ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୁଣି ସଚେତନତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମାନବ ଜାତିର ସବୁଠାରୁ ବଡ ଶତ୍ରୁ, ଏହାକୁ ହରାଇବାକୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସଚେତନତା ଦ୍ୱାରା ହିଁ , ଆମେ କରୋନା ସଂକ୍ରମଣକୁ ରୋକି ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାକୁ ଡରିବାର କିଛି ନାହିଁ । କିନ୍ତୁ ଆମକୁ ସାବଧାନ ରହିବାକୁ ପଡିବ । ଏଥିସହ ଦିଲ୍ଳୀ ନିଜାମୁଦ୍ଦିନ ସଭାରେ ଓଡିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ଟ୍ରୋଲ ଫ୍ରି ନମ୍ବର ୧୦୪ରେ ତୁରନ୍ତ ଯୋଗଯୋଗ କରିବାକୁ ଅନୁରୋଧ କରିଛନ୍ତି । 24ଘଣ୍ଟା ମଧ୍ୟରେ ଏଥିପାଇଁ ଆଗେଇ ଆସନ୍ତୁ। ଏଥିପାଇଁ ଡରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଳମ୍ବ କଲେ ଏହା ନିଜ ସହିତ ନିଜ ପରିବାରକୁ ବିପଦରେ ପକାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମାଆମାନେ ନିଜ ପରିବାର ଓ…
Author: Samikhsya Bureau
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଗତକାଲି ରାତ୍ରି 8ଟାରୁ ଭୁବନେଶ୍ବର, କଟକ, ଭଦ୍ରକଠାରେ 48 ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏହି ସଟ୍ ଡାଉନ୍କୁ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସୂଚନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବରରେ 45 ଜଣଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ୍ରେ ପଠାଯାଇଛି । ସଟ୍ ଡାଉନ୍ ସମୟରେ ବାହାରେ ବୁଲିବା ଏମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ନିୟମ ଭାଙ୍ଗି ଅଭିଯୋଗରେ ଆଉ 64 ଜଣଙ୍କୁ ଅଟକ ରଖାଯାଇଛି । ସେହିପରି ଗଳି ରାସ୍ତା, ବସ୍ତି ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ରାଜ୍ୟରେ ଗତକାଲି 48 ଘଣ୍ଟିଆ ସଟ୍ ଡାଉନ୍ର ଘୋଷଣା କରାଯାଇଥିଲା । ଗତକାଲି ରାତ୍ରି 8ଟାରୁ ରବିବାର ରାତ୍ରି 8 ଘଟିକା ପର୍ଯ୍ୟନ୍ତ ସଟ୍ ଡାଉନ୍ର ଘୋଷଣା ହୋଇଛି। ଓଡ଼ିଶାରେ ସର୍ବମୋଟ 20ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଭୁବନେଶ୍ବରରୁ 10 ଜଣ ରହିଛନ୍ତି…
