ଭୁବନେଶ୍ବର : କରୋନା ମୁକାବିଲା ଲଢେଇରେ ଆଗଧାଡିରେ ରହିଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । https://www.youtube.com/watch?v=QRjvEXjZS7E ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ 50 ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ସମୟରେ କୌଣସି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ପେନ୍ସନ୍ ପ୍ରଦାନ କରାଯିବ । ଏପରିକି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଏହି କରୋନା ଯୋଦ୍ଧାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ସେହିପରି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରାଗଲେ ଏନଏସ୍ଏ ଆଧାରରେ ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତକାଲିର ଚେନ୍ନାଇରେ ଡାକ୍ତରଙ୍କ ଅନ୍ତ୍ୟୋଷ୍ଟି କ୍ରିୟାକୁ ନେଇ ଭିଡ ହିଂସା ଦେଖାଦେବା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
Author: Samikhsya Bureau
ମୀରଟ: ଉତ୍ତର ପ୍ରଦେଶର ମୀରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସ କାରଣରୁ ଜଣେ ତାନ୍ତ୍ରିକର ପରାମର୍ଶରେ ନିଜ ଦୁଇ ବର୍ଷର ଝିଅକୁ ହତ୍ୟା କରିଛି ଜହ୍ଲାଦ ବାପା। ମୀରଟରେ ରବିବାର ରାତି 10ଟା ସମୟରେ ଏହି ବର୍ବର କାଣ୍ଡ ଘଟିଥିଲା। ମୀରଟର ଖାଇଖେଡାରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। 30 ବର୍ଷୀୟ ଓ୍ବାଜିଦ୍ ନିଜ ଦୁଇ ବର୍ଷର ଝିଅ ତରନ୍ନୁମକୁ ତଣ୍ଟି ଚିପି ହତ୍ୟା କରିଥିଲା। ପରିବାରର ଅନ୍ୟ ସମସ୍ତ ସଦସ୍ୟ ଶୋଇଥିବା ବେଳେ ଓ୍ବାଜିଦ୍ ଏହି କାଣ୍ଡ ଘଟାଇଥିଲା। ଓ୍ବାଜିଦ୍ର ପତ୍ନୀ ଏହି ଘଟଣା ନେଇ ପୋଲିସ୍ ନିକଟରେ ପେଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ତାନ୍ତ୍ରିକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପରେ ପୋଲିସ ଦ୍ବାରା ଗିରଫ ହୋଇଛି। 30 ବର୍ଷୀୟ ଓ୍ବାଜିଦ୍ ଇଟାକଳରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ତାର ଜଣେ ସହକର୍ମୀ ଇର୍ଫାନ୍(28) ତନ୍ତ୍ର ବିଦ୍ୟାର ଅଭ୍ୟାସ କରୁଥିଲେ। (ଏଜେନ୍ସି)
