Author: Samikhsya Bureau

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକ ବିଶ୍ୱାଳୀ ଗ୍ରାମର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ କମିଟି ପକ୍ଷରୁ କୋଭିଡ଼ ୧୯ ମୁକାବିଲା କ୍ଷେତ୍ରରେ ଗରୀବ ଏବଂ ଅସହାୟ ବ୍ୟକ୍ତି ତଥା ପରିବାରକୁ ମାସ ମାସ ବ୍ୟାପୀ ଶୁଖିଲା ଏବଂ ରନ୍ଧା ଖାଦ୍ୟ ବଂଟନ କରାଯାଉଥିବା ଜଣାପଡ଼ିଛି । ଏହି ଖାଦ୍ୟ ପାରାଦୀପ, କୁଜଙ୍ଗ, କେନ୍ଦ୍ରାପଡ଼ା ଅଂଚଳର ବିଭିନ୍ନ ସ୍ଥାନରେ ଦିନ ସମୟରେ ମାନସୀକ ବ୍ୟକ୍ତି, ନିରାଶ୍ରୟ, ଦିନ ମଜୁରିଆ, ଗରିବ, ଅସହାୟ ପରିବାର ତଥା ବାହାରୁ ରାଜ୍ୟରୁ ଆସିଥିବା ଶ୍ରମିକ ଏହି  ଖାଦ୍ୟମାନଙ୍କୁ  ପ୍ରଦାନ କରାଯାଉଛି। ସେହିପରି ଭାବେ ଏହି ଅବସରରେ ମଧ୍ୟ ଶୁଖିଲା  ଖାଦ୍ୟ, ମାସ୍କ, ସାନିଟାଇଜର ଏବଂ ସାବୁନ ଆଦି ଲୋକମାନଙ୍କୁ ପ୍ରଦାନ କରାଯିବା ସହିତ କୋଭିଡ଼-୧୯ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି । ବାହାରେ ବୁଲୁଥିବା ବୁଲା ଗୃହପାଳିତ ପଶୁ ମାନଙ୍କୁ ମଧ୍ୟ ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ପ୍ରଦାନ କରାଯାଉଛି। …

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ଭୂତମୁଣ୍ଡାଇସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସେବାସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା କୋଭିଡ଼-୧୯ ମୁକାବିଲା ପାଇଁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଶଙ୍କର୍ଷଣ ସ୍ୱାଇଁ, ବାବୁରାମ ଚୈଧୁରୀ,ବସନ୍ତ ସାମଲ, ପ୍ରଶାନ୍ତ ଚୌଧୁରୀ, ଦେବବାଳା ମହାପାତ୍ର, କାହ୍ନୁଚରଣ ସ୍ୱାଇଁ ପ୍ରମୁଖ ଏହି ସହାୟତା ରାଶି କୁଜଙ୍ଗବ୍ଳକର ଭାରପ୍ରାପପ୍ତ  ବିଡ଼ିଓ ପୂଜା ଲେଙ୍କାଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ସାମାଜିକ ନିରାପତ୍ତା ଅଧିକାରୀ ରଂଜିତ କୁମାର ଚୌଧୁରୀ ଏହି ଅବସରରେ  ଉପସ୍ଥିତ ଥିଲେ ।

Read More

ଭୁବନେଶ୍ବର : କୋଭିଡ୍‌-19ର ବିସ୍ତାର ବିରୁଦ୍ଧରେ ଏକ ବ୍ୟବସ୍ଥିତ ପଦ୍ଧତି ଏବଂ ପୂର୍ବ କାର୍ଯ୍ୟାନୁଷ୍ଠାନ ସହିତ ସଂଗ୍ରାମ ଜାରି ରଖିଥିବାବେଳେ ଓଡ଼ିଶା ସରକାର ରାଜ୍ୟରେ ଶିଳ୍ପ କାର୍ଯ୍ୟକଳାପ ଏବଂ ନିଯୁକ୍ତି ଉତ୍ପାଦନକୁ ଆଗକୁ ବଢେଇବାକୁ  ପ୍ରସ୍ତୁତ ଅଛନ୍ତି।  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 22 ତମ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲ୍ସିଏ) ବୈଠକରେ 8850.19 କୋଟି ଟଙ୍କାର ଦୁଇଟି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଥିରେ  5250 ଲୋକଙ୍କ ରୋଜଗାର ସମ୍ଭାବନା ସୃଷ୍ଟି ହେବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନର ମହାମାରୀ ପରିସ୍ଥିତିରେ ଶିଳ୍ପ ଏବଂ ଏମଏସଏମଇରେ ସୁଧାର  ଆଣିବା ଉପରେ ଦୃଷ୍ଟି ଦେବା ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି ଏବଂ ସେମାନଙ୍କୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଉପଯୁକ୍ତ ପରାମର୍ଶ ଦେଇଛନ୍ତି। ଆଜି ଡକାଯାଇଥିବା ରାଜ୍ୟ ଏଚ୍‌ଏଲ୍‌ସିଏ ବୈଠକରେ ସିଏମ୍ ଏହା ଘୋଷଣା କରିଛି।…

