Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ପୌର ପରିଷଦର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ଜଗତସିଂହପୁର ବିଜେଡ଼ିର ନଗର ସଭାପତି ରତ୍ନାକର ଲେଙ୍କା(୮୫) ଙ୍କ ର ମଙ୍ଗଳବାର ପରଲୋକ ହୋଇଯାଇଛି। ସେ ୨୦୦୩ ରୁ ୨୦୦୮ ପର୍ଯ୍ୟନ୍ତ ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନ ୧୨.୩୦ ସମୟରେ ଗୋପାଳସାଗର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ତଥା ପୂର୍ବତନ କାଉନସିଲର ହେମନ୍ତ କୁମାର ଲେଙ୍କା,ରାଜେନ୍ଦ୍ର କୁମାର ଲେଙ୍କା ସମେତ ପୁତ୍ର ବଧୂ ,ନାତି ନାତୁଣୀ ସୁବ୍ରତ, ସମିତ, ସିଦ୍ଧାର୍ଥ,ସତିଶ, ସୁଦେଶ୍, ଶର୍ମିଷ୍ଠା ଓ ପରିଜନମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ପୂର୍ବତନ ମନ୍ତ୍ରୀ ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ,କଟକ ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ…

Read More

ବ୍ରାଜିଲ୍‌: କରୋନା ଭାଇରସକୁ ନେଇ ସାରା ବିଶ୍ବ ଏବେ ସଂକଟରେ। ଏହା ମଧ୍ୟରେ ଭାରତ ତରଫରୁ  ଅଧିକ ପ୍ରଭାବିତ ଦେଶକୁ ଯଥା ସମ୍ଭବ ସାହାଯ୍ୟ କରାଯାଉଛି। ଆମେରିକା ପରେ ଏବେ ବ୍ରାଜିଲ୍‌ ଭାରତକୁ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି। ଏହି ଚିଠିରେ ବ୍ରାଜିଲ୍‌ ରାଷ୍ଟ୍ରପତି ଭାରତର ସାହାଯ୍ୟକୁ ହନୁମାନଙ୍କ ଦ୍ବାରା ଅଣାଯାଇଥିବା ସଞ୍ଜୀବନୀ ସହିତ ତୁଳନା କରିଛନ୍ତି। ବ୍ରାଜିଲ୍‌ ରାଷ୍ଟ୍ରପତି ଏପ୍ରିଲ୍‌ ସାତ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ଭାଇରସ୍‌ ସମ୍ପର୍କରେ ଚିଠି ଲେଖିଥିଲେ। ଏଥିରେ ଭାରତ-ବ୍ରାଜିଲ୍‌ର ବନ୍ଧୁତ୍ବ କଥାର ଉଲ୍ଲେଖ କରିଥିଲେ। ବ୍ରାଜିଲ୍‌ ରାଷ୍ଟ୍ରପତି କହିଛନ୍ତି ଯେ, ସଂକଟ ସମୟରେ ଭାରତ ଯେପରି ଭାବରେ ବ୍ରାଜିଲ୍‌ର ସାହାଯ୍ୟ କରିଛି। ଏପରି ତ ରାମୟାଣରେ ହନୁମାନଜୀ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ସମୟରେ ସଞ୍ଜିବନୀ ଆଣି କରିଥିଲେ। ଆଜି ଦେଶରେ ହନୁମାନ…

