Author: Samikhsya Bureau

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଦାଉଁରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ଜଣେ ବ୍ୟକ୍ତିଙ୍କ ପାଇଁ ୧୪ ଟି ଗାଁକୁ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣେ ବ୍ୟକ୍ତି ଭବାନୀପୁର ଖାଲି ଅଞ୍ଚଳର ଏକ ମସ୍‌ଜିଦ୍‌ରେ ଅବସ୍ଥାନ କରୁଥିଲେ। ଉକ୍ତ ବ୍ୟକ୍ତି ଜଣକ ଗତ ମାସରେ ନିଜାମୁଦ୍ଦିନ୍‌ ତବଲିଗରେ ଯୋଗ ଦେଇଥିଲେ। ଗତ ଶନିବାର ଦିନ ଉକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ। ଏହି ଘଟଣା ପରେ ଉକ୍ତ ବ୍ୟକ୍ତି ଜଣକ ଭ୍ରମଣ କରିଥିବା ୩ କିମି ପରିଧି ଅଞ୍ଚଳକୁ କ୍ବାରେଣ୍ଟାଇନ୍‌ କରାଯାଇଥିଲା। ଉକ୍ତ ପରିସୀମା ମଧ୍ୟରେ ଆସୁଥିବା ୧୪ ଟି ଗ୍ରାମକୁ କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ ଜିଲ୍ଲାପାଳ କୁମାର ପ୍ରଶାନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ୧୪ ଟି ଗ୍ରାମକୁ ଜରୁରୀ କାଳୀନ ସାମଗ୍ରୀ ପଠାଯିବା ସହିତ ପରୀକ୍ଷଣ ମଧ୍ୟ କରାଯାଉଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ, ଲକଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ଶାସ୍ତ୍ରୀ ଭବନ ଏବେ ଖୋଲାଯାଇଛି। ତେବେ ଗାଡିଗୁଡିକ ସେ ଭିତରକୁ ଯିବା ପୂର୍ବରୁ ଚେକିଂ ସହିତ ସାନିଟାଇଜେସନ କରାଯାଉଛି।

Read More

ନୂଆଦିଲ୍ଲୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ କରିବା ପରେ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର। ଲକଡାଉନ ପାଇଁ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖାଯାଇଥିଲା।

Read More

ନୂଆଦିଲ୍ଲୀ: ଆସନ୍ତା କାଲି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍‌ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି। ଆସନ୍ତାକାଲି ଲକ୍‌ଡାଉନ୍‌ର ଅନ୍ତିମ ଦିବସ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ମଙ୍ଗଳବାର ସକାଳ ୧୦ଟା ସମୟରେ ମୋଦି ଦେଶକୁ ସମ୍ବୋଧିତ କରିବେ। ଏହି ଘୋଷଣାରେ ମୋଦି ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାର ଅନୁମାନ କରାଯାଉଛି। ପୂର୍ବରୁ ଦେଶର ୫ଟି ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ଆସି କାମ କରିବା ପାଇଁ ପ୍ରଧାନମନ୍ତ୍ରୀ ଆାହ୍ବାନ ଦେବା ପରେ ବର୍ତ୍ତମାନ ବିଭିନ୍ନ ମନ୍ତ୍ରୀ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବାରେ ଲାଗିଛନ୍ତି। ସେହିପରି ନର୍ଥବ୍ଲକ ଅଫିସରେ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Read More

