ଭୁବନେଶ୍ବର: ଲକ୍ଡାଉନ୍ ପାଇଁ ହୋଟେଲ୍, ଢାବା ବନ୍ଦ ଥିବାରୁ ବୁଲା ଜନ୍ତୁ ମାନେ ଖାଇବାକୁ ନାହିଁ ନଥିବାର ହଇରାଣ ହେଉଛନ୍ତି। ଏହି ହନ୍ତସନ୍ତ ବୁଲା ଜନ୍ତୁ, କୁକୁରଙ୍କୁ ଖାଦ୍ୟ ଦେବେ ସରକାର। ଜନ୍ତୁଙ୍କୁ ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 80 ଲକ୍ଷ ମଞ୍ଜୁରୀ ଦିଆଯାଇଛି। ବିଏମସି ଅଞ୍ଚଳରେ 19 ଦିନ ପାଇଁ ଖାଦ୍ୟ ଦିଆଯିବ, ପ୍ରତ୍ୟହ ଖର୍ଚ୍ଚ 20 ହଜାର ଖର୍ଚ୍ଚ ହେବ। ଭୁବନେଶ୍ବର ସହରରେ ବୁଲା ଜନ୍ତୁଙ୍କୁ ଖାଦ୍ୟ ଯୋଗାଉ ଥିବାବେଳେ ଅନ୍ୟ ମହାନଗରରେ ବି 19 ଦିନ ପର୍ଯ୍ୟନ୍ତ ଖାଦ୍ୟ ଦିଆଯିବ। ଏଥିପାଇଁ ପ୍ରତ୍ୟହ 10 ହଜାର ଖର୍ଚ୍ଚ ହେବ। ମ୍ୟନିସିପାଲିଟି ଅଞ୍ଚଳରେ 5 ହଜାର, ଏନ୍ଏସିରେ 2 ହଜାର ଟଙ୍କା ଖର୍ଚ୍ଚ ହେବ। 5ଟି ମହାନଗର, 48ଟି ମ୍ୟୁନିସିପାଲଟି ଓ 61ଟି ଏନଏସିକୁ ଏହି ଅର୍ଥ ଯୋଗାଇ ଦିଆଯିବ।
Author: Samikhsya Bureau
ଭୁବନେଶ୍ବର: ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି 6 ଟି ସହର 40 ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆଜି ସର୍ବାଧିକ ତାପମାତ୍ରା ସୋନପୁରରୁ ରେକର୍ଡ କରାଯାଇଛି। ସୋନପୁର ସର୍ବାଧିକ ତାପମାତ୍ରା 40.8 ଡିଗ୍ରୀ ରହିଥିବାବେଳେ ବଲାଙ୍ଗିରରେ 40.5 ଡିଗ୍ରୀ ରହିଥିଲା। ସେହିପରି ମାଲକାନଗିରି 40.2 ଡିଗ୍ରୀ, ଅନୁଗୁଳ ଓ ତାଳଚେର 40.1 ଓ ବୌଦ୍ଧ 40 ଡିଗ୍ରୀ ସେଲସିୟସ୍ ରହିଥିଲା। ରାଜଧାନୀ ଭୁବନେଶ୍ବରରେ 39.2 ଏବଂ କଟକ 39.6 ଡିଗ୍ରୀ ସେଲସିୟସ୍ ରହିଛି।
ବାଲେଶ୍ବର: କରୋନା ପାଇଁ ସମସ୍ତେ ସତର୍କ ଓ ସଚେତନ ରହିବା ଭଲର କଥା କିନ୍ତୁ ଏହାକୁ ନେଇ ଭ୍ରମରେ ରହିବା ଆଦୌ ଉଚିତ୍ ନୁହେଁ। ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ବରରୁ ଜଣେ ବ୍ୟକ୍ତି ଘରକୁ ଫେରିଥିବାବେଳେ ତାଙ୍କୁ ଘରେ ପଶିବାକୁ ଦିଆଯାଉନାହିଁ। ଏହିପରି ଏକ ଅଭାବନୀୟ ଘଟଣା ବାଲେଶ୍ବର ସହର ସହଦେବଖୁଣ୍ଟାରେ ଘଟିଯାଇଛି। ଭୁବନେଶ୍ବରର ଯାଇଥିବାରୁ ତାଙ୍କୁ ଘରେ ପୂରାଉ ନାହାନ୍ତି ଘର ମାଲିକ। ସମ୍ପୃକ୍ତ ବ୍ୟକ୍ତି ଜଣକ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ଡାକ୍ତର ପରାମର୍ଶ କରି ସ୍ତ୍ରୀ, ପୁଅ ସହ ଆଜି ଘରକୁ ଫେରିଥିଲେ। ତେବେ କରୋନା ପ୍ରଭାବିତ ଭୁବନେଶ୍ବରରୁ ଫେରିଥିବାରୁ ତାଙ୍କୁ ଘରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଦିନ ସାଢ 11ଟାରୁ ଘର ବାହାରେ ବସିଥିଲେ ବି ଘରେ ପଶିପାରୁନାହାନ୍ତି ବ୍ୟକ୍ତି ଓ ତାଙ୍କ ପରିବାର। ଘଟଣାସ୍ଥଳରେ ଏଡିଏମ୍, ତହସିଲଦାର ଓ ପୋଲିସ୍ ପହଞ୍ଚି ବୁଝାସୁଝା କରାଇଛନ୍ତି। ରିପୋର୍ଟ ଲେଖା ସରିବା ପର୍ଯ୍ୟନ୍ତ ଘର…
ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେମାନଙ୍କର ରହିବା, ଖାଇବା, ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଦେବେ ବୋଲି କହିଛନ୍ତି ଉନ୍ନୟନ କମିଶନର। ସେହିପରି ଡାକ୍ତର, ଷ୍ଟାଫ୍ଙ୍କ ଖର୍ଚ୍ଚ ବି ସରକାର ବହନ କରୁଛନ୍ତି। ଷ୍ଟାଫ୍ଙ୍କ ରହିବା, ଖାଇବା ଯାବତୀୟ ଖର୍ଚ୍ଚ ସରକାର ଦେଉଛନ୍ତି। 14 ଦିନ ଡ୍ୟୁଟି ପରେ ଆଉ 14 ଦିନ କ୍ବାରେଣ୍ଟାଇନ୍ରେ ରହୁଛନ୍ତି। ସେଥିପାଇଁ ଡାକ୍ତରଙ୍କୁ ହୋଟେଲ୍, ଅନ୍ୟ ଷ୍ଟାଫ୍ଙ୍କୁ ହଷ୍ଟେଲ୍ରେ ରଖାଯାଉଛି। ଡାକ୍ତର, ଷ୍ଟାଫ୍ଙ୍କ ରହିବା, ଖାଇବା ଯାବତୀୟ ଖର୍ଚ୍ଚ ସରକାର ଦେଉଛନ୍ତି।
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତ 24 ଘଣ୍ଟାରେ 183 ଜଣ ସୁସ୍ଥ ହୋଇଛନ୍ତି । ଦେଶର 325ଟି ଜିଲ୍ଲାରେ ଗୋଟିଏ ହେଲେ ବି କରୋନା କେସ୍ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ସେହିପରି ଏଯାବତ୍ ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା 414କୁ ବୃଦ୍ଧି ପାଇଛି । ଗତକାଲି ଗୋଟିଏ ଦିନରେ 37ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି । ଲକ୍ ଡାଉନ୍ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଘରୁ ବାହାରିବା ମାତ୍ରେ ସମେସ୍ତ ମୁହଁରେ ମାସ୍କ ପିନ୍ଧିବା ଜରୁରୀ । ସାମାଜିକ ଦୂରତ୍ବ ବଜାୟ ସହ ଏକ ଜାଗାରେ 5ରୁ ଅଧିକ ଏକତ୍ର ହେବେନି । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ କଡା ବାରଣ କରାଯାଇଛି । ସେହିପରି…
ଭୁବନେଶ୍ବର: କରୋନା ପରି ଏକ ମହାବିପତ୍ତି ସମୟରେ ଜିଲ୍ଲାପାଳମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇଛନ୍ତି ଫାଇଭ୍ ଟି ସଚିବ। ଏହି ଅବସରରେ ଏକ ହୃଦୟସ୍ପର୍ଶୀ ଭିଡିଓ ଜାରି କରି ଜିଲ୍ଲାପାଳଙ୍କୁ ସେମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ବ ସମ୍ପର୍କରେ ବୁଝାଇଛନ୍ତି। ଜାରି କରାଯାଇଥିବା ଏହି ଭିଡିଓରେ ୧୯୩୫ ମସିହାର ନ୍ୟୁୟର୍କ ଅଦାଲତରେ ଏକ ସତ୍ୟ କାହାଣୀକୁ ଦର୍ଶାଯାଇଛି। https://www.youtube.com/watch?v=hulc7dvwdQE ଏହି ଭିଡିଓ ଶେଷରେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ଜିଲ୍ଲାପାଳଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ‘, ‘ଭାରତର ସଶକ୍ତ ଜିଲ୍ଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି। ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ। ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ। ଅତିରିକ୍ତ ମାଇଲ ଯାଇ ଲୋକଙ୍କ ସେବା କରନ୍ତୁ ଓ ସେବାର ଉତ୍କୃଷ୍ଟ ମାନଦଣ୍ଡ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟ ସରକାର କରୋନା ପାଇଁ ସବୁ ବିଭାଗରେ ସତର୍କତା ଅବଲମ୍ବନ କରୁଛନ୍ତି। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ଓଡ଼ିଶାର ବିଭିନ୍ନ କାରାଗାରରେ ଥିବା କଏଦୀମାନଙ୍କ ସଂଖ୍ୟାକୁ ସୀମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ କାରାଗାରରେ ଅଧିକ ସଂଖ୍ୟକ କଏଦୀ ଅଛନ୍ତି ସେମାନଙ୍କୁ ନିକଟସ୍ଥ କାରାଗାର କିମ୍ବା ଉପ କାରାଗାରକୁ ସ୍ଥାନାନ୍ତରଣ କରାଯାଉଅଛି। ଏହି କ୍ରମରେ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରଗାରକୁ ଭୁବନେଶ୍ବର ସ୍ଥିତ ଝାରପଡା କାରାଗାରରେ ଥିବା ୯୮ ଜଣ କଏଦୀକୁ ସ୍ଥାନାନ୍ତର କରାଯାଇଛି। ୨୦୦୮ ମସିହାରେ ନିର୍ମିତ ବାଣପୁର ଉପ କାରାଗାରରେ ପାଖାପାଖି ୨୦୦ ଜଣ କଏଦୀ ରହିବା ପାଇଁ କ୍ଷମତା ଥିବାବେଳେ ସେଠାରେ ୪୨ ଜଣ କଏଦୀ ରହୁଥିଲେ। ଏବେ ଏହି ନୂତନ ୯୮ ଜଣ କଏଦୀଙ୍କୁ ମିଶାଇ ବାଣପୁର ଉପକାରାଗାରରେ ମୋଟ୍ ୧୪୦ ଜଣ କଏଦୀ ରହିଛନ୍ତି। ବାଣପୁରରେ ରହିଥିବା ମୂଳ…
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି କରୋନାକୁ ନେଇ ବୟାନ ଦେଇଛନ୍ତି । କରୋନା ସଂକଟକୁ ନେଇ ସରକାରଙ୍କୁ କିଛି ପ୍ରଶ୍ନ କରିବା ସହିତ କିଛି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ରାହୁଲ୍କହିଛନ୍ତି ଯେ, ଲକ୍ ଡାଉନ ଜରିଆରେ ଆମେ କରୋନାକୁ ହରାଇ ପାରିବା ନାହିଁ । ଏହା କେବଳ ଏକ ପଜ୍ ବଟମ୍ ଭଳି କାମ କରୁଛି । ଏଥିପାଇଁ ଆମକୁ ଅଧିକରୁ ଅଧିକ ଟେଷ୍ଟ କରିବାକୁ ପଡିବ । ରାହୁଲ୍ ଗାନ୍ଧି କହିଛନ୍ତି ଯେ, କରୋନାକୁ ହରାଇବା ପାଇଁ ଦେଶରେ ଟେଷ୍ଟିଂ ବଢାଯିବା ଉଚିତ୍ । ଦେଶରେ ରାଣ୍ଡମ୍ ଟେଷ୍ଟିଂ ହେବା ଦରକାର । ଦେଶର ଏବେ ଇମରଜେନ୍ସି ଅବସ୍ଥାରେ ରହିଛି । ଦେଶରେ ଟେଷ୍ଟିଂ ବହୁତ କମ ହେଉଛି । ଏଥିପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଠିକ୍ରେ ଧରାପଡୁନାହିଁ । ଯେତେବେଳେ ଦେଶରୁ ଲକ୍ ଡାଉନ୍ ହଟିବ ସେତେବଳେ କରୋନାର ବିପଦ ଆହୁରି…
