Categories
ଫଟୋ ଖବର

ମିସ୍‌ ଦିଭା ୨୦୨୦ର କଲିକତା ଅଡିସନ୍‌ରେ ପ୍ରତିଯୋଗୀଗଣ

Kolkata: Kolkata Audition winners during Miss Diva 2020 Kolkata audition in Kolkata on Nov 24, 2019. (Photo: IANS)

Categories
ଫଟୋ ଖବର

ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ୍‌ର ଟି -ଟ୍ବେଣ୍ଟି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଏକ ଆକର୍ଷଣୀୟ କ୍ୟାଚ୍‌

Hyderabad: India’s Rohit Sharma’s attempt for the catch during the first T20I match between India and West Indies at the Rajiv Gandhi International Stadium in Hyderabad on Dec 6, 2019. (Photo: Surjeet Yadav/IANS)

Categories
ଫଟୋ ଖବର

ମୁମ୍ବାଇର ବାନ୍ଦ୍ରାଠାରେ ଅଭିନେତା ସଲମାନ ଖାନ୍‌ଙ୍କ ସହ ସୋନାକ୍ଷୀ ସିହ୍ନା

Mumbai: Actors Salman Khan and Sonakshi Sinha seen at Bandra in Mumbai on Dec 5, 2019. (Photo: IANS)

Categories
ଆଜିର ଖବର

‘ମୋ ସରକାର’ ଟିମ୍‌ର ରିପୋର୍ଟ ଆଧାରରେ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୭/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ କରିଛନ୍ତି ‘ମୋ ସରକାର’। ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗ୍ରସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ମୋ ସରକାର ଟିମ୍‌ର ଗସ୍ତ ପରେ ରୋଗୀମାନଙ୍କ ଫିଡ୍‌ବ୍ୟାକ୍‌ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଣା କରିଛନ୍ତି। ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଏହି ନିଷ୍ପତ୍ତି ଅନୁଯାୟୀ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗିର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବା ଏହି ୬ଟି ଜିଲ୍ଲାର ପୋଲିସ୍‌ ଏସ୍‌.ପି. ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ ଏହିସବୁ ଜିଲ୍ଲାର ହସ୍ପିଟାଲ୍‌ମାନଙ୍କରେ ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇ ବିଶ୍ରାମଗୃହ ନିର୍ମାଣ କରାଯିବ।

ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ କାଜୁଆଲିଟି ଓ ବର୍ହିବିଭାଗ ଚିକିତ୍ସା ବିଲ୍‌ଡିଂ ନିର୍ମାଣ କରାଯିବ। ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମା ଗୃହ ପାଇଁ ନୂତନ ବିଲ୍‌ଡିଂ ନିର୍ମାଣ କରାଯିବ। ସେହିପରି ସଦର ମହକୁମା ହସ୍ପିଟାଲରେ ରୋଗୀ ପରୀକ୍ଷା ପାଇଁ ସମନ୍ବିତ ଲାବରେଟୋରୀର ଉନ୍ନତିକରଣ କରାଯିବ ଏବଂ ଡାୟେଲସିସି ୟୁନିଟ୍‌ ଓ ଆଇସିୟୁ ପ୍ରତିଷ୍ଠା କରାଯିବ। ସମ୍ବଲପୁର ଜିଲ୍ଲା ହସ୍ପିଟାଲକୁ ସ୍ବତନ୍ତ୍ର ଚିକିତ୍ସା ପାଇଃ ବୁର୍ଲାସ୍ଥିତ ଭୀମସାରର ଏକ ସାଟେଲାଇଟ୍‌ ସେଣ୍ଟର ଭାବେ ବିକଶିତ କରାଯିବ।

ଦେବଗଡ ଜିଲ୍ଲା ସଦର ମହାକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ। ସେହିପରି ଅନୁଗୁଳ ଜିଲ୍ଲା ସଦର ମହକୁମା ହସ୍‌ପିଟାଲର ଶର୍ଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବା ସହିତ ଏଥିପାଇଁ ସେହି କ୍ୟାମ୍ପସ୍‌ ମଧ୍ୟରେ ଏକ ନୂଆ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ଡାଏଲସିସି ୟୁନିଟି ସମ୍ପ୍ରସାରଣ ସହ ଅତିରିକ୍ତ ଇସିଜି ମେସିନ୍‌ ଯୋଗାଇଦିଆଯିବ।

କେନ୍ଦ୍ରାପଡ଼ା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବ। କର୍ମଚାରୀ ବାସଗୃହ, ଆଧୁନିକ ଓପିଡି ଓ ଆଇସିୟୁ ସ୍ଥାପନ କରାଯିବ। ସୋନପୁର ଜିଲ୍‌ଲା ସଦର ମହକୁମା ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲିଡିଂ ନିର୍ମାଣ ଏକ ମାସ ମଧ୍ୟରେ ଆରମ୍ଭ କରାଯିବର୍ର୍ ସେହିପରି ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡ଼ିକାଲ କଲେଜର ଶିକ୍ଷାଦାନ ଓ ହସ୍ପିଟାଲ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ମେଡ଼ିକାଲରେ ଏକ ଶବଗୃହ ମଧ୍ୟ ପ୍ରତିଷ୍ଠା କରାଯିବ। (ଏଜେନ୍ସି)

Categories
ଭିଡ଼ିଓ

Celebs react after Hyderabad rape accused killed in encounter

Hyderabad rape-murder case of the veterinarian were shot dead by police on Friday morning. As the news of the ‘encounter’ poured in, politicians and celebrities were divided over Hyderabad police’s action.

