Categories
ଆଜିର ଖବର

ନାବାଳିକା ଅସଦାଚରଣ: ଦୋଷୀକୁ ଦଣ୍ଡ ଦେଲେ ଜନସାଧାରଣ

ଜଲାଉଁ,୩/୧୨: ଉତ୍ତରପ୍ରଦେଶରେ ଜଣେ ଅସଦାଚରଣକାରୀକୁ ଜନ ସାଧାରଣ ଦଣ୍ଡ ଦେବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଜଲାଉଁ ଜିଲ୍ଲାର ଏକ ପାର୍କରେ ନାବାଳିକାଙ୍କୁ ଅସଦାଚରଣ କରୁଥିବା ବେଳେ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଥିଲେ  ୨୫ବର୍ଷୀୟ ଯୁବକ। ଅଭିଯୁକ୍ତଙ୍କୁ ଉଲଗ୍ନ କରି ପାର୍କର ଗାନ୍ଧୀ ମୂର୍ତ୍ତି ଚତୁଃପାର୍ଶ୍ବରେ ୭ ଥର ବୁଲାଇବା ପରେ ଯୁବକକୁ ପୋଲିସ୍‌କୁ ହସ୍ତାନ୍ତର କରାଯାଇଥିଲା। ଉପସ୍ଥିତ ବ୍ୟକ୍ତିଙ୍କ ଅନୁଯାୟୀ ଏପରି ମାମଲାରେ ଦୋଷୀକୁ ପୋଲିସକୁ ହସ୍ତାନ୍ତର କରାଗଲେ ଦୋଷୀଙ୍କୁ ଜାମିନ ମିଳିଯାଉଛି। ତେଣୁ ଜନସାଧାରଣ ଦଣ୍ଡ ଦେବାର ନିଷ୍ପତ୍ତି ନେଇଥିଲେ। ଏହା ସହିତ ଉପରୋକ୍ତ ଘଟଣାର ଭିଡିଓ ବନାଇ ସ୍ଥାନୀୟ ଅଞ୍ଚଳରେ ବଣ୍ଟାଯାଇଛି। ଫଳରେ ଜେଲରୁ ବାହାରକୁ ଆସିଲା ପରେ ଯୁବକ ଜଣକ ପୁନର୍ବାର ଏପରି ଘଟଣା କରିବାର ଦୁଃସାହସ କରିବେ ନାହିଁ ବୋଲି ଜଣେ ବ୍ୟକ୍ତି ପ୍ରକାଶ କରିଥିଲେ। (ଏଜେନ୍ସୀ)

 

Categories
ଆଞ୍ଚଳିକ

ପ୍ରିୟଙ୍କା ରେଡ୍ଡୀଙ୍କୁ ନ୍ୟାୟ ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦାବିପତ୍ର

ସମୀକ୍ଷା ବ୍ୟୁରୋ
ହିଞ୍ଜିଳିକାଟୁ,୦୩/୧୨: ଦେଶରେ ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ମହିଳା ମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି। ହାଇଦ୍ରାବାଦରେ ମହିଳା ପଶୁଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଅମାନବୀୟ ଭାବରେ ଦୁଷ୍କର୍ମ ପରେ ପୋଡି ମାରି ଦିଆଯାଇଛି। ଏହା ସହିତ ରାଜ୍ୟରେ ନିୟମିତ ଦୁଷ୍କର୍ମର ଖବର ଆସୁଥିବାରୁ ମହିଳା ମାନେ ସମାଜରେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ। ଏହି ଘଟଣାକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସଂସଦ ଭବନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଗଞ୍ଜାମର ହିଞ୍ଜିଳିକାଟୁ ସ୍ଥିତ ସ୍ବୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଠାଇଛନ୍ତି। ଏପରି ଘଟଣାରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତଙ୍କୁ ଫାଶୀ ଦେବା ସହିତ ଯେପରି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନ ହୁଏ ସେ ନେଇ ନିୟମ ପ୍ରଣୟନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। କଲେଜର ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରା କରି ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

କୁମ୍ଭୀର ଗଣନା ପାଇଁ ଏକ ସପ୍ତାହ ବନ୍ଦ ରହିବ ଭିତରକନିକା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,2/12: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଏକ ସପ୍ତାହ ନିମନ୍ତେ ବନ୍ଦ ରହିବ । ଆସନ୍ତା ଡିସେମ୍ବର 26ରୁ ଜାନୁଆରୀ 4ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା ନିମନ୍ତେ ଏହାକୁ ବନ୍ଦ ରଖାଯିବ । ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ରେଞ୍ଜ ଓ କୁଜଙ୍ଗ ରେଞ୍ଜରେ ଏହି ଗଣନା କରାଯିବ। ତେଣୁ ପର୍ଯ୍ୟଟକଙ୍କ ପାଇଁ ଏହି ସମୟ ଜାତୀୟ ଉଦ୍ୟାନ ବନ୍ଦରହିବ ବୋଲି ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Categories
ଆଞ୍ଚଳିକ

