Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଓଡ଼ିଶାରୁ ପ୍ରଥମ ମୁଣ୍ଡ ନେଲା କରୋନା। ଭୁବନେଶ୍ବର ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି। ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ଭାବେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଝାରପଡା ଅଞ୍ଚଳର ଏହି ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ଶ୍ବାସକଷ୍ଟରେ ପୀଡ଼ିତ ହୋଇ ଏପ୍ରିଲ୍‌ ୪ରେ ଏହି ବ୍ୟକ୍ତି ଜଣକ ଏମ୍ସରେ ଭର୍ତ୍ତି ହୋଇଥିଲେ। ନମୁନା ପରୀକ୍ଷଣରୁ କରେନା ପଜିଟିଭି ଚିହ୍ନଟ ହୋଇଥିଲା। ଗତକାଲି ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ତାଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର କ୍ରୋନିକ ହାଇପରଟେନସନ୍‌ ଥିଲା। ମୃତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଓ କଣ୍ଟେନେମଣ୍ଟ ପ୍ରକ୍ରିୟା ଜାରି ରହିଛି। ପୂର୍ବରୁ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାରର କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା। ବ୍ୟକ୍ତିଙ୍କ ମୃତ୍ୟୁ ପରେ କରୋନା…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ଜଣେ କରୋନା ପଜିଟିଭି ଚିହ୍ନଟ। ଆକ୍ରାନ୍ତ ଜଣକ ୟୁନିଟ୍‌-୪ ମଧୁସୂଦନ ନଗର ଅଞ୍ଚଳର ବୋଲି ଜଣାପଡିଛି।ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଓ କଣ୍ଟାକ୍ଟ ସମ୍ପର୍କରେ କିଛି ଜଣାପଡିନାହିଁ । ଭୁବନେଶ୍ବରରେ ସର୍ବମୋଟ ୩୫ ଜଣ ଆକ୍ରାନ୍ତ ମିଳିଥିବେଳେ। ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ସର୍ବାଧିକ କରୋନା ଆକ୍ରାନ୍ତ ବମିଖାଲରୁ ମିଳିଥିବାବେଳେ ସୂର୍ଯ୍ୟନଗର, କପିଳପ୍ରସାଦ, ଶହିନଗରରୁ ମଧ୍ୟ କରୋନା ଆକ୍ରାନ୍ତ ରହିଛନ୍ତି।

