ପରୀକ୍ଷା ହୋଇଥିଲା। ଏହାସହ କରୋନା ଆକ୍ରାନ୍ତ ଆସିଥିବା କର୍ମଚାରୀଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ ଟ୍ରେସିଂ କରାଯାଉଛି। ସାମ୍ବାଦିକମାନଙ୍କ କରୋନା ପଜିଟିଭ୍‌ ମିଳିବା ପରେ ତାମିଲନାଡୁ ରାଜନୈତିକ ଦଳର ପିଏମ୍‌କେ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀ ନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପିଏମ୍‌କେର ସଂସ୍ଥାପକ ନେତା ଏ୍‌. ରାମଦୌସ୍‌ ମଙ୍ଗଳବାର ଦିନ ମିଡିଆ ସଙ୍ଗଠନକୁ ତାଙ୍କ କର୍ମଚାରୀଙ୍କୁ ରକ୍ଷା କରିବା ପାଇଁ ଆହ୍ବାନ ଦେଇଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ୱର:  ସଂପ୍ରତି ବିଶ୍ୱବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରେ ଏହାର ସ୍ଥିତି, ସଫଳ ମୁକାବିଲା ଓ ଲକ୍‌ ଡାଉନ୍‌ବେଳେ ବିଧାୟୀ କାର୍ଯ୍ୟ ପରିଚାଳନା ସଂପର୍କରେ ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ପ୍ରକାଶ ବିର୍ଲା ଆଜି ସମସ୍ତ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା କରିଛନ୍ତି। ଲୋକସଭା ବାଚସ୍ପତି ଶ୍ରୀ ବିର୍ଲା କୋଭିଡି୍‌-୧୯ ମୁକାବିଲା ଦିଗରେ ସମସ୍ତ ସାଂସଦ ଓ ବିଧାୟକମାନଙ୍କର ସକରାତ୍ମକ ସହଯୋଗ କାମନା କରିଥିଲେ। ସଚିବାଳୟ ମାର୍ଗସ୍ଥିତ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି)ରେ ଅନୁଷ୍ଠିତ ଏହି ଭିଡ଼ିଓ କନ୍‌ଫରେନ୍‌ସିଂରେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଓଡ଼ିଶାରେ କରୋନା ସଂକ୍ରମଣ, କୋଭିଡ୍‌-୧୯ ସ୍ୱତନ୍ତ୍ର ହସ୍‌ପିଟାଲ୍‌ ପ୍ରତିଷ୍ଠା, ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଓଡ଼ିଶାରେ ଲକ୍‌ ଡାଉନ୍‌, କ୍ୱରାଣ୍ଟାଇନ୍‌, ଆଇସୋଲେସନ୍‌, ସାମାଜିକ ଦୂରତ୍ୱ, ହାତଧୁଆ ଆଦି କଡ଼ାକଡ଼ି ଭାବେ ପାଳନ କରାଯାଉଛି ବୋଲି ସେ କହିଥିଲେ। ସଂକ୍ରମିତ…

Read More

ମୁମ୍ବାଇ : କରୋନା ଭାଇରସ୍‌କୁ ନେଇ ସାରା ଦେଶରେ ଏବେ ଉଦ୍‌ବେଗଜନକ ଅବସ୍ଥା ରହିଥିବାବେଳେ ମୁମ୍ବାଇରେ ଏହା ବେଶ୍ ସଂକଟଜନକ ସ୍ଥିତିରେ ରହିଛି । ରାଜ୍ୟରେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ତେବେ ଏହା ମଧ୍ୟରେ ଏକ ସକାରାତ୍ମକ ଖବର ଶୁଣିବାକୁ ମିଳିଛି । ଦକ୍ଷିଣ ପୂର୍ବ ମୁମ୍ବାଇର ନାନାବାତୀ ହସ୍ପିଟାଲରେ ଏକ କରୋନା ସଂକ୍ରମିତ ମହିଳା ସୁସ୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି । ଦକ୍ଷିଣ ମୁମ୍ବାଇର 35 ବର୍ଷୀୟା କରୋନା ସଂକ୍ରମିତ ମହିଳା ଜଣକ ରବିବାର ଦିନ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ ଗର୍ଭବତୀ ହେବାର 38 ତମ ସପ୍ତାହରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ କରୋନା ଟେଷ୍ଟ ପଜିଟିଭ୍‌ ଆସିଥିଲା । ତେବେ ଶିଶୁଟି ସୁସ୍ଥ ଥିବାବେଳେ ମା’ ଓ ଛୁଆଙ୍କୁ ଅଲଗା ଅଲଗା ସ୍ପେଶାଲ କରିଡରରେ ରଖାଯାଇଛି । ଶିଶୁଟି ଜନ୍ମ…