ପୁରୀ ଗଣଦୁଷ୍କର୍ମ ମାମଲା :କନେଷ୍ଟବଳଙ୍କ ସମେତ 4 ଗିରଫ

ସମୀକ୍ଷା ବ୍ୟୁରୋ

ପୁରୀ,3/12: ନିମାପଡାରୁ ଉଠାଇ ନେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ଆଜି 4 ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନିଲମ୍ବିତ କନେଷ୍ଟବଳ ରହିଛନ୍ତି । ଜିତେନ୍ଦ୍ର ସେଠୀ ନାମକ ଏହି କନେଷ୍ଟବଳ ଜଣକ ଯୁବତୀଙ୍କୁ ଝାଡେଶ୍ବରୀ କ୍ଲବ ନିକଟସ୍ଥ କ୍ବାର୍ଟରକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଗତକାଲି ଯୁବତୀଙ୍କ ଅଭିଯୋଗ ପରେ କନେଷ୍ଟବଳଙ୍କୁ ପଚରା ଉଚୁରା କରାଯାଇଥିଲା । ଆଜି କନେଷ୍ଟବଳଙ୍କ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପଚରା ଉଚୁରା କରୁଛି ପୋଲିସ୍‌ । କନେଷ୍ଟବଳଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି ।

Categories
ବିଶେଷ ଖବର

ଅମିତ ଶାହାଙ୍କୁ ରାହୁଲ ବଜାଜ ଯାହା ପଚାରିଥିଲେ ତାର ଉତ୍ତର ଧମକ ମାଧ୍ୟମରେ ମିଳିଲା ଓ ମିଳି ଚାଲିଛି   

କେଦାର ମିଶ୍ର 

ଦେଶର ବଡ ବଡ ସାମ୍ବାଦିକମାନେ ଯାହା ପଚାରିବାରେ ଅକ୍ଷମ, ତାକୁ ଜଣେ ବର୍ଷିୟାନ ଶିଲ୍ପପତି ପଚାରି ପାରିଲେ, ସେଥିପାଇଁ ତାଙ୍କୁ ଧନ୍ୟବାଦ। ବଜାଜ ଗୃପର ଅଧ୍ୟକ୍ଷ ରାହୁଲ ବଜାଜ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଯେଉଁ ପ୍ରଶ୍ନ ଉତ୍ତରର ସଂକ୍ଷିପ୍ତ ଚିତ୍ରଟି ଆମେ ଦେଖିଲୁ, ତାହା ଅନେକ ଆଗରୁ ଦେଖିବା ଉଚିତ ଥିଲା। ଜଣେ ଶିଲ୍ପପତି ଭାବରେ ରାହୁଲ ବଜାଜ ନିଜର ସ୍ପଷ୍ଟ ମତ ପାଇଁ ଜଣାଶୁଣା। ନିଜକୁ ଗୌରବର ସହିତ “ଆଣ୍ଟି ଏଶ୍ଟାବ୍ଳିଶମେଣ୍ଟ” ବା ସତ୍ତା ବିରୋଧୀ ବୋଲି କହିବାର ସାହସ କମ ଶିଳ୍ପପତିଙ୍କର ରହିଛି। ତେଣୁ ସେ ଯେତେବେଳେ ଅମିତ ଶାହାଙ୍କୁ ପଚାରିଥିଲେ, ଆପଣ ଭଲ କାମ କରୁଥିଲେ ବି ଆପଣଙ୍କୁ ସମାଲୋଚନା କରିବାକୁ ମୋତେ ଡର ଲାଗିବ କାହିଁକି? ଏହାର ଉତ୍ତର ବଡ ହାଲୁକା ଭାବରେ ଅମିତ ଶାହା ଦେଇଥିଲେ। ହେଲେ “ଦି ଇକୋନମିକ୍ସ ଟାଇମ୍ସ” ର ଏହି ଆଲୋଚନା ଚକ୍ର ସରିବା ପରେ ପରେ ରାହୁଲ ବଜାଜ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହୋଇଗଲା। ବିଜେପି ସମର୍ଥକ ଓ ଭକ୍ତମାନେ ବଜାଜଙ୍କୁ ସୋସିଆଲ ମିଡିଆରେ ଗାଳି ଫଜିତ ଆରମ୍ଭ କରିଦେଲେ। ତା ସହିତ ମୋଦୀ ସରକାରର ବରିଷ୍ଠ ମନ୍ତ୍ରୀମାନେ ମଧ୍ୟ ରାହୁଲ ବଜାଜଙ୍କୁ ଖୋଲାଖୋଲି ସମାଲୋଚନା ଆରମ୍ଭ କରିଦେଲେ। ସବୁଠୁ ଭୟଙ୍କର ଓ ଚିନ୍ତାଜନକ ପ୍ରତିକ୍ରିୟା ଆସିଲା, ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ପାଖରୁ। ଅର୍ଥମନ୍ତ୍ରୀଙ୍କ କହିବା କଥା ହେଲା, ଏପରି ପ୍ରଶ୍ନ ଆମର “ଜାତୀୟ ଭାବାବେଗ” ପ୍ରତି କ୍ଷତି ପହଞ୍ଚାଇବ। ବାସ, ରାହୁଲ ବଜାଜ ତ ସେହି କଥାଟି ଉଠାଇଥିଲେ ମାଡାମ!

