Categories
ଫଟୋ ଖବର

ବିଶ୍ବ ଭିନ୍ନକ୍ଷମ ଦିବସରେ ହାଇଦ୍ରାବାଦ ରାଜଭବନରେ ଦୃଷ୍ଟିହୀନ କଳାକାରଙ୍କ ପ୍ରଦର୍ଶନ

HYDERABAD, DEC 3 (UNI):- Students of visually impaired to tunes of Annamayya Keerthana during International Day of Persons with Disabilities at Raj Bhavan in Hyderabad on Tuesday. UNI PHOTO-RSN17U

Categories
ଫଟୋ ଖବର

ନେପାଳରେ ଗାନ୍ଧୀମାଇ ପର୍ବରେ ବଳି ପାଇଁ ନିଆଯାଉଥିବା ଏକ ଛେଳି

BARA, Dec. 3 (Xinhua) — People bring a goat to the sacrificial ceremony of Gadhimai festival near a temple in Bariyapur, Bara, Nepal, Dec. 3, 2019. Hindu devotees celebrate the Gadhimai festival, which takes place once in every five years, with the blood of freshly slain animals as the ritual sacrifice to Gadhimai, the goddess of power. Xinhua/UNI PHOTO-11F

Categories
ଫଟୋ ଖବର

ବିଶ୍ବ ଭିନ୍ନକ୍ଷମ ଦିବସ ଅବସରରେ ନିଜ ଛାତ୍ରଙ୍କୁ ଟିପ୍ସ ଦେଉଛନ୍ତି ଭିନ୍ନକ୍ଷମ ଟିଟି ପ୍ରଶିକ୍ଷକ କାଜୋଲ ଦେ

AGARTALA, DEC 3 (UNI):- Kajol Dey, a handicapped table tennis player giving a tips to his students in his coaching camp on World Disabled Day, in Agartala on Tuesday. UNI PHOTO-74U

Categories
ଫଟୋ ଖବର

ପାରେଲର ପଶୁ ଚିକିତ୍ସକ କଲେଜ ପକ୍ଷରୁ ଆଜାଦ ମୈଦାନରେ ପ୍ରିୟଙ୍କା ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି

MUMBAI, DEC 3 (UNI) – The students of Bombay Veterinary college Parel held a candle light vigil in the memory of late Dr.Priyanka Reddy at Azad maidan CST, Mumbai on tuesday. UNI PHOTO-89U

Categories
ଆଜିର ଖବର

ପୂରା ଝକାସ୍‌ ଲୁକ୍‌ରେ ‘ଜୟେସ୍‌ ଭାଇ’

ସମୀକ୍ଷା ବ୍ୟୁରୋ

ମୁମ୍ବାଇ, ୪/୧୨: ରଣବୀର ସିଂଙ୍କ ଆଗାମୀ ଫିଲ୍ମ ‘ଜୟେଶ ଭାଇ’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ରଣବୀର୍‌ ସିଂହ ଗୁଜୁରାଟୀ ଟୋକା ଚରିତ୍ରରେ ନଜର ଆସିବେ । ଗୁଜୁରାତୀ ପୁଅ ଚରିତ୍ରରେ ରଣବୀର ସିଂ ବେଶ୍‌ ଆକର୍ଷକ ଲାଗୁଛନ୍ତି ।

ଏହି ପୋଷ୍ଟରରେ ରଣବୀର ସିଂ ପୋଲକା ଡଟସ୍‌ ଥିବା କମଳା ରଙ୍ଗର ଟି ସାର୍ଟ ସାଙ୍ଗକୁ ଫେଡ୍ଡ୍‌ ପ୍ୟାଣ୍ଟରେ ବେଶ୍‌ ସ୍ମାର୍ଟ ଲାଗୁଛନ୍ତି । ଏବଂ ରଣବୀର୍‌ ପଛ ପଟେ ବହୁତ ସାରା ମହିଳା ମୁଣ୍ଡରେ ଓଢଣା ଟାଣି ଛିଡ଼ା ହୋଇଛନ୍ତି । ରଣବୀର୍‌ ସିଂଙ୍କ ଆଗାମୀ ଫିଲ୍ମ ତଥା କବୀର୍‌ ଖାନ୍‌ଙ୍କ ନିର୍ଦ୍ଦେଶିତ ‘୮୩’ରେ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ଏହି ଫିଲ୍ମଟି ଭାରତୀୟ କ୍ରିକେଟିୟର୍‌ କପିଲ୍‌ ଦେବଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି। ଏଥିରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ନଜର ଆସିବେ । ଚଳିତ ବର୍ଷ ରଣବୀର୍‌ ସିଂଙ୍କ ‘ଗଲି ବୟ’ ବେଶ୍‌ ସଫଳତା ଲାଭ କରିଥିଲା । (ଏଜେନ୍ସି)

Categories
ଫଟୋ ଖବର

ଜମ୍ମୁରେ ଆରମ୍ଭ ହେଲା 81 ତମ ଜାତୀୟ ଜୁନିୟର ଏବଂ ସବ୍‌ଜୁନିୟର ଟିଟି ଟୁର୍ଣ୍ଣାମେଣ୍ଟ

JAMMU, DEC 3 (UNI):- Paddlers in action on the second day of the 81st Junior and Youth Nationals Table Tennis Championship at Indoor Hall, Maulana Azad Stadium in Jammu (J&K) on Tuesday. UNI PHOTO-93U

