Author: Samikhsya Bureau

ମୁମ୍ବାଇ : ମୁମ୍ବାଇର ଧାରାବୀ ବସ୍ତିରେ କରୋନା ଜନିତ ପାଞ୍ଚଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ ଦୁଇଜଣ ତବଲିଗ୍‌ ଜମାତ ସହ ସମ୍ପର୍କିତ ରହିଛନ୍ତି ବୋଲି ଜଣାପଡିଛି । ଏ ପର୍ଯ୍ୟନ୍ତ ଧାରାବୀରେ ସର୍ବମୋଟ ମୋଟ 22ଟି ମାମଲା ସାମ୍ନାକୁ ଆସିଛି । ଧାରାବୀ ପରି ଅଞ୍ଚଳରେ କରୋନାର ମାମଲା ଆସିବା ପରେ ଏହା ଚିନ୍ତାର ବିଷୟ ପାଲଟି ଯାଇଛି । ଏବେ ଏହି ଅଞ୍ଚଳର ସମସ୍ତଙ୍କୁ ସ୍କ୍ରିନିଂ କରିବା ପାଇଁ ମୁମ୍ବାଇ ମହାନଗର ପାଳିକା ଉଦ୍ୟମ କରୁଛି ବୋଲି ଜଣାପଡିଛି । ଦିଲ୍ଲୀର ତବଲିଗ୍‌ ଜମାତ ମରକଜର ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ବ୍ୟକ୍ତିମାନେ ଦେଶରେ ଭିନ୍ନ ଭିନ୍ନ ଅଂଶରୁ କରୋନାରେ ପଜିଟିଭି ହେବା ପରେ ଏହାକୁ ନେଇ ଏବେ ଚିନ୍ତା ବଢି ଯାଇଛି । ମୁମ୍ବାଇର ଧାରାବୀ ଅଞ୍ଚଳରୁ ନୂତନ ଭାବରେ ଚିହ୍ନଟ ହୋଇଥିବା ପାଞ୍ଚୋଟି ମାମାଲରୁ ଦୁଇଟି  ମର୍କଜରେ ସାମିଲ୍‌ ଥିଲେ ବୋଲି ଜଣାପଡିଛି ।…

Read More

ତେଲେଙ୍ଗାନା : ଚୀନ୍‌ର ବୁହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଏବେ ସାରା ବିଶ୍ବକୁ କବଳିତ କରିଛି । ଭାରତରେ ବି ଏହି କରୋନା ତା’ର ପ୍ରକୋପ ଜାରି ରଖିଛି ।ଭାରତରେ ଏହି କରୋନା ଯୋଗୁଁ 199ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ତେଲେଙ୍ଗାନାରେ ମଧ୍ୟ ଏହି ଭାଇରସ୍‌ କବଳରୁ ବର୍ତ୍ତି ପାରିନାହିଁ । ଗୁରୁବାର ଦିନ ତେଲେଙ୍ଗାନାରେ 18ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।  ରାଜ୍ୟରେ 12ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଭାଇରସ୍‌କୁ ଦୃଷ୍ଟିରେ ରକି ହାଇଦ୍ରାବାଦଠାରେ ସାର୍ବଜନିକ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ହାଇଦ୍ରାବାଦ ପୋଲିସ୍‌ କମିଶନର ଆଇପିଏସ୍‌ ଅଞ୍ଜନୀ କୁମାର ଏହାକୁ ନେଇ ଟୁଇଟ୍‌ କରିଛନ୍ତି । ସଂକ୍ରାମକ ବେମାରୀ କୋଭିଡ୍‌ -19କୁ ନଜରରେ ରଖି ସାର୍ବଜନିକ ସ୍ଥାନ ଉପରେ ଛେପ ପକାଇବା ପାଇଁ ପ୍ରତିବନ୍ଧକ ଲଗାଇଥିଲେ…

