Author: Samikhsya Bureau

ଭୁବନେଶ୍ବର, ବର୍ତ୍ତମାନ ଲକଡାଉନ ଯୋଗୁଁ ଚାରିଆଡେ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ହୋଇ ପଡିଛି। ଏପରି କ୍ଷେତ୍ରରେ ବୁଲା ଗାଈଗୋରୁଙ୍କ ଖାଦ୍ୟ ସମସ୍ୟା ଜଟିଳ ହୋଇପଡିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ବିଏମସି ତରଫରୁ ପଦକ୍ଷେପ ନିଆଯାଇଛି। ସେହିପରି ପିପୁଲ ଫର ଆନିମଲ ତରଫରୁ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଗୋଖାଦ୍ୟ ପ୍ରଦାନ କରାଯାଉଛି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ସଜାଗ ହୋଇ ରୁହନ୍ତୁ, କାରଣ ଏବେ ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ୍‌। ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବ ଡ୍ରୋନ୍‌।ଲକ୍ ଡାଉନ୍‌ ପରିପ୍ରେକ୍ଷୀରେ ସବୁ ଅଞ୍ଚଳରେ ପୋଲିସ୍‌ କର୍ମୀମାନେ ଯାଞ୍ଚକୁ କଡାକଡି କରିଛନ୍ତି। କିଛି ଅସାମାଜିକ ବ୍ୟକ୍ତିମାନେ ଆଜି ବି ତାଙ୍କ କାମରେ ଲିପ୍ତ ରହୁଛନ୍ତି। ଏଥିପାଇଁ ବାଲୁଗାଁ ରେଳ ସୁରକ୍ଷା ବଳ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି। ଏହି ଡ୍ରୋନ୍‌ ଜରିଆରେ ବାଲୁଗାଁ ରେଳ ଷ୍ଟେସନରେ ସମସ୍ତ କାର୍ଯ୍ୟକଳାପକୁ ନିରୀକ୍ଷଣ କରାଯାଇପାରିବ। ଏହି ଡ୍ରୋନ୍‌ ପ୍ରାୟ ୧ କିମି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପକୁ ନିରୀକ୍ଷଣ କରିବାରେ ସଫଳ ହେବ। ଏହା ଦ୍ବାରା ଯାତ୍ରୀ ଓ ରେଳ ଷ୍ଟେସନ୍‌ ସୁରକ୍ଷା ହେବା ସହିତ ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକୁ ମଧ୍ୟ ନଜର ରଖାଯାଇପାରିବ ବୋଲି ବାଲୁଗାଁ ରେଳ ସୁରକ୍ଷା ବଳ ଆଇଆଇସି ମହେଶ୍ୱର ଚଣ୍ଡରାୟ କହିଛନ୍ତି। ଆସାମାଜିକ ବ୍ୟକ୍ତିମାନଙ୍କ କାର୍ଯ୍ୟକୁ ନିରୀକ୍ଷଣ କରିବା ସହିତ…

Read More

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମାଲୋଚନା କରିଛନ୍ତି ରାଜନୈତିକ ସମୀକ୍ଷକ ପ୍ରଶାନ୍ତ କିଶୋର । ପଡୋଶୀ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ସମ୍ପର୍କରେ ନୀତିଶ ଆଦୌ ଚିନ୍ତା କରୁନାହାନ୍ତି । ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ନୀତିଶ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ମଧ୍ୟ ହୋଇନାହାନ୍ତି ବୋଲି ପ୍ରଶାନ୍ତ କିଶୋର ଅଭିଯୋଗ କରିଛନ୍ତି । ବିହାରର ସର୍ବାଧିକ ଶ୍ରମିକ ପଡୋଶୀ ରାଜ୍ୟ ମାନଙ୍କରେ ଫସି ରହିଛନ୍ତି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ଅପେକ୍ଷା ନିଜ ରାଜ୍ୟର ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ବିହାର ସରକାରଙ୍କ ପ୍ରାଥମିକତା ହେବା ଉଚିତ୍‌ ବୋଲି ପ୍ରଶାନ୍ତ କିଶୋର ମତ ଦେଇଛନ୍ତି । (ଏଜେନ୍ସି)