ମୁମ୍ବାଇ : କରୋନା ଭାଇରସ୍‌ ପ୍ରଭାବରେ ଭାରତୀୟ ସେୟାର ବଜାର ନିୟମିତ ଭାବରେ ତଳକୁ ଖସୁଥିବା ବେଳେ ସୋମବାର ଏହ 650 ପଏଣ୍ଟ ତଳକୁ ଖସିଛି । ଗୁରୁବାର ଭାରତୀୟ ସେୟାର ବଜାର ପ୍ରାୟ 4.23 ପ୍ରତିଶତର ହାସଲ କରିଥିବା ବେଳେ ସୋମବାର ମଧ୍ୟ ସମାନ ଫଳ ଆଶା ରଖାଯାଇଥିଲା । ମାତ୍ର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ଘଟିବାରୁ ଭାରତୀୟ ସେୟାର ବଜାର ତଳକୁ ଖସିଥିଲା । ଏହି ସମୟରେ ସେନସେକ୍ସ 650 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍‌ଟୀ ମାତ୍ର 36 ପଏଣ୍ଟ ଉପରକୁ ଉଠିଛି । ସେନସେକ୍ସ 685.47 ପଏଣ୍ଟ ତଳକୁ ଖସିବା ସହିତ 30474.15 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 36.1 ପଏଣ୍ଟର ଅଭିବୃଦ୍ଧି ସହିତ 9103 ପଏଣ୍ଟରେ ପହଞ୍ଚିଛି । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ମେରୁ ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଯାତ୍ରା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି। ଜନ ଗହଳିରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତି। ବିଧି ମୁତାବକ ପୂଜକ ପୂଜାକାର୍ଯ୍ୟ ତୁଲାଇବେ। କୌଣସି ବାହାର ବ୍ୟକ୍ତି ଏଥିରେ ସାମିଲ ହେବେ ନାହିଁ। ନିର୍ଦ୍ଦେଶ ଅବମାନନା କଲେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନାକୁ ପ୍ରତିହତ କରିବାପାଇଁ ଏହି ନିଷ୍ପତ୍ତି ଗ୍ରହଣ କରିବାକୁ ପଡୁଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛନ୍ତି। ସେହିପରି ଲକ୍ ଡାଉନ୍ ପରେ ପ୍ରଶାସନିକ କାର୍ଯ୍ୟକୁ କିପରି ଶୃଙ୍ଖଳିତ ଓ ଦକ୍ଷତାର ସହିତ ଆଗେଇ ନେଇ ହେବ ସେଥିପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ…

Read More

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯିବା ପୂର୍ବରୁ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏକ ପ୍ରେସ୍‌ ମିଟ୍‌ କରିଛନ୍ତି । ଏହି ପ୍ରେସ୍‌ ମିଟ୍‌ରେ କୃଷିକାର୍ଯ୍ୟକୁ ଲକ୍‌ଡାଉନ୍‌ରୁ ରିହାତି ପ୍ରଦାନ କରାଯାଇଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଥିଲେ । ଆସନ୍ତା କାଲି ଠାରୁ ଲାଗୁ ହେବାକୁ ଥିବା ଲକ୍‌ଡାଉନ୍‌ରେ ସମସ୍ତ ପ୍ରକାର ଚାଷ କାର୍ଯ୍ୟ କରିହେବ । ଏପରିକି କୃଷି ଓ କୃଷି ଯନ୍ତ୍ରପାତି ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲା ରଖାଯିବ । ତଳି ରୁଆଁ ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯାଇପାରିବ । ଏପରିକି ମଣ୍ଡିରୁ ମିଲ୍‌ ପର୍ଯ୍ୟନ୍ତ ଧାନ ନେବା ଉପରେ କୌଣସି କଟକଣା ଲଗାଯିବ ନାହିଁ । ରାଜ୍ୟର ସମସ୍ତ ଶୀତଳଭଣ୍ଡାର ଓ ଗୋଦାମ ଖୋଲା ରହିବ । ଖରିଫ ଋଣ ପାଇଁ ସବୁ ବ୍ୟାଙ୍କ ଖୋଲା ରହିବ ଏବଂ ରବି ଫସଲ ପରେ…