Read More

କେଦାର ମିଶ୍ର ଓଡିଶାର ଜଣେ ବଡ ସମ୍ପାଦକ କିଛି ଦିନ ତଳେ ଲେଖିଥିଲେ-ଖାକି ଭଗବାନ। ଅର୍ଥାତ ପୋଲିସ ହେଉଛି ଆଜିର କରୋନା କାଳରେ ଭଗବାନଙ୍କ ଅବତାର। ଆମ ଜାଣିବାରେ, ଗଣତାନ୍ତ୍ରିକ ଶାସନରେ ପ୍ରତ୍ୟେକ ଅନୁଷ୍ଠାନର ନିଜସ୍ଵ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି। ପୋଲିସ ନିଜ ଦାୟିତ୍ଵ ନିର୍ବାହ କରୁଥିବା ହେତୁ ସେମାନେ ଆମର ଧନ୍ୟବାଦାର୍ହ, ହେଲେ ସେମାନେ ଭଗବାନ ବା ଧର୍ମ ହେବେ କାହିଁକି? ଗତକାଲି ଓଡିଶା ସରକାର କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଲକ ଡାଉନକୁ ଏପ୍ରିଲ ୩୦ ତାରିଖ ପର୍ୟନ୍ତ ବଢାଇ ଦେଇଛନ୍ତି। ଓଡିଶା ସରକାର ଭାରତ ସରକାରଙ୍କ ଆଗରୁ ଲକ ଡାଉନ ନିଷ୍ପତ୍ତି ନେଇଥିଲେ ଓ ଏବେ ଏହାକୁ ବଢାଇବାର ନିଷ୍ପତ୍ତି ମଧ୍ୟ ଆଗୁଆ ନେଇଛନ୍ତି। ଯେହେତୁ କରୋନା ସଂକ୍ରମଣ କୁ ସୀମିତ ରଖିବା ଲାଗି ଲକ ଡାଉନ ଏକମାତ୍ର ବାଟ, ତେଣୁ ଏହାକୁ ମାନିବା ବ୍ୟତୀତ ଆମର ଅନ୍ୟ ବାଟ ନାହିଁ। ଏହାର ଅର୍ଥନୈତିକ  ପରିଣତି…

Read More

ନୂଆଦିଲ୍ଲୀ : ଚୀନ୍‌ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଚାଲିଛି । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଆଜି କରୋନା ଯୋଗୁଁ ଅଣନିଃଶ୍ବାସୀ ହୋଇପଡିଛି । ଏଠାରେ ସର୍ବାଧିକ ସାଢେ ଚାରିଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ ଷୋହଳ ହଜାରରୁ ଉର୍ଦ୍ଧ୍ବ ଜୀବନ ହାରିଛନ୍ତି । ଆମେରିକାର ନ୍ୟୁର୍ୟର୍କ ସହର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ସାରା ବିଶ୍ବରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ ପାର୍‌ କରିଥିବାବେଳେ 95ହଜାରରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । ସ୍ପେନ୍‌, ଇଟାଲୀ, ଜର୍ମାନୀ, ଫ୍ରାନ୍ସ ପରି ଦେଶରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ 1858ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ପେନ୍‌ରେ ଗତ 24 ଘଣ୍ଟାରେ 655 ଜଣ, ସେହିପରି ଇଟାଲୀରେ 610ଜଣ, ଫ୍ରାନ୍ସରେ 1,341ଜଣଙ୍କର ମୃତ୍ୟୁ ହୋଇଛି । ଚୀନ୍‌ରେ 81,907ଜଣ ଆକ୍ରାନ୍ତ ହୋଇଥିବାବେଳେ 3,336ଜଣଙ୍କର ମୃତ୍ୟୁ ହୋଇଛି । ସମୀକ୍ଷା…

