ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

Published: Apr 25, 2020, 9:20 pm IST

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ। ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ସୁନ୍ଦରଗଡର ହୋଇଥିବାର ସରକାରଙ୍କ ତରଫରୁ ସୂଚନା ମିଳିଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା 34କୁ ବୃଦ୍ଧି ହୋଇଛି। ସମ୍ପ୍ରତି ରାଜ୍ୟରେ କୋଲକାତା ଲିଙ୍କ୍‌ ଚିନ୍ତା ବଢାଉଥିବାବେଳେ କରୋନା ଆକ୍ରାନ୍ତ ସୁସ୍ଥ ହେବା ଖବର ଆଶ୍ବସ୍ତି ପ୍ରଦାନ କରିଛି। ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 94ରେ ପହଞ୍ଚିବାଥିବାବେଳେ 59ଜଣ ଚିକିତ୍ସାଧୀନ ରହିଛନ୍ତି ।

ସୁନ୍ଦରଗଡ ଜିଲ୍ଲା ଏବେ କରୋନାମୁକ୍ତ ହୋଇଥିବାର ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ତିନି ଜଣ ଚିହ୍ନଟ ହୋଇଥିବାବେଳେ ପୂର୍ବରୁ ଦୁଇଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆଜି ଜଣେ ସୁସ୍ଥ ହୋଇଛନ୍ତି ।

ରାଜ୍ୟର ମୋଟ୍‌ 30ଟି ଜିଲ୍ଲା ମଧ୍ୟରୁ ଏବେ ସୁଦ୍ଧା ମାତ୍ର 10ଟି ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡକୁ ମିଶାଇ 5ଟି ଜିଲ୍ଲା କରୋନାମୁକ୍ତ ହୋଇଛି । ଏହି କରୋନ ମୁକ୍ତ ଜିଲ୍ଲା ମଧ୍ୟରେ ରହିଛନ୍ତି ପୁରୀ, କଟକ, ଢେଙ୍କାନାଳ, କଳହାଣ୍ଡି ଓ ସୁନ୍ଦରଗଡ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 46ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ 22 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣେ ମୃତ୍ୟୁବରଣ କରିଛନ୍ତି ।

Related posts