Categories
ଆଜିର ଖବର

କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ

କଟକ, ୭/୧୨: କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ନିଆଁ ଲାଗିଛି। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍‌ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ ବିଶେଷକିଛି କ୍ଷତି ଘଟିନାହିଁ ଆଜି ମଧ୍ୟାହ୍ନରେ ଧାନ ଗବେଷଣା କେନ୍ଦ୍ରର ଅଡିଟୋରିୟମ୍‌ରେ ନିଆଁ ଲାଗିଥିଲା। ପରେ ଏହି ନିଆଁ ପାଖ ରୁମ୍‌କୁ ବ୍ୟାପି ଯାଇଥିଲେ। ତେବେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଠିକ୍‌ ସମୟରେ ନିଆଁକୁ ଆୟତ୍ତ କରାଯାଇଥିବାରୁ ଧାନ ଗବେଷଣା କେନ୍ଦ୍ରର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବହୁ ଧନଜୀବନ ରକ୍ଷା ହୋଇପାରିଛି। (ଏଜେନ୍ସି)

Categories
ଆଜିର ଖବର

ଅଟୋ ଓଲଟି ଦ୍ବିତୀୟ ଶ୍ରେଣୀ ଛାତ୍ରୀ ମୃତ, ଉତ୍ତ୍ୟକ୍ତ ଲୋକେ ଅଟୋରେ ଲଗାଇଲେ ନିଆଁ

ପଟ୍ଟାମୁଣ୍ଡାଇ, ୭/୧୨: ରାସ୍ତାରେ ଅଟୋ ଓଲଟି ପଡ଼ିବାରୁ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଘଟିଛି। ଏହି ଘଟିଣାରେ ଆଉ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସ୍କୁଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ଓଲଟି ପଡ଼ିଥିଲା ଅଟୋ।  ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ ଆହତ ୪ ଜଣଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତ ଶିଶୁ କନ୍ୟାର ନାମ ଶୁଭସ୍ମିତା ହୋଇଥିବାବେଳେ ସେ ଔପଦା ସରସ୍ବତୀ ଶିଶୁ ମନ୍ଦିରରେ ଦ୍ବିତୀୟ ଶ୍ରେଣୀରେ ପଢୁଥିଲେ।ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଅଟୋରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। (ଏଜେନ୍ସି)

Categories
ଆଜିର ଖବର

ହାଇଦ୍ରାବାଦରେ ପହଞ୍ଚିଲେ ଜାତୀୟ ମାନବାଧିକାରୀ ଆୟୋଗର ସଦସ୍ୟ

ହାଇଦ୍ରାବାଦ, ୭/୧୨: ହାଇଦ୍ରାବାଦରେ ଡାକ୍ତରାଣୀ ପ୍ରିୟଙ୍କାଙ୍କ  ସହ ଗଣ ଦୁଷ୍କର୍ମ କରିଥିବା ଚାରି ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟରରେ ନିପାତ କରିଛି। ସାରା ଦେଶରେ ଏହି ଘଟଣାକୁ ଜନ ସମର୍ଥନ ମିଳୁଥିବା ବେଳେ କିଛି ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଟିମ ହାଇଦ୍ରାବାଦ ପହଞ୍ଚିଛି। ଟିମ ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରି ମହବୁବାନଗରର ସରକାରୀ ହସ୍ପିଟାଲ ଗସ୍ତ କରିବ ଯେଉଁଠାରେ ଅଭିଯୁକ୍ତମାନଙ୍କ ଶବକୁ ରଖାଯାଇଛି। କେନ୍ଦ୍ର ସରକାର ପୋଲିସ ହେପାଜତରେ ହୋଇଥିବା ଏନକାଉଣ୍ଟର ଉପରେ ତେଲଙ୍ଗାନା ସରକାରଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। (ଏଜେନ୍ସି)

 

Categories
ଆଜିର ଖବର

ଉନ୍ନାଓ ଘଟଣାକୁ ନେଇ ବିଧାନସଭା ବାହାରେ ଧାରଣାରେ ବସିଲେ ଅଖିଳେଶ

ଉତ୍ତରପ୍ରଦେଶ , ୭/୧୨: ଉନ୍ନାଓ ଘଟଣାକୁ ନେଇ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ହଲ୍ଲା ବୋଲିଛନ୍ତି। ନ୍ୟାୟ ଦାବି କରି ଅଖିଳେଶ ବିଧାନସଭା ସାମ୍ନାରେ ଧାରଣାରେ ବସିଛନ୍ତି। ତାଙ୍କ ସହିତ ନରେଶ ଉତ୍ତମ ଏବଂ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଧାରଣାରେ ବସିଛନ୍ତି। ଅଖିଳେଶ କହିଛନ୍ତି ଯେ, ଉନ୍ନାଓ ଘଟଣା ଅତ୍ୟନ୍ତ ଭୟାବହ। ବିଜେପି ସରକାରରେ ଏହା ପ୍ରଥମ ଘଟଣା ନୁହେ କିନ୍ତୁ ହଜାର ଚେଷ୍ଟା କରିବା ପରେ ବି ସେ ଝିଅକୁ ବଞ୍ଚାଇ ହେଲା ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅପରାଧ ନିୟନ୍ତ୍ରଣ କରିବାରେ ଅସଫଳ ଥିବା ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ପ୍ରତି ଅପରାଧୀମାନେ ଭୟ କରୁ ନ ଥିବାବେଳେ ଜାମିନ୍‌ରେ ଆସି ମଧ୍ୟ ହତ୍ୟା କରୁଥିବାର ଦେଖାଯାଉଛି ବୋଲି ସମାଜବାଦୀ ପାର୍ଟିର ନେତାମାନେ କହିଛନ୍ତି। ପୀଡ଼ିତାଙ୍କ ପାଇଁ କାଲି ସବୁ  ଜିଲ୍ଲାରେ ଶୋକସଭା କରିବା ନେଇ ଅଖିଳେଶ ଘୋଷଣା କରିଛନ୍ତି । ଉନ୍ନାଓ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ମୁଖ୍ୟସଚିବଙ୍କ ଇସ୍ତଫା ଦାବି କରିଛନ୍ତି ଅଖିଳେଶ । (ଏଜେନ୍ସି)

Categories
ଆଜିର ଖବର

ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର ହେବ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମାମଲା- ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ, ୭/୧୨: ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରିବା ପରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦର ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କଲା ପରି ଉନ୍ନାଓ ଅଭିଯୁକ୍ତଙ୍କୁ ମଧ୍ୟ ସେହିପରି ଦଣ୍ଡ ଦିଆଯାଉ ବୋଲି ସମଗ୍ର ଦେଶରେ ଲୋକମାନେ ଆକ୍ରୋଶ ପ୍ରକାଶ କରିଛନ୍ତି । ଉନ୍ନାଓ ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି । ଏହି ମାମଲାର ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହାର ବିଚାର କରାଯିବ ବୋଲି ଯୋଗୀ କହିଛନ୍ତି।