ଯାଜପୁର : ଯାଜପୁରରୁ ଗତକାଲି ଚିହ୍ନଟ କରୋନା 5 ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହି 5 ଜଣ ବ୍ୟକ୍ତି ଯାଇଥିବା ବିଭିନ୍ନ ଡାକ୍ତରଖାନାର 3 ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଛି । 3 ଡାକ୍ତରଙ୍କ ବ୍ୟତିତ 19 ଜଣ ନର୍ସଙ୍କୁ ମଧ୍ୟ କ୍ବାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଡାକ୍ତର ଏବଂ ନର୍ସ ମାନଙ୍କର ପରିବାର ସଦସ୍ୟଙ୍କୁ କ୍ବାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି କୁହାଯାଇଛି ।
ମଧ୍ୟପ୍ରଦେଶ : ଶିବରାଜ ସିଂହ ଚୌହ୍ବାନଙ୍କ ନେତୃତ୍ବରେ ମଧ୍ୟପ୍ରଦେଶରେ ନୂତନ ସରକାର ଗଠନ ହେବାର 29 ଦିନ ପରେ ରାଜ୍ୟରେ ମନ୍ତ୍ରିମଣ୍ଡଳର ଗଠନ ହୋଇଛି । ଆଜି 5 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏହି ପାଞ୍ଚ ମନ୍ତ୍ରୀଙ୍କ ମଧ୍ୟରେ ସିନ୍ଧିଆଙ୍କ ଗୋଷ୍ଠୀର ଦୁଇଜଣ ରହିଛନ୍ତି। ସିନ୍ଧିଆଙ୍କ ଗୋଷ୍ଠୀର ତୁଲସୀ ସିଲାବଟ ଓ ଗୋବିନ୍ଦ ରାଜପୁତ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହି ଦୁଇଜଣ କମଲନାଥ ସରକାରରୁ ଇସ୍ତଫା ଦେଇଥିଲେ । ମଧ୍ୟପ୍ରଦେଶରେ ମାର୍ଚ୍ଚ 23 ତାରିଖରେ ଚତୁର୍ଥ ଥର ପାଇଁ ଶିବରାଜ ସିଂ ଚୌହ୍ବାନ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାର ପରବର୍ତ୍ତୀ ଦିନ ଅର୍ଥାତ୍ ମାର୍ଚ୍ଚ 24 ତାରିଖରେ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଗଲା । ଲକ୍ ଡାଉନ୍ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ହୋଇପାରିନଥିଲା । ଆଜି ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀଙ୍କ ମଧ୍ୟରେ ତୁଲସୀ ସିଲାବଟ,…
ବାଲେଶ୍ବର: ବାଲେଶ୍ବରରେ କରୋନା ଆକ୍ରାନ୍ତ ବଢିବା ପରେ ଏବେ ଏହି ଜିଲ୍ଲାରେ ସ୍ଥିତି ସମୀକ୍ଷା କରାଯାଇଛି। ଏହି ସମୀକ୍ଷାରୁ ପ୍ରାୟ ୨୮ ଶହ ଲୋକ ସୀମା ଡେଇଁ ବାଲେଶ୍ବରର ପଶି ଆସିବାର ସୂଚନା ମିଳିଛି। ଗତ ଦୁଇ ମାସ ଭିତରେ ପ୍ରାୟ ୨୭ ଶହ/୨୮ଶହ ଲୋକ ବାଲେଶ୍ବର ଆସିଛନ୍ତି। ପଡୋଶୀ ରାଜ୍ୟରେ କାମ କରୁଥିବା ବହୁ ଲୋକ ପଶି ଆସିଛନ୍ତି ବୋଲି ସୂଚନା ରହିଛି। ବାଲେଶ୍ବର ସ୍ଥିତି ସମୀକ୍ଷା ପରେ ଏପରି ସୂଚନା ପ୍ରଦାନ କରିଛନ୍ତି ଆରଡିସି ଅନୀଲ୍ ସାମଲ୍। ଲକ୍ ଡାଉନ୍ ପରେ ମଧ୍ୟ କିଛି ଲୋକ ପଶି ଆସିଥିବାର ଜଣାପଡିଛି। ସରପଞ୍ଚ ଏବଂ ଜିପିଇଓମାନଙ୍କ ଦ୍ବାରା ଡାଟା ପ୍ରସ୍ତୁତ କରାଯାଇଛି। ବାହାରୁ ଆସିଥିବାର ସମସ୍ତ ଲୋକଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। ସେହିପରି ୧୪ ଦିନ କ୍ବାରେଣ୍ଟାଇନ ରହିବାକୁ ବାଧ୍ୟତାମୂଳକ କରାଯାଇଛି। କ୍ବାରେଣ୍ଟାଇନ୍ରେ ରଖି ସେମାନଙ୍କ ସାମ୍ପଲ୍ ଟେଷ୍ଟ କରାଯିବ। ଗତକାଲି ଚିହ୍ନଟ ହୋଇଥିବା ଏକ ତୃତୀୟାଂଶ…