Read More

ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗରେ ସାପ୍ତାହିକ ହାଟରେ ଆଜି ଦେଖିବାକୁ ମିଳିଛି ସାମାଜିକ ଦୂରତ୍ବ। ସାମାଜିକ ଦୂରତ୍ବକୁ ମାନି ଲୋକମାନେ ହାଟରୁ ପରିବାପତ୍ର କିଣିଛନ୍ତି। ଦୋକାନୀଙ୍କଠାରୁ ଆରମ୍ଭ କରି ଗ୍ରାହକମାନେ ସମେସ୍ତ ଏହି ନିୟମକୁ  ସଠିକ୍‌ ରୂପେ ପାଳନ କରିଛନ୍ତି। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ତହସିଲଦାର ପ୍ରଭାସ ରଞ୍ଜନ ଦେହୁରା, ଭାରପ୍ରାପ୍ତ ବିଡିଓ ପୂଜା ଲେଙ୍କା ତତ୍ତ୍ବାବଧାନରେ ଆଜି ଶୃଙ୍ଖଳିତ ଭାବେ ସାମାଜିକ ଦୂରତ୍ବ ନିୟମ ଅନୁସାରେ ହାଟ ଅନୁଷ୍ଠିତ ହୋଇଥିଲା। ଆଜି କୁଜଙ୍ଗ ସାପ୍ତାହିକ ହାଟ କଟକ ପାରାଦ୍ଵୀପ ରାସ୍ତାର ଉଭୟ ପାର୍ଶ୍ବରେ ବସିଥିଲା। ଲୋକମାନେ ନିର୍ଦ୍ଦିଷ୍ଟ ଦୂରତ୍ବରେ ରହି କିଣାକିଣି କରିଥିବାର ନଜର ଆସିଥିଲା। ଲୋକମାନେ ଚାଲି ଚାଲି ପରିବା କିଣିବାକୁ ଆସିଥିବାବେଳେ କେହି କେହି ସାଇକେଲ୍‌ ଦ୍ବାରା ମଧ୍ୟ ବଜାରକୁ ଆସିଥିଲେ। କେହି ଦୁଇଚକିଆ ଯାନର ବ୍ୟବହାର ନ କରିଥିବାବେଳେ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ,…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ମୁକାବିଲାକୁ ନେଇ ଆଜି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରେସ ମିଟ୍‌ କରିଛନ୍ତି। ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ, ଧାଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ସମସ୍ତଙ୍କୁ  ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କୁ କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କିଛି ଡାକ୍ତରଖାନାର  ସ୍ବାସ୍ଥ୍ୟ କର୍ମୀମାନେ କୋଭିଡ୍‌-୧୯ରେ ସଂକ୍ରମିତ ହେବା ଖବର ଆସିବା ପରେ ସାଧାରଣରେ ଟିକେ ଭୟ ସୃଷ୍ଟି ହୋଇଥିଲା। ଏହି ଭୟକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ସଚିବ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୭ଟି କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ଅନ୍ୟାନ୍ୟ ହସ୍ପିଟାଲରେ କୋଭିଡ୍‌ ରୋଗୀ ନାହାନ୍ତି। ରାଜ୍ୟର ବଡ ହସ୍ପିଟାଲ ତଥା କଟକର ଏସ୍‌ସିବିରେ କେହି କରୋନା ସଂକ୍ରମିତ ନଥିବାର ଜଣାଇଛନ୍ତି ସ୍ବାସ୍ଥ୍ୟ ସଚିବ। ସେହିପରି ଲୋକମାନେ କେବଳ କୋଭିଡ୍‌ ହସ୍ପିଟାଲକୁ ଛାଡି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ମହାମାରୀକୁ ଗୁରୁତର ସହ ନେଇ କେନ୍ଦ୍ର ସରକାର ଜାରି କରିଥିବା ୨୧ଦିନିଆ ଲକ ଡାଉନର ନିର୍ଦ୍ଦେଶକୁ ରାଜ୍ୟ ସରକାର କଡ଼ାକଡ଼ି ଭାବେ ପୁରା ରାଜ୍ୟରେ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲକ ଡାଉନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ବାଲୁଗାଁ ଅଞ୍ଚଳକୁ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରିଦର୍ଶନରେ ଆସି ଲକ ଡାଉନର ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣପୁର ଓ ବାଲୁଗାଁ ଅଞ୍ଚଳରେ ଲକ ଡାଉନ କଟକଣାକୁ ଆହୁରି କଠୋର କରିବା ପାଇଁ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ବ୍ୟକ୍ତି ପଦାକୁ ଗାଡ଼ି ନେଇକି ଯାଇପାରିବେନି ଓ ଯଦି ଗାଡ଼ି ନିଅନ୍ତି ତାହାଲେ ତାଙ୍କ ଗାଡ଼ି…