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଯୋଗୁଁ ହାହାକାର ଲାଗିରହିଥିବାବେଳେ ବିଶ୍ବର ବହୁ ଦେଶ ଏବେ ଏହି ମହାମାରୀ କବଳରେ । ଏବେ ଏହି ଭୟାନକ କରୋନା କବଳରେ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର । ଏହି ରାଷ୍ଟ୍ରରେ ବିଶ୍ବର ସର୍ବାଧିକ କରୋନା ସଂକ୍ରମିତ ରହିଛନ୍ତି । ଏହା ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ 1400ରୁ ଅଧିକ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଚୀନର ବୁହାର ସହରରୁ ବ୍ୟାପିଥିବା ଏହି ଭୟାବହ କରୋନା ଏବେ ସାରା ଦୁନିଆରେ ତାଣ୍ଡବ କରୁଛି । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ ପାଖାପାଖିରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଆମେରିକାରେ 2.70 ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ସେହିପରି ଆମେରିକାରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା 7406ରେ ପହଞ୍ଚିଛି । ସେହିପରି 12,283ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 1,19,827ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା 14,681ରେ…
ଦେଶରେ କରୋନା ଭାଇରସ୍ ମାମଲା ଲଗାତାର ଭାବରେ ବଢି ଚାଲିଥିବାବେଳେ ଏଥିପାଇଁ ଲୋକଙ୍କୁ କ୍ବାରେଣ୍ଟାଇନ୍ରେ ରଖାଯାଉଛି । ଇତିମଧ୍ୟରେ ଗୁଜୁରାଟର ବନାସକାଣ୍ଠାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାନାସକାଣ୍ଠାରେ ଜଣେ ବ୍ୟକ୍ତି ହୋମ କ୍ବାରେଣ୍ଟାଇନ୍ ରହିଥିବାବେଳେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସ୍ ସଂକଟ ଚାଲିଥିବା ସମୟରେ ମୃତକ ଗତ 14 ଦିନ ଧରି ହୋମ କ୍ବାରେଣ୍ଟାଇନ୍ରେ ରହିଥିଲେ । ବ୍ୟକ୍ତି ଜଣକ ଶୁକ୍ରବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଛି । 20 ମାର୍ଚ୍ଚରୁ ମୃତକ ଜଣକ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ତେବେ ମାନସିକ ବିକାର ଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସୂଚନା ମିଳୁଛି । ସୂଚନାଯୋଗ୍ୟ, ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା 90ଟପି ସାରିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍କୁ ନେଇ ମାମଲା ଲଗାତାର ଭାବରେ ବଢି ଚାଲିଛି । ଏ ପର୍ଯ୍ୟନ୍ତ ଦେଶରେ 2500ରୁ ଅଧିକ ସଂକ୍ରମିତ ହୋଇଥିବାର ଖବର ମିଳିଛି । ଏହା ମଧ୍ୟରେ ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡରୁ ତବଲିଗ୍ ଜମାତରୁ ଲୋକେ ଫେରାର ହୋଇଥିବା ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ପୁଣେରେ ତବଲିଗି ଜମାତର 10 ଜଣ ଫେରାର୍ ହୋଇଯାଇଛନ୍ତି । ସେହିପରି ଉତ୍ତରାଖଣ୍ଡର କାଶୀପୁର କ୍ବାରେଣ୍ଟାଇନ୍ ସେଣ୍ଟରୁ ଦୁଇ ଜମାତୀ ଫେରାର୍ ହୋଇଯାଇଛନ୍ତି । ଉତ୍ତରାଖଣ୍ଡରେ ଝରକା ଭାଙ୍ଗି ଦୁଇ ଜମାତୀ ପଳାୟନ କରିଛନ୍ତି । ଏହା ପରେ ପୋଲିସ୍ ତାଙ୍କୁ ଖୋଜିବା ସହିତ ସହରରେ ବନ୍ଦ କରିଛି । ସେହିପରି ପୁଣେର ଶିରୁର ତହସିଲରୁ ତବଲିଗି ଜମାତର 10 ଜଣ ଫେରାର ହୋଇଯାଇଛନ୍ତି। ଏହି ଦଶଜଣ 23 ଫେବୃଆରୀ ନୂଆଦିଲ୍ଲୀରୁ ମହାରାଷ୍ଟ୍ର ପୁଣେ ଫେରିଥିଲେ। 23 ଫେବୃଆରୀରେ ମାର୍ଚ୍ଚ 6 ପର୍ଯ୍ୟନ୍ତ ସମସ୍ତ 10 ଜଣ ଯାକ…