ବବୁଲୁ ସାହୁ କଳାହାଣ୍ଡି :ସାରା ଦେଶରେ ଲକ୍ ଡାଉନ୍ ଚାଲିଛି । ଲକ୍ ଡାଉନ୍ରେ ପୋଲିସ୍ ବେଶ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲକ୍ ଡାଉନ୍ ସମୟରେ ପୋଲିସ୍ ଟିକେ ରୁକ୍ଷ ହୋଇ ପରିସ୍ଥିତିକୁ ଆୟତ୍ତ କରୁଛନ୍ତି ସତ, କିନ୍ତୁ ମାନବିକତାକୁ ହାର୍ ମାନିବାକୁ ଦେଉନାହାନ୍ତି । ପୋଲିସ୍ମାନଙ୍କର ଉଦାରତା ପ୍ରାୟ ସମୟରେ ଦେଖିବାକୁ ମିଳୁଛି । ନିକଟରେ ହାତନ ଥିବା ମାଙ୍କଡକୁ କଦଳୀ ଖୁଆଇ ମାନବିକତାର ଅନନ୍ୟ ପ୍ରଦର୍ଶନ କରିଥିବା ପୋଲିସ୍ଙ୍କ କାହାଣୀ ସାମ୍ନାକୁ ଆସିଥିବାବେଳେ ଏବେ ଆଉ ଜଣେଖାକି ପୋଷାକଧାରୀଙ୍କ ମାନବିକତା ଚର୍ଚ୍ଚାକୁ ଆସିଛି। ରାମପୁର ପୋଲିସ୍ ଭ୍ୟାନ୍ରେ ଲକ୍ ଡାଉନ୍ ପେଟ୍ରୋଲିଂ କରୁଥିବା ସମୟରେ ରାସ୍ତା କଡର ବୃଦ୍ଧଙ୍କୁ ଦେଖି ଅଟକିଥିଲେ ରାମପୁର ଥାନା ଏସଆଇ ବିନତି ଟପି। ତୁରନ୍ତ ଗାଡିରୁ ଓହ୍ଲାଇ ବୃଦ୍ଧାଙ୍କୁ ସାହାଯ୍ୟ କରିଛନ୍ତି ଏସ୍ଆଇ ଜଣକ । ବୃଦ୍ଧା ଜଣକ ଡାକ୍ତରଖାନାରୁ ଘରକୁ ଫେରୁଥିଲେ । ମାତ୍ର ସେ ଚାଲି ପାରୁନଥିବାବେଳେ…
ଭୁବନେଶ୍ବର : ଆଜି ରାଜ୍ୟରେ ପାଞ୍ଚଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସମସ୍ତେ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ରହିଛି। ଆଜି ଚିହ୍ନଟ ହୋଇଥିବା ପାଞ୍ଚଜଣ ପଜିଟିଭ୍ ମଧ୍ୟରେ ଜଣେ ବାର ବର୍ଷର ନାବାଳକ ରହିଥିବାବେଳେ ଦୁଇ ଜଣ 34 ବର୍ଷୀୟ ମହିଳା ଓ 38 ବର୍ଷୀୟ ବ୍ୟକ୍ତି, 26 ବର୍ଷୀୟ ଯୁବକ ରହିଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଠାବ ହୋଇଥିବା କରୋନା ଆକ୍ରାନ୍ତ ସମ୍ପର୍କୀୟ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି କୁହାଯାଇଛି। ଅନ୍ୟପକ୍ଷରେ ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି। ସେହିପରି ଆକ୍ଟିଭ୍ କେସ୍ 53 ଥିବା ବେଳେ 25ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାଏ ରାଜ୍ୟରେ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। (ଏଜେନ୍ସି)
କଟକ : ମେ ତିନି ଯାଏଁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି । ଲକ୍ ଡାଉନ୍ ପାଇଁ ବନ୍ଦ ନେଇ ଦୁଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି। ରେଭେନ୍ସାରେ 17ଜୁନ୍ ଯାଏଁ ସମସ୍ତ କ୍ଲାସ୍ ବନ୍ଦ ରହିବ। କିନ୍ତୁ ରେଭେନ୍ସାରେ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ ଶିକ୍ଷା ଜାରି ରହିବ। ଅଫିସ୍ କର୍ମଚାରୀ ଏବଂ ଅନ୍ୟାନ୍ୟ ଷ୍ଟାଫ୍ ଅଫିସ୍ରେ ଉପସ୍ଥିତ ରହିବେ ।