Read More

ଭୁବନେଶ୍ବର : କରୋନା ଭୂତାଣୁ (କୋଭିଡ୍‌-୧୯)କୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବାବେଳେ ଚାଷୀମାନଙ୍କ ସୁବିଧା ପାଇଁ ନୂତନ ଓ୍ବେବ୍‌ସାଇଟ୍‌ ଲଞ୍ଚ କରାଯାଇଛି । ଉଦ୍ୟାନ ଭିତ୍ତିକ ଫସଲ ଯଥା ଫଳ, ପନିପରିବା, ଫୁଲ, ମସଲା ଆଦି ସୁବିଧାରେ ବିକ୍ରି ପାଇଁ ଏହି ୱେବ୍‌ସାଇଟର ଲୋକାର୍ପଣ କରାଯାଇଛି । ଆଜି ଅପରାହ୍ନରେ କୃଷି ଭବନଠାରେ ଏହି ୱେବ୍‌ସାଇଟ odihortmarketing.nic.in କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଲୋକାର୍ପିତ କରିଥିଲେ । ଫଳ, ପନିପରିବା ଆଦିର ଗୁଣାତ୍ମକ ମାନ ଶୀଘ୍ର ନଷ୍ଟ ହୋଇଯାଉଥିବାରୁ ଏହାର ଉପଯୁକ୍ତ ବିକ୍ରି ଦିଗରେ ଏହି ୱେବ୍‌ସାଇଟ୍‌ ସହାୟକ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଏହା ଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ । ଏହି ୱେବ୍‌ସାଇଟ୍‌ ଫଳ ଓ…

Read More

ମୁମ୍ବାଇ : ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କୁ ଧନ୍ୟବାଦ ଜଣାଇଛି ମୁମ୍ବାଇ ପୋଲିସ୍‌ । କରୋନା ସଂକ୍ରମଣ ସମୟରେ କର୍ତ୍ତବ୍ୟରତ ପୋଲିସ୍‌ ଅଧିକାରୀଙ୍କ ପାଇଁ 8ଟି ହୋଟେଲ୍‌ ବୁକ କରିଛନ୍ତି । କର୍ତ୍ତବ୍ୟରତ ପୋଲିସ୍‌ଙ୍କ ରହିବା ଏବଂ ଖାଇବାର ସମସ୍ତ ବ୍ୟବସ୍ଥା କରିଛନ୍ତି । ମୁମ୍ବାଇ ପୋଲିସ୍‌ ନିଜର ଟ୍ବିଟ୍ଟର ହ୍ୟାଣ୍ଡେଲ୍‌ ଜରିଆରେ ସୂର୍ଯ୍ୟବଂଶୀ ଫିଲ୍ମର ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରୋହିତ ଶେଟ୍ଟୀ ପୂର୍ବରୁ ଏଫ୍‌ଡବ୍ଲ୍ୟୁଆଇସିର ଶ୍ରମିକ ମାନଙ୍କ ନିମନ୍ତେ 1 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ପୂର୍ବରୁ ସ୍ବାସ୍ଥ୍ୟକର୍ମୀଙ୍କୁ ହୋଟେଲ ପ୍ରଦାନ କରୁଥିବା ସମସ୍ତ ବଲିଉଡ୍‌ ତାରକା ନିଜ ଘର କିମ୍ବା ହୋଟେଲ ପ୍ରଦାନ କରିଥିଲେ ମାତ୍ର ରୋହିତ ସମସ୍ତ ହୋଟେଲକୁ ଭଡାରେ ନେଇ ପୋଲିସ୍‌ର ସହାୟତା କରିଛନ୍ତି ।