ସମୀକ୍ଷା ବ୍ୟୁରୋ ଭଦ୍ରକ : ଭଦ୍ରକରେ ସଟ୍ ଡାଉନ୍ ଉଲ୍ଲଂଘନ କରି ଧରାପଡ଼ିଲେ 9 ଜଣ । ଏହି ସମସ୍ତଙ୍କୁ14 ଦିନ ପାଇଁ ଇନ୍ଷ୍ଟିଚୁ୍ୟସନାଲ୍ କ୍ବାରେଣ୍ଟାଇନକୁ ପଠାଯାଇଛି । ସଟ୍ ଡାଉନ୍ ସମୟରେ ବାହାରେ ବୁଲୁଥିବାରୁ ଏହି 9ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଭଦ୍ରକରୁ ଚତୁର୍ଥ କରୋନା ସଂକ୍ରମିତଙ୍କ ସୂଚନା ମିଳିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ଭଦ୍ରକ ପୁରୁଣା ବଜାର ଅଂଚଳର ବୋଲି ଚିହ୍ନଟ ହୋଇଥିଲେ । ଅନ୍ୟପଟେ ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କ୍ୱାରାଂଟାଇନରେ ରଖାଯାଇଛି । ଯୁବକ ଜଣଙ୍କ ଦୁବାଇରୁ ଫେରିବା ପରେ ୧୪ ଦିନ ଧରି ଭଦ୍ରକରେ ରହିଥିଲେ । ଗତକାଲି ରାତ୍ରି 8ଟାରୁ ଭଦ୍ରକ, କଟକ ଓ ଭୁବନେଶ୍ବରୁ 48ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ କରାଯାଇଛି । ଏହି ସମୟରେ କେବଳ କିଛି ଔଷଧ ଦୋକାନକୁ…
କଟକ, ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିପାଇଁ ବିଭିନ୍ନ ହସପିଟାଲ କର୍ତ୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି। ଅନ୍ୟ ରୋଗୀମାନେ ଯେପରି ପ୍ରଭାବିତ ନ ହେବେ ସେଥିପାଇଁ କଟକ ଏସସିବି ହସପିଟାଲ ତରଫରୁ ନିଆଯାଇଛି ନୂଆ ନିଷ୍ପତି। ନିଷ୍ପତି ଅନୁସାରେ ଏଣିକି କଟକ ନିକଟସ୍ଥ ଅଞ୍ଚଳର ସମସ୍ତ କୋବିଡ19 ଆକ୍ରାନ୍ତ ଏସସିବିରେ ନ ରହି ଅଶ୍ବନୀ କୋବିଡ19 ହସପିଟାଲରେ ଚିକିତ୍ସା ହେବେ। ଗତକାଲି ଏସସିବିରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଏହି ନିଷ୍ପତି ନିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସପିଟାଲକୁ ଭିଡିଓ କନଫ୍ରନେସିଂ ମାଧ୍ୟମରେ ଉଦଘାଟନ କରିଥିଲେ। କଟକର ପ୍ରତିଷ୍ଠିତ ଅଶ୍ବନୀ ହସପିଟାଲ ସହିତ ସରକାରଙ୍କ ଭାଗୀଦାରୀରେ ଦେଢଶହ ବେଡ ବିଶିଷ୍ଠ ଏହି ହସପିଟାଲ ନିର୍ମାଣ କରାଯାଇଛି। ଏଥିରେ କେବଳ କରୋନା ରୋଗୀଙ୍କ ଆବଶ୍ୟକ ମେଡିକାଲ ଉପକରଣ ଉପଲବ୍ଧ କରାଯାଇଛି। ଭାଇରସ ଯେପରି ସଂକ୍ରାମଣ ନ ହେବ ସେଥିପାଇଁ ମଧ୍ୟ ଏହି ହସପିଟାଲରେ ବନ୍ଦୋବସ୍ତ ମଧ୍ୟ କରାଯାଇଛି।…