Read More

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଲକ୍‌ଡାଉନ୍‌ ସମୟରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାମାୟଣର ପ୍ରିୟ ଚରିତ୍ରକୁ ବର୍ଣ୍ଣନା କରିବା ପରେ ଏହାକୁ ସୋସିଆଲ ମିଡିଆରେ ପସନ୍ଦ କରାଯାଇଛି। ନିଜର ଚମତ୍କାର ହ୍ୟାଣ୍ଡ ଆଇ କୋର୍ଡିନେସନ୍‌ କାରଣରୁ ସେହ୍ବାଗ ନିଜ କ୍ୟାରିୟରରେ ସଫଳ ହୋଇଥିଲେ। ସେହ୍ବାଗ ସର୍ବଦା ଗୋଟିଏ ଜାଗାରେ ଛିଡା ହୋଇ ଖେଳିବାକୁ ପସନ୍ଦ କରିଥାନ୍ତି। ଅଙ୍ଗଦ ରାବଣଙ୍କ ସଭାରେ ଛିଡା ହୋଇଥିବାର ଏକ ଫଟୋ ସେୟାର କରିଥିଲେ। ଅଙ୍ଗଦଜୀଙ୍କ ଠାରୁ ହିଁ ମୁଁ ନିଜକୁ ଅନୁପ୍ରାଣିତ ହୋଇଥାଏ, ଏହି ପାଦକୁ ହଲାଇବା କଷ୍ଟସାଧ୍ୟ। ଅଙ୍ଗଦ ଜୀ ରକ୍‌ସ ବୋଲି ଟ୍ବିଟ୍‌ କରିଥିଲେ ସେହ୍ବାଗ। ସେହ୍ବାଗ ଭାରତ ପାଇଁ 251ଟି ଦିନିକିଆ ଏବଂ 104ଟି ଟେଷ୍ଟ ଖେଳି ଯଥାକ୍ରମେ 8273 ଏବଂ 8586 ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ସେହ୍ବାଗ ଭାରତ ପାଇଁ 19ଟି ଟି 20 ମ୍ୟାଚ୍‌ ଖେଳି 394 ରନ୍‌ ସଂଗ୍ରହ କରିଛନ୍ତି।…

Read More

ଭୁବନେଶ୍ବର : ଭାରତୀୟ ସେନାର ବୀର ଯବାନ ତଥା ଓଡିଶାର ବୀରପୁତ୍ର କେପି ଧଳସାମନ୍ତଙ୍କ ପରଲୋକ ହୋଇଛି । ଭାରତୀୟ ସେନାର ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତ ସୋମବାର ଦିନ ପ୍ରାଣ ହରାଇଛନ୍ତି । କ୍ୟାନ୍‌ସରରେ ପୀଡିତ ଧଳସାମନ୍ତ 70 ବର୍ଷ ବୟସରେ ସୋମବାର ଦିନ ପ୍ରାଣ ହରାଇଛନ୍ତି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଧଳସାମନ୍ତଙ୍କ ପରଲୋକ ହୋଇଛି । ଧଳସାମନ୍ତ 1999 କାର୍ଗିଲ୍‌ ଯୁଦ୍ଧ ସମେତ ଅପରେସନ୍‌ ବ୍ଲୁ ଷ୍ଟାର ଏବଂ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଅଂଶ ଗ୍ରହଣ କରିଥିଲେ । କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍‌ସର ଡିଜି ଭାବରେ ଧଳସାମନ୍ତ ଅବସର ଗ୍ରହଣ କରିଥିଲେ ।

Read More

ଶ୍ରୀନଗର : ଆତଙ୍କୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ଯବାନ ଶହୀଦ ହୋଇଛନ୍ତି । ରବିବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଯବାନ ଆହତ ହୋଇଥିବା ବେଳେ ସୋମବାର ସକାଳୁ ସେ ପ୍ରାଣ ହରାଇଛନ୍ତି । କୁଲଗାମର ବଚ୍ରୁ ଜିଲ୍ଲାରେ ଅବ୍‌ଦୁଲ୍‌ ହମିଦ ମାଣ୍ଡୁଙ୍କ ଉପରକୁ ରବିବାର ସନ୍ଧ୍ୟାରେ ଆତଙ୍କୀ ମାନେ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନନ୍ତନାଗ ଜିଲ୍ଲା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶ୍ରୀନଗରକୁ ସ୍ଥାନାନ୍ତର କରାଯାଇଥିଲା । ଶ୍ରୀନଗରରେ ସୋମବାର ସକାଳୁ ଯବାନ ଜଣକ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି । (ଏଜେନ୍ସି)