Read More

ଭୁବନେଶ୍ବର :କରୋନା ପାଇଁ  ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ହୋଇଥିବା ସମୟରେ ସରକାରୀ ଅଫିସ୍‌ରେ କାର୍ଯ୍ୟ କରିବାର ସମୟ ନିର୍ଘଣ୍ଟକୁ ନେଇ ରାଜ୍ୟସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବ ବର୍ଷ ଭଳି ଏପ୍ରିଲ୍‌ 10ରୁ ଜୁନ୍ 15 ତାରିଖ ପର୍ଯ୍ୟନ୍ତ ସକାଳୁଆ ଅଫିସ୍‌ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ କୋର୍ଟଗୁଡ଼ିକର ଅଫିସ୍ ସମୟ ସକାଳ 7ଟାରୁ ଦିନ 1ଟା ପର୍ଯ୍ୟନ୍ତ ପାଳନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ପୁଣିଥରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସବୁ ଅଫିସ୍‌ ଓ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ କୋର୍ଟ ସକାଳୁଆ ହେବ ବୋଲି ନିର୍ଦ୍ଦେଶ ରହିଛି ।

Read More

ନୂଆଦିଲ୍ଲୀ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କରୋନା ମ୍ୟାନେଜମେଣ୍ଟକୁ ନେଇ ଉଭୟ ଓଡ଼ିଶାକୁ ପ୍ରଶଂସା କରାଯାଇଛି । ସେହିପରି କରୋନା ଅପଡେଟ୍‌ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ କହିଛନ୍ତି ଯେ, ଲକ୍‌ ଡାଉନ୍‌ ପୂର୍ବରୁ ପ୍ରତି  3.4 ଦିନରେ କେସ୍‌ ଦ୍ବିଗୁଣିତ ହେଉଥିଲା । ଲକ୍ ଡାଉନ୍‌ ପରେ ପ୍ରତି 7.5ଦିନରେ କେସ୍‌ ଦ୍ବିଗୁଣିତ ହେଲା ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ୍‌। କିଛି ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାର ଜାତୀୟ ହାରଠାରୁ କମ୍‌ । ଓଡ଼ିଶା ଏବଂ କେରଳରେ ଦ୍ବିଗୁଣିତ ବ୍ୟବଧାନ ହାର ଦେଶରେ ସର୍ବାଧିକ ରହିଛି ବୋଲି ସୂଚନା ରହିଛି । ଉଭୟ ରାଜ୍ୟରେ ଆକ୍ରାନ୍ତ ଦ୍ବିଗୁଣିତ ହାରାହାରି 30 ଦିନରୁ ଅଧିକ ରହିଛି । ସେହିପରି ଗୋଆର ଚିକିତ୍ସାଧୀନ ସମସ୍ତ 7 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।…

