Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ 5 କରୋନା ଆକ୍ରାନ୍ତ । ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟରେ ସୁମଦାୟ ଆକ୍ରାନ୍ତଙ୍କ ସଂଖ୍ୟା 60 ଛୁଇଁଛି । 5 ଜଣଙ୍କ ମଧ୍ୟରେ 4 ଜଣ ଭୁବନେଶ୍ବରର ରହିଥିବା ବେଳେ ଜଣେ ବ୍ୟକ୍ତି ଯାଜପୁରର ରହିଛନ୍ତି । ଭୁବନେଶ୍ବରର ବମିଖାଲ ଅଞ୍ଚଳରୁ 3 ଜଣ ଏବଂ ଝାରପଡାରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡିଛି । ଝାରପଡା ଅଞ୍ଚଳର ଆକ୍ରାନ୍ତଙ୍କ ବୟସ 50 ବର୍ଷ ବୋଲି ଜଣାପଡିଛି । ସେ 42 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ସେହିପରି ବମିଖାଲର ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ରହିଥିବା ଜଣାପଡିଛି । ରାଜ୍ୟରେ ସମୁଦାୟ 564 ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ତନ୍ମଧ୍ୟରୁ 5 ଜଣ ପଜିଟିଭ୍‌ ବାହାରିଥିବା ଜଣାପଡିଛି ।

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ ମିଟ୍‌ କରାଯାଇଛି । ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ଅତିକ୍ରମ କରିଥିବା ନେଇ ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 10363 ରହିଥିବା ବେଳେ ଗତକାଲି 1211 ଜଣ ନୂତନ ସଂକ୍ରମିତ ଚିହ୍ନଟ କରାଯାଇଛନ୍ତି । ସମୁଦାୟ 1036 ଜଣ ସୁସ୍ଥ ହୋଇଥିବା ବେଳେ ଗତକାଲି 117 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 31 ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 339ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 2334 ଆକ୍ରାନ୍ତ ରହିଥିବା ବେଳେ 160 ଜଣଙ୍କର ମୃତ୍ୟୁ ଘଟିଛି । କରୋନା ପରୀକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ନିୟମକୁ ନେଇ ମଧ୍ୟ ଅଗ୍ରଓ୍ବାଲ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ…

Read More

ନୂଆଦିଲ୍ଲୀ : ଲକ୍‌ଡାଉନ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । କରୋନା ହଟସ୍ପଟ୍‌ ସ୍ଥାନ ଗୁଡିକରେ ଲକ୍‌ଡାଉନ୍‌କୁ ଜାରି କରାଯିବାର ପ୍ରସ୍ତାବ ଦେଇଛନ୍ତି ରାହୁଲ୍ । ଲକ୍‌ଡାଉନ୍‌ କାରଣରୁ ଗରିବ ଏବଂ ଖଟିଖିଆ ଳୋକେ ସର୍ବାଧିକ ପ୍ରଭାବିତ । ଏପରିକି ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ମଧ୍ୟ ଏହା ଦ୍ବାରା ଗଭୀର ଭାବରେ ପ୍ରଭାବିତ । ତେଣୁ ଏପରି ଶ୍ରେଣୀର ଲୋକଙ୍କୁ ଅସୁବିଧାରୁ ବାହାର କରିବା ପାଇଁ ସରକାରଙ୍କୁ ସାମୂହିକ ଲକ୍‌ଡାଉନ୍‌ ପରିବର୍ତ୍ତେ ଅନ୍ୟ ପଦକ୍ଷେପ ନେବା ଉଚିତ୍‌ । କରୋନା ହଟସ୍ପଟ ଗୁଡିକୁ ଚିହ୍ନଟ କରିବା ସହିତ ଉକ୍ତ ଅଞ୍ଚଳକୁ ଲକ୍‌ଡାଉନ୍‌ କରିବା ସହିତ ଅନ୍ୟାନ୍ୟ ଅଞ୍ଚଳରେ ବନ୍ଦ ପଡିଥିବା ବ୍ୟବସାୟକୁ ଆରମ୍ଭ କରାଯିବା ଉଚିତ୍‌ ବୋଲି ରାହୁଲ୍‌ ଏକାଧିକ ଟ୍ବିଟରେ ପ୍ରକାଶ କରିଛନ୍ତି । ଗରିବ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ରାହୁଲ…

