ହିମାଚଳପ୍ରଦେଶ : ଭାରତୀୟ ସେନାର ଜଣେ ଯବାନ ସତ୍ଲେଜ୍ ନଦୀ ମଧ୍ୟକୁ ଖସି ପଡିଛନ୍ତି । ଯବାନ ଜଣକ ନଦୀ ମଧ୍ୟକୁ ଖସି ପଡିବା ପରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ହିମାଚଳ ପ୍ରଦେଶର କିନ୍ନାଉରରେ ରହିଥିବା ନିୟନ୍ତ୍ରଣ ରେଖା ଅତିକ୍ରମ କରୁଥିବା ସମୟରେ ଯବାନ ଜଣକ ନଦୀ ମଧ୍ୟକୁ ଖସି ପଡିଥିଲେ । ଚଣ୍ଡୀଗଡର ଲାନ୍ସ ହାବିଲଦାର ପ୍ରକାଶ ରାଲ୍ଲା ନିଜର ଟ୍ରାଇପିକ୍ ବିଗ୍ରେଡ୍ ସହିତ ନଦୀ ଅତିକ୍ରମ କରୁଥିବା ବେଳେ ନଦୀ ମଧ୍ୟକୁ ଖସି ପଡିଥିଲେ । ସେନା ପକ୍ଷରୁ ପ୍ରାୟ 950 ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି । (ଏଜେନ୍ସି)
Author: Samikhsya Bureau
ମୁମ୍ବାଇ : କରୋନା ସଂକଟ ସହ ଲଢିବା ପାଇଁ କେନ୍ଦ୍ର ସହ ରାଜ୍ୟ ସରକାରମାନେ ମଧ୍ୟ ଦୃଢ ପଦକ୍ଷେପ ନେଉଛନ୍ତି । ଦେଶରେ କରୋନା ଯୋଗୁଁ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ପାଇଁ ଲୋକେ ଘରୁ ବାହାରିନାହାନ୍ତି । ମହାରାଷ୍ଟ୍ରରେ ଏଥିପାଇଁ ଆଦେଶ ଜାରି କରିଛନ୍ତି କହିଛନ୍ତି ଯେ, ଲକ୍ ଡାଉନ୍ ସମୟରେ ଘର ମାଲିକ ମାନେ ଭଡାଟିଆଙ୍କଠାରୁ ତିନି ମାସର ଘର ଭଡା ସଂଗ୍ରହ କରିବେ ନାହିଁ। ଉଦ୍ଧବ ସରକାର କହିଛନ୍ତି ଯେ ଜଣେ ଭଡାଟିଆ ତିନିମାସ ପର୍ଯ୍ୟନ୍ତ ଭଡା ପ୍ରଦାନ ନକଲେ ମଧ୍ୟ ଘରମାଲିକ ତାଙ୍କୁ ଘରୁ ବାହାର କରି ପାରିବେ ନାହିଁ। ମହାରାଷ୍ଟ୍ରରେ ଫଶି ରହିଥିବା ଶ୍ରମିକମାନଙ୍କ ସଂଖ୍ୟା ବହୁତ ରହିଛି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଲକ୍ ଡାଉନ୍ କାରଣରୁ ରାଜ୍ୟର ଅଲଗା ଅଲଗା ଭାଗରେ ଶ୍ରମିକ ମାନେ ଫଶି…
ମୁମ୍ବାଇ : ଭାରତରେ ପୁଣି ଥରେ ମବ୍ ଲିଚିଂ ବା ଭିଡ ହିଂସା ପରି ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଗ୍ରାମରେ ତିନିଜଣଙ୍କୁ ପିଟି ପିଟି ମାରି ଦେଇଥିବାର ସୂଚନା ମିଳିଛି। ତିନିଜଣଙ୍କୁ ଲୁଟେରା ଭାବି ଗୋଷ୍ଠୀ ଆକ୍ରମଣ କରାଯାଇଛି। ଏହି ଭିଡ ହିଂସା ଏତେ ଉଗ୍ର ହୋଇଥିଲା ଯେ, ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ପୋଲିସ୍କୁ ମଧ୍ୟ ଏହି ଭିଡ ଆକ୍ରମଣ କରିଥିଲେ। ଏହି ତିନି ଜଣ ନାସିକ ଯାଉଥିବା ସମୟରେ ମବ୍ ଲିଚିଂ ହୋଇଥିଲା। ଏଥିରେ ଜଣେ ଡ୍ରାଇଭର ରହିଥିବାବେଳେ ଅନ୍ୟ ଦୁଇଜଣ ମୁମ୍ବାଇ ନିବାସୀ ଥିଲେ। ମିଳିଥିବା ସୂଚନା ଅନୁସାରେ ପାଲଘର ଜିଲ୍ଲାରେ ଦାଭଡୀ ଖାନବେଲ୍ ରୋଡ ସ୍ଥିତ ଏକ ଆଦିବାସୀ ଗ୍ରାମରେ ଶୁକ୍ରବାର ଦିନ 200 ଲୋକ ତିନି ଜଣଙ୍କୁ ଲୁଟେରା ଭାବି ପଥର ମାଡ କରିବା ସହିତ ତାଙ୍କ ଗାଡିକୁ ଅଟକାଇଥିଲେ। ତା’ପରେ…
