ସୀତାରାମ ଅଗ୍ରଓ୍ବାଲ ବାଣପୁର: ସାରା ବିଶ୍ବକୁ କରୋନା ମହାମାରୀ କବଳିତ କରିଛି। ଭାରତରେ ମଧ୍ୟ ଏହାର ପ୍ରଭାବ କିଛି କମ୍ ନାହିଁ। ଭାରତରେ ଏହାର ଦ୍ରୁତ ପ୍ରସାର ଦେଖି ଭାରତ ସରକାର ଲକ୍ ଡାଉନ୍ର ଘୋଷଣା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତେ ଏହି ଲକ୍ ଡାଉନ୍କୁ ବେଶ୍ କଡାକଡି କାର୍ଯ୍ୟକାରୀ କରିଛନ୍ତି। ଏହି ଲକ୍ ଡାଉନ୍ ସମୟରେ ଯେପରି କେହି ଭୋକିଲା ନ ରୁହନ୍ତି ସେଥିପାଇଁ ରାଜ୍ୟ ସରକାର ବହୁପ୍ରକାରର ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ରାସନ କାର୍ଡଧାରୀମାନଙ୍କୁ ତିନିମାସର ଆଗୁଆ ରାସନ ସାମଗ୍ରୀ ସହିତ ଏକ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ବଣ୍ଟନ କରୁଛନ୍ତି। ଏହି କ୍ରମରେ ବାଣପୁର ବ୍ଳକରେ ଅଧିବାସୀମାନେ ମଧ୍ୟ ରାସନ କାର୍ଡଧାରୀ ଏହି ସାମଗ୍ରୀ ପାଉଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନେ କ’ଣ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତ ନମ୍ବର ୪୯ ଓ ୫୦ର ସୂଚନା ଜାରି କରାଯାଇଛି। ଉଭୟ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୪୯ନମ୍ବର ଆକ୍ରାନ୍ତ ମହିଳାଙ୍କ ବୟସ ୩୫ବର୍ଷ ଜଣାପଡିଥିବାବେଳେ ୫୦ନମ୍ବର ଆକ୍ରାନ୍ତ ଜଣକ ହେଉଛନ୍ତି ୨୩ ବର୍ଷର ଯୁବକ। ଦୁହେଁ ମଧୁସୂଦନ ନଗର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାର ଉଲ୍ଲେଖ ରହିଛି। ଗତକାଲି ଉଭୟ ଆକ୍ରାନ୍ତଙ୍କ ରିପୋର୍ଟ ପଜିଟିଭି ମିଳିଥିଲା। ସୂଚନାଯୋଗ୍ୟ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ବାକି ୩୭ଜଣ ଚିକିତ୍ସା ହେଉଛନ୍ତି। ସେହିପରି ଏହି ୩୭ ଜଣଙ୍କ ମଧ୍ୟରୁ ୩୫ଜଣଙ୍କଠାରେ କରୋନା ପଜିଟିଭି ନାହିଁ ବୋଲି ଆଜି ସୂଚନା ଦେଇଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍।
ରଞ୍ଜିତ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକ ଅନ୍ତର୍ଗତ ଜଳକ୍ଳିଷ୍ଟ ବିଶ୍ୱାଳୀ ପଂଚାୟତକୁ ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ଯୋଗାଣ କରାଯାଉଥିବା ପାନୀୟ ଜଳରେ ବିଷାକ୍ତ ପୋକ ରହୁଥିବାବେଳେ ଟାଙ୍କିକୁ ସଠିକ୍ ଭାବେ ପରିଚ୍ଛନ୍ନ କରାଯାଉନଥିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଫଳରେ ଠିକାଦାର ଜରିଆରେ ଜଳ ଯୋଗାଣ କରୁଥିବା ଗ୍ରାମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗ ଏହି କାର୍ଯ୍ୟର ତଦାରଖ ସଠିକ ଭାବେ କରୁନଥିବା ଅଭିଯୋଗ ହେଉଛି। ପ୍ରକାଶଯେ ବିଶ୍ୱାଳୀ ବ୍ଳକ ଏକ ଜଳକ୍ଳିଷ୍ଟ ପଂଚାୟତ ଭାବେ ବେଶ ଜଣାଶୁଣା। ଏଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି। ଫଳରେ ପଂଚାୟତର ବିଶ୍ୱାଳୀ, କୋଲଡ଼ିଆ, ନରେନ୍ଦ୍ରପୁର, ପୀତାମ୍ବରପୁର, କାଠଗଡ଼ା ଆଜି ଗ୍ରାମକୁ କୁଜଙ୍ଗସ୍ଥିତ ଗ୍ରାମ୍ୟ ପାନୀୟ ଯୋଗାଣ ଏବଂ ପରିମଳ ବିଭାଗ ପକ୍ଷରୁ ସେଠାରେ ଠିକାଦାର ନିଯୁକ୍ତି କରାଯାଇ ଜଳଯୋଗାଣ କରାଯାଉଛି। ତେବେ ଟ୍ରାକ୍ଟର ଯୋଗେ ପ୍ରଦାନ କରାଯାଉଥିବା…
ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ୍ ଆଜି ସୂଚନା ଦେଇଛନ୍ତି। ପୂର୍ବରୁ ଦୁଇଜଣ ଡିସ୍ଚାର୍ଜ ହୋଇଥିଲେ, ଏବେ ଆଉ ୧୦ ଡିସ୍ଚାର୍ଜ ହୋଇଛନ୍ତି। ବାକି ରହିଯାଇଥିବା ୩୭ଟି କେସ୍ରୁ ୩୫ରେ କୌଣସି ଲକ୍ଷଣ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶିକା। କାଶ, ଥଣ୍ଡା, ଜ୍ବର, ଆଦି କୌଣସି ଲକ୍ଷଣ ୩୫ ଜଣଙ୍କଠାରେ ଆଉନନାହିଁ। ରାଜ୍ୟରେ ଚିହ୍ନଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ପ୍ରତିଶତ ଲକ୍ଷଣହୀନ ବୋଲି କହିଛନ୍ତି ନିର୍ଦ୍ଦେଶିକା। କିଛି ଲକ୍ଷଣ ନଥିଲେ ବି ପଜିଟିଭ୍ ମିଳିଥିବାରୁ ଆମେ ତାଙ୍କୁ ହସ୍ପିଟାଲ ଆଣିଥିଲୁ। ସେମାନେ ସମେସ୍ତ କିଛି ଦିନ ମଧ୍ୟରେ ଡିସ୍ଚାର୍ଜ ହେବା ଆଶା କରିଛନ୍ତି ନିର୍ଦ୍ଦେଶିକା। ତେବେ ବିନା ଲକ୍ଷଣରେ ମଧ୍ୟ କାହା ଦେହରେ କରୋନା ଥାଇପାରେ। ସେଥିପାଇଁ ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଛି। ବ୍ୟାପକ ଭାବେ ନମୁନା ନିଆଯାଇ କରୋନା ଟେଷ୍ଟ କରାଯାଇଛି। ଏବେ ଦୈନିକ 3ରୁ 4ଶହ ଟେଷ୍ଟ କରାଯାଉଛି, 10…
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣକୁ ମୁକାବିଲା କରିବା ନିମନ୍ତେ ସରକାର ଯୋରଦାର ଉଦ୍ୟମ ଚଳାଇଛନ୍ତି।ଏଭଳି ପରିସ୍ଥିତିରେ ଏକାଧିକ ଲୋକ ଏକାଠି ହେବା ବିପଦ ସୃଷ୍ଟି କରିପାରେ। ଏପରିକି ଗତବର୍ଷ ପଣା ସଂକ୍ରାନ୍ତି ଓ ଝାମୁଯାତ୍ରା ବେଳେ ହୋଇଥିବା ଭିଡକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ବିଭିନ୍ନ ମନ୍ଦିର ଓ ଦେବାଦେବୀ ପୀଠ ମାନଙ୍କରେ ୧୪୪ ଧାରା ଜାରୀ କରିଛନ୍ତି। ଏହି ୧୪୪ ଧାରା ୧୨.୦୪. ୨୦୨୦ରିଖ ଠାରୁ ୧୪.୦୪.୨୦୨୦ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସମସ୍ତ ସାମାଜିକ ପର୍ବପର୍ବାଣୀ ଓ କର୍ମକର୍ମାଣୀ ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଏହି ଧାରା ମା’ଶାରଳାଙ୍କ ମନ୍ଦିର କନକପୁର ତିର୍ତ୍ତୋଲ, ମା’ଭଗବତୀ ମନ୍ଦିର ପରହାଟ, ବାଲିକୁଦା, ରାମଘାଟ ହନୁମାନ ମନ୍ଦିର, ନୁଆବଜାର ତାରିଣୀ ମନ୍ଦିର, ଷଣ୍ଢକୁଦ କାଳୀ ମନ୍ଦିର ପାରାଦ୍ବୀପ, ଗାରୋଇ…