Read More

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଜଣେ 10 ମାସର ଶିଶୁ ପ୍ରାଣ ହରାଇଛି । ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ସିଦ୍ଧାର୍ଥନଗରର ପ୍ରାଥମିକ ସ୍କୁଲରେ ଏହି 10 ମାସର ଶିଶୁ କନ୍ୟାଟି ପ୍ରାଣ ହରାଇଛି । ଗୁରୁବାର ସନ୍ଧ୍ୟାରେ ଶିଶୁକନ୍ୟା ନିକଟରେ ମିଳିମିଳାର ଲକ୍ଷଣ ଦେଖାଦେଇଥିଲା । ଶନିବାର ଶିଶୁଟିକୁ ଡାକ୍ତରଖାନାକ ନିଆଯାଇଥିବା ବେଳେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଉତ୍ତର ପ୍ରଦେଶରେ ଏହା ପ୍ରଥମ କ୍ବାରାଣ୍ଟାଇନ୍‌ ଶିଶୁ ମୃତ୍ୟୁ । 29ମାର୍ଚ୍ଚରେ ପିତା ମାତାଙ୍କ ଳସହିତ ମୁମ୍ବାଇକରୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଅବସ୍ଥାନ କରିଥିଲେ ପରିବାର । ଶନିବାର କ୍ବାରାଣ୍ଟାଇନ୍‌ ଅବଧି ଶେଷ ହେବାକୁ ଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଜିଲ୍ଲାପାଳ ଦୀପକ ମୀନା ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ରବିବାର ସୁଦ୍ଧା ଜିଲ୍ଲାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ୭୬୦୫୯ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନର ଶୁଖିଲା ଖାଦ୍ୟ କୁପନ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ୧୯୮ଟି ଗ୍ରାମପଞ୍ଚାୟତରେ ୧୯୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୨୮୮୨ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ସେହିପରି ଜଗତସିଂହପୁର ଓ ପାରାଦ୍ବୀପ ପୌରାଞ୍ଚଳରେ ୪ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ସୁଦ୍ଧା ଜିଲ୍ଲାର ୪,୯୩,୩୯୯ ହିତାଧିକାରୀଙ୍କୁ ସେମାନଙ୍କର ଏକକାଳୀନ ୩ ମାସର ଚାଉଳ/ଗହମ ୮୦,୨୯୮,୨୩ କ୍ୱିଣ୍ଟାଲ ବଣ୍ଟନ କରାଯାଇଛି। ଜିଲ୍ଲାର ୧,୬୮,୯୭୪ ରେସନକାର୍ଡ ଧାରୀଙ୍କୁ ୧୦୦୦ ଟଙ୍କା ଲେଖାଁ ବଣ୍ଟନ କରାଯାଇଛି। ଜଗତସିଂହପୁର ଓ ପାରାଦ୍ୱୀପ ପୌରାଞ୍ଚଳରେ ୫୪୯ଜଣ ପଞ୍ଜିକୃତ ରାସ୍ତାକଡ ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ…

Read More

ବୁଲନ୍ଦସହର : କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ପଳାୟନ କରିଛନ୍ତି 16 ଜଣ ବ୍ୟକ୍ତି । ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରି ଏହି 16 ଜଣ କ୍ବାରାଣ୍ଟାଇନ୍‌ ସେଣ୍ଟରରୁ ପଳାୟନ କରିଛନ୍ତି । ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏହି ଘଟଣା ଘଟିଛି । 16 ଜଣ ବ୍ୟକ୍ତି ଏକ ଭିଡିଓ ସୁଟିଂ କରି ସମୟରେ ଖାଦ୍ୟ ମିଳୁନଥିବା ଅଭିଯୋଗ କରିବା ସହିତ ପଳାୟନ କରିଥିଲେ । ପରବର୍ତ୍ତୀ ସମୟରେ ପୋଲିସ୍‌ ତନ୍ମଧ୍ୟରୁ 11 ଜଣଙ୍କୁ ଧରି ପୁନର୍ବାର କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଭର୍ତ୍ତି କରିଥିବା ବେଳେ ଅନ୍ୟ 5 ଜଣ ଫେରାର ଅଛନ୍ତି । ଫେରାର ଥିବା ଅନ୍ୟମାନେ କ୍ବାରାଣ୍ଟାଇନ୍‌ ସେଣ୍ଟରରେ ନ ପହଞ୍ଚିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Read More