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତବର୍ଷ ଓ ଓଡ଼ିଶା ରାଜ୍ୟ ବିଶେଷ ପ୍ରଭାବିତ ହୋଇଥିବାରୁ ଏହାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ଯୋରଦାର ଉଦ୍ୟମ କରାଯାଉଛି। ଏଭଳି ଭୟଙ୍କର ବିପତ୍ତି ସମୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟ ଉପଯୋଗୀ ପଦକ୍ଷେପକୁ ସବୁଆଡ଼େ ପ୍ରଶଂସା କରାଯାଉଥିବା ବେଳେ କରୋନା ଭୁତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଲୋକମାନେ। ସେହିପରି ବୁଧବାର ମଧ୍ୟାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ଯୁବ ସଭାପତି ତଥା ତିର୍ତ୍ତୋଲ ସ୍ଥିତ ଆନନ୍ଦ ମଣ୍ଡପର ମୁଖ୍ୟ ପରିଚାଳକ ସୁବ୍ରତ କୁମାର ଦାଶ (ଦିଲୁ ନନା) କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏଭଳି ଭୟଙ୍କର ବିପତ୍ତି ସମୟରେ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ନିମନ୍ତେ ଦିଲୁ ନନା ୧ଲକ୍ଷ…
ଭୁବନେଶ୍ବର: କେତେକ ଜରୁରୀ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ତା ୧୬.୦୪.୨୦୨୦ ରିଖ ଅପରାହ୍ନ ୦୫.୦୦ଘଟିକାରୁ ୦୬.୦୦ ଘଟିକା ପର୍ଯ୍ୟନ୍ତ ବାଦାମବାଡି, ଖାନନଗର, ଅରୁଣୋଦୟନଗର, ରାଜାବଗିଚା, ଝାଞ୍ଜିରିମଙ୍ଗଳା, ଦୋଳମୁଣ୍ଡାଇ, ହରିପୁର, ପିଠାପୁର, ଶକ୍ତିନଗର, ପୁରୁଣା ଏଲ.ଆଇ.ସି. କଲୋନୀ, ଶ୍ରୀରାମନଗର, ବାରିକ୍ ସାହି, ପରିଡା ସାହି କମଳପୁର, ପାଲାମଣ୍ଡପ ଇତ୍ୟାଦି ଅଞ୍ଚଳମାନଙ୍କରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏହି ଅନିଚ୍ଛାକୃତ ବିଦ୍ୟୁତ୍ କାଟ୍ ପାଇଁ କର୍ତ୍ତୃପକ୍ଷ ଦୁଃଖପ୍ରକାଶ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ସହଯୋଗ କାମନା କରୁଛନ୍ତି।
ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଉଦ୍ବେଗଜନକ ରହିଥିବାସ୍ଥଳେ ଲକ୍ଡାଉନ୍ ଜାରି ରହିଛି । ତେବେ ଏହି ଲକ୍ ଡାଉନ୍ ସମୟରେ ହୋଟେଲ୍, ରେଷ୍ଟୁରାଣ୍ଟ ବନ୍ଦ ରହିଥିବା ସ୍ଥଳେ ଅନଲାଇନ୍ ମାଧ୍ୟମରେ ଖାଦ୍ୟ ଯୋଗାଣ ରହିଛି । ଲୋକମାନେ ପିଜା ପରି ଅନ୍ୟାନ୍ୟ ଖାଦ୍ୟ ଅନ୍ଲାଇନ୍ରେ ଅର୍ଡର କରି ପାରୁଛନ୍ତି । ହେଲେ ଅର୍ଡର ଦିଆ ଖାଦ୍ୟକୁ ନେଇ ଏବେ ଦିଲ୍ଲୀରେ ଆତଙ୍କ ଦେଖାଯାଇଛି । ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ଏକ ପିଜା ଡେଲିଭରୀ ବୟ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ପିଜା ଡେଲିଭରୀ ବୟ ଜଣକ ଗତ 15 ଦିନ ଭିତରେ 72 ଜଣଙ୍କ ଘରେ ପିଜା ଡେଲିଭରୀ କରିଛନ୍ତି । ତେବେ ସମସ୍ତ 72 ଜଣ ଘର ସହିତ ପିଜା ଡେଲିଭରୀ ବୟ ଓ ତାଙ୍କ ପରିବାର ଓ ତାଙ୍କ ସହିତ କାମ କରୁଥିବା ସହକର୍ମୀମାନଙ୍କୁ ମଧ୍ୟ ହୋମ୍ କ୍ବାରେଣ୍ଟାଇନ୍ରେ…