Read More

ବବୁଲୁ ସାହୁ କଳାହାଣ୍ଡି: ପଶ୍ଚିମ ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ କରୋନାକୁ ନେଇ ସଚେତନତାର ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ବ ଅପରିହାର୍ଯ୍ୟ। ସାମାଜିକ ଦୂରତ୍ବକୁ ମାନିବା ସହିତ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ବିଶେଷକରି ଦୋକାନକୁ ଯିବା ସମୟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବର ସହ ନେବାକୁ କହିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ଗହଳି ନ କରିବା ସହିତ ନିର୍ଦ୍ଦିଷ୍ଟ ଦୂରତାରେ ରହି ଦୋକାନରୁ ଜିନିଷ ଆଣିବା ପାଇଁ କହିଛନ୍ତି ଜିଲ୍ଲାପାଳ। ସାମାଜିକ ଦୂରତ୍ବ ରକ୍ଷା କରିପାରିଲେ ଆମେ ସଂକ୍ରମଣରୁ ବର୍ତ୍ତିପାରିବା ବୋଲି କହିଛନ୍ତି ଜିଲ୍ଲାପାଳ। https://www.youtube.com/watch?v=PnpKCM7RLOc ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ସର୍ବମୋଟ 40 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁଇଜଣ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ ଦୁନିଆରେ ଏବେ ଲକ୍‌ ଡାଉନ ସ୍ଥିତି ଉପୁଜିଛି । ଏପରି ସମୟରେ ସମେସ୍ତ ନିଜ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ଏପରି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁଁ ସାରା ଦୁନିଆରେ ଘରୋଇ ହିଂସାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାର ନଜର ଆସିଛି । ଲକ୍‌ ଡାଉନ୍‌ ଯୋଗୁଁ ମହିଳାମାନେ ନିଜ ଘରେ ଅସୁରକ୍ଷିତ ରହୁଥିବାର ସୂଚନା ମିଳିଛି । ସଂଯୁକ୍ତରାଷ୍ଟ୍ରର ମହାସଚିବ ଆଣ୍ଟୋନିଆ ଗୁତାରେସ ଏହି ସମ୍ପର୍କରେ ପୃଷ୍ଟି କରିଛନ୍ତି । କରୋନା ଭାଇରସ୍‌କୁ ହରାଇବା ପାଇଁ ଲକ୍‌ ଡାଉନ୍‌ ଲଗାଯାଇଛି । କିନ୍ତୁ ଏହି ସମୟରେ ବହୁ ସଂଖ୍ୟାରେ ମହିଳାମାନେ ନିଜ ସାଥୀଙ୍କ ହିଂସାର ଶିକାର ହେଉଛନ୍ତି । ଗତ କିଛି ସପ୍ତାହ ଭିତରେ ମହିଳାମାନେ ଘରୋଇ ହିଂସାର ଆକ୍ରମଣ ହେଉଥିବାର ମାମଲା ଦ୍ରୁତଗତିରେ ବଢିଚାଲିଛି । ଏଥିପାଇଁ ସଂଯୁକ୍ତରାଷ୍ଟ୍ରର ମହାସଚିବ…

Read More

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରକୁ ବାହାରିଲେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି । ରାଜ୍ୟ ତମାମ ଲୋକେ ମାସ୍କ ପିନ୍ଧିବାକୁ ହୋଇଛି ନିଷ୍ପତ୍ତି। ମାସ୍କ ନଥିଲେ ସଫା ରୁମାଲ କିମ୍ବା କପଡ଼ା ମୁହଁରେ ବାନ୍ଧିବାକୁ କୁହାଯାଇଛି। ଆସନ୍ତା ନଅ ତାରିଖ ସକାଳ 7ଟାରୁ ଏହି ନିୟମ ସାରା ରାଜ୍ୟରେ କଡ଼ାକଡ଼ି ଲାଗୁ ହେବ। ଯଦି ମାସ୍କ ନଥିବେ ତେବେ ଏଥିପାଇଁ ରୁମାଲ୍‌, ଗାମୁଛା ବା ସଫା କପଡାକୁ ବ୍ୟବହାର କରିହେବ । ପୂର୍ବରୁ ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବାଧ୍ୟତାମୂଳକ ମାସ୍କ ବ୍ୟବହାର ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ଏହି ନିୟମ ଉଲ୍ଲଂଘନ କଲେ ସେଠାରେ ଜରିମାନା ମଧ୍ୟ ଆଦାୟ କରାଯାଉଛି । କିନ୍ତୁ ଏବେ…

Read More

ପଞ୍ଜାବ : କରୋନା ଯୋଗୁଁ ବିଶ୍ବରେ 74ହଜାରର ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଏବେ 13 ଲକ୍ଷ ଲୋକେ ସଂକ୍ରମିତ ହୋଇଛନ୍ତି । ଏହା ମଧ୍ୟରେ କରୋନା ସନ୍ଦେହରେ ବିଭିନ୍ନ ଜାଗାରେ ଆତ୍ମହତ୍ୟା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପଞ୍ଜାବର କପୁରଥଲାରୁ ଏପରି ଏକ ମାମଲା ଦେଖିବାକୁ ମିଳିଛି । ଏଠାରେ ଜଣେ 65 ବର୍ଷୀୟା ମହିଳା କରୋନା ସନ୍ଦେହରେ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଉଛନ୍ତି ଖୁର୍ମପୁର ଗ୍ରାମର ସନ୍ତୋଷ କୌର । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଶବର ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲେ । ସନ୍ତୋଷ କୌର୍‌ଙ୍କ ଚାରି ଝିଅ ଥିବାବେଳେ ସେମାନେ ସମସ୍ତ ବିବାହିତ ହୋଇଥିବାବେଳେ ଗତ ବର୍ଷ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଥିଲା । ସନ୍ତୋଷ ଏକାକୀ ଘରେ ରହୁଥିବାବେଳେ ଗତ କିଛି ଦିନ ହେବ ତାଙ୍କ ଗଳା ଖରାପ ରହିଥିଲା । ଏଥିପାଇଁ ସେ ମେଡ଼ିସିନ୍‌ ମଧ୍ୟ ନେଉଥିଲେ । ଗଳା ଖରାପ…

Read More

ନୂଆଦିଲ୍ଲୀ, କରୋନା ସଂକ୍ରମଣ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ନେଇଛି ଭିନ୍ନ ପଦକ୍ଷେପ। ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦିଗରେ ୟୁଜିସି ଏବଂ ବିଭିନ୍ନ ସ୍ଵୟଂଶାସିତ ସଂସ୍ଥାର ମୁଖ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି । କୋଭିଡ-19 ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ବିଶ୍ଵବିଦ୍ୟାଳୟ ମଞ୍ଜୁରି ଆୟୋଗ ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ କେତେକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି । ସେଗୁଡିକ ହେଲା ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳର ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସମ୍ଭାବ୍ୟ ମନସ୍ତାତ୍ଵିକ ବିଷାଦକୁ ଦୃଷ୍ଟିରେ ରଖି ହେଲ୍ପଲାଇନ ଚାଲୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଗୁଡିକ ନିୟମିତ ଭାବେ ନଜରରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ, ପତ୍ରାଚାର ଓ ନିବେଦନ ଜରିଆରେ ଶାନ୍ତ ଓ ମାନସିକ ଚାପ ମୁକ୍ତ ରହିବା ପାଇଁ କୁହାଯାଇଛି । ଏହା ଟେଲିଫୋନ,…

Read More

ନୂଆଦିଲ୍ଲୀ,  ଭାରତର ବିଭିନ୍ନ ଅଂଚଳରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ଠାବ କରି ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପର୍ଯ୍ୟଟନ ମନ୍ତ୍ରଣାଳାୟ ଆଗେଇ ଆସିଛି। ସେଥିପାଇଁ ବିଭାଗ ତରଫରୁ ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ  ନାମରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲ www.strandedinindia.com ମାର୍ଚ୍ଚ 31ରେ କାର୍ଯ୍ୟକ୍ଷମ ହୋଇଛି। ଗତ ପାଞ୍ଚ ଦିନ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ମଧ୍ୟରୁ  769 ଜଣ ନାମ ପଂଜିକୃତ କରିଛନ୍ତି। ଏହି ପର୍ଯ୍ୟଟକମାନେ ଯଦି କୌଣସି ସହାୟତା ମାଗିବେ ସେମାନଙ୍କୁ ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ସରକାର  ଯୋଗାଇ ଦେବା ପାଇଁ ନିଷ୍ପତି କରାଯାଇଛି। ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଂଚଳ ପ୍ରଶାସନ ପକ୍ଷରୁ ଜଣେ ଲେଖାଏଁ  ନୋଡାଲ ଅଫିସରଙ୍କୂ ଏଥି ପାଇଁ ନିଯୁକ୍ତି କରାଯାଇଛି। ସେମାନେ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଏମାନଙ୍କ ସହ ପର୍ଯ୍ୟଟନ ମନ୍ତ୍ରଣାଳୟର ପାଞ୍ଚଟି ଆଂଚଳିକ ଅଫିସ…