Read More

କଳାହାଣ୍ଡି : କଳାହାଣ୍ଡିରୁ ଦ୍ବିତୀୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ କଳାହାଣ୍ଡିର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡିଛି। ସଂସ୍ପର୍ଶରେ ଆସିବା ପରେ ସେ କ୍ବାରେଣ୍ଟିନ୍‌ରେ ଥିଲେ। ପଜିଟିଭ୍‌ ବାହାରିବା ପରେ କଟକ ଅଶ୍ବିନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନମୁନା ପରୀକ୍ଷା ପରେ ତାହା ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ଗତ ରାତ୍ରିରେ ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମ୍‌ଓ। କଳାହାଣ୍ଡି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଜଗୁ ଅଗ୍ରଓ୍ବାଲ ଏନେଇ ସୂଚନା ଦେଇଛନ୍ତି। କଳାହାଣ୍ଡିର ଦ୍ବିତୀୟ ପଜିଟଭ୍ ଜଣକ କ୍ରିକେଟ ଖେଳିବାବେଳେ ସଂକ୍ରମିତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ରାଜ୍ୟରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି ।ଗତକାଲି ମଧ୍ୟରାତ୍ରି ପରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗତ କାଲି ରାଜ୍ୟରେ ମୋଟ 6 ଜଣ କରୋନା ଆକ୍ରାନ୍ତ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 199କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ସୁଦ୍ଧା 6412ଜଣ ଆକ୍ରାନ୍ତ କରିଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା 504 ଜଣ ରହିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡ଼ୁରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ କରୋନା ସ୍ଥିତି ଦେଖିବାକୁ ଗଲେ ଗୁରୁବାର ଦିନ ଦିଲ୍ଲୀରେ 51ଟି ନୂତନ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 720ରେ ପହଞ୍ଚିଛି ।  ଏଥିରେ 430ଟି ମର୍କଜ ସହିତ ସମ୍ପର୍କିତ ରହିଛନ୍ତି ।  ଗତ 24 ଘଣ୍ଟାରେ କରୋନା ଜନିତ 700 ନୂତନ ମାମଲା ସାମ୍ନାକୁଆସିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 6412ରେ ପହଞ୍ଚିଥିବାବେଳେ 5709 ସକ୍ରିୟ ରହିଛନ୍ତି । କରୋନାରେ ଆସାମରେ ପ୍ରଥମ ମୃତ୍ୟୁ ହୋଇଛି । ସିଲଚର୍‌ କଲେଜରେ 65 ବର୍ଷୀୟ ବୟସ୍କ ଜଣକ…

Read More

1-ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର କୋଟି ଟଙ୍କା ମଞ୍ଜୁର କଲେ ଭାରତ ସରକାର ଭାରତ କୋଭିଡ-19 ଜରୁରିକାଳୀନ ପଦକ୍ଷେପ ଏବଂ ସ୍ଵାସ୍ଥ୍ୟ ସେବା ପ୍ରସ୍ତୁତି ପ୍ୟାକେଜ ପାଇଁ 15 ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ଭାରତ ସରକାର। ଏହି ମଞ୍ଜୁର ଅର୍ଥ ମଧ୍ୟରୁ 7,774 କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା ଓ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ଉଦ୍ଦିଷ୍ଟ । ଏହି ମଧ୍ୟବର୍ତ୍ତିକାଳୀନ ସହାୟତା 1 ବର୍ଷରୁ 4 ବର୍ଷ ମଧ୍ୟରେ  ବିଭିନ୍ନ ମିଶନ ଆକାରରେ ଖର୍ଚ୍ଚ କରାଯିବ । 2-କୋଭିଡ-19 ମୁକାବିଲା ପାଇଁ ବର୍ତ୍ତମାନର ସ୍ଥିତି ଏବଂ ପଦକ୍ଷେପ ସମୀକ୍ଷା କଲା ମନ୍ତ୍ରୀଗୋଷ୍ଠୀ କୋଭିଡ-19 ମୁକାବିଲା ଓ ପ୍ରତିହତ କରିବା ନିମନ୍ତେ ମନ୍ତ୍ରୀ ଗୋଷ୍ଠୀ ପକ୍ଷରୁ ଆଜି ବିସ୍ତୃତ ସମୀକ୍ଷା କରାଯାଇଛି। ମନ୍ତ୍ରୀ ଗୋଷ୍ଠୀ ବର୍ତ୍ତମାନସୁଦ୍ଧା ନିଆଯାଇଥିବା ପଦକ୍ଷେପ, ନିରାକରଣ ରଣନୀତି ସ୍ଵରୂପ ସାମାଜିକ ଦୂରତା…