Categories
ଆଜିର ଖବର

ଚଳିତ ବର୍ଷ ପଶ୍ଚିମବଙ୍ଗରେ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ୨୭ ଜଣ

କଲିକତା,୪/୧୨: ଚଳିତ ବର୍ଷ ପଶ୍ଚିମବଙ୍ଗରେ ଡେଙ୍ଗୁ ପରସ୍ଥିତିରେ ସୁଧାର ଆସିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭ ଜଣ ବ୍ୟକ୍ତି ପ୍ରାଣ ହରଇଛନ୍ତି। ୨୦୧୮ରେ ଡେଙ୍ଗୁରେ ୮୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟାକୁ ସରକାର ୨୭କୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୪୪ ହଜାର ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଡେଙ୍ଗୁ ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ୩ ହଜାର ଡାକ୍ତର ଏବଂ ୪ ହଜାର ନର୍ସଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସମୁଦାୟ ୪୭୫ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ମମତା ସୂଚନା ଦେଇଛନ୍ତି। (ଏଜେନ୍ସୀ)

 

Categories
ବିଶେଷ ଖବର

ଓଡିଶୀରେ ତ୍ରିବେଣୀ ଓ ମୋହିନୀ ଆଟ୍ଟମରେ ଜୀବନଉଛ୍ୱାସ ମନ ମୋହିଲା କୋଣାର୍କ ଉତ୍ସବ

ସମୀକ୍ଷା ବ୍ୟୁରୋ

କୋଣାର୍କ, ୪/୧୨: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ପ୍ରକ୍ଷାପିତ କରିଥିଲା । ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଂଚରୁ ଓଡିଶୀ ଏବଂ ମୋହିନୀ ଆଟ୍ଟମ୍ ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା । ଗୁରୁ ସ୍ୱପ୍ନାରାଣୀ ସିହ୍ନା ଓ ନୃତ୍ୟନିଳୟ ଅନୁଷ୍ଠାନର ଶିଳ୍ପୀଗଣ ମଂଚ ପ୍ରବେଶ କରିଥିଲେ ବେଦର ଅଗ୍ନିସୁକ୍ତ ଆଧାରିତ ଅଗ୍ନିସ୍ତୁତିକୁ ନେଇ । ପରେ ପରେ ନୃତ୍ୟ ନାଟିକା ତ୍ରିବେଣୀ ସଂଗମ ପବିତ୍ର ଗଙ୍ଗା, ଯମୁନା, ସରସ୍ୱତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ତୋଳି ଧରିଥିଲେ । ଗୁରୁ ରାମହରି ଦାସଙ୍କ ରଚନା ଓ ସଂଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଂଗମରେ ଗୀତ-ବାଦ୍ୟ ଓ ନୃତ୍ୟର ସଂଗମ ମଧ୍ୟ ପରିଲିକ୍ଷିତ ହୋଇଥିଲା ।


ଦ୍ୱିତୀୟ ଚରଣରେ ମୋହିନୀ ଆଟ୍ଟମର ସୁପ୍ରସିଦ୍ଧ ଗୁରୁ ଜୟପ୍ରଭା ମେନନ୍ ଓ ସାଥୀ ଶିଳ୍ପୀ ଶ୍ରୀଜୟଦେବ କୃତ ଗୀତ ଗୋବିନ୍ଦମର ଚର୍ଚ୍ଚିତ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ର ଉପସ୍ଥାପନା କରିଥିଲେ । ଗୁରୁ ମେନନ୍ ଙ୍କ ଦ୍ୱିତୀୟ ଅର୍ଘ୍ୟରେ ଜୀବନର ଉଛ୍ୱାସ ଅତି ନିଖୁଣ ଭାବେ ମଚଂସ୍ଥ ହୋଇଥିଲା । ପ୍ରକୃତି ଓ ପୁରୁଷ ର ମିଳନ ରୁ ସଂଜାତି ସୃଷ୍ଟି ଜୀବନର ଆନନ୍ଦ ତତ୍ୱକୁ ପ୍ରକାଶ କରି ଆସିଛି ଓ ଏହି ଉପଲବ୍ଧି ହିଁ ଜୀବନ ଜିଜ୍ଞାସାର ମୂଳତତ୍ତ୍ବ ଯାହା ଶାସ୍ତ୍ରୀୟ ନୃତ୍ୟରେ ପ୍ରତିଭାତ ହୋଇଥିଲା । ମୋହିନୀ ଆଟ୍ଟମର ଅନ୍ତିମ ପ୍ରସ୍ତୁତିରେ ଜୀବ, ମୋକ୍ଷ ଓ ଉପସଂହାରର ଆବେଗକୁ ପ୍ରକାଶ କରିଥିଲା ।

ସଂଧ୍ୟାର ଅତିଥି ଭାବେ ପ୍ରିନ୍ସିପାଲ ଏ. ଜି. ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍, ସଂଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା, ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ଡ.ସଂଗୀତା ଗୋସାଇଁ ଯୋଗ ଦେଥ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ, ମଂଚ ସଂଚାଳନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ କୁମାର ପତି, ଡ. ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜ କାନ୍ତ ପ୍ରଧାନ ପ୍ରଭୁତି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ଏବଂ ଗଣ ମାଧ୍ୟମକୁ ତଥ୍ୟ ଯୋଗାଇବାରେ ସହଯୋଗ କରିଥିଲେ ସୁଶାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ।

Categories
ଆଜିର ଖବର

ସୁଦାନ ଟାଇଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ , 23 ମୃତ

ସୁଦାନ,4/12: ସୁଦାନର ଏକ ଟାଇଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ଘଟି 23 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣରେ ଅନ୍ୟ 130 ଜଣ ଆହତ ହୋଇଛନ୍ତି । ଏକ ତୈଳବାହୀ ଟ୍ୟାଙ୍କର ଫ୍ୟାକ୍ଟ୍ରିକୁ ଧକ୍କା ଦେବାରୁ ଏହି ବିସ୍ଫୋରଣ ଘଟିଥିଲା । ସୁଦାନର ରାଜଧାନୀ ଖାରତୌମ୍‌ରେ ମଙ୍ଗଳବାର ଏହି ଘଟଣା ଘଟିଥିଲା । ଗ୍ୟାସ୍‌ ଟ୍ୟାଙ୍କରଟି ଗ୍ୟାସ୍‌ ଅନଲୋଡ୍‌ କରୁ୍ଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଖରତୌମ୍‌ରେ ରହିଥିବା 5ଟି ଡାକ୍ତରଖାନାରେ ସମସ୍ତ ଆହତ ମାନଙ୍କୁ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି । (ଏଜେନ୍ସୀ)

Categories
ଆଞ୍ଚଳିକ

ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ରାଲି ଓ ସ୍ମାରକପତ୍ର ପ୍ରଦାନ

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ,୦୪/୧୨: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ସ୍ବେଚ୍ଛାସେବୀ ସଙ୍ଗଠନ ଗଞ୍ଜାମର ହିଞ୍ଜିଳିକାଟୁରେ ଏକ ରାଲି ଅନୁଷ୍ଠିତ ହେବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ ତ୍ରିରଙ୍ଗା ସେବା ସଙ୍ଘ ଏବଂ କଳିଙ୍ଗ ବୈଶ୍ୟ ମହିଳା ସଙ୍ଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ବାହାରିଥିଲା। ଶତାଧିକ ସ୍ବେଚ୍ଛାସେବୀ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ପରେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।

ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ, ଧାରା ୩୭୬ ରେ ସଂଶୋଧନ, ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ, ପୀଡିତ ପରିବାରକୁ ନ୍ୟାୟ ଏବଂ ସୁରକ୍ଷା, ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର, ପର୍ଣ୍ଣୋଗ୍ରାଫି, ପର୍ଣ୍ଣୋଗ୍ରାଫି ଚଳଚିତ୍ର, ଓ୍ବେବ୍‌ସାଇଟ୍‌ ଉପରେ ରୋକ୍‌ ଏବଂ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତ୍ରିରଙ୍ଗ ସେବା ସଙ୍ଘ ସଭାପତି ରଞ୍ଜନ ସାହୁ ଏବଂ କଳିଙ୍ଗ ବୈଶ୍ୟ ମହିଳା ସଂଘ ସଭାନେତ୍ରୀ ଟି ଅର୍ଚ୍ଚନା ପାତ୍ରଙ୍କ ନେତୃତ୍ବରେ ମୀନାକ୍ଷୀ ପାତ୍ର, ରାଜେଶ୍ବରୀ ପାତ୍ର, ପ୍ରଭାତ ମହାରଣା, କିରଣ ପୃଷ୍ଟି, ବିଘ୍ନରାଜ ମହରଣା, ଲୀନା ପାତ୍ର, ସସ୍ମିତା ପାତ୍ର ଏବଂ ଶିବ ପ୍ରସାଦ ପାଠୀ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର

ଆଇଏନ୍‌ଏକ୍ସ ମିଡିଆ ମାମଲା : ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ନୂଆଦିଲ୍ଲୀ,4/12: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ରିହାତି ମିଳିଛି । ବୁଧବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଜାମିନ ଆବେଦନ ଖାରଜ କରିଥିଲେ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠିତ ତିନି ଜଣିଆ ଖଣ୍ଡପୀଠ ସକାଳ 10.40 ମିନିଟରେ ଚିଦାମ୍ବରମଙ୍କ ଜାମିନ ରାୟ ଶୁଣାଇଥିଲେ । ଜଷ୍ଟିସ୍‌ ଆର ଭାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 15ରେ ଚିଦାମ୍ବରମଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ବେଳେ ନଭେମ୍ବର 28ରେ ରାୟ ସଂରକ୍ଷିତ ରଖାଯାଇଥିଲା । ମାମଲାର ରାୟ ପ୍ରକାଶ ପରେ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ କର୍ତ୍ତୀ ଚିଦାମ୍ବରମ ଧନ୍ୟବାଦ ଜଣାଇଛନ୍ତି । 106 ଦିନର ଲଢେଇ ପରେ ସତ୍ୟର ବିଜୟ ହେଲା ବୋଲି କର୍ତ୍ତୀ ଟ୍ବିଟ୍‌ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଆଇଏନଏକ୍ସ ମିଡିଆ ମାମଲା : ଆଜି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ,4/12: ଆଇଏନଏକ୍ସ ମିଡିଆ ମାମଲାରେ ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ମାମଲାର ଆଜି ଶୁଣାଣି ହେବାକୁ ଯାଉଛି । ଆଇଏନଏକ୍ସ ମିଡିଆ ମାମଲାରେ ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାର ଆଜି ଜାମିନ ଆବେଦନର ଶୁଣାଣି ହେବ । ସକାଳ 10.30ରେ ସୁପ୍ରିମକୋର୍ଟରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଜଷ୍ଟିସ୍‌ ଆର ଭାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଖଣ୍ଡପୀଠ ନଭେମ୍ବର 15ରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇବ । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 21 ତାରିଖରେ ସିବିଆଇ ପକ୍ଷରୁ ଚିଦାମ୍ବରମଙ୍କୁ ଗିରଫ କରିଥିଲା । (ଏଜେନ୍ସୀ)

Categories
ଆଜିର ଖବର

ଆମେରିକୀୟ ରାଷ୍ଟ୍ରପତି ଦୌଡରୁ ଓହରିଲେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍‌

ନ୍ୟୁୟର୍କ,4/12: ଭରତୀୟ ବଂଶୋଦ୍ଭବ ଆମେରିକୀୟ ସିନେଟର କମଳା ହ୍ୟାରିସ୍‌ ଆମେରିକୀୟ ରାଷ୍ଟ୍ରପତି ଦୌଡରୁ ଓହରି ଯାଇଛନ୍ତି । ମଙ୍ଗଳବାର 55 ବର୍ଷୀୟ ହ୍ୟାରିସ୍‌ ଆଶ୍ଚର୍ଯ୍ୟଜନକ ଭାବେ ଓହରିଥିବା ନେଇ ସୂଚନା ଦେଇଛନ୍ତି । ଡେମୋକ୍ରାଟିକ୍‌ ଦଳର ଅନ୍ୟତମ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ଦୌଡରେ ରହିଥିବା ହ୍ୟାରିସ୍‌ଙ୍କ ଲୋକପ୍ରିୟତା ଗତ ସପ୍ତାହରେ 3 ପ୍ରତିଶତକୁ ଖସି ଆସିବା ପରେ କମଳା ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ କମଲା ଏହି ଘୋଷଣା କରିଥିଲେ । ଏହା ମୋ ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ଥିଲା ବୋଲି ହ୍ୟାରିସ୍‌ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ନିଜର ପ୍ରଥମ ବିତର୍କରେ ପୂର୍ବତନ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କର ଲୋକପ୍ରିୟତା ହ୍ରାସ ପାଇଥିଲା । (ଏଜେନ୍ସୀ)

Categories
ବିଶେଷ ଖବର

ସାର୍ବଜନୀନ ହିଂସା ସପକ୍ଷରେ ଯୁକ୍ତି କରୁଥିବା ସାଂସଦମାନେ ଜାଣି ରଖନ୍ତୁ, ଏକ ହିଂସ୍ର ସମାଜ ଅଧିକ ଅପରାଧୀ ସୃଷ୍ଟି କରିଥାଏ

କେଦାର ମିଶ୍ର

ଦୁଇ ଦିନ ତଳେ ଆମର ସଂସଦରେ ଦେଶର ମାନ୍ୟବର ଲୋକ ପ୍ରତିନିଧିମାନେ ଦେଶରେ ବଢି ଚାଲିଥିବା ଗଣ ଧର୍ଷଣ ଓ ମହିଳାଙ୍କ ଉପରେ ହେଉଥିବା ବର୍ବରୋଚିତ ହିଂସାକାଣ୍ଡ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି। ସେମାନଙ୍କ କ୍ରୋଧ ଓ ଉଦବେଗ ସହିତ ସାରା ଦେଶବାସୀଙ୍କର ଭାବନା ଜଡିତ ରହିଛି। ହାଇଦ୍ରାବାଦରେ ଡାକ୍ତର ପ୍ରିୟାଙ୍କା ରେଡ୍ଡୀଙ୍କୁ ଯେଉଁ ପ୍ରକାର ନୃଶଂସ ଗଣ ଧର୍ଷଣ ପୂର୍ବକ ଜୀଅନ୍ତା ପୋଡି ମାରି ଦିଆଗଲା, ତାହା ଅତ୍ୟନ୍ତ ଅମାନବୀୟ। ଏମିତି ଆହୁରି ଘଟଣା ଇତି ମଧ୍ୟରେ ଖବରର କେନ୍ଦ୍ରରେ ରହିଛି। ଓଡିଶାର ପୁରୀ ସହରରେ ମଧ୍ୟ ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି ଓ ଏହା ଆମର ବିବେକକୁ ବିଚଳିତ କରିଛି। କୌଣସି ସଭ୍ୟ ସମାଜ ଅମାନବୀୟ ଅପରାଧକୁ ଦେଖି ବିଚଳିତ ଓ କ୍ରୋଧିତ ହେବା ସ୍ଵାଭାବିକ। ତେବେ ଅପରାଧକୁ ନିୟନ୍ତ୍ରଣରେ ରଖିବାକୁ ରାଷ୍ଟ୍ର ଓ ବିଚାର ବ୍ୟବସ୍ଥା ମଧ୍ୟ ଅମାନବୀୟ ଓ ମଧ୍ୟଯୁଗୀୟ ହେଉ ବୋଲି ଦାବି କରିବା, ଆଉ ଏକ ପାଗଳାମିର ଲକ୍ଷଣ ବୋଲି କହିବାକୁ ଆମେ ବାଧ୍ୟ।

