ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟରେ କରେନା ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟୁଇଟ୍ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଂକ୍ରମିତ ଅଞ୍ଚଳରେ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଘର ଘର ବୁଲି ସର୍ଭେ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସମ୍ପ୍ରତି ରାଜ୍ୟରେ 39 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଭୁବନେଶ୍ବର ଅଞ୍ଚଳରୁ 18 ଜଣ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବମିଖାଲରୁ 16 ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରାଯାଇ ସର୍ଭେଲାନ୍ସରେ ରଖାଯାଇଛି ।
Author: Samikhsya Bureau
କରୋନା ଭାଇରସ୍ ଏବେ ସାରା ଦୁନିଆରେ ନିଜର ପ୍ରକୋପ ଜାରି ରଖିଛି । ଦୁନିଆରେ 12 ଲକ୍ଷରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବାବେଳେ ପାଖାପାଖି 70,000ରେ ପହଞ୍ଚିଛି । ସେହିପରି ଏହି ରୋଗରୁ 2,62,486ଜଣ ସୁସ୍ଥ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଯୋଗୁଁ 1200 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦୁନିଆର ଶକ୍ତିଶାଳୀ ଦେଶ କରୋନା ଭାଇରସ୍ ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଏହି ଦେଶରେ 3 ଲକ୍ଷରୁ ଅଧିକ ଲୋକେ କରୋନାରେ ସଂକ୍ରମିତ ହୋଇଥିବାବେଳେ 9600ରୁ ଅଧିକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ହାର ବଢିବାରେ ଲାଗିଛି । ଏହି ଦେଶର ସବୁଠୁ ଅଧିକ ମାମଲା ନ୍ୟୁୟର୍କ ସହରରେ ହୋଇଛି । ଏଠାରେ 1ଲକ୍ଷ 20 ହଜାରରୁ ଅଧିକ ପଜିଟିଭି କେସ୍ ସାମ୍ନାକୁ ଆସିଛି । ସେହିପରି ଏହି ଅଞ୍ଚଳରେ 4000ରୁ ଅଧିକ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରର କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି । ମିଳିଥିବା ସୂଚନା ଅନୁସାରେ ବମିଖାଲର ସବୁ କେସ୍ ଗୋଟିଏ ପରିବାରର ବୋଲି ଜଣାପଡିଛି । ଭୁବନେଶ୍ବରରେ 30ଟି କରୋନା ସକ୍ରିୟ କେସ୍ ରହିଛି । ସେଥିମଧ୍ୟରୁ ଅଧିକାଂଶଙ୍କ ସୂର୍ଯ୍ୟନଗର ଓ ବମିଖାଲ୍ କେସ୍ ସହ ଲିଙ୍କ ରହିଛି । ପ୍ରାୟ ବମିଖାଲର ସମସ୍ତ କେସ୍ ଗୋଟିଏ ପରିବାରର ସୂଚନା ମିଳିଛି । ସୂର୍ଯ୍ୟନଗର ଓ ବମିଖାଲ ଅଞ୍ଚଳକୁ ସିଲ୍ କରି ସର୍ଭେଲାନ୍ସରେ ରଖାଯାଇଛି । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରରୁ 18ଟି ପଜିଟିଭି ମାମଲା ସାମ୍ନାକୁ ଆସିଥିଲା । ସେମାନଙ୍କ ମଧ୍ୟରୁ 16ଟି ବମିଖାଲର ହୋଇଥିବାବେଳେ ଆଉ ଦୁଇଟିରୁ ଗୋଟିଏ କପିଳପ୍ରସାଦରୁ ଜଣାପଡିଥିଲା । ଅନ୍ୟଟି ଏପର୍ଯ୍ୟନ୍ତ କେଉଁ ଅଞ୍ଚଳର ତାହା ସମ୍ପର୍କରେ ଜଣାପଡିନାହିଁ । ଗତକାଲି ଦିନବେଳେ ବମିଖାଲ ଅଞ୍ଚଳରୁ ଗୋଟିଏ କେସ୍ ଜଣାପଡିଥିବାବେଳେ ସନ୍ଧ୍ୟା ସମୟରେ ବମିଖାଲ ଅଞ୍ଚଳରୁ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ନୂଆଦିଲ୍ଲୀ ବାସଭବନରେ ପରିବାର ସହ ଦୀପ ଜାଳୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନୂଆଦିଲ୍ଲୀ, ସାରା ଦେଶକୁ ଯିଏ ଆହ୍ବାନ ଦେଇଥିଲେ ସେ ହିଁ ନିଜେ ନିଜ ଘରେ ଦୀପ ଜାଳି ଉଦାହରଣ ସୃଷ୍ଟି କଲେ। ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଦିନ ରାତି ନଅଟାରେ ନଅ ମିନିଟ ପାଇଁ ଦୀପ ହେଉ କିମ୍ବା ମହମବତୀ ଜାଳିବାକୁ କହିଲେ। ଉଦ୍ଦେଶ୍ୟ ଥିଲା କରୋନା ପରି ମହାମାରୀକୁ ନିପାତ କରିବା ପାଇଁ ଶକ୍ତି ସଞ୍ଚୟ କରିବା। ପ୍ରଧାନମନ୍ତ୍ରୀଙ୍କ କଥାରେ ସାରା ଦେଶ ତାହା ହିଁ ପାଳନ କଲା। ଦେଶବାସୀ ଏହି ସଙ୍କଟ ସମୟରେ ମୋଦିଙ୍କୁ ସାଥ ମଧ୍ୟ ଦେଲେ। ନିଜ କଥାକୁ ନିଜେ ପାଳନ କରିବା ପାଇଁ ମୋଦି ନିଜ ମଧ୍ୟ ବାସଭବନରେ ଏକ ବଡ ଦୀପ ଜାଳି ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ଉଚ୍ଚତାଠାରୁ ଅଳ୍ପ ଅଧିକ ଏକ ଦୀପକୁ ପ୍ରଜ୍ଜଳନ କରି ଦେଶବାସୀଙ୍କ ସହିତ ସେ ମଧ୍ୟ ସାମିଲ ହୋଇଛନ୍ତି। ପୂର୍ବରୁ ସ୍ବାସ୍ଥ୍ୟ କର୍ମିଙ୍କ ସମ୍ମାନ ପାଇଁ ଅପରାହ୍ନରେ ଘର ବାଲକୋନୀଲେ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀ ବାସିନ୍ଦା ଭାରତ ମାନଚିତ୍ରର ଏକ ଦୀପାଳି ତିଆରି କରିଛନ୍ତି, ଯାହା ଲୋକଙ୍କୁ ବେଶ୍ ଆକର୍ଷିତ କରିଛି।
ଭୁବନେଶ୍ବର, ଆଜି ଠିକ ରାତି ନଅଟା ବେଳେ ସାରା ଓଡିଶାର ଆଲୁଅ ଲିଭିଗଲା। ଆଉ ତା ପରିବର୍ତ୍ତି ଜଳି ଉଠିଲା ମିଞ୍ଜିମିଞ୍ଜି ଆଲୁଅ। କିଏସେ ଘର ବାହାରେ ତ କିଏ ସେ ବାଲକୋନୀରେ ଜାଳିଲେ ଦୀପ। କୈଣସି ପର୍ବପର୍ବାଣୀ ନ ଥିଲେ ମଧ୍ୟ ଏହା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ। ଆଉ ସେହି ଆହ୍ବାନ ଥିଲା କୋରନା ମୁକାବିଲା ପାଇଁ ଶକ୍ତି ସଂଞ୍ଚୟ କରିବା। ଫଳରେ ରାଜ୍ୟରେ କିଏସେ ମହମବତୀ, କିଏସେ ମାଟି ଦୀପ ଏପରିକି କିଏ ସେ ମୋବାଇଲ ଲାଇଟ ଲଗାଇ ଆଲୋକିତ କରିଛନ୍ତି। ରାଜଧାନୀରେ ମଧ୍ୟ ବିଭିନ୍ନ ମନ୍ତ୍ରୀ ଏବଂ ନେତାମାନେ ଏହି ଆହ୍ବାନରେ ସାମିଲ ହୋଇଥିବାର ଜଣାପଡିଛି। ଏପରିକି ଖୋଦ ରାଜ୍ୟପାଳ ନିଜ ପରିବାର ସହିତ ମୋଦିଙ୍କ ଆହ୍ବାନକୁ ସଫଳ କରାଇଛନ୍ତି। ରାଜଭବନରେ ଦୀପ ଲଗାଇ କରୋନା ପରି ମହାମାରୀଙ୍କ ହଟାଇବା ପାଇଁ ଶକ୍ତି ସଞ୍ଚୟ ପର୍ବରେ ନିଜକୁ ସାମିଲ କରିଛନ୍ତି।