Read More

କେଦାର ମିଶ୍ର ଗତ କାଲି ଜାତୀୟ ସ୍ତରରେ ଯେଉଁ ଖବରଟି ସମସ୍ତଙ୍କୁ ସର୍ବାଧିକ ବିଚଳିତ କରିଥିଲା, ତା ହେଉଛି, ମୁମ୍ବାଇର ଏକ ପ୍ରସିଦ୍ଧ ଡାକ୍ତରଖାନା ଯେଉଁଠି ୩ ଜଣ ଡାକ୍ତର ଓ ୨୬ ଜଣ ନର୍ସ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି। ତେବେ ଏ ସଙ୍କ୍ରାନ୍ତୀୟ  ଏହା ପ୍ରଥମ ଖବର ନୁହେଁ। ପୂର୍ବରୁ ଦିଲ୍ଲୀ ଏମ୍ସ ସମେତ ଦେଶର ବିଭିନ୍ନ ଭାଗରେ ପଚାଶରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇଛନ୍ତି। ଏହା ବୋଧହୁଏ ସବୁଠୁ ଚିନ୍ତାର ବିଷୟ। ଇଟାଲିରେ ଡାକ୍ତରଖାନା ଗୁଡିକ ମୂଳରୁ ସୁରକ୍ଷିତ ରହି ନ ପାରିବା କାରଣରୁ ଓ ଡାକ୍ତରମାନେ ସଂକ୍ରମଣର ଶିକାର ହେବା ଫଳରେ ସେଠିକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଙ୍କଟରେ ପଡି ଯାଇଥିଲା ଓ ତାର ପରିଣତି ସ୍ଵରୂପ ଆମେ ଦେଖିଲେ ଯେ ଇଟାଲିରେ ଆଜି ପର୍ୟନ୍ତ ସର୍ବାଧିକ ୧୫, ୮୮୭ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଭାରତ ସରକାର ସେ…

Read More

ନୂଆଦିଲ୍ଲୀ: ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ପୃଥିବୀର 208ଟି ଦେଶକୁ କବଳିତ କରି ସାରିଛି। ସେହିପରି ଭାରତରେ ମଧ୍ୟ ଏହି ରୋଗର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେହିପରି ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା 114କୁ ବୃଦ୍ଧି। ମୋଟ୍‌ 4,421ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 3,981 ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଡିସ୍‌ଚାର୍ଜଙ୍କ ସଂଖ୍ୟା 326 ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ ସର୍ବାଧିକ ରୋଗୀ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ 748 ଜଣ ରୋଗୀ ରହିଥିବାବେଳେ ଏଥିରୁ 45ଜଣ ମୃତ୍ୟୁବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି 56ଜଣ। ଏହାପଛକୁ ରହିଛି ଦିଲ୍ଲୀ। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା 500ଟପିଥିବାବେଳେ ସାତ ଜଣ ଏହି ରୋଗରେ ମୃତ୍ୟୁବରଣ କରିଛନ୍ତି। ଗୁଜୁରାଟରେ କରୋନା ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି ହୋଇଥିବାବେଳେ 144ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି…

Read More

ବ୍ରିଟେନ୍‌ : କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତକାଲି ଜନସନ୍‌ଙ୍କୁ ସେଣ୍ଟ ଥୋମାସ ହସ୍ପିଟାଲକୁ ନିଆଯାଇଥିଲା। ଏବେ  ତାଙ୍କୁ ଆଇସିୟୁରେ ରଖାଯାଇଛି। ସୂଚନାଯୋଗ୍ୟ, 10 ଦିନ ତଳେ ଅର୍ଥାତ୍‌ ମାର୍ଚ୍ଚ 27 ତାରିଖରେ  ଜନସନ୍‌ କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡିଥିଲେ । ଏହା ପରେ ସେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ଭିଡିଓ କନ୍‌ଫରେନ୍ସି ଜରିଆରେ କାର୍ଯ୍ୟ କରୁଥିଲେ । କିନ୍ତୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ହସ୍ପିଟାଲରେ ରହିଥିବାରୁ ତାଙ୍କ ସ୍ଥାନରେ ବୈଦେଶିକ ସଚିବ ତାଙ୍କ ଦାୟିତ୍ବ ସମ୍ପାଦନ କରିବେ । ବୋରିସ୍‌ ଆଇସିୟୁରେ ଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୀଘ୍ର ଆରୋଗୀ ଲାଭ କରିବାକୁ କାମନା କରିଛନ୍ତି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍‌ 14 ଦିନ ପାଇଁ ସିଲ୍‌ । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙକୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରଖାଯିବା ନେଇ ସୂଚନା ଦିଆଯାଇଛି । ଜଣେ କରୋନା ପଜିଟିଭ ଲିଙ୍କ୍‌ରେ ହୋମ କ୍ବାରେଣ୍ଟିନ୍‌ ନିଆଯିବା ନେଇ ସୂଚନା ଦିଆଯାଇଛି । ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ କର୍ମଚାରୀ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ । ସଂକ୍ରମଣ ଆଶଙ୍କାରେ ସବୁ କର୍ମଚାରୀଙ୍କୁ ହୋମ କ୍ବାରେଣ୍ଟିନ୍‌ ରଖିବା ଯିବା ନେଇ ସୂଚନା ରହିଛି । ସ୍ବାବ୍‌ ନମୁନା ସଂଗ୍ରହ ପାଇଁ ଅଫିସ୍‌କୁ ସିଲ୍‌ କରାଯାଇଥିବାର ସୂଚନା ମଧ୍ୟ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