Read More

ରଞ୍ଜିତ ପଣ୍ଡା କୁଜଙ୍ଗ: କରୋନାକୁ ନେଇ ଦେଶବ୍ୟାପୀ ସଙ୍କଟ ଲାଗି ରହିଥିବା ବେଳେ ସମାଜ ପ୍ରତି ନିଜର କର୍ତ୍ତବ୍ୟ,ଦାୟିତ୍ୱବୋଧ ଭୁଲିନାହାନ୍ତି କିଛି ବ୍ୟକ୍ତି। ଏକ ସୁସ୍ଥ ସମାଜ ସମାଜ ଗଠନ ପାଇଁ ଗୁଣ୍ଡୁଚି ମୂଷା ଭଳି ଦୀର୍ଘ 15 ଦିନ ହେବ ପ୍ରୟାସ କରିଛନ୍ତି ଜଣେ ସ୍କାଉଟ୍‌ ଗାଇଡ୍‌ କ୍ୟାପ୍‌ଟେନ୍‌। ଲୋକମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ତଥା କୋଭିଡ -19 ର ଭୟାବହତା ବାବଦରେ ଛକ ବଜାର ବୁଲି କରୁଛନ୍ତି ସଚେତନ। ଭାରତୀୟ ସ୍କାଉଟ ଗାଇଡ଼ର ଗାଇଡ଼ କ୍ୟାପଟେନ ପାରାଦ୍ୱୀପର ଇତିଶ୍ରୀ ପୁହାଣ କରୋନା ମହାମାରୀକୁ ହରେଇବା ପାଇଁ ଚଳାଇଛନ୍ତି ପ୍ରୟାସ। ନିଜ ଉଦ୍ୟମରେ ଘରେ ମାସ୍କ ତିଆରି କରି ପାରାଦ୍ୱୀପ ବନ୍ଦର ଅଞ୍ଚଳରେ ପ୍ରତିଦିନ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିବା ସହିତ ସେମାନଙ୍କୁ ମାସ୍କ ପିନ୍ଧେଇ କରୋନା ରୋଗ ପ୍ରତି ସଚେତନ କରୁଛନ୍ତି। https://www.youtube.com/watch?v=ZMoilqpleb4 ଇତିଶ୍ରୀଙ୍କର ଏହି ପଦକ୍ଷେପ ପାରାଦ୍ବୀପ ଅଞ୍ଚଳରେ ମାନଙ୍କ ପାଇଁ ଉଦାହରଣ…

Read More

ଭୁବନେଶ୍ବର: କୋଭିଡ଼୍‌-୧୯ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶସାରା ଲକ୍‌ଡାଉନ୍‌ ସତ୍ତ୍ୱେ ଆବଶ୍ୟକୀୟ ପଦାର୍ଥର ପରିବହନ ପାଇଁ ରେଳବାଇ କାର୍ଯ୍ୟ କରୁଛି। ଏହି ପ୍ରୟାସକୁ ନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ଅବିରାମ ଗତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେଶର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଉଛି। ଏଥି ନିମନ୍ତେ ଏହାର ପରିସୀମା ମଧ୍ୟରେ ଟାଇମ୍ ଟେବୁଲ୍ ପାର୍ସେଲ୍ ଏକ୍ସପ୍ରେସ୍ ଚଳାଚଳ ନିଶ୍ଚିତ କରିଛି। ଏହି ପାର୍ସଲ୍ ସାମଗ୍ରୀ ଏକ୍ସପ୍ରେସ୍ ଟ୍ରେନ୍‌ରେ ପାର୍ସେଲ୍ ବୁକ୍ କରିବା ନିମନ୍ତେ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ୮୪୫୫୮୮୫୯୯୯କୁ ଯୋଗାଯୋଗ କରି ନିଜ ନିଜର ସାମଗ୍ରୀର ରେଜିଷ୍ଟ୍ରି କରି ନେବାକୁ ପୂର୍ବ ତଟ ରେଳପଥ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Read More

