Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭଦ୍ରକର ଚାରି କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କଲେ ରାଜ୍ୟସରକାର
ଆଜିର ଖବର

ଭଦ୍ରକର ଚାରି କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କଲେ ରାଜ୍ୟସରକାର

April 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭଦ୍ରକର ଚାରି କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଜାରି କରିଛନ୍ତି ରାଜ୍ୟ ସରକାର। କେସ୍ ନଂ 91, 92, 93 ଓ 94ଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି କରାଯାଇଛି। 91 ନମ୍ବର ଆକ୍ରାନ୍ତ ଜଣକ ଭଦ୍ରକ ତିହିଡି ମଠସାହିର 41 ବର୍ଷୀୟ ଯୁବକ ହୋଇଥିବାବେଳେ ସେ କୋଲକାତା ବେଲଗଛଲାରୁ ବାଇକ ଯୋଗେ ସାଙ୍ଗଙ୍କ ସହ ଆସିଥିଲେ। ସେ ଏପ୍ରିଲ୍‌ 18 ତାରିଖରେ ଭଦ୍ରକରେ ସାଙ୍ଗଙ୍କ ସହ ପହଞ୍ଚିଥିଲେ। ଏପ୍ରିଲ୍‌ 18-19ରେ ଭଦ୍ରକ ସହରରେ ସାଙ୍ଗଙ୍କ ସହ ରହିଥିଲେ। ଏପ୍ରିଲ୍‌ 20ରେ ସାଇକେଲ୍‌  ଯୋଗେ ତିହିଡି ପହଞ୍ଚିଥିଲେ। ଏପ୍ରିଲ୍‌ 20ରୁ ତିହିଡିରେ ସରକାରୀ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ପୂର୍ବରୁ କୌଣସି ଲକ୍ଷଣ ନଥିଲେ ବି ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା 24ରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଆକ୍ରାନ୍ତ ନମ୍ବର 92 ଜଣକ ତିହିଡି କାନପୁର ପୀରହାଟର 41 ବର୍ଷୀୟ ଯୁବକ। କୁଆଖିଆରୁ ଅଟୋରେ ଅନ୍ୟ 10 ଜଣଙ୍କ ସହ ଯାଜପୁର ଟାଉନ୍‌ ଆସିଥିଲେ। ଯାଜପୁର ଟାଉନ୍‌ରୁ ଚାଲି ଚାଲି ଏପ୍ରିଲ୍‌ 12ରେ ଘରେ ପହଞ୍ଚିଥିଲେ। ଏପ୍ରିଲ୍‌ 13ରୁ 23 ପର୍ଯ୍ୟନ୍ତ କାନପୁରରେ ସରକାରୀ କ୍ବାରେଣ୍ଟିନ୍‌ରେ ରହିଥିଲେ। ଲକ୍ଷଣ ନଥିଲେ ବି ସର୍ଭେଲାନ୍ସରେ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲେ। ଅପ୍ରେଲ୍‌ 24 ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ କଟକ ସ୍ଥିତି ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଧାମନଗରର 29 ବର୍ଷୀୟ ଯୁବକ ହେଉଛନ୍ତି 93 ନମ୍ବର ଆକ୍ରାନ୍ତ । କୋଲକାତାର ବାହୁବଜାରରୁ ଭଡା ଗାଡିରେ ବାପାଙ୍କ ସହ ଆସିଥିଲେ । ତାଙ୍କ ସହ ଆଉ 6 ଜଣ ପାସେଞ୍ଜର ଥିଲେ । ମାର୍ଚ୍ଚ 27ରେ ଧାମନଗରରେ ପହଞ୍ଚିଥିଲେ । ବାଇକ୍‌ ଯୋଗେ ବାପାଙ୍କ ସହ ଆସି ମାର୍ଚ୍ଚରେ 28ରେ ଘରେ ପହଞ୍ଚିଥିଲେ । 28 ମାର୍ଚ୍ଚରୁ 24 ଏପ୍ରିଲ୍‌ ଧାମନଗର ଖଡିପଡ଼ାରେ ହୋମ କ୍ବାରେଣ୍ଟିନ୍‌ରେ ଥିଲେ । ଲକ୍ଷଣ ନ ଥିଲେ ବି ଟ୍ରାଭେଲ୍‌ ହିଷ୍ଟ୍ରି ପାଇଁ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା । ଏପିଲ୍‌ 24 ତାରିଖରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ସାମ୍ପଲ୍‌ ପଜିଟିଭ୍‌ ବାହାରିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

କେସ୍‌ ନଂ 94 ଧାମନଗର କଲ୍ୟାଣୀର 24 ବର୍ଷୀୟ ଯୁବକ । 16ରୁ 20 ଏପ୍ରିଲ୍‌ ପର୍ଯ୍ୟନ୍ତ କୋଲକାତା ବାହୁବଜାରରୁ ଚାଲି ଚାଲି ଆସିଥିଲେ । କଲ୍ୟାଣୀ ଗ୍ରାମ ପଞ୍ଚାୟତରେ 21 ପର୍ଯ୍ୟନ୍ତ ସରକାରୀ କ୍ବାରେଣ୍ଟିନ୍‌ରେ ଥିଲେ । ଲକ୍ଷଣ ନଥିଲେ ବି ଟ୍ରାଭେଲ ହିଷ୍ଟ୍ରି ପାଇଁ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା । 24ରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ଟ୍ରାଭେଲ୍‌ ହିଷ୍ଟ୍ରି ଭଦ୍ରକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.