Read More

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ଦେଶରେ ବାହାଘରକୁ ସ୍ଥଗିତ ରଖାଯାଇଛି । ଲକ୍ ଡାଉନ୍‌ ଯୋଗୁଁ ଏବେ ଅନ୍‌ଲାଇନ୍‌ରେ ବାହାଘର ହେଉଛି । ୟୁପିର ବରେଲୀରେ ଏକ ଅନନ୍ୟ ବାହାଘର ଅନୁଷ୍ଠିତ ହୋଇଛି । ଏହି ବାହାଘରଟି ଅନ୍‌ଲାଇନ୍‌ରେ ହୋଇଥିବାବେଳେ ସମ୍ପୂର୍ଣ୍ଣ ରୀତିନୀତି ସହିତ ସମ୍ପନ୍ନ କରାଯାଇଥିଲା । ଏହି ବାହାଘରରେ ପଣ୍ଡିତ ମନ୍ତ୍ରୋଚାରଣ କରିବା ସହିତ ସମସ୍ତ ବିଧି ଅନୁସାରେ ଏହି ବିବାହକୁ ଶେଷ କରାଯାଇଥିଲା । ଅନ୍‌ଲାଇନ୍‌ରେ ସପ୍ତପଦୀ ନେବା ସହିତ ଅନ୍‌ଲାଇନ୍‌ରେ ଅତିଥିମାନେ ମଧ୍ୟ ସାମିଲ୍‌ ରହିଥିଲେ । ଅନ୍‌ ଲାଇନରେ ଢୋଲ୍‌-ମହୁରୀ ମଧ୍ୟ ବଜାଯାଇଥିଲା । ନାଚ, ଗୀତ ସହିତ ମଜା ମସ୍ତି ସବୁ ହୋଇଥିଲା କିନ୍ତୁ ଏହା ସମସ୍ତ ସୋସିଆଲ୍‌ ଡିଷ୍ଟାନ୍ସିଂର ପାଳନ କରାଯାଇଥିଲା। ବରେଲୀର କିର୍ତ୍ତୀ ସହିତ ମୁମ୍ବାଇର ସୁଷେନଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଥିଲା । କୀର୍ତ୍ତି ଓ ସୁଷେନ୍‌ ଫେବୃଆରୀ 21ରେ କୋର୍ଟ ମ୍ୟାରେଜ୍‌ କରିଥିବାବେଳେ ସାମାଜିକ ବିଧିବିଧାନ ସହ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ବ୍ଲକ୍‌ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତର ସାହସପୁର ଗ୍ରାମରେ ମହିଳା ମାନେ ସାହସର ଅନନ୍ୟ ଉଦାହରଣ ଦେଖାଇଛନ୍ତି। ସାହସପୁରରେ ରହିଥିବା ଗତେଶ୍ବରପୁର ଆଞ୍ଚଳିକ ମଞ୍ଚର ସଦସ୍ୟା ମାନେ ଚୋରାମଦ ବେପାରୀଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି। ଦୁଇ ଜଣ ଯୁବକ ଏକ ବାଇକ୍‌ ଯୋଗେ ଦେଶୀମଦ ନେଇ ଯାଉଥିବା ବେଳେ ସଙ୍ଗଠନର ସଦସ୍ୟା ମାନେ ଉଭୟଙ୍କୁ ଧରିଥିଲେ। ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟଜଣଙ୍କୁ ସଦସ୍ୟା ମାନେ ପୋଲିସ୍‌ ଜିମା ଦେଇଛନ୍ତି। ଲକ ଡାଉନ ସମୟରେ ସାହାସପୁର ମହିଳା ମାନଙ୍କର ଏପରି ସାହସିକତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ସେହିପରି ବାଣପୁର ପୋଲିସ୍‌ ପକ୍ଷରୁ ଅନ୍ୟ ଏକ ରେଡ୍‌ରେ ଦେଶୀ ଚୋରାମଦ ଜବତ କରାଯିବା ସହିତ ଜଣଙ୍କୁ ଅଟକ ରଖିଛି। ବନବାସପୁରରେ ପୋଲିସ୍‌ ରେଡ୍‌ କରି ଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ…