କେଦାର ମିଶ୍ର ୟା ଭିତରେ ଏମିତି କିଛି ଖବର ଆସୁଛି, ଯାହା ପଢିଲେ ଆମର ମାନବିକତା ପ୍ରତି ସନ୍ଦେହ ବଢିବା ସ୍ଵାଭାବିକ। ଗତକାଲି ପ୍ରଥମ ଥର ଲାଗି ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ସେ ସମ୍ପର୍କରେ ସୋସିଆଲ ମିଡିଆରେ ଜଣେ ରାଜନୈତିକ ଦଳର ନେତ୍ରୀ ଲେଖିଛନ୍ତି- “ସୁନ୍ଦରଗଡରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଉଭୟେ ଅମୁକ ଧର୍ମର”। (କୌଣସି ଧର୍ମର ନାମରେ ଜଣେ ରୋଗୀଙ୍କୁ ଚିହ୍ନଟ କରିବା ଏକ ଅପରାଧ, ତେଣୁ ମୁଁ ସେ ଭଦ୍ର ମହିଳା ଲେଖିଥିବା ନିର୍ଦ୍ଦିଷ୍ଟ ଧର୍ମର ନାମ ଉଲ୍ଲେଖ କରୁନାହିଁ।) ଏହା ଏକ ଛୋଟ ଉଦାହରଣ ମାତ୍ର। ଏମିତି ଶହ ଶହ ଉଦାହରଣ ଆମେ ଦେଖି ଆସୁଛୁ ଓ କରୋନା ସଂକ୍ରମଣ କାଳରେ ଯେଉଁମାନେ ଏ ଦେଶର ସର୍ବାଧିକ ପୀଡିତ ବା ସନ୍ତ୍ରସ୍ତ ସେମାନଙ୍କ ପ୍ରତି ଆମେ ଅଧିକ ବିଦ୍ଵେଷ ତିଆରି କରି ଚାଲୁଛୁ। ଗତ କିଛି ବର୍ଷର ସାମ୍ପ୍ରଦାୟିକ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ପ୍ରଭାବରେ ମୃତ୍ୟୁ ସଂଖ୍ୟା 300 ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 35 ଜଣଙ୍କ ପ୍ରାଣହାନି ସହିତ 308 ଛୁଇଁଛି କରୋନା ମୃତ୍ୟୁ ସଂଖ୍ୟା । ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଦେଶରେ ମୃତ୍ୟୁ ସଂଖ୍ୟା 308ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 9151ରେ ପହଞ୍ଚିଥିବା ବେଳେ 856 ଜଣ ସୁସ୍ଥ ହୋଇ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା 7989 ଜଣ ଚିକିତ୍ସାଧୀନ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ 1982 ଜଣ ଆକ୍ରାନ୍ତ ହୋଇଥିବା ବେଳେ 149 ଜଣ ପ୍ରାଣ ହରାଇଛନ୍ତି । ସେହିପରି ଦିଲ୍ଲୀ ଏବଂ ତାମିଲନାଡୁରେ ଯଥାକ୍ରମେ 1154 ଏବଂ 1075 ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି । ଅପରପକ୍ଷରେ ବିଶ୍ବବ୍ୟାପୀ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 14 ହଜାର 247ରେ ପହଞ୍ଚିଛି ।

Read More

ଭୁବନେଶ୍ବର: ଆଜି ରାଜ୍ୟର ଆଉ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଏହି ଆକ୍ରାନ୍ତ କିଛି ଦିନ ତଳେ ବାହାରିନରୁ ଫେରିଥିଲେ ଓ ତାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ତାଙ୍କ ନମୂନାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। କଟକର ସ୍ବତନ୍ତ କୋଭିଡ ଅଶ୍ବିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରା ଯାଉଥିଲା। ଆଜି ତାଙ୍କ ରକ୍ତ ନମୂନା ନେଗେଟିଭ ଆସିଛି ଓ ସେ କରୋନା ଭୂତାଣୁ ମୁକ୍ତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ରାଜ୍ୟର ମୋଟ ୫୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଇତି ମଧ୍ୟରେ ୧୩ ଜଣ ଆରୋଗ୍ୟ ଲାଭ କରି ସାରିଲେଣି। ଗତକାଲି ରାଜ୍ୟ ସରକାର ସୂଚନା ଦେଇଥିଲେ ଯେ ଏମାନଙ୍କ ମଧ୍ୟରୁ ୩୫ ଜଣ ଯଥା ଶୀଘ୍ର ଆରୋଗ୍ୟ ଲାଭ କରିବେ।