ସୂଚନାଯୋଗ୍ୟ, ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ଦୁଷ୍କର୍ମକାରୀମାନେ ପେଟ୍ରୋଲ ଢାଳି ଜଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୀଡିତାଙ୍କର ୯୦ ପ୍ରତିଶତ ଶରୀର ଜଳି ଯାଇଥିଲା। ପୀଡିତାଙ୍କ ଦେହରେ ନିଆଁ ଲାଗିବା ପରେ ପାଖାପାଖି ୧ କିମି ଯାଏଁ ସାହାଯ୍ୟ ମାଗିବାକୁ ଦୌଡିଥିଲେ। ଏପରିକି ପୀଡିତା ନିଜେ ୧୧୨ରେ ଫୋନ କରି ପୋଲିସକୁ ସମସ୍ତ ଘଟଣାକ୍ରମ ବଖାଣିଥିଲେ। ଏହାପରେ ପୋଲିସ ଟିମ୍ ଆମ୍ଵୁଲାନ୍ସ ସହ ଘଟଣାସ୍ଥଳରେ ପହଁଚିଥିଲେ। । ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ଲକ୍ଷ୍ନୌର ସିଭିଲ ହସ୍ପିଟାଲରୁ ଏୟାରଲିପ୍ଟ କରି ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ସଫଦରଗଞ୍ଜ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। (ଏଜେନ୍ସି)

Categories
ଆଜିର ଖବର

ହାଇଦ୍ରାବାଦ ଏନକାଉଣ୍ଟର : ପୋଲିସ୍‌ ବିରୋଧରେ ସୁପ୍ରିମ୍‌କୋର୍ଟରେ ଯାଚିକା ଦାଏର

ହାଇଦ୍ରାବାଦ, ୭/୧୨:  ହାଇଦ୍ରାବାଦ୍‌ ଏନକାଉଣ୍ଟର କେଶ୍‌ରେ ପୋଲିସ୍‌ ବିରୁଦ୍ଧରେ ସୁପ୍ରିମ୍‌କୋର୍ଟରେ ଯାଚିକା ଦାଏର କରାଯାଇଛିି। ଏହି ଯାଚିକାରେ ଏନକାଉଣ୍ଟରରେ ସାମିଲ୍‌ ରହିଥିବା ସମସ୍ତ ପୋଲିସ୍‌ କର୍ମୀଙ୍କ ଉପରେ ଏଫଆଇଆର କରାଯାଇଛି। ଏହି ଘଟଣାର ଯାଞ୍ଚ ହେବା ସହିତ ପୋଲିସ କର୍ମୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କରାଯିବା ନେଇ ଏଫଆଇରରେ ଉଲ୍ଲେଖ ରହିଛି। ସୁପ୍ରିମ୍‌କୋର୍ଟର ଓକିଲ ଜିଏସ୍‌ ମଣି ଓ ପ୍ରଦୀପ କୁମାର ଯାଦବ ଏହି ଯାଚିକାରେ ୨୦୧୪ରେ ସୁପ୍ରିମ୍‌କୋର୍ଟ ଦେଇଥିବା ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରାଯାଇଛି ବୋଲି କହିଛନ୍ତି। (ଏଜେନ୍ସି)

Categories
ଆଜିର ଖବର

କେଭି-୩ ଛାତରୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ତାତିଲେ ଅଭିଭାବକ

ଭୁବନେଶ୍ବର, ୭/୧୨: ଆଜି ଅଭିଭାବକ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଡେପୁଟି କମିଶନରଙ୍କ ଅଫିସ ଘେରାଉ କରିଛନ୍ତି। ଭୁବନେଶ୍ୱର ମଞ୍ଚେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଅଭିଭାବକମାନେ ତାତିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ପିଲାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ବିନା କାରଣରେ ପିଇଟି ଶିକ୍ଷୟିତ୍ରୀ ଛାତ୍ରୀଜଣଙ୍କୁ ଗାଳିଗୁଲଜ କରିବା ସହ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉଥିବା ଅଭିଯୋଗ ହୋଇଛି। ଏନେଇ ବିଦ୍ୟାଳୟ ଛାତରୁ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବିରୋଧରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଭିଭାବକ ଦାବି କରିଛନ୍ତି। ଏହା ସହ ଅଭିଭାବକମାନେ ଶିକ୍ଷୟିତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ଡେପୁଟି କମିଶନରଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଶୁକ୍ରବାର ଦିନ ଶିକ୍ଷୟିତ୍ରୀଜଣକ ଛାତ୍ରୀଙ୍କୁ ସାମାନ୍ୟ କୌଣସି ଏକ କଥାକୁ ନେଇ ମାଡ଼ ମାରିଥିଲେ। ଶିକ୍ଷୟିତ୍ରୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଗତକାଲି ଅପରାହ୍ନରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ବିଦ୍ୟାଳୟର ତୃତୀୟ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। (ଏଜେନ୍ସି)

Categories
ବିଶେଷ ଖବର

ଆରଏସଏସ ସଂସ୍ଥା ସହିତ କେଉଁ ସରକାରୀ କର୍ମଚାରୀ ସଂପୃକ୍ତ ଅଛନ୍ତି ତାହାର ତାଲିକା ରାଜ୍ୟ ଗୃହ ବିଭାଗ ମାଗିବା କେତେ ଦୂର ଯୁକ୍ତିଯୁକ୍ତ