Read More

ଉହାନ: କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନା ଦେଶର ହୁବେଇ ରାଜ୍ୟର ଉହାନରୁ ଗତକାଲି ମଧ୍ୟରାତ୍ରିରୁ ଲକ୍‌ଡାଉନ୍ ହଟିଛି। ଦୀର୍ଘ 76 ଦିନ ପରେ ଚାଇନା ସରକାର ଲକ୍‌ଡାଉନ୍ ହଟାଇଛନ୍ତି। ଏଣିକି ଉହାନବାସୀ ପୂର୍ବ ଭଳି ନିଜ ନିଜର କାମ କରିପାରିବେ। ଗତବର୍ଷ ଡିସେମ୍ୱର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା। ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ 23ରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। କରୋନା ଭାଇରସ ପାଇଁ ଚାଇନାରେ 3300ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। 82 ହଜାରରୁ ଅଧିକ ଲୋକ କେବଳ ଉହାନରୁ ସଂକ୍ରମିତ ହୋଇଥିଲେ। ନିକଟରେ ସପ୍ତାହେ ହେବ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି କି ଏହି ମହାମାରୀରେ କେହି ମୃତ୍ୟୁ ବରଣ କରିନଥିବା ଦେଖିବାକୁ ମିଳିଛି। ତେବେ ଲକ୍‌ଡାଉନ୍‌ ଉଠିବା ପରେ ସେଠାକାର ଲୋକମାନେ ସେହି ସହର ଛାଡୁଥିବାର ଦେଖାଯାଉଛି । ସେଠାରେ ଟ୍ରେନ୍‌ ଓ ବିମାନ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ସତ୍ୟନଗରକୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମସି । ସତ୍ୟନଗର ଛକରୁ କାଳୀମନ୍ଦରି ଛକ, କାଳୀମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର ଛକ ଓ ପତଞ୍ଜଳି ଷ୍ଟୋର ଛକରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅପିସର୍ସ କ୍ବାର୍ଟସ୍‌ ଛକରୁ ବିଗ୍‌ବଜାର ଛକକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳରୁ କେହି ଯାଇପାରିବେନି କି କେହି ପଶି ପାରିବେନି। ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ବାହାରିବ ମନା । ଲୋକଙ୍କର ଜରୁରୀ ଆବଶ୍ୟକ ପୂରଣ ଲାଗି ବିଏମ୍‌ସିର ଏକ ଟିମ୍‌ ଗଠନ କରାଯାଇଛି । ବିଏମ୍‌ସି ତରଫରୁ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଲାଗି ହେଲ୍ପ ଲାଇନ୍‌ ନମ୍ବର ଜାରି ହୋଇଛି । ଜାରି ହୋଇଥିବା ନମ୍ବରଟି 1929 ।  ସତ୍ୟ ନଗର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି। ଚିହ୍ନଟ ବ୍ୟକ୍ତିଙ୍କ କୌଣସି ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ନଥିବାରୁ ବିଏମସି ତରଫରୁ…

Read More

ନୂଆଦିଲ୍ଲୀ : ଦେଶରେ ଉଦ୍‌ବେଗଜନକ ଭାବେ ମାଡ଼ି ଚାଲିଛି ମହାମାରୀ କରୋନା। ଗତ 24 ଘଣ୍ଟାରେ ଦେଶରେ କୋଭିଡ୍ ସଂକ୍ରମଣରେ 13ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 124ରେ ପହଞ୍ଚିଛି। ଗତ 24 ଘଣ୍ଟାରେ 508  ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 4789କୁ ବୃଦ୍ଧି ପାଇଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା 353 ରହିଛନ୍ତି । ଦେଶରେ ସର୍ବାଧିକ ଆକ୍ରାନ୍ତଙ୍କ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 800 ଟପିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟାରେ 48କୁ ବୃଦ୍ଧି ହୋଇଛି ସେହିପରି 56 ଜଣ ଆରୋଗ୍ୟ ଲାଭ କରିଛି । ସେହିପରି  ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 165ରେ ପହଞ୍ଚିଥିବାବେଳ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଛି । ଗୁଜରାଟ ଜାମନଗର ଅଞ୍ଚଳରେ କରୋନାରେ ଆକ୍ରାନ୍ତ 14 ମାସ ଶିଶୁର ମୃତ୍ୟୁ ହୋଇଛିା ମିଳିଥିବା ସୂଚନା ଅନୁସାରେ ପ୍ରବାସୀ ଶ୍ରମିକଙ୍କ ଏହି…

