ଯାଜପୁର, ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମିଳିବା ପରେ ଯାଜପୁର ଟାଉନକୁ ସଟ୍ ଡାଉନ ଘୋଷଣା କରାଯାଇଛି। ସେଠାରେ ସ୍ଥିତି କିପରି ଅଛି ତାହାର ତଦାରଖ କରିବା ପାଇଁ ଜିଲ୍ଲା ଗସ୍ତରେ ଅଛନ୍ତି ପୋଲିସ ଡିଜି ଅଭୟ।
Author: Samikhsya Bureau
ସମୀକ୍ଷା ବ୍ୟୁରୋ ବାଲୁଗାଁ : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଲୁଗାଁ ଶାଖା ତରଫରୁ ବାଲୁଗାଁ ସହରାଞ୍ଚଳର କରୋନା ଲକ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଅଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏବିଭିପି ଓ ଶ୍ରୀ ପତିତପାବନ ୟୁଥ କ୍ଲବ, ଚାଷଙ୍ଗରାର ସ୍ୱଳ୍ପ କାର୍ଯ୍ୟକର୍ତ୍ତା ଆଜି ସକାଳେ ବାଲୁଗାଁ ପୋଲିସ ଥାନାକୁ ଯାଇ ଲକ୍ ଡାଉନ ସମୟରେ ନିଜର ପରିବାରକୁ ଭୁଲି ଜୀବନର ବାଜି ଲଗାଇ ଆମର ସୁରକ୍ଷା ପାଇଁ ଦିନ ରାତି ପ୍ରହରା ଦେଉଥିବା ପୋଲିସ ଭାଇମାନଙ୍କ ଉଦ୍ଦେଶ୍ୟରେ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଳିକଙ୍କୁ ଭେଟି କିଛି ପଇଡ଼ ଓ ବିସ୍କୁଟ ହସ୍ତାନ୍ତର କରିଥିଲେ। ଏହା ପରେ କାର୍ଯ୍ୟକର୍ତ୍ତାମାନେ ବାଲୁଗାଁ ଉମା ମହେଶ୍ୱର ମନ୍ଦିର ପରିସରରେ ବସବାସ କରୁଥିବା ବହୁ ଭିକ୍ଷୁକ ଓ ବାଲୁଗାଁ ରେଳ ଷ୍ଟେସନ ପାଖେ ବସବାସ କରୁଥିବା ଯାଯାବର ମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ବିସ୍କୁଟ ଓ ପାଉଁରୁଟି ବଣ୍ଟନ…
ଧନଦା କାନ୍ତ ମିଶ୍ର ସ୍ୱର୍ଗତ ପ୍ରଫେସର ଆଲ ବାର୍ଟଲେଟ୍ – ଆଣବିକ ପଦାର୍ଥ ବିଜ୍ଞାନୀ ତଥା କଲୋରଡୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଏରିମିଟସ୍ ଥରେ କହିଥିଲେ ଯେ “ମାନବ ଜାତିର ଏକ ବଡ ଦୁର୍ବଳତା ହେଉଛି ଏକ୍ସପୋନେନସିଆଲ୍ ଫଙ୍କସନ୍ (ଗାଣିତିକ ସମ୍ପର୍କ) କୁ ବୁଝିବାରେ ଆମର ଅକ୍ଷମତା”। ଯଦି ସେ ଆଜି ଜୀବିତ ଥାନ୍ତେ, ବର୍ତ୍ତମାନର କରୋନା ଭୁତାଣୁ ସଙ୍କଟ ତାଙ୍କ ମତ ପ୍ରମାଣ କରିବା ପାଇଁ ସବୁଠାରୁ ଉପଯୁକ୍ତ ଉଦାହରଣ ପ୍ରମାଣିତ ହୋଇଥାନ୍ତା । ବିଭିନ୍ନ ପ୍ରକାରର ଉଦାହରଣ ବ୍ୟବହାର କରି ଏକ୍ସପୋନ୍ସନାଲ ଫଙ୍କସନ୍ କିପରି ଆମକୁ ସହଜ ରେ ଠକି ପାରେ ତାହା ପ୍ରମାଣ କରିବାକୁ ସେ ଭଲ ପାଉଥିଲେ । ଜନସଂଖ୍ୟା ବୃଦ୍ଧି ଠାରୁ ଆରମ୍ଭ କରି ଅଣ-ନବୀକରଣଯୋଗ୍ୟ ଜୀବାଶ୍ମ ଇନ୍ଧନ ବ୍ୟବହାର ପର୍ଯ୍ୟନ୍ତ ଏହା ପ୍ରଯୁଜ୍ୟ । ମହାମାରୀର ମୁକାବିଲା ପାଇଁ ଇଟାଲୀ, ଇରାନ ଏବଂ ସ୍ପେନ୍ ଭଳି ଦେଶରେ ସାମ୍ପ୍ରତିକ ନୀତି ସୃଷ୍ଟି କରିଥିବା ବିଭୀଷିକା…
