ଭୋପାଳ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ଏହାକୁ ନେଇ ରାଜନୀତି ଜାରି ରହିଛି । ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ନରେନ୍ଦ୍ର ମୋଦି ଜାଣିଶୁଣି ଲକ୍ଡାଉନ୍ ଲାଗୁ କରିବାରେ ବିଳମ୍ବ କରିଥିଲେ ବୋଲି ସିପିଆଇ ନେତା ସୀତାରାମ ୟେଚୁରୀ ପ୍ରକାଶ କରିଛନ୍ତି । ଗୋଟିଏ ରାଜ୍ୟର କ୍ଷମତା ଦଖଲ ପାଇଁ ବିଜେପି ସରକାର ଲକ୍ଷାଧିକ ଜନତାଙ୍କ ଜୀବନକୁ ବିପଦ ମଧ୍ୟକୁ ଠେଲି ଦେଇଛନ୍ତି ବୋଲି ୟେଚୁରୀ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶରୁ ଗୋଟିଏ ଦିନରେ 361 ନୂତନ ସଙ୍କ୍ରମଣ ସମ୍ମୁଖକୁ ଆସିବା ପରେ ୟେଚୁରୀ ଏହି ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ 23 ତାରିଖରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ 24 ତାରିଖରେ ପ୍ରଧାନମନ୍ତ୍ରୀ ଲକ୍ଡାଉନ୍ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଏପରି ପଦକ୍ଷେପର ଜବାବ ଜନତା ଦେବେ ବୋଲି ୟେଚୁରୀ ପ୍ରକାଶ କରିଛନ୍ତି । (ଏଜେନ୍ସି)
Author: Samikhsya Bureau
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ସେନା ପକ୍ଷରୁ କରାଯାଇଥିବା ଏନ୍କାଉଣ୍ଟରରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି । ଜମ୍ମୁ କାଶ୍ମୀରର କ୍ଷିତଓ୍ବାର ଜିଲ୍ଲାର ଡାଚନ୍ରେ ଏହି ଏନ୍କାଉଣ୍ଟର ସଙ୍ଗଠିତ ହୋଇଥିଲା । ଏହି ଦୁଇ ଆତଙ୍କୀ ବୁଧବାର ଦିନ ଏକ ପୋଲିସ୍ ଦଳ ଉପରକୁ ଆକ୍ରମଣ କରିବା ସହିତ ଦୁଇଟି ରାଇଫଲ୍ ନେଇ ଯାଇଥିଲେ । ଶୁକ୍ରବାର ଏନ୍କାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିବା ସହିତ ରାଇଫଲ୍ ଦୁଇଟିକୁ ଜବତ କରିଛି ଭାରତୀୟ ସେନା । ବୁଧବାର ଠାରୁ ଜମ୍ମୁ କାଶ୍ମୀର ପୋଲିସ୍ ଏବଂ ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି କରାଯାଇଥିଲା । (ଏଜେନ୍ସି)
ଦେବ ରଞ୍ଜନ ଆମ ଦୃଷ୍ଟିର ବ୍ୟାପକତା ହିଁ ସୃଷ୍ଟି କରେ ଆମର ଦାୟିତ୍ଵ ଓ ଆମର ଭଲପାଇବାର ସୀମା ହିଁ ସୃଷ୍ଟି କରିଥାଏ ଆମର ମାନବିକତା। କରୋନାର ବ୍ୟାପକତା ଆମକୁ ଆଣିଦେଇଛି ଆଉଥରେ ଆମକୁ, ଆମ ଚାରିପାଖର ସମାଜ ଓ ସରକାରଙ୍କୁ ବୁଝିବା ଲାଗି ଆଉ ଏକ ସୁଯୋଗ। ଆମେ ଜାଣୁଛୁ ଯେ ଗୋଟେ ରାଜ୍ୟ କଣ ଗୋଟେ ଦେଶ ମଧ୍ୟ ଯଦି ଚାହେଁ ତେବେ ବି ଭୂତାଣୁର ସଂକ୍ରମଣକୁ ରୋକିପାରିବ ନାହିଁ। ଆମେ ବିଶ୍ଵକରଣର ଦାସ ପାଲଟିସାରିଛେ। ଜାନୁଆରୀ 30 ତାରିଖରେ ଯେବେ କରୋନା ରୋଗୀ ପ୍ରଥମେ କେରଳରେ ଚିହ୍ନଟ କରାଗଲା ସେତେବେଳଠାରୁ ଏୟାରପୋର୍ଟ ଗୁଡିକୁ ବନ୍ଦ କରିଦେବାର ଥିଲା। କିନ୍ତୁ ଧନିକଗୋଷ୍ଠୀର ‘ରାଜନୈତିକ ପ୍ରଭାବ’ ଓ ଶାସକଦଳର ସ୍ଵାର୍ଥ ମନୋବୃତ୍ତି ସେଭଳି କିଛି ହେବାକୁ ଦେଲା ନାହିଁ। ପ୍ଲେଗ ଯେବେ ଇଉରୋପ ପହଞ୍ଚିନଥିଲା ଇତିହାସ କହୁଛି (ଦି ବ୍ଲାକ ଡେଥ) ଇଟାଲୀର ଶାସକଙ୍କୁ “ପ୍ରଭାବିତ” କରି ଏସିଆର ଏକ…
