Author: Samikhsya Bureau

ନୂଆଦିଲ୍ଲୀ :  ଦେଶରେ କରୋନା ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶରେ ଜାରି ରହିଥିବା କରୋନା ସ୍ଥିତିକୁ ଦେଖି ଲକ୍‌ ଡାଉନ୍‌ର ଅବଧିକୁ ପ୍ରଧାନମନ୍ତ୍ରୀ ଆଜି ବଢାଇଛନ୍ତି । ମେ 3 ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କରୋନା ଲଢେଇ ପାଇଁ ଜାରି ରହିଥିବା 21 ଦିନିଆ ଲକ୍‌ ଡାଉନ୍‌ର ଆଜି ଶେଷ ଦିନ ରହିଥିଲା । ପୂର୍ବରୁ ମାର୍ଚ୍ଚ 24 ତାରିଖରୁ ଏପ୍ରିଲ୍‌ 14 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା । ଆସନ୍ତାକାଲି ଦ୍ବିତୀୟ ଥର ଲକ୍‌ ଡାଉନ୍‌ ନେଇ ବିସ୍ତୃତ ଗାଇଡ୍‌ ଲାଇଜ ଜାରି ହେବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗାଇଡ୍‌ ଲାଇନ ଜରିଆରେ ଅତ୍ୟାବଶ୍ୟକ ଜିନିଷ ପାଇଁ କିଛି କୋହଳ କରାଯିବ । ଅତ୍ୟାବଶ୍ୟକ ସେବା ଓ ଚାଷୀମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି…

Read More

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା 56କୁ ବୃଦ୍ଧି ହୋଇଛି। ସମୁଦାୟ 4734ଟି ସାମ୍ପଲ୍‌ ଟେଷ୍ଟ ହୋଇଥିବାବେଳେ 4678ଟି ନେଗେଟିଭ୍‌ ଆସିଛି। ଏଥି ମଧ୍ୟରୁ 56ଜଣ ପଜିଟିଭ୍‌ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 37  ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି। ଗତକାଲି ରାତ୍ରିରେ 5ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ରାଜ୍ୟରେ ସମୁଦାୟ 18ଜଣ ସୁସ୍ଥ ହୋଇ ଫେରିଛନ୍ତି।

Read More

ନୂଆଦିଲ୍ଲୀ : ମୋଦିଙ୍କ ପୂର୍ବରୁ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । କରୋନା ବିରୋଧରେ ଲଢ଼େଇ କରୁଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ଡାକ୍ତର, ନର୍ସ, ସାନିଟେସନ କର୍ମଚାରୀ ଓ ପୁଲିସ୍‌ମାନଙ୍କୁ ଭିଡିଓ ଜାରି କରି ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି। ଏଥିସହ ସେ ଲୋକଙ୍କୁ ଲକଡାଉନର ନିୟମ ଓ ସାମାଜିକ ଦୂରତାକୁ ପାଳନ କରିବାକୁ ନିବେଦନ କରିଛନ୍ତି। ଏହି ଭିଡିଓରେ ସୋନିଆ କରୋନା ବିରୁଦ୍ଧରେ ସାରା ଭାରତବାସୀ ସମେସ୍ତ ମିଳିମିଶି ଲଢେଇ କରୁଛନ୍ତି । କଂଗ୍ରେସ ମଧ୍ୟ ଆପଣଙ୍କ ସାଥୀରେ ରହିଛି ବୋଲି କହିଛନ୍ତି ସୋନିଆ। କରୋନା ଯୋଦ୍ଧାକୁ ସହଯୋଗ କରିବାକୁ ଅପିଲ୍‌ କରିଛନ୍ତି ସୋନିଆ । ସେହିପରି ସାରା ଦେଶବାସୀଙ୍କ କରୋନା ବିରୁଦ୍ଧରେ ଯେଉଁଭଳି ଭାବରେ ଧୈର୍ଯ୍ୟର ସହ ଲଢେଇ କରୁଛନ୍ତି, ସେଥିପାଇଁ ସମଗ୍ର ଭାରତବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୋନିଆ…