ଗୋଟେ ଖବର କାଗଜର ରିପୋର୍ଟ ଅନୁସାରେ ସଂସଦରେ ଆମର ମାନ୍ୟବର ଲୋକ ପ୍ରତିନିଧି ମାନଙ୍କର ଦାବି ଥିଲା “ପିଟି ପିଟି ମାରି ଦିଆଯାଉ, ଫାଶୀ ଦିଆଯାଉ, ନପୁଂଷକ କରି ଦିଆଯାଉ”। ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନ ପାଦେ ଆଗକୁ ଯାଇ କହିଲେ, ଏ ପ୍ରକାର ଅପରାଧୀଙ୍କୁ ରାସ୍ତାରେ ପିଟି ପିଟି ମାରିଦେବା ଉଚିତ। ଏହା କଣ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟ ପାଇବାର ବାଟ? କିଏ ପିଟିବ, କେମିତି ପିଟିବ ଓ ପିଟି ପିଟି ମାରିଦେବା ପରେ କି ପ୍ରକାର ନ୍ୟାୟ ମିଳିବ? ଖୋଲାଖୋଲି ହିଂସାକୁ ସମର୍ଥନ କରୁଥିବା ଆମର ଲୋକ ପ୍ରତିନିଧିମାନେ ଭାବ ପ୍ରବଣ ହୋଇ ଏ ପ୍ରକାର ଯୁକ୍ତି ବାଢୁଛନ୍ତି ନା ସେମାନଙ୍କ ଭିତରେ ଆଇନକୁ ନେଇ ଭରସା ତୁଟି ଯାଇଛି?

ନୂଆ ପୋକ୍ସୋ ଆଇନ ଆସିଲା ପରେ ଧର୍ଷଣକାରୀଙ୍କ ଦଣ୍ଡ ପ୍ରମାଣିତ ହେଲେ, ସେମାନଙ୍କୁ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି। ତେବେ ତୁରନ୍ତ ଫାଶୀ ଦିଆଯାଉ ବୋଲି ଯାହା କୁହା ଯାଉଛି, ତାର ଅର୍ଥ ହେଉଛି, ଲୋକେ ଯାହା କହୁଛନ୍ତି ତାକୁ ମାନି ନେଇ ବିନା ବିଚାରରେ ଜଣକୁ ଫାଶୀ ରେ ଝୁଲାଇ ଦିଆଯାଉ। ଏହା କୌଣସି ଆଇନରେ ବିଶ୍ଵାସୀ ସମାଜ କହି ପାରିବ କି? ଧର୍ଷଣ ଭଳି ଜଘନ୍ୟ ଅପରାଧକୁ ହିଂସ୍ର ଦଣ୍ଡ ମାଧ୍ୟମରେ ଯଦି ରୋକା ଯାଇ ପାରୁଥାନ୍ତା, ତାହେଲେ ଏ କଥା ସମ୍ଭବ ହିଁ ହୁଅନ୍ତା ନାହିଁ। ଦେଶରେ ଆଇପିସି ଓ ସିଆରପିସି ଲାଗୁ ହେବା ଆଗରୁ ଏମିତି ଜଙ୍ଗଲ ଆଇନ ସବୁ ରହିଥିଲା। ଅପରାଧୀଙ୍କୁ ଶୂଳିରେ ଚଢାଇବା, ପଥର ଫିଙ୍ଗି ମାରିବା ଭଳି ଦଣ୍ଡ ବ୍ୟବସ୍ଥା ବହୁ ଆଗରୁ ଥିଲା। ସେଥିରେ ଅପରାଧ କମି ଯାଇଥିଲା କି?

ମଣିଷର ମନସ୍ତତ୍ତ୍ଵରେ ଅପରାଧର ଛାଇ ସବୁବେଳେ ରହି ଆସିଛି ଓ ରହିବ। ଏହାକୁ ସମୂଳେ ଲିଭାଇ ହେବନାହିଁ। ତେବେ ଏହାକୁ ନିୟନ୍ତ୍ରିତ କରିହେବ। ଅପରାଧୀକୁ ଦଣ୍ଡ ଦେବା ସହିତ ତାକୁ ସୁଧାରିବାର ଏକ ପ୍ରକ୍ରିୟା ଆଧୁନିକ ନ୍ୟାୟ ବ୍ୟବସ୍ଥାର ଅପରିହାର୍ୟ ଅଂଶ ବିଶେଷ। ଅପରାଧୀକୁ ସବୁଠୁ ବିରଳ ପରିସ୍ଥିତିରେ ମୃତ୍ୟୁଦଣ୍ଡ ଦିଆ ଯାଇଥାଏ। ଏହି ପ୍ରତିଷ୍ଠିତ ନ୍ୟାୟ ବ୍ୟବସ୍ଥାକୁ ସାମାଜିକ ଭାବ ପ୍ରବଣତାର ଚାପରେ ଖାରଜ କରିବା, ଏକ ଭୟଙ୍କର ଭୁଲ ହେବ। ଆମର ଭାବ ପ୍ରବଣତା ଅନେକ ସମୟରେ ଏକ ଭାସମାନ ଖବରକୁ ଆଧାର କରି ଗଢି ଉଠିଥାଏ। ଆମେ ପ୍ରିୟାଙ୍କା ରେଡ୍ଡୀଙ୍କ ଧର୍ଷଣ ଓ ହତ୍ୟାର ଖବର ପଢି କ୍ରୋଧିତ ଓ ବିଚଳିତ ହେଉଛୁ। ହେବା ସ୍ଵାଭାବିକ। ଏହାକୁ ନେଇ ଆମର ପ୍ରତିକ୍ରିୟା ମଧ୍ୟ ଅପରିହାର୍ୟ। ହେଲେ ଆମର ଭାବ ପ୍ରବଣତା ଅନୁସାରେ ଆଇନ ଚାଲୁ ବୋଲି ଆମେ ବାଧ୍ୟ କରିପାରିବା ନାହିଁ।

