ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପକ୍ଷରୁ 170ଟି ହଟ୍ସ୍ପଟ୍ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି । ଦେଶର 170 ହଟ୍ସ୍ପଟ୍ ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା। ଓଡ଼ିଶାର ଏକମାତ୍ର ଜିଲ୍ଲା ଖୋର୍ଦ୍ଧା ହଟସ୍ପଟ୍ ଜିଲ୍ଲା ଭାବେ ଚିହ୍ନଟ ହୋଇଛି । କ୍ଲଷ୍ଟର ଥିବା ହଟ୍ସ୍ପଟ୍ ଜିଲ୍ଲା ତାଲିକାରେ ଭଦ୍ରକ । ସେହିପରି ଅଣ ହଟ୍ସଟ୍ ତାଲିକାରେ ଓଡ଼ିଶାର 7ଟି ଜିଲ୍ଲା ରହିଛି । ସେହି ଜିଲ୍ଲାଗୁଡିକ ହେଲା କଟକ ଢେଙ୍କାନାଳ, ଯାଜପୁର କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ, ସୁନ୍ଦରଗଡ। କରୋନା ଭାଇରସ୍କୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ତିନୋଟି ଜୋନ୍ କରିଚନ୍ତି । ଏଥିରେ ରେଡ୍ ଜୋନ୍, ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ ସାମିଲ୍ ରହିଛନ୍ତି । ରେଡ୍ ଜୋନ୍ରେ 170ଟି ହଟସ୍ପଟ୍ ରହିଛି । ସେହିପରି 47ଟି ଜିଲ୍ଲାରେ 47 ଜିଲ୍ଲା ସାମିଲ୍ ରହିଛି ।
Author: Samikhsya Bureau
ଭୁବନେଶ୍ବର : ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ପରିବର୍ତ୍ତନ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି । ଦଶମ ଶ୍ରେଣୀ ପୁସ୍ତକରେ ବିଶେଷ ଭାବେ ପରିବର୍ତ୍ତନ ହେଉନି ବୋଲି କହିଛନ୍ତି ମନ୍ତ୍ରୀ । ବୋର୍ଡ ଅନୁସାରେ କିଛି ପୁସ୍ତକର କିଛି ବିଷୟ ପରିବର୍ତ୍ତନ ହେବ। ବହି ବଦଳିବାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଯଥା ଚିନ୍ତା ନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ଗତକାଲି ଦଶମ ଶ୍ରେଣୀ ବହି ବଦଳିବ ବୋଲି ବୋର୍ଡ ତରଫରୁ ସୂଚନା ଜାରି କରାଯାଇଥିଲା। ମୋଟ 14ଟି ବିଷୟରୁ 8ଟି ବିଷୟ ବଦଳିବ ବୋଲି କୁହାଯାଇଥିବାବେଳେ । ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଥିଲା । ତେବେ ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେବା ପରେ ମନ୍ତ୍ରୀ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ରାଜ୍ୟରେ…
ଭୁବନେଶ୍ବର : ଦେଶରେ କରୋନା ପାଇଁ ଲକ୍ ଡାଉନ୍ ଜାରି ହୋଇଥିବାବେଳେ ଘରୋଇ ହିଂସା ମଧ୍ୟ ବୃଦ୍ଧି ପାଇଛି । ତେବେ ଏନେଇ ହ୍ବାଟସ୍ଆପ୍ ନମ୍ବରରେ ମଧ୍ୟ ଅଭିଯୋଗ କରିହେବ । ଘରୋଇ ହିଂସାକୁ ନେଇ ରାଜ୍ୟରେ ଏନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଲକ ଡାଉନ୍ ଅବଧି ମଧ୍ୟରେ ଘରୋଇ ହିଂସା ଅଭିଯୋଗ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ହ୍ବାଟସଅପ୍ ନମ୍ବର ଜାରି କରାଯାଇଛି । 