ରମେଶ ମହାନ୍ତି ଜଗତସିଂହପୁର :କରୋନା ଭୂତାଣୁ ସଂକ୍ରମଣ ଜନିତ ଭୟାବହତାକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାର ଜରୁରୀ କାଳୀନ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ସାମାଜିକ ଦୂରତା ବଜାୟ ରଖାଯାଇଥିଲା। ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଫଳତା କମ୍ ହୋଇଥିବାରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକ୍ ଓ ମ୍ୟୁନିସିପାଲିଟିରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ, ଗହମ ଉଠାଣର ସ୍ଥିତି ସମୀକ୍ଷା କରିଥିଲେ। ଜିଲ୍ଲାରେ ଥିବା ଡିପୋ ମାନଙ୍କରୁ ସାଧାରଣ ବଣ୍ଟନ ସାମଗ୍ରୀ ଉଠାଣ ଓ ରିଟେଲରଙ୍କ ପାଖରେ ଏପ୍ରିଲ ୧୦ ତାରିଖ ସୁଦ୍ଧା ପହଞ୍ଚାଇବା ଏବଂ ଏପ୍ରିଲ୍ ୧୪ ତାରିଖ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ସୁଷମ ବଣ୍ଟନ ବ୍ୟବସ୍ଥାର ସବିଶେଷ ଯୋଜନା ସ୍ଥିରୀକୃତ ହୋଇଥିଲା। ଏହି ଯୋଜନା ମୁତାବକ ଡିପୋ…
କରୋନା ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଜି ଜରୁରୀ ଘୋଷଣା କରିଛନ୍ତି । ଆଜି ରାତ୍ରି 8ଟାରେ 48 ଘଣ୍ଟିଆା ସଟ୍ ଡାଉନ୍ ସରିବା ନେଇ ଘୋଷଣା କରାଯାଇଛି। ଭୁବନେଶ୍ବର, କଟକ, ଭଦ୍ରକରେ ଆଜି ରାତ୍ରି 8ଟାରେ ସରିବ ବୋଲି କହିଛନ୍ତି। ସଟ୍ ଡାଉନ୍ ସରିବା ପରେ ଦୋକାନରେ ଗହଳି ନ କରିବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। ସେହିପରି ସାମାଜିକ ଦୂରତ୍ବ ରଖିବା ନେଇ ଗୁରୁତ୍ବ ଦେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ। ସଟ୍ ଡାଉନ୍ ସରିବା ପରେ ପୂର୍ବବର୍ତ୍ତ ଲକ୍ ଡାଉନ୍ ଜାରି ରହିବ। ତେବେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ସଟ୍ ଡାଉନ୍ ଜରିଆରେ ଗୋଷ୍ଠୀ ସଂକ୍ରମଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା ଆଗାମୀ 7ରୁ 10 ଦିନ ଆମ ପାଇଁ ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଏହି ସମୟରେ ଆମେ ସତର୍କ…
ସମୀକ୍ଷା ବ୍ୟୁରୋ କଳାହାଣ୍ଡି : କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ୍ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆକ୍ରାନ୍ତ ଚିହ୍ନଟ ପଞ୍ଚାୟତରେ ଚଳାଚଳକୁ ବାରଣ କରାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟରେ ପରିବାର ସହ 31 ଜଣ ଆସିଥିବା ସୂଚନା ରହିଛି। କଣ୍ଟାକ୍ଟରେ ଆସିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍ରେ ରଖି ସ୍ବାବ୍ ଟେଷ୍ଟର ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ରାତ୍ରିରେ 21ତମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ରାଜ୍ୟର ପଶ୍ଚିମ ଭାଗରେ ପ୍ରଥମ କରୋନା ଆକ୍ରାନ୍ତ ଭାବେ କଳାହାଣ୍ଡି ଜିଲ୍ଲାର 29 ବର୍ଷୀୟା ଯୁବକ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ବାହାରିନରୁ ଫେରିଥିଲେ।
