Author: Samikhsya Bureau

କେନ୍ଦୁଝର: ଛଅ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି। ବାମେବାରୀ ଥାନା ଅଞ୍ଚଳରୁ ଶବ ମିଳିବା ପରେ ଘଟଣା ପଦାକୁ ଆସିଛି। ଜଙ୍ଗଲରେ ଦୁଷ୍କର୍ମ କରାଯାଇ ହତ୍ୟା କରାଯଶଇଛି। ପଡୋଶୀ ନାବାଳକ ଜଣକ ନାବଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ କାଠ ଫାଳିଆରେ ପିଟି ମାରି ଦେଇଥିବାର ସୂଚନା ରହିଛି। ମାରି ସାରିବା ପରେ ଗାଁ ପାଖ ଜଙ୍ଗଲରେ ମୃତଦେହକୁ ଫିଙ୍ଗି ଦେଇଥିବା ସୂଚନା ରହିଛି। ଜଙ୍ଗଲରୁ ମୃତଦେହ ମିଳିବା ପରେ ପୋଲିସ୍‌ ଏହାକୁ ନେଇ ତନାଘନା ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ନାବାଳକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

Read More

ଭୁବନେଶ୍ବର : କଟକ- ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ କଟକଣା । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କରୋନା ସଂକ୍ରମଣ ରୋକିବା ଲାଗି ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ପରିସ୍ଥିତିରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇ କୁହାଯାଇଛି । ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଟ୍ବିଟ୍‌ ଜରିଆରେ କହିଛନ୍ତି ଯେ, କୃଷି କାର୍ଯ୍ୟକୁ ଖୁବ୍ ସାବଧାନତାର ସହ ଆରମ୍ଭ କରାଯାଉଛି । କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ। ସେଥି ପାଇଁ ଲୋକେ ଦୟାକରି ଘରେ ରୁହନ୍ତୁ ଏବଂ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ଟ୍ବିଟ୍‌ କରିଛନ୍ତି ।

Read More

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜାସନ୍‌ ଗିଲେସ୍ପୀ । ଉଭୟ ଲାରା ଏବଂ ତେନ୍ଦୁଲକର କ୍ରିକେଟ୍‌ର ମହାନତମ ବ୍ୟାଟ୍ସମ୍ୟାନ୍‌ । ଉଭୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବା କଷ୍ଟସାଧ୍ୟ ମାତ୍ର ଲାରାଙ୍କୁ ଆଉଟ୍‌ କରିବା ଅପେକ୍ଷାକୃତ ସହଜ । ଉଭୟ ଖେଳାଳିଙ୍କ ମଧ୍ୟରେ ସଚିନ୍‌ଙ୍କ ଡିଫେନ୍ସ ଅଧିକ ଶକ୍ତିଶାଳୀ । ଏକାଧିକ ଥର ସଚିନ୍‌ଙ୍କୁ ଆଉଟ୍‌ କରିବା କେବଳ କଷ୍ଟସାଧ୍ୟ ହୋଇନଥାଏ ବରଂ ଅସମ୍ଭବ ପ୍ରତୀୟମାନ ହୋଇଥାଏ । ଉଭୟଙ୍କ ଖେଳାଳିଙ୍କ ମଧ୍ୟରେ ଆଲୋଚନା କରିବା ପାଇଁ ସୁଯୋଗ ମିଳିଥିବାରୁ ଫ୍ୟାନ୍‌ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । (ଏଜେନ୍ସି)