7205006039 ଏହି ହ୍ବାଟସ୍ଆପ୍ ନମ୍ବରରେ ମାମଲା ଦାଏର କରାଯାଇପାରିବ । ପୂର୍ବରୁ ମହିଳାଙ୍କ ପାଇଁ ମଧ୍ୟ ହେଲପ୍ ଲାଇନ ନମ୍ବର 181 ରହିଛି । ଲକ୍ ଡାଉନ୍ରେ ଘରୋଇ ହିଂସା ବଢୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ବର : କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ । ଲୋକେ ଘରୁ ବାହାରୁନାହାନ୍ତି। ସାମାଜିକ ଦୂରତ୍ବକୁ ପାଳନ କରିବାକୁ କଡାକଡି ନିର୍ଦ୍ଦେଶ ଜାରି କରାଯାଇଛି। ଲକ୍ ଡାଉନ୍ ପାଇଁ ସ୍କୁଲ ପରୀକ୍ଷାଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ସେହିପରି ଲକ୍ ଡାଉନ୍ ପାଇଁ ପ୍ରଦୂଷଣ କ୍ଲିଅରାନ୍ସ ସାର୍ଟିଫିକେଟ୍ର ବୈଧତା ବଢିଲା । ମାର୍ଚ୍ଚ 22ରୁ ସରୁଥିବା ସାର୍ଟିଫିକେଟ୍ର ବୈଧତା ଜୁନ୍ 30 ଯାଏଁ ବଢିଲା । ବିଏସ୍-ଭିଆଇ ଯାନର ଅସ୍ଥାୟୀ ରେଜିଷ୍ଟ୍ରେସନ୍ର ବୈଧତା ମଧ୍ୟ ଜୁନ୍ 30 ଯାଏଁ ବୃଦ୍ଧି କରାଯାଇଛି । ଟୁଇଟ୍ ଯୋଗେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଡିଏଲ୍ ଓ ଗାଡି କାଗଜପତ୍ରର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଥିଲା ।
ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଛି। ରାସ୍ତାଘାଟ ଗାଡିମୋଟର ସବୁ ବନ୍ଦ। ହେଲେ ବିହାରର ପାଟନା ଅଟୋରିକ୍ସା ଚାଳକମାନେ ବିଭିନ୍ନ ଦାବୀନେଇ ରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏମାନେ ସାଧାରଣ ବିକ୍ଷୋଭ କରୁ ନାହାଁନ୍ତି , ସରକାରଙ୍କ ଦୃଷ୍ଟି ଆକର୍ଷ କରିବା ପାଇଁ ସେମାନେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଏହି ବିକ୍ଷୋଭ କରୁଛନ୍ତି।
ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସ୍ଥିତି ମଧ୍ୟ ସାଂଘାତିକ ହେବାରେ ଲାଗିଛି। ଏହି ସବୁ ସ୍ଥାନରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ବିଶ୍ବ ମହାମାରୀ ରୂପ ନେଇଥିବା କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଯୋଗୁଁ ଭାରତର ମହାରାଷ୍ଟ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ସଙ୍ଗୀନ୍ ରହିଛି। ଦେଶର କରୋନା ସ୍ଥିତିକୁ ଦେଖି ଲକଡାଉନ୍ର ଅବଧିକୁ ମେ ତିନି ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବସରରେ ନୂତନ ଗାଇଡ୍ ଲାଇନ୍ ମଧ୍ୟ ଜାରି କରାଯାଇଛି । କରୋନା ଅବସ୍ଥାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ଦେଶରେ ମୋଟ 170ଟି କରୋନା…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ କରୋନା ସହ ମୁକାବିଲା କରିବାରେ ଜୋରସୋର୍ର ପ୍ରସ୍ତୁତି ଚଲାଇଛନ୍ତି । କରୋନା ସହ ଦୃଢ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯାଇଛି । କରୋନା କବଳରୁ କେବଳ ସାମାଜିକ ଦୂରତ୍ବ ଜରିଆରେ ଏହି ସଂକ୍ରମଣକୁ ରୋକାଯାଇପାରିବ । କିନ୍ତୁ ବହୁ ଜାଗାରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଦେଖିବାକୁ ମିଳିଛି । ଗତକାଲି ମୁମ୍ବାଇର ବାନ୍ଦ୍ରା ସହରରେ ଶହ ଶହ ପ୍ରବାସୀ ଶ୍ରମିକ ରାସ୍ତା ଉପରକୁ ଆସି ସାମାଜିକ ଦୂରତ୍ବକୁ ଫୁ’ କରିଥିବାବେଳେ ଆଜି ସେହିପରି ସମାନ ଅବସ୍ଥା ଦିଲ୍ଲୀରେ ଦେଖିବାକୁ ମିଳିଛି । ଦିଲ୍ଲୀର କାଶ୍ମୀର ଗେଟ୍ ନିକଟରେ ଯମୁନା ନଦୀ ପାଖରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ଘଟରା ପରେ ଦିଲ୍ଲୀ…
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକର ଦୁଇଟି ସ୍ୱୟଂ ସହାୟିକା ଦଳ ଏବଂ ଜଗତସିଂହପୁର ଜିଲ୍ଲା ଚିଙ୍ଗୁଡ଼ି ଚାଷୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବୁଧବାର ଅପରାହ୍ନରେ ବାସୁଦେବ ସ୍ୱୟଂ ସହାୟିକା ଦଳ ସଭାନେତ୍ରୀ ମନୋରମା ମହାପାତ୍ର ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରିଭାବେ ପଙ୍କପାଳସ୍ଥିତ ଜଗତଜନନୀ ସ୍ୱୟଂ ସହାୟିକା ଦଳର ସଭାନେତ୍ରୀ ସୌଦାମିନୀ ଦାସ, ସମ୍ପାଦିକା ପ୍ରେମଲତା ଦାସ, ନର୍ମଦା ଷଡ଼ଙ୍ଗୀ, ଅନୁସୟା କର, ରିନାରାଣୀ ଦାସ, ମିନାରାଣୀ ଷଡ଼ଙ୍ଗୀ, ସ୍ୱପ୍ନା ଦାସ, ଲକ୍ଷ୍ମପ୍ରୀୟା ଦାସ. ମନୋରମା ଦାସ, ମଞ୍ଜୁଲତା ନାୟକ ପ୍ରମୁଖ ସ୍ଥାନୀୟ ଭାରପ୍ରାପ୍ତ ବିଡ଼ିଓ ପୂଜା ଲେଙ୍କାଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଙ୍କପାଳ ପଂଚାୟତର ସମିତିସଭ୍ୟ ଅକ୍ଷୟ ସାହୁ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରିଭାବେ…
ରଞ୍ଜିତ ପଣ୍ଡା କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ଫତେପୁର ପଂଚାୟତର ସରପଞ୍ଚ ସ୍ନେହମୟୀ ଲେଙ୍କା ମାସ୍କ ବଣ୍ଟନ କରିଛନ୍ତି । କରୋନା ସଙ୍କ୍ରମଣରୁ ରକ୍ଷାପାଇବା ପାଇଁ ସ୍ଥାନୀୟ ପଂଚାୟତ ବାସୀଙ୍କୁ ନଜସ୍ୱ ଖର୍ଚ୍ଚ ଏବଂ ଉଦ୍ୟମରେ ମାସ୍କ ବଂଟନ କରୁଥିବା ଜଣାପଡ଼ିଛି । କୋଭିଡ-୧୯ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ସମସ୍ତଙ୍କୁ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ପଳରେ ଶ୍ରୀମତୀ ଲେଙ୍କା ନିଜେ ସିଲାଇ ମେସିନରେ ମାସ୍କ ପ୍ରସ୍ତୁତକରି ପଂଚାୟତରେ ବଂଟନ କରୁଥିବା ଜଣାପଡ଼ିଛି । ଏଡି ଘଟଣାକୁ ପଂଚାୟତର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।
ଭୁବନେଶ୍ବର: ଏଣିକି ପିଇବା ପାଣି ପାଇଁ ଅସୁବିଧା ହେବ ନାହିଁ। ପିଇବା ପାଣି ସମସ୍ୟାର ସମାଧାନ ପାଇଁ ସରକାର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲପଲାଇନ୍ ନମ୍ବର ଜାରି ହୋଇଛି । ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ 1916 ଏବଂ ସହରାଞ୍ଚଳ ପାଇଁ 1800 3456783 କୁ ମାଗଣାରେ ଫୋନ୍ କରିହେବ। ରାଜ୍ୟରେ ତାତି ବଢିବା ସହିତ ପିଇବା ପାଣିର ସମସ୍ୟା ଉପୁଜି ପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଅଚଳ ନଳକୂପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ସୁବିଧା ନଥିବ ସେଠାକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ, ନଚେତ ଟାଙ୍କି ରଖି ପ୍ରତିଦିନ ସେଥିରେ ପାଣି ଭର୍ତ୍ତି କରାଯିବ। ଜଳଯୋଗାଣ ଅସୁବିଧା ଦୂର କରିବା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଲୋକଙ୍କୁ ଯେପରି ପାନୀୟ ଜଳର…
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରାଯାଇଛି । ମଙ୍ଗଳବାର ଜଣେ ଜମାତୀ ସଦସ୍ୟ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରାଯିବାକୁ ନେଇ ମହିଳା ଡାକ୍ତର ଜଣକ ପୋଲିସ୍ କମିଶନରଙ୍କ ନିକଟରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଥିଲା । ଏଲ୍ଏନ୍ଜିପି ହସ୍ପିଟାଲରେ ଏକାଧିକ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଏପରି ଆକ୍ରମଣକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିନ୍ଦା କରିଛନ୍ତି । ମଙ୍ଗଳବାର ସନ୍ଧ୍ୟା 5.20 ମିନିଟ୍ରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ଘଟଣା ପରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ନେଇ ଜୈନ୍ ପ୍ରକାଶ କରିଛନ୍ତି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ପ୍ରସିଦ୍ଧ ଦକ୍ଷପ୍ରଜାପତି ମନ୍ଦିର ନିକଟରେ ରହିଥିବା ଅସ୍ଥାୟୀ ଡମ୍ପିଂୟାର୍ଡକୁ ହଟାଯାଇଛି। ମନ୍ଦିର ନିକଟରେ ଅସ୍ଥାୟୀ ଡମ୍ପିଂୟାର୍ଡ ରହିଥିବା ସମୀକ୍ଷା ନ୍ୟୁଜ୍ରେ ଗତ ୧୧ ତାରିଖରେ ଖବର ପ୍ରକାଶ ପାଇବା ପରେ ଆଜି ଏନ୍ଏସି ପକ୍ଷରୁ ଉକ୍ତ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ହଟାଯାଇଛି। ଅସ୍ଥାୟୀ ଡମ୍ପିଂ ୟାର୍ଡ ସ୍ଥାନାନ୍ତର ନେଇ ଦକ୍ଷପ୍ରଜାପତି-ଭଗବତୀ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ତକ୍ଷରାଜ ଭିତିରିଆ ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ନିକଟରେ ଆମ ପ୍ରତିନିଧିଙ୍କ ତରଫରୁ ଅଭିଯୋଗ କରାଯାଇଥିଲା। ଉଭୟ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଫଳ ସ୍ୱରୂପ ଆଜି ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଏନ.ଏ.ସି ତରଫରୁ ଖାଲି କରାଯାଇଛି। ଆଜି ସକାଳେ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଜେସିବି ମେସିନ ସାହାଯ୍ୟରେ ଅସ୍ଥାୟୀ ଡମ୍ପିଂ ୟାର୍ଡକୁ ଖୋଳି ସେହି ସ୍ଥାନକୁ ସଫା କରାଯାଇଥିଲା। ଏହି…
