Categories
ବିଶେଷ ଖବର

ସରକାର ନିଜ ହାତରେ ଟେଲିକମ ବଜାରକୁ ନଷ୍ଟ କରି ଜିଓ ପାଇଁ ଏକଚାଟିଆ ବଜାର ତିଆରି କରୁଛନ୍ତି କାହିଁକି?

ରଙ୍ଗାଚରଣ ପ୍ରଧାନ

କେବଳ ତିନୋଟି ଶବ୍ଦର ସଂଜ୍ଞା ନିରୁପଣ କରିବା ପାଇଁ ୧୫ ବର୍ଷ ଲାଗିଗଲା। ଗତ ଦଶନ୍ଧିଗୁଡିକରେ ଟେଲିକମ୍ କ୍ଷେତ୍ରକୁ ଆମ ଆର୍ଥିକ ସଫଳତାର ଏ ବିରାଟ କାହାଣୀ ରୁପେ ଦେଖାଯାଉଥିଲା। ଆଜି ସବୁ ଟେଲିକମ୍ କମ୍ପାନୀକୁ ମିଶାଇଲେ ଦେଶରେ ୧୦୦ କୋଟିରୁ ଅଧିକ ଟେଲି ଗ୍ରାହକ ଅଛନ୍ତି । ମାତ୍ର ସରକାରଙ୍କର ବିଭିନ୍ନ ନୀତି ଓ ନିୟନ୍ତ୍ରଣଗତ ନିଷ୍ପତ୍ତି ଦ୍ବାରା ଆକ୍ରାନ୍ତ ହୋଇ ଏହି ଶିଳ୍ପ ବର୍ତ୍ତମାନ ତାହାର ପୂର୍ବ ସତ୍ତା ହରାଇବାକୁ ଯାଉଛି। ପରିସ୍ଥିତି ଏପରି ହେଲାଣି ଯେ ଗତ ଅକ୍ଟୋବର ୨୪ ତାରିଖରେ ଭାରତର ଏକ ବଡ ଟେଲିକମ୍ କମ୍ପାନୀ ଭୋଡାଫୋନର ସିଇଓ ନିକ୍ ରିଡ୍ କହିଛନ୍ତି ଯେ ସେମାନେ ଭାରତରେ ଖଟାଇଥିବା ପୁଞ୍ଜିକୁ ଏବେ ତାଙ୍କ ଖାତାରେ ଶୂନ୍ୟ ବୋଲି ଦେଖାଇବେ ଏବଂ ଭାରତରେ ସେମାନେ ଆଉ ପୁଞ୍ଜିନିବେଶ କରିବେ ନାହିଁ। ଗତକାଲି ଭୋଡାଫୋନ୍-ଆଇଡିଆର ଚେୟାରମ୍ୟାନ୍ କୁମାର ମଙ୍ଗଳମ୍ ବିର୍ଲା ମଧ୍ୟ ସେହିକଥା କହିଛନ୍ତି  ବିଶ୍ବର ସର୍ବବୄହତ ଟେଲି କମ୍ପାନୀ ମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଗଣାଯାଉଥିବା ଭୋଡାଫୋନ୍ ଦ୍ବାରା ଭାରତରେ ପୁଞ୍ଜିନିବେଶ ପ୍ରତି ମୁହଁ ମୋଡିବା ନିଶ୍ଚିତ ଭାବେ ଅନ୍ୟ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଏକ ନକାରାତ୍ମକ ସଙ୍କେତ ଦେବ ।

ଟେଲିକମ୍ ଶିଳ୍ପର ଅନ୍ୟତମ ପ୍ରମୂଖ ସମସ୍ୟା ଭାବରେ ଉଭା ହୋଇଛି ଏଜିଆର୍ (ଏଗ୍ରିଗେଟ୍ ଗ୍ରସ୍ ରେଭେନ୍ୟୁ)ର ବା ମୋଟ ରାଜସ୍ବର ସଂଜ୍ଞା ନିରୁପଣକୁ ନେଇ ଉପୁଜିଥିବା ବିବାଦ। ଗତ ପ୍ରାୟ ୧୫ ବର୍ଷ ଧରି ଟେଲିସ୍ୟାଟ୍, ଟେଲିକମ୍ ଆପେଲେଟ୍ ଅଥୋରିଟି ଓ ବିଭିନ୍ନ କୋର୍ଟରେ ଟେଲିକମ୍ କମ୍ପାନୀ ଓ ସରକାରଙ୍କ ମଧ୍ୟରେ ଏହି ବିଷୟକୁ ନେଇ ମୋକଦ୍ଦମା ଚାଲିଥିଲା। ଶେଷରେ ସୂପ୍ରୀମ୍ କୋର୍ଟ ସରକାରଙ୍କ ସପକ୍ଷରେ ରାୟ ଦେଇ ଟେଲିକମ୍ କମ୍ପାନୀମାନଙ୍କୁ ତିନିମାସ ଭିତରେ ସରକାରଙ୍କୁ ଲାଇସେନ୍ସ ଫି,ଜୋରିମାନା ଓ ସୁଧ ବାବଦରେ ୧.୪୭ ଲକ୍ଷ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାର ଯେତେବେଳେ ୨୦୦୧ ମସିହାର ଶେଷ ଭାଗରେ ବିଭିନ୍ନ ଟେଲିକମ୍ କମ୍ପାନୀଙ୍କୁ ଲାଇସେନ୍ସ ଦେଇଥିଲେ ସେତେବେଳେ ସେମାନଙ୍କ ସହ ରାଜିନାମା ହୋଇଥିଲା ଯେ କମ୍ପାନୀମାନେ ଲାଇସେନ୍ସ ଫି ବାବଦରେ ସରକାରଙ୍କୁ ସେମାନଙ୍କ ଏଜିଆର୍ ର ଏକ ଅଂଶ ଦେବେ । ଏହାର ଦେଢ ବର୍ଷ ପରେ ଏଜିଆର୍ ର ସଂଜ୍ଞା ଓ ଦେୟର ପରିମାଣକୁ ନେଇ ବିବାଦ ଆରମ୍ଭ ହେଲା। କମ୍ପାନୀମାନେ କହିଲେ ଯେ ସେମାନେ କେବଳ ଲାଇସେନ୍ସ ବ୍ୟବହାରରୁ ମିଳୁଥିବା ଆୟରୁ ସରକାରଙ୍କୁ ଭାଗ ଦେବେ। ସରକାର କହିଲେ ଯେ ସେମାନଙ୍କୁ ହ୍ୟାଣ୍ଡସେଟ୍ ବିକ୍ରି, ସୁଧ ଆୟ, ଡିଭିଡେଣ୍ଡ ଓ ଅନ୍ୟାନ୍ୟ ଆୟରୁ ମଧ୍ୟ ଭାଗ ଦେବାକୁ ହେବ ଏବଂ ଏଜିଆର୍ କହିଲେ ଏହି ସମସ୍ତ ଆୟକୁ ମିଶାଇବାକୁ ହେବ। କୋର୍ଟମାନେ କୌଣସି ବିଷୟର ବିଚାର କରିବା ପାଇଁ ଏତେ ସମୟ ନେବା ଏକ ନୂଆ କଥା ନୂହେଁ । କିନ୍ତୁ ପ୍ରଶ୍ନ ହେଉଛି ଯେତେବେଳେ ରାଜିନାମା ସ୍ବାକ୍ଷର ହୋଇଥିଲା ସେତେବେଳେ ଏହି ଏଜିଆର୍ ର ସଂଜ୍ଞା କ’ଣ ତାହା ପରିଷ୍କାର ହୋଇ ପାରି ନଥାନ୍ତା କି ? କିମ୍ବା କୋର୍ଟ ବାହାରେ ମଧ୍ୟ ଏହାକୁ ନେଇ ଏକ ସମାଧାନର ରାସ୍ତା ବାହାରି ପାରିଥାନ୍ତା।
ଯଦି ତାହା ହୋଇଥାନ୍ତା ତେବେ କୋର୍ଟ ରାୟ ଯୋଗୁଁ ଗତ ତ୍ରୈମାସିକରେ ଭୋଡାଫୋନ୍ ୫୨୦୦୦ କୋଟି ଓ ଏୟାରଟେଲ୍ ୩୦୦୦୦ କୋଟି ଟଙ୍କାର କ୍ଷତି ଦେଖାଇ ନଥାନ୍ତେ।