Read More

ଗୋଆ : ପ୍ରଥମ ରାଜ୍ୟ ଭାବେ କରୋନାରୁ ମୁକ୍ତ ହେଲା ଗୋଆ । ରାଜ୍ୟରେ ଏବେ କରୋନାର ଜଣେ ବି ପଜିଟିଭ୍‌ ନାହିଁ। ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍‌ ରାଣେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ, ଏବେ ଶୂନ୍ୟ ବାସ୍ତବରେ ବହୁତ ମୂଲ୍ୟବାନ । ଗୋଆରେ ରହିଥିବା ସମସ୍ତ କୋଭିଡ୍‌ ପଜିଟିଭ୍‌ ମାମଲା ଏବେ ନେଗେଟିଭ୍‌ ରହିଛି । ଗୋଆରେ ମାତ୍ର 7ଟି କେସ୍‌ ରହିଥିଲା ।  ସେହିପରି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏଥିପାଇଁ ଖୁସି ବ୍ୟକ୍ତ କରିବା ସହିତ କହିଛନ୍ତି ଯେ, ତିନି ମେ’ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିବ । କେନ୍ଦ୍ର ଗାଇଡ୍‌ ଲାଇନ୍‌ ଅନୁସାରେ କିଛି କ୍ଷେତ୍ର ପାଇଁ ରିହାତି ଦିଆଯିବ । ଗୋଆରେ ଏପ୍ରିଲ୍‌ 3 ତାରିଖ ପରଠାରୁ ଗୋଆରେ କରୋନା ଜନିତ କୌଣସି ନୂତନ ମାମଲା ଆସିନାହିଁ । ମାର୍ଚ୍ଚ 18 ତାରିଖରେ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: ବିଶ୍ବ ମହାମାରୀ ରୂପ ନେଇଥିବା କରେନାକୁ ଦେଶରେ ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। କରୋନା ଯୋଗୁଁ ଲକଡାଉନରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଜଗତସିଂହପୁର ଓ ତିର୍ତ୍ତୋଲ ବିଜୁ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତ ଦାନ କାର୍ଯ୍ୟକ୍ରମ ହୋଇଛି। ଏହି କରୋନା ମହାମାରୀ ସମୟରେ ସାରା ରାଜ୍ୟରେ ଦେଖା ଦେଇଥିବା ରକ୍ତର ଅଭାବ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ସୁଚାରୁ ରୂପେ ତୁଲାଉଥିବାରୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଠ ନେତା ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ସାଂସଦ ଡ଼ା. ଅମର ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି। ଜଗତସିଂହପୁରର ଛାତ୍ର ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ସୁପୁତ୍ର ବିଜୟ ଶଙ୍କର ଦାସ ଏବଂ ଯୁବ ଜନତା ଦଳ ସମ୍ପାଦକ ରଶ୍ମି ରଞ୍ଜନ ଚୌଧୁରୀଙ୍କ ସଚେତନତା ରୋଲ୍ ମଡେଲକୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁର ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଦେଶୀ ମଦ ଏବଂ ଅସ୍ତ୍ର ଶସ୍ତ୍ର ସହିତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଝିଣ୍ଟିକାପଲ୍ଲୀ ଗ୍ରାମର ଗଙ୍ଗାଧର ପରିଡାଙ୍କୁ ପୋଲିସ୍‌ ଗିରଫ କରିବା ସହିତ ୪୦ ଲିଟର ଦେଶୀ ମଦ ଜବତ କରିଛି। ଲକ୍‌ଡାଉନ୍‌ ସମୟରେ ଦେଶୀ ଚୋରାମଦ ବ୍ୟବସାୟକୁ ରୋକିବାରେ ବାଣପୁର ପୋଲିସକୁ ବଡ ସଫଳତା ମିଳିଛି। ଏହା ସହିତ ଗଙ୍ଗାଧରଙ୍କ ଘର ଉପରେ ଚଢାଉ କରି ପୋଲିସ୍‌ ଏକ ଦେଶୀ ବନ୍ଧୁକ ଏବଂ ବୋମା ଜବତ କରିଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବାଣପୁର ପୋଲିସ୍‌ ଚଢାଉ କରି ୪୦ ଲିଟର ଦେଶୀ ମଦ ସହିତ ଅରବିନ୍ଦଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅରବିନ୍ଦଙ୍କ ଘର ଉପରେ ଚଢାଉ କରି ଗୋଟିଏ ଦେଶୀ ବନ୍ଧୁକ, ଗୁଳି ତିଆରି ବାରୁଦ ଏବଂ ବୋମା ତିଆରି କରିବା ସାମଗ୍ରୀ ଜବତ କରିଥିଲା ପୋଲିସ୍‌। ବାଣପୁର ପୋଲିସ୍‌ ପକ୍ଷରୁ ଆଇଆଇସି ସଞ୍ଜୟ…