ଭୁବନେଶ୍ବର : ଓଡିଶାର କରୋନା ହଟ୍‌ସ୍ପଟ୍‌ ରାଜଧାନୀ ଭୁବନେଶ୍ବରକୁ ଆସିଛି ରାପିଡ୍‌ ଟେଷ୍ଟିଂ କିଟ୍‌ । ଏହି ରାପିଡ୍‌ ଟେଷ୍ଟିଂ କିଟ୍‌ରେ ମାତ୍ର 30 ମିନିଟ୍‌ ମଧ୍ୟରେ ଫଳାଫଳ ଜଣାପଡିବ । ରାଜ୍ୟ ସରକାର ଚଳିତ ସପ୍ତାହ ମଧ୍ୟରେ 5 ହଜାର ଟେଷ୍ଟିଂର ଲକ୍ଷ୍ୟ ରଖିଥିବା ବେଳେ ଏହି ଟେଷ୍ଟିଂ କିଟ୍‌ ଦ୍ବାରା ଏହା ସହଜରେ ହୋଇପାରିବ । ଉଲ୍ଲେଖଯୋଗ୍ୟ ଯେ, ଓଡିଶାରେ ସମୁଦାୟ 61 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ 46 ଜଣ ଭୁବନେଶ୍ବରରୁ ରହିଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଛକ ନିକଟରେ ଏକ ଗ୍ୟାସ୍‌ ଟ୍ୟାଙ୍କର୍‌ ଓଲଟି ପଡିଛି। ଟ୍ୟାଙ୍କରଟି ବିଶାଖାପାଟଣାରୁ ଖୋର୍ଦ୍ଧା ବିପିସିଏଲ୍‌ ଯାଉଥିବା ସମୟରେ ଏପରି ଅଭାବନୀୟ ଅଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ଗ୍ୟାସ ଟ୍ୟାଙ୍କରଟି ଓଲଟି ପଡିଥିବାର ଜଣାପଡିଛି। ନାଚୁଣୀର କଉଡିଖଣି ଛକଠାରେ ଗ୍ୟାସ୍‌ ଟ୍ୟାଙ୍କରଟି ଓଲଟି ପଡିଥିଲା। ଗ୍ୟାସ୍‌ ଟ୍ୟାଙ୍କର୍‌ଟି ଓଲଟି ପଡ଼ିଥିବାରୁ ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁଙ୍କୁ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୂଚିତ କରିଥିଲେ। ଏହାପରେ ବିପିସିଏଲ୍‌ଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ବିପିଏସ୍‌ଏଲ୍‌ ତରଫରୁ ଟେକ୍ନସିଆନ୍‌ ପହଞ୍ଚି ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଛି କି ନାହିଁ ତାହା ପରୀକ୍ଷା କରାଯାଇଥିଲା। ଗ୍ୟାସ୍‌ ଲିକ୍‌ ହେଉନଥିବାର ଜଣାପଡିବା ପରେ ତିନୋଟି କ୍ରେନ୍‌ ସାହାଯ୍ୟରେ ଏହି ଟ୍ୟାଙ୍କରକୁ ଉଠାଇବାର ବ୍ୟବସ୍ଥା କରାଯାଇଛି।  ଘଟଣାସ୍ଥଳରେ ବାଣପୁର ତହସିଲଦାର ମନ୍ମଥ ବେହେରା, ଏସ୍‌ଡିପିଓ ସୁରେଶ ଦାସ, ଆଇଆଇସି ସଞ୍ଜୟ ପଟ୍ଟନାୟକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ…

Read More

କୋଲକାତା: ପଶ୍ଚିମ ବଂଗ ପୋଲିସ ତରଫରୁ କେବଳ ଲକଡାଉନ ସମୟରେ ଅମାନିଆଙ୍କୁ ସାବାଡ କରିବା ପାଇଁ ନୁହେଁ। ବଂର ଲୋକଙ୍କୁ ସଚେତତନତା କରିବା ପାଇଁ ପୋଲିସ ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ। କୋଲକାତା ପୋଲିସ ବିଭିନ୍ନ ଛକ ଉପରେ ରଂଗୀନ ସ୍ଲୋଗାନ ସହିତ ଚିତ୍ର କରି ଏହି ସଚାତନତା ସୃଷ୍ଟି କରିଛନ୍ତି। ସାଧାରଣତଃ ବିଭିନ୍ନ ଛକଗୁଡିକରେ ପୋଲିସ ଅସ୍ଥାୟୀ ବାରିକେଡ୍ ପୋଲ୍ ଲଗାଇ ଲୋକଙ୍କୁ ନ ଯିବା ପାଇଁ ବାରଣ କରିଥାଏ। ହେଲେ କୋଲକାତା ପୋଲିସ ସେହି ଅସ୍ଥାୟୀ ବାରିକେଡ୍ ଭିତରେ ଏହି ରାସ୍ତା ଚିତ୍ର କରି ସଚେତନତା ସୃଷ୍ଟି କରିଛନ୍ତି। ବର୍ତ୍ତମାନ ପଶ୍ଚିମ ବଂଗରେରେ ମୋଟ 287 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 55 ଜଣ ଭଲ ହୋଇ ଘରକୁ ଫେରିଛନ୍ତି। ତେବେ କୋଲକାତାର କରୋନା ଜନିତ ମୃତ୍ୟୁ ସଂଖ୍ୟା ହେଉଛି 12। ବର୍ତ୍ତମାନ ସୁଦ୍ଧା ପଶ୍ଚିମ ବଂଗରେ 3 ହଜାର 8ଶହ 58 ଜଣ…