ମୋଦୀ ସରକାରକୁ ସମାଲୋଚନା କଲେ “ଜାତୀୟ ଭାବାବେଗ”, “ଦେଶପ୍ରେମ”, “ଜାତୀୟ ସୁରକ୍ଷା” “ଜାତୀୟ ସ୍ଵାର୍ଥ” ସଙ୍କଟରେ ପଡିଯିବ ବୋଲି ବାରମ୍ବାର କୁହାଯାଉଛି। ଏହାହିଁ ଗୋଟେ ଗଣତାନ୍ତ୍ରିକ ଦେଶରେ ସବୁଠୁ ବଡ ଭୟର କାରଣ। ସରକାରକୁ ଦେଶ ବୋଲି ବଡ ଚତୁରତାର ସହିତ ତୁଳନା କରାଯାଉଛି ଓ ସରକାରକୁ ସମାଲୋଚନା କରିବା ଦେଶଦ୍ରୋହ ବୋଲି କୁହାଯାଉଛି। ତାହାହିଁ ଆଜିର ସବୁଠୁ ବଡ ସଙ୍କଟ। ପୂରା ଦେଶରେ ଯେଉଁ ଆର୍ଥିକ ସଙ୍କଟ ଦେଖା ଦେଇଛି, ତାରି ପଛରେ ଏହି ସାମାଜିକ ଭୟ ଏକ ବଡ କାରଣ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସେଇଥିପାଇଁ ଏହି ସାମାଜିକ ଭୟକୁ ଅର୍ଥନୈତିକ ଦୁର୍ଗତିର କାରଣ ବୋଲି କହିଛନ୍ତି। ସାମାଜିକ ଚାପ ଓ ରାଜନୈତିକ ପ୍ରତିଶୋଧପରାୟଣତାର ବାତାବରଣର କୌଣସି ଦେଶ ଅର୍ଥନୈତିକ ବିକାଶ ହାସଲ କରିବା ସମ୍ଭବ ନୁହେଁ।

ଦେଶର ଅର୍ଥବ୍ୟବସ୍ଥା ସମ୍ପର୍କରେ ମୋଦୀ ସରକାର ଶିଲ୍ପପତି ଓ ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରୁନାହାନ୍ତି ବୋଲି ଅନ୍ୟତମ ଉଦ୍ୟୋଗପତି କିରଣ ମଜୁମଦାର ସ’ କହିଛନ୍ତି। ଏ ସରକାର ଅର୍ଥନୀତି ସମ୍ପର୍କରେ ଶିଲ୍ପପତି ଓ ଅଥନୀତିଜ୍ଞଙ୍କ କଥା ଶୁଣୂନାହାନ୍ତି। ରାଜନୀତିରେ ଭିନ୍ନ ମତ ଓ ବିରୋଧୀ ପକ୍ଷକୁ ଶୁଣୁନାହାନ୍ତି। ଲୋକସମ୍ପର୍କ ପାଇଁ ସାମ୍ବାଦିକଙ୍କ କଥା ଶୁଣୁ ନାହାନ୍ତି। ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ବୁଦ୍ଧିଜୀବୀଙ୍କୁ ଶୁଣୁନାହାନ୍ତି। ତାହେଲେ, ଏ ସରକାର ଶୁଣୁଛନ୍ତି କାହାକୁ? କେବଳ ନିଜେ ନିଜର ସ୍ଵର ଓ ଚେହେରାକୁ ମୋଦୀ ଭଲ ପାଆନ୍ତି ବୋଲି କେହିଜଣେ କାମେଡିଆନ ଥରେ କହିଥିଲେ। ଆପାତତଃ ଏବେ ତାହାହିଁ ସତ୍ୟ ପ୍ରମାଣିତ ହେଉଛି।