Read More

ଭୁବନେଶ୍ବର, ବର୍ତ୍ତମାନ ରାଜ୍ୟରେ କରୋନାଭାଇରସ ପରୀକ୍ଷା କରିବାକୁ ଯେଉଁ ପରିମାଣର ପରୀକ୍ଷା ଉପକରଣ ବା କିଟର ଆବଶ୍ୟକ ଅଛି ତାହା ନାହିଁ। ଫଳରେ ରାଜ୍ୟରେ ସନ୍ଦେହ ଭିତରେ ରହୁଥିବା ସମସ୍ତ ରୋଗୀଙ୍କୁ ଏକାବେଳେ ପରୀକ୍ଷା କରିବା ସମ୍ଭବ ହେଉ ନାହିଁ। ଭବିଷ୍ୟତରେ ଯଦି ରୋଗୀ ସଂଖ୍ୟା ବୃଦ୍ଧି ପାଏ ତେବେ ଏହି ପରୀକ୍ଷା ଏକ ଜଟିଳ ବ୍ୟାପାର ହୋଇଯିବ। ସେହି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ କିଟ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ବରୂପ ଏକ ଥରକେ 4 ହଜାର ପରୀକ୍ଷା କିଟ୍ ମୁମ୍ବାଇରୁ ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଭୁବନେଶ୍ବର ଆଣାଯାଇଛି। ବର୍ତ୍ତମାନ ଲକଡାଉନ ସମୟରେ ଏହା ଆଣିବା କଷ୍ଟଦାୟକ ଥିଲେ ମଧ୍ୟ ତାହା ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ସମ୍ଭବ ହୋଇପାରିଛି। ଗୁରୁବାର ରାତିରେ ଏହି ବିମାନ ମୁମ୍ବାଇରୁ ଆସି ଭୁବନେଶ୍ବରରେ ପହଁଚିଛି। ଏଥିରେ କୋଭିଡ19 ପରୀକ୍ଷା କିଟ ସହିତ…

Read More

(ସମୀକ୍ଷା ବ୍ୟୁରୋ) ମଧ୍ୟରାତ୍ରି ପରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗତ କାଲି ରାଜ୍ୟରେ ମୋଟ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଛି। ଆଜି ମୋଟ ୪୦୮ଟି ନମୂନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ୪୦୨ ନେଗେଟିଭ ଓ ୬ ପୋଜିଟିଭ ବାହାରିଥିବା କଥା ସରକାରଙ୍କ ତରଫରୁ  ଟୁଇଟ କରି ଜଣାଇଛି। ସମୁଦାୟ ୩୨୪୯ ନମୂନାରୁ ଏ ଯାଏଁ ରାଜ୍ୟରେ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Read More

ନୂଆଦିଲ୍ଲୀ, କୋଭିଡ-19 ମହାମାରୀ କାରଣରୁ ବର୍ତ୍ତମାନ ଦେଶରେ ଦେଖାଦେଇଥିବା ପରିସ୍ଥିତି ଯୋଗୁଁ ପୂର୍ବ ନିର୍ଦ୍ଦାରିତ ବିଭିନ୍ନ ପରୀକ୍ଷା ଏବଂ ପରୀକ୍ଷା କେନ୍ଦ୍ର ବାତିଲ କରାଯଉଛି। କାରଣ ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗଦେବା ସମ୍ଭବ ନ ଥିବାରୁ ସରକାର ଏହି ପଦକ୍ଷେପ ନେଉଛନ୍ତି। ସେହିପରି ଜେଇଇ ମେନ 2020ର ପରୀକ୍ଷାର୍ଥୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନେସନାଲ ଟେଷ୍ଟିଂ ଏଜେନ୍ସିକୁ ପରାମର୍ଶ ଦିଆଯାଇଛି ଯେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ସୁବିଧା ଯୋଗାଇ ଦିଆଯାଉ। ତଦନୁଯାୟୀ, ଏନଟିଏ ପକ୍ଷରୁ ଆବେଦନପତ୍ରରେ ପରୀକ୍ଷା କେନ୍ଦ୍ର ସହର ଚୟନରେ ସଂଶୋଧନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ସୁବିଧା ଦିଆଯାଇଛି। ଫଳରେ ବର୍ତ୍ତମାନ ଯେଉଁମାନେ ଜେଇଇ ମେନ ପରୀକ୍ଷା ଦେବେ ସେମାନେ ବର୍ତ୍ତମାନ ଚାହିଁଲେ ସେମାନଙ୍କର ପରୀକ୍ଷା କେନ୍ଦ୍ର ବା ସହରକୁ ପରିବର୍ତ୍ତନ କରିପାରିବେ।