Read More

କୋରାପୁଟ, ଆଜି କୋରାପୁଟ ଆକାଶରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଯାହା ସେଠାକାର ବାସିନ୍ଦାଙ୍କୁ କରି ଦେଇଛି ଆଶ୍ଚର୍ଯ୍ୟ। ରବିବାର ଠିକ ମଧ୍ୟାହ୍ନ 12ଟା ବେଳେ ଆରମ୍ଭ ହୋଇଥିଲା ଏହି ଦୃଶ୍ୟ। କୋରାପୁଟ ଆକାଶ ମେଘାଛନ୍ନ ଥିବା ବେଳେ ଝାପସା ସୂର୍ଯ୍ୟଙ୍କ ଚାରିପଟେ ଦେଖିବାକୁ ମିଳିଥିଲା ଏକ ବିରାଟ ଇନ୍ଦ୍ରଧନୁ। ଲାଗୁଥିବା ସତେ ଯେପରି ସୂର୍ଯ୍ୟଙ୍କ ଚାରିପଟେ ରହିଛି ଏକ ସୁରକ୍ଷା ବଳୟ। ଠିକ୍ ମଧ୍ୟାହ୍ନ 12 ଟାରେ ଏହି ବିରଳ ଦୃଶ୍ୟ ଆରମ୍ଭ ହେଲା ଏବଂ 12 ଟା 7 ବେଳକୁ ପୁରା ସ୍ପଷ୍ଟ ପ୍ରତିୟମାନ ହେଲା। ଏହିପରି ଦୃଶ୍ୟ ପ୍ରାୟ 15 ମିନଟ ଧରି ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା। ଏହାପରେ ଧିରେ ଧିରେ ତାହା ଲିଭି ଯାଇଥିଲା। ସାଧାରଣତଃ ମଧ୍ୟାହ୍ନ ବେଳେ ସୂର୍ଯ୍ୟ ପ୍ରାୟତଃ ମୁଣ୍ଡ ଉପରେ ଥାଆନ୍ତି ଏବଂ ଏହି ସମୟରେ ଲୋକମାନଙ୍କର ଚଳପ୍ରଚଳ ବେଶୀ ହୋଇଥାଏ। ହେଲେ ଲକ ଡାଉନ ଯୋଗୁଁ ଲୋକେ…

Read More

ନୂଆଦିଲ୍ଲୀ : ଭାରତୀୟ ପେସ୍‌ ବୋଲର ଆଶିଷ ନେହେରା ଇମ୍ରାନ୍‌ ଖାନ୍‌ଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । 2004 ଗସ୍ତ ସମୟରେ ଲକ୍ଷ୍ମୀପତି ବାଲାଜୀ ଇମ୍ରାନ୍‌ ଖାନ୍‌ଙ୍କ ଠାରୁ ଅଧିକ ଲୋକପ୍ରିୟ ଥିଲେ ବୋଲି ନେହେରା ମତ ଦେଇଛନ୍ତି । 2004ର ଏହି ଗସ୍ତ ପରେ ବାଲାଜୀ ଲୋକପ୍ରିୟତା ହାସଲ କରିଥିଲେ । ଏହି ଗସ୍ତରେ ଭାରତ ଉଭୟ ଟେଷ୍ଟ ଏବଂ ଦିନିକିଆ ସିରିଜ୍‌ରେ ବିଜୟୀ ହୋଇଥିଲା । ଟେଷ୍ଟ ସିରିଜ୍‌ରେ ବାଲାଜୀ 12ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦିନିକିଆରେ ତିନି ମ୍ୟାଚ୍‌ରେ 45 ରନ୍‌ ସଂଗ୍ରହ କରିଥିଲେ । ବ୍ୟାଟିଂରେ ବାଲାଜୀ ସୋଏବ୍‌ ଅଖ୍‌ତରଙ୍କୁ ଏକ ଛକ୍କା ମଧ୍ୟ ମାରିଥିଲେ । ଏହି ଗସ୍ତ ସମୟରେ ଉଭୟ ରାଷ୍ଟ୍ରର ଗଣମାଧ୍ୟମ ବାଲାଜୀଙ୍କୁ ପ୍ରଶଂସା କରିଥିଲେ । ଏହି ସମୟରେ ବାଲାଜୀ, ବର୍ତ୍ତମାନର ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତୁଳନାରେ ଅଧିକ ଲୋକପ୍ରିୟ ରହିଥିଲେ ବୋଲି ନେହେରା…

