କରୋନା ସଚେତନତା ପାଇଁ ନରସିଂହପୁର ପୋଲିସ୍‌ର ସାଇକେଲ ଶୋଭାଯାତ୍ରା

Published: Apr 20, 2020, 5:59 pm IST

ନରସିଂହପୁର
ଚନ୍ଦ୍ରକାନ୍ତି ବୌଦ୍ଧ : କରୋନା କବଳରୁ ଦେଶର ଜନ ସାଧାରଣଙ୍କୁ ରକ୍ଷା କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସାରାଦେଶରେ ଲକ ଡାଉନ ଘୋଷଣା କରାଯାଇଛି। ଜନ ଜୀବନ ସବୁକିଛି ଠପ ହୋଇପଡିଛି। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ କରାଯାଇଥିଲେ ମଧ୍ୟ ଅନେକ ବ୍ୟକ୍ତି ଏହି ନିୟମ ଭାଙ୍ଗୁଛନ୍ତି । ଅନେକ ବ୍ୟକ୍ତି ଏହି ନିୟମ ଭାଙ୍ଗୁଥିବାରୁ ନରସିଂହପୁର ପୋଲିସ୍‌ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା କରାଯାଇଛି । ନରସିଂହପୁର ଅଞ୍ଚଳର ଲୋକଙ୍କୁ ସଚେତନ କରିଛନ୍ତି ଦରକାର ସମୟରେ ଘରୁ ବାହାରିଲେ ଗାଡି ନଚଲାଇ ସାଇକେଲରେ ଆସନ୍ତୁ । ନିୟମିତ ମାସ୍କ ପିନ୍ଧିବା ସହିତ ସହିତ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ପ୍ରଦୂଷଣକୁ ମଧ୍ୟ ରକ୍ଷା କରନ୍ତୁ ଏଭଳି ବାର୍ତ୍ତା ନେଇ ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଜେନା ନରସିଂହପୁରର ବିଭିନ୍ନ ଗାଁ ଗଣ୍ଡା ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି। ଏହା କରିବା ଦ୍ବାରା କୋରୋନା ହାରିବ ଓଡିଶା ହସିବ ବୋଲି ନରସିଂହପୁର ପୋଲିସ୍‌ ପକ୍ଷରୁ କୁହାଯାଇଛି ।

Related posts