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌର ଏକ ମସ୍ଜିଦ୍ରୁ 12 ତବ୍ଲିଗୀ ଜମାତୀଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ 12 ଜଣ ଯାକ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ଏହି 12 ଜଣଙ୍କ ସଂସ୍ପର୍ଶରେ ଆସିଥିବା 25ଜଣଙ୍କୁ ଚିହ୍ନଟ କରାଯାଇ ହୋମ୍ କ୍ବାରାଣ୍ଟାଇନ୍ରେ ରଖାଯାଇଛି । ରାଜ୍ୟରେ ଲୁଚି ରହିଥିବା ଅନ୍ୟ ଜମାତୀଙ୍କ ଅନୁସନ୍ଧାନ ଜାରି ରହିଛି ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି 12 ଜଣ ଜମାତୀ ଲକ୍ଷ୍ନୌର ଅଲୀଜାନ୍ ମସ୍ଜିଦ୍ରେ ଲୁଚି ରହିଥିଲେ । ଏହାକୁ ମିଶାଇ ଉତ୍ତର ପ୍ରଦେଶରେ ଜମାତୀ ସଂକ୍ରମଣ ସଂଖ୍ୟା 428 ଛୁଇଁଛି । (ଏଜେନ୍ସି)
ଭୁବନେଶ୍ବର : ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁବ୍ରତ ବାଗ୍ଚୀ ରାଜ୍ୟ ବାସୀଙ୍କୁ କରୋନାର ଅପ୍ଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ରାଜ୍ୟରେ ବିଭିନ୍ନ କୋଭିଡ୍ 19 ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି । ଆଜି ସୁବର୍ଣ୍ଣପୁରରେ ଏକ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହି ହସ୍ପିଟାଲକୁ ମିଶାଇ ରାଜ୍ୟର 19ଟି ଜିଲ୍ଲାରେ 21ଟି କୋଭିଡ୍ 19 ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହା ସହିତ ସମୁଦାୟ ଶଯ୍ୟା ସଂଖ୍ୟା 3620 ରହିଛି । ରାଜ୍ୟରେ ପଡୋଶୀ ରାଜ୍ୟର 77 ହଜାର ଶ୍ରମଜୀବୀ ରହିଥିବା ବେଳେ 2553ଟି ଶିବିର ଜରିଆରେ ସେମାନଙ୍କର ରହିବା ଏବଂ ଖାଇବା ବନ୍ଦୋବସ୍ତ କରାଯାଇଛି । ରାଜ୍ୟର 5387 ଗ୍ରାମପଞ୍ଚାୟତରେ 3 ଲକ୍ଷ 9 ହଜାର 42 ଜଣଙ୍କୁ ଏବଂ 113 ପୌରାଞ୍ଚଳରେ 33816 ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟର ବିଭିନ୍ନ…
ଦେବାଶିଷ ପାଢୀ କୋରେଇ: ଦେଶବ୍ୟାପୀ ଲକଡାଉନ୍ କାରଣରୁ ବିଭିନ୍ନ ରାଜ୍ୟର ଶତାଧିକ ଶ୍ରମିକ ପଡୋଶୀ ରାଜ୍ୟ ମାନଙ୍କରେ ଫସି ରହିଛନ୍ତି। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିବା ବେଳେ ଅନେକ ରାଜନେତା ଏବଂ ସାମାଜିକ ସଙ୍ଗଠନ ମଧ୍ୟ ଆଗକୁ ଆସୁଛନ୍ତି। ଲକ୍ଡାଉନ୍ କାରଣରୁ ହାଇଦ୍ରାବାଦର ହାଇଟେକ୍ ସିଟିରେ କୋରେଇ, କେନ୍ଦୁଝର ଏବଂ ଆନନ୍ଦପୁର ଅଞ୍ଚଳର ପ୍ରାୟ ୭୦ ଜଣ ଯୁବକ ଫସି ରହିଥିଲେ। https://www.youtube.com/watch?v=sgoULD4vlo8 ଲକ୍ଡାଉନ୍ କାରଣରୁ ବିଗତ ୯ ଦିନ ହେବ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟ ସରକାରଙ୍କୁ ସହାୟତାର ନିବେଦନ କରି ଏକ ଭିଡିଓ ଜାରି କରିଥିଲେ। ରାଜ୍ୟ ବିଜେଡିର ଉପ ସଭାପତି ତଥା କୋରେଇର ଯୁବନେତା ପ୍ରିତିରଞ୍ଜନ ସାହୁ (ଲିପା) ତୁରନ୍ତ ସହାୟତାର ହାତ ବଢାଇଥିଲେ। ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ରାସନ୍ର ବ୍ୟବସ୍ଥା ମଧ୍ୟ କରିଥିଲେ। ଯୁବନେତାଙ୍କ ସେବା ମନୋବୃତି କାରଣରୁ ଫସି ରହିଥିବା…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରରେ କରୋନା ସଙ୍କ୍ରମଣ ନେଇ ସଂଗୃହୀତ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ପ୍ରକାଶ ପାଇଛି। ସମସ୍ତ ୧୫ ଜଣ ବ୍ୟକ୍ତିଙ୍କର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ୫୦ନମ୍ବର ଆକ୍ରାନ୍ତ ଜଣକ ମାର୍ଚ୍ଚ ୧୮-୨୦ ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡରେ ଅବସ୍ଥାନ କରିଥିଲେ। ଏହାପରେ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୧୫ ଜଣଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା। ବୁଧବାର ରିପୋର୍ଟ ଆସିବା ସହିତ ଏହା ନେଗେଟିଭ୍ ରହିଥିବା ଜଣାପଡିଛି। ଏହା ସହିତ ଉଭୟ ଚିଲିକା ବ୍ଲକ ଏବଂ ବାଣପୁର ବ୍ଲକ ପାଇଁ ନମୁନା ସଂଗ୍ରହ ନିମନ୍ତେ ବାଣପୁରରେ ଏକ କେନ୍ଦ୍ର ସ୍ଥାପନ କରାଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସମଗ୍ର ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଅବକାରୀ ବିଭାଗର ଅସଲି ଚେହେରା ସମ୍ମୁଖକୁ ଆସିଛି। ବୁଧବାର ଘଟିଥିବା ଏକ ଘଟଣାରେ ମଦ ଚୋରା ଚାଲାଣ କରୁଥିବା ଅବକାରୀ ବିଭାଗର ଅସଲ ମୁଖା ସାମ୍ନାକୁ ଆସିଛି। ଅବକାରୀ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ ମଦ ଦୋକାନରୁ ମଦ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହର ମଧ୍ୟରେ ରହିଥିବା ଏକ ମଦ ଦୋକାନରୁ ସିଲ କାଟି ମଦ ଚାଲାଣ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଲକ୍ଡାଉନ୍ ସମୟରେ ସାଧାରଣ ଜନତାଙ୍କର ଘରୁ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଥିବା ବେଳେ କିପରି ଭାବରେ ଅବକାରୀ ବିଭାଗର ଅଧିକାରୀଙ୍କୁ ମଦ ନେବାର ଅନୁମତି ମିଳିଲା ତାହା ଆଶ୍ଚର୍ଯ୍ୟଜନକ। ଏହି ଘଟଣା ସମ୍ପର୍କରେ ଅଧିକାରୀଙ୍କୁ ପଚରା ଯିବାରୁ ପ୍ରଥମେ ଏହି ପ୍ୟାକେଟର ସମୟ ସୀମା ଶେଷ ହୋଇଥିବା ନେଇ ଉତ୍ତର ଦେଇଥିଲେ। ମାତ୍ର ଲକ୍ଡାଉନ୍ ସମୟରେ…
ଭୁବନେଶ୍ବର: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି କୋଭିଡ୍ ହସ୍ପିଟାଲ। ଏହି ଅବସରରେ 5ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କଳାହାଣ୍ଡି ଗସ୍ତ କରିଛନ୍ତି। 5ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ମଧ୍ୟ ଏହି ଗସ୍ତରେ ରହିଥିଲେ। ଉଭୟ ନିର୍ମାଣଧୀନ ହସ୍ପିଟାଲରେ ପହଞ୍ଚି ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଥିଲେ। ଖୁବଶୀଘ୍ର ଏହି କୋଭିଡ୍ ହସ୍ପିଟାଲ୍ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡିରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅହମ୍ମଦାବାଦ : ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଇସୋଲେସନ୍ର