Author: Samikhsya Bureau

ଜମ୍ମୁ : କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ବଳ (ସିଆରପିଏଫ୍‌) ଆଜି କାଶ୍ମୀର ଘାଟିରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଏଥିପାଇଁ ଶ୍ରୀନଗରରେ ହେଲ୍ପ ଲାଇନ୍‌ ଜରିଆରେ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ଜିନିଷ ସହିତ ରାସନ ସାମଗ୍ରୀ ପହଞ୍ଚାଇବେ । ପ୍ରତ୍ୟେକ ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ଘରେ ପହଞ୍ଚାଇବା ପାଇଁ ସିଆରପିଏଫ୍‌ ତରଫରୁ ଏକ ହେଲ୍ପ ଲାଇନ ଜାରି ହୋଇଛି । 14411 ବା 9469793260 ଜରିଆରେ କଲ୍‌ କଲେ ଘର ନିକଟରେ ସାମଗ୍ରୀ ପାଇପାରିବେ ।  ସିଆରପିଏଫ୍‌ର ରାଜେଶ କୁମାରଙ୍କ କହିବାନୁସାରେ ଲକ୍‌ଡାଉନ୍ ଆରମ୍ଭ ହେଲା ପରଠାରୁ ଲୋକାଲ୍‌ ୟୁନିଟ୍‌କୁ ବହୁତ ସାରା କଲ୍‌ ଆସୁଛି । ୟୁନିଟ୍‌ ନିଜେ ଗରିବ ଲୋକଙ୍କ ନିକଟକୁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଉଛି । କିନ୍ତୁ ଏବେ ଏହି ଦାବି ବଢିବାର ସମସ୍ତ ସିଷ୍ଟମକୁ ଏକତ୍ର କରି ଏକ ହେଲପ ଲାଇନ୍‌ ସହିତ ଯୋଡାଯାଇଛି । ଆଜିଠାରୁ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : ଆଜିଠୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ବାହାରକୁ ଗଲେ ମୁହଁରେ କପଡ଼ା ଦେବା ଜରୁରୀ। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଣିକି ସମସ୍ତେ ମାସ୍କ ପିନ୍ଧିବାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି। ଏହ ପରିପ୍ରେକ୍ଷୀରେ ମହ୍ଲାସାହି ମା’ କେନ୍ଦୁଳାଇ  ଗ୍ରାମ କମିଟି ପକ୍ଷରୁ ମାଗଣା ମାସ୍କ ବଣ୍ଟନ କରାଯାଇଛି । 60 ବର୍ଷରୁ ବୟସ୍କଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇଥିଲା । ବଲ୍ଲଭ ଚରଣ ପାଣି ଓ ବିଶ୍ବନାଥ ପାଣିଙ୍କ ନେତୃତ୍ବରେ ଏହି କାର୍ଯ୍ୟ ସମ୍ପାଦନା କରାଯାଇଥିବାବେଳେ ତପନ ମହାନ୍ତି, ପ୍ରସନ୍ନ ପଣ୍ଡା, କୁଳମଣି ଦାସ, ମାଧବ ଚରଣ ପାଣି ଓ ବଳାରାମ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Read More

ଭୁବନେଶ୍ବର : ରାଜ୍ୟରେ ଆଉ ତିନୋଟି ହସ୍ପିଟାଲରେ କରୋନା ଟେଷ୍ଟ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହି ତିନୋଟି ହସ୍ପିଟାଲଗୁଡିକ ହେଲା, ବ୍ରହ୍ମପୁର ମେଡ଼ିକାଲ କଲେଜ, ଭିମ୍‌ସାର୍‌ ଓ ଆଇଜିଏଚ୍‌ । ରାଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇ ମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି । ସେହିପରି ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲରେ ସାନିଟାଇଜ୍‌ ପ୍ରସ୍ତାବ ରଖାଯାଇଛି । ସୂଚନାଯୋଗ୍ୟ, ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା କରିଛି । ଆସନ୍ତା ଏପ୍ରିଲ୍‌ 30 ତାରିଖ ଯାଏଁ ଲକ୍‌ ଡାଉନ୍‌ ରହିବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