ମୋଦୀ-ଶାହା ବ୍ୟତୀତ ସରକାରରେ ଆଉ କାହାର କିଛି କହିବାର ନାହିଁ ବା ଶୁଣିବାର ନାହିଁ। ଯେତେବେଳେ ଦେଶର ଜଣେ ବରିଷ୍ଠ ଉଦ୍ୟୋଗପତି ଦେଶର ଗୃହ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରୁଛନ୍ତି, ସେଠି ଅର୍ଥମନ୍ତ୍ରୀଙ୍କର ଦାୟିତ୍ଵ ହେଉଛି, ଉଦ୍ୟୋଗ ଜଗତକୁ ଭରସା ଦେବା। ଯେଉଁ ଭୟ ଓ ଆଶଙ୍କାର କଥା ରାହୁଲ ବଜାଜ ଉଠାଇଛନ୍ତି, ସେ କଥା ଆଗରୁ ଏ ଦେଶର ଲେଖକ, କଳାକାର ଓ ସିନେମା ତାରକାମାନେ ମଧ୍ୟ ଉଠାଇଥିଲେ। ତେବେ ଯିଏ ଏ ପ୍ରଶ୍ନ ଉଠାଇଛି, ତାକୁ ନିର୍ଦ୍ଦୟ ଭାବରେ ଚାପି ଦିଆ ହୋଇଛି ଅଥବା ସେମାନଙ୍କୁ ଅଧିକ ଭୟଭୀତ କରାଇବା ଲାଗି “ଟ୍ରୋଲ ବାହିନୀ’ କିମ୍ବା “ସରକାରୀ ଗୁଣ୍ଡା ସାମ୍ବାଦିକ ବାହିନୀ”ଙ୍କୁ ଲଗାଇ ଦିଆଯାଇଛି। ପ୍ରଥମ ଥର ଲାଗି ଆମେ ଦେଶରେ ସରକାରୀ ଗୁଣ୍ଡା ଭାବରେ ଟେଲିଭିଜନ ସାମ୍ବାଦିକମାନଙ୍କର ଏକ ଗୋଷ୍ଠୀକୁ ଦେଖୁଛୁ। ଏମାନେ ସରକାର ବିରୋଧରେ ପ୍ରଶ୍ନ ପଚାରୁଥିବା ସବୁ ସଂବେଦନଶୀଳ ନାଗରିକଙ୍କୁ ଦେଶଦ୍ରୋହୀ ବା ଜାତୀୟ ସ୍ଵାର୍ଥ ବିରୋଧୀ ବୋଲି କହିବାକୁ ଅହରହ କାମ କରୁଛନ୍ତି।

ତେବେ ରାହୁଲ ବଜାଜଙ୍କ ପ୍ରଶ୍ନ, ଅମିତ ଶାହାଙ୍କ ଉତ୍ତର ଓ ନିର୍ମଲା ସୀତାରମଣଙ୍କ ଟ୍ରୋଲିଂରୁ ଗୋଟିଏ କଥା ପ୍ରମାଣିତ ହୋଇଯାଇଛି ଯେ, ଶ୍ରୀମାନ ବଜାଜ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ।

Categories
ଆଜିର ଖବର

ମିଳିଲା ବିକ୍ରମର ଭଗ୍ନାବଶେଷ : ଟ୍ବିଟ୍ଟରରେ ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ,3/12: ଆମେରକିୀୟ ମହାକାଶ ବିଜ୍ଞାନ ସଂସ୍ଥାନ ନାସା ପକ୍ଷରୁ ସୋମବାର ବିକ୍ରମ ଲ୍ୟାଣ୍ଡରର ଫଟୋ ଜାରି କରାଯାଇଛି । ନାସାର ଏଲ୍‌ଆର୍‌ଓସି କ୍ୟାମେରାରେ ଏହି ଫଟୋ ଉତ୍ତୋଳନ କରାଯାଇଛି । ଏହି ଫଟୋରେ ବିକ୍ରମର ଲ୍ୟାଣ୍ଡିଂ ସ୍ଥାନ ଏବଂ ଭଗ୍ନାବଶେଷ ଦେଖିବାକୁ ମିଳିଛି । ସନମୁଗ ସୁବ୍ରମଣ୍ୟନ୍‌ଙ୍କୁ ପ୍ରଥମେ ଏହି ଫଟୋ ପାଇବା ପରେ ନାସାର ଏଲଆରଓସି ବିଭାଗ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଅକ୍ଟୋବର 14,15 ଏବଂ ନଭେମ୍ବର 11 ତାରିଖରେ ଉତ୍ତୋଳିତ ଫଟୋର ତର୍ଜମା କରି ନାସା ଏହି ନିଷ୍କର୍ସରେ ପହଞ୍ଚିଥିଲା । ଉଲ୍ଲେଖଯୋଗ୍ୟ ଯେ, ଭାରତର ଚନ୍ଦ୍ରଯାନ-2 ମିଶନର ଅନ୍ତିମ ଭାଗ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂରେ ବିଫଳ ହେବା ସହିତ ଏହା ସହିତ ସମ୍ପର୍କ ସ୍ଥାପନ ସମ୍ଭବ ହୋଇନଥିଲା । (ଏଜେନ୍ସୀ)