Read More

ନୂଆଦିଲ୍ଲୀ : କରୋନା ପ୍ରଭାବରେ ଜଣେ 45 ଦିନର ଶିଶୁ ପ୍ରାଣ ହରାଇଥିବା ବେଳେ ଶିଶୁ ସଂସ୍ପର୍ଶରେ ଆସିଥିବା 30 ଜଣ ବ୍ୟକ୍ତିଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । ଦିଲ୍ଲୀ ସ୍ଥିତ ଲେଡି ହର୍ଡିଂ ହସ୍ପିଟାଲରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଅନ୍ୟ 6 ଜଣ ସ୍ବାସ୍ଥ୍ୟ କର୍ମୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଶିଶୁ ସଂସ୍ପର୍ଷରେ ଆସିଥିବା 30 ଜଣଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି । ଏହା ସହିତ ଏହି ଦେଶର ସର୍ବକନିଷ୍ଠ କରୋନା ଆକ୍ରାନ୍ତ ଭାବରେ ଏହି ଶିଶୁଟି ପ୍ରାଣ ହରାଇଛି । ଶିଶୁଟିର ଚିକିତ୍ସା କରିଥିବା 2 ଡାକ୍ତର ଏବଂ 3 ଜଣ ନର୍ସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ବର : ବିଭିନ୍ନ ରାଜ୍ୟରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡିଆଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭିଡିଓ ପ୍ରାରମ୍ଭରେ ନବୀନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ଏହାର ଭୟାବହତା ସମ୍ପର୍କରେ ପ୍ରକାଶ କରିବା ସହିତ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନ୍ୟ ରାଜ୍ୟର ପ୍ରାୟ 1 ଲକ୍ଷ ଲୋକ ଓଡିଶାରେ ରହିଥିବା ବେଳେ ଓଡିଶା ସରକାର ସେମାନଙ୍କର ଉପଯୁକ୍ତ ଯତ୍ନ ନେଉଛନ୍ତି । ସେହିପରି ଭାବରେ ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀ ଲକ୍‌ଡାଉନ୍‌ କାରଣରୁ ଅନ୍ୟ ରାଜ୍ୟ ମାନଙ୍କରେ ଫସି ରହିଛନ୍ତି । ଅନ୍ୟ ରାଜ୍ୟ ମାନଙ୍କର ପ୍ରଚେଷ୍ଟା ସତ୍ତ୍ବେ ମଧ୍ୟ ଶ୍ରମିକ ମାନଙ୍କର ଜୀବନ ସ୍ବାଭାବିକ ହୋଇନାହିଁ । କଟକଣା ଉଠିବା ପରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇ ଶ୍ରମିକ ମାନଙ୍କୁ ଫେରାଇ ଅଣାଯିବ । ଅନ୍ୟ ରାଜ୍ୟରୁ ଫେରିବାକୁ ପଞ୍ଚାୟତରେ ପଞ୍ଜୀକରଣ…