Read More

ଭୁବନେଶ୍ବର :  ରାଜସ୍ବ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ତରଫରୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି । କୋଡିଏ ତାରିଖରୁ ଅଫିସ୍‌ର କାର୍ଯ୍ୟ ପରିଚାଳନା ଲାଗି ନିର୍ଦ୍ଦେଶନାମା ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରଡିସି, ତହସିଲ, ଆର.ଆଇ ଅଫିସ ଆସିବେ ଶତ ପ୍ରତିଶତ କର୍ମଚାରୀ । କାଲିଠୁ ସମସ୍ତ ଗ୍ରୁପ୍‌ ‘ଏ’ ଅଧିକାରୀ ଅଫିସ୍‌ ଆସିବେ । 9ଟି ଜିଲ୍ଲାର 33 ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ 9ଟି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଖୋର୍ଦ୍ଧା, କଟକ, ସୁନ୍ଦରଗଡ, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର ଜିଲ୍ଲା । ଗ୍ରୁପ୍‌ ବି, ସି ଏବଂ ଡିର 33% କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ । 20ରୁ ସମସ୍ତ ଷ୍ଟାମ୍ପ୍‌ ଭେଣ୍ଡରଙ୍କୁ କାର୍ଯ୍ୟକ୍ଷମ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ନିର୍ମାଣ କାର୍ଯ୍ୟ ପାଇଁ ବାଲିଘାଟ, କ୍ରସର ୟୁନିଟ୍ ଓ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ସଂକଟ ବଢିବାରେ ଲାଗିଛି ।କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଏବେ କରୋନା କବଳରେ ପଡିଯାଉଛନ୍ତି । ପୁଣିଥରେ ଦିଲ୍ଲୀର 6 ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ଲେଡି ହାର୍ଡିଂ ହସ୍ପିଟାଲର କିଛି ସ୍ବାସ୍ଥ୍ୟ କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଦୁଇ ଡାକ୍ତରଙ୍କ ସମେତ 6 ସ୍ବାସ୍ଥ୍ୟ କର୍ମୀଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଗୋଟିଏ ଦିନ ପୂର୍ବରୁ ତିନିଜଣ ସ୍ବାସ୍ଥ୍ୟ କର୍ମୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 15,700 ରହିଛି । ସେହିପରି ମୃତ୍ୟୁସଂଖ୍ୟା 500 ଡେଇଁ ସାରିଲାଣି । ଦିଲ୍ଲୀରେ ପ୍ରାୟ 1900 ଜଣ ସଂକ୍ରମିତ ହୋଇଥିବାବେଳେ 42ଜଣଙ୍କର ଜୀବନ ଯାଇଛି । (ଏଜେନ୍ସି)

Read More

ରାଞ୍ଚି : ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ହିନ୍ଦପିଢିଠାରୁ ଧରାପଡିଥିବା ଜମାତୀଙ୍କୁ ବଡ ଝଟ୍‌କା ଲାଗିଛି । ସିଭିଲ୍‌ କୋର୍ଟ ଏହି 17 ବିଦେଶିନୀଙ୍କ ସମେତ 18 ଜଣଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ଆଦେଶ ଦେଇଛନ୍ତି। ଟୁରିଷ୍ଟ ଭିସା ଦ୍ବାରା ଭାରତରେ ଧର୍ମପ୍ରଚାର କରୁଥିବା ତବଲିଗ୍‌ ଜମାତ ସହ ସମ୍ପର୍କିତ 17 ବିଦେଶୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରାଯାଇଛି । ଭିସା ନିୟମ ଉଲ୍ଲଂଘନ ଅଭିଯୋଗରେ ସମସ୍ତଙ୍କ ବିରୋଧରେ ନ୍ୟାୟିକା ପ୍ରକ୍ରିୟା ଆରମ୍ଭ କରାଯାଇଛି । ରାଞ୍ଚି ପୋଲିସ୍‌ ଲକ୍ ଡାଉନ୍ ସମୟରେ ହିନ୍ଦପିଢିର ଏକ ମସ୍‌ଜିଦ୍‌ରେ ଲୁଚି ରହିଥିବା 17 ବିଦେଶୀଙ୍କ ସମେତ 23ଜଣଙ୍କୁ ଅଟକ ରଖି କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ ଖେଲ୍‌ ଗ୍ରାମଙ୍କୁ ପଠାଇଦେଇଥିଲେ । ଶନିବାର ଦିନ ଏହି କ୍ବାରେଣ୍ଟାଇନ୍‌ରେ ରହିଥିବା ଜଣେ ଜମାତୀଙ୍କ ନିକଟରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପୋଲିସ୍‌ ସଂକ୍ରମିତଙ୍କୁ ରିମ୍ସର କୋଭିଡ୍‌ ବୋର୍ଡଙ୍କୁ ପଠାଇଥିବାବେଳେ ଅନ୍ୟ ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ…

