Author: Samikhsya Bureau

ହାଇଦ୍ରାବାଦ : ନିଜ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦୁଇ ମହିଳା ଆତ୍ମହତ୍ୟା କରିଛନ୍ତି । ପାରିବାରିକ କଳହ କାରଣରୁ ଅନୁଷା ଏବଂ ସୁମତି ନାମକ ଦୁଇ ମହିଳା ଅନୁଷାଙ୍କ 5 ବର୍ଷୀୟ ଝିଅକୁ ବିଷ ଦେଇ ହତ୍ୟା କରିବା ପରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେଲେଙ୍ଗାନାର ମେଦଚାଲ ଅଞ୍ଚଳରେ ଏହି ଘଟଣା ଘଟିଥିବା ନେଇ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ରାସନ୍‌ ଦୋକାନରୁ ମିଳିଥିବା ଚାଉଳକୁ ନେଇ ଉଭୟ ମହିଳାଙ୍କ ପରିବାରରେ ଝଗଡା ହୋଇଥିଲା । ଏହାପରେ ଉଭୟଙ୍କ ସ୍ବାମୀଙ୍କୁ ଜଓ୍ବାହାର ନଗର ଚର୍ଚ୍ଚକୁ ନିଆଯାଇଥିଲା । ପୋଲିସ୍ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ :  କରୋନା ଅପଡେଟ୍‌ ନେଇ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ କରୋନାରେ 35ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 141 ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ମୋଟ 797ଟି ପଜିଟିଭି ଚିହ୍ନଟ ହୋଇଥିଲା । ଏଯାଏଁ ଦେଶରେ 9152ଟି ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେଳ 308 ଜଣ ମୃତବରଣ କରିଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି 857ଜଣ । ଦେଶର କିଛି ଜିଲ୍ଲାରେ କରୋନା ସଂକ୍ରମଣ ପ୍ରସାରକୁ ନିୟନ୍ତ୍ରିତ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଦେଶର ପ୍ରାୟ 15ଟି ରାଜ୍ୟର 25ଟି ଜିଲ୍ଲାରେ ଏଭଳି 14 ଦିନ ହେଲା କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିପରି ଆଇସିଏମ୍‌ଆରର ଅଧିକାର କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆକ୍ରାନ୍ତ ଜଣକ ହେଉଛନ୍ତି ବମିଖାଲର ଜନୈକ 35 ବର୍ଷୀୟ ଯୁବକ। ଏହି ଯୁବକ ଜଣକ ପୂର୍ବରୁ ବମିଖାଲରୁ ଚିହ୍ନଟ ହୋଇଥିବା 4 ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି 55ନମ୍ବର ଆକ୍ରାନ୍ତ ଯୁବକଙ୍କୁ କିମ୍ସର କୋଭିଡ଼-19 ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏହି ଆକ୍ରାନ୍ତ ଜଣକ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି । ସେ ଚାରିଜଣ କୋଭିଡ୍‌ ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ସେ  7, 8, 22 ଓ 39 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ କରୋନା ପଜିଟିଭ୍‌ 42କୁ ବୃଦ୍ଧି ହୋଇଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 55ରେ ପହଞ୍ଚିଛି।ଏହା ମଧ୍ୟରୁ 13 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ପ୍ରାଣହାନି ଘଟିଛି।…

Read More

ନୂଆଦିଲ୍ଲୀ: ଭୟାନକ କରୋନା ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି। 210ଟି ଦେଶରେ କରୋନା ବ୍ୟାପିଥିବାବେଳେ କରୋନା ଯୋଗୁଁ ବିଶ୍ବରେ ଏପର୍ଯ୍ୟନ୍ତ 18 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହେଲେଣି। ସେହିପରି 1 ଲକ୍ଷ 14 ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଦକ୍ଷିଣ ଏସିଆ ଦେଶଗୁଡିକୁ ଲକ୍ଷ୍ୟ କଲେ ସର୍ବାଧିକ ମୃତ୍ୟୁ କେବଳ ଭାରତରେ ହିଁ ହୋଇଛି। ସେହିପରି ଭାରତର ପଡୋଶୀ ଦେଶ ପାକିସ୍ତାନରେ କରୋନା ଜନିତ ମୃତ୍ୟୁରେ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 9 ହଜାର 152 ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟର  ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ 300ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁହୋଇଛି । ସେହିପରି ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା 5000ରୁ ଉର୍ଦ୍ଧ୍ବ ରହିଥିବାବେଳେ 93 ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଭାରତରକୁ ଅପେକ୍ଷାକୃତ କମ୍‌ ରହିଛି। ଭାରତ ପାକିସ୍ତାନ ବ୍ୟତୀତ ଆଫଗାନିସ୍ଥାନରେ 607 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେଠାରେ 19…