ସଂପଦ ଦଳାଇ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସ ସହିତ ରାଜ୍ୟର କେଉଁ ସରକାରୀ କର୍ମଚାରୀମାନେ ସଂପୃକ୍ତ ଅଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କର। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗ। କେଉଁ ସରକାରୀ କର୍ମଚାରୀମାନେ କେଉଁ ଶାଖାରେ କାମ କରୁଛନ୍ତି ତାହାର ସଂପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଛି। ଏଥିସହିତ ଏକ ଘୋଷଣା ପତ୍ର ବା ସେଲଫ ଡିକ୍ଲାରସନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଥାନ ସରକାର। ରାଜ୍ୟର ଆଜମିର ଜିଲ୍ଲା ପ୍ରଶାସନ ସବୁ ସରକାରୀ କର୍ମଚାରୀଙ୍କୁ ଚିଠି ଲେଖିବା ପରେ ଏହି ଘଟଣା ପଦାକୁ ଆସିଛି। ଜିଲ୍ଲାର ଉପଜିଲ୍ଲାପାଳ କୌଳାସ ଚନ୍ଦ୍ର ଶର୍ମା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଏହି ଚିଠି ଲେଖିଛନ୍ତି। ସେଥିରେ ଉଲ୍ଲେଖ କରାଯାଇଛି ଯେ, କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଠ ଫର୍ମରେ ବିସ୍ତୁତ ତଥ୍ୟ ପୂରଣ କରି ପ୍ରଦାନ କରିବେ। ଏହି ଫର୍ମରେ କର୍ମଚାରୀଙ୍କ ନାମ, ବୟସ, ଚାକିରୀ କାଳ, କେଉଁ ବିଭାଗ, କଣ ପଦବୀରେ ଅଛନ୍ତି ସେ ସଂପର୍କରେ ଲେଖିବେ। ସେହିପରି ସେମାନେ କେଉଁ ଆରଏସଏସ ଶାଖା ସହିତ ଜଡିତ ଅଛନ୍ତି ତାହାର ବିବରଣୀ ମଧ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଚିଠିକୁ ନେଇ ରାଜସ୍ଥାନରେ ଆଲୋଚନା ସମାଲୋଚନା ହେବା ପରେ ଗୃହ ବିଭାଗ ଏକ ସଫେଇ ଦେଇଛି। ତାହା ହେଲା ଯେ, ଗତ ଜୁଲାଇ ୨୩ ତାରିଖରେ ବିଧାନସଭାରେ ଗଂଗପୁର ସହର ବିଧାୟକ ରାମକେଶ ଗୃହମନ୍ତ୍ରୀଙ୍କୁ କେତେକ ପ୍ରଶ୍ନ ପଚାରିଥିଲେ। ସେହି ପ୍ରଶ୍ନଗୁଡିକ ଥିଲା..

୧-ରାଜ୍ୟରେ କେତେ ସରକାରୀ କର୍ମଚାରୀ ଆରଏସଏସ ସଂସ୍ଥା ସହିତ ଜଡିତ ଅଛନ୍ତି ?

୨-ରାଜ୍ୟରେ କେତୋଟି ଆରଏସଏସ ଶାଖା କାର୍ଯ୍ୟ କରୁଛି ଏବଂ ସେହି ସ୍ଥାନଗୁଡିକ କଣ ?

୩-ସରକାରୀ ଅଧିକାରୀମାନେ ଶାଖା କାମ କରିବା ପାଇଁ ମାସକୁ କେତେଥର ଛୁଟି ନିଅନ୍ତି ?

ଏହି ସବୁ ତଥ୍ୟ ଜାଣିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି।

ହେଲେ ଏହାକୁ ନେଇ ବିଜେପି ତରଫରୁ ସମାଲୋଚନା କରାଯାଇଛି। ଆଜମିର୍ ବିଧାୟକ ବାସୁଦେବ ଦେବନାନି କହିଛନ୍ତି ଯେ, ଗୃହ ବିଭାଗ ଏପରି ଚିଠି କରିବା ଅଗଣତାନ୍ତ୍ରିକ। ଆରଏସଏସ ହେଉଛି ଏକ ସୋସିଓ କଲଚାରଲ ସଂସ୍ଥା। ସେଥିରେ ସାଧାରଣ ଲୋକେ ବା ସରକାରୀ କର୍ମଚାରୀ ସଦସ୍ୟ ହେବା ପାପ ନୁହେଁ। ସରକାର ଏପରି ତଥ୍ୟ ମାଗିବା ଏକ ହୀନ ରାଜନୀତି କରୁଛନ୍ତି ବୋଲି ବାସୁଦେବ କହିଛନ୍ତି। ସେହିପରି ଆରଏସଏସ ସଦସ୍ୟ ମଧ୍ୟ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ସରକାର ସଂଘକୁ ଭୟ କରି ଏପରି କରିଛନ୍ତି। ସରକାରୀ କର୍ମଚାରୀମାନେ ଯେପରି ସଂଘରେ ଯୋଗ ନ ଦେବେ ସେଥିପାଇଁ ସରକାର ପରୋକ୍ଷରେ ଧମକ ଦେଉଛନ୍ତି।

ତେବେ ରାଜସ୍ଥାନ ସରକାରଙ୍କ ଏପରି ପଦକ୍ଷେପ ନେଇ ରାଜସ୍ଥାନ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏପରିକି କେତେକ ରାଜ୍ୟ ମଧ୍ୟ ଏହା ଉପରେ ଗୁରୁତର ସହ ଚିନ୍ତା କରୁଥିବାର ଜଣାପଡିଛି। କାରଣ ଆରଏସଏସ ଦେଶର ପ୍ରାୟ ସମସ୍ତ ରାଜ୍ୟରେ କାର୍ଯ୍ୟ କରୁଛି। ମୁଖ୍ୟତଃ ଏହି ସଂଘ ସିଧା ରାଜନୀତି କରୁ ନ ଥିଲେ ମଧ୍ୟ ବିଜେପିକୁ ସମର୍ଥନ ଦେଉଥିବାରୁ ଏହାକୁ ବିଭିନ୍ନ ସମୟରେ ସମାଲୋଚନା କରାଯାଉଛି। ବିଶେଷ କରି ଅଣ ବିଜେପି ରାଜ୍ୟର ସରକାର ଏହି ସଂଗଠନ ଉପରେ କଡା ନଜର ରଖିବା ପାଇଁ ଚିନ୍ତା କରୁଛନ୍ତି। ତେବେ ପ୍ରଶ୍ନ ଉଠିଛି ଏପରି କରିବା କେତେ ଦୂର ଯୁକ୍ତିଯୁକ୍ତ ? (ଏଜେନ୍ସୀ ତଥ୍ୟ)