୨୦୧୦ ମସିହା ପର୍ଯ୍ୟନ୍ତ ଟେଲିକମ୍ ଶିଳ୍ପରେ ବ୍ୟାପକ ପ୍ରସାର ଘଟିଥିଲା ଯାହା ଦେଶର ସକଳ ଘରୋଇ ଉତ୍ପାଦ, ସୂଚନାର ଆଦାନପ୍ରଦାନ , ଅନ୍ୟ ଶିଳ୍ପକୁ ଭିତ୍ତିଭୂମି ସହାୟତା ଓ ସାମାଜିକ ପରିବର୍ତନରେ ମହତ୍ବପୂର୍ଣ ଯୋଗଦାନ ଦେଇଥିଲା।
ସେ ପର୍ଯ୍ୟନ୍ତ ଜନସଂଖ୍ୟାର ୪୫-୫୦% ଲୋକଙ୍କ ହାତକୁ ମୋବାଇଲ୍ ଆସି ସାରିଥିଲା। ସେତେବେଳକୁ ଭାରତରେ ପ୍ରାୟ ୧୬ଟି ଟେଲିକମ୍ କମ୍ପାନୀ ଥିଲେ। ସରକାରଙ୍କର ଧାରଣା ଥିଲା ଯେ ଯେତେ ଅଧିକ ସଂଖ୍ୟକ କମ୍ପାନୀ ରହିବେ ସେତେ ପ୍ରତିଯୋଗିତା ହେବ ଏବଂ ଗ୍ରାହକ ସେତେ ଶସ୍ତାରେ ଉତ୍ତମ ସେବା ପାଇବେ । ବଜାର ଦଖଲ ପାଇଁ ତୀବ୍ର ପ୍ରତିଯୋଗିତା ଚାଲିବା ଯୋଗୁଁ ଗ୍ରାହକଙ୍କ ପାଇଁ ଦର କମାଇ କମ୍ପାନୀମାନେ ପରସ୍ପରକୁ ବଜାରରୁ ହଟେଇବା ଚେଷ୍ଟାରେ ଲାଗିଗଲେ।

୨୦୧୨ ମସିହାରେ ଟେଲିକମ୍ ଦୁର୍ନୀତିର ବିଚାର କରି ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଲେ ସେଥି ଯୋଗୁଁ ଅନେକ କମ୍ପାନୀ ବଜାରରୁ ବିଦାୟ ନେଲେ ଏବଂ ଯେଉଁମାନେ ରହିଗଲେ ସେମାନେ ଅଚାନକ ଆସୁଥିବା ନୂଆ ଗ୍ରାହକଙ୍କୁ ପୂର୍ବ ଶସ୍ତା ଦରରେ ସେବା ଯୋଗାଇଲେ। ଫଳରେ ସେମାନେ ଆହୁରି କ୍ଷତିଗ୍ରସ୍ତ ହେଲେ ।

୨୦୧୨ ମସିହାରେ ପ୍ରଥମ ଥରପାଇଁ ଯେତେବେଳେ ସ୍ପେକ୍ଟ୍ରମ ନିଲାମ ହେଲା ସେତେବେଳେ କମ୍ପାନୀମାନଙ୍କୁ ଚଢା ଦରରେ ତାହାକୁ କିଣିବାକୁ ପଡିଥିଲା।
ତଥାପି ସରକାରଙ୍କ ଲୋଭକୁ ମୁକାବିଲା କରିବାକୁ ଯାଇ କମ୍ପାନୀମାନେ ଅଳ୍ପ ମାତ୍ରାରେ ସେବାଦର ବୄଦ୍ଧି କରି ତାହା ଭରଣା କରିପାରିଥିଲେ।

୨୦୧୬ରେ ମୁକେଶ ଅମ୍ବାନୀଙ୍କ ଜିଓ ବଜାରରେ ପ୍ରବେଶ କଲା। ଆରମ୍ଭରୁ ସରକାରୀ ନିୟନ୍ତ୍ରକ ଟ୍ରାଇ ତରଫରୁ ଜିଓକୁ ୭ ମାସପାଇଁ ଅନେକ ପ୍ରକାର ନିୟନ୍ତ୍ରଣରୁ ଛୁଟି ଦିଆ ଯାଇଥିଲା। ତା’ ପୂର୍ବରୁ ସେବାର ଏକ ସର୍ବନିମ୍ନ ଦର ସ୍ଥିର କରିବା ପାଇଁ ସରକାର ଚିନ୍ତା କରୁଥିଲେ। ମାତ୍ର ଜିଓ ଆସିବା ପରେ ସେହି ପ୍ରସ୍ତାବ ବନ୍ଦ ହେଲା । ଫଳରେ ଅନ୍ୟର ଗ୍ରାହକ ଛଡାଇବା ଲକ୍ଷରେ ଜିଓ କଲ୍ ମାଗଣା ଦେଲା ଏବଂ ଡାଟା ଦରକୁ ଅତି ନିମ୍ନ ସ୍ତରକୁ ଆଣି ପାରିଲା ।

ଏହା ବାଦ୍ ଟେଲିକମ୍ ଶିଳ୍ପରେ ଟେକ୍ନୋଲୋଜିର ବାରମ୍ବାର ଆଧୁନିକିକରଣ ହେବା ଫଳରେ ଏହି କମ୍ପାନୀମାନଙ୍କୁ ପ୍ରଥମେ ଟୁଜି, ପରେ ୩ଜି ଓ ୪ଜି ପାଇଁ ଯନ୍ତ୍ରପାତି ବଦଳାଇବାକୁ ପଡିଛି ଏବଂ ସେଥିପାଇଁ ସେମାନଙ୍କୁ ଗତ ୭/୮ ବର୍ଷ ମଧ୍ୟରେ ଅନେକ ଥର ଅଜସ୍ର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି ।

ଭାରତରେ ବସି ଭୋଡାଫୋନର ମୂଖ୍ୟ କମ୍ପାନୀର ସିଇଓ ଲଣ୍ଡନରେ ବସି କ’ଣ କହୁଛି ତାକୁ ହେୟ ମନେ କରିବା ସହଜ। ମାତ୍ର ସେମାନେ ମଧ୍ୟ ନିଜ ଦେଶରେ ଥିବା ସେମାନଙ୍କ ଅଂଶଧନଧାରୀଙ୍କ ପ୍ରତି ଉତ୍ତରଦାୟୀ ଅଟନ୍ତି। ଯଦି ସେମାନେ ଦେଖିବେ ଯେ ଭାରତରେ ସେମାନେ ଲଗାଇଥିବା ପୁଞ୍ଜି ଟଏଲେଟ୍ ଫ୍ଲସ୍ ରେ ଯାଉଛି ତେବେ ସେମାନେ କାହିଁକି ପୁଞ୍ଜି ଖଟାଇବେ? ଜଣାଯାଏ ଯେ ସବୁ ଘରୋଇ ଟେଲିକମ୍ କମ୍ପାନୀ ମିଶି ବାର୍ଷିକ ପ୍ରାୟ ମାତ୍ର ୩୦ରୁ ୪୦ ହଜାର ଟଙ୍କା ଲାଭ କରୁଛନ୍ତି। ତା’ ମଧ୍ୟରୁ ସେମାନଙ୍କୁ ଅବମୂଲ୍ୟାୟନ, ୠଣ ପରିଶୋଧ, ଟିକସ୍ ଓ ସୁଧ ଦେବାକୁ ପଡିବ। ତା’ ପରେ ପୁଣି ସୁପ୍ରିମ୍ କୋର୍ଟଙ୍କ ସଦ୍ୟ ରାୟ ଅନୁସାରେ ସେମାନଙ୍କୁ ଅତିରିକ୍ତ ୧.୪୭ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ଦେବାକୁ ପଡିବ। ଏହା ନିଶ୍ଚୟ ସେମାନଙ୍କ ପାଇଁ ଏକ ବହୁତ ବଡ ଆର୍ଥିକ ବୋଝ ହେବ।

ସୂପ୍ରୀମ କୋର୍ଟଙ୍କ ରାୟ ପରେ ସରକାର ଏକ ସଚିବସ୍ତରୀୟ କମିଟି ଗଠନ କରି ସେମାନଙ୍କ ଆର୍ଥିକ ସମସ୍ୟା ବିଷୟରେ ବିଚାର କରିବାକୁ କହିଛନ୍ତି। କିନ୍ତୁ ବହୁ ଆଗରୁ ବିଭିନ୍ନ ଦଳର ସରକାରମାନେ ଏଜିଆର୍ ର ପ୍ରକୄତ ସଂଜ୍ଞା କ’ଣ ହେବ ତାହା ଆପୋଷରେ ସମାଧାନ କରିପାରିଥିଲେ ଏବେ ଏଭଳି ପରିସ୍ଥିତି ସୄଷ୍ଟି ହୋଇ ନଥାନ୍ତା। ପ୍ରାୟ ଦେଢ ଲକ୍ଷ କୋଟି ଟଙ୍କାର ଏହି ଆର୍ଥିକ ବୋଝରୁ ଅର୍ଦ୍ଧେକ ହେଉଛି କେବଳ ଜୋରିମାନା ଓ ସୁଧ ଯାହା ସେମାନଙ୍କୁ ଏବେ ଗଣିବାକୁ ପଡିବ।

କେହି ଯଦି ଭାବୁଥାଏ ଯେ ବି.ଏସ୍.ଏନ୍.ଏଲ୍ କୁ ସରକାର ଏବେ ଦେଇଥିବା ୬୯୦୦୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଯୋଗୁଁ ଏହା ଘରୋଇ କମ୍ପାନୀମାନଙ୍କ ସହ ପ୍ରତିଯୋଗିତା କରି ବେଶି ଦିନ ତିଷ୍ଠି ରହିବ ତେବେ ସେ ବୋକାମାନଙ୍କ ସ୍ବର୍ଗରେ ରହୁଛନ୍ତି ବୋଲି କୁହାଯିବ।

ଆସନ୍ତା କାଲି ଯଦି ଭୋଡାଫୋନ୍ ହଟିଯିବ ତେବେ ବଜାରରେ ମାତ୍ର ଦୁଇଟି ଖେଳାଳୀ ରହିଯିବେ – ଏୟାରଟେଲ୍ ଓ ଜିଓ। ସେମାନେ ଆପୋଷରେ ସନ୍ଧି କରି ହୁଏତ ଦର ବଢାଇ ପାରନ୍ତି। ନଚେତ୍ ବଜାରରେ କେବଳ ଜିଓର ଏକଚାଟିଆ ଦଖଲ ରହିଯିବ ଏବଂ ତାହା ମନଇଛା ଦର ବଢାଇ ପାରିବ। ଏପରି ଆଶଙ୍କା ଅମୁଳକ ନୂହେଁ।

ସରକାର ଚଳିତ ବର୍ଷ ପାଇଁ ୭.୦୪ ଲକ୍ଷ କୋଟି ଟଙ୍କାର ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ କରିଛନ୍ତି। ମାତ୍ର ଗତ ଅକ୍ଟୋବର ଶେଷ ସୁଦ୍ଧା ତାହା ୭.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ସାରିଲାଣି। ସୁପ୍ରିମ୍ କୋର୍ଟ ଆଦେଶ ପରେ ଟେଲିକମ୍ କମ୍ପାନୀମାନଙ୍କଠାରୁ ମିଳିବାକୁ ଥିବା ଦେଢ ଲକ୍ଷ କୋଟୀ ଟଙ୍କା ହୁଏତ ଏହି ବିତ୍ତୀୟ ନିଅଣ୍ଟକୁ ଭରଣା କରିବାରେ ତୁରନ୍ତ ସାହାଯ୍ୟ କରିପାରେ।

ଅନ୍ୟ ପକ୍ଷରେ ଏହି ତିନୋଟି କମ୍ପାନୀର ମୋଟ ୠଣର ପରିମାଣ ବର୍ତ୍ତମାନ ପ୍ରାୟ ୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଯଦି ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ କମ୍ପାନୀ ଦେବାଳିଆ ହୋଇଯାଏ ତାହା ବ୍ୟାଙ୍କକୁ କ୍ଷତିଗ୍ରସ୍ତ କରିବ ଏବଂ ସରକାରଙ୍କୁ ପୁଣି ଥରେ ବ୍ୟାଙ୍କକୁ ସାନି ପୁଞ୍ଜି ଦେବା ପାଇଁ ବଜେଟରୁ ଟିକସଦାତାଙ୍କ ଅର୍ଥ ଦେବାକୁ ହେବ। ଏହା କେବଳ ଗୋଟିଏ ପକେଟରୁ ଟଙ୍କା କାଢି ଆଉ ଏକ ପକେଟରେ ରଖିବା ସଦୄଶ ହେବ। ଏହି ପ୍ରକ୍ରୀୟାରେ ଏହି କମ୍ପାନୀ ଗୁଡିକରେ କାମ କରୁଥିବା ୪୪ ଲକ୍ଷ କର୍ମଚାରୀଙ୍କ ଚାକିରୀ ବିପନ୍ନ ହେବ। ତା’ଛଡା ଏହି କ୍ଷେତ୍ରରେ ଦୁଇଟି କମ୍ପାନୀ କିମ୍ବା କେବଳ ଗୋଟିଏ କମ୍ପାନୀର ଏକଚାଟିଆ ବ୍ୟବସାୟକୁ ସରକାର ଯେ କୌଣସି ମତେ ଏଡାଇବା ଉଚିତ୍।

ତେଣୁ ଏହି ଘଟଣାକୁ ପୁଞ୍ଜିବାଦ-ସମାଜବାଦ, ଦେଶି-ସ୍ବଦେଶୀ କିମ୍ବା ଦଳଗତ ଦୄଷ୍ଟିକୋଣ ବଦଳରେ ବ୍ୟବହାରିକ ଦୄଷ୍ଟିକୋଣରୁ ଦେଖାଯିବା ଉଚିତ୍। ସରକାର ମଧ୍ୟ ନିଜର ବିତ୍ତୀୟ ନିଅଣ୍ଟ ଭରଣା କରିବା ପାଇଁ ଏହାକୁ ଦୁଧିଆଳି ଗାଈ ଭାବେ ବ୍ୟବହାର ନ କରି ଏକ ଦୀର୍ଘମିଆଦୀ ନୀତିଗତ ସ୍ଥିରତା ଆଣିବା ଦରକାର।

Categories
ଆଜିର ଖବର

ନହରକାଟିଆ ରେଳଷ୍ଟେସନ ପାଖରେ ମାଲଗାଡ଼ି ଦୁର୍ଘଟଣାଗସ୍ତ

ଆସାମ, ୮/୧୨ : ଆସାମରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହାର ୭ ବଗି ଲାଇନଚ୍ୟୁତ ହୋଇଛି। ସ୍ଥାନୀୟ ଦିବ୍ରୁଗଡ଼ରେ ଥିବା ନାହାରକାଟିଆ ରେଳଷ୍ଟେଶନ ନିକଟରେ ଏହା ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି। ଖବର ପାଇ ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହି ରେଳପଥ ଦେଇ ସମସ୍ତ ଟ୍ରେନ୍‌ ଚଳାଚଳକୁ ସାମୟିକ ବାତିଲ କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର

ପିଆଜ @ ୨୦୦: ରେକର୍ଡ କରୁଛି ପିଆଜ

ବେଙ୍ଗାଲୁରୁ, ୮/୧୨ : ରେକର୍ଡ କଲା ପିଆଜ। ବେଙ୍ଗାଲୁରୁରେ ପିଆଜ କିଲୋ ପିଛା ୨୦୦ ଟଙ୍କା ଛୁଇଁଛି। ରାଜ୍ୟକୁ ପିଆଜ କମ୍ ଆସିବା ଏବଂ ହୋଲସେଲ ଦର ବଢ଼ିବା ପରେ ପିଆଜ ଦାମ ବଢ଼ିଛି ବୋଲି ସୂଚନା ରହିଛି।ଓଡ଼ିଶାରେ ମଧ୍ୟ ପିଆଜି କିଲୋ ୧୬୦ ଟଙ୍କା ପହଁଚି ସାରିଛିଖୁବଶୀଘ୍ର ଓଡ଼ିଶାରେ ମଧ୍ୟ ପିଆଜ ଦର ୨୦୦ ଛୁଇଁବ ବୋଲି ଆକଳନ କରାଯାଉଛି। ରାଜ୍ୟକୁ ପିଆଜ କମ୍ ଆମଦାନୀ ହେଉଥିବାରୁ ଦର ବୃଦ୍ଧି ହେଉଛି ବୋଲି ସୂଚନା ରହିଛି।ସାରା ଦେଶରେ ପିଆଜର ମହଙ୍ଗା ମାଡ ଜାରି ରହିଛି। ପିଆଜ ଦରବୃଦ୍ଧିକୁ ନେଇ ଖାଉଟି ମଧ୍ୟ ହନ୍ତସନ୍ତ ହେଉଛନ୍ତି। ସରକାର ପିଆଜର ଅଭାବ ପୂରଣ କରିବା ପାଇଁ ତୁର୍କୀରୁ ପିଆଜ ଆଣିବେ ବୋଲି ସୂଚନା ରହିଛି। (ଏଜେନ୍ସି)

Categories
ଆଜିର ଖବର

ଉନ୍ନାଓ ପୀଡିତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇବେ ସରକାର

ଉତ୍ତରପ୍ରଦେଶ, ୮/୧୨: ଶୁକ୍ରବାର ଦିନ ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ହେବା ପରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯିବା ସହ ଏହି ମାମଲାକୁ ଫାଷ୍ଟ ଟ୍ରାକ୍‌ କୋର୍ଟରେ ବିଚାର କରାଯିବ ବୋଲି ଯୋଗୀ  ସରକାର କହିଛନ୍ତି । ଉନ୍ନାଓ ପୀଡ଼ିତାଙ୍କ ସମସ୍ତ ଦାବିକୁ ପୂରଣ କରାଯିବ ବୋଲି କଥା ଦେଇଛନ୍ତି ଉତ୍ତରପ୍ରଦେଶ ପ୍ରଶାସନ । ଆର୍ମ ଆକ୍ଟ ଅନୁଯାୟୀ ତାଙ୍କ ଭାଇଙ୍କୁ ଲାଇସେନ୍ସ ପ୍ରଦାନ କରାଯିବା ସହ ତାଙ୍କ ଭଉଣୀଙ୍କୁ ଆଜିଠାରୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯିବ। ଏହାସହ ପୀଡିତାଙ୍କ ପରିବାର ବଡ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ଟି ଘର ମଧ୍ୟ ଯୋଗାଇ ଦିଆଯିବ। ପ୍ରଶାସନ ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯିବା ପରେ ପୀଡିତାଙ୍କ ମୃତଦେହକୁ ସଂସ୍କାର କରାଯାଇଛି। ପୀଡ଼ିତାଙ୍କ ପ୍ରତି ନ୍ୟାୟ ଦାବି କରି ତାଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଆସିଲେ ଯାଇ ପୀଡ଼ିତାଙ୍କ ମୃତଦେହ ସଂସ୍କାର କରିବାକୁ ନେଇ ତାଙ୍କ ପରିବାର ଅଡି ବସିଥିଲେ । ତେବେ ପ୍ରଶାସନର ପ୍ରତିଶ୍ରୁତି ପରେ ପୀଡ଼ିତାଙ୍କ ପରିବାର ତାଙ୍କର ସଂସ୍କାର କରିଥିଲେ। (ଏଜେନ୍ସି)