ଆଇନ ସବୁବେଳେ ଅପରାଧୀକୁ ତାର ଅପରାଧ ପ୍ରମାଣିତ ହେବାଯାଏ, ଏକ ସୁଯୋଗ ଦେବା। ତାହାହିଁ ନ୍ୟାୟ ବ୍ୟବସ୍ଥାର ମାର୍ଗ। ତଳ ଅଦାଲତରୁ ସୁପ୍ରିମ କୋର୍ଟ ପର୍ୟନ୍ତ ଯାଇ ପାରିବାର ମୌଳିକ ଅଧିକାରରୁ କାହାକୁ ମଧ୍ୟ ବଞ୍ଚିତ କରି ହେବନାହିଁ। ତେବେ ଜଘନ୍ୟ ଅପରାଧ ସବୁର ତୁରନ୍ତ ବିଚାର ଲାଗି “ଫାଷ୍ଟ ଟ୍ରାକ କୋର୍ଟ” କଥା ଆମେ କହି ଆସୁଛୁ, ହେଲେ ତାହା କାର୍ୟକାରୀ ହେଉନାହିଁ। ଆମର ବିଚାର ବ୍ୟବସ୍ଥାରେ ଅନେକ ଗୁଡାଏ ବ୍ୟବସ୍ଥାଗତ ସମସ୍ୟା ରହିଛି। ତାକୁ ସୁଧାରିବା ପାଇଁ ଆମେ ଉଦ୍ୟମ କାରୁନାହୁଁ। ନିର୍ଭୟା ଘଟଣା ପରେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ.ବର୍ମା ଓ ଜଷ୍ଟିସ ଲୀଲା ସେଠ କମିଟି ଯେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସବୁ ଦେଇଥିଲେ ସେ ସମ୍ପର୍କରେ ସରକାର ଓ ସଂସଦ ନିଜର ସଠିକ ଦାୟିତ୍ଵ ତୁଲାଇନାହାନ୍ତି। ଯେତେବେଳେ ବି ଏମିତି କିଛି ଜଘନ୍ୟ ଅପରାଧ ଘଟୁଛି, ତାକୁ ନେଇ ଗୁଡାଏ ଭାବପ୍ରବଣ ପ୍ରତିକ୍ରିୟା ପ୍ରକାଶ ବ୍ୟତୀତ ଏହାର ନିରାକରଣ ବ୍ୟବସ୍ଥା ଆମେ କରି ପାରୁନାହୁଁ।

ଗଣ ଧର୍ଷଣ ଭଳି ଜଘନ୍ୟ ଅପରାଧ ପଛରେ ଆମର ଉଗ୍ର ପୁରୁଷ ତାନ୍ତ୍ରିକ ବ୍ୟବସ୍ଥା ଓ ନାରୀକୁ  ଉପଭୋଗର ସାମଗ୍ରୀ ବୋଲି ଭାବିବାର ମାନସିକତା ବିଶେଷ ଭାବରେ ଦାୟୀ। ଏ ପ୍ରକାର ଅପରାଧୀ ମାସିକତାକୁ ଆମର ସମାଜ, ରାଜନୀତି ଓ ସଂସ୍କୃତିରେ ବାରମ୍ବାର ସ୍ଵୀକୃତି ମିଳୁଛି। ଏହା ପ୍ରଥମେ ବଦଳିବା ଦରକାର। ନାରୀ ଜିଲାବି କି ଚିକେନ ଟିକ୍କା ଓ ସେ ଖାଦ୍ୟ ଯୋଗ୍ୟ ବୋଲି କହୁଥିବା ଗୀତକୁ ଆମେ କେବେ ବିରୋଧ କରିଛୁ କି? ନାରୀକୁ ବିଜ୍ଞାପନର ସବୁଠୁ ସହଜ ମାଧ୍ୟମ ବୋଲି କିଏ ଉପସ୍ଥାପନ କରୁଛି? ରାଜନୀତିରେ ମହିଳାଙ୍କର ସମାନ ଭାଗୀଦାରୀ ପାଇଁ ମହିଳା ସଂରକ୍ଷଣ ବିଲ କୁ କିଏ ବାରମ୍ବାର ବିରୋଧ କରୁଛି? ମନେ ରଖନ୍ତୁ, ରାଜନୈତିକ କ୍ଷମତା ବିନା ମହିଳାଙ୍କର ସାମୁହିକ ଶକ୍ତିର ବାସ୍ତବ ଉପଯୋଗ ସମ୍ଭବ ନୁହେଁ।

ଯେଉଁ ଆଇନ ଅଛି ତାର ସଠିକ ରୂପାୟନ କରି ପାରିଲେ, ଅପରାଧର ମାତ୍ରା କମିଯିବ। ଆଇନ ଓ ବିଚାର ବ୍ୟବସ୍ଥା ବିରୋଧରେ ଠିଆ ହୋଇ କୌଣସି ସମାଜ ଅପରାଧ କମାଇବାରେ ସମର୍ଥ ହୋଇନାହିଁ କି ହୋଇ ପାରିବ ନାହିଁ। ଯେଉଁ ସାଂସଦମାନେ ଏକ ହିଂସ୍ର ସମାଜ ଓ ନ୍ୟାୟ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ବାଢୁଛନ୍ତି, ସେମାନେ ବୁଝିବା ଉଚିତ ଯେ, ଏକ ହିଂସ୍ର ସମାଜ ଅଧିକ ଅପରାଧୀ ତିଆରି କରିଥାଏ।

Categories
ଆଜିର ଖବର

ଗେଟ ଓ୍ବେ ଅଫ୍‌ ଇଣ୍ଡିଆରେ ନୌସେନା ଦିବସ ପାଳିତ

ମୁମ୍ବାଇ,4/12: ଭାରତୀୟ ନୌସେନାର ବୀରତ୍ବକୁ ମନେ ପକାଇବା ପାଇଁ ମୁମ୍ବାଇର ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆରେ ନୌସେନା ଦିବସ ପାଳିତ ହୋଇଯାଇଛି । ନୌସେନାର ବୀରତ୍ବକୁ ମନେ ପକାଇବା ଲାଗି ନୌସେନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛନ୍ତି । ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଆକାଶ ବାହିନୀ, ସ୍ଥଳ ବାହିନୀ ଏବଂ ନୌସେନା ପକ୍ଷରୁ ଅଦ୍ଭୂତପୂର୍ବ ଷ୍ଟଣ୍ଟ ଦେଖିଆଯାଇଥିଲା ।

1971 ମସିହାର ଆଜିର ଦିନରେ ଭାରତୀୟ ନୌସେନା ପାକିସ୍ତାନକୁ ପରାସ୍ତ କରିଥିଲା । ଏହି ସ୍ମୃତିକୁ ମନେ ପକାଇବା ପାଇଁ ଆଜିର ଦିନକୁ ପାଳନ କରାଯାଇଥିାଏ । ଦେଶକୁ ଲାଗି ରହିଥିବା ବିଶାଳ ସମୁଦ୍ର ଉପକୁଳ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ପାଇଁ ଭାରତୀୟ ନୌସେନା ସର୍ବଦା ତତ୍ପର ବୋଲି ନୌସେନା ମୁଖ୍ୟ କରମବୀର ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ସମୀକ୍ଷା ବ୍ୟୁରୋ, ପୁରୀ,4/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଚାରିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Categories
ଫଟୋ ଖବର

“ସବ୍ କୁଶଳ ମଙ୍ଗଳ” ଚଳଚିତ୍ରର ଟ୍ରେଲର ରିଲିଜରେ ବଲିଉଡର ପ୍ରମୁଖ ସିନେ କଳାକାରଗଣ

Bollywood star Akshaye Khanna, Priyaank Sharma, Riva Kishan, Satish Kaushik, Rakesh Bedi, Padmini Kolhapure and Ravi Kishan during trailer launch of their film ‘Sab Kushal Mangal’, in Mumbai on Tuesday. UNI PHOTO-60U

Categories
ଫଟୋ ଖବର

ହାଇଦ୍ରାବାଦର ବର୍ବରକାଣ୍ଡ ବିରୋଧରେ ମୁମ୍ବାଇ ଭେଟନାରୀ କଲେଜ ଛାତ୍ରଛାତ୍ରୀଙ୍କର ଶୋଭଯାତ୍ରା

The students of Bombay Veterinary college Parel held a candle light vigil in the memory of late Dr.Priyanka Reddy at Azad maidan CST, Mumbai on tuesday. UNI PHOTO-88U

Categories
ଫଟୋ ଖବର

ଝାଡଖଣ୍ଡର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Prime Minister Narendra Modi addressing an election campaign rally for the BJP candidates from entire Kolhan seats for the forthcoming 2nd phase of Assembly Election-2019 in Jamshedpur, Jharkhand on Tuesday. UNI PHOTO-57U

Categories
ଆଜିର ଖବର

ବାରବାଟୀ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ପ୍ରକାଶ ପାଇଲା ଟିକେଟ ମୂଲ୍ୟ

ସମୀକ୍ଷା ବ୍ୟୁରୋ

କଟକ: ୩/୧୨: କଟକ ବାରବାଟୀରେ ହେବାକୁ ଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ ମ୍ୟାଚ୍‌ରେ ହେବାକୁ ନେଇ ଟିକେଟ ବୁକିଂ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍‌ଲାଇନ୍‌ ଟିକେଟ ବୁକିଂର ଅବଧି ଡିସେମ୍ବର ୫ରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରହିଛି। ପେଟିଏମ୍‌ ଓ ଇନ୍‌ସାଇଡର୍‌ ଡଟ୍‌ କମ୍‌ ଜରିଆରେ ଏହି ଅନ୍‌ଲାଇନ୍‌ ଟିକେଟ ବୁକିଂ କରାଯାଇପାରିବ। କଟକର କେମ୍ପ୍ରିଜ୍‌ ସ୍କୁଲ ପାଖରେ ଆସନ୍ତା ଡିସେମ୍ବର ୧୯, ୨୦ଓ ୨୧ ତାରିଖରେ ଏହି ଅନ୍‌ଲାଇନ୍‌ ଟିକେଟ ସଂଗ୍ରହ କରାଯିବ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ବ୍ୟବଧାନ ପରେ କଟକରେ ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍ ହେବାକୁ ଯାଉଛି। ଓ୍ବେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।