ଲକ୍ଷ୍ନୌ : ରାଜସ୍ଥାନର କୋଟାରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କୋଟାରେ ଅଟକି ରହିଥିବା 8 ହଜାର ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ 100ଟି ବସ୍ ପଠାଯାଇଛି । ସମସ୍ତ ବସକୁ ସାନିଟାଇଜ୍ କରାଯିବା ପରେ କୋଟା ନିମନ୍ତେ ପଠାଯାଇଛି । ୟୁପି ରୋଡଓ୍ବେଜ୍ର ଏହି ବସ୍ ଗୁଡିକ ରାଜସ୍ଥାନ ଯାଇ ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ବସ୍ରେ ଦୁଇ ଜଣ ଲେଖାଏଁ ପୋଲିସ୍ କର୍ମଚାରୀ ଉପସ୍ଥିତ ରହିବେ । ବସ୍ ଯାତ୍ରା ନେଇ ଜଲାଉଁ ଏବଂ ଝାନ୍ସୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗ୍ରାରୁ କୋଟା ନିମନ୍ତେ ବସ୍ ଗୁଡିକ ଯାତ୍ରା ଆରମ୍ଭ କରିଛି । (ଏଜେନ୍ସି)
ଦେବାଶିଷ ପାଢୀ କୋରେଇ: ଓଡିଶା ରାଜନୀତିର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସରେ କୋରେଇ ବିଜୁ ଯୁବଜନତା ଦଳ ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବିଜୁ ଯୁବଜନତା ଦଳ ରାଜ୍ୟ ଉପସଭାପତି ପ୍ରୀତି ରଞ୍ଜନ ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ବକୁ ଧ୍ୟାନ ଦିଆଯାଇଥିଲା। ଯାଜପୁର ରୋଡ ଆଦର୍ଶ ଥାନା ଆଇଆଇସି ଅନୀଲ ମହାନ୍ତି ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଲକ୍ଡାଉନ୍ ପ୍ରଭାବରୁ ଯାଜପୁର ରୋଡ ସିଏଚ୍ସିରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ସିଦ୍ଧାର୍ଥ ସାମଲ ଏବଂ ଶିବାନନ୍ଦ କ୍ଲବ୍ର ସମ୍ପାଦକ ଟିକିନା ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ସୂଚାରୁ ଭାବରେ ସମ୍ପାଦନ କରିଥିଲେ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ କରୋନା ଜନିତ ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁରର କିଛି ମହିଳା ସଂଗଠନ। ସୂଚନା ଅନୁଯାୟୀ ଆଜି ଶ୍ରୀ ଜୟଗୁଋ ସ୍ୱୟଂ ସହାୟକ ଗୋଷ୍ଠୀ, ବଡ଼ରାଉଳ ସ୍ୱୟଂ ସହାୟକ ଗୋଷ୍ଠୀ, ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ଈଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବ୍ଲକ ପ୍ରୋଜେକ୍ଟ ଅଧିକାରୀ ରଶ୍ମିତା ଇନ୍ଦ୍ରଜିତ ଓ ଯୁବ ସାମ୍ବାଦିକ, ସମାଜସେବୀ ତଥା ଖୋର୍ଦ୍ଧା ଜିଲ୍ଲା ସୂଚନା ଅଧିକାର କୋର କମିଟି ସଦସ୍ୟ ଲକ୍ଷ୍ମୀଧର ମହାପାତ୍ରଙ୍କ ଉପସ୍ଥିତରେ ଲୋକମାନଙ୍କୁ ସଚେତନା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି। ବାଣପୁର ବ୍ଲକ ଭବାନିପୁର ଗ୍ରାମପଞ୍ଚାୟତର ସାହାସପୁର ଗ୍ରାମ ଓ ନରେନ୍ଦ୍ର ପୁର ପଞ୍ଚାୟତର ବଡସିରେଇପୁର ଗ୍ରାମ ଠାରେ ସଦସ୍ୟାମାନେ ରାତି ଦିନ ଏକ କରି ମାସ୍କ ସିଲେଇ କରି ଘର ଘର ବୁଲି ପ୍ରତ୍ୟେକ ଲୋକମାନଙ୍କୁ…