Read More

ନୂଆଦିଲ୍ଲୀ : ବିଶ୍ବର 210ଟି ଦେଶରେ କାୟା ବିସ୍ତାର କରି ଚିନ୍ତା ବଢାଇଛି କରୋନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 1ଲକ୍ଷ 19 ହଜାର 691ରେ ପହଞ୍ଚିଛି । ଚୀନ୍‌ରୁ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ଆମେରିକାରେ ପ୍ରବଳ ମାତ୍ରାରେ ବ୍ୟାପି ଚାଲିଛି । ଆମେରିକାରେ ସର୍ବାଧିକ ମୃତ୍ୟୁ 23,640ରେ ପହଞ୍ଚିଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 86 ହଜାର 941ରେ ପହଞ୍ଚିଛି । ସେହିପରି ଇଟାଲୀ, ଫ୍ରାନ୍ସ, ୟୁକେ, ଜର୍ମାନୀ, ଇରାନ୍‌, ସ୍ପେନ୍‌ ଆଦି ରାଷ୍ଟ୍ରଗୁଡିକର ମଧ୍ୟ କରୋନା ଯୋଗୁଁ ସ୍ଥିତି ସଙ୍ଗୀନ୍‌ ହୋଇପଡିଛି । କରୋନା ଯୋଗୁଁ ଫ୍ରାନ୍ସରେ ଲକ୍‌ ଡାଉନର ଅବଧିକୁ ମେ 11 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ କହିଛନ୍ତି । କରେନା ଅପଡେଟ୍‌ :

Read More

ନୂଆଦିଲ୍ଲୀ, ଦେଶରେ କୋଭିଡ-19 ବିରୋଧରେ ଜାରି ରହିଥିବା ସମୂହ ସଂଗ୍ରାମରେ, ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଏହାର ପ୍ରତିକାର, ନିୟନ୍ତ୍ରଣ ତଥା କୋଭିଡ-19 ସଂକ୍ରମଣର ପରିଚାଳନା ସକାଶେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସର୍ବୋଚ୍ଚ ସରକାରୀ ସ୍ତରରେ ଏହାକୁ ନିୟମିତ ଭାବେ ସମୀକ୍ଷା କରାଯିବା ସହ ତଦାରଖ କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ପ୍ରସଙ୍ଗରେ ସିଏସଆଇଆର (କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଏଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ)ର କୋଭିଡ-19 ମହାମାରୀ ନିୟନ୍ତ୍ରଣ ସଂପର୍କୀତ ଗବେଷଣାର ପ୍ରଗତି ସଂପର୍କରେ ଏହାର ମହାନିର୍ଦ୍ଦେଶକ, ସିଏସଆଇଆର ଓ ଏହାର 38ଟି ସିଏସଆଇଆର ନିର୍ଦ୍ଦେଶକମାନଙ୍କ ସହ ସମୀକ୍ଷା କରିଛନ୍ତି । ସିଏସଆଇଆର ବିଜ୍ଞାନାଗାର ଅନ୍ୟ ଘରୋଇ ଶିଳ୍ପସଂସ୍ଥା, ସରକାରୀ ସଂସ୍ଥା, ଏମଏସଏମଇ, ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟଙ୍କ ସହ ଘନିଷ୍ଠ ସହଭାଗୀତାରେ ଏବେ କାର୍ଯ୍ୟରତ ରହି…