Read More

ସଞ୍ଜୟ କର ଖୋର୍ଦ୍ଧା: ସମଗ୍ର ଦେଶରେ ତଥା ରାଜ୍ୟରେ ତାଲାବନ୍ଦ ଯୋଗୁଁ ଏକ ପ୍ରକାର ପିଲାମାନଙ୍କର ପାଠ ପଢା ଠପ୍ ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରକାର ତାଲା ପଡ଼ିଯାଇଛି କହିଲେ ଅତୁକ୍ତି ହେବ ନାହିଁ। ଏପରିସ୍ଥଳେ ରାଜ୍ୟସରକାରଙ୍କ ନିର୍ଦ୍ଦେଶାବଳୀରେ ଅନଲାଇନ୍ ପାଠ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି। ବିଦ୍ୟାଳୟ ସ୍ତରରୁ ନେଇ କଲେଜ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଡ଼ି ହେବା ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଦେଶର ଏପରି ଏକ ଅଭାବନୀୟ ସମୟରେ ପିଲାମାନଙ୍କୁ ପାଠ ପଢାଇବାପାଇଁ ଆଗେଇ ଆସିଛନ୍ତି ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର। ସର୍ବ ପ୍ରଥମେ ସଞ୍ଜୟ ଉକ୍ତ କଲେଜର ସମସ୍ତ ପିଲାମାନଙ୍କର ହ୍ୱାଟ୍ସଅପ୍ ନମ୍ବର ସଂଗ୍ରହ କରି ଏକ ଗୃପ୍ ମାଧ୍ୟମରେ କ୍ଳାସ୍ ଅନୁସାରେ ବହି ଗୁଡ଼ିକର ପିଡ଼ିଏଫ୍ କପିକୁ ଅପଲୋଡ଼ କରି ଉକ୍ତ ଗ୍ରୁପ୍ ରେ ଛାଡିଥିଲେ ଏବଂ ପରେ ପରେ ତାକୁ ଇଉଟ୍ୟୁବ୍…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ-୧୯ ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି। କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ସୋଆର ଏହି ପ୍ରୟାସକୁ ସହଯୋଗ କରିଛି ମହାନଦୀ କୋଲ ଫିଲଡ ଲିମିଟେଡ଼। ତାଳଚେର ସ୍ଥିତ ଏମସିଏଲ ହସ୍ପିଟାଲ ପରିସରରେ ସମ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର  ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ହସ୍ପିଟାଲ ଉଦଘାଟନ ହେବାପୂର୍ବରୁ ସୋମବାର ସକାଳେ  ସମ ହସ୍ପିଟାଲ, ଏମସିଏଲ…

Read More

ନୂଆଦିଲ୍ଲୀ : ଚାରି ରାଜ୍ୟକୁ ପଠାଗଲା ଇଣ୍ଟର ମିନିଷ୍ଟରିଆଲ୍‌ ସ୍ବତନ୍ତ୍ର କମିଟି ।  ଏନେଇ ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବଙ୍କ ସୂଚନା ଦେଇଛନ୍ତି । 4ଟି ରାଜ୍ୟର କିଛି ଜିଲ୍ଲାରେ ଲକ୍‌ ଡାଉନ୍‌ ଠିକ୍‌ ଭାବେ ପାଳନ ହେଉନି। ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋରେ ଠିକ୍‌ ପାଳନ ହେଉନି। ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରେ ପାଳନ ହେଉନି, ସ୍ଥିତି ଗମ୍ଭୀର ହୋଇଛି। ପଶ୍ଚିମବଙ୍ଗର କୋଲକାତା, ହାଓ୍ବଡା, 24 ପ୍ରଗଣା ସ୍ଥିତି ଗମ୍ଭୀର ହୋଇଛି । ପଶ୍ଚିମବଙ୍ଗର କୋଲକାତା, ହାଓ୍ବଡା, 24 ପ୍ରଗଣା ସ୍ଥିତି ଗମ୍ଭୀର ରହିଛି । ମେଦିନିପୁର ଇଷ୍ଟ, ଦାର୍ଜିଲିଂ, ଜଲପାଇଗୁଡି ଓ କାଲିଂପଙ୍ଗ୍‌ରେ ସ୍ଥିତି ଗମ୍ଭୀର । ସେଠାକାର ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟର ମିନିଷ୍ଟରିଆଲ୍‌ ଗ୍ରୁପ୍‌ ପଠାଯାଇଛି ।