ଭୁବନେଶ୍ବର, ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା 16 ଜଣଙ୍କ ମଧ୍ୟରୁ 15 ଜଣ ହେଉଛନ୍ତି ଭୁବନେଶ୍ବରର ବମିଖାଲ ଅଞ୍ଚଳ। ପ୍ରଥମେ ସେହି ଅଞ୍ଚଳରୁ ତିନିଭାଇ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା। ଏହାପରେ ଆଜି ସକାଳେ ଜଣେ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସଂଧ୍ୟାରେ ଆସିଥିବା ରିପୋର୍ଟରୁ ଜଣାପଡିଛି ଯେ, ସେଠାରେ ଆଉ 14 ଜଣଙ୍କୁ ମଧ୍ୟ କୋଭିଡ19 ସଂକ୍ରାମଣ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରାମଣ ଆରମ୍ଭ ହୋଇଯାଇଛି। ପ୍ରଥମେ ଯେତେବେଳେ ବମିଖାଲର ତିନିଜଣଙ୍କ ପଜେଟିଭି ବାହାରିଥିଲା ସେତେବେଳେ ବିଏମସି ସେହି ଅଞ୍ଚଳକୁ ସିଲ କରି କଡା ନଜରରେ ରଖିଥିଲା। ଏପରିକି ସେଠାରେ ବିଭିନ୍ନ ଔଷଧୀୟ ପାଣି ମଧ୍ୟ ସିଞ୍ଚନ କରାଯାଇଥିଲା। ଯେଉଁମାନେ ପ୍ରଥମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କଡା ଏକାନ୍ତବାସରେ ରଖାଯାଇଥିଲା। ପରବର୍ତ୍ତି ସମୟରେ ନମୂନା ପରୀକ୍ଷା କରାଯିବା ପରେ ଏକା ଥରେ 15 ଜଣଙ୍କର ପଜେଟିଭ ବାହାରିଛି। ତେବେ ଏହାକୁ ନେଇ କୌଣସି…
ଭୁବନେଶ୍ବର, ଆଜି ଏକଥରକେ 16 ଜଣଙ୍କଠାରେ କୋଭିଡ ପଜେଟିଭ୍ ଚିହ୍ନଟ ହୋଇଛି। ଏମାନେ ସମସ୍ତେ ଭୁବନେଶ୍ବରର ଅଞ୍ଚଳର। ଏତେ ସଂଖ୍ୟାରେ ଆକ୍ରାନ୍ତ ମିଳିବା ପରେ ବର୍ତ୍ତମାନ ଓଡିଶାରେ ଏହି କରୋନା ରୋଗୀ ସଂଖ୍ୟା 39ରେ ପହଁଚିଛି। ଗତ ତିନି ତାରିଖରେ ଏକଥରକେ 15 ଜଣଙ୍କଠାରେ କୋଭିଡ ପଜେଟିଭ୍ ଥିବାର ଜଣାପଡିଥିଲା। ବର୍ତ୍ତମାନ ଧିରେ ଧିରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି 16 ଜଣ ଭୁବନେଶ୍ବରର ହୋଇଥିଲେ ମଧ୍ୟ ସେମାନେ କେଉଁ ଅଞ୍ଚଳର ଏବଂ ସେମାନଙ୍କ ଭ୍ରମଣ ତଥ୍ୟ କଣ ତାହା ସ୍ବାସ୍ଥ୍ୟ ବିଭାଗ ତରଫରୁ କିଛି କୁହାଯାଇ ନାହିଁ।
ନୂଆଦିଲ୍ଲା, ପ୍ରଧାନମନ୍ତ୍ରୀଙ୍କ ଆହ୍ନାନ କ୍ରମେ ସାରା ଦେଶ 9 ମିନଟ ପାଇଁ ଦୀପ ଜାଳି କରୋନାକୁ ମୁକାବିଲା କରିବା ପାଇଁ ଶକ୍ତି ସଞ୍ଚୟ କରାଯାଇଛି। ଏଥିରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ସାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଆଦିତ୍ୟନାଥ, ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଦନ ଏବଂ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ
କଟକ, ଜିଲ୍ଲାରେ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୋଜିବାରେ ଲାଗିଛନ୍ତି ଜିଲ୍ଲା ପ୍ରଶାସନ।
କଟକ, ଆଜି କଟକ ପୋଲିସ ଉପରକୁ ଆକ୍ରମଣ କରିବା ଅଭିଯୋଗରେ 25 ଜଣଙ୍କୁ କଟକ ଦରଘାବଜାର ପୋଲିସ ଗିରଫ କରିଛି। ଏମାନେ ସଟ ଡାଉନ ନିୟମ ଉଲ୍ଲଘନ କରି କେଶପୁରଠାରେ ଏକତ୍ରିତ ହେଉଥିଲେ। ପୋଲିସ ଏ ଖବର ପାଇବା ପରେ ତାଙ୍କୁ ସେ ସ୍ଥାନରୁ ଘଉଡାଇବାକୁ ଚେଷ୍ଠା କରୁଥିବା ବେଳେ ସେମାନେ ଏଲଟା ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଦୁର୍ବତମାନେ ମଙ୍ଗଳାବାଗ ଆଇଆଇସିଙ୍କୁ ମାରଣାତ୍ମକ ଆକ୍ରମଣ ମଧ୍ୟ କରିଥିଲେ। ତେବେ ଏମାନେ ଆସାମାଜିକ ବ୍ୟକ୍ତି ବୋଲି