Read More

ଭୁବନେଶ୍ବର, ଆସନ୍ତକାଲି ଗୁରୁବାର ସକାଳ 10ଟା 45 ମିନିଟରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ତେବେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କାରଣ ବର୍ତ୍ତମାନ ଅଫିସ ବନ୍ଦ ଥିବାରୁ ଏବଂ ସମସ୍ତେ କରୋନା ମୁକାବିଲାରେ ଲାଗିଥିବାରୁ କ୍ୟାବିନେଟ ଏଜେଣ୍ଡା ଦିଆଯାଇ ନାହିଁ। ହେଲେ ବର୍ତ୍ତମାନ ପରିସ୍ଥିତିରେ କ୍ୟାବିନେଟ ବୈଠକ ଡକାଯାଇଛି ଅର୍ଥ କରୋନା ମୁକାବିଲା ବ୍ୟତିତ ଅନ୍ୟ କିଛି ହୋଇ ନ ଥିବା ବୋଲି ଜଣେ ମନ୍ତ୍ରୀ କହିଛନ୍ତି। ତେବେ ଏହି ବୈଠକରେ ରାଜ୍ୟରେ ଲକଡାଉନ ଅବଧି ଆଉ କିଛି ସପ୍ତାହ ବୃଦ୍ଧି ପାଇଁ ନିଷ୍ପତି ହୋଇପାରେ ବୋଲି ଜଣାପଡିଛି। ଏହି କ୍ୟାବିନେଟ ବୈଠକ ମଧ୍ୟ ରାଜ୍ୟ ରାଜନୀତିରେ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି। କାରଣ ବର୍ତ୍ତମାନ କୋରନା ପାଇଁ ସମସ୍ତ ବୈଠକ ଏବଂ ଏକାଠି ବସିବା ବାତିଲ କରାଯାଇଥିବାରୁ ଏହା ସଂପୂର୍ଣ୍ଣ ଭିଡିଓ କନଫ୍ରେନସିଂ ମାଧ୍ୟମରେ ହେବ।…

Read More

ନୂଆଦିଲ୍ଲୀ: ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ। ଗତ 24 ଘଣ୍ଟାରେ ଦୁଇ ହଜାର ଟପିଲା ମୃତ୍ୟୁ ସଂଖ୍ୟା। ଆମେରିକାରେ କରୋନା ରୋଗୀଙ୍କ ସଂଖ୍ୟା 4ଲକ୍ଷକୁ ଟପିଲାଣି। ସେହିପରି ମୃତ୍ୟୁ ସଂଖ୍ୟା 12ହଜାରକୁ ଟପିଛି। ସେହିପରି ଆମେରିକାରେ 21,674ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ ଜଣେ ମୂଳ ଭାରତୀୟ ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି। ଆମେରିକା ପରି ଇଟାଲୀ, ଫ୍ରାନ୍ସ, ସ୍ପେନ୍‌, ଜର୍ମାନୀ, ବ୍ରିଟେନ୍‌ ଆଦି ଦେଶରେ ମଧ୍ୟ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି। ଚୀନ୍‌ର ବୁହାନସହରରୁ ଆରମ୍ଭ ହୋଇଥିବା ଏହି କରୋନା ସାରା ବିଶ୍ବରେ ମହାମାରୀ ରୂପ ଧରିଛି। ଇଟାଲୀରେ 17 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଫ୍ରାନ୍ସରେ 10 ହଜାର ଟପିଛି କରୋନା ମୃତ୍ୟୁ ସଂଖ୍ୟା। ସେହିପରି ସ୍ପେନ୍‌ରେ 14 ହଜାର ଟପିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ବର୍ତ୍ତମାନ ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 82,080 ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1,431,706ରେ ପହଞ୍ଚିଛି। ସେହିପରି…