ସମୀକ୍ଷା ବ୍ୟୁରୋ କଟକ : କଟକ କେଶରପୁରରେ ପୋଲିସ ଉପରକୁ ଢେଲା ପଥରମାଡ କରାଯାଇଛି। ସଟଡାଉନ୍ କଟକଣା ଭାଙ୍ଗିଥିବା କିଛି ଲୋକେ ପୋଲିସକୁ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀଙ୍କ ଉପରେ ଲାଠି ଚାର୍ଜ କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଡିସିପି। ସେହିପରି ପୋଲିସକୁ ଆକ୍ରମଣ କରିଥିବା କିଛି ଲୋକଙ୍କୁ ଅଟକ ରଖାଯାଇଥିବାର ସୂଚନା ରହିଛି। ସୂଚନାଯୋଗ୍ୟ, କଟକରୁ ଓଡ଼ିଶାର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକକୁ ମଧ୍ୟ 48 ଘଣ୍ଟିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଆଜି କଟକର ପଟାପୋଲ୍ ଅଞ୍ଚଳକୁ ସିଏମ୍ସି ସିଲ୍ କରିଛି।
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3074ରେ ପହଞ୍ଚିଛି । 2784 ଜଣଙ୍କ ସକ୍ରିୟ ରହିଥିବାବେଳେ 267 ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି କରୋନା ଯୋଗୁଁ ଦେଶରେ 77 ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 490 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 24 ରହିଛି । ମହାରାଷ୍ଟ୍ର ପଛକୁ ଦିଲ୍ଲୀରେ 445 ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି । ସେହିପରି ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା 485 ରହିଥିବାବେଳେ ଏଠାରେ 3ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା 306 ରହିଥିବାବେଳେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତେଲେଙ୍ଗାନାରେ 269 ଜଣ ଆକ୍ରାନ୍ତ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 7 ରହିଛି । ସେହିପରି ପଶ୍ଚିମବଙ୍ଗରୁ 3 ଜଣଙ୍କର…
କେଦାର ମିଶ୍ର ଜାନୁଆରୀ ମାସରେ ସାରା ପୃଥିବୀକୁ ଗୋଟେ ସୁଯୋଗ ମିଳିଥିଲା ଚୀନର ଦୁରବସ୍ଥାକୁ ଦେଖି ହସିବା ପାଇଁ। ବିଶ୍ଵ ରାଜନୀତିରେ ସବୁଠୁ ପ୍ରଭାବଶାଳୀ ଦେଶଗୁଡିକ ପରଷ୍ପର ବିରୋଧରେ ଏକ ପରିବେଶ ତିଆରି କରି ନିଜ ନିଜର ଅହଂକାର ଜାହିର କରିବାର ଉଦ୍ୟମ କରିଥାନ୍ତି। ଚୀନରେ ଯେତେବେଳେ କରୋନା ଭୂତାଣୁ ସଂକ୍ରମଣଆରମ୍ଭ ହେଲା, ସେତେବେଳେ ଉହାନ ସହରକୁ ଦେଖି ଅନେକ ଏହାକୁ ଜୀବନ୍ତ ଭୂତ ମାନଙ୍କର ସହର ବୋଲି କହି ହସୁଥିଲେ। ତେବେ ସେତେବେଳେ କିଏ ଜାଣିଥିଲା ଯେ ମାତ୍ର ଷାଠିଏ ଦିନ ଭିତରେ ସାରା ପୃଥିବୀର ଶହ ଶହ ମହାନଗରୀ ଭୂତ ସହର ପାଲଟିଯିବେ! ପୃଥିବୀର ସବୁଠୁ ବେଶୀ ଭିଡ ଜମୁଥିବା ନ୍ୟୁୟର୍କ ସହରର ଟାଇମ ସ୍କୋୟାରରେ ଗୋଟେ ବି ମଣିଷ ଦେଖାଯିବ ନାହିଁ!! କିଏ ଜାଣିଥିଲା ଯେ ପୃଥିବୀର ସବୁଠୁ ଜନଗହଳି ପୂର୍ଣ୍ଣ ହିଥ୍ରୋ ବିମାନ ବନ୍ଦରରେ ମାସ ମାସ ଧରି ଉଡାଜାହାଜ ଗୁଡିକ ଶୋଇ ରହିବେ!! କିଏ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗାଇଡଲାଇନ୍ ଜାରି କରିଛି । ବିନା ଅନୁମତିରେ କରୋନା ସମ୍ପର୍କିତ ସୂଚନା ନ ଦେବାକୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ଏଥିନେଇ ବ୍ୟକ୍ତି, ସଂସ୍ଥା, ପ୍ରିଣ୍ଟ୍, ଇଲେକ୍ଟ୍ରୋନିକ୍ ଓ ସୋସିଆଲ୍ ମିଡିଆ ଉପରେ ଅଙ୍କୁଶ ଲଗାଯାଇଛି । କରୋନା ସମ୍ପର୍କରେ ଯେ କୌଣସି ସୂଚନା ଦେବା ପୂର୍ବରୁ ଅନୁମତି ଆବଶ୍ୟକ । ଏଥିପାଇଁ ଡିଏମ୍ଇଟି, ଡିପିଏଚ୍, ଡିଏଚ୍ଏସ୍ ଓ ଜିଲ୍ଲାପାଳଙ୍କଠାରୁ ଅନୁମତି ଆବଶ୍ୟକ । ମେଡ଼ିକାଲ ଅଧୀକ୍ଷକଙ୍କଠାରୁ ମଧ୍ୟ ଅନୁମତି ଲୋଡିବା ଜରୁରୀ ବୋଲି ସୂଚନା ଦିଆଯାଇଛି । କରୋନାକୁ ନେଇ ବହୁ ଗୁଜବ ତଥ୍ୟ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହାକୁ ପ୍ରତିହତ କରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ ଡିଜି ଅଭୟ ସୂଚନା ଦେଇଥିଲେ । କରୋନା ସମ୍ପର୍କିତ ଅପପ୍ରଚାର ନ କରିବାକୁ କୁହାଯାଇଥିବାବେଳେ ଏପରି ମେସେଜ୍କୁ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଏମସ୍ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀରେ କରୋନା ଆକ୍ରାନ୍ତଙ୍କ ବାହାର ରାଜ୍ୟ ଲିଙ୍କ୍ ଜଣାପଡିଛି ବୋଲି କହିଛନ୍ତି । ରାଜ୍ୟରୁ ଧରାପଡିଥିବା ପଞ୍ଚମ ଆକ୍ରାନ୍ତ ଜଣକ ଧରାପଡିବା ପରେ ତାଙ୍କୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ସେ ରାଜ୍ୟ ବାହାରକୁ ଯାଇନଥିବାବେଳେ ସଂକ୍ରମିତ କିପରି ହେଲା ତାହାକୁ ନେଇ ତନାଘନା କରାଯାଇଥିଲା। ଏଥିପାଇଁ 48 ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରାଯାଇଛି । ସୂର୍ଯ୍ୟନଗରରକୁ ସିଲ୍ କରାଯାଇ ଏହାର ଅନୁସନ୍ଧାନ କରାଯାଉଛି । ତେବେ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ଜଣେ ପରିବାର ସଦସ୍ୟ କୋଲକାତା ଯାଇଥିବା ସ୍ପଷ୍ଟ ହୋଇଛି । ସମ୍ପୃକ୍ତ ସଦସ୍ୟ ଚାରିଦିନ କୋଲକାତାରେ ରହିଥିଲେ। ସମ୍ପୃକ୍ତ ସଦସ୍ୟଙ୍କ ସାମ୍ପଲ୍ ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଛି। ସେହିପରି ବମିଖାଲ ଆକ୍ରାନ୍ତଙ୍କର ମଧ୍ୟ ବାହାର ରାଜ୍ୟ ଲିଙ୍କ୍ ରହିଥିବାର ଜଣାପଡିଛି। ଆକ୍ରାନ୍ତ ତିନି ଭାଇଙ୍କ ବାପା ଭୋପାଳରେ ରୁହନ୍ତି। ଭୋପାଳରେ ରହୁଥିବା ବାପା ମଧ୍ୟ କରୋନା…