Read More

ଭୁବନେଶ୍ୱର: ସାରା ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ଫୋନ୍ ଲାଇନ୍‌ଠାରୁ ଆରମ୍ଭ କରି ରିଟେଲ୍ ଷ୍ଟୋର୍‌ରୁ ଇନ୍ଧନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜୀବନରେଖାକୁ ଆଗକୁ ବଢ଼ିବା ଲାଗି ସହାୟତା ପ୍ରଦାନ କରୁଥିବା କଂପାନିର ହଜାର ହଜାର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ପ୍ରଶଂସା କରିବା ସହିତ ସେମାନଙ୍କୁ “ଆଗଧାଡ଼ିର ଯୋଦ୍ଧା’ ବୋଲି ଅଭିହିତ କରିଛନ୍ତି । ଏଥି ସହିତ ଭାରତର କୋଭିଡ୍‌୧୯ ବିରୋଧୀ ଲଢ଼େଇରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଭୂମିକାକୁ ସେ ଦୋହରାଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଦୁଇଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଏକ ଇ-ମେଲ୍ ବାର୍ତ୍ତା ପଠାଇ ମୁକେଶ ଅମ୍ବାନି ଜଣାଇଛନ୍ତି ଯେ, ଆଧୁନିକ ଇତିହାସର ସବୁଠୁ ସଙ୍କଟମୟ ସ୍ଥିତି ବିରୋଧରେ ଲଢ଼େଇରେ ପ୍ରତିଟି କର୍ମଚାରୀ ଯେଉଁଭଳି ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି ତାହାକୁ ଦେଖି ମୁଁ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି ଆମ୍ବାନୀ।

Read More

ଭୁବନେଶ୍ବର, ଆଜି ଜଣେ ମାତ୍ର କୋଭିଡ19 ଆକ୍ରାନ୍ତ ଚିହ୍ନଟ ହୋଇଛି। ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡାର ଏବଂ ତାଙ୍କ ବୟସ ହେଉଛି 32 ବର୍ଷ। ସେ 24 ମାର୍ଚ୍ଚରେ ଦୁବାଇରୁ ଆସିଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ତାଙ୍କର ନମୂନା ପରୀକ୍ଷା କରିବା ପରେ ପଜେଟିଭ ଜଣାପଡିଲା। ଫଳରେ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 40ରେ ପହଁଚିଛି। ଏହି ଖବର ଜଣାପଡିବା ପରେ ସେ ବ୍ୟକ୍ତି କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଖୋଳତାଡ ଆରମ୍ଭ ହୋଇଛି। ତେବେ ଏ ସଂପର୍କରେ ସରକାରଙ୍କ ତରଫରୁ କଣ କଣ ପଦକ୍ଷେପ ନିଆଯାଉଛି ସେ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଆଜି ଓଡିଶାରେ ଏକମାତ୍ର ପଜେଟିଭି ମିଳିଥିବାରୁ ସାମାନ୍ୟ ଆସ୍ବସ୍ଥୀ ମିଳିଛି।