Categories
ଆଜିର ଖବର

ଯାନବାହନକୁ ନେଇ ଆସୁଛି ଆଉ ଏକ ନୂତନ ନିୟମ : ଏଥିର ପ୍ରମାଣପତ୍ରରେ ବାଧ୍ୟତାମୂଳକ ହେବ ମୋବାଇଲ ନମ୍ବର

ନୂଆଦିଲ୍ଲୀ, ୭/୧୨: ସାରା ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ପୁଣି ଥରେ ଏନେଇ ଆଉ ଏକ ନି ୟମ କରିବାକୁ ଯାଉଛନ୍ତି ସରକାର । ଏଥର ଯାନବାହନ ସମ୍ପର୍କିତ ସମସ୍ତ ପ୍ରମାଣପତ୍ରରେ ମୋବାଇଲ ନମ୍ବର ବାଧ୍ୟତାମୂଳକ ହେବା ନେଇ ସୂଚନା ରହିଛି।  ଏବେ ଯାନବାହନ ପ୍ରମାଣପତ୍ର ତଥା ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌ (ଆର୍‌ସି) ଓ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌), ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ସମେତ ଅନ୍ୟ ପ୍ରମାଣପତ୍ରରେ ମୋବାଇଲ୍‌ ନମ୍ବରକୁ ସଂଯୋଗ କରିବାକୁ ପଡ଼ିବ। ଏନେଇ ଭାରତ ସରକାର ଏକ ନୂତନ ନିୟମ ଆଣିବାକୁ ଯାଉଛନ୍ତି। ଏହା ଏପ୍ରିଲ୍‌ ୨୦୨୦ରୁ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ବନ୍ଧରେ କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ଏକ ଅଧିସୂଚନା ଜାରି କରିବା ନେଇ ଲୋକଙ୍କୁ ତାଙ୍କ ରାୟ ମାଗିଛନ୍ତି ।

ଏହି ସମ୍ବନ୍ଧରେ ୩୦ଦିନ ଭିତରେ ଅର୍ଥାତ୍‌ ୨୯ ଡିସେମ୍ବର ଭିତରେ ନିଜର ମତାମତ ସଡକ ପରିବହନ ମନ୍ତ୍ରାଳୟକୁ ପଠାଇପାରିବେ।  ଯାନବାହନ ପ୍ରମାଣପତ୍ରରେ ମାଲିକର ମୋବାଇଲ୍‌ ନମ୍ବର ସଂଯୋଗ କରିବା ଦ୍ବାରା ଗାଡ଼ି ଚୋରି ଉପରେ ଅଙ୍କୁଶ ଲଗାଇବା ସହ ବାହନ ନେଇ ଅନ୍ୟ ଅପରାଧ କାର୍ଯ୍ୟଗୁଡ଼ିକ ଉପରେ ମଧ୍ୟ ଅଙ୍କୁଶ ଲଗାଇଯାଇପାରିବ।

କେନ୍ଦ୍ର ସରକାର ଓ ଅନ୍ୟ ସରକାରୀ ସଂସ୍ଥା ପାଖରେ ମଧ୍ୟ ବାହନ ଓ ଡ୍ରାଇଭିଂ ଲାଇସେନ୍ସର ପୂରା ବିବରଣୀ, ମୋବାଇଲ୍‌ ନମ୍ବର ସହିତ ଉପଲବ୍ଧ ରହିବ। ଜରୁରୀ ସମୟରେ ପୁଲିସ୍‌, ଆରଟିଓ ତଥା ଅନ୍ୟ କିଛି ଏଜେନ୍ସି ସହଜରେ ଗାଡ଼ି ଡ୍ରାଇଭର୍‌ ତଥା ମାଲିକ ସହିତ ସମ୍ପର୍କ କରିହେବ। ବଡ଼ ମହାନଗରୀ ଗୁଡ଼ିକରେ ଇଣ୍ଟିଲିଜେଣ୍ଟ ଟ୍ରାଫିକ୍‌ ମ୍ୟାନେଜ୍‌ମେଣ୍ଟ ଲାଗୁ କରାଯିବା ନେଇ ସୂଚନା ରହିଛି। (ଏଜେନ୍ସି)

Categories
ଆଞ୍ଚଳିକ

ଗଛରେ ପିଟି ହୋଇ ଓଲଟିଲା ବସ୍‌: ୧୧ ଆହତ

ବୌଦ୍ଧ, ୭/୧୨: ବିଳମ୍ବିତ ରାତ୍ରିରେ ଗଛକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବସ୍‌ ଓଲଟି ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍’ରେ ଚାରିଜଣଙ୍କର ଅବସ୍ଥା ବେଶ୍‌ ଗୁରୁତର ରହିଛି।  ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ତିନିଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚକାଡ଼ୋଳା ନାମକ ଏହି ଘରୋଇ ବସ୍‌ଟି ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାସ୍ତାକଡ଼ରେ ଏକ ଗଛରେ ପିଟି ହୋଇଯାଇଥିଲା। ଗଛରେ ପିଟି ହେବା ପରେ ବସ୍‌ଟି ଓଲଟି ପଡ଼ିଥିଲା। (ଏଜେନ୍ସି)

Categories
ଆଜିର ଖବର

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର, ୭/୧୨: ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାରଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।  ଶନିବାର ସନ୍ଧ୍ୟା ୭ଟା ୩୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ। ରବିବାର ପୂର୍ବାହ୍ନ ୯ଟା ୩୦ରେ ଖୋର୍ଦ୍ଧା ଗସ୍ତ କରିବେ। ବରୁଣେଇ ପାହାଡ଼ସ୍ଥଳରେ ପୂର୍ବାହ୍ନ ୧୦ଟା ୩୦ରେ ରାଷ୍ଟ୍ରପତି ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ସେଠାରୁ କାର୍ଯ୍ୟକ୍ରମ ସାରି ଅପରାହ୍ନ ୧୨ଟା ୪୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୫ଟାରେ ସେ ନୂଆଦିଲ୍ଲୀ ଅଭିମୁଖେ ବିମାନଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। (ଏଜେନ୍ସି)