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲଙ୍କ ସୂଚନା । ଗତକାଲି ଗୋଟିଏ ଦିନରେ କରୋନାରେ 40 ଜଣଙ୍କ ମୃତ୍ୟୁଘଟିଛି । ଏଯାବତ୍ ଦେଶରେ ମୋଟ 7447 କରୋନା ଆକ୍ରାନ୍ତ ଚିହ୍ନଟ । ଗତକାଲି ଗୋଟିଏ ଦିନରେ 1035 ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତକାଲିର 40 ମିଶାଇ ଏଯାବତ୍ ଦେଶରେ 239 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ । ସେହିପରି ଏଯାବତ୍ 642 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣ ବୋଲି ସୂଚନା ରହିଛି । ସେହିପରି ଦେଶବ୍ୟାପୀ ଲକ୍ ଡାଉନ୍ର ସୁଫଳ ମିଳିଛି ବୋଲି କହିଛନ୍ତି ଲବ୍ ଅଗ୍ରଓ୍ବାଲ । ଲକ୍ ଡାଉନ୍ କରିନଥିଲେ ଅବସ୍ଥା ଅସମ୍ଭାଳ ହୁଅନ୍ତାଣି ବୋଲି କହିଲେ ଲବ୍ । ପ୍ରଥମେ ଜନତା କର୍ଫ୍ୟୁ, ତା’ପରେ ଲକ୍ ଡାଉନ୍ ଘୋଷଣା ହୋଇଛି । ଲକ୍ ଡାଉନ୍ ଯୋଗୁଁ…
ବିହାର : କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ହୋଇଛି । ଏହି ଲକ୍ ଡାଉନ୍ ଜନତାଙ୍କ ଜୀବନ ବଞ୍ଚାଇବାକୁ ଏହି ପଦକ୍ଷେପ ନିଆଯାଇଥିବାବେଳେ ଏଥିପାଇଁ ମଧ୍ୟ ଜୀବନ ଚାଲିଯାଉଛି । ଏହି ପରି ଏକ ହୃଦୟ ବିଦାରକ ଘଟଣା ବିହାର ଅଞ୍ଚଳରେ ଦେଖିବାକୁ ମିଳିଛି । ବିହାରର ଜହାନାବାଦଠାରେ କରୋନା ସଂକଟ ସମୟରେ ତିନି ବର୍ଷର ପୁଅ ପାଇଁ ଆମ୍ବୁଲାନ୍ସର ଅପେକ୍ଷା ଅପେକ୍ଷା କରି କରି ମା’ କୋଳରେ ଜୀବନ ହାରିଦେଲା ପୁଅଟି । ମିଳିଥିବା ସୂଚନା ଅନୁସାରେ ଏହି ପୁଅଟି କିଛି ଦିନ ହେବ ରୋଗରେ ପଡିଥିଲା । ପୁଅକୁ ନେଇ ମା’ଟି ବହୁ ଯାଗା ବୁଲି ବୁଲି ଜାହାନାବାଦ ସରକାରୀ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ଡାକ୍ତର ପୁଅକୁ ପରୀକ୍ଷା କରିଥିଲେ । ମାତ୍ର ଶିଶୁଟିର ଅବସ୍ଥା ବେଶ୍ ଗୁରୁତର ଥିବାରୁ ତାଙ୍କୁ ପାଟନା ରେଫର୍ କରିଦେଇଥିଲେ । କିନ୍ତୁ ପାଟନା ହସ୍ପିଟାଲ ନେବାକୁ…
ପଞ୍ଜାବ : ସାରା ଦେଶରେ କରୋନା କାୟା ମେଲିଯାଉଛି। ଭାରତରେ ମଧ୍ୟ କରୋନା ପ୍ରକୋପ ବ୍ୟାପକ ହେବାରେ ଲାଗିଛି । ପଞ୍ଜାବରେ କରୋନାକୁ ନେଇ ବହୁ ପଦକ୍ଷେପ ନିଆଯାଇଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋହାଲିରେ ଜବାହରପୁରଠାରେ ସର୍ବାଧିକ ପଜିଟିଭି ଚିହ୍ନଟ କରାଯାଇଛି । କେବଳ ଜବାହରପୁରରେ କରୋନା ସଂକ୍ରମିତ 34ଟି ମାମଲା ସାମ୍ନାକୁ ଆସିଛି । ତେବେ ଜବାହରପୁରରେ ଏହା ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି । ଜବାହରପୁରରେ ଏହି ଗ୍ରାମଟି କରୋନା ଯୋଗୁ ସଂକ୍ରମିତ ହୋଇଛନ୍ତି । ମୋହାଲିରେ ଏଯାବତ 50 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ 34 ଜଣ ମୋହାଲିର ଜବାହରପୁର ଗାଁର। ଏହି ଗାଁରେ ଦୁଇ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ 5 ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ପଞ୍ଜାବ ସରକାର ମେ ୧ ଯାଏ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି।…
ବ୍ରିଟେନ୍ : କରୋନାରେ ଆକ୍ରାନ୍ତ ହୋଇ ବ୍ରିଟେନ୍ରେ ଦୁଇ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ । ଡାକ୍ତର ଜିତେନ୍ଦ୍ର ରାଠୋର ଏବଂ ଡାକ୍ତର ହମଜା ପଚିରିଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଉଭୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଥାଇ ସଂକ୍ରମିତ ହୋଇଥିଲେ । ଏହି ଡାକ୍ତରଙ୍କ ମୃତ୍ୟୁ ସହ ଆଉ ପାଞ୍ଚଜଣ ଡାକ୍ତର କରୋନାର ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଚିକିତ୍ସାଧୀନ ସମସ୍ତ ପାଞ୍ଚଜଣ ଡାକ୍ତର ଏବେ ଭେଣ୍ଟିଲେଟରରେ ରହିଥିବାର ସୂଚନା ରହିଛି । କରୋନା ଯୋଗୁଁ ବ୍ରିଟେନ୍ରେ 8,958ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 70 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଛନ୍ତି । ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମଧ୍ୟ କାରୋନ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଆମେରିକାରେ ମଧ୍ୟ 11ଜଣ ଭାରତୀୟ ଏହି ମହାମାରୀ କରୋନା ଯୋଗୁଁ ପ୍ରାଣ ହରାଇସାରିଛନ୍ତି ।ସେହିପରି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣେଓଡିଆ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାଧାରମଣ ଶର୍ମା ହୋଇଥିବା ବେଳେ…
ବ୍ରହ୍ମପୁର: ଖେଳକୁ ନେଇ ଜଣେ ନାବାଳକ ଆଉ ଜଣେ ନାବାଳକର ହତ୍ୟା କରିଛି। ବ୍ୟାଟ୍ରେ ପିଟି ଜଣେ ନାବାଳକୁ ଆଉ ଜଣେ ନାବାଳାକ ପିଟି ମାରିଦେଇଥିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। କ୍ରିକେଟ୍ ଖେଳିବା ବେଳେ ଦୁଇ ନାବାଳାକ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏପରି ଅଘଟଣ ଘଟିଥିବାର ସୂଚନା ମିଳିଛି। ହିଞ୍ଜିଳି ଥାନା ଖରିଡା ଗ୍ରାମରେ କ୍ରିକେଟ୍ ଖେଳ ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି କେଶବ ସେଠୀଙ୍କର ୧୩ ବର୍ଷୀୟ ପୁତ୍ର। ଆକ୍ରମଣକାରୀ ନାବାଳକକୁ ଥାନାରେ ପୋଲିସ ଅଟକ ରଖିଛି।
