ଗୁରୁଗ୍ରାମ : ଲକ୍ଡାଉନ୍ ଘୋଷଣା ପରେ ଦିଲ୍ଲୀ ଓ ମୁମ୍ବାଇରେ ପ୍ରବାସୀ ଶ୍ରମିକ ଓ ଗରିବ ଲୋକମାନେ ସଡକ ଉପରକୁ ଆସିଯାଇଛନ୍ତି । ନା ତାଙ୍କ ପାଖରେ ଘର ଅଛି ନା ରୋଜଗାର। ଦିନକୁ 100-200 ରୋଜଗାର କରୁଥିବା ଏହି ଗରିବ ଲୋକମାନେ ବଡ ସହରରେ କେମିତି ବନ୍ଦ ହୋଇକି ରହିପାରିବେ । ଦିଲ୍ଲୀର ଗୁରୁଗ୍ରାମରେ ଶନିବାର ଦିନ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ତାହା ହୃଦୟକୁ ବିଚଳିତ କରିପକାଇବ । ଜଣେ ଚିତ୍ରକର ଭୋକ ଓ ରୋଜଗାର ନଥିବାର ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା କରି ଦେଇଛି । ଆତ୍ମହତ୍ୟା କରିବାର ଦୁଇ ଦିନ ପୂର୍ବରୁ ବ୍ୟକ୍ତି ଜଣକ ନିଜ ମୋବାଇଲ୍ ବିକ୍ରି କରିଥିଲା । କରୋନା ଭାଇରସ୍ ସହ ଲଢେଇ ମଧ୍ୟରେ ଭୋକ ଓ ଅର୍ଥ ପାଇଁ ନିଜ ପରିବାରର ଅସହାୟତା ପାଇଁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛନ୍ତି । 12 ହଜାର ଟଙ୍କାର ମୋବାଇଲ୍ ଫୋନ୍କୁ ମାତ୍ର…
Author: Samikhsya Bureau
ନୂଆଦିଲ୍ଲୀ : ସରକାର କୋଭିଡ୍-19 ମହାମାରୀ ମଧ୍ୟରେ ଏଫ୍ଡିଆଇ ନୀତିକୁ ସଂଶୋଧନ କରିଛି ଭାରତ । ଏଣିକି ସବୁ ପଡୋଶୀ ରାଷ୍ଟ୍ରର କମ୍ପାନୀ କେନ୍ଦ୍ରର ଅନୁମୋଦନ ପରେ ହିଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିପାରିବେ । ଆଜି ଭାରତ ପକ୍ଷରୁ ସଂଶୋଧିତ ଏଫ୍ଆଇଡି ନୀତି ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ, ଭାରତ ସୀମାବର୍ତ୍ତୀ ଦେଶଗୁଡ଼ିକୁ ପୁଞ୍ଜିନିବେଶ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଭାରତ ସହ ସୀମାବର୍ତ୍ତୀ ଦେଶ ଗୁଡ଼ିକର ଯେ କୌଣସି କମ୍ପାନୀ କିମ୍ବା ସେହି ଦେଶର କୌଣସି ନାଗରିକ ଯଦି ପୁଞ୍ଜିନିବେଶ କରିବାକୁ ଚାହାନ୍ତି ତେବେ ସରକାରୀ ଅନୁମତି ନେବା ଦରକାର ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ମାଲିକାନା ପରିବର୍ତ୍ତନ ହୁଏ, ତେବେ ମଧ୍ୟ ସରକାରୀ ଅନୁମତି ନେବାକୁ ପଡ଼ିବ। ଭାରତ ସହିତ ଭୂମି ସୀମା ବାଣ୍ଟୁଥିବା ଦେଶଗୁଡିକ ମଧ୍ୟରେ ଚୀନ୍, ବାଂଲାଦେଶ, ପାକିସ୍ଥାନ, ଭୁଟାନ, ନେପାଳ,…
ମୁମ୍ବାଇ : ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ ଅଭିନେତା ତଥା ବିଗ୍ବସ୍ ପ୍ରତିଯୋଗୀ ଏଜାଜ୍ ଖାନଙ୍କୁ ପୋଲିସ୍ ଗିରଫ କରିଛି । ଫେସବୁକ୍ ଲାଇଭ୍ରେ ବିବାଦୀୟ ବୟାନ ଦେଇଥିବାରୁ ଶନିବାର ତାଙ୍କୁ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ଫେସବୁକ୍ ଲାଇଭ୍ ସେସନ୍ରେ ସେ ସାମ୍ପ୍ରଦାୟିକ ହିଂସା ଉସୁକାଇବା ଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା 153 କ, 117, 121, 118, 501, 504, 505(2) ଧାରା ଆଧାରରେ ମାମଲା ରୁଜୁ କରାଯାଇଛି। ଏଜାଜ୍ ଏହି ଭିଡିଓରେ କହିଥିଲେ ଯେ, – ଯଦି ପିମ୍ପୁଡି ମରି ଯାଉଛି ତେବେ ମୁସଲମାନ୍ ଦାୟୀ, ହାତୀ ମରିଗଲେ ମୁସଲମାନ ଦାୟୀ, ଦିଲ୍ଲୀରେ ଭୂମିକମ୍ପ ଆସିଲେ ମୁସଲମାନ ଦାୟୀ କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଏହା ପଛରେ କାହାର ଷଡଯନ୍ତ୍ର ଅଛି ?…
ଭୁବନେଶ୍ବର : ରଥଯାତ୍ରା ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ରଥଯାତ୍ରା ସମ୍ପର୍କିତ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି । ରଥଯାତ୍ରାର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ସେବାୟତ ପ୍ରମୁଖଙ୍କ ସହିତ ଆଲୋଚନା କରିବା ଉଚିତ୍ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ଜୁନ୍ 23, 2020ରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ କରୋନା ମହାମାରୀ କାରଣରୁ ରଥଯାତ୍ରାକୁ ନେଇ ଆଶଙ୍କା ଦେଖାଦେଇଛି ।
କେଦାର ମିଶ୍ର ଆମେ କଲେଜରେ ପଢିଲା ବେଳେ ଗୋଟେ ନାଟକ ପଢୁଥିଲୁ, ଯାହାର ନାଁ ଥିଲା “ରାଜହଂସ” ଓ ନାଟ୍ୟକାର ରତ୍ନାକର ଚଇନି। “ରାଜହଂସ”ର ନାୟକ ଅନେକାଂଶରେ ଗୋବିନ୍ଦ ଦାସଙ୍କ “ଅମାବାସ୍ୟାର ଚନ୍ଦ୍ର” ର “କାଉଲ” ପରି। ଜୀବନର ସଂଘର୍ଷ ଭିତରେ ଭଲ ଓ ଖରାପ ଭିତରେ ରହିଥିବା ନୈତିକତାର ରେଖା ଲିଭାଇଥିବା ସେ ନାଟକଟି ଅନେକ ସମୟରେ ମୋତେ ଆଚ୍ଛନ୍ନ କରିଛି। ନିଜକୁ ନାୟକ ମନେ କରି ସ୍ଵପ୍ନ ଦେଖିବାର କଳା ହୁଏତ ସେ ନାଟକରୁ ମୁଁ ଓ ମୋ ପରି ଆହୁରି ଅନେକ ଶିଖିଛୁ। ତେବେ ଯେଉଁ ରତ୍ନାକର ଚଇନିଙ୍କୁ ମୁଁ “ରାଜହଂସ”ର ନାଟ୍ୟକାର ଭାବେ ଜାଣିଥିଲି, ତାଙ୍କ ସହ ପରବର୍ତ୍ତୀ ଜୀବନରେ ବୈଚାରିକ ପ୍ରତିପକ୍ଷ ଭାବରେ ଠିଆ ହେବାକୁ ପଡିବ, ଏକଥା ହୁଏତ ମୁଁ କଳ୍ପନା ବି କରି ନଥିଲି। ରତ୍ନାକର ସାରଙ୍କ ସହ ପ୍ରଥମ ଦେଖା ହେଲାବେଳେ ମୁଁ ଜାଣି ସାରିଥିଲି ଯେ ଆମର ମାର୍ଗ…
ସୋପୋର : ଜମ୍ମୁ କାଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣରେ ତିନି ସିଆରପିଏଫ୍ ଯବାନ ପ୍ରାଣ ହରାଇଛନ୍ତି । ସୋପୋର୍ରେ ଶନିବାର ଅପରାହ୍ନରେ ଏହି ଆକ୍ରମଣ ଘଟିଥିଲା । ଦକ୍ଷିଣ କାଶ୍ମୀରର ବାରାମୂଲ୍ଲା ସ୍ଥିତ ସୋପୋର୍ରେ ଏହି ଆକ୍ରମଣ ସଙ୍ଗଠିତ ହୋଇଥିଲା । ଜମ୍ମୁ କାଶ୍ମୀର ପୋଲିସ୍ ଏବଂ ସିଆରପିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଉଥିବା ସମୟରେ ନୁରବାଗ ନିକଟରେ ଆତଙ୍କୀ ମାନେ ଅତର୍କିତ ଆକ୍ରମଣ କରିଥିଲେ । ତିନି ଯବାନଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ସୁରକ୍ଷା ବଳଙ୍କ ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । (ଏଜେନ୍ସି)