Read More

ଭୁବନେଶ୍ବର, ଆପଣଙ୍କୁ ଯଦି ଥଣ୍ଡାକାସ କିମ୍ବା ସେହିପରି କିଛି ହେଉଛି ତେବେ ଭୟକରନ୍ତୁ ନାହିଁ। ଆପଣ ଘରେ ବସି ମାଗଣା ଫୋନ କରି ମାଗଣା ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ଆଜି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବାସୀଙ୍କ ପାଇଁ ଟେଲିମେଡିସନ ହେଲପ ଲାଇନ ଜାରୀ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନେକଙ୍କୁ ସାମାନ୍ୟ ଥଣ୍ଡା କାସ ହେଲେ ଭୟଭିତ ହୋଇପଡୁଛନ୍ତି। ଏପରିକି ଡାକ୍ତରଖାନା ଯିବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏପରି ଅସୁବିଧାକୁ ଦୃଷ୍ଟିରେ ରକି ରାଜ୍ୟ ସରକାର ଏହି ଫୋନ ନମ୍ବର ଜାରୀ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଏହି ସୁବିଧାକୁ ଉପଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଏପରିକି ସେ ରାଜ୍ୟର ଡାକ୍ତରଙ୍କୁ ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଯେଉଁମାନେ ଏଥିରେ ସହଯୋଗ କରିବା ପାଇଁ ଆଗ୍ରହୀ ଅଛନ୍ତି ସେମାନେ http://bit.ly/IndiaTeleMed ରେ ରେଜିଷ୍ଟ୍ରେସନ କରିପାରିବେ ବୋଲି କୁହାଯାଇଛି।

Read More

ଭୁବନେଶ୍ୱର :  ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ଥିବା ଶିଶୁଯତ୍ନ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ଶିଶୁ ସୁରକ୍ଷା ଯୋଜନା ଅଧୀନରେ ଅନୁଦାନପ୍ରାପ୍ତ ୧୨୮ ଗୋଟି ଅନୁଷ୍ଠାନକୁ ୬ କୋଟି ୫୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ଲକ୍‌ ଡାଉନ୍‌ ସମୟରେ ଅଣଅନୁଦାନପ୍ରାପ୍ତ ଶିଶୁଯତ୍ନ ଅନୁଷ୍ଠାନର ସୁପରିଚାଳନା ତଥା ଆବଶ୍ୟକୀୟ ଦ୍ରବ୍ୟ କ୍ରୟ ନିମନ୍ତେ ରାଜ୍ୟ ସରକାର ୧୦୧ ଗୋଟି ଅନୁଷ୍ଠାନକୁ ୩୯ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ୨୫ରୁ କମ୍‌ ଅନ୍ତେବାସୀ ଥିବା ଅନୁଷ୍ଠାନଗୁଡ଼ିକୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇ ଥିବା ବେଳେ ୨୫ରୁ ଅଧିକ ଅନ୍ତେବାସୀ ଥିବା ଅନୁଷ୍ଠାନଗୁଡ଼ିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । କରୋନାର ଭୟାବହତାକୁ ଦୃଷ୍ଟିରେ…

Read More

ନୂଆଦିଲ୍ଲୀ: ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ 76% ଆକ୍ରାନ୍ତ ପୁରୁଷ ରହିଥିବାବେଳେ 24% ମହିଳା ରହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ସେହିପରି 63 ପ୍ରତିଶତ ରୋଗୀ 60 ବର୍ଷ ବା ଏହାଠାରୁ ଉର୍ଦ୍ଧ୍ବ ବୟସ ବର୍ଗର ରହିଥିବାବେଳେ 40 ବର୍ଷର କମ୍‌ ବୟସର ଆକ୍ରାନ୍ତ 47 ପ୍ରତିଶତ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ 24 ଘଣ୍ଟାରେ 693 କୋଭିଡ୍‌-19 ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ‍କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4067ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 109 ରହିଛି । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 1,445ଜଣଙ୍କର ତବଲିଗି ଜମାତ ସହ ସମ୍ପର୍କ ରହିଛି । ରବିବାର ଦିନ କରୋନା ଜନିତ 30 ଜଣକର ମୃତ୍ୟୁ ହୋଇଥିଲା । ଏଥିରୁ 63 ପ୍ରତିଶତ 60 ବର୍ଷ ବୟସ ବା ତା’ଠାରୁ ଉର୍ଦ୍ଧ୍ବର ରହିଥିବାବେଳେ…

Read More