Categories
ଭିଡ଼ିଓ

Anshula Kapoor posts a heartfelrjun Kapoor says Proud of you

Arjun Kapoor’s sister Anshula Kapoor took to her Instagram handle to pen a long emotional post for his performance in ‘Panipat’. Anshula, who watched the film at the special screening shared posters of Arjun Kapoor from Ashutosh Gowariker’s film. The actor essays the role of Sadashiv Bhau Rao who led the Maratha army during the battle.

 

 

 

Categories
ଆଜିର ଖବର

ଜନ୍ମଦିନ ପାଳନ କରିବାକୁ ମନା କଲେ ସୋନିଆ

ନୂଆଦିଲ୍ଲୀ, ୮/୧୨ : ଆସନ୍ତା କାଲି ଅର୍ଥାତ୍‌ ଡିସେମ୍ବର ୯ ତାରିଖରେ ୭୩ ବର୍ଷରେ ପାଦ ଦେବେ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧି । ତେବେ ଆସନ୍ତାକାଲି ଜନ୍ମଦିନକୁ ସେ ପାଳନ କରିବାକୁ ମନା କରିଛନ୍ତି । ଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୁଃଖିତ ଅଛନ୍ତି। ଏହି କାରଣରୁ ସେ ଚଳିତ ବର୍ଷ ତାଙ୍କର ଜନ୍ମଦିନ ପାଳନ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ଦେଶରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହ ଉନ୍ନାଓ ଦୁଷ୍କର୍ମ-ହତ୍ୟା ଘଟଣାରେ ଲୋକମାନେ ମର୍ମାହାତ ହୋଇଥିବା ସମୟରେ ସୋନିଆ ଗାନ୍ଧି ଏଭଳି ନିଷ୍ପତ୍ତି ନେଇଛନ୍ତି। (ଏଜେନ୍ସି)

Categories
ଭିଡ଼ିଓ

Actress Nushrat Bharucha and Jacqueline Fernandez were snapped at Mumbai airport on Monday. Nushrat looked elegant in a polka dot dress.

Categories
ଆଞ୍ଚଳିକ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ପ୍ରତିନିଧି ରୂପେ ନିଯୁକ୍ତ ହେଲେ ବାଣପୁରର ମିଟୁ ନାୟକ

ସମୀକ୍ଷା ବ୍ୟୁରୋ
ବାଣପୁର, : ୮/୧୨: ଚିଲିକା ନିର୍ବାଚନ ମଣ୍ଡଳୀରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳର ବାଲିପଦର ନିବାସୀ ମିଟୁ ନାୟକଙ୍କୁ  ନିଜର ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ମିଟୁ ନାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ରାଜନୈତିକ ପ୍ରତିନିଧି ରୂପେ ମଧ୍ୟ କାର୍ଯ୍ୟ କରିବେ। ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପ୍ରଶାନ୍ତ ଜଗଦେବ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌କୁ ୩୯୭/ପିଜେସି/୧୯ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି।

ଭାରତୀୟ ସେନା ବାହିନୀର ଜଣେ ଅବସରପ୍ରାପ୍ତ କର୍ମୀ ହେଉଛନ୍ତି ମିଟୁ ନାୟକ। ଇନ୍‌ଫ୍ରାଣ୍ଟି ବାଟାଲିୟନ୍‌ରେ ୧୬ ବର୍ଷ ଧରି ସେବା କରିବା ପରେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ଶ୍ରୀ ନାୟକ। ସେ କାର୍ଯ୍ୟ କରିଥିବା ଅଞ୍ଚଳ ଗୁଡ଼ିକ ମଧ୍ୟରେ ଶ୍ରୀନଗର, କିଶ୍‌ଓ୍ବାଡ, ବୁରେ ସେକ୍ଟର, କାର୍‌ଗିଲ୍‌ ସେକ୍ଟର, ଇମ୍ପାଲ୍‌ (ମଣିପୁର), କୋଲାକତା, ହାଇଦ୍ରବାଦ, ଦିଲ୍ଲୀ ଆଦି ରହିଛି। ସେ ଅଂଶଗ୍ରହଣ କରିଥିବା ଅପରେସନ୍‌ଗୁଡ଼ିକ ମଧ୍ୟରେ ରହିଛି କାର୍ଗିଲ୍‌ ଯୁଦ୍ଧ, ସଂସଦ ଭବନରେ ହୋଇଥିବା ‘ପରାକ୍ରମ’ ଅପରେସନ୍‌, ଜମ୍ମୁକାଶ୍ମୀରେ ହୋଇଥିବା ଓପି ରକ୍ଷକ’ ଅପରେସନ୍‌।

ତେବେ ସେନାବାହିନୀରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶକୁ ନେଇ ପଚାରାଯାଇଥିବା ଏକ ପ୍ରଶ୍ନରେ କହିଛନ୍ତି ଯେ, ରାଜନୀତି ଜରିଆରେ ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ସେ ରାଜନୀତିରେ ପ୍ରବେଶ କରିବା ନେଇ ଇଚ୍ଛା ପ୍ରକଟ କରିଛନ୍ତି। ମିଳିଥିବା ଗୁରୁଦାୟିତ୍ବକୁ କିପରି ନିର୍ବାହ କରିବେ ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ନାୟକ କହିଛନ୍ତି ଯେ, ଚିଲିକା ନିର୍ବାଚନ ମଣ୍ଡଳୀରେ ଥିବା ଯାବତୀୟ ସମସ୍ୟା ଯେପରିକି- ଜଳ, ଆଲୋକ, ସ୍ବାସ୍ଥ୍ୟସେବା ଓ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେବେ।

ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଶ୍ରୀ ନାୟକ କହିଛନ୍ତି ଯେ, ଗୋଦାବରୀଶ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ପଢିବା ପରେ ସେନାବାହିନୀରେ ଯୋଗ ଦେଇଥିଲେ। ପରେ ଦୂରନିରନ୍ତର ପାଠ୍ୟକ୍ରମ ଜରିଆରେ ସ୍ନାତକ, ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର, ଏମ୍‌ବିଏ ଆଦି ପାଠ୍ୟକ୍ରମ ଶେଷ କରିଛନ୍ତି।

ଦେଶର ଜଣେ ସଚ୍ଚା ସୈନିକ ମିଟୁ ନାୟକ ରାଜନୀତି ମାଧ୍ୟମରେ ସମାଜସେବା କରିବାକୁ ଆଗ୍ରହୀ ରହିଛନ୍ତି। ଚିଲିକା ନିର୍ବାଚନ ମଣ୍ଡଳୀରେ ତାଙ୍କ ପରି ଜଣେ କର୍ତ୍ତବ୍ୟନିଷ୍ଠ ତଥା ଦାୟିତ୍ବସମ୍ପନ୍ନ ବ୍ୟକ୍ତିଙ୍କୁ ନେଇ ବେଶ୍‌ ଉତ୍ସାହ ଦେଖାଯାଇଛି।

 