Read More

ହାଇଦ୍ରାବାଦ : ତେଲେଙ୍ଗାନା ସରକାରଙ୍କ ପକ୍ଷରୁ 74 ଲକ୍ଷ ବ୍ୟାଙ୍କ ଆକାଉଣ୍ଟକୁ 15 ଶହ ଟଙ୍କା ପ୍ରଦାନ କରାଯାଇଛି । ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ବିଭିନ୍ନ ପରିବାରକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ 1112 କୋଟି ଟଙ୍କା ମଞ୍ଜୁର କରାଯାଇଛି । କରୋନା ମୁକାବିଲା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏହି ଅର୍ଥରାଶି ପ୍ରଦାନ କରାଯାଇଥିବା ନେଇ କ୍ୟାବିନେଟ ମନ୍ତ୍ରୀ କେଟି ରାମାରାଓ ପ୍ରକାଶ କରିଛନ୍ତି । ଏହା ସହିତ ରାସନ କାର୍ଡଧାରୀ ପ୍ରତ୍ୟେକ ପରିବାରକୁ 12 କିଗ୍ରା ଚାଉଳ ପ୍ରଦାନ କରିବା ପାଇଁ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର 76 ଲକ୍ଷ ରାସନ କାର୍ଡଧାରୀଙ୍କ ମଧ୍ୟରୁ ପ୍ରାୟ 87 ପ୍ରତିଶତ ଲୋକଙ୍କୁ ଚାଉଳ ଦିଆସରିଛି । ଚାଉଳ ବଣ୍ଟନ ପାଇଁ 25 ଶହ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ 3ଲକ୍ଷ ଟନ୍‌ ଚାଉଳ ବଣ୍ଟା…

Read More

କୋଏମ୍ବାଟୁର : ତାମିଲନାଡୁରେ ଏକ ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା ସମ୍ମୁଖକୁ ଆସିଛି । ତାମିଲନାଡୁର କୋଏମ୍ବାଟୁରରେ ପୁଣି ଏକ ନିର୍ଭୟା କାଣ୍ଡ ସାମ୍ନାକୁ ଆସିଛି । ଜଣେ ନବମ ଶ୍ରେଣୀ ଛାତ୍ରୀକୁ 9 ଜଣ ଯୁବକ ଗଣ ଦୁଷ୍କର୍ମ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ, ଏହି ଛାତ୍ରୀଙ୍କର ଚାରି ସହପାଠୀ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉକ୍ତ ଚାରି ସହପାଠୀଙ୍କ ମଧ୍ୟରୁ ଜଣେ ଉକ୍ତ ଯୁବତୀଙ୍କୁ ଭଲ ପାଉଥିଲେ । 4 ସହପାଠୀଙ୍କ ସମେତ ଯୁବତୀଙ୍କ ପଡିଶା ଭାବରେ ରହୁଥିବା 6 ଜଣ ଯୁବକ ମଧ୍ୟ ଏହି ଜଘନ୍ୟ କାଣ୍ଡରେ ସମ୍ପୃକ୍ତ । ଯୁବତୀ ଜଣକ ଗର୍ଭବତୀ ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଥିଲା । ଯୁବତୀଙ୍କ ପିତା ମାତା ଦିନ ମଜୁରିଆ ଥିବା ବେଳେ ଲୋକଲଜ୍ଜା ଭୟରେ ଘଟଣାକୁ ଚପାଇ ଦେବାପାଇଁ ଗର୍ଭପାତ କରିବାକୁ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ ।…

Read More

କେଦାର ମିଶ୍ର “ସାଇନିଂ ଇଣ୍ଡିଆ” ବା ଚମକୁଥିବା ଭାରତ। ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଗୋଟେ ସମୟରେ ଭାରତ ସରକାରଙ୍କର ମନ୍ତ୍ର ଥିଲା। ଏବେ ସେଇ ମନ୍ତ୍ର ସାମାନ୍ୟ ପରିବର୍ତ୍ତିତ ହୋଇ ଅଭିନବ ଭାରତ ବା “ନ୍ୟୁ ଇଣ୍ଡିଆ” ହୋଇଛି। ଚମକୁଥିବା ଏ ନୂଆ ଭାରତ, ଯାହାର ପ୍ରଧାନମନ୍ତ୍ରୀ ଏହାକୁ ବିଶ୍ଵଗୁରୁ ବୋଲି କହନ୍ତି, ସେ ଭାରତର ବାସ୍ତବ ଛବିରେ ଏତେ ଅନ୍ଧକାର କାହିଁକି? ଆଜି ସାରା ପୃଥିବୀ ଏକ ଭୟଙ୍କର ଅନ୍ଧାର ସହିତ ଲଢେଇ କରୁଛି। ସେ ଅନ୍ଧାରର କେନ୍ଦ୍ରରେ କୋଭିଡ୧୯ ଭୂତାଣୁର ଆତଙ୍କ ରହିଛି। ହେଲେ ଭାରତରେ କୋଭିଡ଼୧୯ ଭୂତାଣୁର ପ୍ରକୋପ ତୁଳନାରେ ଭୋକର ତାଡନା ଅଧିକ ଭୟଙ୍କର ଲାଗୁଛି। ଭୂତାଣୁର ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ସାରା ଦେଶରେ ୨୧ ଦିନର ଲକ ଡାଉନ ଏବେ ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ, ଏହି ଲକ ଡାଉନ ସମୟରେ ଭୋକ…

Read More

ଭୁବନେଶ୍ବର : କରୋନା ସଙ୍କଟ ସମୟରେ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିବୃତ୍ତି ଦେଇଛନ୍ତି । କୃଷି ଓ କୃଷିଜାତ ସାମଗ୍ରୀକୁ ଲକ୍‌ଡାଉନ୍‌ରୁ ସମ୍ପୂର୍ଣ୍ଣ ବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଆଇନଭଙ୍ଗକାରୀଙ୍କ ବିରୋଧରୋ କଡା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୃଷିଜାତ ଦ୍ରବ୍ୟ ସମେତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ପରିବହନରେ ଯେପରି କୌଣସି କଟକଣା ନଆସେ ସଥିପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନବୀନ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟରେ କରୋନା ପରିସଂଖ୍ୟାନ ନିମ୍ନଗାମୀ ହୋଇଥିବାରୁ ଏହାକୁ ନେଇ ନବୀନ ସନ୍ତୋଷ ପ୍ରକାଶ କରିଥିଲେ । ଏଥିପାଇଁ ନବୀନ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Read More

ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଅବଧି ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ରେଳ ସେବା ଏବଂ ବିମାନ ସେବା ପାଇଁ ନୂତନ ଘୋଷଣା କରାଯାଇଛି । ଆସନ୍ତା ମେ 3 ପର୍ଯ୍ୟନ୍ତ ବିମାନ ସେବା ଏବଂ ରେଳସେବାକୁ ବନ୍ଦ ରଖାଯାଇଛି । ପୂର୍ବରୁ ଏପ୍ରିଲ୍‌ 30 ତାରିଖ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରଖାଯାଇଥିବା ବେଳେ ଆଜି ଏହାକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ ମଧ୍ୟ ଆଇଆରସିଟିସି ପକ୍ଷରୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରାଯାଇଛି । ତେବେ ପୂର୍ବବତ ମାଲବାହୀ ଟ୍ରେନ୍‌ ଏବଂ କାର୍ଗୋ ବିମାନ ଚଳାଚଳ ଜାରି ରଖାଯିବ । (ଏଜେନ୍ସି)