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣରେ ସାରାବିଶ୍ୱ ସହିତ ଭାରତ ପ୍ରଭାବିତ ହୋଇଛି। ଏଥିନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି ଘଡିସନ୍ଧି ମୁହୁର୍ତ୍ତରେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢାଇଛନ୍ତି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପୋରଗଦେଇ ପଞ୍ଚାୟତର ସମାଜସେବୀ ତଥା ମାନବାଧିକାର କର୍ମୀ ଅସିତ୍ ରଞ୍ଜନ ରାଉତରାୟ। ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହ ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୂରତ୍ୱ ରକ୍ଷାକରିବା ଏବଂ ଲକ୍ ଡାଉନ୍ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଉଛନ୍ତି। ଏଥିସହିତ ତାଙ୍କ ନିଜସ୍ୱ ଉଦ୍ୟମରେ କିଛି ଅସହାୟ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବା ସହ ଗାଁ ପରିବେଶକୁ ସ୍ୱଚ୍ଛ କରିବା ପାଇଁ ଗାଁ ମାନଙ୍କରେ ବିଳଚିଂ ପକାଇଥିଲେ। ଏପରିକି ବାହାରୁ ଆସିଥିବା କିଛି ବ୍ୟକ୍ତିଙ୍କ ପାଇଁ…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ କରୋନା ଜନିତ ଦେଶରେ ଜାରି ହୋଇଥିବା ଲକ୍ ଡାଉନ୍କୁ ନେଇ ଆଲୋଚନା କରାଯାଇଥିଲା । କରୋନା ସହ ମୁକାବିଲା କରିବା ପାଇଁ କେନ୍ଦ୍ରସରକାର ଦେଶରେ 21 ଦିନିଆ ଲକ୍ ଡାଉନ୍ର ଘୋଷଣା କରିଥିଲେ । ମାର୍ଚ୍ଚ 24 ତାରିଖରେ ଦେଶରେ 21 ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଏହି ଲକ୍ ଡାଉନ୍ର ଶେଷ ଦିନ ଏପ୍ରିଲ୍ 14 ତାରିଖ ରହିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ । ସେହିପରି କରୋନା ସହ ଲଢିବା ପାଇଁ ମଧ୍ୟ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ ଜାରି ରହିଥିବା ଏପରି ସଂକଟ ସମୟରେ ଉଭୟ କେନ୍ଦ୍ର ଓ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମୁକାବିଲାକୁ ନେଇ ପୁରା ଭାରତବର୍ଷର ପ୍ରଶାସନ ଅତି ସମ୍ବେଦନଶୀଳ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ କେବଳ ଲୋକ ଦେଖାଣିଆ ସଚେତନ କରୁଥିବାବେଳେ ବାସ୍ତବିକ ସମସ୍ୟାକୁ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଏପରି ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବାଣପୁର ଏନ.ଏ.