Categories
ଫଟୋ ଖବର

ପୁରୀ ଗଣଦୁଷ୍କର୍ମ ବିରୋଧରେ ଯୁବ କଂଗ୍ରେସର ଭୁବନେଶ୍ବରରେ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

Girl gang-raped in police quarter in Puri

Categories
ବିଶେଷ ଖବର

ପୋଲିସ କ୍ବାଟରରେ ଗଣଦୁଷ୍କର୍ମ ଅଭିଯୋଗ, ପୁରୀ ଓ ଭୁବନେଶ୍ବରରେ ଯୁବ କଂଗ୍ରେସର ବିକ୍ଷୋଭ

ସମୀକ୍ଷା ବ୍ୟୁରୋ

ପୁରୀ: ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହନାରେ ପୁରୀରେ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଚାରି ଜଣ ଦୁର୍ବୃତ୍ତ ଲିଫ୍ଟ ଦେବା ବାହାନାରେ ଜଣେ ଯୁବତୀଙ୍କୁ ଏକ କାରରେ ନିମାପଡାରୁ ପୁରୀ ନେଇ ଯାଇଥିଲେ। ସେଠାରେ ଦୁର୍ବୃତ୍ତମାନେ ଏକ ପୋଲିସ କ୍ବାଟରରେ ଦୁଷ୍କର୍ମ କରିଛନ୍ତି ବୋଲି ପିଡିତା ପୁରୀ କୁମ୍ଭାରପଡା ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାରେ ଜଣେ ନିଳମ୍ବିତ ପୋଲିସ କନେଷ୍ଟବଳ ସଂପୃକ୍ତ ଅଛନ୍ତି ବୋଲି କୁହାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଜଣେ ଯୁବତୀ କାକଟପୁର ଯିବା ପାଇଁ ନିମାପଡା ବସ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ହେଲେ ହଠାତ ବସଟି ଛାଡି ଦେବାରୁ ଯୁବତୀ ଜଣଙ୍କ ବସରେ ଚଢି ପାରି ନ ଥିଲେ। ଏହାର ସୁଯୋଗ ନେଇ 4ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ପୋଲିସର ପରିଚୟ ଦେଇ କାରରେ ଛାଡିଦେବେ ବୋଲି କହିଥିଲେ। ପୋଲିସ ନା ଶୁଣି ଯୁବତୀ ଜଣଙ୍କ ତାଙ୍କ ସାଥୀରେ ଯିବା ପାଇଁ ରାଜି ହୋଇ କାରରେ ବସିଥିଲେ। ହେଲେ କାରଟି କାକଟପୁର ନ ଯାଇ ପୁରୀ ଆଡକୁ ଯିବାରୁ ପାଟି କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଦୁବ୍ୟବହାର କରି ଚୁପ କରାଇ ଦେଇ ପୁରୀ ନେଇ ଯାଇଥିଲେ। ସେଠାରେ ଝାଡେଶ୍ବରୀ କ୍ଲବ ନିକଟରେ ଥିବା ଏକ ପୋଲିସ କ୍ବାଟରରେ ଗଣ ଦୁଷ୍କର୍ମ କରାଯାଇଛି ବୋଲି ପିଡିତା ଲିଖିତ ଅଭିଯୋଗ କରିଛନ୍ତି।

ଭୁବନେଶ୍ବର: ପୁରୀ ଗଣଦୁଷ୍କର୍ମ ପ୍ରସଙ୍ଗରେ ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ଖବର ପାଇ ପୁରୀ ଏସପି କୁମ୍ଭାରପଡା ଥାନାରେ ପହଁଚି ପିଡିତାଙ୍କୁ ପଚାରାଉଚୁରା କରି 4 ଜଣକୁ ଅଟକ ରଖିଛନ୍ତି। ଅଟକଙ୍କୁ ଅଧିକ ଜେରା କରିବା ପାଇଁ ପୋଲିସ ତାଙ୍କୁ ଅଜଣା ସ୍ଥାନକୁ ନେଇଯାଇଥିବାର ଜଣାପଡିଛି। ଖବର ପ୍ରଚାର ପରେ ପୁରୀ ଯୁବ କଂଗ୍ରେସ ତରଫରୁ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତକୁ ନଜରରେ ରଖି ସେଠାରେ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଏହି ଘଟଣା ପଛରେ ପୋଲିସ କିମ୍ବା ଯେ କୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କୁ ଛଡା ଯିବ ନାହିଁ ବୋଲି ପୁରୀ ଏସପି କହିଛନ୍ତି।