ଭୁବନେଶ୍ବର : ରାଜ୍ୟରେ କରୋନା ସଙ୍କ୍ରମଣ ସମ୍ପର୍କରେ ଅପଡେଟ୍ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗ୍ଚୀ । ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇ ବାଗ୍ଚୀ କୋଭିଡ୍-19ର ଅପ୍ଡେଟ୍ ପ୍ରଦାନ କରିଛନ୍ତି । ରାଜ୍ୟରେ ସମୁଦାୟ 7577 ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିବା ବେଳେ 60 ଜଣ ପଜିଟିଭ୍ ରହିଛନ୍ତି । 19 ଜଣ ବ୍ୟକ୍ତି ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶା ମାଇନିଂ କର୍ପୋରେସନ୍ ସହାୟତା ପୁରୀରେ ଏକ 200 ଶଯ୍ୟା ବିଶିଷ୍ଟ କୋଭିଡ୍-19 ହସ୍ପିଟାଲର କାର୍ଯ୍ୟ ଆରମ୍ଭଗ ହୋଇଥିବା ନେଇ ବାଗ୍ଚୀ ସୂଚନା ପ୍ରଦାନ କରିଥିଲେ । ଆସନ୍ତା ଏକ ସପ୍ତାହ ମଧ୍ୟରେ ଭୁବନେଶ୍ବରରେ 5 ହଜାର ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡିଛି । ନୁମନା ସଂଗ୍ରହ କାର୍ଯ୍ୟରେ ଯଦି କେହି ଅସହୋଯୋଗ କରନ୍ତି ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କୃଷି…
ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ବାଲ । ଶୁକ୍ରବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 13837ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 1007 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 1749 ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ 437 ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ବିଗତ 24 ଘଣ୍ଟା ମଧ୍ୟରେ 29ଟି ନୂତନ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି କରୋନା ସଙ୍କ୍ରମଣ ହାର ହ୍ରାସ ପାଇଥିବା ନେଇ ମଧ୍ୟ ସୂଚନା ମିଳିଛି । 19ଟି ରାଜ୍ୟରେ କରୋନା ସଙ୍କ୍ରମଣ ଜାତୀୟ ସଙ୍କ୍ରମଣ ହାରଠାରୁ ନିମ୍ନରେ ରହିଛି । ଦେଶରେ ପ୍ରତି 6.2 ଦିନରେ ସଙ୍କ୍ରମଣ ଦ୍ବିଗୁଣିତ ହେଉଥିବା ବେଳେ 19ଟି ରାଜ୍ୟରେ ଏହା ତଳୁଆ ରହିବା ସନ୍ତୋଷ ଜନକ ବୋଲି ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି…
ଜଗତସିଂହପୁର: ରାଜ୍ୟ ସରକାରଙ୍କ ଫାଇଭଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ପାରାଦୀପ ଏବଂ ଜଗତସିଂହପୁର ପରିଦର୍ଶନ କରିଛନ୍ତି। ପାରାଦୀପ ଏବଂ ଜଗତସିଂହପୁରରେ ରହିଥିବା ଶ୍ରମିକ କ୍ୟାମ୍ପ ପରିଦର୍ଶନ କରିବା ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଷଣ୍ଢକୁଦର କୋଷ୍ଟଗାର୍ଡ କଲୋନୀରେ ରହିଥିବା ଏହି କ୍ୟାମ୍ପରେ ୮୬ ଜଣ ଶ୍ରମିକ ରହିଛନ୍ତି। ଏହି କ୍ୟାମ୍ପରେ ପଶ୍ଚିମବଙ୍ଗ, ବିହାର ଏବଂ ବାଲେଶ୍ବରର ଶ୍ରମିକ ରହିଛନ୍ତି। କ୍ୟାମ୍ପରେ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ସହିତ ଶ୍ରମିକଙ୍କ ଅଭାବ ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି କ୍ୟାମ୍ପରେ ଦୈନିକ ଦୁଇଥର ଖାଦ୍ୟ ପ୍ରଦାନ କରାଯିବା ସହିତ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ।
ଭୁବନେଶ୍ବର: ପ୍ରବାଦ ପୁରୁଷ, ଭାରତ ବର୍ଷର ମୁକ୍ତି ଆନ୍ଦୋଳନର ଅନନ୍ୟ ଜନ ନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ନିରଡାମ୍ବର ଭାବେ ପାଳିତ ହୋଇ ଯାଇଛି। ବିଜୁ ବାବୁଙ୍କ ତୈଳ ଚିତ୍ରରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡ଼ି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ଯୁବ କଲ୍ୟାଣ ବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ଓ ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଥିଲେ ଯେ, ବିଜୁ…
ବେଙ୍ଗାଲୁରୁ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀଙ୍କ ପୁଅ ନିଖିଲ୍ ଗୌଡା ବିବାହ କରିଛନ୍ତି । ନିଖିଲ୍ଙ୍କ ବିବାହର ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରାଯାଇଥିବା ଜଣାପଡିଛି । କର୍ଣ୍ଣାଟକର ରାମନଗରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ବିବାହରେ ଯୋଗ ଦେଇଥିବା କୌଣସି ବ୍ୟକ୍ତି ମାସ୍କ ପିନ୍ଧିନଥିବା ବେଳେ ସାମାଜିକ ଦୂରତ୍ବକୁ ମଧ୍ୟ କେହି ଧ୍ୟାନ ଦେଇନଥିଲେ । ଘଟଣାର ତଦନ୍ତ ପାଇଁ ପୋଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁ୍ଖ୍ୟମନ୍ତ୍ର ସିଏନ୍ ଅଶ୍ବତ୍ଥନାରାୟଣ । ସାମାଜିକ ଦୂରତ୍ବକୁ ପାଳନ କରିବା ପାଇଁ ରାଜି ହେବା ପରେ ଏହି ବିବାହ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଯଦି ନିୟମ ଉଲ୍ଲଂଘନ କରାଯାଇଥାଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଶ୍ବତ୍ଥନାରାୟଣ ସୂଚନା ଦେଇଛନ୍ତି । (ଏଜେନ୍ସି)
ମୁମ୍ବାଇ : କରୋନା ମୁକାବିଲା ପାଇଁ ବିଭିନ୍ନ ବଲିଉଡ୍ କଳାକାର ଆଗକୁ ଆସୁଥିବା ବେଳେ ସହାୟତାର ହାତ ବଢାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଆୟେଶା ଟାକିଆ । ନିଜ ସ୍ବାମୀ ତଥା ହୋଟେଲିୟର୍ ଫରହାନ୍ ଆଜ୍ମୀଙ୍କକ ସହିତ ମିଶି ଆୟେଶା ନିଜର ଜୁହୁ ସ୍ଥିତ ହୋଟେଲକୁ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଖୋଲି ଦେଇଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହି ହୋଟେଲ୍ ଖୋଲାଯାଇଛି । ଏହା ବ୍ୟତିରେକ ଦକ୍ଷିଣ ମୁମ୍ବାଇର ବ୍ରିହାନୁମୁମ୍ବାଇ ସ୍ଥିତ ଅନ୍ୟ ଏକ ହୋଟେଲକୁ ନଗର ପାଳିକାକୁ ପ୍ରଦାନ କରାଯାଇଛି । ଏହି ହୋଟେଲଟିକୁ କ୍ବାରାଣ୍ଟାଇନ୍ ସେଣ୍ଟର ଭାବରେ ବ୍ୟବହୃତ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ନିଜର ଚାରି ମହଲା କୋଠାକୁ କ୍ବାରାଣ୍ଟାଇନ୍ ସୁବିଧା ପାଇଁ ପ୍ରଦାନ କରିଥିଲେ । (ଏଜେନ୍ସି)