Read More

ଭୁବନେଶ୍ବର, ଓଡିଶାର ଖ୍ୟାତନାମା ଲେଖକ, ବିଶିଷ୍ଟ ଶ୍ରମିକ ନେତା ତଥା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ସୌରୀବନ୍ଧୁ କରଙ୍କର ଆଜି  ଦେହାନ୍ତ ହୋଇଛି। ଶ୍ରୀ କର ୪୦ ବର୍ଷରୁ ଅଧିକ ସମୟ ଦେଶର ଶ୍ରମିକ ସଙ୍ଗଠନ ସହ ଜଡିତ ଥିଲେ। ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠ ଲେଖକ ଭାବରେ ସେ ବେଶ ଜଣାଶୁଣା। ପ୍ରବନ୍ଧ ଓ ଜୀବନୀ ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଥିଲା। କାର୍ଲ ମାର୍କ୍ସ ଓ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଉଦବୁଦ୍ଧ ଶ୍ରୀ କର ଏହି ଉଭୟ ଦାର୍ଶନିକଙ୍କ ଜୀବନକୁ ନେଇ ଅନେକ ସାହିତ୍ୟ ସୃଷ୍ଟି କରିଥିଲେ। ୨, ଏପ୍ରିଲ, ୧୯୪୮ରେ ସେ ଜନ୍ମଗ୍ରହଣ କରିଥିଲେ।

Read More

ବେଙ୍ଗାଲୁରୁ : କରୋନା ଭାଇରସ ସହ ମୁକାବିଲା କରିବା ପାଇଁ ରାଜ୍ୟରେ 21 ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଘରେ ସମେସ୍ତ ରହିଛନ୍ତି । କେବଳ ଅତ୍ୟାବଶ୍ୟକ ଜିନିଷକୁ ଛାଡିଦେଲେ ବାକି ସମସ୍ତ ଦୋକାନ ବନ୍ଦ ରହିଛି । କିଛି ଲୋକ ନିଶା ଅର୍ଥାତ୍‌ ମଦ ପିଇବାର ଅଭ୍ୟାସ ରଖିଥିଲେ ମଧ୍ୟ ଏହି ଲକ୍‌ଡାଉନ୍‌ ସମୟରେ ମଦ ବିକ୍ରି ଉପରେ ନିଷେଧାଜ୍ଞା ଜାରି ରହିଥିବାରୁ ସେମାନେ ବାଧଧ୍ୟ ହୋଇ ରହୁଛନ୍ତି। କିନ୍ତୁ ଜଣେ ଲୋକ ଏହି ଲକ୍‌ ଡାଉନ୍‌ ସମୟରେ କଡା ନିୟମ ମଧ୍ୟରେ ମଧ୍ୟ କ୍ରୟ ମୂଲ୍ୟଠାରୁ ଚଢା ଦରରେ ମଦ ବିକ୍ରି କରିଥିବାର ସୂଚନା ମିଳିଛି। ମଦ ବିକ୍ରି କରିବା ପାଇଁ ସେ ସୋସିଆଲ ମିଡିଆକୁ ମଧ୍ୟ ଉପଯୋଗ କରିଛି। ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁରର ଜଣେ ବ୍ୟକ୍ତି ଲକ୍ ଡାଉନ୍‌ ଓ କର୍ଫ୍ୟୁର ଫାଇଦା ଉଠାଇ ସୋସିଆଲ ମିଡିଆ ଜରିଆରେ ଗ୍ରାହକ ଖୋଜି ନିଜର…