Read More

ଦେବାଶିଷ ପାଢୀ ଯାଜପୁର: ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ସ୍ଥାନରେ ଶ୍ରମିକ ମାନେ ଫସି ରହିଛନ୍ତି। ତାମିଲନାଡୁରେ ଫସି ରହିଥିବା ଯାଜପୁରର କିଛି ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ଯାଜପୁରର ୭ ଜଣ ଯୁବକ ତାମିଲନାଡୁର ଏକ ସୂତାକଳରେ ବିଗତ ଏକ ବର୍ଷ ଧରି କାମ କରୁଥିଲେ। ଲକ୍‌ଡାଉନ୍‌ କାରଣରୁ ଏହି ୭ ଜଣ ଯୁବକ ସେଠାରେ ଫସି ରହିଥିଲେ। ଅସୁବିଧାର ସମ୍ମୁଖୀନ ହେବା ପରେ ଫେସ୍‌ବୁକ୍‌ ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଥିଲେ ଏହି ୭ ଶ୍ରମିକ। https://www.youtube.com/watch?v=v0wqr0JiPR4 ଯାଜପୁର ବିଧାୟକ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବା ପରେ ଫସି ରହିଥିବା ଯୁବକ ମାନେ ବିଧାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ପରିବେଶ ଥିବା ବେଳେ ସାରାଦେଶରେ ଲକଡାଉନ ଜାରି ହୋଇଛି। ଓଡିଶା ସରକାର ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ଲକଡାଉନ ସମୟସୀମା ବୃଦ୍ଧି କରିଥିବା ବେଳେ ଦେଶରେ ଆସନ୍ତା ମେ ୩ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଲକ୍ ଡାଉନ୍ ବୃଦ୍ଧି ଘୋଷଣା କରିଛନ୍ତି। ଘରୁ ନ ବାହାରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଆହ୍ୱାନ ଦିଆଯାଇଛି। ହେଲେ ସରକାରୀ କଟକଣାକୁ ମାନୁନାହାଁନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଳରେ ସାମାଜିକ ଦୁରତା କଟକଣାକୁ ଖୋଲମଖୋଲା ଉଲଘଂନ କରାଯାଉଛି। ସରକାରଙ୍କ ଉଜ୍ଜଳା ଗ୍ୟାସ ମାଗଣାରେ ପାଇବା ପାଇଁ ଗ୍ୟାସ କାଉଣ୍ଟରରେ ଜମାଉଛନ୍ତି ଭିଡ। ଗ୍ୟାସ ବିତରଣକାରୀ ଓ ଉପଭୋକ୍ତା ଖୋଲମଖୋଲା ନିୟମ ଉଲଘଂନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଥିବା ସାଇ ଏଚ୍.ପି ଗ୍ରାମୀଣ ଗ୍ୟାସ ବିତରଣ ସଂସ୍ଥା…

Read More

ଯାଜପୁର: ଆଜି ଚିହ୍ନଟ ହୋଇଥିବା ନୂତନ କରୋନା ଆକ୍ରାନ୍ତ ଜଣକ ଯାଜପୁରର ବୋଲି ସୂଚନା ମିଳିଛି। ଏହାସହ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ରାଜ୍ୟର ୫୬ ନମ୍ବର କରୋନା ଆକ୍ରାନ୍ତ ଜଣକ ନିକଟରେ କଲିକତାରୁ ଫେରିଥିଲେ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି। କ୍ବାରେଣ୍ଟିନ୍‌ରେ ରହିଥିବା ବେଳେ ସାମ୍ପଲ୍‌ ପଜିଟିଭ୍‌ ଆସିବାରୁ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ବୋଲି ଘୋଷଣା କରାଯାଇଛି। ସାନତ୍ରିଲୋଚନପୁର ଓ ସହିପୁର-୩ ଗାଁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରାଯାଇଛି। ୨ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଥିବା ବେଳେ ବ୍ୟକ୍ତିଙ୍କ ଯାତ୍ରା ଇତିହାସ ଏବଂ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

Read More

ସମ୍ବଲପୁର : ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସନାତନ ବିଶିଙ୍କ ପରଲୋକ । ସକାଳୁ ସମ୍ବଲପୁର ହୀରାକୁଦ କଲୋନୀ ବାସଭବନରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 77 ବର୍ଷ ବୟସ ହୋଇଥିଲା । କିଛି ଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ସନାତନ। ସନାତନ 2008ରୁ 2009 ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

Read More

ନୂଆଦିଲ୍ଲୀ : ଆଜି ଦେଶରେ ଜାରି ରହିଥିବା 21 ଦିନିଆ ଲକ୍‌ ଡାଉନ୍‌ର ଶେଷ ଦିବସ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ଲକ୍‌ ଡାଉନକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି ।  ପିଏମ୍‌ ଦେଶକୁ ସମ୍ବୋଧିତ କରିବା ନେଇ କାଲି ପିଏମ୍‌ଓ ତରଫରୁ ଏକ ଟୁଇଟ୍‌ ଜାରି କରାଯାଇଥିଲା । ପିଏମ୍‌ଓଙ୍କ ଅଫିସିଆଲ୍‌ ଟୁଇଟ୍‌ର ହ୍ୟାଣ୍ଡେଲ୍‌ ମୋଦିଙ୍କ ଭାଷଣର ତାରିଖ ଓ ସମୟର ସୂଚନା ଦିଆଯାଇଥିଲା । ଏହି ଟୁଇଟ୍‌ଟି ରିଟୁଇଟ୍‌ ଓ ଲାଇକ୍ସର ସବୁ ରେକର୍ଡ ଭାଙ୍ଗିଥିବାର ଜଣାପଡିଛି । ପୂର୍ବରୁ ପିଏମ୍‌ଙ୍କର ଟୁଇଟ୍‌ର ଏତେ କମେଣ୍ଟସ୍‌ ବା ରିଟୁଇଟ୍‌ ମିଳୁନଥିଲା । ପିଏମ୍‌ଙ୍କ ଟୁଇଟ୍‌କୁ ପାଖା ପାଖି 47 ଜହାର ଲୋକ ରିଟୁଇଟ୍‌ କରିସାରିଛନ୍ତି । ଦୁଇ ଲକ୍ଷରୁ ଅଧିକ ଲୋକ ଏହି ଟୁଇଟ୍‌କୁ ଲାଇକ୍ସ କରିଛନ୍ତି । ରିଟୁଇଟ୍‌ ମାମଲାରେ ପିଏମ୍‌ଓଙ୍କ ଟୁଇଟର ହ୍ୟାଣ୍ଡେଲ୍‌ ଦ୍ବିତୀୟ ସ୍ଥାନରେ ରହିଛଛି ।…