Read More

ନୂଆଦିଲ୍ଲୀ : କରୋନା ପ୍ରଭାବରେ ବିଭିନ୍ନ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ଦୁଗ୍ଧ ବ୍ୟବସାୟ ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି । ବିଗତ ଏକ ମାସ ମଧ୍ୟରେ ଦୁଗ୍ଧ ବ୍ୟବସାୟରେ ପ୍ରାୟ 8.8 ପ୍ରତିଶତର ହ୍ରାସ ଘଟିଛି । ଜାତୀୟ ଦୁଗ୍ଧଜାତ ଦ୍ରବ୍ୟ ବୋର୍ଡ (ଏନ୍‌ଡିଡିବି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାର୍ଚ୍ଚ 16ରୁ ଏପ୍ରିଲ୍‌ 12 ମଧ୍ୟରେ ଦୁଗ୍ଧ ଏବଂ ଦୁଗ୍ଧଜାତ ପଦାର୍ଥ ବିକ୍ରି ହ୍ରାସ ପାଇଥିବା ଜଣାପଡିଛି । ଏନ୍‌ଡିଡିବିର ଚେୟାରମ୍ୟାନ୍‌ ଦିଲ୍ଲୀପ ରଥ ଏହି ସୂଚନା ପ୍ରଦାନ କରିଛନ୍ତି । କରୋନା କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବ୍ୟବସାୟରେ ହ୍ରାସ ଘଟିଥିଲେ ମଧ୍ୟ ଏହା ନିରାଶାଜନକ ନୁହେଁ ବୋଲି ରଥ ପ୍ରକାଶ କରିଛନ୍ତି । କରୋନା ପରେ ଦୁଗ୍ଧ ବ୍ୟବସାୟ ପୁନର୍ବାର ଟ୍ରାକ୍‌କୁ ଫେରିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

Read More

ନୂଆଦିଲ୍ଲୀ : କରୋନା ଦ୍ବାରା ପେନ୍‌ସନ୍‌ ଧାରକ ପ୍ରଭାବିତ ହେବେନାହିଁ ବୋଲି କୁହାଯାଇଛି । କରୋନା କାରଣରୁ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଂକଟର ମୁକାବିଲା ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ହ୍ରାସ କରାଯିବ ବୋଲି ଗୁଜବ ସୃଷ୍ଟି ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ କାର୍ମିକ ମନ୍ତ୍ରଣାଳୟର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ କାଳରେ ନାନା ପ୍ରକାର ଗୁଜବ ପ୍ରଚାରିତ ହେଉଛି । ପେନସନ ବନ୍ଦ ଓ ହ୍ରାସ ନେଇ ଏମିତି କିଛି ଗୁଜବ ପ୍ରଚାରିତ ହେବା ଫଳରେ ଏହା ପେନସନଭୋଗୀଙ୍କ ଚିନ୍ତା ବଢ଼ାଇଛି । ତେବେ ଏହା ଏକ ଗୁଜବ ଏବଂ ଏଥିରେ କୌଣସି ସତ୍ୟତା ନାହିଁ । ସରକାରଙ୍କର ପେନସନ ହ୍ରାସ କିମ୍ବା ବନ୍ଦ କରିବାର କୌଣସି ପ୍ରସ୍ତାବ ନାହିଁ ଏବଂ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ…

Read More

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ବିମାନ ଚଳାଚଳ ବାତିଲ ରହିଥିବା ବେଳେ ବର୍ତ୍ତମାନ ଘରୋଇ ବିମାନ ଚଳାଚଳ ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି । ରବିବାର ବିଭିନ୍ନ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଟିକଟ ବୁକିଂ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ସାଧାରଣ ଲୋକ ସନ୍ଦିହାନ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଲକ୍‌ଡାଉନ୍‌ ସମାପ୍ତ ହୋଇନଥିବାରୁ ଏସମ୍ପର୍କରେ କୌଣସି ଘୋଷଣା କରାଯାଇନାହିଁ ଏବଂ ଖୁବ୍‌ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣାପଡିଛି । (ଏଜେନ୍ସି)