Read More

ସୀତାରାମ ଅଗ୍ରଓ୍ବାଲ  ବାଣପୁର : ବାଣପୁରଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବାଁଳୋଇ ଗ୍ରାମର ବଡ ପୋଖରୀରରେ ବୁଡି ଛ’ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ଗ୍ରାମପଞ୍ଚାୟତର ବାଁଳୋଇ ଗ୍ରାମରେ ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ବୁଡି ଯାଇଥିବା ଶିଶୁଟିର ନାମ ହେଉଛି ଗୌତମ ପ୍ରଧାନ। ପିତା ଦିବାକର ପ୍ରଧାନ ଓ ମାତା ରସ୍ମିତା ପ୍ରଧାନଙ୍କର ଦ୍ବିତୀୟ ସନ୍ତାନ ହେଉଛନ୍ତି ଗୌତମ। ଆଜି ସନ୍ଧ୍ୟା 7ଟା 05 ମିନିଟ୍‌ରେ ପୋଖରୀରେ ଶିଶୁଟିକୁ ଭାସୁଥିବାର ଦେଖି ଗ୍ରାମବାସୀମାନେ ଉଦ୍ଧାର କରିଥିଲେ । ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ହସ୍ପିଟାଲ ନେବାକୁ ବ୍ୟବସ୍ଥା କରିଥିଲେ । ଶିଶୁଟିକୁ ପୋଖରୀରୁ ଉଦ୍ଧାର କରାଯାଇ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଏନେଇ ବାଣପୁର…