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଜିର ଖବର

ଦିଲ୍ଲୀ ଅଗ୍ନିକାଣ୍ଡ : ମୃତକ ଓ ଆହତଙ୍କ ପାଇଁ ସହାୟତା ଘୋଷଣା କଲେ କେଜ୍‌ରୀଓ୍ବାଲ

ନୂଆଦିଲ୍ଲୀ, ୮/୧୨ :  ଦିଲ୍ଲୀର ରାଣୀ ଝାନ୍ସୀ ରୋଡ ଅନାଜ ମଣ୍ଡି ସ୍ଥିତ ଏକ ବିଲ୍ଡିଂରେ ଆଜି ସକାଳ ୫ଟା ୨୨ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୩ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କରୁଛି। ଘଟଣାସ୍ଥଳରେ ୩୦ଟି ଦମକଳ ବାହିନୀ ଗାଡି ନିୟୋଜିତ କରାଯାଇଛି। ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ଏହି ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ମୃତକଙ୍କ ପରିବାରକୁ ୧୦ – ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତଙ୍କୁ ୧-୧ ଲକ୍ଷଟଙ୍କା ସହିତ ମାଗଣା ଚିକିତ୍ସା ଦେବାର ଘୋଷଣା କରିଛନ୍ତି । ସେହିପରି ଘଟଣାସ୍ଥଳରେ ବିଜେପି ନେତା ମନୋଜ ତିୱାରୀ ପୀଡିତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଓ ଆହତଙ୍କ ପରିବାରକୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଅନାଜ ମଣ୍ଡି କ୍ଷେତ୍ରରେ ହୋଇଥିବା ଭୟାନକ ଅଗ୍ନିକାଣ୍ଡ ମାମଲା ଯାଂଚ୍ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଦିଲ୍ଲୀର ରାଜସ୍ଵ ମନ୍ତ୍ରୀ କୈଳାଶ ଗେହଲଟ ନିର୍ଦ୍ଦେଶ ଦେଇଛନ୍ତି। (ଏଜେନ୍ସି)

 

Categories
ଭିଡ଼ିଓ

Kajol Ajays new pic from Tanhaji wins hearts

In the movie, the real-life couple of Ajay Devgn and Kajol will be seen essaying the roles of the great Maratha leader ‘Tanaji Malusare‘ and his wife ‘Savitribai’. Fans have loved their on-screen chemistry in the trailer

 

Categories
ଆଞ୍ଚଳିକ

ଭଲିବଲ୍‌ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଖେଳାଳୀଙ୍କ ଜମ୍ମୁକାଶ୍ମୀର ଯାତ୍ରା

ବ୍ରହ୍ମପୁର, ୮/୧୨ : ୬୫ତମ ଜାତୀୟ ବିଦ୍ୟାଳୟସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ଆସନ୍ତା ୯ ଡ଼ିସେମ୍ବରରୁ ୧୩ ଡ଼ିସେମ୍ବର ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀରଠାରେ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବାକୁ ଆଜି ୧୭ବର୍ଷରୁ କମ୍ ବାଳକ ବିଭାଗ ଓଡ଼ିଶା ଦଳ ଯାତ୍ରା କରିଛନ୍ତି । ଏଥିପାଇଁ ପି. ଦିନେଶ ଚନ୍ଦ୍ର ରେଡ଼ି (ଅଧିନାୟକ), ସୁରେନ୍ଦ୍ର ଖାରା (ଉପ ଅଧିନାୟକ), ଲକ୍ଷ୍ମଣ ବଡ଼ନାୟକ, ଜନ୍ନ ମଡ଼କେରୀ, ଅର୍ଜୁନ ଶିସା, ଦୀପକ ବିଲୁଙ୍ଗ, ଚନ୍ଦନ ତରେଇ, ପ୍ରବୀର କୁମାର ପତି, ଶକ୍ତିରଂଜନ ସାହୁ, ଅଜିତ ପ୍ରଧାନ, ଗୁଳୁବା ବେସ୍ତା, ଆଶିଷ ସ୍ୱାଇଁ, ଶ୍ରୀକାନ୍ତ ନାୟକ ପ୍ରମୁଖ ଖେଳାଳୀ ସଂଜୟ କୁମାର ପାତ୍ର (କୋଚ୍)ଙ୍କ ନେତୃତ୍ୱରେ ପ୍ରଶିକ୍ଷଣ ନେଇଥିଲେ । ୬ ତାରିଖ ଦିନ ଏହି ଦଳ ଟ୍ରେନ ଯୋଗେ ଜାମ୍ମୁକାଶ୍ମୀର ଯାତ୍ରା କରିଛନ୍ତି ।

Categories
ଆଞ୍ଚଳିକ

ଏସିଆନ୍ କ୍ଲାସିକ୍ ପାୱାରଲିଫ୍ଟିଂରେ ୩ଟି ସ୍ୱର୍ଣ୍ଣପଦକ ପାଇଲେ ରଂଜିତା

ବ୍ରହ୍ମପୁର, 8/12:  କାଜାଖିସ୍ଥାନରେ ଡ଼ିସେମ୍ବର ୨ ତାରିଖରୁ ଚାଲିଥିବା ଏସିଆନ୍ କ୍ଲାସିକ୍ ପାୱାରଲିଫ୍ଟିଂ ଚମ୍ପିୟନସିପ୍ରେ ବ୍ରହ୍ମପୁରର ରଂଜିତା ମିଶ୍ର ୩ଟି ସ୍ୱର୍ଣ୍ଣପଦକ ପାଇ ବ୍ରହ୍ମପୁର ତଥା ଦେଶପାଇଁ ଗୌରବ ଆଣିଛନ୍ତି । ଇଣ୍ଡିଆନ ପାୱାରଲିଫିଂ ଅର୍ଗନାଇଜେସନ୍ ପକ୍ଷରୁ ଭାରତରୁ ୫୬ ଜଣ ଅଂଶଗ୍ରହଣ କରିଥିଲେ । ଏସିଆରୁ ୨୨ଟି ଦେଶର ୩୫୦ରୁ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ସ୍କର୍ଟରେ, ବେଞ୍ଚ, ଭାରତ୍ତୋଳନରେ ସମୁଦାୟ ୩ଟି ସ୍ୱର୍ଣ୍ଣପଦକ ପାଇ ବ୍ରହ୍ମପୁର ସହର ପାଇଁ ଗୌରବ ଆଣିଛନ୍ତି ।

Categories
ଆଜିର ଖବର

ମାଗଣାରେ ଏକ କିଲୋ ପିଆଜ ନେବାକୁ ଚାହୁଁଛନ୍ତି କି ? ତା‘ ହେଲେ କରନ୍ତୁ ଏହି କାମ

ତାମିଲନାଡୁ, ୮/୧୨ : ହାଣ୍ଡିଶାଳରୁ ପିଆଜ ଏବେ ଉଦ୍ଭାନ ହୋଇ ଆଲମାରୀରେ ସାଇତା ହେଉଛି। ପିଆଜର ଅହେତୁକ ଦରବୃଦ୍ଧି ହେତୁ ଖାଉଟି ସମେତ ବ୍ୟବସାୟୀ ଗୋଷ୍ଠୀ ନାହିଁ ନଥିବାର ହଇରାଣ ହେଉଛି । ଗୃହିଣୀଙ୍କ ବଜେଟ୍‌କୁ ବିଗାଡ଼ି ଦେଇଛି ଏହି ପିଆଜ। ଥାଳି କଡ଼ରେ ଆଉ ପିଆଜ ଶୋଭା ପାଉନାହିଁ । ଏବେ ପିଆଜକୁ ଲୁଚାଇ ରଖିବାକୁ ପଡୁଛି। ପିଆଜ ଏବେ ଏକ ଦୁର୍ମୂଲ୍ୟ ସାମଗ୍ରୀ ହୋଇପଡିଛି । ସାରା ଭାରତରେ ପିଆଜର କିଲୋ ପିଛା ମୂଲ୍ୟ ୧୦୦ଟଙ୍କାରୁ ଉର୍ଦ୍ଧ୍ବ ରହିଥିବାବେଳେ କେତେକ ସ୍ଥାନରେ ଏହା  ଏବେ ୧୩୦ରୁ ୧୪୦ ଟଙ୍କା ରହିଛି। ଏପରି ସ୍ଥିତିରେ ଆପଣଙ୍କୁ ଯଦି କେହି ପିଆଜର ଅଫର୍‌ ଦିଅନ୍ତି, ତେବେ ଆପଣଙ୍କୁ ଟିକିଏ ଝଟ୍‌କା ଲାଗିବ ନା।

ପିଆଜକୁ ନେଇ ଏମିତି ଏକ ଅଫର୍‌ ରହିଛି। ତାମିଲନାଡୁର ପୁଟ୍ଟୁକୋଟ୍ଟଇଠାରେ ଜଣେ ମୋବାଇଲ୍‌ ଦୋକାନୀ ପିଆଜକୁ ନେଇ ଅଫର୍‌ ରଖିଛନ୍ତି। ଏହି ଦୋକାନୀ ଜଣକ ସ୍ମାର୍ଟଫୋନ୍‌ ବିକ୍ରି କରିବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି। ଦୋକାନୀ ଜଣକ ସ୍ମାର୍ଟଫୋନ୍‌ କ୍ରେତାଙ୍କୁ ମାଗଣାରେ ପିଆଜ ଦେବେ ବୋଲି ଘୋଷଣା କରିଛନ୍ତି ।
ଏସିଟିଆର୍‌ ମୋବାଇଲ୍‌ ନାମରେ ଦୋକାନ ଚଲାଉଥିବା ସତୀଶ୍‌ ଅଲ୍‌ ଏହି ଘୋଷଣା କରି କହିଛନ୍ତି ଯେ, ଯିଏ ତାଙ୍କ ଦୋକାନରୁ ସ୍ମାର୍ଟ ଫୋନ୍‌ କିଣିବ, ତାଙ୍କୁ ମାଗଣାରେ ଏକ କିଲୋ ପିଆଜ ମିଳିବ । ସେ କହିଛନ୍ତି ଯେ, ଆମେ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଛି।ପିଆଜର ଅହେତୁକ ଦର ବୃଦ୍ଧି ଦେଖି ଏହାକୁ ଅଫର୍‌ କରିବା ନେଇ ଏକ ଆମେ ଚିନ୍ତା କରିଛୁ । ଯଦି ଆପଣ ଗୋଟେ ସ୍ମାର୍ଟଫୋନ୍‌ କିଣିବେ, ତେବେ ଆମେ ତାଙ୍କୁ ଏକ କିଲୋ ପିଆଜ ମାଗଣା ଦେବୁ।