ଏହି ଖବର ପ୍ରଚାର ହେବା ପରେ ଭୁବନେଶ୍ବରରେ ଯୁବ କଂଗ୍ରେସ ତରଫରୁ ମଧ୍ୟ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରାଯାଇଥିଲା। ଯୁବ କଂଗ୍ରେସ କର୍ମିମାନେ କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଆଡକୁ ମାଡି ଆସିଥିଲେ। ହେଲେ ପୋଲିସ ବାଟରେ ଅଟକାଇବାରୁ ସେମାନେ ରୋଡ ଉପରେ ବସି ବିକ୍ଷୋଭ କରିଥିଲେ। ଏହି ଘଟଣା ପରବର୍ତ୍ତି ସମୟରେ ଭିନ୍ନ ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ପୁରୀ ଓ ଭୁବନେଶ୍ବରରେ ପୋଲିସକୁ ସଜାଗ ରହିବାକୁ କୁହାଯାଇଛି।

Categories
ଆଜିର ଖବର

ଶ୍ରୀମନ୍ଦିର ସୁରକ୍ଷା ବଳୟ ପାଇଁ 75 ପ୍ରତିଶତ ଜମି ଅଧିଗ୍ରହଣ : ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଅର୍ପଣ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,2/12: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବଳୟ ନିମନ୍ତେ ଆବଶ୍ୟକ ଥିବା ଜମିର 75 ପ୍ରତିଶତ ଘରୋଇ ଜମି ସ୍ବେଚ୍ଛାକୃତ ଭାବରେ ସଂଗୃହୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । ସେପ୍ଟେମ୍ବର 25 ତାରିଖରେ ସୁରକ୍ଷା ବଳୟ ନିମନ୍ତେ 15 ଏକର ଜମି ଅଧିଗ୍ରହଣ କରାଯିବା ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସାଧାରଣ ଜନତା ନିଜର ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ,ହୋଟେଲ ଏବଂ ଲଜିଂ ପରିତ୍ୟାଗ କରିଛନନ୍ତି । ମହାପ୍ରଭୁଙ୍କ ଇଚ୍ଛା ଏବଂ ପ୍ରେରଣାରେ ଏହା ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାଧାରଣ ଜନତାଙ୍କ ଏହି ତ୍ୟାଗ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢିତୋଳିବା ପାଇଁ ସରକାରଙ୍କ ସଙ୍କଳ୍ପକୁ ଦୃଢ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Categories
ଆଜିର ଖବର

ବିଜେପି ଛାଡିନାହାନ୍ତି ପଙ୍କଜା ମୁଣ୍ଡେ : ଚନ୍ଦ୍ରକାନ୍ତ ପାଟିଲ

ମୁମ୍ବାଇ,2/12: ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ଦଳ ଛାଡି ନାହାନ୍ତି ବୋଲି ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ପାର୍ଲି ଆସନରୁ ପଙ୍କଜା ପରାଜିତ ହେବା ପରେ ଦଳୀୟ ନେତାଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେବାରେ ଲାଗିଥିଲା । ଏହାପରେ ପଙ୍କଜା ନିଜ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ଘୋଷଣା କରିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ସୋମବାର ନିଜ ଟ୍ବିଟ୍ଟର ବାୟୋରୁ ବିଜେପି ହଟାଇଥିଲେ ପଙ୍କଜା ମୁଣ୍ଡେ । ମୁଣ୍ଡେ ଦଳ ଛାଡୁଥବାର ସୂଚନା ମିଳିବା ପରେ ମହରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏ ସମ୍ପର୍କରେ ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି । ବିଜେପି ନେତୃବୃନ୍ଦ ପଙ୍କଜାଙ୍କ ସହିତ ସମ୍ପର୍କରେ ଅଛନ୍ତି । ପଙ୍କଜା ପରାଜୟକୁ ନେଇ ମର୍ମାହତ ଅଛନ୍ତି ଏବଂ ଏହାର କାରଣ ଖୋଜୁଛନ୍ତି । ମାତ୍ର ସେ ଦଳ ପରିତ୍ୟାଗ କରିବା ଖବର ସମ୍ପୂର୍ଣ୍ଣ ଗୁଜବ ବୋଲି ପାଟିଲ କହିଛନ୍ତି । (ଏଜେନ୍ସୀ)

Categories
ଆଞ୍ଚଳିକ

ବାଣପୁରରେ ବିଶ୍ବ ଏଡ୍‌ସ ଦିବସ ଅବସରରେ ସଚେତନତା ଶିବିର,ଶୋଭାଯାତ୍ରା ଏବଂ ବକ୍ତୃତା ପ୍ରତିଯୋଗିତା