କେଦାର ମିଶ୍ର କୋଭିଡ-୧୯ ଭୂତାଣୁକୁ ମୁକାବିଲା କରିବା ଲାଗି ସାମାଜିକ ଦୂରତା ହିଁ ଏକମାତ୍ର ବାଟ ଓ ସେଥିଲାଗି ବର୍ତ୍ତମାନ ସମୟରେ ଆମେ ସାରା ଦେଶରେ ୨୧ ଦିନିଆଁ ତାଲା ବନ୍ଦ ମାନି ଆସୁଛୁ। କେବଳ ଅପରିହାର୍ୟ ଖାଦ୍ୟଦ୍ରବ୍ୟ ଓ ଔଷଧ ଇତ୍ୟାଦିକୁ ବାଦ ଦେଲେ ପୂରା ଜୀବନଯାତ୍ରା ଅଚଳ ହୋଇ ପଡିଛି। ତେବେ ଓଡିଶାରେ ୨୦ ତାରିଖରୁ ଲକ ଡାଉନ ଆରମ୍ଭ ହୋଇ ସାରିଥିବାରୁ ଓ ତାର ସପ୍ତାହେ ଆଗରୁ ଏକ ପ୍ରକାର ଆଂଶିକ ବନ୍ଦ ଆରମ୍ଭ ହୋଇଯାଇଥିବାରୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଟିକେ ଅଧିକ ସତର୍କ ରହିଥିବା କଥା ଆମେ ଜାଣିଛୁ। ଏତେ ସବୁ ସତର୍କତା ଭିତରେ ହଠାତ ଗତ କାଲି ଗୋଟିଏ ଦିନରେ ୧୫ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହେବା, ଲୋକଙ୍କ ମନରେ ଅଧିକ ଆଶଙ୍କା ସୃଷ୍ଟି କରିଛି। ଭୁବନେଶ୍ୱର ସୂର୍ୟ ନଗରର ଜଣେ ବ୍ୟକ୍ତି ଦେଶ କିମ୍ବା ରାଜ୍ୟ ବାହାରକୁ ଯାଇ ନଥିବା…
ନୂଆଦିଲ୍ଲୀ: କରୋନା ଭାଇରସ୍ ସହ ଦେଶ ଲଢୁଥିବାବେଳେ ତବଲିଗି ଜମାତ ଧର୍ମ ସମ୍ମଳିନୀରେ ଯୋଗ ଦେଇଥିବା ଲୋକଙ୍କୁ ନେଇ ବଡ ଚିନ୍ତାର ବିଷୟ ପାଲଟିଯାଇଛି । ଲଗାତାର ଭାବରେ ଏହି ଜମାତରେ ଅଂଶଗ୍ରହଣ କରିଥିବା ଲୋକଙ୍କ ନିକଟରୁ କରୋନା ପଜିଟିଭି ଚିହ୍ନଟ ହେଉଛି । ସାରା ଦେଶରେ ମୋଟ ୬୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ତବଲିଗି ଜମାତ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ୍ ଅଞ୍ଚଳରେ ଏହି ସମାରୋହ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଲଭ୍ ଅଗ୍ରୱାଲ କହିଛନ୍ତି, ଏହି ସବୁ ସଂକ୍ରମିତଙ୍କୁ 14ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଠାବ କରାଯାଇଛି। ସେଗୁଡ଼ିକ ହେଲା ଆଣ୍ଡାମାନ ଓ ନିକୋବର, ଆସାମ, ଦିଲ୍ଲୀ, ହିମାଚଳ, ହରିଆଣା, ଜମ୍ମୁ-କଶ୍ମୀର, ଝାରଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ।…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର :ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଆଜି ଗୋଟିଏ ଦିନରେ ଓଡିଶାରୁ ଏକାଥରେ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ପ୍ରଥମ ଥର ପାଇଁ ପୁରୀ ଏବଂ ଯାଜପୁରରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ସର୍ବାଧିକ ସୂର୍ଯ୍ୟନଗର ପଜେଟିଭଙ୍କ ସଂସ୍ପର୍ଶରେ ଆସିଥିବା 7ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅ ଏବଂ ଭଡା ରହୁଥିବା ବ୍ୟକ୍ତିମାନେ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁସାରେ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ପରି ବମିଖାଲ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି 3 ଜଣଙ୍କୁ ଏହ୍ କୋଭିଡ19 ସଂକ୍ରାମଣ ହୋଇଛି। ସେହିପରି କଟକରୁ ଆଉ ଜଣେ, ପୁରୀରୁ ଜଣେ, ଯାଜପୁରର ଜଣେ ଏବଂ ଭଦ୍ରକରୁ 2 ଜଣଙ୍କଠାରେ ପଜେଟିଭ ଚିହ୍ନଟ ହୋଇଛି। ଫଳରେ ଓଡିଶାର ମୋଟ ପଜେଟିଭ ସଂଖ୍ୟା 20 କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା…