ସମୀକ୍ଷା ବ୍ୟୁରୋ କଟକ : କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମଣ ଘୋଷଣା କରି ସିଲ୍ କରିଛି ସିଏମସି । ସୂଚନାଯୋଗ୍ୟ ଯେ, କଟକରେ ଷଷ୍ଠତମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ପଟ୍ଟାପୋଲ ଅଞ୍ଚଳରେ ଜଣେ କରୋନା ପଜିଟିଭି ଚିହ୍ନଟ ହେବା ପରେ ଏହି ସିଲ୍ କରାଯାଇଛି । ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି। କଟକର ବକ୍ସି ବଜାର ଛକରୁ ଷ୍ଟିଓ୍ବାର୍ଟ ସାଇନ୍ସ କଲେଜ ଯାଏଁ ସିଲ୍ ରହିବ। ସେହିଭଳି ଷ୍ଟିଓ୍ବାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍ ଛକ ପର୍ଯ୍ୟନ୍ତ ସିଲ୍ ରହିବ। ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପାର୍କ ଯାଏ ସିଲ୍ କରାଯିବ। ତିନିକୋଣିଆ ବଗିଚା ପାର୍କରୁ ବକ୍ସି ବଜାର ଛକ ଯାଏ ସିଲ୍ କରାଯିବ। ପଟ୍ଟାପୋଲ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ…
ନୂଆଦିଲ୍ଲୀ, କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶରେ ମାସ୍କର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ସେହି ଚାହିଦା ପୂରଣ କରିବାକୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନ୍.ଆର.ଏଲ୍.ଏମ୍) ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି । ଦେଶର 24 ଟି ରାଜ୍ୟର 399 ଜିଲ୍ଳାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚଜି) ଏହି କାମରେ ଲାଗିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏନ୍.ଆର.ଏଲ.ଏମ୍. ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରାଯାଉଛି । ଗତ 10 ଦିନ ମଧ୍ୟରେ ଏହି ଗୋଷ୍ଠୀଗୁଡିକ ଦ୍ୱାରା 132 ଲକ୍ଷରୁ ଅଧିକ ମାସ୍କ ଉତ୍ପାଦିତ ହୋଇଛି । ଏଥିରେ 14522 ସ୍ୱୟଂ ସହାୟିକା ଗୋଷ୍ଠୀର ମୋଟ 65,936 ସଦସ୍ୟ ସାମିଲ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ପାଞ୍ଚଟି ଜିଲ୍ଲାରୁ 4281 ସ୍ୱୟଂସହାୟିକା ଗୋଷ୍ଠୀର 21,028 ସଦସ୍ୟା ଏହି 10 ଦିନ ମଧ୍ୟରେ 25 ଲକ୍ଷ 41 ହଜାର 440ଟି ମାସ୍କ ଉତ୍ପାଦିତ କରିଛନ୍ତି ।…