Read More

ଭୁବନେଶ୍ବର, ଆଜି ପର୍ଯ୍ୟନ୍ତ ରାଜ୍ୟରେ ସର୍ବମୋଟ 2 ହଜାର 4 ଶହ 41ଟି  ନମୂନାର କୋଭିଡ19 ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 42ଟି  ପଜେଟିଭ ରିପୋର୍ଟ ଆସିଛି। ଗତକାଲି ରାତି 11 ଟା ସୁଦ୍ଧା ପରୀକ୍ଷା କରାଯାଇଥିଲା 251ଟି ନମୂନା। ସେଥିମଧ୍ୟରୁ ଆରଏମଆରସିରେ 150ଟି, ଏମସରେ 41ଟି ଏବଂ ଏସିବିରେ 60ଟି ନମୂନା ପରୀକ୍ଷା କରାଯାଇଥିଲା। ରାଜ୍ୟ ସ୍ବସ୍ଥ୍ୟ ବିଭାଗ ହିସାବ ଅନୁସାରେ 7 ତାରିଖ ରାତି 11 ଟା ସୁଦ୍ଧା ଓଡିଶାର କୋଭିଡ19 ର ଅପଡେଟ ହେଲା ମୋଟା କୋଭିଡ19 ନମୂନା ପରୀକ୍ଷା- 2441 ଗତକାଲି ରାତି 11 ସୁଦ୍ଧା ପରୀକ୍ଷା- 251 ସେଥିରେ ଆରଏମଆରସିରେ-150ଟି ଏମସରେ- 41ଟି ଏସସିବିରେ-60ଟି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା-42 ଭଲ ହୋଇଛନ୍ତି-2 ଜଣ ମୃତ୍ୟୁବରଣ-01 ବର୍ତ୍ତମାନ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ସଂଖ୍ୟା-39

Read More

ଗଂଜାମ, କରୋନା ମୁକାବିଲା ପାଇଁ ଗଂଜାମ ଜିଲ୍ଲାର ଗୋରାପଲ୍ଲୀ ଟୋଲ ଗେଟକୁ ସିଲ କରି ଦିଆଯାଇଛି। ଘରୋଇ ଗାଡିକୁ ଛାଡି ଦିଆଯାଉ ନାହିଁ। ଦିନରାତି ପୋଲିସ ତରଫରୁ ପ୍ରହରା ଦିଆଯାଉଛି।

Read More

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଯୋଗ୍ୟ ରାସନ୍ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିଲେ। ସେହି ଅନୁସାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେଏହି ରାଶି ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ସୁଦ୍ଧା ୧୫ ଲକ୍ଷ ୯୨ ହଜାର ୩୧୨ ଜଣ କାର୍ଡଧାରୀ ପରିବାରଙ୍କୁ ୧୦୦୦ ଟଙ୍କାର ଲେଖାଏଁ ପ୍ରଦାନ କରାଯାଇଛି। ଏଥିରେ ମୋଟ ୧୫୯ କୋଟି ୨୩ ଲକ୍ଷ ୧୨ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ଆଜି ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୭୮ ପ୍ରତିଶତ ରାସନ୍ କାର୍ଡଧାରୀ ପରିବାରଙ୍କୁ ନଗଦ ଅର୍ଥ ପ୍ରଦାନ କରାଯାଇଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୪୪.୫ ପ୍ରତିଶତ କାର୍ଡଧାରୀଙ୍କୁ ଏହି ରାଶି ପ୍ରଦାନ କରାଯାଇଛି।