Read More

ମୁମ୍ବାଇ:  ମହାରାଷ୍ଟ୍ରର ପାଲଘରଠାରେ ଏକ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାସ୍‌ ତିଆରି କାରଖାନାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି।  ସୋମବାର ଦିନ 11ଟା 30 ମିନିଟ୍‌ ସମୟରେଏହି ଦୁର୍ଘଟଣା ଘଟିଥିଲା । କମ୍ପାନୀରେ ବିସ୍ଫୋରଣ ହେବା ସମୟରେ କମ୍ପାନୀରେ 66ଜଣ କାର୍ଯ୍ୟ କରୁଥିଲେ । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ଯାଞ୍ଚ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପାଲଘରର ତାରାପୁରଠାରେ ଏକ କେମିକାଲ୍‌ ଫ୍ୟାକ୍ଟ୍ରିରେ ସୋମବାର ଦିନ ବିସ୍ଫୋରଣ ହୋଇଛି । ଏହି କାରଖାନାରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାଶ୍‌ ପାଇଁ କଞ୍ଚା ମାଲ ପ୍ରସ୍ତୁତି ହେଉଥିଲା । ଅଚାନକ ଏହି କାରଖାନାରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡିନାହିଁ । ସମଗ୍ର ଭାରତବର୍ଷ ଏବେ କରୋନା କବଳରେ । କରୋନା କାୟା ଯୋଗୁଁ ଦେଶରେ ସାନିଟାଇଜର୍‌ ଓ ହ୍ୟାଣ୍ଡଓ୍ବାସ୍‌ର ଡିମାଣ୍ଡ ବେଶ୍‌ ପରିଲକ୍ଷିତ…

Read More

ମୁମ୍ବାଇ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗି ରହିଥିବା ବେଳେ ବିଭିନ୍ନ ସେଲିବ୍ରିଟିଙ୍କ ଲକ୍‌ଡାଉନ୍‌ କାର୍ଯ୍ୟକଳାପକୁ ଫ୍ୟାନ୍‌ ମାନେ ଚାତକ ପରି ଚାହିଁ ରହୁଛନ୍ତି । ଭାରତୀୟ ମହିଳା କ୍ରିକେଟ୍‌ ଦଳର ପ୍ରମୁଖ ସଦସ୍ୟ ତଥା ଓପ୍‌ନର ସ୍ମୃତି ମାନ୍ଧନା ନିଜର ଲକ୍‌ଡାଉନ୍‌ ଡାଏରୀ ସେୟାର କରିଛନ୍ତି । ବିସିସିଆଇ ପକ୍ଷରୁ 1.38 ମିନିଟ୍‌ର ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଲକ୍‌ଡାଉନ୍‌ ସମୟରେ ନିଜର କାର୍ଯ୍ୟକଳାପ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଶୋଇବାକୁ ଭଲ ପାଉଥିବା ନେଇ ପୂର୍ବରୁ ବିଭିନ୍ନ ସାକ୍ଷାତକାରରେ କହୁଥିବା ମାନ୍ଧନା ଲକ୍‌ଡାଉନ୍‌ ସମୟରେ ଦୈନିକ 10 ଘଣ୍ଟା ଶୋଉଛନ୍ତି । ଏହା ସହିତ ଅନ୍‌ଲାଇନ୍‌ ଲୁଡୋ ଖେଳିବା ସହିତ ଫିଲ୍ମ ଦେଖିବାରେ ନିଜର ସମୟ ଅତିବାହିତ କରୁଛନ୍ତି ବୋଲି ମାନ୍ଧନା ପ୍ରକାଶ କରିଛନ୍ତି । ପରିବାର ସହିତ ସମୟ ବିତାଇବା ସହିତ କିଛି ଶାରୀରିକ ପରିଶ୍ରମ ମଧ୍ୟ କରୁଥିବା ନଇ ମାନ୍ଧନା ସୂଚନା ଦେଇଥିଲେ…