ଭୋପାଳ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ଏହାକୁ ନେଇ ରାଜନୀତି ଜାରି ରହିଛି । ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ନରେନ୍ଦ୍ର ମୋଦି ଜାଣିଶୁଣି ଲକ୍ଡାଉନ୍ ଲାଗୁ କରିବାରେ ବିଳମ୍ବ କରିଥିଲେ ବୋଲି ସିପିଆଇ ନେତା ସୀତାରାମ ୟେଚୁରୀ ପ୍ରକାଶ କରିଛନ୍ତି । ଗୋଟିଏ ରାଜ୍ୟର କ୍ଷମତା ଦଖଲ ପାଇଁ ବିଜେପି ସରକାର ଲକ୍ଷାଧିକ ଜନତାଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି ବୋଲି ୟେଚୁରୀ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶରୁ ଗୋଟିଏ ଦିନରେ 361 ନୂତନ ସଙ୍କ୍ରମଣ ସମ୍ମୁଖକୁ ଆସିବା ପରେ ୟେଚୁରୀ ଏହି ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ 23 ତାରିଖରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ 24 ତାରିଖରେ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଏପରି ପଦକ୍ଷେପର ଜବାବ ଜନତା ଦେବେ ବୋଲି ୟେଚୁରୀ ପ୍ରକାଶ କରିଛନ୍ତି । (ଏଜେନ୍ସି)
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସେନା ପକ୍ଷରୁ କରାଯାଇଥିବା ଏନ୍କାଉଣ୍ଟରରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର କ୍ଷିତଓ୍ବାର ଜିଲ୍ଲାର ଡାଚନ୍ରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି ଦୁଇ ଆତଙ୍କୀ ବୁଧବାର ଦିନ ଏକ ପୋଲିସ୍ ଦଳ ଉପରକୁ ଆକ୍ରମଣ କରିବା ସହିତ ଦୁଇଟି ରାଇଫଲ୍ ନେଇ ଯାଇଥିଲେ । ଶୁକ୍ରବାର ଏନ୍କାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିବା ସହିତ ରାଇଫଲ୍ ଦୁଇଟିକୁ ଜବତ କରିଛି ଭାରତୀୟ ସେନା । ବୁଧବାର ଠାରୁ ଜମ୍ମୁ କାଶ୍ମୀର ପୋଲିସ୍ ଏବଂ ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି କରାଯାଇଥିଲା । (ଏଜେନ୍ସି)
ଦେବ ରଞ୍ଜନ ଆମ ଦୃଷ୍ଟିର ବ୍ୟାପକତା ହିଁ ସୃଷ୍ଟି କରେ ଆମର ଦାୟିତ୍ଵ ଓ ଆମର ଭଲପାଇବାର ସୀମା ହିଁ ସୃଷ୍ଟି କରିଥାଏ ଆମର ମାନବିକତା। କରୋନାର ବ୍ୟାପକତା ଆମକୁ ଆଣିଦେଇଛି ଆଉଥରେ ଆମକୁ, ଆମ ଚାରିପାଖର ସମାଜ ଓ ସରକାରଙ୍କୁ ବୁଝିବା ଲାଗି ଆଉ ଏକ ସୁଯୋଗ। ଆମେ ଜାଣୁଛୁ ଯେ ଗୋଟେ ରାଜ୍ୟ କଣ ଗୋଟେ ଦେଶ ମଧ୍ୟ ଯଦି ଚାହେଁ ତେବେ ବି