Read More

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଭିଡ ହିଂସା ବଢି ଚାଲିଥିବା ବେଳେ ଏହ ବିରୋଧରେ ଆଇନ ପ୍ରଣୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛି ଏକ ମୁସ୍‌ଲିମ୍‌ ସଙ୍ଗଠନ । ମୁସଲିମ୍‌ ସଙ୍ଗଠନ ଅଲ ଇଣ୍ଡିଆ ମୁସଲିମ୍‌ ମଜଲିସ୍‌ ଏ ମୁଶାଓ୍ବରା ପକ୍ଷରୁ ମୋଦିଙ୍କୁ ଏହି ଅନୁରୋଧ କରାଯାଇଛି । ବର୍ତ୍ତମାନ ଭିଡ ହିଂସା ଦେଶର ପରମ୍ପରା ସଦୃଶ ହୋଇଯାଇଛି ଏବଂ ଏହାକୁ ସଂଖ୍ୟାଲଘୁଙ୍କ ବିରୋଧରେ କରାଯାଉଛି ଅଥବା ଦାୟୀ କରାଯାଉଛି । ଗତ 16 ତାରିଖରେ ପାଲଗଡରେ ଘଟିଥିବା ହିଂସା ପାଇଁ ମଧ୍ୟ ମୁସଲିମଙ୍କୁ ଦାୟୀ କରାଯାଇଥିଲା । ତେଣୁ ଲିଞ୍ଚିଂ ବିରୋଧରେ ଦୃଢ ନିୟମ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ଅଲ ଇଣ୍ଡିଆ ମୁସଲିମ୍‌ ମଜଲିସ୍‌ ଏ ମୁଶାଓ୍ବରାର ସଭାପତି ନାଭେଦ୍‌ ହମିଦ୍‌ । (ଏଜେନ୍ସି)

Read More

ଇସଲାମାବାଦ : ସେଲ୍ଫ କ୍ବାରେଣ୍ଟାଇନ୍‌ରେ ଅଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଇମ୍ରାନ୍‌ଙ୍କର କରୋନା ପରୀକ୍ଷଣ କରାଯିବା ସହିତ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଧି ଫାଉଣ୍ଡେସନ୍‌ର ମୁଖ୍ୟ ଫୈଜଲ୍‌ ଏଧିଙ୍କୁ ଇମ୍ରାନ ଭେଟିବା ପରେ ଫୈଜଲ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଫୈଜଲ୍‌ ସରକାରଙ୍କୁ କରୋନା ମୁକାବିଲା ପାଇଁ 1 କୋଟି ଟଙ୍କା ପ୍ରଦାନ କରିବା ସହିତ ଇମ୍ରାନଙ୍କୁ ଭେଟିଥିଲେ । ଫୈଜଲ୍‌ ମଙ୍ଗଳବାର କରୋନାରେ ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଇମ୍ରାନଙ୍କୁ ସେଲ୍ଫ କ୍ବାରାଣ୍ଟାଇନ୍‌ରେ ରହିଥିଲେ ।

Read More

ନୂଆଦିଲ୍ଲୀ: ଚୀନ୍‌ରୁ ଆସିଥିବା ରାପିଡ୍‌ ଟେଷ୍ଟ କିଟ୍‌ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ମନା କରିଛି ଆଇଏମ୍‌ସିଆର୍‌ । ପ୍ରଥମେ ରାଜସ୍ଥାନ ଏବଂ କୋଲକାତାରୁ ରାପିଡ୍‌ ଟେଷ୍ଟ କିଟ୍‌ର ବିଫଳତା ସମ୍ମୁଖକୁ ଆସିଥିଲା । ଏହି କିଟ୍‌ରେ ପଜିଟିଭ୍‌ ରୋଗୀ ମାନଙ୍କର ରିପୋର୍ଟ ନେଗେଟିଭ୍‌ ଦେଖାଉଥିଲା । ଏହି ଅଭିଯୋଗ ଆସିବା ପରେ ଆସନ୍ତା ଦୁଇ ଦିନ ପାଇଁ ରାପିଡ୍‌ ଟେଷ୍ଟିଂ କିଟ୍‌ ବ୍ୟବହାର ନକରିବା ପାଇଁ ଆଇଏମ୍‌ସିଆର୍‌ ପକ୍ଷରୁ କୁହାଯାଇଛି ।