Read More

ଭୁବନେଶ୍ବର : କ୍ରିଟିକାଲ୍‌ ଓ ପାର୍ସିଆଲ୍‌ କ୍ରିଟିକାଲ୍‌ ବିଭାଗ ନିୟମରେ ପୁଣି ପରିବର୍ତ୍ତନ କଲେ ରାଜ୍ୟସରକାର। କ୍ରିଟିକାଲ୍‌ 11ଟି ବିଭାଗର 30% କର୍ମଚାରୀ ପାଳି କରି ଆସିବେ । ଜରୁରୀ କାର୍ଯ୍ୟ ସମ୍ପନ୍ନ ପାଇଁ ପାଳି କରି 30% କର୍ମଚାରୀ ଆସିବେ । ପାର୍ସିଆଲ୍‌ କ୍ରିଟିକାଲ୍‌ ବିଭାଗର 10% କର୍ମଚାରୀ ପାଳି କରି ଅଫିସ୍‌ ଆସିବେ । ନୂଆ ନିୟମ ସହ 17ରେ ଜାରି ବିଜ୍ଞପ୍ତିକୁ ରଦ୍ଦ କଲେ ରାଜ୍ୟ ସରକାର । ପୂର୍ବରୁ କ୍ରିଟିକାଲ୍‌ର ସମସ୍ତ ଗ୍ରୁପ୍‌ – ଏ ଅଧିକାରୀ ଅଫିସ୍‌ ଆସିବା ବାଧ୍ୟ ଥିଲା ।

Read More

ଯାଜପୁର : ଅପରାହ୍ନରେ ଚିହ୍ନଟ ହୋଇଥିବା 6 ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର 5 ପଜିଟିଭ୍‌ଙ୍କ କୋଲକାତା ଲିଙ୍କ୍‌ ରହିଥିବାର ସୂଚନା ରହିଛି । 5 ପଜିଟିଭ୍‌ଙ୍କ ମଧ୍ୟରୁ ଯାଜପୁର ବ୍ଲକର ତିନିଜଣ ହୋଇଥିବାର ସୂଚନା । କୋରେଇ ବ୍ଲକର ଜଣେ ଓ ଦଶରଥପୁର ବ୍ଲକର ଜଣେ ପଜିଟିଭ୍‌ । ଆକ୍ରାନ୍ତମାନେ ସମେସ୍ତ ପୁରୁଷ ଏବଂ ତିନିଜଣଙ୍କର ବୟସ 50ରୁ ଅଧିକ। ଆକ୍ରାନ୍ତଙ୍କ ବୟସ 28, 32, 50, 58 ଓ 64 ବୋଲି ଜଣାପଡିଛି । ସମସ୍ତେ କୋଲକାତାରୁ ଫେରିଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜି ରାଜ୍ୟରେ ସମୁଦାୟ 13 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନଣରେ 6ଜଣ ଚିହ୍ନଟ ହୋଇଥିବାର ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 74 ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ 24 ଜଣ ସୁସ୍ଥ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କରୋନା ଲକଡ଼ାଉନ ସମୟରେ ଆଜି ବାଲୁଗାଁ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟ କରାଯାଇଛି। ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ନେତୃତ୍ୱରେ ଏ.ଏସ.ଆଇ ଦିଲୀପ ବିଶ୍ୱାଳ, କନଷ୍ଟେବଳ ଗୋପୀନାଥ ମଙ୍ଗରାଜ, ଓଏପିଫ ପ୍ରକାଶ ନାଏକ ଆଦି ଆଙ୍କୁଲା ପଞ୍ଚାୟତରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀରେ ଶ୍ରମିକ ମାନଙ୍କ ସହାୟତା କରିଥିଲେ। ସୁଦୂର ଛତିଶଗଡ଼ରୁ ଆସିଥିବା ୩୬ ଶ୍ରମିକ ପରିବାର ଲକଡ଼ାଉନ ସମୟରୁ ଫସି ରହିଥିବା ବେଳେ ସେମାନଙ୍କୁ ଶୁଖିଲା ଖାଦ୍ୟ, ପାଣି ଓ ଫଳମୂଳ ଆଦି ପ୍ରଦାନ କରିଥିଲେ ଥାନାଧିକାରୀ। ଲକଡ଼ାଉନ ସରିବା ଯାଏଁ ଧୈର୍ଯ୍ୟ ଧରି ସେଠାରେ ରହିବାକୁ ଥାନାଧିକାରୀ ସବୁ ପରିବାରକୁ ପରାମର୍ଶ ଦେଇଥିଲେ। ଏହା ସହିତ ପ୍ରତିଦିନ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଅନୁରୂପ ଭାବେ ବାଲୁଗାଁ ପୋଲିସର ସହଯୋଗରେ ଶିବଶକ୍ତି ଆଞ୍ଚଳିକ ମହିଳା ମହାସଂଘର ସଭାନେତ୍ରୀ ଉଷାରାଣି ମିଶ୍ର, ସମ୍ପାଦିକା ଚନ୍ଦ୍ରପ୍ରଭା ସାହୁ ଓ…