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର :ଓଡିଶା ପାଇଁ ଦୁଃସମ୍ବାଦ। ଆଜି ଗୋଟିଏ ଦିନରେ ରାଜ୍ୟରେ ୧୫ ଜଣ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ସୂର୍ୟ ନଗର ସ୍ଥିତ ପଞ୍ଚମ କରୋନା ଆକ୍ରାନ୍ତ ପ୍ରଦୀପ ଦଳବେହରାଙ୍କ ପରିବାର ଓ ତାଙ୍କ ଘରେ ରହୁଥିବା ଭଡାଟିଆଙ୍କ ଭିତରୁ ସାତଜଣଙ୍କ ଦେହରେ କରୋନା ଭୂତାଣୁ ମିଳିଛି। ଏହା ଏକ ପ୍ରକାର ସ୍ପଷ୍ଟ ଗୋଷ୍ଠୀ ସଂକ୍ରମଣର ସଙ୍କେତ ବୋଲି ଆମେ କହିପାରିବା। ଭୁବନେଶ୍ୱର ବମିଖାଲ ଅଞ୍ଚଳର ୩ ଜଣ, ଭଦ୍ରକରେ ୨ ଜଣ, କଟକ, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ରୋଗୀଙ୍କୁ ଆଜି ଚିହ୍ନଟ କରାଯାଇଛି। ରାଜ୍ୟରେ ଆଜି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟୁଇଟ ଅନୁସାରେ ଆଜି ପର୍ୟନ୍ତ ମୋଟ ୧୩୯୫ ଲୋକଙ୍କ ପରୀକ୍ଷା ହୋଇଥିବା ବେଳେ ସେଥିରୁ ୨୦ ଜଣଙ୍କର ଫଳାଫଳ ପୋଜିଟିଭ ଆସିଥିବା ସୂଚନା…
ଭୁବନେଶ୍ବର, ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶୁମାନଙ୍କ ପ୍ରତି ଯେପରି କାର୍ଯ୍ୟ କରିଛନ୍ତି ତାହା ଦେଶ ପାଇଁ ଏକ ବଡ ଉଦାହରଣ। ସେ ଓଡିଶାର ବିଭିନ୍ନ ସହରାଞ୍ଚଳର ପଶୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ 54 ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। କାରଣ ଲକଡାଉନ ସମୟରେ ହୋଟେଲ ଏବଂ କିଣାବିକା ବନ୍ଦ ଥିବାରୁ ବୁଲା ପଶୁଙ୍କ ପାଇଁ ଖାଦ୍ୟ ଅଭାବ ଥିଲା। ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦୟଙ୍ଗମ କରି ସେମାନଙ୍କ ପାଇଁ ସରକାରୀ ବନ୍ଦୋବସ୍ତ କରିଛନ୍ତି। ସେଥିପାଇଁ ନବୀନ ପଟ୍ଟନାୟକଙ୍କୁ ହିରୋ ଟୁ ଆନିମଲସ ସମ୍ମାନ ପ୍ରଦାନ କରାଯିବ। ଏହି ଘୋଷଣା କରିଛି ମୁମ୍ବାଇସ୍ଥିତ ପଶୁପକ୍ଷୀଙ୍କ ପାଇଁ କାମ କରୁଥିବା ପେଟା ବା People for the Ethical Treatment of Animals ସଂସ୍ଥା। ଓଡିଶା ସମେତ ସାରା ଭାରତରେ ଲକଡାଉନ ଘୋଷଣା ପରେ ସହର ଅଞ୍ଚଳର ସମସ୍ତ କାରାବାର ଠପ୍ ହୋଇଗଲା। ମୁଖ୍ୟତଃ ପରିବାପତ୍ର କିଣାବିକା ହେଉ କିମ୍ବା…