Read More

ଦେବ ରଞ୍ଜନ କରୋନା ବିରୁଦ୍ଧରେ ଯୁଦ୍ଧ ଘୋଷଣା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ? ବିଶ୍ୱବ୍ୟାପି କରୋନା ସଂକ୍ରମଣକୁ ରୋକିବା ଲାଗି ନିଆଯାଉଥିବା ପଦକ୍ଷେପର ଏହା ଏକ ଅଂଶ ନା ମୁସଲମାନଙ୍କ ବିରୁଦ୍ଧରେ ଏହା ଆହୁରି ଏକ ଷଡଯନ୍ତ୍ର ? ଦେଶରେ ପୂର୍ବରୁ ରହିଥିବା ସାମ୍ପ୍ରଦାୟିକ ଭାବନା ଆଜି ପୁଣି “କରୋନା ବିରୋଧୀ ଯୁଦ୍ଧ”ରେ ପ୍ରତିଫଳିତ ହେବାହେତୁ ଏହି ପ୍ରଶ୍ନ ଆସୁଛି । ଭାରତରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାକୁ ଦେଖିଲେ ଏହା ଅନ୍ୟ ସଂକ୍ରମଣ ରୋଗ ତୁଳନାରେ (ଯଥା: ଟିବି, ମେଲେରିଆ, ଟାଇଫେଡ ଜ୍ଵର, ହେପାଟାଇଟିସ, ଡାଇରିଆ ଇତ୍ୟାଦି) ସେଭଳି ଆତଙ୍କ ସୃଷ୍ଟିକାରୀ ସଂକ୍ରମଣ ନୁହେଁ ଯାହା ଲାଗି ସମଗ୍ର ଦେଶର 130 କୋଟି ଲୋକଙ୍କୁ 40 ଦିନ ଲାଗି ଲକ ଡାଉନ କରିଦିଆଯିବ । କିନ୍ତୁ ଏହାର ଆକ୍ରାନ୍ତଙ୍କ ଏକ ଅଂଶକୁ “ନିଜାମୁଦ୍ଦିନ ଲିଙ୍କ” ନାମରେ କେନ୍ଦ୍ର ସରକାର ଲଗାତର ଭାବରେ (ରାଜ୍ୟ ସରକାର…

Read More

ଭୁବନେଶ୍ବର: ରାଜ୍ୟର ଆଉ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ୫ ଜଣଙ୍କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨୯ରେ ପହଞ୍ଚିଛି। ଭୁବନେଶ୍ବର, କଳହାଣ୍ଡି, ସୁନ୍ଦରଗଡ,ଢେଙ୍କାନାଳ ଏବଂ କେନ୍ଦ୍ରାପଡାର ଜଣେ ଲେଖାଏଁ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏହା ମଧ୍ୟରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ୨୯ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ପ୍ରାଣହାନି ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ବର୍ତ୍ତମାନ ୪୯ ଟି ସକ୍ରିୟ କେସ୍‌ ରହିଛି।