ଜଣାପଡିଛି। କଟକରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ସହରକୁ ସରକାର ସଟ୍ ଡାଉନ ଘୋଷଣା କରିଛନ୍ତି। ହେଲେ ଏହି ନୟମକୁ ଉଲ୍ଲଘନ କରି କେତେକ ନିକଟସ୍ଥ କେଶପୁରରେ ଏକାଠି ହୋଇଥିଲେ। ଏହାକୁ ପୋଲିସ ତରଫରୁ ବିରୋଧ କରାଯିବାରୁ ସେମାନେ ଉତେକ୍ତ ହୋଇ ଆକ୍ରମଣ କରିଥିଲେ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କପିଳ ପ୍ରସାଦରୁ ଜଣେ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ବମିଖାଲରୁ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ଭୁବନେଶ୍ବର ମହାନଗର ନିଗମ ଭୁବନେଶ୍ବରର ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳକୁ ସିଲ୍ କରିଛନ୍ତି । ପୂର୍ବରୁ ବମିଖାଲ୍କୁ ସିଲ୍ କରାଯାଇଛି । 67 ନମ୍ବର ଓ୍ବାର୍ଡର କପିଳପ୍ରସାଦରୁ କରୋନା ରୋଗୀ ଚିହ୍ନଟ ହେବା ପରେ ବିଏମସି ତତ୍ପର ହୋଇ ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି । ଏହି କ୍ରମରେ ସୁନ୍ଦରପଦା ଓ 64 ଓ୍ବାର୍ଡ ନମ୍ବର ଯଦୁପୁର ଅଞ୍ଚଳକୁ ସିଲ୍ କରିଛି । ଏହି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବିଏମ୍ସି ସୁନ୍ଦରପଦା ପୌର ଚିକିତ୍ସାଳୟଠାରୁ କାଳୁଆସନୀ ମନ୍ଦିର ଓ ପୌର ଚିକିତ୍ସାଳୟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ୍ କରିଛି।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ରାତ୍ରି 8ଟା ପରେ 48ଘଣ୍ଟିଆ ସଟ୍ ଡାଉନ୍ ଶେଷ ହୋଇଛି । ତେବେ ଏହି ସଟ୍ ଡାଉନ୍ ଶେଷ ହେବା ପରେ ବି କିଛି ନିୟମକୁ ବେଶ୍ କଡାକଡି କରାଯାଇଛି । ଏଣିକି ଦୋକାନ ଆଗରେ 5 ଫୁଟ ଅନ୍ତରରେ ଗାର ବା ଗୋଲାକାର ଚିହ୍ନ ଟାଣିବେ ଦୋକାନୀ । ଦୋକାନୀ ମାନେ ଯେପରି ଗହଳି ନ ହୁଏ ସେଥିପ୍ରତି ଅଧିକ ଧ୍ୟାନ ଦେବେ । ଯଦି ଦୋକାନୀମାନେ ଏହିସବୁ ନିୟମ ନ ମାନନ୍ତି ତେବେ ସମ୍ପୃକ୍ତ ବ୍ୟବସାୟୀ ବା ଦୋକାନୀଙ୍କ ଟ୍ରେଡ୍ ଲାଇସେନ୍ସ ରଦ୍ଦ କରାଯିବ ବୋଲି କହିଛନ୍ତି ପୋଲିସ୍ କମିଶନର । ଏହାସହିତ ଦୋକାନୀ ବା ବ୍ୟବସାୟୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ସୂଚନା ରହିଛି । କଟକ ଓ ଭୁବନେଶ୍ୱର ସହରରେ ଥିବା ଦୋକାନୀମାନଙ୍କ ପାଇଁ ଆଡ୍ଭାଇଜରି ଜାରି କରାଯାଇଛି। ଲକ୍ଡାଉନ୍ ପରେ ବି ସାମାଜିକ ଦୂରତା…
ବବୁଲୁ ସାହୁ କଳାହାଣ୍ଡି : କରୋନା ସହ ସାରା ବିଶ୍ବ ଆଜି ଯୁଦ୍ଧ କରୁଥିବାବେଳେ ଆମ ଦେଶ ଓ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା କରିବା ପାଇଁ ବେଶ୍ କଡା ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଦେଶର ଏପରି ଘଡିସନ୍ଧି ମୁହୂର୍ତ୍ତରେ କରୋନା ସହାୟତା ପାଇଁ ସମେସ୍ତ ହାତ ବଢାଇଛନ୍ତି । ଏହି କ୍ରମରେ ଜଣେ ବୃଦ୍ଧଙ୍କ ସହାୟତା ବେଶ୍ ଚର୍ଚ୍ଚାକୁ ଆସିଛି । 