Read More

ଢେଙ୍କାନାଳ : ଆଜି ରାଜ୍ୟରେ ଦୁଇଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜଣେ ଢେଙ୍କାନାଳର ହୋଇଥିବାବେଳେ ଆଉ ଜଣେ ପଶ୍ଚିମବଙ୍ଗର । ତେବେ ଢେଙ୍କାନାଳ କରୋନା ଆକ୍ରାନ୍ତ ମହିଳାଙ୍କ ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମ୍ପୃକ୍ତ ମହିଳା କୁଆଡେ ବାହାରକୁ ଯାଇନଥିଲେ ବୋଲି ସୂଚନା ମିଳିଛି । ତେବେ ସେ ବାହାରୁ ଆସିଥିବା କିଛି ଧର୍ମ ପ୍ରଚାରକଙ୍କ ସଂସ୍ପର୍ଶରେ ସେ ଆସିଥିଲେ ବୋଲି ଜଣାପଡିଛି । ସେମାନଙ୍କ ସଂସ୍ପର୍ଶରେ ସେ ଆସିଥିବାରୁ ଆଶଙ୍କା କରାଯାଇ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା । ସମ୍ପୃକ୍ତ ମହିଳାଙ୍କ ସହ 15 ଜଣଙ୍କୁ କ୍ବାରେଣ୍ଟାଇନ୍‌ର ରଖାଯାଇଥିଲା । ତେବେ 15 ଜଣକ ମଧ୍ୟରୁ କେବଳ ଉକ୍ତ ମହିଳାଙ୍କ ରିପୋର୍ଟ ପଜିଟିଭି ଆସିଛି ବୋଲି ଜଣାପଡିଛି । ଅନ୍ୟ14 ଜଣଙ୍କ ନେଗେଟିଭ୍‌ ଆସିଥିଲେ ବି ଆଇସୋଲେସନରେ ରଖାଯିବ ବୋଲି ଜଣାପଡିଛି । ଆଉ 5/6 ଦିନ ପରେ ଉକ୍ତ 14 ଜଣଙ୍କ ପୁଣି…

Read More

ଭୁବନେଶ୍ବର: ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଲକ୍‌ଡାଉନକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରେରଣ କରିଛନ୍ତି। ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟସରକାରଙ୍କ ପଦକ୍ଷେପକୁ ଯେଭଳି ଭାବରେ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡୁଛି। ଅନେକ ତ୍ୟାଗ କରିବାକୁ ପଡୁଛି, କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହାହିଁ ଏକମାତ୍ର ବାଟ। ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା କେସ୍‌ ଆସିଲା ତା’ପରଠାରୁ ଆଜି ପର୍ଯ୍ୟନ୍ତ ୪୪ଟି କେସ୍‌ ଆସିଛି। ଏହି ସମୟ ମଧ୍ୟରେ ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି। ଏହି ସମୟ ମଧ୍ୟରେ…

Read More

ଇନ୍ଦୋର: ଦେଶରେ କରେନାର ବେଶ୍‌ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଦେଶରେ କରୋନା ଜନିତ ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଭାବରେ ଏହି ଘଟଣାଟି ସାମ୍ନାକୁ ଆସିଛି। ଏହି ଡାକ୍ତରଙ୍କ ମୃତ୍ୟୁ ପରେ ଇନ୍ଦୋରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଗତ ଦୁଇଦିନ ତଳେ ଡାକ୍ତରଙ୍କଠାରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ପ୍ରଥମେ ଗୋକୁଳାଦାସ ଓ ପରେ ସିଏଚଏଲ୍‌ରେ ତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ତାଙ୍କୁ ଅରବିନ୍ଦୋକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ଡାକ୍ତରଙ୍କର ମୃତ୍ୟୁ ହୋଇଛି। ଇନ୍ଦୋରରେ କରୋନା ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯ ରହିଥିବାବେଳେ ମୃତ୍ୟୁ…

Read More

ଭୁବନେଶ୍ବର: ରାଜ୍ୟରେ ଆଉ ଦୁଇ ଜଣ କରୋନା ପଜିଟିଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ରାଜ୍ୟସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଢେଙ୍କାନାଳର ଜଣେ ୫୧ ବର୍ଷୀୟ ମହିଳା କରୋନା ପଜିଟିଭି ଚିହ୍ନଟ ହୋଇଥିବାବେଳେ ଦ୍ବିତୀୟ ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ବୋଲି ଜଣାପଡିଛି। ମେଦିନିପୁରରୁ ଆସି ଭୁବନେଶ୍ବରର ଘରୋଇ କ୍ଲିନିକ୍‌ରେ ଚିକିତ୍ସାଧୀନ ରହିଛନ୍ତି ଏହି ବ୍ୟକ୍ତି ଜଣକ। ଏହି ବ୍ୟକ୍ତିଙ୍କ ବୟସ ୬୯ ବର୍ଷ ବୋଲି ଜଣାପଡିଛି। ନୂଆ ଦୁଇଜଣଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭିଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି।