ନୂଆଦିଲ୍ଲୀ : ଦେଶରେ କରୋନାର ବର୍ଦ୍ଧିତ ସଙ୍କଟ କାରଣରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପ ରାଜ୍ୟପାଳଙ୍କ ସହିତ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ସହିତ ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ ନାଇଡୁ ମଧ୍ୟ ଏହି ଭିଡିଓ କନ୍ଫରେନ୍ସିଂରେ ଭାଗ ନେଇଥଲେ । ରାଷ୍ଟ୍ରପତି ଏହି ଭିଡିଓ କନ୍ଫରେନ୍ସିଂରେ ନିଜାମୁଦ୍ଦିନ୍ ମକରଜ୍ ଏବଂ ଆନନ୍ଦ ବିହାର ବସ୍ ଷ୍ଟାଣ୍ଡ ଭିଡକୁ ନେଇ ଉଦ୍ବେଗ ପ୍ରକାଶ କରୁଥିଲେ। ଏପରି ଭିଡ ଦେଶରେ କରୋନା ସଂକ୍ରମଣ ବଢାଉଥିବାରୁ ସେଥିପ୍ରତି ଧ୍ୟାନ ଦେବା ପାଇଁ ରାଷ୍ଟ୍ରପତି କହିଥିଲେ । ଦେଶର କରୋନା ମୁକାବିଲାକୁ ପ୍ରତିହତ କରିବା ପାଇଁ ଏପରି ଷଡଯନ୍ତ୍ର ରଚା ଯାଉଥିଲେ ମଧ୍ୟ ଦେଶ ଏକାଠି ହୋଇ ଏହି ସଙ୍କଟରୁ ବାହାରିବ ବୋଲି ରାଷ୍ଟ୍ରପତି ମତ ଦେଇଥିଲେ ।
ମୁମ୍ବାଇ : ଟେଲିକମ୍ୟୁନିକେସନ କମ୍ପାନୀ, ଭାରତୀ ଏୟାରଟେଲ୍ ପକ୍ଷରୁ କୋଭିଡ-୧୯ ପ୍ରଭାବିତ ଗ୍ରାହକଙ୍କ ସହାୟତା ନିମନ୍ତେ ଏକ ବିଶେଷ ପଦକ୍ଷେପ ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ୮ କୋଟିରୁ ଉର୍ଦ୍ଧ ଗ୍ରାହକଙ୍କ ପାଇଁ ଏହାର ପ୍ରି-ପେଡ ପ୍ୟାକର ବୈଧତାକୁ ଆସନ୍ତା ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇଦେଇଛି । ଏପରିକି ସମସ୍ତ ଗ୍ରାହକମାନେ ସେମାନଙ୍କର ଏୟାରଟେଲ ମୋବାଇଲ ନମ୍ବରରେ ପ୍ଲାନ ଶେଷ ହେବା ପରେ ମଧ୍ୟ ଇନ୍କମିଙ୍ଗ କଲ ସୁବିଧା ପାଇପାରିବେ । ସେହିଭଳି ଏହି ୮କୋଟି ଗ୍ରାହକଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସହ କଲ୍ ଓ ଏସ୍ଏମ୍ଏସ୍ ମାଧ୍ୟମରେ ଯୋଡ଼ି ରଖିବା ପାଇଁ ଏୟାରଟେଲ ୧୦ଟଙ୍କାର ଅତିରିକ୍ତ ଟକ୍ଟାଇମ୍ ମଧ୍ୟ ଯୋଗାଇଦେବ । ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ଲାଭଗୁଡ଼ିକ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଯିବ ।
ମୁମ୍ବାଇ : କରୋନା ମୁକାବିଲା ପାଇଁ ମୋବାଇଲ୍ କମ୍ପାନୀ ସିମେନ୍ସ ଇଣ୍ଡିଆ ପକ୍ଷରୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ନୋକିଆର ପ୍ୟାରେଣ୍ଟ କମ୍ପାନୀ ସିମେନ୍ସର ଭାରତୀୟ କାର୍ଯ୍ୟାଳୟ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁନୀଲ ମାଥୁର ଏହି ଅର୍ଥ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି । ଏହା ସହିତ କମ୍ପାନୀ ପକ୍ଷରୁ ୪୦ ହଜାର ମାସ୍କ ପ୍ରଦାନ କରାଯିବ ଏବଂ ଶସ୍ତା ଭେଣ୍ଟିଲେଟର ତିଆରି ପାଇଁ ପ୍ରୟାସ କରାଯିବ ବୋଲି ମାଥୁର ପ୍ରକାଶ କରିଛନ୍ତି ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ତିନି ଜଣ ନୂତନ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରର ବମିଖାଲ ଅଞ୍ଚଳରୁ ଏହି