65 ବର୍ଷୀୟ ବୃଦ୍ଧଙ୍କ ପାଖରେ ରହିବା ପାଇଁ ପକ୍କା ଘର ନାହିଁ କି ଚାଷ ପାଇଁ ବିଖଣ୍ଡିଏ ଜମି ନାହିଁ । କିନ୍ତୁ ଦେଶର ଏପରି ବିପତ୍ତି ସମୟରେ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାତୟର ତେଲିସରାବାହିଲି ଗ୍ରାମର ବୃଦ୍ଧ ବସନ୍ତ କୁମାର ଓ ତାଙ୍କ ଧର୍ମପତ୍ନୀ ବୁଇକୁମାରଙ୍କ ମହାନତା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ନିଃସନ୍ତାନ ଦମ୍ପତି ଦଦରା ମାଟି…
ନୂଆଦିଲ୍ଲୀ : ଦେଶରେ କରୋନାର ବ୍ୟାପକ ପ୍ରସାର ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରତିଭା ପାଟିଲ୍ଙ୍କ ସହ କଥା ହୋଇଛନ୍ତି। ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ର ମନେମାହନ ସିଂ ଓ ଏଚଡି ଦେବେଗୌଡାଙ୍କ ସହ ମଧ୍ୟ କରୋନା ସମ୍ପର୍କରେ ଆଲୋଚନା କରିଛନ୍ତି । ପୂର୍ବ ରାଷ୍ଟ୍ରପତି ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସମେତ ନରେନ୍ଦ୍ର ମୋଦି ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ମଧ୍ୟ ଏହା ବିଷୟରେ ଚର୍ଚ୍ଚା କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମୁଲାୟମ ସିଂ, ଅଖିଳେଶ ଯାଦବ, ମମତା ବାନାର୍ଜୀ, କେ. ଚନ୍ଦ୍ରଶେଖର ରାଓ, ଷ୍ଟାଲିନ୍ ଓ ପ୍ରକାଶ ସିଂ ବାଦଲ୍ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଦେଶରେ କରୋନା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି । ପୂର୍ବରୁ ନରେନ୍ଦ୍ର ମୋଦି ଭିଡିଓ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରୁ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦୁଇ ଆକ୍ରାନ୍ତ ଜଣକ ଭୁବନେଶ୍ୱରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଜଣେ କପିଳପ୍ରସାଦରୁ ଚିହ୍ନଟ ହୋଇଥିବାବେଳେ ଆଉଜଣେ ବମିଖାଲର ଚିହ୍ନଟ ହୋଇଛନ୍ତି। କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ନିବାସୀ 70 ବର୍ଷୀୟ ଆକ୍ରାନ୍ତ ଜଣକ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିବାବେଳେ ଗତମାସ 22 ତାରିଖରୁ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ । ସେହିପରି ବମିଖାଲ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ 29 ବର୍ଷ । ବମିଖାଲରେ ସର୍ଭେଲାନ୍ସ ବେଳେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ ଜଣକ । ପୂର୍ବରୁ ବମିଖାଲରେ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନ୍ନଟ ହୋଇଥିଲେ । ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 23କୁ ବୃଦ୍ଧି ହୋଇଛି । ଗତକାଲି ରାତ୍ରିରେ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜଧାନୀର ହାଟ ଗୁଡିକୁ ସାନିଟାଇଜ୍ କରାଯିବ । ବିଏମ୍ସି ଓ ଫାୟାର୍ ସର୍ଭିସ୍ ପକ୍ଷରୁ କରାଯିବ ସାନିଟାଇଜ୍ । ୟୁନିଟ୍-1 ହାଟ, ୟୁନିଟ୍ – 4 ମାର୍କେଟ୍ ଓ ମାଛ ମାର୍କେଟ୍, ସହିଦ ନଗର ଡେଲି ମାର୍କେଟ୍, ରୁଚିକା, ଇନ୍ଦ୍ରଧନୁ ମାର୍କେଟ୍, ଡମଣା ହାଟ, ୟୁନିଟ୍-3 ଡେଲି ମାର୍କେଟ୍, ଗଣ୍ଡମୁଣ୍ଡା ଡେଲି ମାର୍କେଟ୍, ବିଜେବି ନଗର ହାଟ ଓ ମା’ କୋଚିଲେଇ ହାଟ ପରି ପ୍ରମୁଖ ମାର୍କେଟ ଗୁଡିକୁ ସାନିଟାଇଜ୍ କରାଯିବ । ସୂଚନାଯୋଗ୍ୟ, ପଞ୍ଚମ ଆକ୍ରାନ୍ତ ଜଣକ ଚିହ୍ନଟ ହେବା ପରେ ସୂର୍ଯ୍ୟନଗରକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଇଥିଲା । ସେହିପରି ବମିଖାଲ ଅଞ୍ଚଳରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ସେହି ସବୁ ଅଞ୍ଚଳକୁ ସିଲ୍ କରାଯାଇ ସାନିଟାଇଜ୍ କରାଯାଇଛି ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବେଶ୍ କଡା ପଦକ୍ଷେପ ନେଉଛନ୍ତି । କଟକ, ଭୁବନେଶ୍ବର, ଭଦ୍ରକ ଆଦି ସହରକୁ 48 ଘଣ୍ଟିଆ…
ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ମହାମାରୀ ରୂପ ନେଇ 206ଟି ଦେଶକୁ ବ୍ୟାପି ସାରିଲାଣି। ଏହି ଭୟଙ୍କର କରୋନା ଯୋଗୁଁ 64,791 ଜଣଙ୍କର ପ୍ରାଣ ଯାଇଥିବାବେଳେ 1,204,055 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 2, 47,340ଜଣ ସୁସ୍ଥ ହୋଇସାରିଛନ୍ତି । ବର୍ତ୍ତମାନ 8 ଲକ୍ଷ 91 ହଜାର 924 କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ 44 ହଜାର 90 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାବେଳେ 8 ଲକ୍ଷ 47 ହଜାର 834 ଜଣ ସାମାନ୍ୟ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ ଦିନକରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା 8,454କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା 3,11,637ରେ ପହଞ୍ଚିଛି। ଫ୍ରାନ୍ସରେ ମଧ୍ୟ ଦିନକରେ ଏକ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଠାରେ ମୃତ୍ୟୁ ସଂଖ୍ୟା 7 ହଜାର 953କୁ ବୃଦ୍ଧି ପାଇଛି। ଇଟାଲୀରେ ସର୍ବାଧିକ…
ପୁରୀ, ବର୍ତ୍ତମାନ ଚାରିଆଡେ ଲକଡାଉନ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା ମୁତାବିକ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ପିଡିଏସ ସାମଗ୍ରୀ ପ୍ରଦାନ କରୁଛନ୍ତି। ଏହା ହେଉଛି ପୁରୀ ଜିଲ୍ଲାର ଗୋପ ବ୍ଲକର ଫଟୋ
ଭଦ୍ରକ, ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭତ୍ତା ଟଙ୍କା ଠିକ୍ ଭାବେ ବଣ୍ଟନ ଚାଲିଛି। ଏହା ହେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହ ଗ୍ରାମ ପଞ୍ଚାୟତର ଫଟୋ।