Read More

ନୂଆଦିଲ୍ଲୀ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର କୋଭିଡ19 ସଂପର୍କରେ ଦିଆଯାଉଥିବା ଦୈନିକ ରିପୋର୍ଟ ଅନୁସାରେ ବର୍ତ୍ତମାନସୁଦ୍ଧା ଦେଶରେ 166 ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଭାଇରସ ଦ୍ବାରା 5734 ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ 473 ଜଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଛାଡ଼ ପାଇଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କ୍ଲଷ୍ଟର କଣ୍ଟେନମେଣ୍ଟ ଯୋଜନା ଏବଂ ହସ୍ପିଟାଲ ପ୍ରସ୍ତୁତି (କୋଭିଡ-19 ରୋଗୀଙ୍କ ପାଇଁ ଆଇସିୟୁ ଓ ଭେଣ୍ଟିଲେଟ ପରିଚାଳନା)ରେ ରାଜ୍ୟ ଓ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗକୁ ସହାୟତା କରିବା ନିମନ୍ତେ ଉଚ୍ଚସ୍ତରୀୟ ବହୁମୁଖୀ କେନ୍ଦ୍ରୀୟ ଟିମ ମୁତୟନ କରାଯାଉଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନାର ତାଣ୍ଡବରେ ବିଶ୍ଵବାସୀ ଆତଙ୍କିତ। ଏହିକ୍ରମରେ ଭାରତରେ ମଧ୍ୟ କାରୋନାର ପ୍ରଭାବ ବଢିବାରେ ଲାଗିଛି। ରାଜ୍ୟରେ ଏବେ ଅବସ୍ଥା ସଙ୍ଗୀନ ହେବାକୁ ଯାଉଛି। ଓଡିଶା ସରକାର ଏହି ଭୂତାଣୁ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବ୍ୟାପୀ ଲାଗିଥିବା ୨୧ ଦିନିଆ ଲକ ଡାଉନର ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେଥିପାଇଁ ରାଜ୍ୟରେ ଲାଗିଥିବା ଲକ ଡାଉନ କଟକଣାକୁ ମଜଭୁତ କରାଯାଉଛି। ଏଥିପାଇଁ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ବ୍ୟକ୍ତି ଘରୁ ଜରୁରୀ କାମରେ ବାହାରକୁ ବାହାରନ୍ତି ଏବଂ ସେ ମୁହଁରେ ମାସ୍କ ଲଗାଇନଥିବେ, ତେବେ ତାଙ୍କୁ ଜରିମାନା ଦେବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଏସବୁ ପରେ ମଧ୍ୟ ବାଣପୁର ଅଞ୍ଚଳରେ କିଛି ଅସାମାଜିକ ଯୁବକ ଲକ ଡାଉନ କଟକଣାକୁ ଫୁ କରି ଉଡେଇଦେଉଛନ୍ତି। ରାଜ୍ୟସରକାର…

Read More

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ତଥା ରାଜ୍ୟ ସରକାର ଜାରି କରିଥିବା ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଆଗାମୀ ଜୁନ୍‌ ୩୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଲକ୍‌ ଡାଉନ୍‌ ଯୋଗୁଁ ଯେଉଁ ଷ୍ଟେଜ୍‌ କ୍ୟାରେଜ୍‌/କଣ୍ଟ୍ରାକଫ କ୍ୟାରେଜ୍‌ଗୁଡ଼ିକ ଅପ୍ରେଲ୍‌ ମାସ ପାଇଁ ସେମାନଙ୍କର ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସ ଦେଇ ନାହାନ୍ତି ସେଗୁଡ଼ିକ ଏହି ଅବଧି ମଧ୍ୟରେ ଟିକସ ପଇଠ କରିବେ । ସେହିପରି ଯେଉଁ ମାଲ୍‌ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଅପ୍ରେଲ-ଜୁନ୍‌ ତ୍ରୈମାସିକ ମୋଟର ଯାନ ଟିକସ ପ୍ରଦାନ କରିନାହାନ୍ତି ସେମାନେ ମଧ୍ୟ ଏହି ଅବଧିରେ ଟିକସ ଦାଖଲ କରବାକୁ କୁହାଯାଇଛି । କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗାଡ଼ି ମାଲିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ଗ୍ରେସ୍‌ ଅବଧିକୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ବାଣିଜ୍ୟ…