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସଂପ୍ରତି କରୋନା ସଂକ୍ରମଣରୁ ଲୋକଙ୍କୁ ଦୂରେଇ ରଖିବାକୁ ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସାମ୍ବାଦିକ ଏବଂ ବିଭିନ୍ନ ସ୍ତରର ପ୍ରଶାସନିକ ପଦାଧିକାରୀ ଏବଂ କ୍ଷେତ୍ର କର୍ମଚାରୀ, ସ୍ୱେଚ୍ଛାସେବୀ, ମହିଳା ଏସଏଚଜି ସଭ୍ୟା ଭଳି ଅନେକ ଯୋଦ୍ଧା ଅନବରତ ଲାଗି ପଡିଛନ୍ତି। ନିଜସ୍ୱ ସୁରକ୍ଷା ପ୍ରତି ବେଖାତିର କରି ଘର ପରିବାର ଛାଡି ଦିନ ରାତିକୁ ଏକାକାର କରି ଲୋକଙ୍କୁ କରୋନାରୁ ସୁରକ୍ଷା ଦେବା ପାଇଁ ନିଜ ନିଜ ଦାୟୀତ୍ୱ ନିର୍ବାହ କରୁଛନ୍ତି। ସେମାନଙ୍କ ଅନବରତ ସେବା ଅବର୍ଣ୍ଣନୀୟ ହୋଇଥିବା ବେଳେ କଳାହାଣ୍ଡିରେ ମହିଳା ପଦାଧରକାରୀ ମାନେ ମଧ୍ୟ ପଛରେ ନାହାନ୍ତି। ନିଜ ଜୀବନକୁ ପାଣି ଛଡାଇ ଡ୍ୟୁଟି କରିଚାଲିଛନ୍ତି। ନିଜର ଦୁଇ କୋମଳମତି ଶିଶୁଙ୍କୁ କ୍ୱାଟରରେ ଛାଡି ଅନ୍ୟ ଏକ କ୍ୱାଟରରେ ରହି ନିଜ ଦାୟୀତ୍ୱ ସଂପାଦନ କରୁଥିବା ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନଙ୍କ ପ୍ରତି ସାଧାରଣରେ ସମ୍ମାନର ସୁଅ ଛୁଟିବାରେ ଲାଗିଛି। ଗୋଲାମୁଣ୍ଡା…
ଭୁବନେଶ୍ବର : କରୋନାରେ ସମଗ୍ର ବିଶ୍ବ ପ୍ରଭାବିତ ହୋଇଥିବା ବେଳେ ଏହା କେବଳ ସ୍ବାସ୍ଥ୍ୟ ସମସ୍ୟା ନୁହେଁ ବରଂ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି କରିଛି । କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳକୁ 100 କୋଟି ଟଙ୍କାର ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର 114ଟି ପୌରାଞ୍ଚଳର ଅର୍ଥନୈତିକ ପଛୁଆ ଶ୍ରେଣୀଙ୍କକ ପାଇଁ ଏହି ଅର୍ଥ ରାଶି ଘୋଷଣା କରାଯାଇଛି । ଶ୍ରମଭିତ୍ତିକ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ କରାଯିବ । ସହରାଞ୍ଚଳରେ ରହୁଥିବା 4.5 ଲକ୍ଷ ପରିବାର ଏହା ଦ୍ବାରା ଉପକୃତ ହେବେ । ମିଶନ ଶକ୍ତି ସହାୟତାରେ ଏହି ଯୋଜନାକୁ ରୂପରେଖ ପ୍ରଦାନ କରାଯିବ । ଏହି ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ।
ମୁମ୍ବାଇ : ଭାରତୀୟ କ୍ରିକେଟର କେ ଏଲ୍ ରାହୁଲ୍ଙ୍କ ଜନ୍ମଦିନରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି ବଲିଉଡ୍ ଅଭିନେତ୍ରୀ ଆଥିୟା ସେଟ୍ଟୀ । ଶନିବାର ରାହୁଲଙ୍କ 28 ତମ ଜନ୍ମ ଦିବସରେ ଆଥିୟା ଇନ୍ଷ୍ଟାଗ୍ରାମ ଜରିଆରେ ନିଜର ପ୍ରେମକୁ ସ୍ବୀକାର କରିଛନ୍ତି । ପୂର୍ବରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଉଭୟ ଏହାକୁ ଅସ୍ବୀକାର କରି ଆସୁଥିଲେ । ଆଥିୟା ମାଇଁ ପର୍ସନ୍ ବୋଲି ଲେଖିବା ସହିତ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ନିଜର ପ୍ରେମ ସମ୍ପର୍କକୁ ସ୍ବୀକାର କରିଥିଲେ । ଆଥିୟାଙ୍କ ବ୍ୟତିତ ଭାରତୀୟ ଟିମ୍ର ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଖର ଧଓ୍ବନ୍ ମଧ୍ୟ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । (ଏଜେନ୍ସି)
ଭୁବନେଶ୍ବର : ଆଜି ରାଜ୍ୟରେ ଜଣେ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଜଣକ ବାଲେଶ୍ବର ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ଆକ୍ରାନ୍ତଙ୍କ ଯାତ୍ରା ଇତିହାସ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯାଇନାହିଁ । ବାଲେଶ୍ବର ଜିଲ୍ଲାର ଏହି ପ୍ରଥମ କରୋନା ଆକ୍ରାନ୍ତ ଜଣକ 58 ବର୍ଷ ବୟସର ପୁରୁଷ ବୋଲି ଜଣାପଡିଛି । ତେବେ ଏହି ବ୍ୟକ୍ତିଙ୍କ ଯାତ୍ରା ଇତିହାସ ଏବଂ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ, ନୂତନ ଆକ୍ରାନ୍ତକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା 61 ପହଞ୍ଚିଛି । 61 ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ଘଟିଛି ।
ଭୁବନେଶ୍ବର: ରାଜ୍ୟରେ କରୋନାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ନୂତନ ଅପଡେଟ୍ ପ୍ରକାଶ ପାଇଛି। ଶନିବାର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣେ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ପହଞ୍ଚିଛି। ସେହିପରି ତିନି ଜଣ ସୁସ୍ଥ ବ୍ୟକ୍ତି ଭୁବନେଶ୍ବରର ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଦେହାନ୍ତ ଘଟିଛି। ତେବେ ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ।
ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି । ରାଜସ୍ଥାନର କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଆଦିତ୍ୟନାଥ 100ଟି ବସ୍ ପଠାଇଥିଲେ । ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଆଦିତ୍ୟନାଥ ଏପରି ନିୟମ ଭଙ୍ଗ କରିବା ଆଦୌ ସମିଚୀନ ନୁହେଁ ବୋଲି ନୀତିଶ କୁମାର ପ୍ରକାଶ କରିଛନ୍ତି । ଯଦି ଦିନ ମଜୁରିଆଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ସରକାର ଲକ୍ଡାଉନ୍ ନିୟମକୁ କଡାକଡି ପାଳନ କରୁଛନ୍ତି ତେବେ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି । ଯୋଗୀଙ୍କ ଏହି ପଦକ୍ଷେପ ଦେଶବ୍ୟାପୀ କରୋନା ଭାଇରସ୍ ବ୍ୟାପିବାର କାରଣ ହୋଇପାରେ ବୋଲି ନୀତିଶ କହିଛନ୍ତି । (ଏଜେନ୍ସି)