Read More

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଦାଉଁରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ଜଣେ ବ୍ୟକ୍ତିଙ୍କ ପାଇଁ ୧୪ ଟି ଗାଁକୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ବ୍ୟକ୍ତି ଭବାନୀପୁର ଖାଲି ଅଞ୍ଚଳର ଏକ ମସ୍‌ଜିଦ୍‌ରେ ଅବସ୍ଥାନ କରୁଥିଲେ। ଉକ୍ତ ବ୍ୟକ୍ତି ଜଣକ ଗତ ମାସରେ ନିଜାମୁଦ୍ଦିନ୍‌ ତବଲିଗରେ ଯୋଗ ଦେଇଥିଲେ। ଗତ ଶନିବାର ଦିନ ଉକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ। ଏହି ଘଟଣା ପରେ ଉକ୍ତ ବ୍ୟକ୍ତି ଜଣକ ଭ୍ରମଣ କରିଥିବା ୩ କିମି ପରିଧି ଅଞ୍ଚଳକୁ କ୍ବାରେଣ୍ଟାଇନ୍‌ କରାଯାଇଥିଲା। ଉକ୍ତ ପରିସୀମା ମଧ୍ୟରେ ଆସୁଥିବା ୧୪ ଟି ଗ୍ରାମକୁ କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ ଜିଲ୍ଲାପାଳ କୁମାର ପ୍ରଶାନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ୧୪ ଟି ଗ୍ରାମକୁ ଜରୁରୀ କାଳୀନ ସାମଗ୍ରୀ ପଠାଯିବା ସହିତ ପରୀକ୍ଷଣ ମଧ୍ୟ କରାଯାଉଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ, ଲକଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ଶାସ୍ତ୍ରୀ ଭବନ ଏବେ ଖୋଲାଯାଇଛି। ତେବେ ଗାଡିଗୁଡିକ ସେ ଭିତରକୁ ଯିବା ପୂର୍ବରୁ ଚେକିଂ ସହିତ ସାନିଟାଇଜେସନ କରାଯାଉଛି।

Read More

ନୂଆଦିଲ୍ଲୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ କରିବା ପରେ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର। ଲକଡାଉନ ପାଇଁ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖାଯାଇଥିଲା।

Read More

ନୂଆଦିଲ୍ଲୀ: ଆସନ୍ତା କାଲି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ଆସନ୍ତାକାଲି ଲକ୍‌ଡାଉନ୍‌ର ଅନ୍ତିମ ଦିବସ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ମଙ୍ଗଳବାର ସକାଳ ୧୦ଟା ସମୟରେ ମୋଦି ଦେଶକୁ ସମ୍ବୋଧିତ କରିବେ। ଏହି ଘୋଷଣାରେ ମୋଦି ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାର ଅନୁମାନ କରାଯାଉଛି। ପୂର୍ବରୁ ଦେଶର ୫ଟି ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ଆସି କାମ କରିବା ପାଇଁ ପ୍ରଧାନମନ୍ତ୍ରୀ ଆାହ୍ବାନ ଦେବା ପରେ ବର୍ତ୍ତମାନ ବିଭିନ୍ନ ମନ୍ତ୍ରୀ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବାରେ ଲାଗିଛନ୍ତି। ସେହିପରି ନର୍ଥବ୍ଲକ ଅଫିସରେ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Read More