ସି ର ୯ ନମ୍ବର ୱାର୍ଡରେ। ଏହି ୱାର୍ଡରେ ବାଣପୁର ତଥା ଭାରତ ବର୍ଷ ଇତିହାସର ମୂକସାକ୍ଷୀ ଥିବା ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର ଅବସ୍ଥିତ। ଏହି ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣଶୈଳୀ ପୁରୀ ଶ୍ରୀଜଗନାଥ ମନ୍ଦିର ଓ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ଅବିକଳ ନକଲ। ହଜାର ହଜାର ବର୍ଷର ଐତିହ୍ୟ ସାଜିଥିବା ଏହି ପୁରୁଣା ମନ୍ଦିର ବର୍ତ୍ତମାନ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଅଛି। କିନ୍ତୁ ଭାରତୀୟ ସଂସ୍କୃତିର ଅନନ୍ୟ ଉଦାହରଣ ସାଜିଥିବା ଏହି ମନ୍ଦିରର ଚତୁଃପାର୍ଶ୍ୱ…
ନୂଆଦିଲ୍ଲୀ : ଲକ୍ ଡାଉନ୍ କଟକଣାରୁ ବାଦ୍ ପଡ଼ିଲେ ମତ୍ସ୍ୟ ଚାଷ ଓ ଚାଷୀ । ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ବଜାରରେ ବିକ୍ରି କରିପାରିବେ ବୋଲି ସୂଚନା ରହିଛି । ଚିଙ୍ଗୁଡି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରି ପରିଚାଳନା କାମ ହୋଇପାରିବ ବୋଲି ସୂଚନା ଦିଆଯାଇଛି । ସେହିପରି ସମସ୍ତ ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ସଂଶୋଧିତ ଗାଇଡ୍ ଲାଇନ୍ ଅନୁସାରେ ଏବେ ମତ୍ସ୍ୟ ଚାଷକୁ ଲକ୍ ଡାଉନ୍ରୁ ବାଦ ଦିଆଯାଇଛି। ମତ୍ସ୍ୟ ଶିଳ୍ପ ସହ ସମ୍ପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ବାଭାବିକ ରହିବ। ତେବେ ଏହି କାର୍ଯ୍ୟ ଚାଲିବାବେଳେ ସାମାଜିକ ଦୂରତ୍ବ ରକ୍ଷା କରିବା ଜରୁରୀ ବୋଲି ସୂଚନା ଦିଆଯାଇଛି ।(ଏଜେନ୍ସି)
ସୁରତ୍ :ଲକ୍ ଡାଉନ୍ ଯୋଗୁଁ ସୁରତ୍ରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିଥିବାର ସୂଚନା ମିଳିଛି । ଲକ୍ ଡାଉନ୍ ଯୋଗୁଁ ନିଜ ଭିଟାମାଟିକୁ ଫେରିବା ପାଇଁ ଅନୁମତି ନ ମିଳିବା ପରେ ସେଠାରେ ରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିବା ସହିତ ଉଠା ଦୋକାନୀରେ ନିଆଁ ଲଗାଇଦେଇଥିଲେ । ଏହି ଘଟଣାରେ ପ୍ରାୟ 80ଜଣଙ୍କୁ ପୋଲିସ୍ ଅଟକ ରହିଛି । ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଗତକାଲି ଘଟିଛି । ଏହି ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଶାର ଶ୍ରମିକ ରହିଥିବାର ସୂଚନା ରହିଛି । ତାଲା ବନ୍ଦ ଯୋଗୁଁ ସୁରତରେ ବହୁ ପ୍ରବାସୀ ଶ୍ରମିକ ଫଶି ରହିଛନ୍ତି । ଏହି ଶ୍ରମିକମାନେ ଶୁକ୍ରବାର ରାତ୍ରିରେ ସହରର ଲକ୍ସାନା ଅଞ୍ଚଳରେ ଉଠା ଦୋକାନ ଓ ଟାୟାର ଜାଳି ହଙ୍ଗାମା କରିଥିଲେ । ନିଜ ଘରକୁ ଯିବା ପାଇଁ ଦାବି କରି ଶହ ଶହ ପ୍ରବାସୀ ଶ୍ରମିକମାନେ ରାସ୍ତା ଉପରକୁ…
ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସରକାର ଏନେଇ ବେଶ୍ ଠୋସ୍ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ସଂଖ୍ୟକ କୋଭିଡ୍ ପରୀକ୍ଷା କରିବା ଉପରେ ସରକାର ଜୋର୍ ଦେଇଛନ୍ତି । ଏହି କ୍ରମରେ କୋଭିଡ୍ -19 ଟେଷ୍ଟ ପାଇଁ ସ୍କୁଲରେ ସ୍ବାବ ନମୁନା ସଂଗ୍ରହ କରାଯାଉଛି । ରାଜଧାନୀର ପାଞ୍ଚୋଟି ସ୍କୁଲରେ ହେଉଛି ସ୍ବାବ ନମୁନା ସଂଗ୍ରହ । ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ କରୁଛନ୍ତି ମେଡ଼ିକାଲ୍ ଟିମ୍ । ଆସନ୍ତା 17 ତାରିଖ ଯାଏଁ ମେଡ଼ିକାଲ ଟିମ୍ର ନମୁନା ସଂଗ୍ରହ ଓ ଟେଷ୍ଟ ଚାଲିବ । ସକାଳ 9ରୁ ମଧ୍ୟାହ୍ନ 12 ଓ ଅପରାହ୍ନ 3 ରୁ 5ଟା ଯାଏଁ କରୋନା ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରାଯିବ। ଭୁବନେଶ୍ୱରରେ 4000 ଟେଷ୍ଟ୍ କିଟ୍ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କର ସ୍ୱାବ ନମୁନା…
ହାଇଦ୍ରାବାଦ, କରୋନା ଭାଇରସ ପାଇଁ ବର୍ତ୍ତମାନ ସଚେତନତା ହେଉଛି ମୁଖ୍ୟ କଥା। ସେଥିପାଇଁ ଚାରିଆଡେ ସଚେତନତା ବାର୍ତ୍ତା ପହଁଚିବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ହାଇଦ୍ରାବାଦ ପ୍ରଶାସନ କରୋନା ପ୍ରତିକୃତି ନିର୍ମାଣ କରି ରାସ୍ତା ଉପରେ ସ୍ଥାପନ କରିଛି। ଯାହାକୁ ଅମାନିଆ ଲୋକେ ଦେଖି ସଚେତନ ହେବେ ବୋଲି ପ୍ରଶାସନ ଆଶା ରଖିଛି।
ଆନନ୍ଦପୁର : ପାରିବାରିକ କଳହରୁ ଯୁବକଙ୍କୁ ନିର୍ମମ ହତ୍ୟା ହୋଇଥିବାର ସୂଚନା ମିଳିଛି । ଆନନ୍ଦପୁର ଥାନା ସିକାବୋଡା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ଯୁବକଙ୍କୁ କୁରାଢିରେ ହାଣି ହତ୍ୟାକରିଥିବାର ଅଭିଯୋଗ ହୋଇଛି । ଗୋଟିଏ ପରିବାରର 5 ସଦସ୍ୟଙ୍କ ଆକ୍ରମଣରେ ଯୁବକଙ୍କ ମୃତ୍ୟୁହୋଇଥିବାର ଜଣାପଡିଛି । ସଂଘବଦ୍ଧ ଭାବେ ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ନୂଆଦିଲ୍ଲୀ : ଚୀନ୍ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ବିଶ୍ବର 210ଟି ରାଷ୍ଟ୍ର ଏବେ କରୋନା କବଳରେ କବଳିତ। ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲକ୍ଡାଉନ୍କୁ କାର୍ଯ୍ୟକାରୀ କରାଯାଇଛି। ଆଜି 18 ଦିନ ହେବ ଦେଶ ଲକ୍ ଡାଉନ୍ରେ ରହିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ସର୍ବମୋଟ 7447 ଜଣ ସଂକ୍ରମିତ ହୋଇଥିବାବେଳେ 239ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 643ଜଣ। ଦେଶରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି ମହାରାଷ୍ଟ୍ରରେ। ଏଠାରେ ସଂକ୍ରମିତଙ୍କ ସଂଖ୍ୟା 1800 ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 110ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ 110 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 19, ମଧ୍ୟପ୍ରଦେଶରେ 33, ପଞ୍ଜାବରେ 11, ଦିଲ୍ଲୀରେ…