Read More

ନୂଆଦିଲ୍ଲୀ, ଦେଶରେ ଏବେ ବୈଶ୍ୱିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବାରୁ ପବିତ୍ର ରମଜାନ ମାସରେ ଲକଡାଉନ୍‌ ଏବଂ ସାମାଜିକ ଦୂରତା ରକ୍ଷାକୁ ନିଷ୍ଠାର ସହ ପାଳନ କରିବା ନିମନ୍ତେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ ଭାରତୀୟ ମୁସଲମାନ ସମ୍ପ୍ରଦାୟଙ୍କୁ ନିବେଦନ କରିଛନ୍ତି। ପବିତ୍ର ରମଜାନ ମାସ ଅପ୍ରେଲ 24 ତାରିଖ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ପବିତ୍ର ମାସ ପାଳନ ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନିଜ ଘରେ ସୁରକ୍ଷିତ ରହି ନମାଜ ପାଠ ତଥା ଅନ୍ୟାନ୍ୟ ଧର୍ମୀୟ ରୀତିନୀତି ସମ୍ପାଦନ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ନକଭୀ ଏବେ କେନ୍ଦ୍ରୀୟ ୱାକଫ ପରିଷଦର ଅଧ୍ୟକ୍ଷ ପଦରେ ମଧ୍ୟ ଅବସ୍ଥାପିତ ଅଛନ୍ତି। ଏହା ଭାରତରେ ରାଜ୍ୟ ୱାକଫ ବୋର୍ଡର ନିୟନ୍ତ୍ରକ ସଂସ୍ଥା ରୂପେ କାର୍ଯ୍ୟ କରିଥାଏ। ନକଭୀ କହିଛନ୍ତି ଯେ ରାଜ୍ୟ ୱାକଫ ବୋର୍ଡ଼ ଅଧିନରେ…

Read More

(ସମୀକ୍ଷା ବ୍ୟୁରୋ) ଆଜି ରାଜ୍ୟ ପାଇଁ ଆଉ ଏକ ଖୁସିର ଖବର। ଅଳ୍ପଦିନ ତଳେ କୋଭିଡ୧୯ ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିବା ପାଞ୍ଚଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ଓ ସେମାନେ କରୋନା ମୁକ୍ତ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଏହି ପାଞ୍ଚ ଜଣ ଆକ୍ରାନ୍ତ ଭୁବନେଶ୍ବରର ବାସିନ୍ଦା ବୋଲି ଜଣା ଯାଇଛି। ଆଜି ପର୍ୟନ୍ତ ରାଜ୍ୟରେ ୫୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପୂର୍ବରୁ ୧୩ ଜଣ ଆରୋଗ୍ୟ ଲାଭ କରିଥିଲେ। ଆଜିର ପାଞ୍ଚ ଜଣଙ୍କୁ ମିଶାଇ ଏ ପର୍ୟନ୍ତ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

Read More

ନୂଆଦିଲ୍ଲୀ, କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯାତ୍ରା ଓ ବିଭିନ୍ନ ପ୍ରକାର ଗମନାଗମନ ଉପରେ ଭାରତ ସରକାର ନିଷେଧାଦେଶ ଜାରି କରିବାରୁ ବିଭିନ୍ନ କାର୍ଯ୍ୟରେ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି । ଏହି ନାଗରିକମାନଙ୍କୁ ଭାରତରେ ଥିବା ନିଜନିଜ ଦେଶର ଦୂତାବାସ ଓ ବାଣିଜ୍ୟ ଦୂତାବାସ ସହ ସମ୍ପର୍କ ରକ୍ଷା କରିବାର ସୁଯୋଗ ଯୋଗାଇ ଦିଆଯାଉଛି । ନିଜନିଜର ସୁବିଧା ପାଇଁ କୂଟନୈତିକ ନିୟମ ଅନୁସାରେ ଏସବୁ ବିଦେଶୀମାନଙ୍କୁ ଏହି ସୁବିଧା ମିଳିଛି । ତେବେ ଏହି ବିଦେଶୀ ନାଗରିକମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଭିସା ଅବଧି ମିଆଦ 1 ଫେବୃଆରୀ 2020 ମଧ୍ୟରାତ୍ରି ସୁଦ୍ଧା ପୁରିଯାଉଛି ଏବଂ ଆଉ ଯେଉଁମାନଙ୍କ ଏହି ଅବଧି ପୁରିବାକୁ ଯାଉଛି ସେମାନଙ୍କ ସୁବିଧା ପାଇଁ ସରକାର ଏହି ସମୟସୀମାକୁ ଏପ୍ରିଲ 30 ତାରିଖ ମଧ୍ୟରାତ୍ରି ଯାଏଁ ବଢାଇ ଦେଇଛନ୍ତି। ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ନିଜନିଜର ଦୂତାବାସ ସହ ସମ୍ପର୍କ…