ଭୁବନେଶ୍ବର : ବାଲେଶ୍ବର, ଭଦ୍ରକ, ଯାଜପୁରରେ କରୋନା ସ୍ଥିତି ପାଇଁ ସ୍ବତନ୍ତ୍ର ଟିମ୍। 3ଟି ଷ୍ଟେଟ୍ ରାପିଡ୍ ରେସପନ୍ସ ଟିମ୍ ଗଠନ କଲେ ରାଜ୍ୟ ସରକାର। ଏହି 3 ଟିମ୍ ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲା ଗସ୍ତ କରିବେ। ଏସ୍ସିବିରେ ମେଡ଼ିକାଲର ଟେକ୍ନିକାଲ୍ ଟିମ୍ ଯାଜପୁର ଜିଲ୍ଲା ଗସ୍ତ କରିବ। ଫକୀର ମୋହନ ମେଡ଼ିକାଲ କଲେଜର ଟିମ୍ ବାଲେଶ୍ବର ଓ ଭଦ୍ରକ ଯିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଯିବେ ବାଲେଶ୍ବର, ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଯିବେ ଭଦ୍ରକ। ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଯାଜପୁର ଗସ୍ତରେ ଯିବେ। ବାଲେଶ୍ବର, ଭଦ୍ରକ ଓ ଯାଜପୁରର କଣ୍ଟେନମେଣ୍ଟ ଜୋନ୍ ତଦାରଖ କରିବେ। ମେଡିକାଲ କଲେଜ ବିଶେଷଜ୍ଞ ଓ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ତଦାରଖ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ ଏବେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି।
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ ଉଦ୍ବେଗଜନକ ରହିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 601 ଥିବାବେଳେ ମୃତ୍ୟସଂଖ୍ୟା 590କୁ ବୃଦ୍ଧି ପାଇଛି । ସେହିପରି ଚିକିତ୍ସାଧୀନ ରହିଛନ୍ତି 14 ହଜାର 759ଜଣ । କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି 3252ଜଣ । ମହରାଷ୍ଟ୍ରରେ ସର୍ବାଧିକ 232 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 74, ଗୁଜୁରାଟରେ 67, ଦିଲ୍ଲୀରେ 45, ତେଲେଙ୍ଗାନାରେ 21, ଆନ୍ଧ୍ରପ୍ରଦେଶରେ 20ଜଣଙ୍କର ମୃତ୍ୟୁ ହୋଇଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ସୁନ୍ଦରଗଡ, ନିକଟରେ କର୍ଣ୍ଣାଟକର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ବାହାଘର ନେଇ ସାରା ଦେଶରେ ସମାଲୋଚନା କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ସବୁ ଉତ୍ସବ ବାତିଲ କରାଯାଇଥିଲେ ମଧ୍ୟ କୁମାରସ୍ବାମୀ କିପରି ବାହାଘର କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ। କରୋନା ସଂକ୍ରାମଣରୁ ରୋକିବା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି। ଏହାକୁ ଯେ କେହି ଭାଙ୍ଗିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ମଧ୍ୟ ନିୟମ ରହିଛି। ହେଲେ ସେହି ନିୟମକୁ ଫୁ କରି ଏହି ବଡଘରିଆ ଲୋକେ ନିଜ ପୁଅ ବାହାଘର କରିଦେଲେ। ହେଲେ ଏପରି ପରିସ୍ଥିତିରେ ଓଡିଶାର ଜଣେ ସାଧାରଣ ମହିଳା ହୋମଗାର୍ଡ ନିଜର କର୍ତ୍ତବ୍ୟ କଣ ତାହା ପ୍ରମାଣିତ କରି ଦେଖାଇ ଦେଇଛନ୍ତି। ସେ କରୋନା ଯୋଦ୍ଧା ବନିବା ପାଇଁ ନିଜ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। କର୍ତ୍ତବ୍ୟ ଆଗ, ପଛେ ବାହାଘର ବୋଲି ଚିନ୍ତା କରି ସେ ଏପରି ବଡ ନିଷ୍ପତି ନେଇଛନ୍ତି। ସେହି ମହିଳା ଜଣକ ହେଲେ…
ଉଜୈନ୍ : ମଧ୍ୟପ୍ରଦେଶରେ କରୋନା ବେଶ ଦ୍ରୁତଗତିରେ ବଢିବାରେ ଲାଗିଛି । ଉଜ୍ଜୈନର ନୀଲଗଙ୍ଗା ଥାନା ପ୍ରଭାରୀ ୟଶଓ୍ବନ୍ତ ପାଲ୍ଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଯଶଓ୍ବନ୍ତ ଅମ୍ବର କଲୋନୀ କଣ୍ଟେନମେଣ୍ଟ ଅଞ୍ଚଳରେ ଡ୍ୟୁଟି କରୁଥିବା ସମୟରେ କରୋନା ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ଇନ୍ଦୋର ଅରବିନ୍ଦୋ ହସ୍ପିଟାଲ୍ରେ ଚାଲୁଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଅରବିନ୍ଦୋ ହସ୍ପିଟାଲର ଚେୟାରମ୍ୟାନ୍ ଡାକ୍ତର ବିନୋଦ ଭଣ୍ଡାରୀ କହିଛନ୍ତି ଯେ, ଗତ କିଛି ଦିନ ହେବ 12 ଦିନ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ସାଢ 5ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି। 6 ଏପ୍ରିଲ୍ରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ତାଙ୍କ ସମ୍ପର୍କରେ ଆସିଥିବା 12 ପୋଲିସ୍ କର୍ମୀଙ୍କୁ ମାଧବନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୟଶ୍ଓ୍ବନ୍ତଙ୍କ ପତ୍ନୀ ଓ ତାଙ୍କ ଦୁଇ ଝିଅକୁ ଏକ ହୋଟେଲ୍ରେ କ୍ବାରେଣ୍ଟାଇନ୍ରେ ରଖାଯାଇଛି।…
ନୂଆଦିଲ୍ଲୀ: ଦେଶର ସବୁଠୁ ସୁରକ୍ଷିତ ସ୍ଥାନରେ ଏବେ କରୋନା ବିପଦ। ରାଷ୍ଟ୍ରପତି ଭବନ କାମ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ବୋହୂଙ୍କଠାରେ କରୋନା ପଜିଟିଭ୍ ମିଳିଛି। ସେ ତାଙ୍କ ପରିବାର ସହିତ ରାଷ୍ଟ୍ରପତି ଭବନ କ୍ୟାମ୍ପସ୍ରେ ରହୁଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେଠାରେ ରହୁଥିବା 125 ପରିବାରଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ମିଳିଥିବା ସୂଚନା ଅନୁସାରେ ସଫାଇ କର୍ମୀଙ୍କ ବୋହୂଙ୍କ ମା କରୋନା ଯୋଗୁଁ ମୃତ୍ୟୁବରଣ କରିଥିଲେ। ଗ୍ରାମରେ ଅନ୍ତିମ ସଂସ୍କାରରେ ସଫାଇ କର୍ମୀ ସାମିଲ୍ ହୋଇଥିଲେ। ଏହା ପରେ ତାଙ୍କ ପରିବାରକୁ ଆଇସୋଲେସନ୍କୁ ପଠାଯାଇଥିବାବେଳେ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ସେଠାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବାବେଳେ ତାଙ୍କ ବୋହୂଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସ୍ବାସ୍ଥ୍ୟ ବିଭାଗ କ୍ୟାମ୍ପସ୍ରେ ରହୁଥିବା 125 ପରିବାରଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଇଛି। ଏଥିରେ 25 ପରିବାର ସେହି ବ୍ଲକ୍ରେ ରହୁଛନ୍ତି, ସେଠାରେ ଏହି ପରିବାରରେ ରହୁଛନ୍ତି। ଏହି 25 ପରିବାରକୁ ଘରୁ…
ଭୁବନେଶ୍ବର : ରାଜ୍ୟରେ ଆଉ 5 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରୁ ସୂଚନା ମିଳିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 79ରେ ପହଞ୍ଚିଛି। ଗତକାଲି ପର୍ଯ୍ୟନ୍ତ ଏହି ସଂଖ୍ୟା 74 ଥିବାବେଳେ ଆଜି 5 ଜଣଙ୍କର ଚିହ୍ନଟ ହୋଇଛି । ଏହି ସମସ୍ତ ବାଲେଶ୍ବରର ଜିଲ୍ଲାର ବୋଲି ଜଣାପଡିଛି। ଗତକାଲି ରାଜ୍ୟରେ ମୋଟ 13 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ବଢିବାରେ ଲାଗିଛି। ଏବେ ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ 53 ରହିଥିବାବେଳେ ଆରୋଗ୍ୟ ହୋଇଛନ୍ତି 25ଜଣ ଓ ଜଣକର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି।
କେଦାର ମିଶ୍ର ଯେତେବେଳେ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂରା ଦେଶରେ ତିନି ସପ୍ତାହ ଲାଗି ଲକ ଡାଉନ ଘୋଷଣା କରିଥିଲେ, ସେତେବେଳେ ଗଣମାଧ୍ୟମରେ ପ୍ରଶ୍ନ ଉଠିଥିଲା ଯେ, ଏପ୍ରିଲ ୧୩ ତାରିଖରେ ଏହା ସତରେ ଉଠିବ କି। ଗଣମାଧ୍ୟମର ଏ ପ୍ରକାର ପ୍ରଶ୍ନ ଅବାନ୍ତର ଓ ଆଗକୁ ଲକ ଡାଉନ ବଢିବାର ନାହିଁ ସେତେବେଳେ ଭାରତ ସରକାରଙ୍କର କ୍ୟାବିନେଟ ସେକ୍ରେଟାରୀ ଏକ ବକ୍ତବ୍ୟ ରଖିଥିଲେ। ତେବେ ସମୟ କ୍ରମେ ଆମେ ଦେଖିଲୁ କ୍ୟାବିନେଟ ସେକ୍ରେଟାରୀଙ୍କ କଥା ଭୁଲ ସାବ୍ୟସ୍ତ ହେଲା ଓ ଲକ ଡାଉନ ର ସମୟ ସୀମା ବଢିଲା। ଲକ ଡାଉନକୁ ଦ୍ଵିତୀୟ ପର୍ୟାୟରେ ବଢାଇବାକୁ ଗଲାବେଳେ କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ମାନଙ୍କର ପରାମର୍ଶକୁ ଗୁରୁତ୍ଵ ଦେଉଥିବାର କଥା କହିଥିଲେ। କାରଣ କେନ୍ଦ୍ର ସରକାରଙ୍କ ପୂର୍ବରୁ ପ୍ରଥମେ ଓଡିଶା ଲକ ଡାଉନର ସମୟସୀମାକୁ ଏପ୍ରିଲ ୩୦ ତାରିଖ ପର୍ୟନ୍ତ ବଢାଇ ସାରିଥିଲେ। ଓଡିଶା ପରେ ପଞ୍ଜାବ,…