Read More

ବେଙ୍ଗାଲୁରୁ : ଭାରତୀୟ ଦିନିକିଆ ଏବଂ ଟି 20 ଦଳର ନିୟମିତ ସଦସ୍ୟ କେ ଏଲ୍‌ ରାହୁଲ୍‌ ନିଜର ବ୍ୟାଟ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ନିଲାମ କରିବାର ନିଷ୍ପତ୍ତି ନେଇଛନ୍ତି ଏହି ନିଲାମରୁ ସଂଗୃହୀତ ଅର୍ଥ ଆଓ୍ବାର ଫାଉଣ୍ଡେସନ୍‌ ପ୍ରଦାନ କରାଯିବ । ରାହୁଲ ଏବଂ ତାଙ୍କ ବ୍ରାଣ୍ଡ ଗଲ୍ଲୀ ମିଳିତ ଭାବରେ ଏହି ନିଲାମରେ ଅଂଶଗ୍ରହଣ କରୁଛନ୍ତି । ରାହୁଲ୍ 2019 ବିଶ୍ବକପ୍‌ରେ ବ୍ୟବହାର କରିଥିବା ବ୍ୟାଟ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ନିଜର 28 ତମ ଜନ୍ମଦିନ ପାଳନ କରିଥିବା ରାହୁଲ କ୍ରିକେଟ୍‌ ବ୍ୟାଟ ବ୍ୟତିତ ପ୍ୟାଡ୍‌, ଗ୍ଲୋଭ୍‌ସ୍‌, ଏବଂ ନିଜର ଜର୍ସି ପ୍ରଦାନ କରିବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆଓ୍ବାର ଫାଉଣ୍ଡେସନ୍‌ ଅବହେଳିତ ଶିଶୁଙ୍କ ଯତ୍ନ ନେବା ଦିଗରେ କାର୍ଯ୍ୟ କରୁଥିବା ଏକ ଏନ୍‌ଜିଓ । (ଏଜେନ୍ସି)