Read More

ଓ୍ବାଶିଂଟନ୍‌ : ଗଭର୍ବତୀ ଥିବା ସମୟରେ କରୋନାରେ ସଂକ୍ରମିତ ହୋଇଥିବା ଜଣେ ମହିଳା କୋମାରେ ରହିବା ପରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । 27 ବର୍ଷୀୟ ଏହି ମହିଳା ଜଣକ ହେଉଛନ୍ତି ଏଞ୍ଜେଲା ପ୍ରିମଚିନ୍କୋ । ଆମେରିକାର ଓ୍ବାସିଟନର ଏହି ମହିଳା ଜଣକ ଗର୍ଭବତୀ ହେବାର 33 ସପ୍ତାହରେ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କ ଅବସ୍ଥା ବେଶ୍‌ ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏପ୍ରିଲ୍‌1 ତାରିଖରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାବେଳେ ଏପ୍ରିଲ୍‌ 6 ତାରିଖରେ ସେ କୋମାରୁ ବାହାରକୁ ଆସିଥିଲେ । କରୋନା କାରଣରୁ ସେ ତାଙ୍କର ଜନ୍ମିତ ସନ୍ତାନକୁ ପ୍ରାୟ 15 ପର୍ଯ୍ୟନ୍ତ ଦେଖିନଥିଲେ ।  କରୋନା ଯାଞ୍ଚ ପରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ତାଙ୍କ ଝିଅ ସହିତ ଦେଖାକରିବାର ସୁଯୋଗ ଦିଆଯାଇଥିଲା।  ଗତ ମାର୍ଚ୍ଚ 24ରେ ସେ କରୋନା ସଂକ୍ରମିତ ଜଣାପଡିଥିବାବେଳେ ଏପ୍ରିଲ୍‌ 15…

Read More

କନ୍ଦର୍ପ ବେହେରା ରେଢାଖୋଲ: ବାରମ୍ବାର ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇଥିବା ଜନୈକ ଯନ୍ତ୍ରୀ ଗିରଫ ହେବା ଘଟଣା ଏବେ ନାକ୍ଟିଦେଉଳ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ବିଭୁ ପ୍ରସାଦ ବେହେରା  ଗତକାଲି ରାତିରେ ନିଜର ପତ୍ନୀ ରଶ୍ମୀମୟୀ କାଣ୍ଡିଙ୍କୁ ବାପଘରୁ ୫୦ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ । ଟଙ୍କା ପାଇଁ ରାତିରେ ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେବା ସହ ବହୁତ ମାଡ ମାରିଥିଲେ ଯନ୍ତ୍ରୀ ମହାଶୟ। ଏପରିକି ମାରିଦେବାକୁ ଧମକ ଦେଇଥିବାର ରେଢାଖୋଲ ଥାନାରେ ପତ୍ନୀ ଅଭିଯୋଗ କରିଛନ୍ତି । ରାତିରେ  ବେଲଟରେ ସ୍ତ୍ରୀଙ୍କୁ ବହୁତ ମାରି ଥିଲେ ଯା ଫଳରେ ତାଙ୍କ ପତ୍ନୀ ଗୁରୁତର ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଟିକିଏ ଭଲ ହେବା ପରେ ରେଢାଖୋଲ ଥାନାକୁ ଯାଇ ସ୍ୱାମୀ ବିରୁଦ୍ଧରେ ଲିଖିତାକାରରେ ଗୁରୁତର ଅଭିଯୋଗ କରିଥିଲେ । ଅଭିଯୋଗ…