Read More

ଭୁବନେଶ୍ୱର : ଘରୋଇ ରନ୍ଧନ ଗ୍ୟାସ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଏହାର ଯୋଗାଣ ଓ ପରିବହନକୁ ଏକ ଅତ୍ୟାବଶ୍ୟକ ସେବା ଭାବରେ ଘୋଷଣା କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବା କୋଭିଡ୍‌-୧୯ ର ମୁକାବିଲା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲେ ହେଁ ଘରୋଇ ରନ୍ଧନ ଗ୍ୟାସ ପରିବହନ, ଯୋଗାଣ ଓ ବିତରଣକୁ କୌଣସି ପ୍ରକାର କଟକଣାରୁ ମୁକ୍ତ ରଖାଯାଇଛି। ଏଲ୍‌ପିଜି ଆଉଟ୍‌ଲେଟ୍‌ଗୁଡ଼ିକୁ ଘରୋଇ ରନ୍ଧନ ଗ୍ୟାସର ନିରବଚ୍ଛିନ୍ନ ପରିବହନ ଓ ଯୋଗାଣ ଏବଂ ଖାଉଟିମାନଙ୍କୁ ଘର ନିକଟରେ ଏହାର ବିତରଣକୁ ସୁନିଶ୍ଚିତ କରିବା ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପୋଲିସ୍‌ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ଯୋଗାଣ ଅଧିକାରୀ ଏବଂ ତୈଳ କମ୍ପାନୀଗୁଡ଼ିକୁ ଏ…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ଲୋକମାନେ। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ବେହେରା କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ୫ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି। ବ୍ଲକର ଅଧ୍ୟକ୍ଷା ଓ ସରପଞ୍ଚ ମାନେ ଏହି ରାଶି ପ୍ରଦାନ କରିଛନ୍ତି। ସେହିପରି ଓଡ଼ିଶା ରାଜସ୍ବ ଅମଲାସଂଘ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ ସଭାପତି ନିହାର ରଞ୍ଜନ ଦାସ, ସମ୍ପାଦକ ଦୁର୍ଗା ପ୍ରଶନ୍ନ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ରାଜ୍ୟରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କାର ଚେକ୍ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ପୂର୍ବରୁ ରଘୁନାଥପୁର ନୀଳିମା ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୧ହଜାର ଟଙ୍କା ପ୍ରଦାନ କରିଥିଲେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ ସାରା ପୃଥବୀ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି। ଏଭଳି ବିପତ୍ତି ବର୍ତ୍ତମାନର ମଣିଷ ମାନେ କେବେ ବି ଦେଖିନଥିଲେ। ହାହାକାରମୟ, ଆତଙ୍କିତ, ଆଶଙ୍କିତ ପରିବେଶ। ନୀରବତାର ପୃଥିବୀରେ ଏକରୁ ଅନେକ ମଣିଷ ମନରେ ସେଇ କେବଳ ଗୋଟିଏ ପ୍ରଶ୍ନ, କେବେ ଘଟିବ ଅନ୍ତ? କରୋନାର କରୁଣ ପ୍ରହାର ଆଗରେ ହାର ମାନିଛି ସଭ୍ୟ ସମାଜର ଜ୍ଞାନବିଜ୍ଞଶନ ବୌଦ୍ଧିକ ଚେତନାର ସମସ୍ତ ସୂତ୍ର। ହେଲେ ଯେଉଁ ମଣିଷମାନେ ପ୍ରତିଦିନ ସନ୍ତୁଳିତ ହୋଇ ଅକୁହା ବେଦନାର ଚିନ୍ତାଗ୍ରସ୍ତ ଚାପରେ ଷଢ଼ୁଛନ୍ତି ସେଇ ମଣିଷର କଥା, ବ୍ୟଥା ଲେଖିଲେ କଲମ ମଧ୍ୟ କାନ୍ଦି ଉଠିବ। ଗଂଜାମ ଜିଲ୍ଲାରେ ୧୬ ଦିନ ପୂରଣ କରିଛି ଲକ୍‌ଡ଼ାଉନ୍। ବ୍ରହ୍ମପୁର ସହରର ନିକଟବର୍ତ୍ତୀ ଅଂଚଳରେ ବସବାସ କରୁଥିବାଖଟିଖିଆ, ଦିନ ମଜୁରିଆ, ରିକ୍‌ସା ଚାଳକ ଶ୍ରମ ଜୀବନର ଦୁଃଖ ଅଜାଡ଼ି ହୋଇ ପଡ଼ିଛି ପାହାଡ଼ ଉପରେ ଏମାନଙ୍କ ସଂସାରରେ। ଛୋଟ କୁଡ଼ିଆ ତଳେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି କୋଭିଡ-୧୯ର ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ୨୩ତମ ସଂସ୍କରଣରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଈଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଯୁଦ୍ଧରେ ମହାଯୋଦ୍ଧା ସାଜିଥିବା ଏହି  ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ଦିନଟିକୁ ଉତ୍ସର୍ଗୀକୃତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସ୍ବାସ୍ଥ୍ୟ କର୍ମୀ, ନର୍ସ, ଧାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ। ସେହିପରି ଦେଶ ତଥା ରାଜ୍ୟର ସଂକଟ ସମୟରେ ଆମର ପ୍ରଶାସକମାନେ କେତେ ଦାୟିତ୍ବଶୀଳ ଭାବେ ନିଜ କାର୍ଯ୍ୟ ପ୍ରତି କର୍ତ୍ତବ୍ୟନିଷ୍ଠ ରହୁଛନ୍ତି ସେ ସମ୍ପର୍କରେ ମଧ୍ୟ କହିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ପ୍ରଶାସନିକ କାର୍ଯ୍ୟ କରୁଥିବା ୯୮ବର୍ଷୀୟ ଦାମୋଦର ଚଇନିଙ୍କ ପରଲୋକ ହୋଇଯାଇଛି। ତାଙ୍କର ପୁତ୍ର ତଥା କଟକ ଜିଲ୍ଲାପାଳ ଭବାନୀ ଚଇନି ଏପରି ସମୟରେ ମଧ୍ୟ ନିଜ କର୍ତ୍ତବ୍ୟନିଷ୍ଠତାର ପ୍ରମାଣ ଦେଖାଇଛନ୍ତି। ସେ ପିତାଙ୍କ ମୁତ୍ୟୁ ଖବର ପାଇଁ ମଧ୍ୟ ନିଜ କାର୍ଯ୍ୟକୁ ସମ୍ପାଦନ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଟ୍ରେନିଂ ବେଳେ ଗ୍ରେନେଡ୍‌ ବିସ୍ଫୋରଣରେ ଜଣେ ହାବିଲ୍‌ଦାର ଶହୀଦ। ଏହି ଘଟଣାରେ ଅନ୍ୟ ଦୁଇ ହାବିଲଦାରଙ୍କ ଅବସ୍ଥା ଗୁରୁତର ରହିଛି। ଚନ୍ଦକା ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ଏହି ଦୁର୍ଘଟଣା ଘଟିଛି। ଶହୀଦ୍‌ ହୋଇଥିବା ହାବିଲଦାର ବରଗଡର ୩୦ ବର୍ଷୀୟ ପ୍ରକାଶ ସାହୁ ବୋଲି ଜଣାପଡିଛି। ଜଣେ ଟ୍ରେନି କ୍ୟାଡେଟର ଜୀବନ ବଞ୍ଚାଇବାକୁ ଯାଇ ଶହୀଦ ହୋଇଥିବାର ଜଣାପଡିଛି। ଅନ୍ୟ ଦୁଇ ହାବିଦଲଦାରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ କୋଭିଡ-୧୯ର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍‌ ୨୨୧୫ଟି ସାମ୍ପଲ୍‌ ପରୀକ୍ଷା କରାଯାଇଛି। ୪୨ଟି ପଜିଟିଭି ମିଳିଛି। ଦୁଇଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆଜି ଗୋଟିଏ ଦିନରେ ବିଶ୍ବରେ ୫ ହଜାର ମୃତ୍ୟୁ ଘଟିଛି ବୋଲି କହିଛନ୍ତି ବାଗ୍‌ଚୀ। ସେହିପରି ଆଜି ୨୦୮ଟି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୪୯,୮୮୯କୁ ବୃଦ୍ଧି ଘଟିଛି। ସେହିପରି ଓଡ଼ିଶାର ନିଜାମୁଦ୍ଦିନ ଫେରନ୍ତାଙ୍କ ସଂଖ୍ୟା ୭୦କୁ ବୃଦ୍ଧି ହୋଇଛି ବୋଲି କହିଛନ୍ତି ବାଗ୍‌ଚୀ। ପୂର୍ବରୁ ୨୮ ଜଣ ୧୦୪ଜରିଆରେ ନାମ ପଞ୍ଜୀକରଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଅପିଲ୍‌ ପରେ  ଆଉ ୪୨ଜଣ ନାମ ପଞ୍ଜୀକରଣ କରିଛନ୍ତି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ରାଜ୍ୟରେ ୧୦୪ ହେଲପ୍‌ ଲାଇନ ଜାରି ହୋଇଥିବାବେଳେ ଏବେ ସ୍ବତନ୍ତ୍ର ଟେଲି ମେଡିସିନ୍‌ ହେଲପ୍‌ ଲାଇନ ଜାରି ହେବ ବୋଲି ସୂଚନା ରହିଛି। ରାଜ୍ୟରେ ସ୍ବତନ୍ତ୍ର ଟେଲି ମେଡିସିନ ହେଲପ୍‌ ଲାଇନ ନଂ-୧୪୪୧୦ ଜାରି ହେବ। ଏହି ହେଲପ୍‌ ଲାଇନ୍‌ରେ ଫୋନ୍‌ କଲେ ଡାକ୍ତରୀ ପରାମର୍ଶ ମିଳିପାରିବ ବୋଲି ସୂଚନା ଦେଇଛନ୍ତି ପ୍ରଶାସକ କ୍ରିଷ୍ଣନ କୁମାର। ଟେଲି ମେଡିସିନ୍‌ ପରାମର୍ଶ ପାଇଁ ତିନିଶହ ଡାକ୍ତର ନିଯୁକ୍ତି ହୋଇଛନ୍ତି। ଆସନ୍ତାକାଲି ଦିନ ୧୧ଟାରୁ ଏହି ହେଲପ୍‌ ଲାଇନ୍‌ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି।