ଭୁବନେଶ୍ବର : କରୋନା ମୁକାବିଲା ଲାଗି କଣ୍ଟେନମେଣ୍ଟ ଜୋନ୍ ପାଇଁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ପୁଲିସ୍ ଡିଜି, ସମସ୍ତ ଅତିରିକ୍ତ ସଚିବ, ପ୍ରମୁଖ ସଚିବ ଓ ଜିଲ୍ଲାପାଳ ଓ ପୋଲିସ୍ କମିଶନର, ପୌର ନିର୍ବାହୀ ଅଧିକାରୀ, ମ୍ୟୁନିସାପଲା କମିଶନରଙ୍କୁ ଚିଠି ଦିଆଯାଇଛି । କଣ୍ଟେନେମଣ୍ଟ ଜୋନକୁ ସମ୍ପୂର୍ଣ୍ଣ ବ୍ୟାରିକେଡ୍ କରାଯାଇ ପ୍ରବେଶ ଏବଂ ପ୍ରସ୍ଥାନକୁ ନିଷିଦ୍ଧ କରାଯିବ । ସେହିପରି ଏହି ଜୋନ୍ରେ ରହୁଥିବା ଏକାକୀ ମହିଳା, ବୟସ୍କ ତଥା ଗର୍ଭବତୀ, ଅସୁସ୍ଥ ଓ ଦିବ୍ୟାଙ୍ଗ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବ । ଘର ବୁଲି କଣ୍ଟେନେମଣ୍ଟରେ ସ୍ବାସ୍ଥ୍ୟବସ୍ଥା ବୁଝିବେ ଅଙ୍ଗନଓ୍ବାଡି, ଏଏନ୍ଏମ୍, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷକ । ଫ୍ଲୁ ଲକ୍ଷଣ ଥିବା ଲୋକଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା କରାଯିବ । ଏମାନଙ୍କ କାମର ତଦାରଖ କରିବେ ମେଡ଼ିକାଲ ଅଫିସର । ସେହିପରି ଔଷଧ ଓ ଜରୁରୀ ସାମଗ୍ରୀ ଘରେ ପହଞ୍ଚାଇବାକୁ ପ୍ରଶାସନକୁ…
ନୂଆଦିଲ୍ଲୀ : କରୋନା ଭାଇରସ୍ ସହ ଲଢେଇ ପାଇଁ ସାରା ଦେଶରେ ଏବେ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ସମୟରେ ଦିଲ୍ଲୀ ପୋଲିସ୍ ମାନବତା ଉଦାହରଣ ନିଦର୍ଶନ ପ୍ରସ୍ତୁତ କରିଛନ୍ତି । ପୋଲିସ୍କୁ ସାହାଯ୍ୟ ମାଗିବାରୁ ଜଣେ କନେଷ୍ଟବଳ ଜଣେ ବୃଦ୍ଧଙ୍କୁ ଘରେ ଔଷଧ ପହଞ୍ଚାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୁଷ୍ପାଞ୍ଜଳି ଏନକ୍ଲେବରେ ରହୁଥିବା ବାଲ ସିଂହ ରାଣା ସୋମବାର ଦିନ ଭୟଙ୍କର ପୀଡ଼ାରେ ରହିଥିଲେ । ସେ ଫୋନ୍ କରି ପୋଲିସ୍କୁ ଏହି ସମ୍ପର୍କରେ ରହିଥିଲେ । ଡାଏବେଟିସ୍ର ରୋଗୀ ହୋଇଥିବାରୁ ସେ ବହୁ କଷ୍ଟ ଅନୁଭବ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ ନିକଟସ୍ଥ ସମସ୍ତ ଔଷଧାଳୟର ନିର୍ଦ୍ଦିଷ୍ଟ ମେଡିସିନ୍ ମଳୁନଥିଲା । ଏହାପରେ ବୃଦ୍ଧ ଜଣକ ଏନେଇ ଦିଲ୍ଲୀ ପୋଲିସଙ୍କ ସହାୟତା ଭିକ୍ଷା କରିଥିଲେ। ଏହାପରେ ଦିଲ୍ଲୀ ପୋଲିସ୍ ମେଡ଼ିସିନ୍ କିଣି କନେଷ୍ଟବଳଙ୍କ ସାହାଯ୍ୟରେ ରାଣାଙ୍କ ଘରକୁ ପଠାଇଥିଲେ ।…