Read More

ନୂଆଦିଲ୍ଲୀ: ଦେଶରେ କରୋନା କାୟା ମେଲାଇ ଚାଲିଛି । ବିଶେଷ କରି ମହାରାଷ୍ଟ୍ରରେ ଏହା ଚିନ୍ତା ବଢାଇଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା 23ଶହକୁ ଟପିଥିବାର ଜଣାପଡିଛି । ସେହିପରି ଏଠାରେ ମୃତ୍ୟୁ ସଂଖ୍ୟା 160ରେ ପହଞ୍ଚିଛି । ସେହିପରି ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ 15ଶହ ଟପିଛି । ଏଠାରେ ମୃତ୍ୟୁ ସଂଖ୍ୟା 28ରେ ପହଞ୍ଚିଲାଣି । ଗତକାଲି ନାଗାଲାଣ୍ଡରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ମେଘାଳୟରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଜଟିଳ ଥିବାରୁ ଦେଶରେ ଲକ୍‌ ଡାଉନ୍‌ର ଅବଧିକୁ ମେ’ ତିନି ପର୍ଯ୍ୟନ୍ତ ବୃଦ୍ଧି କରାଇଛନ୍ତି ।  କରୋନାକୁ ନେଇ ଦେଶବାସୀଙ୍କ ସମ୍ବୋଧିତ କରିବା ସମୟରେ ସାତୋଟି କଥା ଉପରେ ଧ୍ୟାନ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଏପରି ସଂକଟ ସମୟରେ ଘରେ ରହିଥିବା ବୃଦ୍ଧ ତଥା ପୁରାତନ ରୋଗ ପୀଡ଼ିତଙ୍କ ଧ୍ୟାନ ରଖିବାକୁ କହିଛନ୍ତି ମୋଦି । ଆୟୁଷ ମନ୍ତ୍ରାଳୟ ଦ୍ବାରା ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ପରାମର୍ଶ । ଘରେ ପ୍ରସ୍ତୁତ ମାସ୍କର ବ୍ୟବହାର କରନ୍ତୁ । ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ନିର୍ଦ୍ଦେଶର ପାଳନ କରନ୍ତୁ । ଆରୋଗ୍ୟ ସେତୁ ଡାଉନ୍‌ଲୋଡ୍‌ କରନ୍ତୁ । ଗରିବଙ୍କ ଦେଖାଶୁଣା କରନ୍ତୁ ଏହି ସଂକଟ ସମୟରେ କାହାକୁ ଚାକିରିରୁ ବାହାର କରନ୍ତୁ ନାହିଁ । ଶିଳ୍ପ ସଂସ୍ଥା ତଥା ବ୍ୟବସାୟ ପ୍ରତିଷ୍ଠାନ କର୍ମଚାରୀଙ୍କ ଉପରେ ନଜର ରଖିବାକୁ ପରାମର୍ଶ ।…