Read More

ନୂଆଦିଲ୍ଲୀ, କୋଭିଡ-19ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରୁରିକାଳୀନ ସ୍ଵାସ୍ଥ୍ୟଭିତ୍ତିକ ପ୍ୟାକେଜ ବାବଦକୁ 15 ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ମଞ୍ଜୁର ଅର୍ଥ ମଧ୍ୟରୁ 7,774 କୋଟି ଟଙ୍କା ଜରୁରିକାଳୀନ ଆବଶ୍ୟକତା ଓ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ଉଦ୍ଦିଷ୍ଟ। ଏହି ମଧ୍ୟବର୍ତ୍ତିକାଳୀନ ସହାୟତା 1 ବର୍ଷରୁ 4 ବର୍ଷ ମଧ୍ୟରେ ବିଭିନ୍ନ ମିଶନ ଆକାରରେ ଖର୍ଚ୍ଚ କରାଯିବ । ଏହି ପ୍ୟାକେଜର ମୁଖ୍ୟ ଉଦ୍ଦେଶ୍ୟ ହେଲା କୋଭିଡ-19 ପ୍ରକୋପକୁ ରୋଗ ନିରୂପଣ ଦ୍ଵାରା ସମାଧାନ କରିବା, ସଂକ୍ରମିତ ରୋଗୀଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ଉପକରଣ ପ୍ରଦାନ କରିବା, ରାଜ୍ୟ ଓ ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ପଦ୍ଧତିକୁ ଅଧିକ ସରଳ କରି ଏହାର ପ୍ରଭାବ ହ୍ରାସ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ସମଗ୍ର ଯୋଜନାକୁ ଯୁଦ୍ଧ କାଳୀନ ଭିତ୍ତିରେ…

Read More

ବବୁଲୁ ସାହୁ ମ.ରାମପୁର( କଳାହାଣ୍ଡି): ସମଗ୍ର ରାଜ୍ୟ କରୋନା ସହ ଲଢେଇ କରୁଥିବା ବେଳେ ମ.ରାମପୁର ବ୍ଲକର ଅସହାୟ ନୀରିହ ଲୋକେ ଘରୁ ବାହାରି ନ ପାରି ନାନା ପ୍ରକାର ହଇରାଣ ହରକତ ହେେଉଛନ୍ତି। ପ୍ରତ୍ୟହ କାମଧନ୍ଦା କରି ଜୀବିକା ନିର୍ବାହ କରୁଥିବା ଏହି ଲୋକମାନେ ବର୍ତ୍ତମାନର ଏହି ସମୟରେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି। ଲକଡାଉନ ଯୋଗୁଁ ଲୋକେ ଘରୁ ବାହାରି ପାରୁନଥିବା ବେଳେ ଅସହାୟଙ୍କ ପରିବାରରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଅସହାୟ ନୀରିହ ଗରିବ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ସି ଆର ପି ଏଫ ର ୬୪ ବାଟାଲିୟନ। ମୋହନଗିରିଠାରେ ଥିବା ସ୍ୱତନ୍ତ୍ର ବାଟାଲିୟନ ଇନସପେକ୍ଟର ଜିଡି ମଦନ ସିଂହ, ସିଇଓ ସୁରେଶ କୁମାର ତଥା ଅନ୍ୟାନ୍ୟ କର୍ମଚାରୀମାନେ ମିଶି ସ୍ଥାନୀୟ ଲୋକମାନଙ୍କୁ ରାସନ ସାମଗ୍ରୀ, ବିସ୍କୁଟ, ତଥା ଶୁଖିଲା ଖାଦ୍ୟ ଯୋଗାଇଛନ୍ତି। ଲକଡାଉନ ସମୟରେ ସ୍ଥାନୀୟ ମାଓ ଉପଦ୍ରବ ଅଂଚଳରେ ସିଆରପିଏଫ…