Read More

ଭୁବନେଶ୍ବର: ଜୁନ୍‌ ୧୭ ଯାଏଁ ରାଜ୍ୟର ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି। ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବାର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ପାଇଁ ଏପ୍ରିଲ୍‌ ୧୪ ଯାଏଁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଏହାକୁ ଏପ୍ରିଲ୍‌ ୩୦ ଯାଏଁ ବୃଦ୍ଧି କରିବାକୁ କେନ୍ଦ୍ରକୁ ସୁପାରିଶ୍‌ କରିଛନ୍ତି ନବୀନ ପଟ୍ଟନାୟକ। ସେହିପରି  ଜୁନ୍‌ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ରାଜ୍ୟ ସରକାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ…

Read More

ଭୁବନେଶ୍ବର: ଏପ୍ରିଲ୍‌ ୩୦ ଯାଏଁ ଲକ୍‌ ଡାଉନ୍ ବୃଦ୍ଧି ପାଇଁ  ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି କରାଯାଇଛି। ଏପ୍ରିଲ୍‌ ୩୦ଯାଏଁ ଟ୍ରେନ୍‌ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକ ଭାଇଙ୍କ ଯତ୍ନ ନେବାକୁ ସମ୍ପୃକ୍ତ ରାଜ୍ୟଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ଅଟକି ଥିବା ଶ୍ରମିକଙ୍କ ଯତ୍ନ ନେଉଛନ୍ତି। ଲକ୍‌ ଡାଉନ୍‌ ସମୟରେ କୃଷି କାର୍ଯ୍ୟ ଜାରି ରହିବ। ଶ୍ରମିକମାନଙ୍କ ସୁବିଧା ପାଇଁ ମନରେଗା କାର୍ଯ୍ୟ ଜାରି ରହିବ। ଦେଶର ଅର୍ଥନୀତି ଅପେକ୍ଷା ଆମ ପାଇଁ ଲୋକଙ୍କ ଜୀବନ ଅଧିକ ଗୁରୁତ୍ବପୂର୍ଣ୍ଣ। ରାଜ୍ୟରେ ୧ ଲକ୍ଷ ରାପିଡ୍‌ ଟେଷ୍ଟିଂ ପାଇଁ ଆମେ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାହସର ସହ କରୋନା ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି…

Read More

ସିମିଲା, ବର୍ତ୍ତମାନ ସାରା ବିଶ୍ବ କରୋନା ବିରୋଧରେ ସଂଘର୍ଷ କରିବାରେ ଲାଗିଛନ୍ତି। ଏ କ୍ଷେତ୍ରରେ ସାରା ଦେଶରେ ଥିବା ଏସଏଚଜି ସଦସ୍ୟାମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ହିମାଚଳ ପ୍ରଦେଶର ଏହି ଗ୍ରୁପର ସଦସ୍ୟାମାନେ ଦିନକୁ 15 ହଜାର ମାସ୍କ ପ୍ରସ୍ତୁତ କରିବା ସହିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମିଙ୍କ ପାଇଁ ସ୍ବତନ୍ତ୍ର ପୋଷାକ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

Read More

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଲକ୍‌ ଡାଉନ୍‌କୁ ବେଶ୍‌ କଡାକଡି କରାଯାଇଛି। ଏହା ମଧ୍ୟରେ ଦିଲ୍ଲୀରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ପରିବା ପାଇଁ ଝଗଡା ହେବାରୁ ଜଣେ ବୃଦ୍ଧଙ୍କ ହତ୍ୟା ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ଫର୍ସ ବିହାର ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ବଜାରରେ ଜଣେ ବୃଦ୍ଧଙ୍କୁ ପରିବା ପାଇଁ ଲାଠି ଓ ବାଡି ମାଧ୍ୟମରେ ପିଟି ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ଜଣକ ବୃଦ୍ଧଙ୍କ ପରିବା ନେଇ ପଳାୟନ କରୁଥିବାବେଳେ ବୃଦ୍ଧ ଜଣକ ଅବରୋଧ କରିବାକୁ ଏହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ସଞ୍ଜୟ କଲୋନୀ ଅଞ୍ଚଳର ରହୁଥିବା ଜଣେ ବ୍ୟକ୍ତି ପରିବା ପତ୍ର ନେଇ ନିଜ ଘରକୁ ଯାଉଥିଲେ। ଠିକ୍‌ ସେତିକିବେଳେ ତାଙ୍କ ପଡୋଶୀରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ଝଗଡା…

Read More

ବାଙ୍ଗାଲୁରୁ, ସାରା ଦେଶରେ ଲକ ଡାଉନ ଚାଲିଥିବାରୁ ବହୁଦିନ ଧରି ସମସ୍ତ ଯାତ୍ରୀବାହି ବିମାନ ଚଳାଚଳକୁ ବନ୍ଦ କରିଦିଆଯାଇଛି। ଫଳରେ ବର୍ତ୍ତମାନ ବିମାନ ବନ୍ଦରରେ ଏହି ବିମାନ ଗୁଡିକ ସାମାଜିକ ଦ୍ବରତା ବଜାଇ ରଖି ଏକାନ୍ତବାସରେ ଅଛନ୍ତି।

Read More

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା 5734ରେ ପହଞ୍ଚିଥିବାବେଳେ 166ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛନ୍ତି କେନ୍ଦ୍ର ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ । ଗତ 24 ଘଣ୍ଟା ଭିତରେ 540ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 17ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ସର୍ବମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ରହିଛି 473 । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛି । ଏଠାରେ 1000ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବାବେଳେ 72 ଜଣ ମୃତ୍ୟୁ ବରଣ କରିଥିବାବେଳେ 117ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦିଲ୍ଲୀରେ 669 ଜଣ ଆକ୍ରାନ୍ତ ହୋଇଥିବାବେଳେ  ତେଲେଙ୍ଗାନାରେ 427ଟି ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ 361ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 4 ଜଣ ମୃତ୍ୟୁ ବରଣ କରିଛନ୍ତି । କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

Read More

ନୂଆଦିଲ୍ଲୀ : କରୋନା ଯୋଗୁଁ ବିଶ୍ବ ବେକାବୁ ହୋଇପଡିଛି । ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ ଭାଇରସ୍‌ ବିଶ୍ବର ସମସ୍ତ ରାଷ୍ଟ୍ରରେ ନିଜର କାୟା ବିସ୍ତାର କରି ସାରିଛି । ବିଶ୍ବର ସର୍ବ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏହା କବଳରୁ ମୁକ୍ତ ହୋଇପାରୁନାହିଁ। ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି । ଚବିଶ ଘଣ୍ଟାରେ ଆମେରିକାରେ 1,895ଜଣକର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 35ହଜାର 1286ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 14 ହଜାର 795ରେ ପହଞ୍ଚିଛି । ସେହିପରି ଇଟାଲୀ, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ, ଇରାନ୍‌ ଆଦି ଦେଶରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଇଟାଲୀରେ 1,39,443 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 17,669ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ 1,48,220 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 14…

Read More

ଆମେରିକା : କରୋନା ଭାରଇସ୍‌ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରାକୁଇନ୍‌ର ରପ୍ତାନୀ ଅନୁମତି ମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଧନ୍ୟବାଦ କରିଛନ୍ତି । ଟୁଇଟ୍‌ ଯୋଗେ ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ, ସଂକଟ ସମୟରେ ବନ୍ଧୁମାନଙ୍କ ଭିତରେ ସହଯୋଗ ଅତ୍ୟନ୍ତ ଆବଶ୍ୟକତା ହୋଇପଡିଥାଏ । ହାଇଡ୍ରୋକ୍ସିକ୍ଲୋରାକୁଇନ୍‌ ଉପରେ ନିଷ୍ପତ୍ତି ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ଭାରତର ସାହାଯ୍ୟକୁ କେବେ ଭୁଲି ହେବ ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି ।  ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଭାରତ ଏଭଳି ସହଯୋଗ କରି ପ୍ରକୃତ ମାନବିକତାର ପରିଚୟ ଦେଇଛି ବୋଲି କହିଛନ୍ତି ଟ୍ରମ୍ପ୍‌ । କରୋନ ସଂକଟ ସହ ଲଢେଇ କରୁଥିବା ଆମେରିକା ଭାରତର ସାହାଯ୍ୟ ଚାହିଁଥିଲା । ଏହି ସାହାଯ୍ୟ ମଧ୍ୟରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଏକ ଧମକ ଭରା ବୟାନ ସାମ୍ନାକୁ…