Read More

ନୂଆଦିଲ୍ଲୀ: ଦିଲ୍ଲୀର ଜହାଙ୍ଗୀରପୁରର ଏକ କଣ୍ଟେନମେଣ୍ଟ ଜୋନ୍‌ରେ ଏକ ପରିବାରର 26ଜଣ ସଦସ୍ୟଙ୍କଠାରେ କରୋନା ପଜିଟିଭ୍‌ ହୋଇଥିବାର ସୂଚନା ମିଳିଛି। 26 ଜଣଙ୍କ ମଧ୍ୟରେ ଦୁଇଟି ସ୍ତ୍ରୀ, ଜଣେ ସ୍ବାମୀ, 12ଟି ଝିଅ ଓ 7ଟି ପୁଅ ରହିଛନ୍ତି। ଦିଲ୍ଲୀରେ ଏପର୍ଯ୍ୟନ୍ତ 71ଟି କଣ୍ଟନମେଣ୍ଟ ଜୋନ୍‌ର ଚିହ୍ନଟ କରାଯାଇଛି। ଏହି ଅଞ୍ଚଳର କିଛି ଲୋକେ ନିୟମ ପାଳନ ନ କରି ଘରୁ ବାହାରୁଥିବାର ଜଣାପଡିଛି। ମହାରାଷ୍ଟ୍ର ପରେ ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ ଦିଲ୍ଲୀରୁ ହିଁ ଚିହ୍ନଟ ହୋଇଛନ୍ତି। ଏଠାରେ 1700ରୁ ଅଧିକ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 42ଜଣଙ୍କର ମୃତ୍ୟୁ ହୋଇଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ : ଭୟାନକ କରୋନା ଯୋଗୁଁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 15 ହଜାର 707ରେ ପହଞ୍ଚିଥିବାବେଳେ 507ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2230ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ତବଲିଗ୍‌ ଜମାତରୁ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଚାରି ହଜାରରୁ ପାର୍‌ ହୋଇଯାଇଛି । ଆସାମର ମୋଟ୍‌ ମାମଲାର 91 ପ୍ରତିଶତ ଜମାତୀ ସହ ସମ୍ପର୍କିତ ରହିଛି । ସେହିପରି ତାମିଲନାଡୁରେ 84% ମାମଲା ଜମାତୀ ସହ ଯୋଡି ହୋଇଥିବାବେଳେ ତେଲେଙ୍ଗାନାରେ 79%, ଆଣ୍ଡାମାନ୍‌ ନିକୋରବର 83%, ଦିଲ୍ଲୀରେ 63%, ଆନ୍ଧ୍ରପ୍ରଦେଶରେ 61% ଓ ଉତ୍ତରପ୍ରଦେଶରେ ମୋଟ ମାମଲାର 59% ଜମାତୀ ସମ୍ପର୍କିତ ବୋଲି ଜଣାପଡିଛି । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ :ଗତ ଡିସେସମ୍ବର ମାସରୁ ଚୀନରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ବରେ ଏହି ମହାମାରୀ କରୋନା ଆଜି ବିଶ୍ବର 210ଟି ଦେଶରେ ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ସାରା ବିଶ୍ବରେ 23 ଲକ୍ଷରୁ ଅଧିକ ଲୋକେ ଏହି ଭୟାନକ ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେହିପରି ଏକ ଲକ୍ଷ 60 ହଜାରରୁ 757 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 5 ଲକ୍ଷ 96 ହଜାରୁ 687ଜଣ ସୁସ୍ଥ ହୋଇଛନ୍ତି । ଏହି ମହାମାରୀ ଯୋଗୁଁ ଆମେରିକା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଆମେରିକାରେ ଏହା ପ୍ରବଳ ଭାବରେ ବ୍ୟାପୁଛି । ଆମେରିକାର ନ୍ୟୁୟର୍କ ଏବେ ଏହାର କେନ୍ଦ୍ରସ୍ଥଳ ପାଲଟି ଯାଇଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା 738,830 ରହିଥିବାବେଳେ 39,014ଜଣଙ୍କର ମତ୍ୟୁ ହୋଇଛି । ସେହିପରି ସୁସ୍ଥ ହୋଇଛନ୍ତି 68,285ଜଣ । ଆମେରିକା ପଛକୁ ରହିଛି ଇଟାଲୀ । ଇଟାଲୀରେ 23,227ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1,75,925ଟି ମାମଲା…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଅଲାଇଡି ନିକଟସ୍ଥ ବାଇପାସ୍‌ ଉପରେ ଆଜି ଏକ କଲରାପତରିଆ ବାଘ ମୃତ ଅବସ୍ଥାରେ ପଡିଥିବାର ଦେଖାଯାଇଥିଲା। ଏହି ବାଘକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛି। ଭୋର୍‌ ସମୟର କୌଣସି ଅଜଣା ଗାଡି ଦ୍ବାରା ବାଘଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ପଞ୍ଝାରୁ ରକ୍ତସ୍ରାବ ହୋଇଥିବାରୁ ବାଘଟି କୌଣସି ଅଜଣା ଗାଡି ଦ୍ବାରା ଦୁର୍ଘଟଣାର ଶିକାର ହୋଇଥିବାର ଅନୁମାନ କରାଯାଉଛି। ବାଘର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଜନଗହଳିପୂର୍ଣ୍ଣ ସହର ମଧ୍ୟକୁ ବାଘଟି କେମିତି ଆସିଲା, ତାହାକୁ ନେଇ ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି। ଲକ୍‌ ଡାଉନ୍‌ ଯୋଗୁଁ ରାସ୍ତା ଘାଟ ଶୂନଶାନ ରହିଥିବାରୁ ବାଘଟି ସହର ଅଭିମୁଖେ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ବାଘଟି ସହର ମଧ୍ୟକୁ ଆସିବା ପରେ…