Categories
ବିଶେଷ ଖବର

ରକ୍ତମୁଖା ପୋଲିସକୁ ନ୍ୟାୟର ଦେବତା ବୋଲି ଫୁଲ ବନ୍ଦାଉଥିବା ଲୋକେ ଅନ୍ୟାୟକୁ ହିଁ ସମର୍ଥନ ଦେଉଛନ୍ତି    

କେଦାର ମିଶ୍ର

କୌଣସି ଅପରାଧର ମୁକାବିଲା ଲାଗି ପୋଲିସ ବି  ଅପରାଧୀ ହେବା ଜରୁରୀ କି? ଏ ପ୍ରଶ୍ନ ପଚାରିବା ବି ଏକ ଅପରାଧ। ସାରା ଦେଶ ଗତକାଲି ରକ୍ତରେ ଭିଜି ଭିଜି ନ୍ୟାୟର ଉତ୍ସବ ପାଳନ କରିଛି। ହାଇଦ୍ରାବାଦରେ ୨୭-୨୮ ନଭେମ୍ବର ରାତ୍ରିରେ ଯେଉଁ ଭୟଙ୍କର ଧର୍ଷଣ ଓ ହତ୍ୟାକାଣ୍ଡ ଘଟିଥିଲା ତାର ଚାରି ଜଣ ଅଭିଯୁକ୍ତ ଅପରାଧୀଙ୍କୁ ପୁଲିସ ଗୁଳି କରି ମାରିଦେଇଛି। ପୁଲିସ ର ଏହି ଗୁଳିମାରିବା ଆଇନ ଦୃଷ୍ଟିରୁ ଆଦୌ ଗ୍ରହଣୀୟ ହୋଇନଥିବା ବେଳେ ଏହାକୁ ନେଇ ଦେଶରେ ଗୋଟେ ଅଦ୍ଭୁତ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି। ସତେକି ହତ୍ୟାକାରୀ ପୋଲିସ ହିଁ ଏ ଦେଶର ସର୍ବଶ୍ରେଷ୍ଠ ବିଚାରକ। ପୋଲିସର ତଥାକଥିତ ତୁରନ୍ତ ନ୍ୟାୟ ଦେବାର ଏହି ବର୍ବର ପ୍ରକ୍ରିୟାକୁ ଆଖି ବୁଜି ସମର୍ଥନ କରା ଯାଉଛି। ସବୁଠୁ ଚିନ୍ତାର ବିଷୟ ହେଉଛି, ପୁଲିସର ଏହି ବେଆଇନ ଗୁଳିକାଣ୍ଡ ବିରୋଧରେ ପ୍ରଶ୍ନ ପଚାରୁଥିବା ଲୋକଙ୍କୁ ଅପରାଧୀଙ୍କ ସମର୍ଥକ ବୋଲି କହିବାକୁ ଲୋକେ ପଛାଉନାହାନ୍ତି।

ଏ ସମ୍ପର୍କରେ ମତାମତ ରଖି ଜଣେ ଅତ୍ୟନ୍ତ ବର୍ଷିୟାନ ଓ ସମ୍ମାନନୀୟ ଲେଖିକା ମୋତେ ପଚାରିଥିଲେ- ସେ ଝିଅ ଟି ଯଦି ଆପଣଙ୍କ ଝିଅ କି ଭଉଣୀ ହୋଇଥାନ୍ତା ଆପଣ ଏ ପ୍ରଶ୍ନ କରିଥାନ୍ତେ କି? ବଡ ବେଦନାଦାୟକ ଏ ପ୍ରଶ୍ନ। ଯେ କୌଣସି ମହିଳାଙ୍କୁ ଯେତେବେଳେ ଏ ପ୍ରକାର ଭୟଙ୍କର ଅପରାଧର ସାମ୍ନା କରିବାକୁ ପଡେ, ତାହା ମୋର ପ୍ରାଣକୁ ଆଘାତ ଦିଏ। ହାଇଦ୍ରାବାଦର ସେ ଝିଅ ହୁଏତ ମୋର ଝିଅ କି ଭଉଣୀ ନୁହଁ, ହେଲେ ତାର ଚେହେରାରେ ମୋ ଝିଅ କି ଭଉଣୀର ଚେହେରା ରହିଛି। ତା ଉପରେ ଘଟିଥିବା ନିର୍ମମ ଅପରାଧ ପାଇଁ ମୁଁ ବି କାନ୍ଦିଛି, ମୋତେ ବି ସେ ଅପରାଧୀଙ୍କୁ ଚିରି ଫାଡି ଦେବାର ଇଚ୍ଛା ହୋଇଛି। ହେଲେ ଏକଥା ଭାବିଲା ବେଳେ ଆଉ ଗୋଟେ କଥା ମଧ୍ୟ ମୁଁ ଜାଣିଛି ଯେ ମୁଁ ବିଚାରପତି ନୁହଁ। ଦଣ୍ଡ ଦେବାର ଅଧିକାର ମୋର ନାହିଁ। ଆଇନଗତ ପ୍ରକ୍ରିୟାରେ ବିଚାର କରିବାର କ୍ଷମତା ବା ଦକ୍ଷତା ମୋର ନାହିଁ। ତେଣୁ ମୁଁ ଦଣ୍ଡ ଦେବାର ଅଧିକାର ଯାହା ପାଖରେ ଅଛି, ତାଙ୍କ ପାଖରୁ ନ୍ୟାୟ ଆଶା କରିବି। ମୁଁ ଆଇନର ନିୟାମକ ନୁହେଁ କି ଦଣ୍ଡ ଦେବା ମୋର ଅଧିକାର ନୁହେଁ।