Read More

ନୋଏଡା : ଗ୍ରେଟର୍‌ ନୋଏଡାର ଜଣେ କରୋନା ସନ୍ଦିଗ୍ଧ କ୍ବାରେଣ୍ଟିନ୍‌ ସେଣ୍ଟରର ଛାତ ଉପରୁ ଡେଇଁ ଜୀବନ ଦେଇଛନ୍ତି । ଯୁବକ ଜଣକ ନୋଏଡାର ଗଲଗୋଟିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂରେ କରାଯାଇଥିବା କ୍ବାରେଣ୍ଟିନ୍‌ ହୋମରେ ରହିଥିଲେ । ଯୁବକ ଜଣକ କରୋନା ସନ୍ଦିଗ୍ଧ ଥିବାରୁ ତାଙ୍କୁ 14 ଦିନିଆ କ୍ବାରେଣ୍ଟିନ୍‌ରେ ରଖାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ରବିବାର ରାତ୍ରି 8ଟା ସମୟରେ ଯୁବକ ଜଣକ କ୍ବାରେଣ୍ଟିନ୍‌ ସେଣ୍ଟରରୁ ତଳକୁ ଡେଇଁ ପଡିଥିଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯୁବକ ଜଣକ ହେଉଛନ୍ତି 32 ବର୍ଷୀୟ ମୋହମ୍ମଦ ଗୁଲଜାର୍‌ । ସେ ନୋଏଡାର ଫେଜ୍‌-2ରେ ରହୁଥିଲେ । ଯୁବକ ଜଣକ କରୋନା ସନ୍ଦିଗ୍ଧ ରହିଥିଲେ । ଯୁବକ ଜଣକ ନିଜ କରୋନା ରିପୋର୍ଟ ମାଗୁଥିଲେ । ରିପୋର୍ଟ ନ ମିଳିବାରୁ ସେ ରହିଥିବା କ୍ବାରେଣ୍ଟିନ୍‌ ସେଣ୍ଟରରୁ 7 ମହଲାରୁ ତଳକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ଶାଳିଆ ନଈ କୂଳରୁ ନବଜାତ ଶିଶୁ ପୁତ୍ରର ଶବକୁ ଉଦ୍ଧାର କରାଯାଇଛି। ଅଚ୍ୟୁତରାଜପୁର ଗ୍ରାମ ନିକଟରୁ ଏହି ନବଜାତର ମୃତଦେହକୁ ଉଦ୍ଧାର କରାଯାଇଛି। କେଉଁ ଦୂରରୁ ଭାସି ଆସି ଶିଶୁଟି ଏହି ଗ୍ରାମର କୂଳରେ ଲାଗିଛି। ଅବୈଧ ସମ୍ପର୍କର ପରିଣତି ସ୍ବରୂପ ଏହି ଶିଶୁଟିକୁ କେହି ଜନ୍ମ ଦେଇ ନଦୀରେ ଭସାଇ ଦେଇଥିବାର ଅନୁମାନ କରାଯାଉଛି। ନବଜାତର ଶବକୁ ଦେଖିଲେ ଏହା ଦିନେ ଦୁଇଦିନରୁ ମୃତ ହୋଇଥିବାର ଜଣାପଡିଛି। ତେବେ ଏହି ନବଜାତର ମୃତଦେହ ଏଠାକୁ କିପରି ଆସିଲା ତାହାକୁ ନେଇ କିଛି ଜଣାପଡିନାହିଁ। ଗ୍ରାମବାସୀମାନେ ନବଜାତର ଶବକୁ ଦେଖି ପୋଲିସ୍‌ରେ ଖବର ଦେଇଛନ୍ତି। କରୋନା ଭାଇରସ୍‌ ପାଇଁ ଚାରିଆଡେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ହଠାତ୍‌ ଶାଳିଆ ନଈରେ ନବଜାତର ଶବ ଭାସିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚାରିଆଡେ ପୋଲିସ୍‌ର କଡା ପ୍ରହାର ରହିଥିବାବେଳେ ଏହା ଏକ ଅବୈଧ ସମ୍ପର୍କରେ କୁପରିଣତି ବୋଲି…

Read More

ବବୁଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲକ୍‌ଡାଉନ ସମୟରେ ଭବାନୀପାଟଣା ରାମନଗର ପଡ଼ାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ବିଶ୍ବରେ କରୋନା ମହାମାରୀ ଆତଙ୍ଗ ଖେଳି ଯାଇଥିବା ଯୋଗୁଁ ଲୋକେ ଘରୁ ବାହାରୁ ନାହାନ୍ତି। ଏହି ସମୟରେ ଜଣେ ବୃଦ୍ଧଙ୍କ ଶବ ଦୁଇ ଦିନ ହେଲା ଘରେ ପଡି ରହିଥିବାର ସୂଚନା ମିଳିଛି। ବୃଦ୍ଧଙ୍କ ନାମ ରମେଶ ନରିଆ ବୋଲି ଜଣାପଡିଥିବାବେଳେ ତାଙ୍କ ବୟସ ୭୫ ବର୍ଷ। ବହୁତ ବର୍ଷ ହେବ ସିଏ ରାମନଗର ପଡ଼ାରେ ରହୁଥିଲେ। ନିଜର କେହି ନଥିବାବେଳେ କିଛି ଦୂର ସମ୍ପର୍କୀୟ ହେଉଛନ୍ତି ତାଙ୍କ ପରିବାର ଲୋକେ।  ଶବ  ପଡିଥିବା ଖବର ପାଇ ସ୍ଥାନୀୟ  ୟୁଥ କମିଟିର  ଚିନ୍ମୟ ମିଶ୍ର , ସୁମିତ ନାଗ, ଜଗନ୍ନାଥ ନାଏକ, ରବି ଶଙ୍କର ଆଚାରି, ଓଁ ମେହେର , ଶିବ ଆଚାରି, ପୂର୍ଣ୍ଣ ଅହୀର ସମସ୍ତେ  ମିଶି  ଶବ  ବାହାରକୁ ଆଣି ଅନ୍ତିମ ସଂସ୍କାର କରିବାକୁ ମୁକ୍ତିଧାମ…

Read More