Read More

 କେଦାର ମିଶ୍ର କିଛି ମାସ ତଳେ ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ ଆମେ କହୁଥିଲୁ, ଭାରତ ଏକ ଭୟଙ୍କର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଭାରତ ସରକାର କହୁଥିଲେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ଠିକ ରହିଛି, ତେଣୁ ସାମୟିକ ମାନ୍ଦାବସ୍ଥାର ପ୍ରଭାବ ଭାରତ ଉପରେ ବିଶେଷ କିଛି ପଡିବାର ନାହିଁ। ମାସେ ଭିତରେ ପୂରା ବିଶ୍ଵ ଅର୍ଥନୀତିର ଚିତ୍ର ବଦଳି ଯାଇଛି। ଆଜି ଆଉ ମାନ୍ଦାବସ୍ଥା ନୁହେଁ, ବରଂ ପୂରା ବିଶ୍ଵର ଅର୍ଥନୀତି ଭୁଷୁଡି ପଡିଛି। ଆମେରିକା, ୟୁରୋପୀୟ ରାଷ୍ଟ୍ର ସମୂହ ଓ ଚୀନ ଭଳି ଅର୍ଥନୀତିର ବଡ ଖେଳାଳୀମାନେ ଆଣ୍ଠେଇ ପଡିଲେଣି। ସେଥିରେ ଭାରତ ଭଳି ବିକାଶଶୀଳ ଓ ଆଫ୍ରିକାରର ଗରିବ ଦେଶମାନଙ୍କ ଅବସ୍ଥା କଣ ହେବ? ଆସନ୍ତା ୬ ରୁ ୧୨ ମାସ ସମଗ୍ର ପୃଥିବୀର ଅର୍ଥନୈତିକ ଗତିବିଧି ସ୍ଥାଣୁ ହୋଇ ରହିବ। ବିଶ୍ଵ ଅର୍ଥନୀତିରେ ମୋଟ ଅଭିବୃଦ୍ଧି ଆଗାମୀ ଦିନରେ ୦% ରୁ ଋଣାତ୍ମକ…

Read More

ନୂଆଦିଲ୍ଲୀ, ଡାକ କର୍ମଚାରୀମାନେ କାର୍ଯ୍ୟରତ ଅବସ୍ଥାରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଯଦି ପ୍ରାଣ ହରାନ୍ତି ତେବେ ସେମାନଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ। ଡାକ ବିଭାଗ ଅତ୍ୟାବଶ୍ୟକ ସେବାର ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାର କର୍ମଚାରୀମାନେ କରୋନା ସଂକ୍ରମଣ କାଳରେ ବିଭିନ୍ନ ଡାକସେବା ସହ ଏହି ବ୍ୟାଧିର ଚିକିତ୍ସା ଓ ନିରାକରଣରେ ବ୍ୟବହୃତ ହେଉଥିବା ଔଷଧ ସାମଗ୍ରୀ/ପାର୍ସଲ ଆଦି ବାଣ୍ଟୁଛନ୍ତି। ଏହି ଦାୟିତ୍ୱ ନିର୍ବାହନ କାଳରେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି। ତେଣୁ ଏଭଳି ସ୍ଥିତିରେ ଯଦି କୌଣସି ଡାକ କର୍ମଚାରୀଙ୍କର ମୃତ୍ୟୁ ଘଟେ ସେମାନଙ୍କୁ ପ୍ରତ୍ୟେକ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ । ଉଭୟ ଗ୍ରାମୀଣ  ତଥା ଅନ୍ୟାନ୍ୟ ଡାକ କର୍ମଚାରୀମାନେ ଏହି ସୁବିଧା ପାଇବେ। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶାବଳୀ ତୁରନ୍ତ ଲାଗୁ ହେବା ସହିତ କରୋନା…