Read More

ନୂଆଦିଲ୍ଲୀ :  ଦେଶରେ କରୋନା ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶରେ ଜାରି ରହିଥିବା କରୋନା ସ୍ଥିତିକୁ ଦେଖି ଲକ୍‌ ଡାଉନ୍‌ର ଅବଧିକୁ ପ୍ରଧାନମନ୍ତ୍ରୀ ଆଜି ବଢାଇଛନ୍ତି । ମେ 3 ପର୍ଯ୍ୟନ୍ତ ଦେଶରେ ଲକ୍‌ ଡାଉନ୍‌ର ଅବଧିକୁ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କରୋନା ଲଢେଇ ପାଇଁ ଜାରି ରହିଥିବା 21 ଦିନିଆ ଲକ୍‌ ଡାଉନ୍‌ର ଆଜି ଶେଷ ଦିନ ରହିଥିଲା । ପୂର୍ବରୁ ମାର୍ଚ୍ଚ 24 ତାରିଖରୁ ଏପ୍ରିଲ୍‌ 14 ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଥିଲା । ଆସନ୍ତାକାଲି ଦ୍ବିତୀୟ ଥର ଲକ୍‌ ଡାଉନ୍‌ ନେଇ ବିସ୍ତୃତ ଗାଇଡ୍‌ ଲାଇଜ ଜାରି ହେବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗାଇଡ୍‌ ଲାଇନ ଜରିଆରେ ଅତ୍ୟାବଶ୍ୟକ ଜିନିଷ ପାଇଁ କିଛି କୋହଳ କରାଯିବ । ଅତ୍ୟାବଶ୍ୟକ ସେବା ଓ ଚାଷୀମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି…

Read More

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ। ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା 56କୁ ବୃଦ୍ଧି ହୋଇଛି। ସମୁଦାୟ 4734ଟି ସାମ୍ପଲ୍‌ ଟେଷ୍ଟ ହୋଇଥିବାବେଳେ 4678ଟି ନେଗେଟିଭ୍‌ ଆସିଛି। ଏଥି ମଧ୍ୟରୁ 56ଜଣ ପଜିଟିଭ୍‌ ରହିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 37  ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଓ୍ବେବ୍‌ସାଇଟ୍‌ରୁ ସୂଚନା ମିଳିଛି। ଗତକାଲି ରାତ୍ରିରେ 5ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ରାଜ୍ୟରେ ସମୁଦାୟ 18ଜଣ ସୁସ୍ଥ ହୋଇ ଫେରିଛନ୍ତି।

Read More

ନୂଆଦିଲ୍ଲୀ : ମୋଦିଙ୍କ ପୂର୍ବରୁ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । କରୋନା ବିରୋଧରେ ଲଢ଼େଇ କରୁଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ଡାକ୍ତର, ନର୍ସ, ସାନିଟେସନ କର୍ମଚାରୀ ଓ ପୁଲିସ୍‌ମାନଙ୍କୁ ଭିଡିଓ ଜାରି କରି ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି। ଏଥିସହ ସେ ଲୋକଙ୍କୁ ଲକଡାଉନର ନିୟମ ଓ ସାମାଜିକ ଦୂରତାକୁ ପାଳନ କରିବାକୁ ନିବେଦନ କରିଛନ୍ତି। ଏହି ଭିଡିଓରେ ସୋନିଆ କରୋନା ବିରୁଦ୍ଧରେ ସାରା ଭାରତବାସୀ ସମେସ୍ତ ମିଳିମିଶି ଲଢେଇ କରୁଛନ୍ତି । କଂଗ୍ରେସ ମଧ୍ୟ ଆପଣଙ୍କ ସାଥୀରେ ରହିଛି ବୋଲି କହିଛନ୍ତି ସୋନିଆ। କରୋନା ଯୋଦ୍ଧାକୁ ସହଯୋଗ କରିବାକୁ ଅପିଲ୍‌ କରିଛନ୍ତି ସୋନିଆ । ସେହିପରି ସାରା ଦେଶବାସୀଙ୍କ କରୋନା ବିରୁଦ୍ଧରେ ଯେଉଁଭଳି ଭାବରେ ଧୈର୍ଯ୍ୟର ସହ ଲଢେଇ କରୁଛନ୍ତି, ସେଥିପାଇଁ ସମଗ୍ର ଭାରତବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୋନିଆ…