ସମୀକ୍ଷା ବ୍ୟୁରୋ

ବାଣପୁର,୨/୧୨:  ବାଣପୁରରେ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରବିବାର ଦିନ ବିଶ୍ବ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। କେଏନ୍‌ପି ସଂଯୋଜନାରେ ଏକ ସଚେତନତା ଶିବିର, ଶୋଭାଯାତ୍ରା ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ରଶ୍ମିତା ମହାନ୍ତି, ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ଏବଂ ସୁବ୍ରତ କୁମାର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଭବାନୀ ଶଙ୍କର ବଳିୟାରସିଂହ, ପ୍ରକାଶ ସେଠୀ, କେଏନ୍‌ପିର ମୁଖ୍ୟ ପରିଚାଳକ ଅମୀୟ କୁମାର ଘଡେଇ, ବାଣପୁର ମେଡିକାଲ ଆଇସିଟିସି କାଉନସିଲର୍‌ ଅଶୋକ କୁମାର ବେହେରା, ପ୍ରଦୀପ୍ତ ହୋତା ଏବଂ ଶିବ ଶଙ୍କର ଢାଲି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏମାନଙ୍କ ବ୍ୟତୀତ କଲେଜ୍‌ର ସମସ୍ତ ଛାତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ପୋଲିସ୍‌ ବିଭାଗ ସହଯୋଗ କରିଥିଲେ।

ମହାବିଦ୍ୟାଳୟ ପରିସରରୁ ବାହାରିଥିବା ବିଶାଳ ଶୋଭାଯାତ୍ରା ପଲଟଣ ପଡିଆ ଦେଇ ବ୍ଲକ୍‌, ତହସିଲ ଏବଂ ଡାକ୍ତରଖାନା ପରିକ୍ରମା କରି ମହାବିଦ୍ୟାଳୟରେ ପହଞ୍ଚିଥିଲା। ଶୋଭାଯାତ୍ରା ସମୟରେ ଏଡ୍‌ସ ସଚେତନତା ସ୍ଲୋଗାନ ସହିତ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। ଏହାପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ସମସ୍ତ ସମ୍ମାନିତ ଅତିଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ନିଜ ବକ୍ତୃତାରେ ଏଡ୍‌ସ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ମୁଖ୍ୟ ବକ୍ତା। ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଭିଡ଼ିଓ

ମୁମ୍ବାଇଠାରେ ଏକ ବିବାହ ଭୋଜିରେ ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓ

Mumbai: Actress Amrita Rao at the wedding reception of filmmaker Sooraj Barjatya’s son Devaansh Barjatya in Mumbai (Photo: IANS)

Categories
ଭିଡ଼ିଓ

ମୁମ୍ବାଇର ଏକ ବିବାହ ଭୋଜିରେ ସ୍ବାମୀ ଶ୍ରୀରାମ ମାଧବ ନେନେଙ୍କ ସହିତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ

Mumbai: Actress Madhuri Dixit with husband Sriram Madhav Nene at the wedding reception of filmmaker Sooraj Barjatya’s son Devaansh Barjatya in Mumbai (Photo: IANS)

Categories
ଫଟୋ ଖବର

ଜବରଓ୍ବାନ ପର୍ବତମାଳା ଏବଂ ଝେଲମ ନଦୀ ବ୍ରିଜ୍‌ର ଅଦ୍ଭୂତପୂର୍ବ ଦୃଶ୍ୟ

SRINAGAR, DEC 2 (UNI) A magnificent view of heritage bridge on river Jehlum overlooking the Zabarwan hills in , representing natures glory on Monday. UNI SRN PHTO 5.

Categories
ଆଜିର ଖବର

ନିର୍ମଳାଙ୍କୁ ନିର୍ବଳା ଭାବରେ ସମ୍ବୋଧନ କଲେ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ,2/12: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନିର୍ବଳା (ଶକ୍ତିହୀନ) ସୀତାରମଣ ଭାବରେ ସମ୍ବୋଧନ କରିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଲୋକସଭାରେ ଏକ ଆଲୋଚନା ସମୟରେ ସେ ନିର୍ମଳାଙ୍କୁ ନିର୍ବଳା ବୋଲି ସମ୍ବୋଧନ କରିଥିଲେ । ଅଧୀର କହିଥିଲେ ଜଣେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମଧ୍ୟ ନିର୍ମଳା ନିଜର ସ୍ବର ଉତ୍ତୋଳନରେ ଅକ୍ଷମ । ତାଙ୍କ ନେତୃତ୍ବରେ ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି । ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ବିଦେଶୀ ବୋଲି କହିବାର ଗୋଟିଏ ଦିନ ପରେ ଅଧୀର ଏହି ମନ୍ତବ୍ୟ ଦେଇଛନ୍ତି । ଅଧୀରଙ୍କ ଏହି ମନ୍ତବ୍ୟ ପରେ ଗୃହରେ ଅଧୀରଙ୍କ କ୍ଷମା ପ୍ରାର୍ଥନା ଦାବି କରାଯାଇଥିଲା । (ଏଜେନ୍ସୀ)

Categories
ଫଟୋ ଖବର

‘ଶ୍ରୀଦେବୀ:ଦ ଏଟର୍ନାଲ ସ୍କ୍ରିନ୍‌ ଗଡେସ‘ ଉନ୍ମୋଚନରେ ବୋନି କପୁର ଏବଂ ଦୀପିକା ପାଦୁକୋନ୍‌

New Delhi: Actress Deepika Padukone and producer Boney Kapoor during the launch of a book on late actress Sridevi, “Sridevi: The Eternal Screen Goddess”, written by author-screenwriter Satyarth Nayak, in New Delhi on Dec 1, 2019. (Photo: Amlan Paliwal/IANS)