ମୁମ୍ବାଇ : କରୋନା ଭାଇରସ୍‌ ପ୍ରଭାବରେ ଭାରତୀୟ ସେୟାର ବଜାର ନିୟମିତ ଭାବରେ ତଳକୁ ଖସୁଥିବା ବେଳେ ସୋମବାର ଏହ 650 ପଏଣ୍ଟ ତଳକୁ ଖସିଛି । ଗୁରୁବାର ଭାରତୀୟ ସେୟାର ବଜାର ପ୍ରାୟ 4.23 ପ୍ରତିଶତର ହାସଲ କରିଥିବା ବେଳେ ସୋମବାର ମଧ୍ୟ ସମାନ ଫଳ ଆଶା ରଖାଯାଇଥିଲା । ମାତ୍ର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ଘଟିବାରୁ ଭାରତୀୟ ସେୟାର ବଜାର ତଳକୁ ଖସିଥିଲା । ଏହି ସମୟରେ ସେନସେକ୍ସ 650 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍‌ଟୀ ମାତ୍ର 36 ପଏଣ୍ଟ ଉପରକୁ ଉଠିଛି । ସେନସେକ୍ସ 685.47 ପଏଣ୍ଟ ତଳକୁ ଖସିବା ସହିତ 30474.15 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 36.1 ପଏଣ୍ଟର ଅଭିବୃଦ୍ଧି ସହିତ 9103 ପଏଣ୍ଟରେ ପହଞ୍ଚିଛି । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ମେରୁ ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି। ଜନ ଗହଳିରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତି। ବିଧି ମୁତାବକ ପୂଜକ ପୂଜାକାର୍ଯ୍ୟ ତୁଲାଇବେ। କୌଣସି ବାହାର ବ୍ୟକ୍ତି ଏଥିରେ ସାମିଲ ହେବେ ନାହିଁ। ନିର୍ଦ୍ଦେଶ ଅବମାନନା କଲେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନାକୁ ପ୍ରତିହତ କରିବାପାଇଁ ଏହି ନିଷ୍ପତ୍ତି ଗ୍ରହଣ କରିବାକୁ ପଡୁଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛନ୍ତି। ସେହିପରି ଲକ୍ ଡାଉନ୍ ପରେ ପ୍ରଶାସନିକ କାର୍ଯ୍ୟକୁ କିପରି ଶୃଙ୍ଖଳିତ ଓ ଦକ୍ଷତାର ସହିତ ଆଗେଇ ନେଇ ହେବ ସେଥିପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ…

Read More

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏକ ପ୍ରେସ୍‌ ମିଟ୍‌ କରିଛନ୍ତି । ଏହି ପ୍ରେସ୍‌ ମିଟ୍‌ରେ କୃଷିକାର୍ଯ୍ୟକୁ ଲକ୍‌ଡାଉନ୍‌ରୁ ରିହାତି ପ୍ରଦାନ କରାଯାଇଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଥିଲେ । ଆସନ୍ତା କାଲି ଠାରୁ ଲାଗୁ ହେବାକୁ ଥିବା ଲକ୍‌ଡାଉନ୍‌ରେ ସମସ୍ତ ପ୍ରକାର ଚାଷ କାର୍ଯ୍ୟ କରିହେବ । ଏପରିକି କୃଷି ଓ କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲା ରଖାଯିବ । ତଳି ରୁଆଁ ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଇପାରିବ । ଏପରିକି ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ନେବା ଉପରେ କୌଣସି କଟକଣା ଲଗାଯିବ ନାହିଁ । ରାଜ୍ୟର ସମସ୍ତ ଶୀତଳଭଣ୍ଡାର ଓ ଗୋଦାମ ଖୋଲା ରହିବ । ଖରିଫ ଋଣ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ଏବଂ ରବି ଫସଲ ପରେ…

Read More

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଲକ୍‌ଡାଉନ୍‌ ସମୟରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାମାୟଣର ପ୍ରିୟ ଚରିତ୍ରକୁ ବର୍ଣ୍ଣନା କରିବା ପରେ ଏହାକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଇଛି। ନିଜର ଚମତ୍କାର ହ୍ୟାଣ୍ଡ ଆଇ କୋର୍ଡିନେସନ୍‌ କାରଣରୁ ସେହ୍ବାଗ ନିଜ କ୍ୟାରିୟରରେ ସଫଳ ହୋଇଥିଲେ। ସେହ୍ବାଗ ସର୍ବଦା ଗୋଟିଏ ଜାଗାରେ ଛିଡା ହୋଇ ଖେଳିବାକୁ ପସନ୍ଦ କରିଥାନ୍ତି। ଅଙ୍ଗଦ ରାବଣଙ୍କ ସଭାରେ ଛିଡା ହୋଇଥିବାର ଏକ ଫଟୋ ସେୟାର କରିଥିଲେ। ଅଙ୍ଗଦଜୀଙ୍କ ଠାରୁ ହିଁ ମୁଁ ନିଜକୁ ଅନୁପ୍ରାଣିତ ହୋଇଥାଏ, ଏହି ପାଦକୁ ହଲାଇବା କଷ୍ଟସାଧ୍ୟ। ଅଙ୍ଗଦ ଜୀ ରକ୍‌ସ ବୋଲି ଟ୍ବିଟ୍‌ କରିଥିଲେ ସେହ୍ବାଗ। ସେହ୍ବାଗ ଭାରତ ପାଇଁ 251ଟି ଦିନିକିଆ ଏବଂ 104ଟି ଟେଷ୍ଟ ଖେଳି ଯଥାକ୍ରମେ 8273 ଏବଂ 8586 ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ସେହ୍ବାଗ ଭାରତ ପାଇଁ 19ଟି ଟି 20 ମ୍ୟାଚ୍‌ ଖେଳି 394 ରନ୍‌ ସଂଗ୍ରହ କରିଛନ୍ତି।…