ନୂଆଦିଲ୍ଲୀ, ଚଣ୍ଡିଗଡସ୍ଥିତ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଦ୍ୟୋଗିକ ପରିଷଦ ମାଇକ୍ରୋବିୟାଲ ଟେକ୍ନୋଲୋଜି ପ୍ରତିଷ୍ଠାନ ବା ସିଏସ୍ଆଇଆର-ଆଇଏମଟେକ୍ ରେ ହେବ କୋଭିଡ ପରୀକ୍ଷା। ପରୀକ୍ଷା ପାଇଁ ସୃଷ୍ଟି ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି କୋଭିଡ-19 ନମୁନା ଟେଷ୍ଟ କାମ ଏହି ସଂସ୍ଥା ହାତକୁ ନେଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦର ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତାଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ଏହି ପରୀକ୍ଷା କରାଯାଉଛି । ତଦନୁସାରେ ସିଏମଆଇଆର, ବିଜ୍ଞାନ ଓ ପ୍ରାଦ୍ୟୋଗିକ ବିଭାଗ ଓ ବାୟୋଟେକନୋଲୋଜି ବିଭାଗର ପରୀକ୍ଷାଗାର ତଥା ଆଣବିକ ବିଭାଗର ପରୀକ୍ଷାଗାରରେ କରୋନା ଭୂତାଣୁ ସଂକ୍ରମଣ ଜନିତ ପରୀକ୍ଷା କାର୍ଯ୍ୟ ଆରମ୍ଭ କରାଯାଉଛି। ସବୁ ସରକାରୀ ସହବନ୍ଧିତ ପରୀକ୍ଷାଗାର ବା ଲାବୋରେଟାରୀକୁ କରୋନା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କାମରେ ସାମିଲ କରିବା ଆଇସିଏମର ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଫଳରେ ସନ୍ଦିଗ୍ଧ କରୋନା ଆକ୍ରାନ୍ତକାରୀଙ୍କ ପାଇଁ ଅଧିକ ପରୀକ୍ଷା ସୁବିଧା…
ନୂଆଦିଲ୍ଲୀ, ପର୍ଯ୍ୟଟନ ଶିଳ୍ପ ଅଂଶୀଡାରଙ୍କ ସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟଟନ ସଚିବ ଯୋଗେନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ଵରେ ଅନୁଷ୍ଠିତ ସମ୍ମିଳନୀରେ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଦେଶ ଭିତର ପର୍ଯ୍ୟଟନର ସମ୍ଭାବନା ନେଇ ସମ୍ମିଳନୀରେ ଆଲୋଚନା ହେବା ସହ ପର୍ଯ୍ୟଟନ ବିଭାଗ ସରକାରଙ୍କ ସହ ସମସ୍ତ ସହଯୋଗ କରୁଥିବା ଏଥିରେ ମତ ପ୍ରକାଶ ପାଇଥିଲା। ଲକଡାଉନ କାଳରେ ଘରେ ନିରାପଦ ରହିବା ଓ ପରିସ୍ଥିତି ସ୍ଵାଭାବିକ ହେଲେ ନିଜର ଭ୍ରମଣ ଯୋଜନା କରିବା ନେଇ ମନ୍ତ୍ରଣାଳୟ ନିଜର ସାମାଜିକ ମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରୁଛି। ପର୍ଯ୍ୟଟନ ଶିଳ୍ପ ସହିତ ସଂଶ୍ଳିଷ୍ଟ ବିଦ୍ୟାର୍ଥୀମାନେ ଅନଲାଇନ ଜରିଆରେ ସେମାନଙ୍କ ଶିକ୍ଷା ଲାଭ ଜାରି ରଖିଥିବା ଏହି ସମ୍ମିଳନୀରୁ ଜଣାପଡୁଛି।
ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଅଭିଯାନକୁ ମଜବୁତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତାହାର ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛି।ଏହାର ଦେଶୀୟ କାର୍ଗୋ ବିମାନ ଏହି ଲକଡାଉନ ସମୟରେ ମେଡିକାଲ ଜିନିଷପତ୍ର ନବାଆଣିବା କରିବାରେ ବେଶ୍ ସାହାର୍ଯ୍ୟ କରିପାରୁଛି। ଏଥିପାଇଁ ଦେଶ ଭିତରେ ପ୍ରାୟ 107ଟି ବିମାନ ଦୈନିକ ଏହି କୋଭିଡ19 ମୁକାବିଲା ପାଇଁ ଔଷଧୀୟ ଉପକରଣ ପରିବହନ କରୁଛି। ଗତ ମାସ 26 ତାରିଖରୁ ଚଳିତ ମାସ 3 ତାରିଖ ମଧ୍ୟରେ ଏୟାର ଇଣ୍ଡିଆ, ଆଲିଆନ୍ସ, ଭାରତୀୟ ବାୟୁସେନା, ଇଣ୍ଡିଗୋ ଓ ସ୍ପାଇସ ଜେଟ ଆଦି ବିମାନ ସଂସ୍ଥା ଏହି ମାଲ ପରିବହନ କାର୍ଯ୍ୟ ସମ୍ପାଦନ କରିଛନ୍ତି । 