Categories
ଫଟୋ ଖବର

ମନାଲିରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏବଂ ଅମିତାଭ ବଚ୍ଚନ

Manali: Himachal Pradesh Chief Minister Jai Ram Thakur and actor Amitabh Bachchan in Manali on Dec 1, 2019. (Photo: IANS)

Categories
ଫଟୋ ଖବର

ଉଜ୍ଜୟିନୀର ମହକାଳେଶ୍ବର ମନ୍ଦିରରେ ପୂଜା କରୁଛନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ

UJJAIN, DEC 2 (UNI):- Madhya Pradesh Governor Lalji Tandon worship at Mahakaleshwar temple, in Ujjain on Monday. UNI PHOTO-35U

Categories
ଫଟୋ ଖବର

ଭିଓ୍ବାନୀରେ ବିବେକ ସିହାଗଙ୍କୁ ବିବାହ କରୁଛନ୍ତି ବବିତା ଫୋଗତ

BHIWANI, DEC 2 (UNI):- Indian wrestler Babita Phogat married to Vivek Sihag at a ceremony, in Bhiwani on Sunday. UNI PHOTO-33U

Categories
ଆଜିର ଖବର

ଅଯୋଧ୍ୟା ମାମଲା ରାୟ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ମୁସଲିମ୍‌ ପକ୍ଷ

ନୂଆଦିଲ୍ଲୀ,2/12: ଅଯୋଧ୍ୟା ମାମଲା ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛି ମୁସଲିମ ପକ୍ଷ । ନଭେମ୍ବର 9ରେ ପ୍ରକାଶିତ ଐତିହାସିକ ରାୟରେ ତ୍ରୁଟି ରହିଥିବା ଅଭିଯୋଗ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରାଯାଇଛି । ଏମ୍‌ ସିଦ୍ଦିକିଙ୍କ ଉତ୍ତରାଧିକାରୀ ମୌଲାନା ସୈଦ୍‌ ଅସଦ୍‌ ରସିଦିଙ୍କ ପକ୍ଷରୁ ଏହି ଯାଚିକା ଦାୟର କରାଯାଇଛି । ସର୍ବୋଚ୍ଚ କୋର୍ଟ ଅନୈତିକ ଭାବରେ ବାବ୍ରୀ ମସ୍‌ଜିଦ୍‌ ଉପରେ ରାମ ମନ୍ଦିର ନିର୍ମାଣର ରାୟ ପ୍ରଦାନ କରିଛନ୍ତି ତେଣୁ ଏହି ମାମଲାର ପୁନର୍ବିଚାର ପାଇଁ ଆବେଦନ କରାଯାଇଛି । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ସଠିକ୍‌ ନ୍ୟାୟ ପ୍ରଦାନ କରାନଗଲେ ଶାନ୍ତି ଫେରିବାର ସମ୍ଭାବନା କ୍ଷୀଣ ବୋଲି ଯାଚିକାରେ ଉଲ୍ଲେଖ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ଆଶ୍ରିତା ସେଟ୍ଟୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ ମନୀଷ ପାଣ୍ଡେ

ମୁମ୍ବାଇ,2/12: ତାମିଲ ଏବଂ କନ୍ନଡ ଫିଲ୍ମ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ମନୀଷ ପାଣ୍ଡେ । ସୋମବାର ମୁମ୍ବାଇରେ ମନୀଷ ପାଣ୍ଡେ ଆଶ୍ରିତାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତକାଲି କର୍ଣ୍ଣାଟକକୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତାଇଥିବା ମନୀଷ ଓ୍ବିଣ୍ଡିଜ୍‌ ସିରିଜ୍‌ ପୂର୍ବରୁ ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି । ତାମିଲ ଫିଲ୍ମ ଏନ୍‌ଏଚ୍‌-4ରୁ ପ୍ରସିଦ୍ଧି ଲାଭ କରିଥିବା ଆଶ୍ରିତା ମନୀଷଙ୍କୁ 4 ବର୍ଷ ହେବ ଡେଟ୍‌ କରୁଥିଲେ । ଉଭୟ ନିଜ ସମ୍ପର୍କକୁ ସର୍ବଦା ଅସ୍ବୀକାର କରି ଆସୁଥିଲେ ମଧ୍ୟ ଶେଷରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ କର୍ଣ୍ଣାଟକ ଟିମ୍‌ ଖେଳାଳି କରୁଣ ନାୟାର, କେ ଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଯୋଗ ଦେଇଥିଲେ । (ଏଜେନ୍ସୀ)