Read More

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି । ଏଠାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ରହିଥିବାବେଳେ ମହାରାଷ୍ଟ୍ର ସରକାରର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଡ ଏବେ କ୍ବାରେଣ୍ଟିନ୍‌ରେ । ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଜିତେନ୍ଦ୍ରଙ୍କ 14 ଜଣ କର୍ମଚାରୀଙ୍କ ସମେତ 5ଜଣ ସୁରକ୍ଷା କର୍ମୀଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଛି । ସେହିପରି ଅନ୍ୟ 9 ଜଣ କର୍ମଚାରୀ ତାଙ୍କର ବ୍ୟକ୍ତିଗତ କର୍ମଚାରୀ, ଘରର ଚାକର ଓ ପାର୍ଟିର କାର୍ଯ୍ୟକର୍ତ୍ତା ପ୍ରମୁଖ ସାମିଲ୍‌ ରହିଛନ୍ତି । ଏହି ସମସ୍ତଙ୍କର କରୋନା ଟେଷ୍ଟ ପଜିଟିଭ୍‌ ଆସିଛି । ଏହା ପରେ ମନ୍ତ୍ରୀ ଜିତେନ୍ଦ୍ର ନିଜେ ଏବେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ଏନ୍‌ସିପି ନେତାର ଜିତେନ୍ଦ୍ର ସୋମବାର ଦିନ ଜଣେ କରୋନା ପଜିଟିଭ୍‌ ସମ୍ପର୍କରେ ଆସିଥିବାର ସୂଚନା ଦେଇଥିଲେ । ଏହାପରେ ସେ ନିଜେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ଏହା ପରେ ତାଙ୍କ ନିଜ ବ୍ୟକ୍ତିଗତ କର୍ମଚାରୀଙ୍କ କରୋନା…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସହ  ଲଢେଇ ଜାରି ରଖିଛି ଭାରତ । ଆଜି ଲକ୍‌ଡାଉନ୍‌ର 20ତମ ଦିବସ । ଏହାର ପ୍ରଭାବ ମଧ୍ୟ ଦେଶରେ ଦେଖିବାକୁ ମିଳିଛି ବୋଲି କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସ୍ବାସ୍ଥ୍ୟ ବିଭାଗ ତରଫରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଦେଶର 15ଟି ରାଜ୍ୟରେ 25ଟି ଏପରି ଜିଲ୍ଲା ରହିଛି ଯେଉଁଠାରେ 14 ଦିନ ହେବ କରୋନା ସମ୍ପର୍କିତ କୌଣସି ନୂତନ ମାମଲା ସାମ୍ନାକୁ ଆସିନାହିଁ । ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସେହି ଜିଲ୍ଲାଗୁଡିକ ହେଉଛି :- 1. ମହାରାଷ୍ଟ୍ରର ଗୋନ୍ଦିଆ 2.ଛତିଶଗଡର ରାଜନାଦଗାଓଁ, ଦୁର୍ଗ ଓ ବିଲାସପୁର 3.କର୍ଣ୍ଣାଟକର ଦାବନଗିରି, କୋଡାଗୁ, ତୁମକୁର ଓ ଉଡୁପି 4.ଗୋଆର ଦକ୍ଷିଣ ଗୋଆ 5.କେରଳର ଓ୍ବାୟନଡ ଓ କୋଟ୍ଟାୟମ୍‌ 6.ମଣିପୁରର ପଶ୍ଚିମ ଇମ୍ପାଲ୍‌ 7.ଜମ୍ମୁକାଶ୍ମୀରର ରୋଜୌରୀ 8.ମିଜୋରାମର ଆଇଜୋଲ୍‌ ପଶ୍ଚିମ 9.ପୁଡୁଚେରୀର ମୋହେ 10.ପଞ୍ଜାବର ଏସ୍‌ବିଏସ୍‌ନଗର…

Read More

ମୁମ୍ବାଇ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା 324କୁ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 9352 ରହିଥିବାବେଳେ 8 ହଜାର 48ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି 980ଜଣ ଆକ୍ରାନ୍ତ ସୁସ୍ଥ ହୋଇ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଆଜି ମହାରାଷ୍ଟ୍ରରେ 352ଟି ନୂତନ ମାମଲା ସାମ୍ନାକୁ ଆସିଛି । ସେହିପରି ଆଜି 11ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 150ରେ ପହଞ୍ଚିଛି । ସଦ୍ୟତମ ସୂଚନା ଅନୁସାରେ ରାଜ୍ୟରେ ଏ ପର୍ଯ୍ୟନ୍ତ 2334ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 150 ଡେଇଁଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ 87 ପ୍ରତିଶତ ଲୋକେ ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଆଦିରେ ପୀଡ଼ିତ ଥିବାବେଳେ ସାତରୁ…

Read More

ସାଲେପୁର : ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ । ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ 12 ଓ 13 ନମ୍ବର ଓ୍ବାର୍ଡରୁ ହଟିଲା। ନିଶ୍ଚିନ୍ତକୋଇଲି ତହସିଲ ଜୟରାମପୁର ପଞ୍ଚାୟତ 1 ନମ୍ବର ଓ୍ବାର୍ଡରୁ ହଟିଲା। ଦୁଇ ଅଞ୍ଚଳରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କଲେ କଟକ ଜିଲ୍ଲାପାଳ। ସିଡିଏମ୍‌ଓ, ଉଭୟ ତହସିଲଦାରଙ୍କ ରିପୋର୍ଟ ପରେ ପ୍ରତ୍ୟାହାର କଲେ। ଉଭୟ ଅଞ୍ଚଳରେ କରୋନା ବ୍ୟାପି ନଥିବା ନେଇ ରିପୋର୍ଟ ପରେ ପ୍ରତ୍ୟାହାର। ଉଭୟ ଅଞ୍ଚଳରୁ ନିଆଯାଇଥିବା ସମସ୍ତ ସାମ୍ପଲ୍‌ ନେଗେଟିଭ୍‌ ପରେ ପ୍ରତ୍ୟାହାର। କଣ୍ଟେନେମଣ୍ଟ ହଟିଥିଲେ ବି ପୂର୍ବବତ୍‌ ଲକ୍‌ ଡାଉନ୍‌ କଟକଣା ଜାରି ରହିବ। ଏପ୍ରିଲ୍‌ 5 ତାରିଖରେ ଉଭୟ ଅଞ୍ଚଳରେ କଣ୍ଟେନମେଣ୍ଟ ଲାଗୁ ହୋଇଥିଲା।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଛି । ସେଥିମଧ୍ୟରୁ 13 ଜଣ ସୁସ୍ଥ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ସୂଚନା ଜାରି କରିବା ସହିତ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରି କରୋନା ପରୀକ୍ଷା କରୁଛନ୍ତି। କରୋନାକୁ ରୋକିବା ଦିଗରେ ରାଜ୍ୟ ସରକାର ବେଶ୍‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା 50 ନମ୍ବର କରୋନା ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାତ୍ରା କରିଥିଲେ । ବାଣପୁରରେ ଏହି ଆକ୍ରାନ୍ତଙ୍କ ଲିଙ୍କ୍‌ ଥିବାର ସୂଚନା ମିଳିବା ପରେ ସେଠାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାଣପୁରରେ ଏହି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା 15 ଜଣ ସନ୍ଦିଗ୍ଧଙ୍କୁ ସ୍ବାବ ପରୀକ୍ଷା ପାଇଁ ନମୁନା…