ଏହି ଘୋଷଣା ପରେ ଲୋକଙ୍କର ଭଲ ପ୍ରତିକ୍ରିୟା ମିଳିଛି। ଜଣେ ଗ୍ରାହକ କହିଛନ୍ତି ଯେ, ମୋତେ ସ୍ମାର୍ଟଫୋନ୍‌ ତ ଦରକାର ଥିଲା, ପୁଣି ଘର ପାଇଁ ପିଆଜ। ବଢିଆ ହେଲା । ଗୋଟିଏ ହାତରେ ଫୋନ୍‌ ଓ ଆର ହାତରେ ପିଆଜ ମିଳିଗଲା । ଅନ୍ୟ ଜଣେ ଗ୍ରାହକ ମଧ୍ୟ ପିଆଜ ଓ ସ୍ମାର୍ଟ ଫୋନ୍‌ ପାଇଁ ଖୁସି ଅଛନ୍ତି ।

ସାଧାରଣ ଖାଉଟିଙ୍କଠାରୁ ଦେଶର ଅର୍ଥନୀତି ଉପରେ ବେଶ୍‌ ପ୍ରଭାବ ପକାଇଛି ଏହି ପିଆଜ। ରାଜନୀତିରେ ମଧ୍ୟ ଏକ ବେଶ୍‌ ଉପାଦାନ ହୋଇପାରିଛି ପିଆଜ। ପିଆଜକୁ ନେଇ ସରକାର ଓ ବିରୋଧୀ ଟଣାଓଟରା ଚାଲିଥିବାବେଳେ ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛି। ତେବେ ଆସନ୍ତା ମାସଠାରୁ ପିଆଜ ଦରରେ ଟିକେ ଲଗାମ ଲାଗିବ ବୋଲି ଆଶା କରାଯାଉଛି ।

Categories
ଆଜିର ଖବର

ଦିଲ୍ଳୀ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ଦିଲ୍ଲୀ, ୮/୧୨ : ରବିବାର ସକାଳ ସମୟରେ ନୂଆଦିଲ୍ଲୀ ରାଣୀ ଝାନ୍‌ସି ରୋଡ୍‌ରେ ଅନାଜ ମଣ୍ଡିରେ ଅଗ୍ନିକାଣ୍ଡ ଲାଗିଥିବା ନିଆଁରେ ମୃତ୍ୟ ସଂଖ୍ୟା ୪୩କୁ ପହଞ୍ଚିଥିବାବେଳେ ଏଥିରେ ୬୩ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ୫ଟି ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦିଲ୍ଲୀଠାରେ ଘଟିଥିବା ଏଭଳି ମର୍ମନ୍ତୁଦ ଘଟଣାରେ ଭାରତର ରାଷ୍ଟ୍ରପତି ଶୋକ ପ୍ରକଟ କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାହୁଲ୍‌ ଗାନ୍ଧି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରୀଓ୍ବାଲ ପ୍ରମୁଖ ଟୁଇଟ୍‌ କରି ଶୋକ ପ୍ରକଟ କରିଛନ୍ତି । କେଜରୀଓ୍ବାଲ ସରକାରର ମନ୍ତ୍ରୀ ଇମାରନ ହୁସୈନ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ଘୋଷଣା କରିଛନ୍ତି । ସେହିପରି ବିଜେପି ନେତା ବିଜୟ ଗୋଏଲ୍‌ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ, ୧୦ ଗୁରୁତର

ବାଲେଶ୍ବର ୮/୧୨: ରବିବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଟ୍ରକ୍‌ ପଛରେ ଏକ ଟ୍ରାଭେଲର୍‌ ପିଟି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୁରୀ ସହରର ବାଲିସାହି ଅଂଚଳରୁ ଶନିବାର ରାତି ପ୍ରାୟ ୧୧ଟାରେ ୨୫ ଜଣ ପର୍ଯ୍ୟଟକ ଏକ ଟ୍ରାଭେଲରରେ ଦେବକୁଣ୍ଡ ଯାଉଥିଲେ । ସେମାନେ ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପଛପଟରୁ ଦୃତଗତିରେ ଯାଉଥିବା ଟ୍ରାଭେଲର ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା । ଭୋର ସକାଳ ହୋଇଥବାରୁ ଟ୍ରାଭେଲର ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରୁଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତରେ ପୁଲିସ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର

ଦିଲ୍ଲୀରେ ଅଗ୍ନିକାଣ୍ଡ : ୩୨ ମୃତ, ୫୦ରୁ ଅଧିକ ଆହତ

ଦିଲ୍ଲି,୮/୧୨: ରାଜଧାନୀ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍‌ଠାରେ ରବିବାର ସକାଳୁ ଶସ୍ୟ ମଣ୍ଡିରେ ଭୀଷଣ ନିଆଁ ଲାଗିଯାଇଛି । ଏହି ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ରବିବାର ସକାଳ ୫ଟା ବେଳେ ମଣ୍ଡିରେ ଥିବା ତୃତୀୟ ମହଲାରେ ନିଆଁ ଲାଗିଥିଲା । ପରେ ପରେ ଏହା ବେକେରୀକୁ ସମ୍ପ୍ରସାରଣ କରି ପୂରା କୋଠାରେ ନିଆଁ ଲାଗିଯାଇଥିଲା । ଏହା ଏତେ ଭୟାନକ ରହିଥିଲା ଯେ, ୩0ରୁ ଅଧିକ ଦମକଳ ଗାଡ଼ି ଏହି ନିଆଁଲିଭା କାର୍ଯ୍ୟରେ ନିୟୋଜିତ କରହିଛନ୍ତି । ଏହି ଘଟଣାରେ ୩୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫0ରୁ ଅଧିକ ଗଭୀର ରୂପରେ ଆହତ ହୋଇଥିବାର ଖବର ମିଳିଛି । ଆହତମାନଙ୍କୁ ଆରଏମଏଲ୍‌, ଏଲ୍‌ଏନ୍‌ଜେପି, ହିନ୍ଦୁ ରାଓ ଓ ସଫଦରଗ୍ଞ୍ଜ ଆଦି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର

ଦୁଷ୍କର୍ମ ମାମଲା ଫେରାଇ ନ ନେବାରୁ ମହିଳାଙ୍କ ଉପରକୁ ଏସିଡ଼ ମାଡ଼

ଉତ୍ତରପ୍ରଦେଶ, ୮/୧୨: ଉତ୍ତରପ୍ରଦେଶରେ ଉନ୍ନାଓ ଘଟଣାର ନିଆଁ ନ ଲିଭିଣୁ ଆଉ ଏକ କୁତ୍ସିତ ଘଟଣା ସାମ୍ନାକୁ ଆସିଛି । ଗତକାଲି ଉନ୍ନାଓ ପୀଡ଼ିତା ମୃତ୍ୟୁବରଣ କରିଥିବାବେଳେ ମୁଜାଫରନଗର ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ଉପରକୁ ଏସିଡ଼ ମାଡ଼ ହୋଇଛି । ମୁଜାଫରପୁର ପୋଲିସ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ପୋଲିସ କହିଛି ଯେ, ୪ ଜଣ ଯୁବକ ଅଦାଲତରୁ ଦୁଷ୍କର୍ମ ମାମଲା ଫେରାଇ ଆଣିବା ପାଇଁ ମହିଳାଙ୍କୁ କହିଥିଲେ କିନ୍ତୁ ଏଥିରେ ପୀଡ଼ିତା ରାଜି ନ ହେବାରୁ ଏସିଡ ମାଡ଼ କରିଥିଲେ ।