ମୁମ୍ବାଇ : କରୋନା ମୁକାବିଲା ପାଇଁ ଫ୍ଲିପ୍କାର୍ଟ ଏବଂ ଓ୍ବାଲମାର୍ଟ ସହାୟତାର ହାତ ବଢାଇଛନ୍ତି । ଉଭୟ କମ୍ପାନୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ 46 କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଉଭୟ କମ୍ପାନୀ ପକ୍ଷରୁ 38.3 କୋଟି ଟଙ୍କା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପାଇଁ ମଞ୍ଜୁର କରାଯାଇଥିବା ବେଳେ ବଳକା ଅର୍ଥ ଏନ୍ଜିଓକୁ ପ୍ରଦାନ କରାଯିବ । ବିଭିନ୍ନ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବ୍ୟକ୍ତିଗତ ସ୍ବାସ୍ଥ୍ୟ ଉପକରଣ ପାଇଁ 38.3 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ଗୁଞ୍ଜ ଏବଂ ଶ୍ରୀଜନ ଫାଉଣ୍ଡେସନ୍ ନାମକ ଏକ ଏନ୍ଜିଓକୁ ବଳକା 7.7 କୋଟି ଟଙ୍କା ପ୍ରଦାନ କରାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମଞ୍ଜୁର ଅର୍ଥରେ 3 ଲକ୍ଷ ଏନ୍ 95 ମାସ୍କ ଏବଂ 1 ଲକ୍ଷ ମେଡିକାଲ୍ ଗାଉନ୍ ପ୍ରଦାନ କରାଯିବ । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ବିଶ୍ୱବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଭାରତବର୍ଷ ସହିତ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡିଛି । କରୋନା ଦାଉରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଓଡ଼ିଶା ସରକାର ରାଜ୍ୟରେ ଏପ୍ରିଲ୍ ୩୦ତାରିଖ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଲକ୍ ଡାଉନ୍ ସମୟସୀମା ବୃଦ୍ଧି କରିଥିବା ବେଳେ ଦେଶରେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ ଲକଡାଉନକୁ ମାନୁନାହାନ୍ତି ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀ। ଲକଡାଉନରେ ସମସ୍ତ ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏହାର ଫାଇଦା ଉଠାଇ ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ତିର୍ତ୍ତୋଲ ଅବକାରୀ ଅଫିସ୍ ଅଧିନସ୍ଥ କୋଲର ପଞ୍ଚାୟତର ତାର୍ତ୍ତୋଲ ଛକ, ପିପ୍ପଳମାଧବ ପଞ୍ଚାୟତର ଅରିଲୋ ଗ୍ରାମରେ, କନକପୁର…
କନ୍ଦର୍ପ ବେହେରା ରେଢାଖୋଲ: ସରକାର କରୋନା ମହାମାରୀରେ ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରୁଛନ୍ତି। ହେଲେ ଲୋକମାନଙ୍କ ପାଖରେ ଏହି ଯୋଜନା ଠିକ୍ ଭାବରେ ପହଂଚି ପାରୁ ନଥିବା ଅଭିଯୋଗ ହେଉଛି। ପ୍ରକାଶଯେ, ସରକାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ କରୋନା ସହାୟତା ବାବଦରେ ପ୍ରତ୍ୟେକ ଶ୍ରମିକ ମାନଙ୍କ ପାଇଁ ୧୫୦୦ ଟଙ୍କାର ଆର୍ଥିକ ସହଯୋଗ ରାଜ୍ୟରେ ପ୍ରଦାନ କରୁଛନ୍ତି। ହେଲେ ନିର୍ମାଣ ଶ୍ରମିକ ମାନଙ୍କର ନାମ , ଗ୍ରାମ , ପଂଚାୟତ, ବ୍ଲକ୍ ନାମ ଆଦି ସଂପୃକ୍ତ ବିଭାଗ ଭୁଲ ଭାବରେ ପଂଚାୟତକୁ ପଠାଇଥିବାରୁ ନିର୍ମାଣ ଶ୍ରମିକ ମାନେ ଏ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି। ଅଭିଯୋଗରୁ ପ୍ରକାଶ ଯେ, ନାକ୍ଟିଦେଉଳ ବ୍ଲକର ନିର୍ମାଣ ଶ୍ରମିକ ମାନଙ୍କର ନାମ ଓ ପଂଚାୟତର ନାମ ରେଢାଖୋଲ ବ୍ଲକର ଅନ୍ୟ ପଂଚାୟତ ମାନଙ୍କରେ ଥିବାରୁ ଟଙ୍କା ବଂଟନ କରୁଥିବା ପଂଚାୟତ ଅଧିକାରୀମାନେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ନାକ୍ଟିଦେଉଳ ବ୍ଲକ୍ର…
ଦେବାଶିଷ ପାଢୀ ଯାଜପୁର: ମାସ୍କ ପିନ୍ଧି ନଥିବାରୁ ଯାଜପୁରରେ ଏକ ତୁମୁଳ କାଣ୍ଡ ଘଟିଛି। ରସୁଲପୁର ବ୍ଲକର ଗୋପୀନାଥପୁର ବଡକଇଁଚି ଗ୍ରାମର ତିନି ଯୁବକ ବିନା ମାସ୍କରେ ବୁଲୁଥିବା ବେଳେ ବିଡିଓ ଉମାକାନ୍ତ ପରିଡା ଏବଂ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ସେମାନଙ୍କର ପିଛା କରିଥିଲେ। ମାତ୍ର ଗ୍ରାମବାସୀମାନେ ସଙ୍ଘବଦ୍ଧ ଭାବରେ ବିଡିଓ ଏବଂ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ବିଡିଓ ଏବଂ ତହସିଲଦାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଜିଲ୍ଲାପାଳ ରଞ୍ଜନ ଦାସଙ୍କ ନେତୃତ୍ବରେ ପୋଲିସ୍ ପହଞ୍ଚିବା ପରେ ଉତ୍ତେଜନା ହ୍ରାସ ପାଇଥିଲା। ପୋଲିସ୍ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଭୁବନେଶ୍ୱର: କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ। ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ଅସମୟରେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ସୋଆର ଜାଗୋ ଏବଂ ଏନଏସଏସ ଶାଖା। ସ୍ବେଚ୍ଛାସେବୀ ମାନେ ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି। ଖଣ୍ଡଗିରି ଓ ଘଟିକିଆ ଅଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର 22 ର ହନୁମନ୍ତ ପ୍ରସାଦ ଓ ମା ତାରିଣୀ ବସ୍ତି, ୱାର୍ଡ ନମ୍ବର 23 ର ଚାଳସାହି, ଉଦୟଗିରି ବସଷ୍ଟାଣ୍ଡ, ଶାରଦାପଲି ବସ୍ତି, ଦୁର୍ଗାମାଧବ ବସ୍ତି ଓ ଶଙ୍କରେଶ୍ୱର ବସ୍ତି ଏବଂ ୱାର୍ଡ ନମ୍ବର 49 ର ଫୁଲେଶ୍ଵରୀ ଓ ଆଇଗିଣିଆ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ସୋଆ ନିର୍ଦେଶକ…