ଭୂତାଣୁର ସଂକ୍ରମଣକୁ ରୋକିପାରିବ ନାହିଁ। ଆମେ ବିଶ୍ଵକରଣର ଦାସ ପାଲଟିସାରିଛେ। ଜାନୁଆରୀ 30 ତାରିଖରେ ଯେବେ କରୋନା ରୋଗୀ ପ୍ରଥମେ କେରଳରେ ଚିହ୍ନଟ କରାଗଲା ସେତେବେଳଠାରୁ ଏୟାରପୋର୍ଟ ଗୁଡିକୁ ବନ୍ଦ କରିଦେବାର ଥିଲା। କିନ୍ତୁ ଧନିକଗୋଷ୍ଠୀର ‘ରାଜନୈତିକ ପ୍ରଭାବ’ ଓ ଶାସକଦଳର ସ୍ଵାର୍ଥ ମନୋବୃତ୍ତି ସେଭଳି କିଛି ହେବାକୁ ଦେଲା ନାହିଁ। ପ୍ଲେଗ ଯେବେ ଇଉରୋପ ପହଞ୍ଚିନଥିଲା ଇତିହାସ କହୁଛି (ଦି ବ୍ଲାକ ଡେଥ) ଇଟାଲୀର ଶାସକଙ୍କୁ “ପ୍ରଭାବିତ” କରି ଏସିଆର ଏକ…
ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କ୍ରମଣ ସମ୍ପର୍କରେ ଅପଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍ଚୀ । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ବାଗ୍ଚୀ କୋଭିଡ୍-19ର ଅପ୍ଡେଟ୍ ପ୍ରଦାନ କରିଛନ୍ତି । ରାଜ୍ୟରେ ସମୁଦାୟ 7577 ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିବା ବେଳେ 60 ଜଣ ପଜିଟିଭ୍ ରହିଛନ୍ତି । 19 ଜଣ ବ୍ୟକ୍ତି ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶା ମାଇନିଂ କର୍ପୋରେସନ୍ ସହାୟତା ପୁରୀରେ ଏକ 200 ଶଯ୍ୟା ବିଶିଷ୍ଟ କୋଭିଡ୍-19 ହସ୍ପିଟାଲର କାର୍ଯ୍ୟ ଆରମ୍ଭଗ ହୋଇଥିବା ନେଇ ବାଗ୍ଚୀ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଭୁବନେଶ୍ବରରେ 5 ହଜାର ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । ନୁମନା ସଂଗ୍ରହ କାର୍ଯ୍ୟରେ ଯଦି କେହି ଅସହୋଯୋଗ କରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କୃଷି…
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲ । ଶୁକ୍ରବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13837ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 1007 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 1749 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 437 ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ବିଗତ 24 ଘଣ୍ଟା ମଧ୍ୟରେ 29ଟି ନୂତନ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କରୋନା ସଙ୍କ୍ରମଣ ହାର ହ୍ରାସ ପାଇଥିବା ନେଇ ମଧ୍ୟ ସୂଚନା ମିଳିଛି । 19ଟି ରାଜ୍ୟରେ କରୋନା ସଙ୍କ୍ରମଣ ଜାତୀୟ ସଙ୍କ୍ରମଣ ହାରଠାରୁ ନିମ୍ନରେ ରହିଛି । ଦେଶରେ ପ୍ରତି 6.2 ଦିନରେ ସଙ୍କ୍ରମଣ ଦ୍ବିଗୁଣିତ ହେଉଥିବା ବେଳେ 19ଟି ରାଜ୍ୟରେ ଏହା ତଳୁଆ ରହିବା ସନ୍ତୋଷ ଜନକ ବୋଲି ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି…