Read More

ଭୁବନେଶ୍ବର: କରୋନା ରୋଗୀର ମୃତ୍ୟୁ ଏବଂ ଶବସତ୍କାର ସମ୍ପର୍କରେ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି। ସରକାରଙ୍କ ତତ୍ତ୍ବାବଧାନରେ ତାଙ୍କର ଅନ୍ତିମ ସଂସ୍କାର ହେବ। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ସରକାରୀ ତତ୍ତ୍ବାବଧାନରେ ସଂସ୍କାର ହେବ ବୋଲି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସମ୍ପର୍କରେ କେନ୍ଦ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନାରେ ମୃତ୍ୟୁ ହେଲେ କେନ୍ଦ୍ର ନିର୍ଦ୍ଦେଶନାମା ଅନୁଯାୟୀ ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ବାଗ୍‌ଚୀ। କରୋନାରେ ମୃତ୍ୟୁ ଘଟିଲେ ରାଜ୍ୟସରକାରଙ୍କୁ ହସ୍ପିଟାଲ ଶବ ଦେବ ବୋଲି କହିଛନ୍ତି ବାଗ୍‌ଚୀ।

Read More

ନୂଆଦିଲ୍ଳୀ : ଦେଶରେ ଦିନକୁ ଦିନ କରୋନା ଜନିତ ମାମଲା ବୃଦ୍ଧି ପାଉଛି ଏବଂ ଦିଲ୍ଲୀ ମଧ୍ୟ ପଛରେ ନାହିଁ। ଏପର୍ଯ୍ୟନ୍ତ ଦିଲ୍ଲୀରେ 525ଟି କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଛି ।  ସଂକ୍ରମିତଙ୍କ ମଧ୍ୟରେ 329 ଜଣ ହେଉଛନ୍ତି ନିଜାମୁଦ୍ଦିନ ଫେରନ୍ତା। ଦିଲ୍ଲୀରେ କରୋନାକୁ ସାମ୍ନା କରିବାକୁ ଦିଲ୍ଲୀ ସରକାର ଏକ ବଡ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାକୁ ଫାଇଭ୍‌ଟି ନାମରେ ନାମିତ କରାଯାଇଛି। ଫାଇଭ୍‌ ଟିର ପ୍ରଥମ ଟିରେ ଟେଷ୍ଟିଂ ରହିଥିବାବେଳେ ଦ୍ବିତୀୟ ଟିରେ ଟ୍ରେସିଂ, ତୃତୀୟ ଟିରେ ଟ୍ରିଟିମେଣ୍ଟ, ଚତୁର୍ଥ ଟିରେ ଟିମ୍‌ ଓ୍ବାର୍କ ଓ ପଞ୍ଚମ ଟିରେ ରହିଛି ଟ୍ରାକିଂ ଓ ମନିଟିରଂ । ଏହି ମେଗା ଫାଇଭ୍‌ ଟିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ କିଛି ଦିନ ମଧ୍ୟରେ ଦିଲ୍ଲୀ ସରକାର ଏକ ଲକ୍ଷରୁ ଅଧିକ କରୋନା ଭାଇରସ ପରୀକ୍ଷା କରିବେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ 8500 ଲୋକଙ୍କର…

