ଭଦ୍ରକର ଚାରି କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କଲେ ରାଜ୍ୟସରକାର

Published: Apr 25, 2020, 9:03 pm IST

ଭୁବନେଶ୍ବର: ଭଦ୍ରକର ଚାରି କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର। କେସ୍ ନଂ 91, 92, 93 ଓ 94ଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଛି। 91 ନମ୍ବର ଆକ୍ରାନ୍ତ ଜଣକ ଭଦ୍ରକ ତିହିଡି ମଠସାହିର 41 ବର୍ଷୀୟ ଯୁବକ ହୋଇଥିବାବେଳେ ସେ କୋଲକାତା ବେଲଗଛଲାରୁ ବାଇକ ଯୋଗେ ସାଙ୍ଗଙ୍କ ସହ ଆସିଥିଲେ। ସେ ଏପ୍ରିଲ୍‌ 18 ତାରିଖରେ ଭଦ୍ରକରେ ସାଙ୍ଗଙ୍କ ସହ ପହଞ୍ଚିଥିଲେ। ଏପ୍ରିଲ୍‌ 18-19ରେ ଭଦ୍ରକ ସହରରେ ସାଙ୍ଗଙ୍କ ସହ ରହିଥିଲେ। ଏପ୍ରିଲ୍‌ 20ରେ ସାଇକେଲ୍‌  ଯୋଗେ ତିହିଡି ପହଞ୍ଚିଥିଲେ। ଏପ୍ରିଲ୍‌ 20ରୁ ତିହିଡିରେ ସରକାରୀ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ପୂର୍ବରୁ କୌଣସି ଲକ୍ଷଣ ନଥିଲେ ବି ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା 24ରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଆକ୍ରାନ୍ତ ନମ୍ବର 92 ଜଣକ ତିହିଡି କାନପୁର ପୀରହାଟର 41 ବର୍ଷୀୟ ଯୁବକ। କୁଆଖିଆରୁ ଅଟୋରେ ଅନ୍ୟ 10 ଜଣଙ୍କ ସହ ଯାଜପୁର ଟାଉନ୍‌ ଆସିଥିଲେ। ଯାଜପୁର ଟାଉନ୍‌ରୁ ଚାଲି ଚାଲି ଏପ୍ରିଲ୍‌ 12ରେ ଘରେ ପହଞ୍ଚିଥିଲେ। ଏପ୍ରିଲ୍‌ 13ରୁ 23 ପର୍ଯ୍ୟନ୍ତ କାନପୁରରେ ସରକାରୀ କ୍ବାରେଣ୍ଟିନ୍‌ରେ ରହିଥିଲେ। ଲକ୍ଷଣ ନଥିଲେ ବି ସର୍ଭେଲାନ୍ସରେ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲେ। ଅପ୍ରେଲ୍‌ 24 ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ କଟକ ସ୍ଥିତି ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଧାମନଗରର 29 ବର୍ଷୀୟ ଯୁବକ ହେଉଛନ୍ତି 93 ନମ୍ବର ଆକ୍ରାନ୍ତ । କୋଲକାତାର ବାହୁବଜାରରୁ ଭଡା ଗାଡିରେ ବାପାଙ୍କ ସହ ଆସିଥିଲେ । ତାଙ୍କ ସହ ଆଉ 6 ଜଣ ପାସେଞ୍ଜର ଥିଲେ । ମାର୍ଚ୍ଚ 27ରେ ଧାମନଗରରେ ପହଞ୍ଚିଥିଲେ । ବାଇକ୍‌ ଯୋଗେ ବାପାଙ୍କ ସହ ଆସି ମାର୍ଚ୍ଚରେ 28ରେ ଘରେ ପହଞ୍ଚିଥିଲେ । 28 ମାର୍ଚ୍ଚରୁ 24 ଏପ୍ରିଲ୍‌ ଧାମନଗର ଖଡିପଡ଼ାରେ ହୋମ କ୍ବାରେଣ୍ଟିନ୍‌ରେ ଥିଲେ । ଲକ୍ଷଣ ନ ଥିଲେ ବି ଟ୍ରାଭେଲ୍‌ ହିଷ୍ଟ୍ରି ପାଇଁ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା । ଏପିଲ୍‌ 24 ତାରିଖରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ସାମ୍ପଲ୍‌ ପଜିଟିଭ୍‌ ବାହାରିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କେସ୍‌ ନଂ 94 ଧାମନଗର କଲ୍ୟାଣୀର 24 ବର୍ଷୀୟ ଯୁବକ । 16ରୁ 20 ଏପ୍ରିଲ୍‌ ପର୍ଯ୍ୟନ୍ତ କୋଲକାତା ବାହୁବଜାରରୁ ଚାଲି ଚାଲି ଆସିଥିଲେ । କଲ୍ୟାଣୀ ଗ୍ରାମ ପଞ୍ଚାୟତରେ 21 ପର୍ଯ୍ୟନ୍ତ ସରକାରୀ କ୍ବାରେଣ୍ଟିନ୍‌ରେ ଥିଲେ । ଲକ୍ଷଣ ନଥିଲେ ବି ଟ୍ରାଭେଲ ହିଷ୍ଟ୍ରି ପାଇଁ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା । 24ରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

Related posts