ନୂଆଦିଲ୍ଲୀ : ଚୀନ ସହରରୁ ଆରମ୍ଭ ହୋଇଥିବା ସାରା ବିଶ୍ବରେ ବିଶ୍ବ ମହାମାରୀ ରୂପେ ମାଡ଼ି ଚାଲିଛି । ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2,481,026ର ପହଞ୍ଚିଥିବାବେଳେ 170,.423ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 7,92,759ରେ ପହଞ୍ଚିଥିବାବେଳେ ମୃତ୍ୟୁବରଣ କରିଛନ୍ତି 42,514ଜଣ । ସେହିପରି ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ ପାର୍ କରିଥିବାବେଳେ ମୃତ୍ୟୁବରଣ କରିଛନ୍ତି 20,852ଜଣ । ସେହିପରି ଇଟାଲୀରେ 1,81,228ଜଣ ଆକ୍ରାନ୍ତ ରହିଥିବାବେଳେ 24,114 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଫ୍ରାନ୍ସରେ 1,55,383ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 20,265ଜଣ । ୟୁକରେ ଏହି ମହାମାରୀ ଯୋଗୁଁ 16,509 ମୃତ୍ୟୁବରଣ କରିଛନ୍ତି । ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 599କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 17,656ରେ ପହଞ୍ଚିଛି । ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 176କୁ ବୃଦ୍ଧି ହୋଇଛି । (ଏଜେନ୍ସି)
ତେଲେଙ୍ଗାନା : ମହାମାରୀ କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ । ରୋଗ କବଳରୁ ଲୋକଙ୍କୁ ବଞ୍ଚାଇବା ସରକାର ଲକ୍ ଡାଉନ୍ ଜାରି କରିଥିବାବେଳେ ସମେସ୍ତ ହାତ ବାନ୍ଧି ବସିଛନ୍ତି । ସାରା ଦେଶରେ କିନ୍ତୁ ଏବେ କରୋନା ବନାମ ଭୋକର ସଂଘର୍ଷ ଦେଖିବାକୁ ମିଳୁଛି । କରୋନା ଠାରୁ ଭୋକର ଜ୍ବାଳା ବଡ ତୀବ୍ର । ଏହାର ପ୍ରମାଣ ପ୍ରାୟ ପ୍ରତ୍ୟହଃ ଦେଖିବାକୁ ମିଳୁଛି । ଲକ୍ଡାଉନ୍ କାରଣରୁ ଦେଶର ବହୁ ଲୋକଙ୍କ ଜୀବିକା ଚାଲିଯାଇଛି । ବଡ ସହରରେ ରହୁଥିବା ଲୋକେ ନିଜ ଗ୍ରାମକୁ ଫେରିବାକୁ ଚାହୁଁଛନ୍ତି । ଲକ୍ ଡାଉନ୍ ଯୋଗୁଁ ଦେଶର ଶ୍ରମିକ ଗୋଷ୍ଠୀ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଲକ୍ ଡାଉନ୍ କାମକୁ ଛଡାଇ ନେଇଥିବାବେଳେ ମୁଠାଏ ଦାନା ପାଇଁ ସଂଘର୍ଷ କରି ଶେଷରେ ତାଙ୍କ ଜୀବନ ବି ଚାଲିଯାଉଛି। କରୋନା ଦାଉରୁ ନିଜ ଜୀବନକୁ ବଞ୍ଚାଇବାଠାରୁ ବେଶୀ ବଡ ହୋଇଛି…