Read More

ଭୁବନେଶ୍ବର : ବିଭିନ୍ନ ପଡୋଶୀ ରାଜ୍ୟରେ ଅଟକି ରହିଥିବା ଓଡିଆଙ୍କୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନ 4.30 ମିନିଟ୍‌ରେ ପ୍ରବାସୀ ଓଡିଆଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରଦାନ କରିବେ । ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଓଡିଆ ମାନେ କଷ୍ଟରେ ରହିଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ନବୀନ ଏହି ବାର୍ତ୍ତା ପ୍ରଦାନ କରିବେ । ଉଲ୍ଳେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 61 ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତନ୍ମଧ୍ୟରୁ 24 ଜଣ ସୁସ୍ଥ ହୋଇ ସାରିଛନ୍ତି ।

Read More

ଭୁବନେଶ୍ବର, ବର୍ତ୍ତମାନ ଲକଡାଉନ ଯୋଗୁଁ ଚାରିଆଡେ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ହୋଇ ପଡିଛି। ଏପରି କ୍ଷେତ୍ରରେ ବୁଲା ଗାଈଗୋରୁଙ୍କ ଖାଦ୍ୟ ସମସ୍ୟା ଜଟିଳ ହୋଇପଡିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ବିଏମସି ତରଫରୁ ପଦକ୍ଷେପ ନିଆଯାଇଛି। ସେହିପରି ପିପୁଲ ଫର ଆନିମଲ ତରଫରୁ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଗୋଖାଦ୍ୟ ପ୍ରଦାନ କରାଯାଉଛି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ସଜାଗ ହୋଇ ରୁହନ୍ତୁ, କାରଣ ଏବେ ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ୍‌। ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବ ଡ୍ରୋନ୍‌।ଲକ୍ ଡାଉନ୍‌ ପରିପ୍ରେକ୍ଷୀରେ ସବୁ ଅଞ୍ଚଳରେ ପୋଲିସ୍‌ କର୍ମୀମାନେ ଯାଞ୍ଚକୁ କଡାକଡି କରିଛନ୍ତି। କିଛି ଅସାମାଜିକ ବ୍ୟକ୍ତିମାନେ ଆଜି ବି ତାଙ୍କ କାମରେ ଲିପ୍ତ ରହୁଛନ୍ତି। ଏଥିପାଇଁ ବାଲୁଗାଁ ରେଳ ସୁରକ୍ଷା ବଳ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି। ଏହି ଡ୍ରୋନ୍‌ ଜରିଆରେ ବାଲୁଗାଁ ରେଳ ଷ୍ଟେସନରେ ସମସ୍ତ କାର୍ଯ୍ୟକଳାପକୁ ନିରୀକ୍ଷଣ କରାଯାଇପାରିବ। ଏହି ଡ୍ରୋନ୍‌ ପ୍ରାୟ ୧ କିମି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପକୁ ନିରୀକ୍ଷଣ କରିବାରେ ସଫଳ ହେବ। ଏହା ଦ୍ବାରା ଯାତ୍ରୀ ଓ ରେଳ ଷ୍ଟେସନ୍‌ ସୁରକ୍ଷା ହେବା ସହିତ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକୁ ମଧ୍ୟ ନଜର ରଖାଯାଇପାରିବ ବୋଲି ବାଲୁଗାଁ ରେଳ ସୁରକ୍ଷା ବଳ ଆଇଆଇସି ମହେଶ୍ୱର ଚଣ୍ଡରାୟ କହିଛନ୍ତି। ଆସାମାଜିକ ବ୍ୟକ୍ତିମାନଙ୍କ କାର୍ଯ୍ୟକୁ ନିରୀକ୍ଷଣ କରିବା ସହିତ…