5ଟି ବିମାନ ସଂସ୍ଥା ଦ୍ଵାରା ମୋଟରେ 107ଟି ବିମାନ ଯୋଗେ ମାଲ ପରିବହନ ହୋଇଥିବା ବେଳେ ଏଥିମଧ୍ୟରୁ ଏୟାର ଇଣ୍ଡିଆର 42ଟି, ଆଲିଆନ୍ସର 37ଟି, ଭାରତୀୟ ବାୟୁସେନାର 20ଟି, ଇଣ୍ଡିଗୋର 6ଟି ଏବଂ ସ୍ପାଇସ ଜେଟର 2ଟି…
ନୂଆଦିଲ୍ଲୀ, ଏପ୍ରିଲ 5 ତାରିଖ ରାତି 9:00 ଟାରୁ 9:09 ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘର ଲାଇଟ ବନ୍ଦ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। କେତେକ କ୍ଷେତ୍ରରେ ଆଶଙ୍କା କରାଯାଉଛି ଯେ ଏହାଦ୍ଵାରା ବିଦ୍ୟୁତ ଗ୍ରୀଡରେ ଅସ୍ଥିରତା ଏବଂ ଭୋଲଟେଜ ହ୍ରାସବୃଦ୍ଧି ଯୋଗୁ ବୈଦ୍ୟୁତିକ ଉପକରଣ ଖରାପ ହୋଇଯିବ। ମାତ୍ର ଏପରି ଆଶଙ୍କା ଅମୂଳକ। ଭାରତୀୟ ବୈଦ୍ୟୁତିକ ଗ୍ରୀଡ ଅତ୍ୟନ୍ତ ସୁଦୃଢ଼ ତଥା ସ୍ଥିର। ବିଦ୍ୟୁତ ଚାହିଦା ହ୍ରାସ ଏବଂ ବୃଦ୍ଧି ଲାଗି ଯଥେଷ୍ଟ ବ୍ୟବସ୍ଥା ଏବଂ ପୂର୍ବପ୍ରସ୍ତୁତି କରାଯାଇଛି । ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ନିଆଯାଇପାରେ: ପ୍ରଧାନମନ୍ତ୍ରୀ କେବଳ ଜନସାଧାରଣଙ୍କୁ ସେମାନଙ୍କର ଘରର ଲାଇଟ ଏପ୍ରିଲ 5 ତାରିଖ ରାତି 9ଟାଠାରୁ 9ଟା 9 ମିନିଟ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ନିବେଦନ କରିଛନ୍ତି। ଷ୍ଟ୍ରିଟ ଲାଇଟ କିମ୍ବା କମ୍ପ୍ୟୁଟର, ଟିଭି, ଫ୍ୟାନ, ରେଫ୍ରିଜରେଟର ଏବଂ ଏସି ଭଳି ଘରେ ଥିବା ଅନ୍ୟ ବୈଦ୍ୟୁତିକ…
ନୂଆଦିଲ୍ଲୀ,କୋଭିଡ-19 ଲକଡାଉନ କାଳରେ ଭାରତୀୟ ରେଳବାଇ ଶକ୍ତି, ପରିବହନ ଓ ଅନ୍ୟାନ୍ୟ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ କଞ୍ଚାମାଲ ଜାରି ଅବ୍ୟାହତ ରଖିଛି। ରେଳବାଇର ବିଭିନ୍ନ ଗୋଦାମ, ଷ୍ଟେସନ ଓ ନିୟନ୍ତ୍ରଣଗାରରେ ନିୟୋଜିତ କର୍ମଚାରୀମାନେ ଗଭୀର ନିଷ୍ଠାର ସହ ଦାଇତ୍ଵ ତୁଲାଇ ଅତ୍ୟାବଶ୍ୟକ ସେବାକୁ ବଳବତ୍ତର ରଖିପାରିଛନ୍ତି। ଲକଡାଉନ ସତ୍ଵେ ରେଳବାଇର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ସମସ୍ତ ଶକ୍ତି କେନ୍ଦ୍ର ଓ ପେଟ୍ରୋଲିୟମ ଡିପୋରେ କଞ୍ଚାମାଲ ମହଜୁଦ ରହିପାରିଛି । ଗତମାସ 23 ତାରିଖରୁ ଆରମ୍ଭ କରି ଚଳିତମାସ 3 ତାରିଖ ପର୍ଯ୍ୟନ୍ତ 12 ଦିନ ମଧ୍ୟରେ ରେଳବାଇ ପ୍ରାୟ 2.50 ୱାଗନ କୋଇଲା ଏବଂ 17,742 ୱାଗନ ପେଟ୍ରୋଲ ଜାତ ଦ୍ରବ୍ୟ (ଗୋଟିଏ ୱାଗନରେ ପ୍ରାୟ 58-60 ଟନ ପର୍ଯ୍ୟନ୍ତ କଞ୍ଚାମାଲ ରହିଥାଏ) ପରିବହନ କରିପାରିଛି। ନିରବଚ୍ଛିନ୍ନ କଞ୍ଚାମାଲର ସୁପରିଚାଳନା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରିକାଳୀନ ମାଲ ପରିବହନ ନିୟନ୍ତ୍ରଣ କକ୍ଷ…