ଅମୃତସର, ପୋଲିସ କମିଶରନ ସୁଖଚେନ୍ ସିଂ କରୋନା ଭାରସ କବଳରୁ ମୁକ୍ତ ରହିବା ପାଇଁ ବ୍ୟବହୃତ ହେଉଥିବା ପିପିଇ ବା Personal Protective Equipment ବଣ୍ଟନ କରୁଛନ୍ତି।
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ସପ୍ତପଦୀ ମନ୍ତ୍ରକୁ ନେଇ ସୁଦର୍ଶନ ବାଲୁକା କଳା ଜରିଆରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲ । ଏହି ସଚେତନତା ବାର୍ତ୍ତାର ଏକ ଫଟୋ ସୁଦର୍ଶନ ଟ୍ବିଟ୍ କରିଥିବା ବେଳେ ପ୍ରଧାନମନ୍ତ୍ରୀ ରିଟ୍ବିଟ୍ କରିଥିଲେ । ରିଟ୍ବିଟ୍ କରିବା ସହିତ ସଚେତନତା ସୃଷ୍ଟି କରିବାର ଏହା ଏକ ଅନନ୍ୟ ଉପାୟ ବୋଲି ମୋଦି ଟ୍ବିଟ୍ କରିଥିଲେ । (ଏଜେନ୍ସି)
ହରିୟାଣା: ଭାରତୀୟ ମହିଳା ରେସ୍ଲର୍ ବବିତା ଫୋଗତଙ୍କ ଏକ ଟ୍ବିଟ୍କୁ ନେଇ ବିବାଦ ଦେଖାଦେଇଛି। କରୋନା ସଙ୍କଟ ପାଇଁ ତବଲିଗୀ ଜମାତୀଙ୍କୁ ଦାୟୀ କରି ବବିତା ଏହି ଟ୍ବିଟ୍ କରିବା ପରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଏକାଧିକ ଟ୍ବିଟ୍ଟର ବ୍ୟବହାରକାରୀ ବବିତାଙ୍କୁ ବିରୋଧ କରିଥିବା ବେଳେ ତାଙ୍କ ସମର୍ଥନରେ ମଧ୍ୟ ଟ୍ବିଟ୍ କରାଯାଇଥିଲା। ଏହା ସହିତ ସାଥୀ ଖେଳାଳି ଯୋଗେଶ୍ବର ଦତ୍ତ ଏବଂ ବଜରଙ୍ଗ ପୁନିଆ ବବିତାଙ୍କ ସମର୍ଥନରେ ବାହାରିଥିଲେ। କରୋନା ଭାଇରସ୍ ଭାରତର ଦ୍ବିତୀୟ ବୃହତର ସମସ୍ୟା ପ୍ରଥମରେ ଜମାତୀ ରହିଛନ୍ତି ବୋଲି ବବିତା ଟ୍ବିଟ୍ କରିଥିଲେ। ଏହାକୁ ନେଇ ବିଭିନ୍ନ ଟ୍ବିଟ୍ଟର ବ୍ୟବହାରକାରୀ ବବିତାଙ୍କ ମନ୍ତବ୍ୟକୁ ବିରୋଧ କରି ତାଙ୍କ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ମତ ଦେଇଥିଲେ। ଏହାପରେ ଟ୍ବିଟ୍ଟରରେ ଦୁଇଟି ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ସସ୍ପେଣ୍ଡ ବବିତା ଫୋଗଟ ଏବଂ ଆଇ ସପୋର୍ଟ ବବିତା ପରି ଦୁଇଟି ଟ୍ରେଣ୍ଡ ଭାଇରାଲ୍ ହୋଇଥିଲା। ବବିତାଙ୍କ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୋଭିଡ୍-19ର ମୁକାବିଲା ପାଇଁ ସାରା ଦେଶରେ ଲକ୍ଡାଉନ୍। ଏହି ସମୟରେ ବହୁ ବ୍ୟକ୍ତି, ଅନୁଷ୍ଠାନ ଆର୍ଥିକ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ଆଜି କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍କୁ 10 ହଜାର ଟଙ୍କା ଦାନ କରାଯାଇଛି। କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ବାବୁରାମ ଚୌଧୁରୀଙ୍କ ନେତୃତ୍ବରେ ଅନଙ୍ଗ କୁମାର ମହାପାତ୍ର, ବିଷ୍ଣୁ ଚରଣ ମୁଦୁଲି, ସତ୍ୟାନନ୍ଦ ନାଥ, ଦେବୀ ପ୍ରସାଦ ପଟ୍ଟନାୟକ ଭାରପ୍ରାପ୍ତ ବିଡିଓ ଡ. ପୂଜା ଲେଙ୍କାଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି।
ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ଭୁବନେଶ୍ବର କରୋନାର ହଟସ୍ପଟ୍ ହୋଇଥିବାରୁ ଏଠାରେ ବ୍ୟାପକ ଟେଷ୍ଟ କରାଯିବ। ୫ ହଜାର ଯାଏଁ ଟେଷ୍ଟ କ୍ଷମତା ବଢାଇବାକୁ ପ୍ରସ୍ତୁତି କରାଯାଇଛି। ସାତ ଦିନ ମଧ୍ୟରେ ଭୁବନେଶ୍ବରରେ ୫ ହଜାରର ଟେଷ୍ଟ ହେବ। ତେବେ ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ ଶାସନ ସଚିବ। ଚାରୋଟି କ୍ୟାଟେଗାରୀରେ ଲୋକଙ୍କୁ ଚୟନ କରାଯାଇ ସାମ୍ପଲ୍ ନିଆଯିବ। ଟ୍ରାଭେଲ୍ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ୍ ନିଆଯିବ। ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ। ସେହିପରି ସ୍ବାସ୍ଥ୍ୟ କର୍ମୀ, ପୋଲିସ୍, କର୍ମଚାରୀଙ୍କ ସାମ୍ପଲ୍ ଟେଷ୍ଟ ମଧ୍ୟ କରାଯିବା। ଭୁବନେଶ୍ବରରେ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର କ୍ୟାମ୍ପ୍ କରାଯିବ। ଉଭୟ…
ପୁରୀ : ଲକ୍ ଡାଉନ୍ ପାଇଁ ଆର୍ଥିକ ସ୍ଥିତି ବିଗିଡି ଥିବାରୁ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଆର୍ଥିକ ସହାୟତା । ପ୍ରତି ସେବାୟତ ପରିବାରକୁ ମିଳିବ 5 ହଜାରଟଙ୍କା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା । ସେବାୟତ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର୍ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି । ଲକ୍ ଡାଉନ୍ ଯୋଗୁଁ ଶ୍ରୀମନ୍ଦିରକୁ ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଭକ୍ତମାନେ ମନ୍ଦିର ଆସୁନଥିବାରୁ ଏହାର ସିଧା ପ୍ରଭାବ ସେବାୟତଙ୍କ ଉପରେ ପଡିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କୁ ସାହାଯ୍ୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।
ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ଗୁଟ୍ଖା ଓ ପାନ୍ ଛେପ ପକାଇଲେ ନିସ୍ତାର ନାହିଁ। ଏନଡିଏମସି ଏନେଇ ଏକ ସ୍ବତନ୍ତ୍ର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଛେପ ପକାଇଲେ 2000 ଟଙ୍କାର ତଣ୍ଡ ଗଣିବାକୁ ପଡିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ନିକଟରେ ମଧ୍ୟ ଛେପ ପକାଇବା ବାରଣ କରିବା ସହ ଏନେଇ ଜରିମାନା ଆଦାୟ କରିବା ନେଇ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ। ନୂତନ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନିକ ସ୍ଥାନରେ ଛେପ ପକାଇଲେ ଏହା ଦଣ୍ଡନୀୟ ଅପରାଧ ରୂପେ ବିବେଚନା ହେବ। ଏହା ପରେ ଦିଲ୍ଲୀରେ ଏହାକୁ ନେଇ ନିୟମକୁ ବେଶ କଡାକଡି କରାଯାଇଛି। ଗତ ବର୍ଷ ମଧ୍ୟ ଦିଲ୍ଲୀର ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ସିଭିକ୍ ଓ୍ବାର୍ଡେନ୍ଙ୍କୁ ନିୟୋଜିତ କରାଯାଇଥିଲା। ଯାହା ଦ୍ବାରା ଲୋକମାନେ ଯେପରି ଅପରିଷ୍କାର ନ କରନ୍ତି ଏବଂ ସର୍ବସାଧାରଣ ସ୍ଥାନରେ…
ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ 53ଟି ଦେଶରେ ମୋଟ୍ 3,336ଜଣ ଭାରତୀୟ ସଂକ୍ରମିତ ହୋଇଥିବାବେଳେ ବିଦେଶରେ 25ଜଣ ଭାରତୀୟ ମୃତ୍ୟୁ ହୋଇଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି। ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସଂଯମ ରଖିବାକୁ କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ବଦେଶ ଅଣାଯାଉନାହିଁ । ସେହିପରି ଭାରତରେ 55ଟି ଦେଶରେ ବାଣିଜ୍ୟିକ ଆଧାରରେ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲରୋକୁଇନ୍ ଯୋଗାଇ ଦେବାର ନିଷ୍ପତ୍ତି ନେଇଛି । ସେହିପରି ବିଦେଶରୁ ମେଡ଼ିକାଲ ଉପକରଣ ମଗାଇଛି । ଭାରତ ଦକ୍ଷିଣ କୋରିଆ ଓ ଚୀନ୍ରୁ କୋଭିଡ-19 ଯାଞ୍ଚ କିଟ୍ ଆଣିଥିବାବେଳେ କରୋନା ମହାମାରୀ ସହ ଲଢେଇବ ପାଇଁ ଅନ୍ୟାନ୍ୟ ମେଡିକାଲ ଉପକରଣ ଜର୍ମାନୀ, ଆମେରିକା, ବ୍ରିଟେନ୍, ମାଲେସିଆ, ଜାପାନ ଓ ଫ୍ରାନ୍ସଆଦି ଦେଶରୁ ଆଣିବା ନେଇ ବିଚାର କରୁଛି । ବିଶ୍ବରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ବରେ 21…
ନୂଆଦିଲ୍ଲୀ : କରୋନା ସଂକଟ ଓ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଆଜି ଆରବିଆଇ ରେପୋ ରେଟ୍କୁ ହ୍ରାସ କରିଛନ୍ତି। 0.25 ବେସ ପଏଣ୍ଟ ହ୍ରାସ କରିବା ପରେ ରେପୋ ରେଟ୍ 4%ରୁ ହ୍ରାସ ପାଇ 3.75%ରେ ପହଞ୍ଚିଛି। ଏହି ରେପୋ ରେଟ୍ ହ୍ରାସ ପରେ ବ୍ୟାଙ୍କଗୁଡିକ ଫାଇଦା ମିଳିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ କରୋନା ଯୋଦ୍ଧାକୁ ପ୍ରଶଂସା କରିବା ସହିତ କରୋନା ସହ ଲଢେଇ ପାଇଁ ପୂରା ଚେଷ୍ଟା ଚାଲିଛି ବୋଲି କହିଛନ୍ତି । ବିଶ୍ବରେ ବଡ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା କରିଛନ୍ତି ଆରବିଆଇ ଗଭର୍ଣ୍ଣର। ବିଶ୍ବରେ 9 ଟ୍ରିଲିୟନ୍ ଡଲାର କ୍ଷତି ହେବାର ଆଶଙ୍କା କରାଯାଉଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ତେବେ ବାକି ଦେଶ ଅପେକ୍ଷା ଭାରତର ଆର୍ଥିକ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି। ଜି-20 ଦେଶମାନଙ୍କ ଭିତରେ ଭାରତର ଅବସ୍ଥା ଭଲ…