Read More

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିଛନ୍ତି ରାଜନୈତିକ ସମୀକ୍ଷକ ପ୍ରଶାନ୍ତ କିଶୋର । ପଡୋଶୀ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ସମ୍ପର୍କରେ ନୀତିଶ ଆଦୌ ଚିନ୍ତା କରୁନାହାନ୍ତି । ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ନୀତିଶ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ମଧ୍ୟ ହୋଇନାହାନ୍ତି ବୋଲି ପ୍ରଶାନ୍ତ କିଶୋର ଅଭିଯୋଗ କରିଛନ୍ତି । ବିହାରର ସର୍ବାଧିକ ଶ୍ରମିକ ପଡୋଶୀ ରାଜ୍ୟ ମାନଙ୍କରେ ଫସି ରହିଛନ୍ତି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ଅପେକ୍ଷା ନିଜ ରାଜ୍ୟର ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ବିହାର ସରକାରଙ୍କ ପ୍ରାଥମିକତା ହେବା ଉଚିତ୍‌ ବୋଲି ପ୍ରଶାନ୍ତ କିଶୋର ମତ ଦେଇଛନ୍ତି । (ଏଜେନ୍ସି)

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କରୋନାକୁ ନେଇ ଦେଶବ୍ୟାପୀ ସଙ୍କଟ ଲାଗି ରହିଥିବା ବେଳେ ସମାଜ ପ୍ରତି ନିଜର କର୍ତ୍ତବ୍ୟ,ଦାୟିତ୍ୱବୋଧ ଭୁଲିନାହାନ୍ତି କିଛି ବ୍ୟକ୍ତି। ଏକ ସୁସ୍ଥ ସମାଜ ସମାଜ ଗଠନ ପାଇଁ ଗୁଣ୍ଡୁଚି ମୂଷା ଭଳି ଦୀର୍ଘ 15 ଦିନ ହେବ ପ୍ରୟାସ କରିଛନ୍ତି ଜଣେ ସ୍କାଉଟ୍‌ ଗାଇଡ୍‌ କ୍ୟାପ୍‌ଟେନ୍‌। ଲୋକମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ତଥା କୋଭିଡ -19 ର ଭୟାବହତା ବାବଦରେ ଛକ ବଜାର ବୁଲି କରୁଛନ୍ତି ସଚେତନ। ଭାରତୀୟ ସ୍କାଉଟ ଗାଇଡ଼ର ଗାଇଡ଼ କ୍ୟାପଟେନ ପାରାଦ୍ୱୀପର ଇତିଶ୍ରୀ ପୁହାଣ କରୋନା ମହାମାରୀକୁ ହରେଇବା ପାଇଁ ଚଳାଇଛନ୍ତି ପ୍ରୟାସ। ନିଜ ଉଦ୍ୟମରେ ଘରେ ମାସ୍କ ତିଆରି କରି ପାରାଦ୍ୱୀପ ବନ୍ଦର ଅଞ୍ଚଳରେ ପ୍ରତିଦିନ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିବା ସହିତ ସେମାନଙ୍କୁ ମାସ୍କ ପିନ୍ଧେଇ କରୋନା ରୋଗ ପ୍ରତି ସଚେତନ କରୁଛନ୍ତି। https://www.youtube.com/watch?v=ZMoilqpleb4 ଇତିଶ୍ରୀଙ୍କର ଏହି ପଦକ୍ଷେପ ପାରାଦ୍ବୀପ ଅଞ୍ଚଳରେ ମାନଙ୍କ ପାଇଁ ଉଦାହରଣ…

Read More

ଭୁବନେଶ୍ବର: କୋଭିଡ଼୍‌-୧୯ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶସାରା ଲକ୍‌ଡାଉନ୍‌ ସତ୍ତ୍ୱେ ଆବଶ୍ୟକୀୟ ପଦାର୍ଥର ପରିବହନ ପାଇଁ ରେଳବାଇ କାର୍ଯ୍ୟ କରୁଛି। ଏହି ପ୍ରୟାସକୁ ନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ଅବିରାମ ଗତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେଶର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଉଛି। ଏଥି ନିମନ୍ତେ ଏହାର ପରିସୀମା ମଧ୍ୟରେ ଟାଇମ୍ ଟେବୁଲ୍ ପାର୍ସେଲ୍ ଏକ୍ସପ୍ରେସ୍ ଚଳାଚଳ ନିଶ୍ଚିତ କରିଛି। ଏହି ପାର୍ସଲ୍ ସାମଗ୍ରୀ ଏକ୍ସପ୍ରେସ୍ ଟ୍ରେନ୍‌ରେ ପାର୍ସେଲ୍ ବୁକ୍ କରିବା ନିମନ୍ତେ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ୮୪୫୫୮୮୫୯୯୯କୁ ଯୋଗାଯୋଗ କରି ନିଜ ନିଜର ସାମଗ୍ରୀର ରେଜିଷ୍ଟ୍ରି କରି ନେବାକୁ ପୂର୍ବ ତଟ ରେଳପଥ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Read More