Read More

ପୁନେ : କ୍ବାରେଣ୍ଟାଇନ୍‌ ହୋମରୁ ପଳାୟନ କରିଛନ୍ତି ଜଣେ ଯୁବକ । ତେବେ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କ୍ବାରାଣ୍ଟାଇନ୍‌ ହୋମ୍‌ରେ ମଦ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ନମିଳିବାରୁ ଯୁବକ ଯୁବକ ଜଣକ ସେଣ୍ଟର ଛାଡି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଯୁବକ ଜଣକ ପଳାଉଥିବା ବେଳେ ପୋଲିସ୍‌ ଅଟକାଇବାକୁ ଚେଷ୍ଟା କରିଥିଲା । ପୋଲିସ୍‌ ଅଟକାଇବା ସମୟରେ ଯୁବକ ଜଣକ ପୋଲିସ୍‌କୁ ଆକ୍ରମଣ କରିବା ସହିତ ଛେପ ପକାଇଥିଲା । ଏହି ଘଟଣା ପରେ ପୋଲିସ୍‌ ଉକ୍ତ ଯୁବକକୁ ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା । ତେବେ ପୋଲିସ୍‌କୁ ଆକ୍ରମଣ ନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ । କେବଳ ଲକ୍‌ଡାଉନ୍‌ ଉଲ୍ଲଂଘନ ପାଇଁ ମାମଲା ରୁଜୁ କରାଯାଇଥିବା ନେଇ ଇନ୍ସପେକ୍ଟର ପ୍ରତିଭା ଯୋଶୀ ପ୍ରକାଶ କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସ୍‌ଟି ଅର୍ଥର ପ୍ରଥମ କିସ୍ତି ରାଜ୍ୟ ମାନଙ୍କୁ ପ୍ରଦାନ କରାଯାଇଛି । ସୋମବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ହସ୍ତଗତ ହୋଇଛି । ପ୍ରଥମ କିସ୍ତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 46038.10 କୋଟି ଟଙ୍କା ମଞ୍ଜୁର କରାଯାଉଛି । ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜିଏସ୍‌ଟି ଅର୍ଥ ପ୍ରଦାନ କରିବା ପାଇଁ ରାଜ୍ୟ ମାନଙ୍କ ପକ୍ଷରୁ ଦାବି କରାଯାଉଥିଲା । ଲକ୍‌ଡାଉନ୍‌ ସମୟରେ ରାଜ୍ୟ ମାନଙ୍କ ଅର୍ଥ ବ୍ୟବସ୍ଥା ସୁଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ : ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ଭାରତୀୟ ବଜାରରେ ଲଞ୍ଚ ହୋଇଛି ଓ୍ବାନ୍‌ ପ୍ଲସ୍‌ର ନୂତନ ଫ୍ଲାଗ୍‌ସିପ୍‌ ଫୋନ୍‌ । ଓ୍ବାନ୍‌ ପ୍ଲସ୍‌ 8 ଏବଂ ଓ୍ବାନ୍‌ ପ୍ଲସ୍‌ 8 ପ୍ରୋର ଏହି ଫ୍ଲାଗ୍‌ସିପ୍‌ ଫୋନ୍‌ ଲଞ୍ଚ କରାଯାଇଛି । ଏହା ସହିତ ଓ୍ବାନ୍‌ ପ୍‌ଲସ୍‌ ପକ୍ଷରୁ ଜେଡ୍‌ ସିରିଜ୍‌ର ଓ୍ବାୟାରଲେସ୍‌ ଇଅର୍‌ ଫୋନ୍‌ ଲଞ୍ଚ କରାଯାଇଛି । ଏହି ଫୋନ୍‌ ଦୁଇଟି 6 ଜିବି, 8 ଜିବି ଏବଂ 12 ରାମ୍‌ରେ ଉପଲବ୍ଧ ହେବ । ଓ୍ବାନ୍‌ ପ୍ଲସ୍‌ 8ର ଭାରତୀୟ ବଜାର ମୂଲ୍ୟ 44999 ଟଙ୍କା ରହିଥିବା ବେଳେ ଓ୍ବାନ୍‌ ପ୍ଲସ୍‌ 8 ପ୍ରୋର ବଜାର ମୂଲ୍ୟ 54999 ଟଙ୍କା ରହିଛି । ସେହିପରି ଜେଡ୍‌ ସିରିଜ୍‌ର ଓ୍ବାୟାରଲେସ୍‌ ଇଅର୍‌ ଫୋନ୍‌ର ମୂଲ୍ୟ 1999 ଟଙ୍କା ରଖାଯାଇଛି । ଓ୍ବାନ୍‌ପ୍ଲସ୍‌ ପକ୍ଷରୁ ଏହି ଫୋନ୍‌ରେ କ୍ବାଲକମ୍‌ ସ୍ନାପ୍‌ଡ୍ରାଗନ୍ 865 ପ୍ରସେସର ବ୍ୟବହାର କରାଯାଇଛି । (ଏଜେନ୍ସି)

Read More

ନରସିଂହପୁର ଚନ୍ଦ୍ରକାନ୍ତି ବୌଦ୍ଧ : କରୋନା କବଳରୁ ଦେଶର ଜନ ସାଧାରଣଙ୍କୁ ରକ୍ଷା କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସାରାଦେଶରେ ଲକ ଡାଉନ ଘୋଷଣା କରାଯାଇଛି। ଜନ ଜୀବନ ସବୁକିଛି ଠପ ହୋଇପଡିଛି। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ କରାଯାଇଥିଲେ ମଧ୍ୟ ଅନେକ ବ୍ୟକ୍ତି ଏହି ନିୟମ ଭାଙ୍ଗୁଛନ୍ତି । ଅନେକ ବ୍ୟକ୍ତି ଏହି ନିୟମ ଭାଙ୍ଗୁଥିବାରୁ ନରସିଂହପୁର ପୋଲିସ୍‌ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା କରାଯାଇଛି । ନରସିଂହପୁର ଅଞ୍ଚଳର ଲୋକଙ୍କୁ ସଚେତନ କରିଛନ୍ତି ଦରକାର ସମୟରେ ଘରୁ ବାହାରିଲେ ଗାଡି ନଚଲାଇ ସାଇକେଲରେ ଆସନ୍ତୁ । ନିୟମିତ ମାସ୍କ ପିନ୍ଧିବା ସହିତ ସହିତ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ପ୍ରଦୂଷଣକୁ ମଧ୍ୟ ରକ୍ଷା କରନ୍ତୁ ଏଭଳି ବାର୍ତ୍ତା ନେଇ ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଜେନା ନରସିଂହପୁରର ବିଭିନ୍ନ ଗାଁ ଗଣ୍ଡା ବୁଲି…