Read More

କେଦାର ମିଶ୍ର ଯେଉଁମାନେ ଚାଇଲ୍ଦିଶ ଗାମ୍ବିନୋଙ୍କର ପ୍ରସିଦ୍ଧ ଗୀତ “ଦିସ ଇଜ ଆମେରିକା” ଶୁଣିଥିବେ ଓ ଏହାର ଭିଡିଓ ଦେଖିଥିବେ, ସେମାନଙ୍କ ପାଇଁ ଆମେରିକା ସ୍ଵପ୍ନର ଦେଶ ନୁହେଁ ବରଂ ଭୟ ଓ ଆତଙ୍କର ଦେଶ। ଆମେରିକାର ପ୍ରାଚୁର୍ଯ୍ୟ ଅଛି, ପଇସା ଅଛି, ସୁଖ ସ୍ଵାଚ୍ଛନ୍ଦ୍ୟ ଅଛି, ହେଲେ ଜୀବନ ନାଇଁ। ଆମେରିକାରେ ବନ୍ଧୁକ ମିଳିବା ସହଜ, ହେଲେ ଔଷଧ ମିଳିବା ଯଥେଷ୍ଟ କଷ୍ଟକର। ଏହାର ପ୍ରମାଣ ଏବେ ପ୍ରତିଦିନ ଆମେରିକାର ଗଣମାଧ୍ୟମରେ ଦେଖୁଛୁ। କରୋନା ସଂକ୍ରମଣ ଏବେ ଆମେରିକାର ଜନ ଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଆଜି ଆମେରିକାରେ ବହୁ ସଂଖ୍ୟକ କରୋନା ରୋଗୀ ମୃତ୍ୟୁ ବରଣ କରିବାର ଏକମାତ୍ର କାରଣ ହେଉଛି, ସେଠି ଭେଣ୍ଟିଲେଟରର ଅଭାବ। କରୋନା ଭୂତାଣୁ ମଣିଷର ଶ୍ଵାସକ୍ରିୟା ଉପରେ ଆକ୍ରମଣ କରୁଥିବାରୁ କେବଳ ଭେଣ୍ଟିଲେଟର ସହାୟତାରେ ରୋଗୀଙ୍କୁ ବଞ୍ଚାଇ ରଖିହେବ। ଆମେରିକାର ପ୍ରମୁଖ ସହର ଗୁଡିକରେ ରହିଥିବା ବଡ ବଡ ଡାକ୍ତରଖାନାରେ ଏବେ ଭେଣ୍ଟିଲେଟର…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ପୂର୍ବାହ୍ନ 10ଟା45 ମିନିଟରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ତେବେ ପ୍ରଥମଥର ପାଇଁ  ଏହି ବୈଠକଟି ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ଏଥିରେ ଅଧ୍ୟକ୍ଷତା କରିବେ । କରୋନା ଭାଇରସର ମୁକାବିଲା ନେଇ ଏହି ବୈଠକରେ ରାଜ୍ୟ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । କ୍ୟାବିନେଟ୍ ବୈଠକ ପରେ ଦିନ 11ଟା30ରେ ମନ୍ତ୍ରିସ୍ତରୀୟ ବୈଠକ ମଧ୍ୟ ବସିବ।

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪,୬୫୩ ଜଣ କଳାକାରଙ୍କୁ ଚଳିତ ମାସ ମାର୍ଚ୍ଚଠାରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଏପରି ୪ ମାସର ପେନ୍‌ସନ୍‌ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥି ପାଇଁ ସର୍ବମୋଟ ୧୬ କୋଟି ୬୩ ଲକ୍ଷ ୩୪ ହଜାର ୪୦୦ ଟଙ୍କାର ଆବଣ୍ଟନ ପତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜାରି କରାଯାଇଛି। ବିଶ୍ବରେ ସଂପ୍ରତି ଦେଖା ଦେଇଥିବା ମହାମାରୀ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣଜନିତ ଭୟାବହତାକୁ ନେଇ ଦେଶରେ ଲକ୍‌ ଡାଉନ୍‌ ଅବସ୍ଥା ସୃଷ୍ଟି ହୋଇଥିବାରୁ ଦୁସ୍ଥ କଳାକାରମାନଙ୍କୁ ସହାୟତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ପେନ୍‌ସନ୍‌ ବାବଦରେ ମାସକୁ ୧୨୦୦ ଟଙ୍କା ହିସାବରେ ଚାରି ମାସ ପାଇଁ ୪୮୦୦ ଟଙ୍କା ଏକକାଳୀନ ଚଳିତ ମାସ ୧୫ ତାରିଖ ମଧ୍ୟରେ ସଂପୃକ୍ତ କଳାକାରମାନଙ୍କ ବ୍ୟାଙ୍କ ଜମାଖାତାକୁ ଇ-ଟ୍ରାନ୍ସଫର ଜରିଆରେ ପଇଠ…