ରହିଛନ୍ତି । ଗତକାଲି କଂଗ୍ରେସ ବିଧାୟକ ଇମ୍ରାନ୍ ଖେଡାଓ୍ବାଲାଙ୍କୁ ଭେଟିଥିବା ବେଳେ ଆଜି ଇମ୍ରାନ୍ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ଇମ୍ରାନ୍ଙ୍କ ସାମ୍ପଲ ପଜିଟିଭ୍ ସାବ୍ୟସ୍ତ ହେବା ପରେ ଆଇସୋଲେସନ୍ ବା ସେଲ୍ଫ କ୍ବାରେଣ୍ଟିନ୍ରେ ରହିବାର ନିଷ୍ପତ୍ତି ନେଇଛନ୍ତି ବିଜୟ ରୂପାନୀ । ଇମ୍ରାନ ଏବଂ ରୂପାନୀଙ୍କ ମଧ୍ୟର ଅନୁଷ୍ଠିତ ବୈଠକରେ ସାମାଜିକ ଦୂରତ୍ବକୁ ଧ୍ୟାନ ଦିଆଯାଇଥିଲେ ମଧ୍ୟ ପ୍ରତିଷେଧକ ମୂଳକୂ ବ୍ୟବସ୍ଥା ପାଇଁ ରୂପାନୀ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ: ସମଗ୍ର ବିଶ୍ବ କରୋନା ଭାଇରସ୍ ପ୍ରଭାବରେ ସ୍ଥାଣୁ ପାଲଟି ଯାଇଥିବା ବେଳେ ଆଶ୍ବର୍ଯ୍ୟଜନକ ଭାବରେ ଗୋଟିଏ ଦିନରେ 49 ହଜାର କୋଟିର ଲାଭ ହାସଲ କରିଛି ଆମାଜନ୍। ଆମାଜନ୍ ମାଲିକ ଜେଫ୍ ବେଜୋସ୍ ଗୋଟିଏ ଦିନରେ 6.5 ବିଲିୟନ୍ ଡଲାରର ଲାଭ ହାସଲ କରିଛନ୍ତି। ମଙ୍ଗଳବାର ଆମାଜନ୍ ଅଂଶଧନ ମୂଲ୍ୟରେ 5 ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ଏହା 2283 ଡଲାର ଛୁଇଁଥିଲା। ଚଳିତ ବର୍ଷରେ ଆମାଜନ୍ ଅଂଶଧନ ମୂଲ୍ୟରେ 20 ପ୍ରତିଶତର ଅଭିବୃଦ୍ଧି। ଏହି ଅଭିବୃଦ୍ଧି ଫଳରେ କମ୍ପାନୀର ସିଇଓ ଜେଫ୍ ବେଜୋସ୍ ଗୋଟିଏ ଦିନରେ 6.5 ବିଲିୟନ୍ ଡଲାରର ଲାଭ ହାସଲ କରିଛନ୍ତି। ସେହିପରି ବେଜୋସ୍ଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ବେଜୋସ୍ ଏହି ସମୟରେ 2.2 ବିଲିୟନ୍ ଡଲାରର ଲାଭ ହାସଲ କରିଛନ୍ତି। ସେହପରି ସମଗ୍ର ବିଶ୍ବରେ କରୋନା ସମୟରେ ନିଜର କର୍ମଚାରୀଙ୍କୁ ଅତିରିକ୍ତ ବେତନ ପ୍ରଦାନ କରୁଛି ଆମାଜନ୍। ଆମେରିକା, କାନାଡା ଏବଂ ବିଭିନ୍ନ ୟୁରୋପୀୟ…
ବବ୍ଲୁ ସାହୁ କଳାହାଣ୍ଡି : କଥାରେ ଅଛି ମାନବ ସେବାହିଁ ମାଧବ ସେବା । ତେବେ କରୋନା କାରଣରୁ କେବଳ ମଣିଷ ନୁହନ୍ତି ବରଂ ପଶୁପକ୍ଷୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ଡାଉନ୍ କାରଣରୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୁନଶାନ୍ । ତେଣୁ ପଶୁପକ୍ଷୀ ମାନେ ଖାଇବାକୁ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରୀପ୍ରେକ୍ଷୀରେ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ଭାରତ ବିକାଶ ଅଭିଯାନ ସ୍ବେଚ୍ଛାସେବୀ ସଙ୍ଗଠନ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଏହି ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପଶୁପକ୍ଷୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ଜିଲ୍ଲା ଅନ୍ତର୍ଗତ ନରଲା, ମ. ରାମପୁର,କେସିଙ୍ଗା, କରଲମୁଣ୍ଡା ବ୍ଲକରେ ମାସ୍କ,ସାବୁନ, ବିସ୍କୁଟ୍, ଚାଉଳ, ଡାଲି ସହିତ ବୁଲା ପଶୁ ପକ୍ଷୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି ।