Read More

ଭୁବନେଶ୍ବର : ଭାରତୀୟ ସେନାର ବୀର ଯବାନ ତଥା ଓଡିଶାର ବୀରପୁତ୍ର କେପି ଧଳସାମନ୍ତଙ୍କ ପରଲୋକ ହୋଇଛି । ଭାରତୀୟ ସେନାର ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତ ସୋମବାର ଦିନ ପ୍ରାଣ ହରାଇଛନ୍ତି । କ୍ୟାନ୍‌ସରରେ ପୀଡିତ ଧଳସାମନ୍ତ 70 ବର୍ଷ ବୟସରେ ସୋମବାର ଦିନ ପ୍ରାଣ ହରାଇଛନ୍ତି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଧଳସାମନ୍ତଙ୍କ ପରଲୋକ ହୋଇଛି । ଧଳସାମନ୍ତ 1999 କାର୍ଗିଲ୍‌ ଯୁଦ୍ଧ ସମେତ ଅପରେସନ୍‌ ବ୍ଲୁ ଷ୍ଟାର ଏବଂ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିଲେ । କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍‌ସର ଡିଜି ଭାବରେ ଧଳସାମନ୍ତ ଅବସର ଗ୍ରହଣ କରିଥିଲେ ।

Read More

ଶ୍ରୀନଗର : ଆତଙ୍କୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ଯବାନ ଶହୀଦ ହୋଇଛନ୍ତି । ରବିବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଯବାନ ଆହତ ହୋଇଥିବା ବେଳେ ସୋମବାର ସକାଳୁ ସେ ପ୍ରାଣ ହରାଇଛନ୍ତି । କୁଲଗାମର ବଚ୍ରୁ ଜିଲ୍ଲାରେ ଅବ୍‌ଦୁଲ୍‌ ହମିଦ ମାଣ୍ଡୁଙ୍କ ଉପରକୁ ରବିବାର ସନ୍ଧ୍ୟାରେ ଆତଙ୍କୀ ମାନେ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନନ୍ତନାଗ ଜିଲ୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶ୍ରୀନଗରକୁ ସ୍ଥାନାନ୍ତର କରାଯାଇଥିଲା । ଶ୍ରୀନଗରରେ ସୋମବାର ସକାଳୁ ଯବାନ ଜଣକ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି । (ଏଜେନ୍ସି)

Read More

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଜଣେ 10 ମାସର ଶିଶୁ ପ୍ରାଣ ହରାଇଛି । ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ସିଦ୍ଧାର୍ଥନଗରର ପ୍ରାଥମିକ ସ୍କୁଲରେ ଏହି 10 ମାସର ଶିଶୁ କନ୍ୟାଟି ପ୍ରାଣ ହରାଇଛି । ଗୁରୁବାର ସନ୍ଧ୍ୟାରେ ଶିଶୁକନ୍ୟା ନିକଟରେ ମିଳିମିଳାର ଲକ୍ଷଣ ଦେଖାଦେଇଥିଲା । ଶନିବାର ଶିଶୁଟିକୁ ଡାକ୍ତରଖାନାକ ନିଆଯାଇଥିବା ବେଳେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଉତ୍ତର ପ୍ରଦେଶରେ ଏହା ପ୍ରଥମ କ୍ବାରାଣ୍ଟାଇନ୍‌ ଶିଶୁ ମୃତ୍ୟୁ । 29ମାର୍ଚ୍ଚରେ ପିତା ମାତାଙ୍କ ଳସହିତ ମୁମ୍ବାଇକରୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଅବସ୍ଥାନ କରିଥିଲେ ପରିବାର । ଶନିବାର କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବାକୁ ଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଜିଲ୍ଲାପାଳ ଦୀପକ ମୀନା ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ରବିବାର ସୁଦ୍ଧା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୭୬୦୫୯ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନର ଶୁଖିଲା ଖାଦ୍ୟ କୁପନ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ୧୯୮ଟି ଗ୍ରାମପଞ୍ଚାୟତରେ ୧୯୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୨୮୮୨ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ସେହିପରି ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୪ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ସୁଦ୍ଧା ଜିଲ୍ଲାର ୪,୯୩,୩୯୯ ହିତାଧିକାରୀଙ୍କୁ ସେମାନଙ୍କର ଏକକାଳୀନ ୩ ମାସର ଚାଉଳ/ଗହମ ୮୦,୨୯୮,୨୩ କ୍ୱିଣ୍ଟାଲ ବଣ୍ଟନ କରାଯାଇଛି। ଜିଲ୍ଲାର ୧,୬୮,୯୭୪ ରେସନକାର୍ଡ ଧାରୀଙ୍କୁ ୧୦୦୦ ଟଙ୍କା ଲେଖାଁ ବଣ୍ଟନ କରାଯାଇଛି। ଜଗତସିଂହପୁର ଓ ପାରାଦ୍ୱୀପ ପୌରାଞ୍ଚଳରେ ୫୪୯ଜଣ ପଞ୍ଜିକୃତ ରାସ୍ତାକଡ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ…