Read More

ମଧ୍ୟପ୍ରଦେଶ :  କରାେନା ସହ ଲଢେଇରେ କରୋନ ଯୋଦ୍ଧାଙ୍କୁ ସାହାଯ୍ୟ କରୁଛନ୍ତି କଏଦୀମାନେ । କରୋନା ଭାଇରସ୍‌ କାରଣରୁ ସୃଷ୍ଟି ହୋଇଥିବା ସୁରକ୍ଷା ଉପକରଣର ଅଭାବକୁ ଦୂର କରିବାରେ ସାହାଯ୍ୟ କରୁଛନ୍ତି କଏଦୀ । ବୈତୁଲ୍‌ରେ ସ୍ବାସ୍ଥ୍ୟ ଅଧିକାରୀ  କହିଛନ୍ତି ଯେ, କଏଦୀଙ୍କ ସହାୟତାରେ ସୁରକ୍ଷା କିଟ୍‌ ପ୍ରସ୍ତୁତ କରାଯାଊଛି। ପିପିଇ କିଟ୍‌ ସହିତ କଏଦୀମାନେ ପ୍ଲାଷ୍ଟିକ୍‌ର ‘ଫେସ୍‌ ସିଲ୍ଡ’ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଯାହାକୁ ଦଉଡ଼ି ସାହାଯ୍ୟରେ ମୁହଁରେ ଲଗାଯାଇପାରିବ । ବୈତୁଲ୍‌ର ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ମତରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପିପିଓ କିଟ୍‌କୁ ବିକଶିତ କରାଯାଉଛି । ବୈତୁଲ୍‌ ଜେଲର କଏଦୀମାନେ ଏହି କିଟ୍‌ ପ୍ରସ୍ତୁତରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ସାଂସଦଙ୍କ ତରଫରୁ କିଛି ଫଣ୍ଡର ବିନିଯୋଗ କରାଯାଇଛି । ପୂର୍ବରୁ ଏହି କଏଦୀମାନେ ମାସ୍କ ପ୍ରସ୍ତୁତ କରୁଥିଲେ । ଏପର୍ଯ୍ୟନ୍ତ 30 କିଟିସ୍‌ ପ୍ରସ୍ତୁତ କରିସାରିଲେଣି ଏହି…

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ତେରବେଡା ଗ୍ରାମର ଜନୈକା ବିବାହିତା ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରି ନ ଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ ଗତକାଲି ସକାଳେ ରେଢାଖୋଲ ଥାନା ତେରବେଡା ଗ୍ରାମର ଅଶ୍ୱିନୀ କୁମାର ସାହୁଙ୍କ ପତ୍ନୀ ନିଜ ସ୍ୱାମୀ ଏବଂ ନିଜର ଜନୈକ ସଂପର୍କିୟଙ୍କ ସହ ନିକଟସ୍ଥ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ। ସେମାନେ ମହୁଲ ଗୋଟାଉଥିବା ସମୟରେ ନିଖୋଜ ମହିଳା ତାଙ୍କ ସ୍ୱାମୀଙ୍କୁ ଘରକୁ ଯାଇ ଭାତ ଆଣିବାକୁ କହିଥିଲେ। ତାଙ୍କ ସ୍ୱାମୀ ଭାତ ପାଇଁ ଘରକୁ ଯାଇଥିଲେ। ସେମାନେ ଦି ଜଣ ମହିଳା ମହୁଲ ଗୋଟାଉଥିବା ସମୟରେ ହଠାତ୍ ମହିଳା ଜଣଙ୍କ ଜଙ୍ଗଲରୁ ନିଖୋଜ ହୋଇଯାଇଥିଲେ। ସ୍ୱାମୀ ଭାତ ଧରି ଜଙ୍ଗଲରେ ପହଂଚିଲା ବେଳକୁ ସେମାନେ ଆଉ ତାକୁ ପାଇ ନଥିଲେ। ଘରକୁ ଆସି ଗାଁ ଲୋକଙ୍କ ସାମ୍ନାରେ ପ୍ରକାଶ କରିଥିଲେ। ଗ୍ରାମର ୫୦ ଜଣ ଲୋକ ଜଙ୍ଗଲକୁ…

Read More