ଜଗତସିଂହପୁର: ରାଜ୍ୟ ସରକାରଙ୍କ ଫାଇଭଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ପାରାଦୀପ ଏବଂ ଜଗତସିଂହପୁର ପରିଦର୍ଶନ କରିଛନ୍ତି। ପାରାଦୀପ ଏବଂ ଜଗତସିଂହପୁରରେ ରହିଥିବା ଶ୍ରମିକ କ୍ୟାମ୍ପ ପରିଦର୍ଶନ କରିବା ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଷଣ୍ଢକୁଦର କୋଷ୍ଟଗାର୍ଡ କଲୋନୀରେ ରହିଥିବା ଏହି କ୍ୟାମ୍ପରେ ୮୬ ଜଣ ଶ୍ରମିକ ରହିଛନ୍ତି। ଏହି କ୍ୟାମ୍ପରେ ପଶ୍ଚିମବଙ୍ଗ, ବିହାର ଏବଂ ବାଲେଶ୍ବରର ଶ୍ରମିକ ରହିଛନ୍ତି। କ୍ୟାମ୍ପରେ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି କ୍ୟାମ୍ପରେ ଦୈନିକ ଦୁଇଥର ଖାଦ୍ୟ ପ୍ରଦାନ କରାଯିବା ସହିତ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ।
ଭୁବନେଶ୍ବର: ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଯୁବ କଲ୍ୟାଣ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଥିଲେ ଯେ, ବିଜୁ…
ବେଙ୍ଗାଲୁରୁ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀଙ୍କ ପୁଅ ନିଖିଲ୍ ଗୌଡା ବିବାହ କରିଛନ୍ତି । ନିଖିଲ୍ଙ୍କ ବିବାହର ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରାଯାଇଥିବା ଜଣାପଡିଛି । କର୍ଣ୍ଣାଟକର ରାମନଗରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ବିବାହରେ ଯୋଗ ଦେଇଥିବା କୌଣସି ବ୍ୟକ୍ତି ମାସ୍କ ପିନ୍ଧିନଥିବା ବେଳେ ସାମାଜିକ ଦୂରତ୍ବକୁ ମଧ୍ୟ କେହି ଧ୍ୟାନ ଦେଇନଥିଲେ । ଘଟଣାର ତଦନ୍ତ ପାଇଁ ପୋଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁ୍ଖ୍ୟମନ୍ତ୍ର ସିଏନ୍ ଅଶ୍ବତ୍ଥନାରାୟଣ । ସାମାଜିକ ଦୂରତ୍ବକୁ ପାଳନ କରିବା ପାଇଁ ରାଜି ହେବା ପରେ ଏହି ବିବାହ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଯଦି ନିୟମ ଉଲ୍ଲଂଘନ କରାଯାଇଥାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଶ୍ବତ୍ଥନାରାୟଣ ସୂଚନା ଦେଇଛନ୍ତି । (ଏଜେନ୍ସି)