Read More

ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଦେଖାଯାଉଥିବା ଅସୁବିଧାକୁ ପୂରଣ କରିବା ପାଇଁ ଏବଂ ସାଂପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ କରିବା ଲକ୍ଷ୍ୟ ନେଇ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରମାନ ଆୟୋଜିତ କରାଯାଉଛି। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ମନୋଜ କୁମାର ମହନ୍ତ ଏବଂ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, କେସିଙ୍ଗା ଓ ସଦର ଏସଡିପିଓଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପଦସ୍ତ ପୋଲିସ ପଦାଧିକାରୀ ଏବଂ ସମସ୍ତ ଥାନାର ଥାନାଧ୍ୟକ୍ଷ ମାନେ ପ୍ରତ୍ୟକ୍ଷ ଭାବେ ଏହିସବୁ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। କୋଭିଡ଼-୧୯ ପ୍ରଭାବରେ ଲକଡାଉନ ସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଏହି ରକ୍ତଦାନ ଶିବିର ସବୁ ଅନିଷ୍ଠିତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ପଦାଧିକାରୀ ଏବଂ ରକ୍ତ ଭଣ୍ଡାର କର୍ମଚାରୀ ମାନେ ସହଯୋଗ କରିଛନ୍ତି। ଗତ…

Read More

 ଉତ୍ତରପ୍ରଦେଶ: କରୋନା ମହାମାରୀକୁ ନେଇ ସମଗ୍ର ଦେଶରେ ଲକ ଡାଉନ ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଜଣା ଲୋକଙ୍କ ଗୁଳିମାଡ଼ରେ ବାପ-ପୁଅ ମୃତ ହୋଇଥିବା ଖବର ହସ୍ତଗତ ହୋଇଛି। ଉଭୟ ବାପ ପୁଅ ଧାନ କିଣିବାକୁ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଉତ୍ତରପ୍ରଦେଶର ଫାରଦାନା ପୋଲିସ ଷ୍ଟେସନ ଅନ୍ତର୍ଗତ ମାନକିପୁରା ଗ୍ରାମରେ ଅଜଣା ଲୋକଙ୍କ ଦ୍ଵାରା ଏହି ଆକ୍ରମଣର ଶିକାର ହୋଇଥିଲେ ବାପ-ପୁଅ। ପୋଲିସର ସୂଚନାନୁସାରେ, ରମେଶ ଶୁକ୍ଲା(୪୮), ତାଙ୍କ ପୁଅ ଭୋଳୁ ଶୁକ୍ଲା(୨୮) ଜଣେ ସାଙ୍ଗଙ୍କ ସହ ମାନକିପୁରା ଗ୍ରାମରେ ଧାନ କିଣିବାକୁ ଯାଉଥିବାବେଳେ ଅଜ୍ଞାତ ବ୍ୟକ୍ତିମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଆକ୍ରମଣକାରୀମାନେ ମଧ୍ୟ ଗୁଳି ଚଳାଇବା ପରେ ଭୋଳୁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଭୋଳୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାପା ରମେଶଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି…

Read More

ବଲାଙ୍ଗିର: ବଲାଙ୍ଗିରର ଘରୋଇ ନର୍ସିଂ ହୋମ୍‌ ହରିହର ହସ୍ପିଟାଲ୍‌ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଥିବା କୋଭିଡ୍‌-19ର ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରିଥିବାରୁ ନର୍ସିଂହୋମକୁ ସିଲ୍‌ କରିଛି ବଲାଙ୍ଗିର ଟାଉନ୍‌ ଥାନା ପୋଲିସ୍‌। କରୋନାର ମୁକାବିଲା କରିବା ପାଇଁ ରାଜ୍ୟସରକାର ବହୁ କଡା ପଦକ୍ଷେପ ନେଉଛନ୍ତି। ନର୍ସିଂହୋମ୍‌ ତଥା ଘରୋଇ କ୍ଲିନିକ୍‌ଗୁଡିକ ରାଜ୍ୟସରକାରଙ୍କ ପ୍ରଦତ୍ତ କୋଭିଡ-19 ଗାଇଡ୍‌ ଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସିଲ୍‌ ହୋଇଥିବା ନର୍ସିଂହୋମ୍‌ଟି ସାମାଜିକ ଦୂରତା, ଏବଂ ସାନିଟାଇଜେସନ୍ କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ କରିଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନର୍ସିଂ ହୋମକୁ ସିଲ୍ କରିଛି।