ଭୁବନେଶ୍ବର : ଓଡିଶାର କରୋନା ହଟ୍‌ସ୍ପଟ୍‌ ରାଜଧାନୀ ଭୁବନେଶ୍ବରକୁ ଆସିଛି ରାପିଡ୍‌ ଟେଷ୍ଟିଂ କିଟ୍‌ । ଏହି ରାପିଡ୍‌ ଟେଷ୍ଟିଂ କିଟ୍‌ରେ ମାତ୍ର 30 ମିନିଟ୍‌ ମଧ୍ୟରେ ଫଳାଫଳ ଜଣାପଡିବ । ରାଜ୍ୟ ସରକାର ଚଳିତ ସପ୍ତାହ ମଧ୍ୟରେ 5 ହଜାର ଟେଷ୍ଟିଂର ଲକ୍ଷ୍ୟ ରଖିଥିବା ବେଳେ ଏହି ଟେଷ୍ଟିଂ କିଟ୍‌ ଦ୍ବାରା ଏହା ସହଜରେ ହୋଇପାରିବ । ଉଲ୍ଲେଖଯୋଗ୍ୟ ଯେ, ଓଡିଶାରେ ସମୁଦାୟ 61 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 46 ଜଣ ଭୁବନେଶ୍ବରରୁ ରହିଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଛକ ନିକଟରେ ଏକ ଗ୍ୟାସ୍‌ ଟ୍ୟାଙ୍କର୍‌ ଓଲଟି ପଡିଛି। ଟ୍ୟାଙ୍କରଟି ବିଶାଖାପାଟଣାରୁ ଖୋର୍ଦ୍ଧା ବିପିସିଏଲ୍‌ ଯାଉଥିବା ସମୟରେ ଏପରି ଅଭାବନୀୟ ଅଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ଗ୍ୟାସ ଟ୍ୟାଙ୍କରଟି ଓଲଟି ପଡିଥିବାର ଜଣାପଡିଛି। ନାଚୁଣୀର କଉଡିଖଣି ଛକଠାରେ ଗ୍ୟାସ୍‌ ଟ୍ୟାଙ୍କରଟି ଓଲଟି ପଡିଥିଲା। ଗ୍ୟାସ୍‌ ଟ୍ୟାଙ୍କର୍‌ଟି ଓଲଟି ପଡ଼ିଥିବାରୁ ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁଙ୍କୁ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚିତ କରିଥିଲେ। ଏହାପରେ ବିପିସିଏଲ୍‌ଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ବିପିଏସ୍‌ଏଲ୍‌ ତରଫରୁ ଟେକ୍ନସିଆନ୍‌ ପହଞ୍ଚି ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଛି କି ନାହିଁ ତାହା ପରୀକ୍ଷା କରାଯାଇଥିଲା। ଗ୍ୟାସ୍‌ ଲିକ୍‌ ହେଉନଥିବାର ଜଣାପଡିବା ପରେ ତିନୋଟି କ୍ରେନ୍‌ ସାହାଯ୍ୟରେ ଏହି ଟ୍ୟାଙ୍କରକୁ ଉଠାଇବାର ବ୍ୟବସ୍ଥା କରାଯାଇଛି।  ଘଟଣାସ୍ଥଳରେ ବାଣପୁର ତହସିଲଦାର ମନ୍ମଥ ବେହେରା, ଏସ୍‌ଡିପିଓ ସୁରେଶ ଦାସ, ଆଇଆଇସି ସଞ୍ଜୟ ପଟ୍ଟନାୟକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ…

Read More