ଚେନ୍ନାଇ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ତେବେ ଅନେକ ବ୍ୟକ୍ତି ଲକ୍ଡାଉନ୍ର ଉଲ୍ଲଂଘନ କରୁଥିବା ବେଳେ ଏଥିପାଇଁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି । ତେବେ ତାମିଲନାଡୁରେ ଲକ୍ଡାଉନ୍ ସମୟରେ 1 କୋଟି ଟଙ୍କାର ଫାଇନ୍ ଆଦାୟ କରାଯାଇଛି । ଏହି ସମୟରେ 1.06 କୋଟି ଟଙ୍କାର ଫାଇନ୍ ଆଦାୟ କରାଯାଇଥିବା ବେଳେ 1 ଲକ୍ଷ 94 ହଜାର ଗାଡିକୁ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନାର ପ୍ରଭାବ କାରଣରୁ ଲକ୍ଡାଉନ୍କୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଗତକାଲି ଜମାତୀଙ୍କ ବିପକ୍ଷରେ ଏକ ଟ୍ବିଟ୍ କରିବା ପରେ ଆଜି ପୁଣି ଏକ ବିବାଦୀୟ ଭିଡିଓ ଟ୍ବିଟ୍ କରିଛନ୍ତି । ଏହି ଭିଡିଓରେ ବଲିଉଡ୍ର ସିକ୍ରେଟ୍ ସୁପରଷ୍ଟାର ଜାଇରା ଓ୍ବାସିମ୍ଙ୍କୁ ଇଙ୍ଗିତ କରିଥିଲେ ବବିତା । ଏହାପରେ ଏହି ଭିଡିଓର ଜବାବରେ ଜାଇରା ଏକ ଟ୍ବିଟ୍ କରିଥିଲେ । କରୋନା ଭାଇରସ ନୁହେଁ ମୁସଲିମ୍ ମାନେ ଦେଶର ବଡ ସମସ୍ୟା ବୋଲି ବବିତା ଟ୍ବିଟ୍ କରିଥିଲେ । ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ଗାଳି ଏବଂ ଧମକ ମିଳିଥିଲା । ଏହାପରେ ଭିଡିଓ ପୋଷ୍ଟ କରି ସେ ଜାଇରା ଓ୍ବାସିମ୍ ନୁହନ୍ତି ଯିଏକି ଧମକରେ ନିଜର ମତ ପରିବର୍ତ୍ତନ କରିଦେବେ । ଦେଶରେ ଜମାତୀଙ୍କ କାରଣରୁ କରୋନା ଅଧିକ ବ୍ୟାପିବାରେ ଲାଗିଛି । ଗତବର୍ଷ ଅଭିନୟ ଛାଡିଥିବା ଜାଇରାଙ୍କୁ ଟାର୍ଗେଟ କରିବାରୁ ଜାଇରା ଏହାର ଜବାବ ଦେଇ ଟ୍ବିଟ୍ କରିଥିଲେ । https://twitter.com/i/status/1251029745191448576 ବବିତାଙ୍କ ନାଁ ନନେଇ ପରୋକ୍ଷ…
କୋଲକାତା, ବର୍ତ୍ତମାନ ସାରା ଦେଶରେ ଲକଡାଉନ ଚାଲିଥିବା ସହିତ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟ। ଏପରି ପରିସ୍ଥିତିରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ବିଭିନ୍ନ ସ୍ଥାନ ଗସ୍ତ କରିବା ବେଳେ ମାସ୍କ ନ ପିନ୍ଧିଥିବା ଲୋକଙ୍କୁ ମାସ୍କ ପ୍ରଦାନ କରୁଛନ୍ତି। ଏପରିକି ମାସ୍କ ପିନ୍ଧି ଘରୁ ବାହାରନ୍ତୁ ବୋଲି ସଚାତନତା ମଧ୍ୟ କରୁଛନ୍ତି।
ଭୁବନେଶ୍ବର : ଭୁବନେଶ୍ବରରେ ପୁଲ ଟେଷ୍ଟିଂ ନିଷ୍ପତ୍ତି ନିଆଯିବା ପରେ ଦ୍ବିତୀୟ ସହର ଭାବରେ ସମ୍ବଲପୁରରେ ପୁଲ ଟେଷ୍ଟିଂର ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁରସ୍ଥିତ ଭୀମସାରରେ ପୁଲ ଟେଷ୍ଟ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ରାଉରକେଲା ସ୍ଥିତ ଏନ୍ଆଇଟି ନିକଟରୁ ଦୁଇଟି ମେସିନ୍ ଅଣାଯିବ । ଗୋଟିଏ ସିଫ୍ଟରେ 45 ଜଣଙ୍କ ସାମ୍ପଲ ପରୀକ୍ଷଣ ହେବା ସହିତ ଦୁଇଟି ସିଫ୍ଟରେ 90 ଜଣଙ୍କ ପରୀକ୍ଷଣ ହୋଇପାରିବ ବୋଲି ଜଣାପଡିଛି । ଭୀମ୍ସାରରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ନବ ଦାସ ଏହି ସୂଚନା ଦେଇଛନ୍ତି ।