ପୋଲିସ କହିଛି ଯେ, ମହିଳାଙ୍କ ଶରୀର ୩୦ ପ୍ରତିଶତ ଜଳିଯାଇଛି ଏବଂ ମେରଠର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଶାହପୁର ଥାନା ଅଧିକାରୀ ଗିରିଜା ଶଙ୍କର ତ୍ରିପାଠୀ କହିଛନ୍ତି, ବୁଧବାର ରାତି ୪ ଜଣ ବ୍ୟକ୍ତି ମହିଳାଙ୍କ ଘରକୁ ବଳପୂର୍ବକ ପ୍ରବେଶ କରିଥିଲେ । ଏହା ପରେ ସେମାନେ ମହିଳାଙ୍କୁ କୋର୍ଟରୁ ମାମଲା ଫେରାଇ ଆଣିବାକୁ କହିଥିଲେ । ମାତ୍ର ମହିଳା ଜଣକ ଏଥିରେ ରାଜି ନ ହେବାରୁ ଏସିଡ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଏସିଡ୍‌ ମାଡ଼ କରିଥିବା ଯୁବକଙ୍କ ପରିିଚୟ  ମିଳିସାରିଥିବାବେଳେ ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବା ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ପୂର୍ବତନ ଶିକ୍ଷା ଓ ରାଜସ୍ବ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର, ୮/୧୨: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଗତକାଲି ରାତି ପରଲୋକ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ବାସ ଭବନରେ  ୯୨ ବର୍ଷ ବୟସରେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି ଭାଗବତ ।  ଭାଗବତଙ୍କ ପରଲୋକରେ କେନ୍ଦ୍ରାପଡ଼ା ରାଜନୀତିରେ ଏକ ଯୁଗ ସମାପ୍ତ ହୋଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ମଣ୍ଡଳୀରୁ ତିନିଥର ନିର୍ବାଚିତ ହୋଇଥିଲେ ଓ ସେ  ରାଜ୍ୟ ମନ୍ତ୍ରିମଣ୍ଡଳରେ ଦୁଇ ଥର ମନ୍ତ୍ରୀ ହୋଇଥିଲେ । ସେ ଓଡ଼ିଶା ବିଧାନସଭାରେ ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଥିଲେ । ଏତଦ ବ୍ୟତୀତ ସେ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କର ସଭାପତି ଥିଲେ ।

Categories
ବିଶେଷ ଖବର

ଉନ୍ନାଓ, ଦେଶର ଧର୍ଷଣ ଓ ବଳାତ୍କାର ରାଜଧାନୀ ହେବା ପଛରେ କାହାର ହାତ ରହିଛି? 

କେଦାର ମିଶ୍ର 

ମାତ୍ର ୧୧ ମାସରେ ଗୋଟିଏ ଜିଲାରେ ଘଟିଛି ୮୬ ଟି ଧର୍ଷଣ ଓ ୧୮୫ ବଳାତ୍କାର ଘଟଣା। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୬୩ କିଲୋମିଟର ଦୂରରେ ଅବସ୍ଥିତ ଉନ୍ନାଓ ଜିଲ୍ଲା ଏବେ ମହିଳାଙ୍କ ପାଇଁ ଏବେ ନିର୍ୟାତନାର ଯାତନା ଗୃହ ପାଲଟିଛି। ଯେଉଁ ଦିନ ପୋଲିସର ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର ନ୍ୟାୟକୁ ନେଇ ସାରା ଦେଶ ବଡ ଖୁସି ରେ ନାଚୁଥିଲା, ସେଦିନ ଉନ୍ନାଓ ର ଆଉ ଏକ ଝିଅକୁ ତାର ଧର୍ଷଣକାରୀମାନେ ପୋଡି ମାରିଦେଲେ। ସେ ପୋଡି ମାରିବାର ଦୃଶ୍ୟ ବି କିଛି ଭୟାନକ ନଥିଲା। ୯୦ ଭାଗ ପୋଡିଯାଇଥିବା ଗୋଟେ ଆଦିବାସୀ ଝିଅ ଦଉଡି ଦଉଡି ଗୋଟେ କିଲୋମିଟର ପରେ ପୋଲିସ କୁ ଫୋନ କରି ପାରିଲା। ମାତ୍ର ୧୦ ଘଣ୍ଟା ଭିତରେ ଝିଅଟିର ଜୀବନ ଚାଲିଗଲା। କିଛିମାସ ଆଗରୁ ଝିଅଟିକୁ ଧର୍ଷଣ କରିଥିବା ଅପରାଧୀମାନେ ଜେଲରୁ ଜାମିନ ପାଇ ଫେରିଥିଲେ। ଅପରାଧୀର ପୂରା ପରିବାର ମିଶି ଝିଅଟିକୁ ମାରିଦେଲେ। ହରିଶଙ୍କର ତ୍ରିବେଦୀ, ରାମ ତ୍ରିବେଦୀ, ଶିବମ ତ୍ରିବେଦୀ, ଶୁଭମ ତ୍ରିବେଦୀ ଓ ଉମେଶ ବାଜପାୟୀ ନାମକ ଏ ପାଞ୍ଚଜଣ ଅପରାଧୀ ନିୟମିତ ପୋଲିସ ସୁରକ୍ଷା ପାଇ ଆସୁଥିଲେ। କେବଳ ଏଇ ଘଟଣା ନୁହେଁ, ଏହା ପୂର୍ବରୁ ଉନ୍ନାଓ ର ବିଧାୟକ କୁଳଦୀପ ସିଂ ସେଙ୍ଗର ସମାନ ଧର୍ଷଣ ଅଭିଯୋଗରେ ଜେଲରେ ଅଛି।

ଯେତେବେଳେ କୁଲଦୀପ ସେଙ୍ଗର ଉନ୍ନାଓର ଆଉ ଜଣେ ମହିଳାଙ୍କୁ ଧର୍ଷଣ କରି ତାଙ୍କ ପରିବାରକୁ ନିପାତ କରିଦେଲା, ସେତେବେଳେ ଆମର କ୍ରୋଧ ପ୍ରାୟ ନଥିଲା। ଉନ୍ନାଓରେ ବିଧାୟକଙ୍କ ସମର୍ଥକମାନେ ଖୋଲାଖୋଲି ଅଭିଯୋଗକାରିଣୀଙ୍କ ବିରୋଧରେ ଶୋଭାଯାତ୍ରା ବାହାର କଲେ। ଧର୍ଷଣକାରୀ ବିଧାୟକଙ୍କ ସପକ୍ଷରେ ପୂରା ଉତ୍ତର ପ୍ରଦେଶର ବିଜେପି ଦଳ ସୁରକ୍ଷାଦାତାର ଭୂମିକା ତୁଲାଇଲା। ଥାନାରେ ଅଭିଯୋଗ କରିବାକୁ ଯାଇଥିବା ପୀଡ଼ିତାଙ୍କ ବାପାଙ୍କୁ ପୋଲିସ ପିଟି ପିଟି ମାରିଦେଲା। (ତାହାକୁ ଏନକାଉଣ୍ଟର, କଷ୍ଟଡିଆଲ ମର୍ଡର ନା ଆଉ କଣ କୁହାଯିବ କେଜାଣି) ପରବର୍ତ୍ତୀ ସମୟରେ ପୀଡ଼ିତାଙ୍କୁ ଗାଡି ଚଢେଇ ମାରିଦେବାର ଉଦ୍ୟମ ହେଲା। ତାଙ୍କ ଓକିଲ ଓ ପରିବାରର ଅନ୍ୟ ଦୁଇ ଜଣ ସଦସ୍ୟ ଭୟଙ୍କର ଭାବେ ଆହତ ହେଲେ। ପରେ ପରିବାରର ଦୁଇ ସଦସ୍ୟ ପ୍ରାଣ ହରାଇଲେ। ମାସ ମାସ ଧରି ଚାଲିଥିବା ହତ୍ୟା ଓ ଧର୍ଷଣର ଏହି ବର୍ବରତା ଦେଖି ଆମର ବିବେକ ଜାଗ୍ରତ ହୋଇ ନଥିଲା।

ସେହି ଉତ୍ତର ପ୍ରଦେଶରେ ଆଉ ଜଣେ ଝିଅ ପୂର୍ବତନ ଗୃହମନ୍ତ୍ରୀ ଚିନ୍ମୟାନନ୍ଦ ବିରୋଧରେ ଧର୍ଷଣ ଅଭିଯୋଗ ଆଣିଲେ। ପରିଣତିରେ ହେଲା କଣ? ସୁପ୍ରିମ କୋର୍ଟ ପର୍ୟନ୍ତ ନ୍ୟାୟ ପାଇଁ ଲଢୁଥିବା ଏହି ଝିଅଟିକୁ ଖୋଦ ଉତ୍ତର ପ୍ରଦେଶ ପୋଲିସ ଗିରଫ କରି ଜେଲକୁ ପଠାଇଦେଲା। ତାକୁ ଦେଖି ଆମ ସମାଜର ପାଟି ଫିଟୁନଥିଲା। ବଡ ଲୋକଙ୍କ ନାଁରେ ଯେତେବେଳେ ଅଭିଯୋଗ ଆସେ ସେତେବେଳେ ଆମର ବିବେକ ଅନ୍ଧାରରେ ଶୋଇପଡେ। ଚିନ୍ମୟାନଦ ବା କୁଲଦୀପ ସେଙ୍ଗରକୁ ଫାଶୀ ଦେବାକୁ କିଏ କେତେଥର ଦାବି କରିଛି? ପୁରା ଗୋଟେ ଜିଲ୍ଲାରେ ଧର୍ଷଣ ଓ ବଳାତ୍କାରର ରାଜୁତି ଚାଲିଛି। ସେଥିରେ କାହାର ବିବେକ ଦଂଶିତ ହେଉନାହିଁ।