ମୁମ୍ବାଇ : କରୋନା ମୁକାବିଲା ପାଇଁ ବିଭିନ୍ନ ବଲିଉଡ୍ କଳାକାର ଆଗକୁ ଆସୁଥିବା ବେଳେ ସହାୟତାର ହାତ ବଢାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଆୟେଶା ଟାକିଆ । ନିଜ ସ୍ବାମୀ ତଥା ହୋଟେଲିୟର୍ ଫରହାନ୍ ଆଜ୍ମୀଙ୍କକ ସହିତ ମିଶି ଆୟେଶା ନିଜର ଜୁହୁ ସ୍ଥିତ ହୋଟେଲକୁ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୋଲି ଦେଇଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହି ହୋଟେଲ୍ ଖୋଲାଯାଇଛି । ଏହା ବ୍ୟତିରେକ ଦକ୍ଷିଣ ମୁମ୍ବାଇର ବ୍ରିହାନୁମୁମ୍ବାଇ ସ୍ଥିତ ଅନ୍ୟ ଏକ ହୋଟେଲକୁ ନଗର ପାଳିକାକୁ ପ୍ରଦାନ କରାଯାଇଛି । ଏହି ହୋଟେଲଟିକୁ କ୍ବାରାଣ୍ଟାଇନ୍ ସେଣ୍ଟର ଭାବରେ ବ୍ୟବହୃତ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ନିଜର ଚାରି ମହଲା କୋଠାକୁ କ୍ବାରାଣ୍ଟାଇନ୍ ସୁବିଧା ପାଇଁ ପ୍ରଦାନ କରିଥିଲେ । (ଏଜେନ୍ସି)
ଅମୃତସର, ପୋଲିସ କମିଶରନ ସୁଖଚେନ୍ ସିଂ କରୋନା ଭାରସ କବଳରୁ ମୁକ୍ତ ରହିବା ପାଇଁ ବ୍ୟବହୃତ ହେଉଥିବା ପିପିଇ ବା Personal Protective Equipment ବଣ୍ଟନ କରୁଛନ୍ତି।
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସପ୍ତପଦୀ ମନ୍ତ୍ରକୁ ନେଇ ସୁଦର୍ଶନ ବାଲୁକା କଳା ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲ । ଏହି ସଚେତନତା ବାର୍ତ୍ତାର ଏକ ଫଟୋ ସୁଦର୍ଶନ ଟ୍ବିଟ୍ କରିଥିବା ବେଳେ ପ୍ରଧାନମନ୍ତ୍ରୀ ରିଟ୍ବିଟ୍ କରିଥିଲେ । ରିଟ୍ବିଟ୍ କରିବା ସହିତ ସଚେତନତା ସୃଷ୍ଟି କରିବାର ଏହା ଏକ ଅନନ୍ୟ ଉପାୟ ବୋଲି ମୋଦି ଟ୍ବିଟ୍ କରିଥିଲେ । (ଏଜେନ୍ସି)
ହରିୟାଣା: ଭାରତୀୟ ମହିଳା ରେସ୍ଲର୍ ବବିତା ଫୋଗତଙ୍କ ଏକ ଟ୍ବିଟ୍କୁ ନେଇ ବିବାଦ ଦେଖାଦେଇଛି। କରୋନା ସଙ୍କଟ ପାଇଁ ତବଲିଗୀ ଜମାତୀଙ୍କୁ ଦାୟୀ କରି ବବିତା ଏହି ଟ୍ବିଟ୍ କରିବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଏକାଧିକ ଟ୍ବିଟ୍ଟର ବ୍ୟବହାରକାରୀ ବବିତାଙ୍କୁ ବିରୋଧ କରିଥିବା ବେଳେ ତାଙ୍କ ସମର୍ଥନରେ ମଧ୍ୟ ଟ୍ବିଟ୍ କରାଯାଇଥିଲା। ଏହା ସହିତ ସାଥୀ ଖେଳାଳି ଯୋଗେଶ୍ବର ଦତ୍ତ ଏବଂ ବଜରଙ୍ଗ ପୁନିଆ ବବିତାଙ୍କ ସମର୍ଥନରେ ବାହାରିଥିଲେ। କରୋନା ଭାଇରସ୍ ଭାରତର ଦ୍ବିତୀୟ ବୃହତର ସମସ୍ୟା ପ୍ରଥମରେ ଜମାତୀ ରହିଛନ୍ତି ବୋଲି ବବିତା ଟ୍ବିଟ୍ କରିଥିଲେ। ଏହାକୁ ନେଇ ବିଭିନ୍ନ ଟ୍ବିଟ୍ଟର ବ୍ୟବହାରକାରୀ ବବିତାଙ୍କ ମନ୍ତବ୍ୟକୁ ବିରୋଧ କରି ତାଙ୍କ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ମତ ଦେଇଥିଲେ। ଏହାପରେ ଟ୍ବିଟ୍ଟରରେ ଦୁଇଟି ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ସସ୍ପେଣ୍ଡ ବବିତା ଫୋଗଟ ଏବଂ ଆଇ ସପୋର୍ଟ ବବିତା ପରି ଦୁଇଟି ଟ୍ରେଣ୍ଡ ଭାଇରାଲ୍ ହୋଇଥିଲା। ବବିତାଙ୍କ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୋଭିଡ୍-19ର