Read More

ନୂଆଦିଲ୍ଲୀ, କୋଭିଡ-19 ସଂକ୍ରମଣ ରୋକିବା ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି । ଏହା ନିଜର ବୈଜ୍ଞାନିକ ଓ ବୈଷୟିକ ଦକ୍ଷତାକୁ  ଉପଯୋଗ  କରି ବର୍ତ୍ତମାନ ପାଇଁ ଆବଶ୍ୟକ ଦ୍ରବ୍ୟମାନ ପ୍ରସ୍ତୁତ କରୁଛି। ଏହି ପରୀପ୍ରେକ୍ଷୀରେ ମହାମାରୀ କାଳରେ ବିଭିନ୍ନ ସ୍ଥାନକୁ ଜୀବାଣୁ ମୁକ୍ତ କରିବା ପାଇଁ ଦୁଇଟି ଦ୍ରବ୍ୟ ବିକଶିତ କରିଛି । Automatic Miss Belt sanitizer defenses unique (MCO) କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ । ଅଗ୍ନି ବିସ୍ଫୋରକ ଏବଂ ପରିବେଶ ନୀରାପତ୍ତା କେନ୍ଦ୍ର (CPFES)  ଏହାର ବିଶେଷଜ୍ଞ ଜ୍ଞାନ ଉପଯୋଗ କରି କ୍ଷୁଦ୍ର ଯୁକ୍ତ ବିଶୋଧକ ସିଂଚନ ବିକଶିତ କରିଛନ୍ତି । ଏହି ସ୍ପର୍ଶ ବିହୀନ ଆଲକହଲ ଯୁକ୍ତ ସାନିଟାଇଜର କୌଣସି କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ହାତର ବିଶୋଧକଭାବେ କାର୍ଯ୍ୟ କରିବ । ଏକ Altrasonic censor ଦ୍ୱାରା ହାତର ସ୍ପର୍ଶ  ବିନା ଏହାକୁ…

Read More

ବେଙ୍ଗାଲୁରୁ, ବେଙ୍ଗାଲୁରୁସ୍ଥିତ ସିଏସଆଇଆରର ସହଯୋଗୀ ଲାବରୋଟାରୀ ଜାତୀୟ ଏରୋସ୍ପେସ୍ ଲାବରୋଟାରୀ ଏବଂ ଏମଏଏଫ କ୍ଲଦିଙ୍ଗ ପ୍ରାଇଭେଟ ଲିମିଟେଡ ମିଳିତ ସହଯୋଗରେ ବ୍ୟକ୍ତିଗତ ସୁରକ୍ଷା କଭରାଲ ସୁଟର ମଡେଲ (ପ୍ରୋଟୋଟାଇପ) ବିକଶିତ ହୋଇଛି। ଏହି ସୁରକ୍ଷା ପୋଷାକରେ ସାଧାରଣ ମେସିନ ବୁଣା କପଡା ପରିବର୍ତ୍ତେ ପଲିପ୍ରପଲିନ ସ୍ପନରେ ଏକାଧିକ ବିଶିଷ୍ଟ କୃତ୍ରିମ ବସ୍ତ୍ର ବ୍ୟବହାର କରାଯାଇଛି। କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ଏହାକୁ ପରିଧାନ କଲେ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବେ। ସିଏସଆଇଆର-ଏନଏଏଲର ଡକ୍ଟର ହରିଶ ସି ବରଶିଳିଆ, ଡ.ହେମନ୍ତ କୁମାର ଶୁକ୍ଳା ଏବଂ ଏମଏଏଫ ଏମ ଜେ ବିଜୁଙ୍କ ନେତୃତ୍ୱରେ ଗଠିତ ଏକ ଟିମ ସ୍ଵଦେଶୀ ଜ୍ଞାନକୌଶଳ ଉପଯୋଗ କରି ଏଭଳି ଏକ ସୁରକ୍ଷା ପୋଷାକ ତିଆରି କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଖୁବ କମ ଦିନରେ ସେମାନଙ୍କୁ ଏହି ସଫଳତା ମିଳିଛି। ଏହି ସୁଟକୁ କୋଏମ୍ବାଟୁରସ୍ଥିତ ‘ସିଟ୍ରା’ ପରୀକ୍ଷାଗାରରେ ତନ୍ନତନ୍ନ…

Read More