ହାଇଦ୍ରାବାଦ ପୋଲିସ ଯେତେବେଳେ ଦୁଇ ଦିନ ଧରି ପୀଡ଼ିତାଙ୍କ ପରିବାରର ଏତାଲା ରଖୁନଥିଲା, ତାକୁ ନେଇ ଆମେ ଚୁପ ଥିଲୁ। ହଠାତ ତୁରନ୍ତ ନ୍ୟାୟ ନାଁରେ ଆଜି ପୋଲିସର ବନ୍ଦନା ଚାଲିଛି। ହାଇଦ୍ରାବାଦ ହେଉ କି ଉନ୍ନାଓ, ପୁରୀ ହେଉ କି ମୁଙ୍ଗେର, ଆମ ଝିଅମାନଙ୍କୁ ସୁରକ୍ଷା ଦେବାରେ ଆମର ପୋଲିସ ବିଫଳ ହୋଇଛି।

ତେବେ ଖାଲି ପୋଲିସ ନୁହଁ, ଏହି ସବୁ ଘଟଣାରେ ଆମ ସାମାଜିକ ବିବେକର ମୁଖା ମଧ୍ୟ ଖସି ପଡୁଛି। କିଛି ଲୋକ ପୋଲିସର ହତ୍ୟାକୁ ନେଇ ଏତେ ଉଲ୍ଲସିତ ଯେ, ଏ ସମ୍ପର୍କରେ ପ୍ରଶ୍ନ ପଚାରୁଥିବା ସାଧାରଣ ଲୋକଙ୍କୁ ଗାଳି ଗୁଲଜ କରୁଛନ୍ତି। କିଛି ମହିଳା ସାମ୍ବାଦିକ ଓ ମାନବାଧିକାର କର୍ମୀ ଯେତେବେଳେ ପୋଲିସର କାର୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରୁଛନ୍ତି, ସେମାନଙ୍କୁ ଖୋଲାଖୋଲି ହତ୍ୟା ଓ ଧର୍ଷଣର ଧମକ ଦିଆଯାଉଛି। ଏଠି ନ୍ୟାୟ ପାଇଁ ବା ପୀଡ଼ିତାଙ୍କର ପରିବାର ପ୍ରତି ସଂବେଦନା ନୁହଁ, ବରଂ ନିଜର ହିଂସ୍ର ପ୍ରାଣର କୁତ୍ସିତ ଭାବନା ବ୍ୟକ୍ତ କରିବାର ଗୋଟେ ନିର୍ଲଜ ନାଟକ ଚାଲିଛି। ଅପାରଗ ସରକାର ଓ ଅପରାଧୀଙ୍କ ବଡ ଭାଇ ସାଜିଥିବା ପୋଲିସକୁ ଏଠି ସାବାସି ଦେଇ ଅସଲ ସମସ୍ୟାକୁ ଘୋଡେଇ ଦିଆ ଯାଉଛି।

ପୁଣିଥରେ ସେ ଉନ୍ନାଓକୁ ଫେରିବା। ଏହି ଉନ୍ନାଓର ଲୋକସଭା ସଦସ୍ୟ ହେଉଛନ୍ତି ସାକ୍ଷୀ ମହାରାଜ। ଏହାଙ୍କ ନାଁରେ ଏକଦା ଧର୍ଷଣ ଅଭିଯୋଗ ରହିଥିଲା। ବିଧାୟକ ହେଉଛି କୁଲଦୀପ ସିଂ ସେଙ୍ଗର ଆଉ ଏହାଙ୍କ ରାଜୁତି ଜେଲ ଭିତରୁ ଚାଲିଛି। ଗୋଟେ ପରିବାରକୁ ଜେଲରେ ରହି ଏ ବାବୁ ନିପାତ କରି ଚାଲିଛନ୍ତି। ଏମାନେ କେଉଁ ଦଳର ସଦସ୍ୟ ଓ ଏମାନଙ୍କୁ କିଏ ସାହାଯ୍ୟ ଦେଉଛି, ସେକଥା ବୋଧହୁଏ ଆମକୁ ଜଣା ନାହିଁ!

ଧର୍ଷଣ ଓ ବଳାତ୍କାର ଭଳି ଅତ୍ୟନ୍ତ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଲୋକଙ୍କୁ ଯେତେଦିନ ଯାଏ ପୋଲିସ ଓ ରାଜନୈତିକ ସୁରକ୍ଷା ମିଳୁଥିବ, ସେତେଦିନ ଯାଏ ଏହା କମିବ ନାହିଁ।

Categories
ଆଜିର ଖବର

ରାଷ୍ଟ୍ରପତିଙ୍କ ସୁରକ୍ଷା ଭାଙ୍ଗି ପଶିଗଲା ଜଣେ ଲୋକ, ଓଡିଶାରେ ସୁରକ୍ଷା ବ୍ୟବସ୍ଥା କରାଗଲା କଡାକଡି

ଭୁବନେଶ୍ବର/ଯୋଧପୁର,07/12: ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କାରଣ ଶନିବାର ଦିନ ଯୋଧପୁରରେ ଯେପରି ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟ ଭାଙ୍ଗି ଜଣେ ପଶି ଆସିଲା ସେଥିପାଇଁ ଓଡ଼ିଶାରେ ସବୁଆଡୁ ତୀକ୍ଷ୍ମ ନଜର ରଖାଯାଇଛି। ଓଡିଶା ଆସିବା ପୂର୍ବରୁ ରାମନାଥ କୋବିନ୍ଦ ଯୋଧପୁର ଗସ୍ତରେ ଯାଇଥିଲେ। ସେ ଯୋଧପୁରର ସର୍କିଟ ହାଉସରେ ସକାଳ ଜଳଖିଆ କରୁଥିବା ବେଳେ ହଠାତ ଜଣେ ଲୋକ ସୁରକ୍ଷା ବଳୟ ଭାଙ୍ଗି ଭିତରକୁ ପଶି ଆସିଲା। ସେ ଦୈଡି ଦୈଡି ରାଷ୍ଟ୍ରପତିଙ୍କ ପାଦ ଛୁଇଁକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଥିବା ପୋଲିସ ତାଙ୍କୁ ଧରି ବାହାରକୁ ଭିଡି ନେଇ ଯାଇଥିଲେ।

ଏହି ଘଟଣା ଜଣାପଡିବା ପରେ ସେଠାରେ ଥିବା ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ତୁରନ୍ତ 6 ଜଣ ସୁରକ୍ଷା ଅଧିକାରୀଙ୍କୁ ନିଳମ୍ବିତ କରିଛନ୍ତି। ପୋଲିସ ତରଫରୁ କୁହାଯାଇଛି ଯେ, ସେହି ଲୋକର ନାମ ହେଉଛି ଦୀନେଶ ଚାନ୍ଦ ଏବଂ ତାଙ୍କ ଘର ଆଜମିର ଜିଲ୍ଲାରେ। ସେ କିଛିଦିନ ହେଲା ମାନସିକ ରୋଗରେ ପିଡିତ ଅଛନ୍ତି। ସକାଳୁ ସେ ସର୍କିଟ ହାଉସର ପାଚେରୀ ଡେଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଚେଷ୍ଠା କରିଥିଲା। ସେହି ସମୟରେ ସର୍କିଟ ହାଉସରେ ରାଷ୍ଟ୍ରପତିଙ୍କ ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ ମଧ୍ୟ ଥିଲେ। ଲୋକଟିକୁ ଅଟକ ରଖାଯାଇ ଅଧିକ ପଚରାଉଚୁରା କରାଯାଉଛି ବୋଲି ପୋଲିସ କହିଛି।

ଏହି ଖବର ପରେ ଓଡିଶାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ କଡାକଡି କରାଯାଇଥିବାର ଜଣାପଡିଛି। କାରଣ ରାଷ୍ଟ୍ରପତି ଓଡିଶାରେ ଦୁଇଟି ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ପୋଲିସ ତରଫରୁ ରାଷ୍ଟ୍ରପତିଙ୍କ ଗସ୍ତକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖିଛନ୍ତି। (ଆଇଏଏନସ ତଥ୍ୟ)

Categories
ଆଜିର ଖବର

ଭୁବନେଶ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର,୭/୧୨:  ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍‌, ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ଭୁବେନଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ, ମୁଖ୍ୟ ଶାସନ ସଚିବ ଓ ଡିଜିପି ମଧ୍ୟ ରାଷ୍ଟ୍ରପତି ସ୍ବାଗତ ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ରହିଥିଲେ। ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଥିବାବେଳେ ଆଜି ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତା କାଲି ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ଶିଳାନ୍ୟାସ କରିବା ସହ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିରେ ଯୋଗଦେବେ । (ଏଜେନ୍ସି)