Read More

ସମୀକ୍ଷା ବ୍ୟୁରୋ କରୋନା ମୁକାବିଲାରେ ଆଜି ପର୍ୟନ୍ତ ଓଡିଶା ସରକାରଙ୍କ ରଣନୀତି ସବୁକ୍ଷେତ୍ରରେ ସଫଳ ରହି ଆସିଥିବା ବେଳେ ଆଜି ହଠାତ ସ୍ଥିତି ଏକ ଭିନ୍ନ ମୋଡ ନେଇଛି। ଯାଜପୁର, ଭଦ୍ରଖ ଏବଂ ବାଲେଶ୍ଵର ଜିଲ୍ଲାରୁ ଗୋଟିଏ ଦିନରେ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।(ଅନ୍ୟ ଜଣେ ରାଉରକେଲା ବିଶ୍ରା ଅଞ୍ଚଳର) ଦୁର୍ଭାଗ୍ୟଜନକ ଭାବରେ ଭଦ୍ରଖ ଓ ଯାଜପୁର ଜିଲ୍ଲାର ଆକ୍ରାନ୍ତମାନେ ଲକ ଡାଉନ ସମୟରେ କଲିକତାରୁ ମାର୍ଚ୍ଚ ଶେଷ ସପ୍ତାହରେ ଆସି ପହଞ୍ଚିଛନ୍ତି। ଏହା ନିର୍ଦ୍ଦିଷ୍ଟ ଭାବରେ ଚିନ୍ତାର ବିଷୟ। ଭଦ୍ରଖ ଓ ଯାଜପୁର ଜିଲ୍ଲାର ଏହି ଆକ୍ରାନ୍ତମାନେ ଭଣ୍ଡାରି ପୋଖରୀ, ବାସୁଦେବପୁର, କୋରେଇ ଏବଂ ଯାଜପୁର ବ୍ଲକ  ର ବାସିନ୍ଦା। ଅର୍ଥାତ ଏମାନେ ସମସ୍ତେ ବିଭିନ୍ନ ଗାଁ ରୁ ଚିହ୍ନଟ ହୋଇଛନ୍ତି। ଆଜି ପର୍ୟନ୍ତ ପ୍ରାୟତଃ ସହର ଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଗାଁ କୁ ଏ ଭୂତାଣୁ ପହଞ୍ଚିବା ନିର୍ଦ୍ଦିଷ୍ଟ ଭାବରେ ଚିନ୍ତାର ବିଷୟ।…