ନୂଆଦିଲ୍ଲୀ : ଭାରତୀୟ ରେଳବାଇ 94 ଲକ୍ଷ ଟିକେଟ୍ ରଦ୍ଦ କରି ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବାକୁ ନିର୍ଣ୍ଣୟ ନେଇଛି। ଏଥିପାଇଁ ଭାରତୀୟ ରେଳବାଇ 1490ର ରାଜସ୍ବ କ୍ଷତି ହେବ। ଲକ୍ ଡାଉନ୍ ଅବଧି ବୃଦ୍ଧି କରାଯିବା ପରେ ରେଳବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। ରେଳବାଇର ଶୀର୍ଷ ନେତୃତ୍ବ କହିଛନ୍ତି ଯେ, 22 ମାର୍ଚ୍ଚ ଠାରୁ ଏପ୍ରିଲ୍ 14 ପର୍ଯ୍ୟନ୍ତ ଯାତ୍ରା ପାଇଁ କରାଯାଇଥିବା 55 ଲକ୍ଷ ଟିକେଟ ପାଇଁ 830 କୋଟି ଟଙ୍କାର ଫେରସ୍ତ ଦିଆଯିବ। ଦେଶରେ 21 ଦିନିଆ ଲକ୍ ଡାଉନ୍ ଲାଗୁ ହେବାର ତିନି ଦିନ ପୂର୍ବରୁ ମାର୍ଚ୍ଚ 22ରୁ ଟ୍ରେନ୍ ସେବାକୁ ସ୍ଥଗିତ ରଖାଯାଇଥିଲା। ପୁନର୍ବାର ଦେଶରେ ଲକଡାଉନ୍କୁ ତିନି ମେ’ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଥିପାଇଁ ବୁକିଂ କରାଯାଇଥିବା 39 ଲକ୍ଷ ଟିକେଟ ପାଇଁ 660 କୋଟି ଟଙ୍କା ଅର୍ଥକୁ ଫେରାଇ ଦିଆଯିବ। ଲକ୍ଡାଉନ୍ ଅବଧି ବୃଦ୍ଧି କରାଯିବା ପରେ ଟ୍ରେନ୍ ଯାତ୍ରା ପାଇଁ…
ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆମେରିକା, ବ୍ରିଟେନ୍, ଇଟାଲୀ ପରି ସମ୍ଭ୍ରାନ୍ତ ଦେଶଗୁଡିକ ଏବେ କରୋନା ମହାମାରୀରେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ତେବେ ଏହି କରୋନା ସହ ଯୁଦ୍ଧରେ ବ୍ରିଟେନ୍ର ଜଣେ ମହିଳା ଚର୍ଚ୍ଚାକୁ ଆସିଛନ୍ତି । 106 ବର୍ଷୀୟା ଏହି ବୃଦ୍ଧାଜଣକ କରୋନାକୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି । ଦୁଇ ଦୁଇଥର ବିଶ୍ବଯୁଦ୍ଧ ଦେଖିଥିବା ଏହି ମହିଳା ଜଣକ କରୋନା ଯୁଦ୍ଧରେ ମଧ୍ୟ ବିଜୟୀ ହୋଇଛନ୍ତି । ବ୍ରିଟେନ୍ରେ କରୋନାକୁ ଜିତିଥିବା ଅଧିକ ବୟସ୍କ ମହିଳା ଭାବେ ଏହି ମହିଳା ଜଣକ ତିନି ସପ୍ତାହ ଧରି ହସ୍ପିଟାଲରେ ରହିଥିଲେ । କିନ୍ତୁ ମୃତ୍ୟୁ ଓ ଜୀବନର ଲଢେଇ ଭିତରେ ମହିଳାଜଣକ ଜିତିଛନ୍ତି । ମହିଳାଙ୍କ ନାମ ହେଉଛି କୋନି ଟିଚେନ୍ । ଟିଚେନ୍ 1913 ମସିହାରେ ଜନ୍ମ ହୋଇଥିଲେ । ଗତ ମାସ ତାଙ୍କ ଦେହ ବହୁତ ଖରାପ…
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଅଣାୟତ୍ତ ରହିଥିବାବେଳେ ଭାରତରେ ମଧ୍ୟ କାୟା ବିସ୍ତାର କରି ଚାଲିଛି । ଏଯାବତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 414କୁ ବୃଦ୍ଧି ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଖ୍ୟା 12 ହଜାର 380 ରହିଥିବାବେଳେ ଚିକିତ୍ସାଧୀନରେ ଅଛନ୍ତି 10,477 । ସେହିପରି ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେଣି 1489ଜଣ । ମହାରାଷ୍ଟ୍ରରେ ସର୍ବାଧିକ 187ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ 53ଜଣ, ଗୁଜୁରାଟରେ 33, ଦିଲ୍ଲୀରେ 32, ତେଲେଙ୍ଗାନାରେ 18, ଆନ୍ଧ୍ର ଓ ତାମିଲନାଡୁରେ 14 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। (ଏଜେନ୍ସି)