ତେବେ ପୋଲିସର ଦଣ୍ଡ ଦେବାର ଅଧିକାର ରହିଛି କି? ପୋଲିସର ଭୂମିକା ଦୋଷୀକୁ ନ୍ୟାୟାଳୟ ପାଖରେ ପହଞ୍ଚାଇ ତାର ଦୋଷ ପ୍ରମାଣିତ କରିବ। ତାହା ନ କରି ପୋଲିସ ଯଦି ଖୋଦ ଦଣ୍ଡାଧିକାରୀ ହୋଇଯାଏ, ତାହେଲେ ଦେଶର ନ୍ୟାୟ ବ୍ୟବସ୍ଥା ଭୁଷୁଡି ପଡିବ। ଏହି ଘଟଣାର ସବୁଠୁ ଭୟଙ୍କର ଦିଗଟି ହେଉଛି ନ୍ୟାୟ ବ୍ୟବସ୍ଥା ପ୍ରତି ଆମର ମଧ୍ୟବିତ୍ତଙ୍କର ଅନାସ୍ଥା। ଆମେ ଚାହୁଁଛୁ, ନ୍ୟାୟ ସେମିତି ମିଳୁ। ଆମେ ହିଁ ନିର୍ଣ୍ଣୟ କରିବୁ ଅପରାଧ କଣ, ଅପରାଧୀ କିଏ ଓ ସେ କି ପ୍ରକାର ଦଣ୍ଡ ପାଇବା ଦରକାର। ଏହା ଆଇନର ଶାସନ ବିରୋଧୀ ଓ ସମ୍ବିଧାନ ବିରୋଧୀ ମଧ୍ୟ। ଆମର ନ୍ୟାୟ ବ୍ୟବସ୍ଥାରେ ଅପରାଧୀର ଦୋଷ ପ୍ରମାଣ ଲାଗି ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ସେ ପ୍ରକ୍ରିୟାକୁ ମାନିବାକୁ ଆମେ ପ୍ରସ୍ତୁତ ନୋହୁ। ଆମକୁ ତୁରନ୍ତ ଆମେ ଚାହୁଁଥିବା ମୁତାବକ ନ୍ୟାୟ ଦରକାର!

ପୋଲିସକୁ ହତ୍ୟା କରିବାର ଅଧିକାର ଦେଇ ଯେଉଁମାନେ ଉଲ୍ଲସିତ ହେଉଛନ୍ତି, ସେମାନେ ମନେ ରଖିବା ଉଚିତ, ଏହା ନିଜ ପଣତରେ ନିଜେ ନିଆଁ ଲଗାଇବା ଭଳି କାମ। ହତ୍ୟା ବା ରକ୍ତପାତ ପୋଲିସର କାମ ନୁହେଁ। ଅପରାଧୀ କିଏ ତାର ନିର୍ଣ୍ଣୟ  ଅଦାଲତ କରିବ। ପୋଲିସର କାମ ହେଉଛି ଅଭିଯୁକ୍ତର ଦୋଷ ପ୍ରମାଣିତ କରି ତାକୁ ଦଣ୍ଡିତ କରାଇବାରେ ଅଦାଲତକୁ ସାହାଯ୍ୟ କରିବା। ଯେଉଁମାନେ ନ୍ୟାୟ ପ୍ରକ୍ରିୟା ବିଳମ୍ବିତ ଓ ବିଡମ୍ବିତ ହେଉଛି ବୋଲି ଅଭିଯୋଗ କରୁଛନ୍ତି, ସେମାନେ ବୋଧେ ଜାଣନ୍ତି ନାହିଁ ଏଥିଲାଗି ଖୋଦ ପୋଲିସ କମ ଦାୟୀ ନୁହେଁ। ଅନେକ ସମୟରେ ଅପରାଧୀଙ୍କୁ ଖସାଇଦେବା ଲାଗି ପୋଲିସ ଏତାଲା ଠୁ ଆରମ୍ଭ କରି ଚାର୍ଜଶିଟ ପର୍ୟନ୍ତ ବିଭିନ୍ନ ପ୍ରକ୍ରିୟାରେ ଗଳା ବାଟ ରଖିଥାଏ। ଯାହା ଫଳରେ ନ୍ୟାୟ ପ୍ରକ୍ରିୟା ବିଳମ୍ବିତ ବା ବିଡମ୍ବିତ ହୁଏ।

ହାଇଦ୍ରାବାଦ ଘଟଣାରେ ପୋଲିସ ପ୍ରଥମ ୪୮ ଘଣ୍ଟା ଏତାଲା ମଧ୍ୟ ରଖିନାହିଁ। ଏତାଲା ଦେବାକୁ ଯାଇଥିବା ପୀଡ଼ିତାଙ୍କ ପରିବାରକୁ ଯାବତୀୟ ଦୁର୍ବ୍ୟବହାର କରାଯାଇଛି। ୩୦ ତାରିଖରେ କିଛି ଅଭିଯୁକ୍ତଙ୍କୁ ଧରିବା ପରେ ତାଙ୍କୁ ବିଚାର ବିଭାଗୀୟ ପଚରା ଉଚୁରା ଲାଗି ଆଣି ସେମାନଙ୍କୁ ଗୁଳି କରାଯାଇଛି। ଏହାକୁ ଏକ ଏନକାଉଣ୍ଟରର ରୂପ ଦିଆ ହୋଇଛି। ଏହି ଏନକାଉଣ୍ଟର ପଛରେ ପୋଲିସର ଅପାରଗତାକୁ ଲୁଚାଇବାର ଏକ ଜଘନ୍ୟ ଷଡଯନ୍ତ୍ର ରହିଛି। ତେବେ ଏହା ନ୍ୟାୟ ବ୍ୟବସ୍ଥାର ଚୂଡାନ୍ତ ଚେହେରା କି? ଏହି ଘଟନା ପଛରେ କେବଳ ଏହି ଚାରି ଜଣ ଲୋକ ଥିଲେ ନା ଆଉ କେହି ଏହା ସହ ସମ୍ପୃକ୍ତ ଥିଲେ? ଆଉ କୌଣସି ପ୍ରଶ୍ନର ଉତ୍ତର ୟାପରେ ଆଉ ମିଳିବ ନାହିଁ। ତୁରନ୍ତ ନ୍ୟାୟ ହୋଇଗଲା ଭାବି ଆମେ ବହୁତ ଖୁସି, ହେଲେ ଏ ଖୁସିର ପ୍ରତିକ୍ରିୟାରେ ଆମେ ପୋଲିସକୁ ହତ୍ୟାକାରୀ ହେଉ ବୋଲି ଏକ ବେଆଇନ ଅଧିକାର ଦେଇ ଦେଇଛୁ।