Read More

ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର: କଟକ ଜିଲ୍ଲା ବଡମ୍ବା ବନଖଣ୍ଡ ଅନ୍ତର୍ଗତ ଗୁରୁଡିପାଳ ଗ୍ରାମ ନିକଟରେ ବିଗତ ନଅ ଦିନଧରି ଅସୁସ୍ଥ ଥିବା ହାତୀ ଛୁଆର ମୃତ୍ୟୁ ହୋଇଯାଇଛି। ପ୍ରାୟ ନଅ ଦିନ ହେବ ହାତୀ ଛୁଆଟି ଅସୁସ୍ଥ ହୋଇ ଗୁରୁଡିପାଳ ଗ୍ରାମ ନିକଟରେ ପଡି ରହିଥିବା ବେଳେ ଛୁଆଟିକୁ ସୁସ୍ଥ କରିବା ପାଇଁ ବନବିଭାଗ ତରଫରୁ ନିଆଯାଇଥିବା ସମସ୍ତ ପ୍ରକାର ଚେଷ୍ଟା ବିଫଳ ହୋଇଛି। ହାତୀ ଛୁଆଟିର ପାଟିରେ କିଛି କ୍ଷତ ହୋଇଥିବା ଅନୁମାନ କରାଯାଉଛି। ବଡମ୍ବା ବନଖଣ୍ଡ ଅଂଚଳରେ ଆଗରୁ ଅନେକ ହାତୀ ମୃତ୍ୟୁ ବରଣ କରିଥିବା ବେଳେ ଏହା ବନ ବିଭାଗର ଅବହେଳା ପ୍ରମାଣିତ କରୁଛି । ବନ ବିଭାଗ ହାତୀଙ୍କ ସୁରକ୍ଷା ପାଇଁ କେତେ ତତ୍ପର ତାହା ମଧ୍ୟ ସ୍ପଷ୍ଟ ଅନୁମେୟ। ହାତୀ ଛୁଆଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତକୁ ପ୍ରତିହତ କରିବାରେ ଓଡିଶା ଆପାତତଃ ସକ୍ଷମ ହୋଇଥିବା ବେଳେ ଏନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ପ୍ରଦାନ କରିଛନ୍ତି । ବିଗତ 48 ଘଣ୍ଟା ମଧ୍ୟରେ ପ୍ରାୟ 1 ଲକ୍ଷ 57ହଜାର 550 ଜଣ ନୂତନ ସଙ୍କ୍ରମିତ ହୋଇଥିବା ବେଳେ 11015 ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଭାରତରେ ସଙ୍କ୍ରମିତଙ୍କ ସଂଖ୍ୟା 17265 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 543ରେ ପହଞ୍‌ଚିଛି । ସେହିପରି ରାଜ୍ୟରେ ସମୁ୍ଦାୟ 10641ଟି ନମୁନା ପରୀକ୍ଷଣ ହୋଇଥିବା ବେଳେ 74 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 24 ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଏକ ତୃତୀୟାଂଶ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ ରହିଥିବାରୁ କୋଲକାତାରୁ ଫେରିଥିବା ବ୍ୟକ୍ତି ମାନେ…

Read More

ଭୁବନେଶ୍ବର: ଦୁବାଇରେ ଅବସ୍ଥାପିତ ଏକ ଓଡିଆ ପରିବାରର ସମସ୍ତ ସଦସ୍ୟ କରୋନା ଦ୍ବାର ଆକ୍ରାନ୍ତ ହୋଇଛନ୍ତି। ଏହି ପରିବାରକୁ ଦୁବାଇରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ କରି ଓଡିଆ ସମାଜ ୟୁଏଇ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ଏହି ଟ୍ବିଟ୍‌ରେ ଦୁବାଇ ସରକାରଙ୍କ ସହିତ ବିଜେପି ସରକାର ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍‌ କରାଯାଇଛି। ଏହା ସହିତ ଏହି ପରିବାରକୁ ଉଦ୍ଧାର କରିବା ପାଇଁ ଓଡିଶା ସରକାରଙ୍କୁ ଦୁବାଇ ସ୍ଥିତ ଓଡିଆ ସମାଜ ପକ୍ଷରୁ ଟ୍ବିଟ୍‌ କରି ନିବେଦନ କରାଯାଇଛି।

Read More

ଭୁବନେଶ୍ବର:  ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ୱେବସାଇଟ ରେ ଉଲ୍ଲେଖ କରିଛି। ଏହାକୁ ମିଶାଇ ଆଜି ରାଜ୍ୟରେ ସମୁଦାୟ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣେ ପ୍ରାଣ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କରୋନା ମ୍ୟାପ୍‌ରୁ ଏହି ତଥ୍ୟ ମିଳିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ମ୍ୟାପ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ନୂତନ ସଙ୍କ୍ରମିତଙ୍କ ମଧ୍ୟରୁ ପାଞ୍ଚ ଜଣ ଯାଜପୁରରୁ ଏବଂ ସୁନ୍ଦରଗଡରୁ ଆଉଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାଜପୁରର ପାଞ୍ଚ ଆକ୍ରାନ୍ତ କୋଲକାତାରୁ ଫେରିଥିବା ନେଇ…

Read More