ନୂଆଦିଲ୍ଲୀ : ଚୀନରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିଛି। ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ଆଜି ଏହି ଭାଇରସ ପାଇଁ ଭୀତତ୍ରସ୍ତ । ଗତ ଚବିଶ ଘଣ୍ଟାରେ ଆମେରିକାରେ ପ୍ରାୟ 2500 ଲୋକ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଦେଶରେ ମୃତ୍ୟୁସଂଖ୍ୟା 28 ହଜାର 529ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 6,44,089 ଛୁଇଁଛି । କରୋନା ଯୋଗୁ ଆମେରିକାର ନ୍ୟୁୟର୍କ ସିଟି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ 786 ଜଣ ପ୍ରାଣ ହରାଇଛନ୍ତି। ନ୍ୟୁୟର୍କ ପରେ ନ୍ୟୁର୍ଜସି, ମିଚଗାନ୍, କାଲିଫର୍ଣ୍ଣିଆ, ଫ୍ଲୋରିଡା, ଲୋଉସିଆନ୍, ଟେକ୍ସାସ, ଜର୍ଜିଆ, ଓ୍ବାଶିଂଟନ୍ ଓ ଇଣ୍ଡିଆନା ଭଳି ସ୍ଥାନରେ ମଧ୍ୟ କରୋନା ସ୍ଥିତି ବେଶ୍ ଉଦ୍ବେଗଜନକ ରହିଛି । ସେହିପରି ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ 34 ହଜାର 615ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2,083,304 ରହିଛି…
କେଦାର ମିଶ୍ର କରୋନା ଭୂତାଣୁକୁ ନେଇ ସମସ୍ତଙ୍କର ଭୟ ସ୍ଵାଭାବିକ। ହେଲେ ସେଇ ଭୟକୁ ବେଖାତିର କରି ହଜାର ହଜାର ଶ୍ରମିକ ରାସ୍ତାକୁ ଓହ୍ଳାଉଛନ୍ତି କାହିଁକି? ଦିଲ୍ଲୀ, ମୁମ୍ବାଇ, ସୁରତ ଭଳି ସହରରେ ଏହି ଶ୍ରମିକମାନଙ୍କର ଭିଡ ଆମେ ବିଭିନ୍ନ ସମୟରେ ଦେଖୁଛୁ। ସେମାନେ ମହାନଗର ଗୁଡିକରେ ଛେଉଣ୍ଡ ହେଉ ପଡି ରହିବା ଅପେକ୍ଷା ନିଜ ଗାଁ କୁ ଫେରିଯିବା ପାଇଁ ବ୍ୟାକୁଳ। ସେମାନେ ସରକରାଇ କଟକଣା ଓ ଲକ ଡାଉନ ସମୟରେ ପୋଲିସ ଲାଠିକୁ ବେଖାତିର କରି ଘରକୁ ଫେରିବାକୁ ଚାହିଁବା ପଛରେ କଣ କାରଣ ରହିଛି? ମାର୍ଚ୍ଚ ୨୪ ରୁ ମଇ ୩, ଦୀର୍ଘ ଚାଳିଶ ଦିନ ଧରି ବିନା ଜୀବିକାରେ ଜୀବନ ନିର୍ବାହ କରିବାର ଦୁଃଖ ବିଷୟରେ ଭାରତ ସରକାର ବୋଧହୁଏ ବିଲକୁଲ ଅବଗତ ନୁହନ୍ତି। କରୋନା ସଂକ୍ରମଣ ରୋକିବାକୁ ଲକ ଡାଉନ କୁ ଏକମାତ୍ର ଉପାୟ ବୋଲି ବିବେଚନା କରୁଥିବା ଭାରତ ସରକାରଙ୍କ ରାଜନୀତିରେ, ଏହି…
(ସମୀକ୍ଷା ବ୍ୟୁରୋ) ଆଜି ଓଡିଶା ପାଇଁ ଆଶ୍ବସ୍ତିର ଖବର। ଆଜି ରାଜ୍ୟରେ ସର୍ବାଧିକ ୧୧୯୭ ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସବୁ ରିପୋର୍ଟ ନେଗେଟିଭ ଆସିଛି। ଅର୍ଥାତ ଆଜି ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଏହା ସହିତ ସୁନ୍ଦରଗଡର ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ୬୦ ଜଣ ଆକ୍ରାନ୍ତ ରହିଥିବା ବେଳେ ୧୯ ଜଣ ଆରୋଗ୍ୟ ଲାଭ କଲେଣି। ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ୪୦ ଜଣଙ୍କର ଚିକିତ୍ସା ଅବ୍ୟାହତ ରହିଛି।