ଅପରାଧ ନିୟନ୍ତ୍ରଣ କରିବାକୁ ପୋଲିସ ରକ୍ତମୁଖା ହେବା ଉଚିତ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେ ରକ୍ତର ଛିଟା ବୃହତ୍ତର ସମାଜ ଉପରେ ମଧ୍ୟ ପଡିବ, ଏକଥା ଭୁଲି ଯାଆନ୍ତୁ ନାହିଁ।

Categories
ଆଜିର ଖବର

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟର ୨୦ଟି ଆସନ ପାଇଁ ମତଦାନ ଜାରି

ଝାଡଖଣ୍ଡ, ୭/୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ଆଜି ପୂର୍ବାହ୍ନ ୭ଟାରେ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଆସନ ରହିଛି । ରଘୁବର ଦାସ ଜାମସେଦପୁର ପୂର୍ବ ଆସନରୁ ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିରୋଧରେ ରହିଛନ୍ତି ସରଜୁ ରାୟ ଓ କଂଗ୍ରେସ ଟିକେଟରେ ପ୍ରଫେସର ଗୌରବ ବଲ୍ଲବ ନିର୍ବାଚନ ଲଢ଼ିଛନ୍ତି । ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର୨୦ଟି ଆସନ ପାଇ‘ ମତଦାନ ହେଉଥିବାବେଳେ ଏହି ଆସନରେ ୨୬୦ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ୫ଟି ପର୍ଯ୍ୟାୟରେ ମତଦାନ ହେଉଛି । ଡିସେମ୍ବର ୨୦ରେ ମତଦାନ ଶେଷ ହେବାକୁ ଥିବାବେଳେ ଡିସେମ୍ବର ୨୩ରେ ମତଦାନର ଫଳାଫଳ ବାହାରିବ । ଝାଡ଼ଖଣ୍ଡର ୬୭ଟି ଆସନ ଅତି ସମ୍ବେଦନଶୀଳ ଅଟେ । (ଏଜେନ୍ସି)

Categories
ଆଜିର ଖବର

ଜୀବନ ଯୁଦ୍ଧରେ ହାରିଲେ ଉନ୍ନାଓ ପୀଡ଼ିତା

ଦିଲ୍ଲୀ, ୭/୧୨: ଜୀବନ ଯୁଦ୍ଧରେ ହାରିଗଲେ ଉନ୍ନାଓ ପୀଡ଼ିତା । ଉତ୍ତରପ୍ରଦେଶ ଉନ୍ନାଓର ଗଣଦୁଷ୍କର୍ମ ପୀଡ଼ିତାଙ୍କର  ଦିଲ୍ଲୀସ୍ଥିତ ସଫଦରଗଂଜ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଛି । ମିଳିଥିବା ଅନୁସାରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଶୁକ୍ରବାର ରାତି ୧୧ଟା ୪୦ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ହୃଦ୍‌ଘାତରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।  ପୀଡ଼ିତାଙ୍କୁ ଗୁରୁବାର ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲକ୍ଷ୍ନୌସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ (ସିଭିଲ) ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା ।  ସୂଚନାଯୋଗ୍ୟ ଉନ୍ନାଓର ବିହାର ଥାନା ଅନ୍ତର୍ଗତ ପୀଡ଼ିତା (୨୦ ବର୍ଷ)କୁ ଗୁରୁବାର ଭୋର ସକାଳୁ ୫ ଜଣ ଅଭିଯୁକ୍ତ ଜୀଅନ୍ତା ଜାଳି ଦେଇଥିଲେ। ଘଟଣା ସହିତ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯୁବତୀଙ୍କୁ ଜଳାଇଥିବା ଅଭିଯୁକ୍ତମାନେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ । (ଏଜେନ୍ସି)

Categories
ଆଜିର ଖବର

ନିତ୍ୟାନନ୍ଦଙ୍କ ପାସପୋର୍ଟ ଋଦ୍ଦ କଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ,6/12: ଆତ୍ମଘୋଷିତ ବିବାଦୀୟ ବାବା ନିତ୍ୟାନନ୍ଦଙ୍କ ପାସପୋର୍ଟକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଋଦ୍ଦ କରାଯାଇଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଏ ନେଇ ସୂଚନା ଦେଇଛନ୍ତି। ନିତ୍ୟାନନ୍ଦ ଦକ୍ଷିଣ ଆମେରିକାର ଇକ୍ୱେଡର ଦେଶରେ ଥିବା ଏକ ଦ୍ୱୀପ କିଣି ନିଜର ଏକ ସ୍ୱାଧୀନ ହିନ୍ଦୁ ରାଷ୍ଟ୍ର ଘୋଷଣା କରିଥିଲେ। ଏହି ସ୍ୱାଧୀନ ରାଷ୍ଟ୍ରର ନାମ କୈଳାସା ରଖିବା ସହିତ ଏଥିପାଇଁ ଏକ ଓ୍ୱେବସାଇଟ୍ ମଧ୍ୟ ତିଆରି କରାଯାଇଛି। ନିଜର ହିନ୍ଦୁ ରାଷ୍ଟ୍ର ଗଠନ କରିବା ପରେ ଭାରତୀୟ ନାଗରିକତ୍ବ ହରାଇଥିବାରୁ ନିତ୍ୟାନନ୍ଦଙ୍କ ପାସପୋର୍ଟ ଋଦ୍ଦ କରାଯାଇଥିବା ନେଇ ରବୀଶ କୁମାର ସୂଚନା ଦେଇଛନ୍ତି।

Categories
ଫଟୋ ଖବର

ବେଲାଋଷରେ ଅନୁଷ୍ଠିତ ଶିଶୁମଡେଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କିଛି ଶିଶୁ

(191123) — MINSK, Nov. 23, 2019 (Xinhua) — Children models present new children’s wear during the Kids Fashion Zone, a children’s wear sale exhibition for charity, in Minsk, Belarus, Nov. 23, 2019. The activity was held here to mark the World Children’s Day of 2019. (Xinhua/Henadz Zhinkov)