Read More

ନୂଆଦିଲ୍ଲୀ : ବିଶ୍ବର 210ଟି ଦେଶରେ କାୟା ବିସ୍ତାର କରି ଚିନ୍ତା ବଢାଇଛି କରୋନା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 1ଲକ୍ଷ 19 ହଜାର 691ରେ ପହଞ୍ଚିଛି । ଚୀନ୍‌ରୁ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ ଆମେରିକାରେ ପ୍ରବଳ ମାତ୍ରାରେ ବ୍ୟାପି ଚାଲିଛି । ଆମେରିକାରେ ସର୍ବାଧିକ ମୃତ୍ୟୁ 23,640ରେ ପହଞ୍ଚିଥିବାବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 86 ହଜାର 941ରେ ପହଞ୍ଚିଛି । ସେହିପରି ଇଟାଲୀ, ଫ୍ରାନ୍ସ, ୟୁକେ, ଜର୍ମାନୀ, ଇରାନ୍‌, ସ୍ପେନ୍‌ ଆଦି ରାଷ୍ଟ୍ରଗୁଡିକର ମଧ୍ୟ କରୋନା ଯୋଗୁଁ ସ୍ଥିତି ସଙ୍ଗୀନ୍‌ ହୋଇପଡିଛି । କରୋନା ଯୋଗୁଁ ଫ୍ରାନ୍ସରେ ଲକ୍‌ ଡାଉନର ଅବଧିକୁ ମେ 11 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ କହିଛନ୍ତି । କରେନା ଅପଡେଟ୍‌ :

Read More

ନୂଆଦିଲ୍ଲୀ, ଦେଶରେ କୋଭିଡ-19 ବିରୋଧରେ ଜାରି ରହିଥିବା ସମୂହ ସଂଗ୍ରାମରେ, ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଏହାର ପ୍ରତିକାର, ନିୟନ୍ତ୍ରଣ ତଥା କୋଭିଡ-19 ସଂକ୍ରମଣର ପରିଚାଳନା ସକାଶେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସର୍ବୋଚ୍ଚ ସରକାରୀ ସ୍ତରରେ ଏହାକୁ ନିୟମିତ ଭାବେ ସମୀକ୍ଷା କରାଯିବା ସହ ତଦାରଖ କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ପ୍ରସଙ୍ଗରେ ସିଏସଆଇଆର (କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଏଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ)ର କୋଭିଡ-19 ମହାମାରୀ ନିୟନ୍ତ୍ରଣ ସଂପର୍କୀତ ଗବେଷଣାର ପ୍ରଗତି ସଂପର୍କରେ ଏହାର ମହାନିର୍ଦ୍ଦେଶକ, ସିଏସଆଇଆର ଓ ଏହାର 38ଟି ସିଏସଆଇଆର ନିର୍ଦ୍ଦେଶକମାନଙ୍କ ସହ ସମୀକ୍ଷା କରିଛନ୍ତି । ସିଏସଆଇଆର ବିଜ୍ଞାନାଗାର ଅନ୍ୟ ଘରୋଇ ଶିଳ୍ପସଂସ୍ଥା, ସରକାରୀ ସଂସ୍ଥା, ଏମଏସଏମଇ, ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟଙ୍କ ସହ ଘନିଷ୍ଠ ସହଭାଗୀତାରେ ଏବେ କାର୍ଯ୍ୟରତ ରହି…

Read More

ଭୁବନେଶ୍ବର, ଓଡିଶାର ଖ୍ୟାତନାମା ଲେଖକ, ବିଶିଷ୍ଟ ଶ୍ରମିକ ନେତା ତଥା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତା ସୌରୀବନ୍ଧୁ କରଙ୍କର ଆଜି  ଦେହାନ୍ତ ହୋଇଛି। ଶ୍ରୀ କର ୪୦ ବର୍ଷରୁ ଅଧିକ ସମୟ ଦେଶର ଶ୍ରମିକ ସଙ୍ଗଠନ ସହ ଜଡିତ ଥିଲେ। ଓଡିଶାର ଜଣେ ଲବ୍ଧ ପ୍ରତିଷ୍ଠ ଲେଖକ ଭାବରେ ସେ ବେଶ ଜଣାଶୁଣା। ପ୍ରବନ୍ଧ ଓ ଜୀବନୀ ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଥିଲା। କାର୍ଲ ମାର୍କ୍ସ ଓ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଉଦବୁଦ୍ଧ ଶ୍ରୀ କର ଏହି ଉଭୟ ଦାର୍ଶନିକଙ୍କ ଜୀବନକୁ ନେଇ ଅନେକ ସାହିତ୍ୟ ସୃଷ୍ଟି କରିଥିଲେ। ୨, ଏପ୍ରିଲ, ୧୯୪୮ରେ ସେ ଜନ୍ମଗ୍ରହଣ କରିଥିଲେ।

Read More