ଆଜି ରାଜ୍ୟର ପଶ୍ଚିମ ଭାଗରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ବାସିନ୍ଦା ୨୯ ବର୍ଷର ଏହି ଯୁବକ ନିକଟରେ ବାହାରିନରୁ ଫେରିଥିଲେ। ଆଜି ରାଜ୍ୟରେ ୩୦୪ଟି ନମୂନା ପରୀକ୍ଷା କରାଯାଇଥିଲା ଓ ସେଥିରୁ ଜଣେ ମାତ୍ର ପୋଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ପୂର୍ବରୁ ଭୁବନେଶ୍ୱର, କଟକ, ଭଦ୍ରଖ, ପୁରୀ ଓ ଯାଜପୁର ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ପ୍ରଥମଥର ଲାଗି ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ଚିହ୍ନଟ କରାଯାଇଛି।
ନ୍ୟୁୟର୍କ : କରୋନା ସଙ୍କ୍ରମିତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ତଥା ଗାୟିକା ପିଙ୍କ । ତେବେ ନିଜେ କରୋନା ସଙ୍କ୍ରମଣରୁ ସୁସ୍ଥ ହେବା ପରେ ଏହି ଅଭିନେତ୍ରୀ ଜଣକ ୧ ମିଲିୟନ୍ ଡଲାର (୭.୬ କୋଟି) ଟଙ୍କା ପ୍ରଦାନ କରିଛନ୍ତି । ଏହି ୪୦ ବର୍ଷୀୟ ଅଭିନେତ୍ରୀ ଜଣକ ଦୁଇ ସପ୍ତାହ ତଳେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ନିଜ ଶିଶୁ ପୁତ୍ର ସହିତ ପିଙ୍କ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପିଙ୍କ ଏହିି ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଅର୍ଥରାଶିକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବା ପାଇଁ ଆମେରିକା ସରକାରଙ୍କୁ ପିଙ୍କ ନିବେଦନ କରିଛନ୍ତି ।
ଭୁବନେଶ୍ବର, ଯାହାକୁ ନେଇ ସରକାର ଚିନ୍ତାରେ ଥିଲେ ତାହା ବର୍ତ୍ତମାନ ଦୂର ହୋଇଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରାମଣ ହୋଇ ନାହିଁ ବୋଲି ଜଣାପଡିଛି। ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ, ସୂର୍ଯ୍ୟନଗରର ଆକ୍ରାନ୍ତ କୋଲକାତାରେ ତାଙ୍କର ଜଣେ ସଂପର୍କୀୟଙ୍କ ସଂପର୍କରେ ଆସିଥିଲେ। ସେ ବର୍ତ୍ତମାନ କୋଲକାତାରେ କୋଭିଡ19 ପଜେଟିଭ ବୋଲି ଜଣାପଡିଛି। ତେଣୁ ସେ ତାଙ୍କ ଦ୍ବାରା ସଂକ୍ରମିତ ହୋଇଥିବାର ପ୍ରମାଣିତ ହୋଇଛି। ତେଣୁ ସେ ଗୋଷ୍ଠୀ ସଂକ୍ରାମଣର ଆକ୍ରାନ୍ତ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି। ସେହିପରି ବମିଖାଲର ଯେଉଁ ତିନିଭାଇ କୋଭିଡ19 ଆକ୍ରାନ୍ତ ହୋଇଛନ୍ତି ସେମାନେ ମଧ୍ୟ ଭୋପାଳରୁ ଏହି ସଂକ୍ରାମଣର ଶିକାର ହୋଇଛନ୍ତି ବୋଲି ଜଣାପଡିଛି। ଭୋପାଳରେ ରହୁଥିବା ତାଙ୍କ ବାପାଙ୍କୁ ଏହି ଭାଇଙ୍କ ମଧ୍ୟରୁ ଜଣେ ଦେଖା କରିବାକୁ ଯାଇଥିଲେ। ପରବର୍ତ୍ତି ସମୟରେ ତାଙ୍କ ବାପାଙ୍କୁ କୋଭିଡ19 ଆକ୍ରାନ୍ତ ହୋଇଥିବାର ବୋଲି ଜଣାପଡିଲା।…