Read More

ଭୁବନେଶ୍ବର: ଆଜି କରୋନା ଅପଡେଟ୍‌ ନେଇ ସୂଚନା ଦେଇଛନ୍ତି କୋଭିଡ-19ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ କହିବା ସହିତ କେତେକ ଗୁରୁତ୍ବପୂର୍ଣ୍ଣ କଥା ମଧ୍ୟ କହିଛନ୍ତି। ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଇଥିବା ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ସମ୍ପର୍କରେ ସୂଚାନ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସଂକ୍ଷେପରେ ଜଣାଇଛନ୍ତି ବାଗ୍‌ଚୀ। କରୋନାର ଅପଡେଟ୍‌ ସୂଚନା ଦେଇ ବାଗ୍‌ଚୀ କହିଛନ୍ତି ଯେ, ଭାରତୀୟ କରୋନା ସଂକ୍ରମିତ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା 16ତମ ରହିଛି। ଆଜି ସକାଳ ସୁଦ୍ଧା 2841ଟି ନମୁନା ପରୀକ୍ଷା ହୋଇଥିବାବେଳେ ପଜିଟିଭି ବ୍ୟକ୍ତିଙ୍କ ସଂଖ୍ୟା 44 ରହିଛି। ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ଦୁଇଜଣ। ଜଣେ ଏହି ରୋଗରେ ମୃତ୍ୟୁ ବରଣ କରିଥିବାବେଳେ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା 41 ରହିଛି। ସେହିପରି କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ ଅଛନ୍ତି 106ଜଣ। ଏହି ପ୍ରେସ୍‌ ମିଟ୍‌ରେ ଆଜି କୋଭିଡ୍‌ ହସ୍ପିଟାଲ୍‌ ସମ୍ପର୍କରେ ମଧ୍ୟ…

Read More

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟସରକାର ବେଶ୍‌ କଡା ପଦକ୍ଷେପ ନେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଲକ୍‌ ଡାଉନ୍‌ର ଅବଧିକୁ ଏପ୍ରିଲ୍‌ 30 ପର୍ଯ୍ୟନ୍ତ ଘୁଞ୍ଚାଇଥିବାବେଳେ ଏବେ ମାସ୍କକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସାରା ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି  ନିଆଯାଇଛି । ପ୍ରଥମ ତିନିଥର ଆଇନ ଉଲ୍ଲଂଘନ କଲେ 200 ଶହ ଲେଖାଏଁ ଜରିମାନା । ତିନିଥର ପରେ ମାସ୍କ ନ ପିନ୍ଧିଲେ ଜରିମାନା ପରିମାଣ 5ଶହକୁ ବଢିବ। ଆଜିଠାରୁ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

Read More

ନୂଆଦିଲ୍ଲୀ : ମନ ଇଚ୍ଛା ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ନ ଖାଇବାକୁ ପରାମର୍ଶ ଦେଇଛି କେନ୍ଦ୍ରସ୍ବାସ୍ଥ୍ୟ ବିଭାଗ ।  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ଆଜି ପ୍ରେସ୍‌ ମିଟ୍‌ରେ ସୂଚନା ଦେଇ ଏହା କହିଛନ୍ତି । କରୋନା ପଜିଟିଭିଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତରଙ୍କୁ ଏହା ଦିଆଯାଉଛି । କରୋନା ପଜିଟିଭି ସଂସ୍ପର୍ଶରେ ଆସୁଥିବା ଡାକ୍ତର, ନର୍ସଙ୍କୁ ଏହା ଖାଇବାକୁ କୁହାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ଏହି ମେଡିନ୍‌ ଖାଆନ୍ତୁନି, ଏହାର ପାର୍ଶ୍ବ ପ୍ରତିକ୍ରିୟା ଅଛି ବୋଲି କହିଛନ୍ତି ଲବ୍‌ ଅଗ୍ରଓ୍ବାଲ । ଏହା ହୃଦରୋଗ ଜନିତ ସମସ୍ୟା ବହୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସୂଚନା ଦେଇଛନ୍ତି । କରୋନା ଅପଡେଟ୍‌ ନେଇ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି ଯେ,  ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 541 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ ଦେଶରେ ମୋଟ 5734…

Read More