ଅନ୍‌ଲାଇନ୍‌ ଟିକେଟ ସବିଶେଷ ତଥ୍ୟ

୧. ଗ୍ୟାଲେରୀ ନଂ -୨ରେ ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବା ବେଳେ ପ୍ରତି ଟିକେଟର ୫୦୦ଟଙ୍କା + ଜିଏସ୍‌ଟି ୧୮%  ରହିଛି।

୨. ଗ୍ୟାଲେରୀ ନଂ ୪ରେ  ୩୦୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକଟର ମୂଲ୍ୟ  ୫୦୦ ଟଙ୍କା + ଜିଏସ୍‌ଟି ୧୮% ରହିଛି।

୩. ଗ୍ୟାଲେରୀ ନଂ – ୬ରେ ୧୫୦୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ  ପ୍ରତି ଟିକେଟର ମୂଲ୍ୟ ୪୦୦ଟଙ୍କା ରହିଛି।

୪. ନ୍ୟୁ ପାଭିଲିୟନ୍‌ ଫାଷ୍ଟ ଫ୍ଲୋର୍ ରେ ମାତ୍ର ୫୦ ଖଣ୍ଡ ଟିକେଟ ଉପଲବ୍ଧ ଥିବାବେଳେ ପ୍ରତି ଟିକେଟର ମୂଲ୍ୟ  ୫୦୦୦ ଟଙ୍କା + ଜିଏସ୍‌ଟି ୧୮% ରହିଛି।

୫. ସ୍ପେଶିଆଲ୍‌ ଏନ୍‌କ୍ଲୋଜର୍‌ – ଏରେ ୫୦୦ ଖଣ୍ଡ ଟିକେଟ୍‌ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୩୦୦୦ ଟଙ୍କା +ଜିଏସ୍‌ଟି ୧୮% ରହିଛି।

୬. ଏସି ବକ୍ସ ଗ୍ୟାଲେରୀ ନଂ ୪ରେ ୧୦୦ ଖଣ୍ଡ ଟିକେଟ ରହିଥିବାବେଳେ ପ୍ରତି ଟିକେଟର ମୂଲ୍ୟ ୫୦୦୦ଟଙ୍କା + ଜିଏସ୍‌ଟି ୧୮% ରହିଛି। (ଏଜେନ୍ସି)

Categories
ଆଞ୍ଚଳିକ

ଦୁଷ୍କର୍ମ ପୀଡ଼ିତା ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦାବିରେ ଏବିଭିପି ପକ୍ଷରୁ ସମୂହ ଦୀପଦାନ

ସମୀକ୍ଷା ବ୍ୟୁରୋ

ବାଣପୁର, ୩/୧୨:  ହାଇଦ୍ରାବାଦର ଭେଟେନାରୀ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଗଣ ଦୁଷ୍କର୍ମ ପରେ ତାଙ୍କୁ ପୋଡ଼ି ମାରିବା ଘଟଣାର ନିଆଁ ଥମି ନଥିବାବେେ ଗତକାଲି ଓଡ଼ିଶାର ଧାର୍ମିକ ସହର ପୁରୀରେ ମଧ୍ୟ ସେହିପରି ଏକ ଲଜ୍ଜାଜନକ ଘଟଣା ଘଟିଛି। ଏହି ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଦୃଢ ନିନ୍ଦା କରାଯାଇଥିଲା। ଆଜି ସନ୍ଧ୍ୟାରେ ମା’ ଭଗବତୀ ମନ୍ଦିରରେ ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଆତ୍ମାର ଶାନ୍ତି ନିମେନ୍ତ ଏବିଭିପି ପକ୍ଷରୁ ସାମୂହିକ ଦୀପଦାନ କରାଯାଇଥିଲା। ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଆଯାଉ ଏବଂ ସଦ୍ୟ ପୁରୀ ପୀଡ଼ିତା ତଥା ତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦିଆଯାଉ ବୋଲି ନଗର ସମ୍ପାଦକ ବିକାଶ ସେଠୀ ମତ ରଖିଥିଲେ। ସ୍ଥାନୀୟ ନାଗରିକ ଓ ବୁଦ୍ଧିଜୀବୀମାନେ ବିଦ୍ୟାର୍ଥୀ ପରିଷଦର ଏହି କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ କରିଥଲେ ଓ ଦୋଷୀଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଆଯାଉ ବୋଲି ମନ୍ତବ୍ୟ ପ୍ରକାଶ କରିଥିଲେ। ପରିଶେଷରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଣପୁର କଲେଜର ଯୁକ୍ତ ୨ କ୍ୟାମ୍ପସ ୟୁନିଟ ସଭାପତି ପ୍ରିୟାଂଶୁ, ସୌରଭ, ସୋମନାଥ,ଓମ,ବଳରାମ, ବୁଲୁ, ଅଜୟ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ।

ରିପୋର୍ଟର: ସୁନୀଲ କୁମାର ଭୋଳ(ବିଜୁ)