କେଦାର ମିଶ୍ର ସ୍ଵାଧୀନତା ପରେ ଭାରତରେ ସବୁଠୁ ଅଧିକ ଆଦର୍ଶ ପ୍ରତିଷ୍ଠା କରିଥିବା ରାଜ୍ୟ ଭାବରେ କେରଳର ଏକ ଭିନ୍ନ ମାନ୍ୟତା ରହି ଆସିଛି। ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ରାଜ୍ୟ ହେଉ ଅଥବା ମାନବ ବିକାଶ ହାରରେ ଅଗ୍ରଣୀ ଭୂମିକା ନେଇ କେରଳ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତେବେ ୨୦୧୪ ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ଵ ନେବା ପରେ, କେରଳ ମଡେଲ ତୁଳନାରେ ଗୁଜରାଟ ମଡେଲ କଥା ଅଧିକ ଚର୍ଚ୍ଚାରେ ଆସିଛି। କେରଳ ସବୁବେଳେ କମ୍ୟୁନିଷ୍ଟ ଓ କଂଗ୍ରେସ ସରକାର ଗଠନ ପାଇଁ ଭୋଟ ଦେଉଥିବାରୁ ବିଜେପି ସମର୍ଥକମାନେ କେରଳକୁ ଦେଖି ନାକ ଟେକିବା ଆରମ୍ଭ କରନ୍ତି। ତେବେ ମାନବୀୟ ସଙ୍କଟର ମୁକାବିଲା ହେଉ ବା ମାନବୀୟ ବିକାଶର ମାନଦଣ୍ଡ, ଏ ଦୁଇଟି କ୍ଷେତ୍ରରେ କେରଳ ନିଜର ପ୍ରତିଷ୍ଠା ସବୁବେଳେ ବଜାୟ ରଖି ଆସିଛି। ସାରା ଦେଶ ଆଜି ଯେତେବେଳେ କରୋନା ଭଳି ଏକ ସଂକ୍ରାମକ ମହାମାରୀର…
ନୂଆଦିଲ୍ଲୀ: ଆମେରିକାରେ କରୋନା ଭାଇରସ୍ ଅଣାୟତ୍ତ ହୋଇପଡିଛି ଆମେରିକାରେ ଦିନକରେ ଦୁଇ ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବାର ସୂଚନା ମିଳିଛି। ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 2108 ଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ଦିନ ଦୁନିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକଲକ୍ଷ ପାର କରିସାରିଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା 17 ଲକ୍ଷ ନିକଟରେ ପହଞ୍ଚିଛି। ଏହି ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ। ଏହି ସହରରେ ପ୍ରାୟ 1 ଲକ୍ଷ 60 ହଜାରର ଲୋକେ ସଂକ୍ରମିତ ହୋଇଛନ୍ତି। ଏଠାରେ 5820 ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଛି। ସମଗ୍ର ଆମେରିକାରେ ଏହି ରୋଗରେ 5 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଆମେରିକାରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 18,747ରେ ପହଞ୍ଚିଛି। ଇଟାଲୀରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ହୋଇଛି। ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18ହଜାରରୁ ଉର୍ଦ୍ଧ୍ବ ରହିଛି। ସେହିପରି…