କର୍ଣ୍ଣାଟକ : କରୋନା ଭାଇରସ୍ ସଂକଟ ସମୟରେ ଦେଶରେ ଜାରି ରହିଛି ଲକ୍ ଡାଉନ୍ । ଏହା ମଧ୍ୟରେ ଆଜି ବିବାହ କରୁଛନ୍ତି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍)ର ନେତା ଏଚ୍ଡି କୁମାରୀସ୍ବାମୀଙ୍କ ପୁତ୍ର ନିଖିଲ କୁମାରସ୍ବାମୀ । ନିଖିଲ କଂଗ୍ରେସର ପୂର୍ବ ଆବାସ ମନ୍ତ୍ରୀ ଏମ୍ କୃଷ୍ଣପ୍ପାଙ୍କ ଝିଆରୀ ରେବତୀଙ୍କ ସହ ବିବାହ କରୁଛନ୍ତି । ନିଖିଲ୍ ରାଜନୀତିରେ ସକ୍ରିୟ ଥିବା ସହ କେତୋଟି କନ୍ନଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଲକ୍ ଡାଉନ୍ ଯୋଗୁଁ ସାମାଜିକ ସମାବେଶ, ଧାର୍ମିକ କାର୍ଯ୍ୟକ୍ରମ ଆଦିକୁ ବାରଣ କରାଯାଇଥିବାବେଳେ ନିଖିଲ୍ ଓ ରେବତୀଙ୍କ ବିବାହ କିଛି ପରିବାର ସଦସ୍ୟଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ରାମନଗର ନିକଟସ୍ଥ 95 ଏକର ଏକ ଜମିରେ ବିଭାଘର ହେବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିବାବେଳେ ଲକ୍ଡାଉନ୍ ଦେଖି ଏଥିରେ ପରିବର୍ତ୍ତନ କରାଯାଇଛି। ସୀମିତ ଲୋକଙ୍କ ମଧ୍ୟରେ ବିବାହ ହେବ…
ନୂଆଦିଲ୍ଲୀ, ସାରା ପୃଥିବୀକୁ କରୋନା ବର୍ତ୍ତମାନ ଅସ୍ତବ୍ୟସ୍ତ କରିଦେଇଛି। ଫଳରେ ଅନେକ ସ୍ଥାନରେ ଅନେକ କଥା ବଦଳିବାରେ ମଧ୍ୟ ଲାଗିଛି। ପୁରା ପୃଥିବୀର ଆଇନି କାନୁନକୁ ମଧ୍ୟ ବଦଳାଇ ଦେଇଛି ଏହି ମହାମାରୀ। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ସବୁ ଯାନିଯାତ୍ରା, ଯାତାୟାତ ସବୁ ଠପ ହୋଇଯାଇଛି। ଏପରିକି ବଡବଡ ଧର୍ମକର୍ମ ମଧ୍ୟ ଏହି ମହାମାରୀ ଯୋଗୁଁ କେଉଁଠି ବନ୍ଦ ତ କେଉଁଠି ପରିବର୍ତ୍ତନ କରାଯାଇଛି। ଏହିପରି ପରିସ୍ଥିତି ଭିତରେ ନୂଆଦିଲ୍ଲୀରୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ତାହା ହେଲା ଗତକାଲି ନୂଆଦିଲ୍ଲୀର ଜଣେ ମହିଳା କୋଭିଡ ଆକ୍ରାନ୍ତ ଯୋଗୁଁ ମୃତ୍ୟୁବରଣ କରିଥିଲେ। ହେଲେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ କିଛି କଟକଣା ଥିବାରୁ ସେହି ଅନୁସାରେ ସେହି ମହିଳାଙ୍କ ଶବ ସତ୍କାର କରାଯାଇଥିଲା। ଶବକୁ କବର ଦେବା ପାଇଁ ତାଙ୍କ ପରିବାର ଲୋକେ ଦଉଡିର ସହାୟତା ନେଇଥିଲେ। ଶବ ର…
ଭୁବନେଶ୍ବର : ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ସବୁ କରୋନା ଟେଷ୍ଟ ନେଗେଟିଭ୍ ବୋଲି ଜଣାପଡିଛି । କାଲି ସମୁଦାୟ 843ଟି ସାମ୍ପଲ୍ ଟେଷ୍ଟ ହୋଇଥିବାର ସୂଚନା ରହିଥିଲା। ଏପର୍ଯ୍ୟନ୍ତ ରାଜ୍ୟରେ 7577 ସାମ୍ପଲ୍ ଟେଷ୍ଟ ହୋଇଛି । ଏହି 7577 ସାମ୍ପଲ୍ରୁ 7517ଟି ନେଗେଟିଭ୍ ରହିଥିବାବେଳେ 60ଟି ପଜିଟିଭ୍ ରହିଛି । 60 ପଜିଟିଭ୍ ମଧ୍ୟରୁ 40 ଜଣ ଚିକିତ୍ସାଧୀନ ରହିଥିବାବେଳେ 19ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଯୋଗୁଁ ଜଣକର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ ତରଫରୁ ଏନେଇ ସୂଚନା ଜାରି କରାଯାଇଛି ।