Read More

ନୂଆଦିଲ୍ଲୀ : କରୋନା ସହ ମୁକାବିଲା କରିବା ପାଇଁ ଦେଶରେ 21ଦିନିଆ ଲକ୍‌ ଡାଉନ୍‌ ଜାରି ହୋଇଛି । ଆସନ୍ତା କାଲି ଏହି 21 ଦିନିଆ ଲକ୍‌ ଡାଉନର ଅନ୍ତିମ ଦିବସ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବା 10 ଘଟିକାରେ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଲକ୍‌ଡାଉନ୍‌ର ଅବଧି ବୃଦ୍ଧି ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ନେଇ ସମ୍ଭାବନା ରହିଛି। ଏପ୍ରିଲ୍‌ 30 ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବା ନେଇ ଆକଳନ କରାଯାଇଛି । ଗତ 11 ତାରିଖରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିଥିଲେ । ଏହି ବୈଠକରେ ପ୍ରାୟ ସମସ୍ତ ନେତା ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ପ୍ରସ୍ତାବ ରଖିଥିଲେ । ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଏହା ସମ୍ପର୍କରେ ଜଣାପଡିବ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ…

Read More

ଭୁବନେଶ୍ବର : ସାରା ଓଡ଼ିଶାରେ ଅସହ୍ୟ ଗରମ । ଆଜି ପଣା ସଂକ୍ରାନ୍ତି ଥିବାବେଳେ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହୋଇଥିଲା । ଭୁବନେଶ୍ବର, ଟିଟିଲାଗଡ ସର୍ବାଧିକ ଉତ୍ତପ୍ତ  ସହର ଭାବେ ଉଭା ହୋଇଛି । ଆଜି ଭୁବନେଶ୍ବର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି  । ଆଜି ଟିଟିଲାଗଡ ସହ ଭୁବନେଶ୍ବର 41.5 ଡିଗ୍ରୀ ସେଲସିୟସ୍‌ ରହିଥିଲା। ଆଜି ରାଜ୍ୟର 12ଟି ସହରର ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ସେଗୁଡିକ ହେଲା ଭୁବନେଶ୍ବର – 41.5 ତାଳଚେର – 41.5 ଚନ୍ଦବାଲି- 40.2 କଟକ- 40.2 ବାରିପଦା – 41 ତାଳଚେର – 40.5 ବଲାଙ୍ଗିର – 41.2 ମାଲକାନଗିରି – 40.2 ବୌଦ୍ଧ – 40. 5 ପାରଳାଖେମୁଣ୍ଡି – 40 ନୟାଗଡ – 40

Read More

ମୁମ୍ବାଇ : ମୁମ୍ବାଇର ଏକ ହସ୍ପିଟାଲ୍‌ର 25 ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ଏହି ସମସ୍ତଙ୍କୁ ହସ୍ପିଟାଲରେ ଆଇସିୟୁରେ ରଖାଯାଇଛି । ତେବେ ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ଏହି ସମସ୍ତ କର୍ମଚାରୀ ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ଆସିଥିଲେ। ଏହି କର୍ମଚାରୀଙ୍କ ମଧ୍ୟରୁ ଯେଉଁମାନେ ହାଇ ରିସ୍କ୍‌ କଣ୍ଟାକ୍ଟସ୍‌ରେ ଆସିଛନ୍ତି ସେମାନଙ୍କୁ ହସ୍ପିଟାଲ୍‌ରେ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ସେହିପରି ଲୋ – ରିସ୍କ କଣ୍ଟାକ୍ଟସ୍‌ ଆସିଥିବା କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରର ହିଁ ଆସିଛି । ମହାରାଷ୍ଟ୍ରରେ 1985 ଜଣ କରୋନା ସଂକ୍ରମିତ ରହିଥିବାବେଳେ 149ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 324ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 9352ରେ ପହଞ୍ଚିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : କରୋନା ଏବେ ମାନବ ସମାଜ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି । ବିଶ୍ବର 210ଟି ଦେଶ ଏହ କରୋନା କବଳରେ କବଳିତ । ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଏକ ପ୍ରେସ୍‌ ମିଟ୍‌ରେ  ଆଇସିଏମ୍‌ଆର୍‌ ନିର୍ଦ୍ଦେଶକ ରମଣ ଗଙ୍ଗାଖେଡକର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । କରୋନା ମୁକାବିଲା ପାଇଁ ’ରେମ୍‌ଡେସିଭିର୍‌’ କାର୍ଯ୍ୟ କରିପାରେ ବୋଲି କହିଛନ୍ତି । ରେମ୍‌ଡେସିଭିର୍‌ ଟାବ୍‌ଲେଟ୍‌ ଇବୋଲା ରୋଗୀଙ୍କୁ ଦିଆଯାଇଥିଲା । ଇବୋଲାକୁ ପ୍ରତିହତ କରିବାରେ ରେମ୍‌ଡେସିଭିର୍‌ ଭଲ ଫଳ ଦେଖାଇଥିଲା । କରୋନା ମୁକାବିଲାରେ ଲଗାଇବାକୁ ଆମେ ପରୀକ୍ଷା ନିରୀକ୍ଷା କରୁଚୁ । ପରୀକ୍ଷାରେ ଏହା କେତେକାଂଶରେ ସଫଳ ହୋଇଛି ବୋଲି କହିଛନ୍ତି ଗଙ୍ଗାଖେଡକର । ତେବେ ଏହି ରେମ୍‌ଡେସିଭିର୍‌…