ଭୁବନେଶ୍ବର : ଲକଡାଉନ୍ ସମୟରେ ହ୍ବାଟସ୍ଆପରେ ପାଠ ପଢିବେ ଛାତ୍ରଛାତ୍ରୀ ।ଖୋର୍ଦ୍ଧା ଜିଲ୍ଲାର ସବୁ ସ୍କୁଲରେ ଆରମ୍ଭ ହେଲା ଶିକ୍ଷା ସଂଯୋଗ ଯୋଜନା । ଖୋର୍ଦ୍ଧାର 10ଟି ବ୍ଲକ୍ ଓ ବିଏମ୍ସି ଅଞ୍ଚଳ ପାଇଁ ଶିକ୍ଷା ସଂଯୋଗ ଯୋଜନା ଆରମ୍ଭ କରାଯାଇଛି । ଏନେଇ ସବୁ ବିଇଓ ଓ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଲେ ଜିଲ୍ଲା ଶିକ୍ଷା ଅଧିକାରୀ । ସବୁ ଶ୍ରେଣୀ ଲାଗି ହ୍ବାଟସ୍ଆପ୍ ଗ୍ରୁପ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 19ରୁ ଜୁନ୍ 20 ଯାଏଁ 9ଟି ପର୍ଯ୍ୟାୟରେ ପାଠ ପଢାଯିବ । ଲକ୍ ଡାଉନ୍ ପାଇଁ ବିଦ୍ୟାଳୟଗୁଡିକ ମାର୍ଚ୍ଚ 14ରୁ ଏପ୍ରିଲ୍ 31 ଯାଏଁ ବନ୍ଦ କରାଯାଇଥିବାବେଳେ ପୁନର୍ବାର ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନା ପରିସ୍ଥିତିକୁ ଲକ୍ ଡାଉନ୍ର ଅବଧିକୁ ବୃଦ୍ଧି କରିବା ସହ ଜୁନ୍ 17 ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାର ଘୋଷଣା କରିଛନ୍ତି । ଲକ୍ଡାଉନ୍ ପାଇଁ ପ୍ରଥମରୁ ନବମ ଶ୍ରେଣୀ…
ଗୁରୁପଦ ବେରା କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ମହାକାଳପଡ଼ା ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ସଭ୍ୟମାନେ ମିଳିତ ଭାବେ ୧ଲକ୍ଷ ୨୧ହଜାର ୧୧୧ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଲକଡାଉନ ସମୟରେ ରୋଜଗାର ନ ଥିବା ସତ୍ତ୍ବେ ଜରୁରୀକାଳୀନ ପରିସ୍ଥିତିରେ ନିଜ ନିଜର ପକେଟ ଖର୍ଚ୍ଚ କାଟି ଦୁର୍ଦ୍ଦିନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହାୟତାର ହାତବଢ।ଇଛନ୍ତି । ଆଜି ପୂର୍ବାହ୍ନରେ ବିଜୁ ଜନତା ଦଳର ସଭ୍ୟ ମାନେ ସଂଗୃହୀତ ଅର୍ଥରାଶିକୁ ମହାକାଳପଡ଼ା ବିଡିଓ ଦେବାଶିଷ ରାଉତଙ୍କ ଜରିଆରେ କୋଭିଡ-୧୯ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ୍କୁ ଚେକ ଆକାରରେ ପ୍ରଦାନ କରିଛନ୍ତି। ଚେକ ପ୍ରଦାନ ସମୟରେ ମହାକାଳପଡ଼ା ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ତଥା ଦାୟିତ୍ଵ ନ୍ୟସ୍ତ ସରପଞ୍ଚ ଅଭିଳାଷ ଦାସ,ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ପାଳ, ଦଳର ପଞ୍ଚାୟତ ସଭାପତି ଆଇନଜୀବି ଭରତ ଚନ୍ଦ୍ର ଦାସ, ସମାଜ ସେବୀ…