Read More

(ସମୀକ୍ଷା ବ୍ୟୁରୋ) ଆଜି ଓଡିଶା ଲାଗି ଆଶ୍ବସ୍ତିର ଖବର। ରାଜ୍ୟରେ ଆଜି ପରୀକ୍ଷା ହୋଇଥିବା ୪୦୦ ସନ୍ଦିଗ୍ଧ ନମୁନା ନେଗେଟିଭ ବାହାରିଛି। ଅର୍ଥାତ ଆଜି କୌଣସି କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ନାହାନ୍ତି। ଆଜି ଆରଏମଆରସିରେ ୨୬୪, ଏମ୍ସରେ ୬୦ ଓ କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରେ ୭୬ ନମୂନା ପରୀକ୍ଷା ହୋଇଥିଲା। ଏ ଯାବତ ରାଜ୍ୟରେ ମୋଟ ୨୮୪୧ ନମୂନା ପରୀକ୍ଷା ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ରାଜ୍ୟରେ ମୋଟ ୩୯ଜଣ ବ୍ୟକ୍ତିଙ୍କ ଶରୀରରେ  କରୋନା ଭୂତାଣୁ ସକ୍ରିୟ ରହିଛି ଓ ସେମାନଙ୍କର ଚିକିତ୍ସା ଚାଲିଛି।

Read More

ଭୁବନେଶ୍ବର, ବର୍ତ୍ତମାନ ଓଡିଶାର ଭୁବନେଶ୍ବର ହେଉଛି କରୋନା ଭାରସର ହଟସ୍ପଟ। କାରାଣ ସର୍ବାଧିକ ଆକ୍ରାନ୍ତ ଭୁବନେଶ୍ବରରୁ ବାହାରିଛନ୍ତି। ସେଥିପାଇଁ ବିଏମସି ତରଫରୁ ରାଜଧାନୀର କେଉଁ ଅଞ୍ଚଳ ସିଲ୍ କରାଗଲା ଏବଂ କେତେ ପରିଧୀ ପର୍ଯ୍ୟନ୍ତ କରାଗଲା ତାହାର ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି। ସେଗୁଡିକ ହେଲା 1-ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ମୋଟ ୩୪ଟି କରୋନା ପଜିଟିଭ୍‌ କେସ୍‌ରୁ ବର୍ତ୍ତମାନ ୩୧ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି। 2-୩୪ଟି କରୋନା ପଜିଟିଭ୍‌ କେସ୍‌ ମଧ୍ୟରୁ ବଡଗଡ଼ ଅଞ୍ଚଳର ଜଣେ, ଭରତପୁରର ଜଣେ, ଶହୀଦନଗରର ଜଣେ, ସୂର୍ଯ୍ୟନଗରର ୮ ଜଣ, ବମିଖାଲର ୧୪ ଜଣ, କପିଳପ୍ରସାଦର ଜଣେ, ସତ୍ୟନଗରର ୪ ଜଣ, ୟୁନିଟ-୫ର ଜଣେ, ମହିଷାଖାଲ(ବିଜେବି ନଗର)ର ଜଣେ, ମଧୁସୂଦନ ନଗର(ୟୁନିଟ୍‌-୪)ର ଜଣେ, ଝାରପଡ଼ାର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। 3-ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ (ସଂକ୍ରମଣ ପ୍ରତିହତ ଅଞ୍ଚଳ) ଭାବରେ ଚିହ୍ନଟ କରାଯାଇଛି । ଯେଉଁ ଅଞ୍ଚଳରେ କରୋନା…

Read More