Read More

ନୂଆଦିଲ୍ଲୀ: ଦେଶର ସପ୍ତମ ରାଜ୍ୟ ଭାବେ ତାମିଲନାଡୁ ଲକଡାଉନ ଅବଧିକୁ ଏପିଲ୍‌ 30 ଯାଏଁ ବୃଦ୍ଧି କରିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଲକଡାଉନ ଅବଧିକୁ 30 ଏପ୍ରିଲ ଯାଏ ବୃଦ୍ଧି କରିଥିଲେ। ଏହାପରେ ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ମଧ୍ୟ ଲକ୍‌ ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ 1075 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁସଂଖ୍ୟା 11କୁ ବୃଦ୍ଧି ପାଇଛି । ଲକ୍‌ ଡାଉନ୍‌କୁ ନେଇ ଆସନ୍ତକାଲି ସକାଳ 10ଟା ସମୟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ ବୋଲି ସୂଚନା ରହିଛି । ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନା ଓ ଲକ୍‌ ଡାଉନ୍‌କୁ ନେଇ ଏକ ବୈଠକ…

Read More

ଭୁବନେଶ୍ବର : ଭୁବନେଶ୍ବରରୁ ଦୁଇଟି ଅଞ୍ଚଳରୁ ପ୍ରତ୍ୟାହାର ହେଲା କଣ୍ଟେନମେଣ୍ଟ । ସୁନ୍ଦରପଦା ଏବଂ ଯଦୁପୁରୁରୁ କଣ୍ଟେନେମେଣ୍ଟ ଜୋନ୍‌ ପ୍ରତ୍ୟାହାର କରାଗଲା । ପ୍ରତ୍ୟାହାର ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଚାରି ରାଉଣ୍ଡ୍‌ ଘରକୁ ଘର ସର୍ଭେ ହୋଇଥିଲା । ଲକ୍ଷଣ ଥିବା ବ୍ୟକ୍ତିଙ୍କ ସାମ୍ପଲ୍‌ ଟେଷ୍ଟ ପାଇଁ ପଠାଯାଇଥିଲା । ଟେଷ୍ଟ ରିପୋର୍ଟ ଆଧାରରେ କଣ୍ଟେନମେଣ୍ଟ ପ୍ରତ୍ୟାହାର ହୋଇଛି । ତେବେ ଆଗାମୀ 7 ଦିନ ପର୍ଯ୍ୟନ୍ତ ପୁଣି ଘରକୁ ଘର ସର୍ଭେ କରାଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର ।

Read More