ମୁକାବିଲା ପାଇଁ ସାରା ଦେଶରେ ଲକ୍ଡାଉନ୍। ଏହି ସମୟରେ ବହୁ ବ୍ୟକ୍ତି, ଅନୁଷ୍ଠାନ ଆର୍ଥିକ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ଆଜି କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍କୁ 10 ହଜାର ଟଙ୍କା ଦାନ କରାଯାଇଛି। କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ବାବୁରାମ ଚୌଧୁରୀଙ୍କ ନେତୃତ୍ବରେ ଅନଙ୍ଗ କୁମାର ମହାପାତ୍ର, ବିଷ୍ଣୁ ଚରଣ ମୁଦୁଲି, ସତ୍ୟାନନ୍ଦ ନାଥ, ଦେବୀ ପ୍ରସାଦ ପଟ୍ଟନାୟକ ଭାରପ୍ରାପ୍ତ ବିଡିଓ ଡ. ପୂଜା ଲେଙ୍କାଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି।
ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ଭୁବନେଶ୍ବର କରୋନାର ହଟସ୍ପଟ୍ ହୋଇଥିବାରୁ ଏଠାରେ ବ୍ୟାପକ ଟେଷ୍ଟ କରାଯିବ। ୫ ହଜାର ଯାଏଁ ଟେଷ୍ଟ କ୍ଷମତା ବଢାଇବାକୁ ପ୍ରସ୍ତୁତି କରାଯାଇଛି। ସାତ ଦିନ ମଧ୍ୟରେ ଭୁବନେଶ୍ବରରେ ୫ ହଜାରର ଟେଷ୍ଟ ହେବ। ତେବେ ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ ଶାସନ ସଚିବ। ଚାରୋଟି କ୍ୟାଟେଗାରୀରେ ଲୋକଙ୍କୁ ଚୟନ କରାଯାଇ ସାମ୍ପଲ୍ ନିଆଯିବ। ଟ୍ରାଭେଲ୍ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ୍ ନିଆଯିବ। ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ। ସେହିପରି ସ୍ବାସ୍ଥ୍ୟ କର୍ମୀ, ପୋଲିସ୍, କର୍ମଚାରୀଙ୍କ ସାମ୍ପଲ୍ ଟେଷ୍ଟ ମଧ୍ୟ କରାଯିବା। ଭୁବନେଶ୍ବରରେ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର କ୍ୟାମ୍ପ୍ କରାଯିବ। ଉଭୟ…
ପୁରୀ : ଲକ୍ ଡାଉନ୍ ପାଇଁ ଆର୍ଥିକ ସ୍ଥିତି ବିଗିଡି ଥିବାରୁ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଆର୍ଥିକ ସହାୟତା । ପ୍ରତି ସେବାୟତ ପରିବାରକୁ ମିଳିବ 5 ହଜାରଟଙ୍କା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା । ସେବାୟତ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର୍ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି । ଲକ୍ ଡାଉନ୍ ଯୋଗୁଁ ଶ୍ରୀମନ୍ଦିରକୁ ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଭକ୍ତମାନେ ମନ୍ଦିର ଆସୁନଥିବାରୁ ଏହାର ସିଧା ପ୍ରଭାବ ସେବାୟତଙ୍କ ଉପରେ ପଡିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କୁ ସାହାଯ୍ୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।