ତିନି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଆଜି କଟକରୁ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଆଜି ଗୋଟିଏ ଦିନରେ ୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତେବେ ଆଜି ପ୍ରଥମ କରୋନା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପୂର୍ବରୁ ଦ୍ବିତୀୟ ଆକ୍ରାନ୍ତ ଜଣକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସମଗ୍ର ଦେଶରେ ୨୩୦୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି ।
ଭୁବନେଶ୍ବର, ଆଜି ରାଜ୍ୟର ଦୁଇଟି ସହରର ତାପମାତ୍ର 41 ଡିଗ୍ରୀରେ ପହଁଚିଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ତାଳଚେର ଓ ଟିଟିଲାଗଡରେ 41 ଡିଗ୍ରୀ ତାପମାତ୍ରା ରହିଛି। ଟିଟିଲାଗଡର ତାପମାତ୍ରା 41.00 ଡିଗ୍ରୀ ଥିବା ବେଳେ ତାଳଚେରର ତାପମାତ୍ର 41.1 ଡିଗ୍ରୀ ରହିଛି। ସେହିପରି ଆଜି ରାଜ୍ୟର ତିନୋଟି ସହରରେ 40 ଡିଗ୍ରୀ ଉପରେ ତାପମାତ୍ରା ଥିବା ବେଳେ 10ଟି ସହରର ତାପମାତ୍ରା 39 ଡିଗ୍ରୀ ଉପରେ ରହିଛି। ଯଦି ବର୍ତ୍ତମାନଠାରୁ ଏପରି ଗରମ ହେଉଛି ତେବେ ଭବିଷ୍ୟତରେ ଏହା ଆହୁରି ସ୍ଥିତି ଖରାପ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି 40 ଡିଗ୍ରୀ ଉପରେ ଥିବା ତିନୋଟି ସହର ହେଲା ବଲାଙ୍ଗୀର, ମାଲକାନାଗିରି ଏବଂ ବଉଦ। ଏଥିସହିତ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ଅନ୍ୟାନ୍ୟ ସହରର ତାପମାତ୍ରା ହେଲା….
ନୂଆଦିଲ୍ଲୀ : କରୋନା ଭାଇରସ୍ ସଙ୍କ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂତନ ସୂଚନା ପ୍ରକାଶ କରାଯାଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୩୩୬ଟି ନୂତନ ସଂକ୍ରମଣ ମାମଲା ସମ୍ମୁଖକୁ ଆସିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୧ରେ ପହଞ୍ଚିଛି । ଗତକାଲି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମୁଦାୟକ ମୃତକଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ସେହିପରି ଶୁକ୍ରବାର ସୁଦ୍ଧା ନିଜାମୁଦ୍ଦିନ୍ ମକ୍ରଜ୍ର ଆକ୍ରାନ୍ତଙ୍କ ସଂଖ୍ୟା ୬୪୭ରେ ପହଞ୍ଚିଛି । ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ହାଇଦ୍ରାବାଦ : କରୋନା ମୁକାବିଲା ପାଇଁ ବିଭିନ୍ନ ଶିଳ୍ପପତି ଓ କଳାକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଥିବା ବେଳେ ମାତ୍ର ୫୦ ହଜାର ଟଙ୍କା ପ୍ରଦାନ କରି ଚର୍ଚ୍ଚାକୁ ଆସିଛନ୍ତି ତେଲେଙ୍ଗାନାର ଜନୈକ କ୍ଷୁଦ୍ର ଚାଷୀ । ଏହି ଚାଷୀ ଜଣକ ତେଲେଙ୍ଗାନା ସରକାରଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରି ଚର୍ଚ୍ଚାରେ ରହିଛନ୍ତି । ଆଦିଲାବାଦର ମୋରା ହମାନ୍ଦଲୁ ନାମକ ଏହି ଚାଷୀ ଜଣକ ସାଢେ୪ ଏକର ଜମିରେ ଚାଷ କରନ୍ତି । ଚଳିତ ବର୍ଷର ଆୟର ଅର୍ଥକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି ଏହି ଚାଷୀ । ହମାନ୍ଦଲୁଙ୍କ ବିଷୟରେ ଟ୍ୱିଟ୍ଟରରେ ଉଲ୍ଲେଖ କରିଛନ୍ତି ତେଲେଙ୍ଗାନା କ୍ୟାବିନେଟ୍ ମନ୍ତ୍ରୀ କେଟିଆର୍ । ‘ହମାନ୍ଦୁଲା ଜଣେ କ୍ଷୁଦ୍ର ଚାଷୀ ଯାହାଙ୍କ ହୃଦୟ ବିଶାଳ’ ବୋଲି ଟ୍ୱିଟ୍ କରିଥିଲେ କେଟିଆର୍ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : 48 ଘଣ୍ଟିଆ ସଟ୍ ଡାଉନ୍କୁ ନେଇ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ସଟ୍ ଡାଉନ୍ ସମୟର କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ ଏନେଇ କହିଛନ୍ତି ପୋଲିସ୍ କମିଶନର । ଏହି ସମୟ ମଧ୍ୟରେ ଉଭୟ ସହରକୁ କୌଣସି ଗାଡ଼ି ମୋଟର ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୂଚନା ଦେଇଛନ୍ତି । କୌଣସି ଗାଡି ସହର ଭିତରକୁ ଯିବନି କି ବାହାରକୁ ଛଡା ଯିବ ନାହିଁ। ନିହାତି ଆବଶ୍ୟକ ନ ହେଲେ ହସ୍ପିଟାଲ ଯିବାକୁ ଚାହାନ୍ତୁନି ବୋଲି କହିଛନ୍ତି ପୋଲିସ କମିଶନର। ଡାକ୍ତରଙ୍କ ସହ ଟେଲିଫୋନରେ ପରାମର୍ଶ କରନ୍ତୁ ବୋଲି କହିଛନ୍ତି କମିଶନର । ଡାକ୍ତର ଅନୁମତି ଦେଇ ଫୋନ୍ କଲେ, ପୋଲିସ୍ ଆମ୍ବୁଲାନ୍ସକୁ ଅନୁମତି ଦେବ ବୋଲି କହିଛନ୍ତି ପୋଲିସ୍ କମିଶନର । ଦୁଇ ଦିନ ପେଟ୍ରୋଲ୍ ପମ୍ପ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ଆଜି ରାଜ୍ୟରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ କଟକର ବୋଲି ଜଣାପଡିଛି। ସେ ଦିଲ୍ଲୀ ନିଜାମୁଦ୍ଦିନରୁ ଫେରିଥିବାର ଜଣାଇଛନ୍ତି କୋଭିଡ – 19ର ମୁଖପାତ୍ର ସୁବ୍ରତୋ ବାଗ୍ଚୀ। କଟକର ଅଶ୍ବିନୀ ହସ୍ପିଟାଲରେ ତାଙ୍କର ଚିକିତ୍ସ କରାଯାଉଛି ବୋଲି କହିଛନ୍ତି ବାଗ୍ଚୀ। ଏଯାବତ୍ 27 ଜଣ ନିଜାମୁଦ୍ଦିନରୁ ଓଡ଼ିଶା ଫେରିଆସିଛନ୍ତି ବୋଲି ସୂଚନା ରହିଛି। ଏହି 27 ଜଣଙ୍କ ମଧ୍ୟରେ 7 ଜଣ ବିଦେଶୀ ମଧ୍ୟ ରହିଛନ୍ତି। 27ଜଣଙ୍କ କରୋନା ପରୀକ୍ଷାରୁ 21ଟି ନେଗେଟିଭ୍ ଆସିଥିବାବେଳେ ଜଣକର ପଜିଟିଭି ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ କଟକର ବୋଲି ଜଣାପଡିଛି। ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ପରିବାରକୁ ଆଇସୋଲେସନରେ ରଖାଯାଇଛି ବୋଲି କହିଛନ୍ତି ବାଗ୍ଚୀ। ନିଜାମୁଦ୍ଦିନ ଯାଇଥିବା ଆଉ 40 ଜଣ ବାହାରେ ରହିଛନ୍ତି ବୋଲି ସୂଚନା ରହିଛି। ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି କୋଭିଡ୍…