Read More

ବୁଲନ୍ଦସହର : କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ପଳାୟନ କରିଛନ୍ତି 16 ଜଣ ବ୍ୟକ୍ତି । ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରି ଏହି 16 ଜଣ କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ପଳାୟନ କରିଛନ୍ତି । ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏହି ଘଟଣା ଘଟିଛି । 16 ଜଣ ବ୍ୟକ୍ତି ଏକ ଭିଡିଓ ସୁଟିଂ କରି ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରିବା ସହିତ ପଳାୟନ କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ୍‌ ତନ୍ମଧ୍ୟରୁ 11 ଜଣଙ୍କୁ ଧରି ପୁନର୍ବାର କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଭର୍ତ୍ତି କରିଥିବା ବେଳେ ଅନ୍ୟ 5 ଜଣ ଫେରାର ଅଛନ୍ତି । ଫେରାର ଥିବା ଅନ୍ୟମାନେ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ନ ପହଞ୍ଚିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Read More

କେଦାର ମିଶ୍ର ୟା ଭିତରେ ଏମିତି କିଛି ଖବର ଆସୁଛି, ଯାହା ପଢିଲେ ଆମର ମାନବିକତା ପ୍ରତି ସନ୍ଦେହ ବଢିବା ସ୍ଵାଭାବିକ। ଗତକାଲି ପ୍ରଥମ ଥର ଲାଗି ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ସେ ସମ୍ପର୍କରେ ସୋସିଆଲ ମିଡିଆରେ ଜଣେ ରାଜନୈତିକ ଦଳର ନେତ୍ରୀ ଲେଖିଛନ୍ତି- “ସୁନ୍ଦରଗଡରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଉଭୟେ ଅମୁକ ଧର୍ମର”। (କୌଣସି ଧର୍ମର ନାମରେ ଜଣେ ରୋଗୀଙ୍କୁ ଚିହ୍ନଟ କରିବା ଏକ ଅପରାଧ, ତେଣୁ ମୁଁ ସେ ଭଦ୍ର ମହିଳା ଲେଖିଥିବା ନିର୍ଦ୍ଦିଷ୍ଟ ଧର୍ମର ନାମ ଉଲ୍ଲେଖ କରୁନାହିଁ।) ଏହା ଏକ ଛୋଟ ଉଦାହରଣ ମାତ୍ର। ଏମିତି ଶହ ଶହ ଉଦାହରଣ ଆମେ ଦେଖି ଆସୁଛୁ ଓ କରୋନା ସଂକ୍ରମଣ କାଳରେ ଯେଉଁମାନେ ଏ ଦେଶର ସର୍ବାଧିକ ପୀଡିତ ବା ସନ୍ତ୍ରସ୍ତ ସେମାନଙ୍କ ପ୍ରତି ଆମେ ଅଧିକ ବିଦ୍ଵେଷ ତିଆରି କରି ଚାଲୁଛୁ। ଗତ କିଛି ବର୍ଷର ସାମ୍ପ୍ରଦାୟିକ…

Read More