Read More

ମେଲବୋର୍ଣ୍ଣ : ପୂର୍ବତନ ଅଷ୍ଟ୍ରୀଲୀୟ ଅଧିନାୟକ ମାଇକେଲ୍‌ କ୍ଲାର୍କ ଏକ ବିବାଦୀୟ ବୟାନ ଦେଇଛନ୍ତି । ଅଷ୍ଟ୍ରେଲିଆକୁ ବିଶ୍ବ ଚାମ୍ପିୟନ କରିଥିବା କୋଚ୍‌ ଜେମ୍‌ସ ବୁକାନାନ୍‌ଙ୍କୁ କିମ୍ବଦନ୍ତୀ ଲେଗ୍‌ ସ୍ପିନର ସେନ୍‌ ଓ୍ବାର୍ଣ୍ଣେ ସମ୍ମାନ କରନ୍ତି ନାହିଁ ବୋଲି କ୍ଲାର୍କ ବୟାନ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ରହିଥିବା ମତ ପାର୍ଥକ୍ୟ କାରଣରୁ ଓ୍ବାର୍ଣ୍ଣେ କଦାପି ବୁକାନନଙ୍କ ସମ୍ମାନ କରିନଥାନ୍ତି । ଏପରିକି ରିକି ପଣ୍ଟିଂ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କରେ କୌଣସି ଉନ୍ନତି ଆଣି ପାରିନଥିଲେ । ସେହିପରି ଓ୍ବାର୍ଣ୍ଣେଙ୍କୁ ଜଣେ ବେପରୁଆ ଖେଳାଳି ଭାବରେ ଅଭିହିତ କରିଛନ୍ତି କ୍ଲାର୍କ । ଦଳର ତିନି ଦିନିଆ କ୍ୟାମ୍ପକୁ ଜରୁରୀ କାଳୀନ ସାମଗ୍ରୀ ଅପେକ୍ଷା ସିଗାରେଟ ଭର୍ତ୍ତି ବ୍ୟାଗ ନେଇଥାନ୍ତି ଓ୍ବାର୍ଣ୍ଣେ । ଉଲ୍ଲେଖଯୋଗ୍ୟ ଯେ, ବୁକାନାନଙ୍କ ପ୍ରଶିକ୍ଷଣରେ ଅଷ୍ଟ୍ରେଲିଆ 89ରୁ 70ଟି ଟେଷ୍ଟରେ ବିଜୟୀ ହୋଇଥିବା ବେଳେ 35ଟିରୁ 29ଟି ଦିନିକିଆରେ ବିଜୟୀ ହୋଇଥିଲା । ସେହିପରି ବୁକାନାନ ଅଷ୍ଟ୍ରେଲିଆକୁ…

Read More

ବିଜାପୁର : ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ସ୍ଥାନରେ ଶ୍ରମିକ ମାନେ ଫସି ରହିଥିବା ବେଳେ ଅନେକ ଶ୍ରମିକ ଚାଲିଚାଲି ନିଜ ଘରକୁ ଫେରୁଛନ୍ତି । ଛତିଶଗଡର ଜନୈକା 12 ବର୍ଷୀୟ ବାଳିକା 12 ଶହ କିମି ଚାଲିବା ପରେ ଘରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଛନ୍ତି । ତେଲେଙ୍ଗାନାର ଏକ ଲଙ୍କା ଫାର୍ମରେ କାମ କରୁଥିବା ଜମଲୋ ମକଡମ ନାମକ ଏହି ବାଳିକା ଜଣକ ନିଜ ଗ୍ରାମରେ ପହଞ୍ଚିବାର ଏକ ଘଣ୍ଟା ପୂର୍ବରୁ ପ୍ରାଣ ହରାଇଥିଲେ । ଏପ୍ରିଲ୍‌ 15 ତାରିଖରେ ନିଜ ଗ୍ରାମର ଅନ୍ୟ 11 ଜଣଙ୍କ ସହିତ ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ବିଜାପୁରରେ ପହଞ୍ଚିବା ପୂର୍ବରୁ ବାଳିକା ଜଣକ ପ୍ରାଣ ହରାଇଥିଲେ । ପୋଲିସ୍‌ ଭୟରେ ଜଙ୍ଗଲ ରାସ୍ତା ଦେଇ ଏହି ବନ୍ଦୀ ମାନେ ଯାତ୍ରା କରିଥିଲେ । ଦୀର୍ଘ ତିନି ଦିନ ଧରି ଯାତ୍ରା କରୁଥିବା ମକଡମ ଘରଠାରୁ 14 କିମି…

Read More