କେଦାର ମିଶ୍ର ବିଶ୍ଵ ବଜାରରେ ଆଜି ଅସ୍ଵାଭାବିକ ଘଟଣା ଘଟିଛି। କରୋନା ଭୂତାଣୁର ପ୍ରଭାବରେ ଆଜି ବିଶ୍ଵ ବଜାରରେ କଞ୍ଚା ତେଲର ମୂଲ୍ୟ ପାଣିଠାରୁ ମଧ୍ୟ ଶସ୍ତା ଦରରେ ବିକ୍ରି ହେଉଛି। ବିକ୍ରି ହୋଇନପାରି ତେଲ ଖଣିରେ ଯେତିକି କଞ୍ଚା ତେଲ ପଡି ରହିଛି, ତାକୁ ଖାଲି କରିବା ଲାଗି ଆଗାମୀ ସମୟରେ ହୁଏତ ବିକ୍ରେତାଙ୍କୁ ଖୋଦ ପଇସା ଦେଇ ତେଲ ନେଇଯିବାକୁ ଖୋସାମତ କରିବାକୁ ପଡିବ। ହେଲେ ତେଲ ନେବା କିଏ? ଆଜି କରୋନା ଭୟରେ ସାରା ପୃଥିବୀର ଯାନ ବାହନ ଠପ ହୋଇ ପଡିଛନ୍ତି। ବିମାନ ଠୁ ଆରମ୍ଭ କରି ମୋପେଡ ପର୍ୟନ୍ତ କିଛି ବି ଚାଲୁ ନ ଥିବାରୁ, ପୃଥିବୀରେ ଆଜି ତେଲର ଚାହିଦା ସରି ଯାଇଛି। କେବେ ଦିନେ ତେଲ କୁ ନେଇ ମରାମରି ହେଉଥିବା ପୃଥିବୀର ବଜାର ଆଜି ତେଲ କୁ ଦେଖି ମୁହଁ ମୋଦୀ ଦେଉଛି। ଯାହାର ପରିଣତି ସ୍ଵରୂପ ଆଜି କଞ୍ଚା…
ନୂଆଦିଲ୍ଲୀ, ଚାରିଆଡେ ଲକଡାଉନ ଥିବାରୁ ଲୋକମାନେ ଘରି ବାହାରି କୋଭିଡ19 ଟେଷ୍ଟ କରିବା ପାଇଁ ଉଚିତ ମଣୁ ନାହାଁନ୍ତି। ସେଥିପାଇଁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ମୋବାଇଲ କୋଭିଡ19 ପରୀକ୍ଷା ଭ୍ୟାନ। ଏହି ଭ୍ୟାନରେ ପରୀକ୍ଷା ପାଇଁ ବିଭିନ୍ନ ଉପକରଣ ରଖାଯାଇ ଘରେଘରେ ବୁଲି କୋଭିଡ ପରୀକ୍ଷା କରାଯାଉଛି। ପ୍ରଥମେ ନୂଆଦିଲ୍ଲୀର ଚାନ୍ଦିନୀଚୌକରେ ଏହା ଆରମ୍ଭ କରାଯାଇଛି।
ବର୍ତ୍ତମାନ ସାରା ଭାରତରେ ଲକ ଡାଉନ, ରାସ୍ତାଘାଟ ଶୂନଶାନ। କେଉଁଠି ବି ଗାଡିଟିଏ ଗଡିବା ଦେଖିବାକୁ ମିଳୁ ନାହିଁ। ଏପରି ପରିସ୍ଥିତିରେ ରାସ୍ତାଘାଟକୁ ଅକ୍ତିୟାର କରିଛନ୍ତି ଶିଶୁ। ବିହାରର ପାଟନା ସହରର ମୁଖ୍ୟ ରାସ୍ତା ଉପରେ ଶିଶୁଟିଏ ଖେଳରେ ନିମଗ୍ନ।
ରଞ୍ଜିତ୍ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକ ଅଗପାଳ ପଂଚାୟତ ପଥୁରିଆ ଗ୍ରାମରେ ବାସ କରୁଥିବା ଅଲେଖ ଧର୍ମର ସାଧୁ ସୂଦର୍ଶନ ଦାସ ଆଜି କୋଭିଡ଼-୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି । ସାଧୁ ଶ୍ରୀ ଦାସ ଆଜି ମଧ୍ୟାହ୍ନ ସମୟରେ କୁଜଙ୍ଗବ୍ଳକ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ସ୍ଥାନୀୟ ବିଡ଼ିଓ ପୂଜା ଲେଙ୍କାଙ୍କୁ ଏହି ରାଶିର ଚେକ ପ୍ରଦାନ କରିଥିଲେ । ଏହି ସାଧୁ ନିଜେ ଅଲେଖ ଧର୍ମର ପ୍ରଚାର ପ୍ରସାର ସହିତ ଭବିଷ୍ୟତ ଗଣନା, ବାସ୍ତୁ ଉପଚାର, ଗୃହ ନିର୍ମାଣ, ନକ୍ସା ବା ବାଣୀ କାଟିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଏଥିରୁ ଯାହା କିଛି ଆୟ କରନ୍ତି ତାହାକୁ ସେ ମୁଖ୍ୟତଃ ସମାଜସେବା କ୍ଷେତ୍ରରେ ବ୍ୟୟ କରିଥାନ୍ତି । ସାଧୁଙ୍କ ଏହି ସାଧୁ ଉଦ୍ୟମକୁ ଯୁବ ଆଇନଜିବୀ ଗତିକୃଷ୍ଣ ଶତପଥୀ ପ୍ରଶଂସା କରିବା ସହିତ ଅନ୍ୟମାନେ ଏହାକୁ…

