Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ସାରା ଦେଶରେ କରୋନା ମହାମାରୀ ରୋକିବା ପାଇଁ ଲକ ଡାଉନ ଚାଲିଥିବା ବେଳେ ଏଥିରେ ଜନଜୀବନ ଓ ଜୀବିକା ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଏହି ସମୟରେ ବହୁ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି। ଦିନ ମଜୁରିଆ ତଥା ଖଟିଖିଆ ମାନଙ୍କ ବୃତ୍ତି ବନ୍ଦ ହୋଇଯାଇଥିବା ସ୍ଥଳେ ଦିନକୁ ଦି ଓଳି ଖାଇବା ପାଇଁ ମଧ୍ୟ ସେମାନେ ସଂଘର୍ଷ କରୁଛନ୍ତି। କେହି ବି ଅନାହାରରେ ନରହିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଅ ଯାଇଥିଲେ ମଧ୍ୟ ବାସ୍ତବତା ଏହା ଠାରୁ ଭିନ୍ନ। ଅନେକ ଯୋଜନା ମଧ୍ୟ ଘୋଷଣା ହୋଇଛି ମାତ୍ର ଯୋଜନାର ସଠିକ ରୂପାୟନ ହୋଇ ପାରୁନି। କୋଉଠି ନା କୋଉଠି ବ୍ୟତିକ୍ରମ ଘଟୁଛି। ଏହି ଲକ ଡାଉନ ସମୟରେ କେବଳ ମଣିଷ ନୁହେଁ ବରଂ ପଶୁ ପକ୍ଷୀ ମଧ୍ୟ ସମାନ ଭାବରେ ପ୍ରଭାବିତ। ଦୋକାନ ବଜାର ବନ୍ଦ ଥିବାରୁ ପଶୁ ପକ୍ଷୀ ମାନେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବିଏମ୍‌ସି ପକ୍ଷରୁ ତାଙ୍କର ଯାତ୍ରା ଇତିହାସର ତଥ୍ୟ ପ୍ରକାଶ ପାଇଛି । ସଙ୍କ୍ରମିତ ବ୍ୟକ୍ତି ଜଣକ ମାର୍ଚ୍ଚ ୫ ତାରିଖରେ ସୂର୍ଯ୍ୟ ନଗର ମହାଶକ୍ତି କ୍ଲିନିକ୍‌କୁ ଯାଇଥିଲେ । ମାର୍ଚ୍ଚ ୧୨ ତାରିଖରେ ପୁନର୍ବାର ସମାନ କ୍ଲିନିକ୍‌କୁ ଯାଇଥିଲେ । ମାର୍ଚ୍ଚ ୨୭ ଅପରାହ୍ନରେ ସମ୍ ହସ୍ପିଟାଲ୍‌ର ଓପିଡି ଯାଇଥିଲେ । ଏହାପରେ ମାର୍ଚ୍ଚ ୨୮ ତାରିଖରେ ଏମ୍ସର ଓପିଡିକୁ ଯାଇ ନିଜ ଘରକୁ ଫେରିିଥିଲେ । ମାର୍ଚ୍ଚ ୩୧ ତାରିଖରେ ଶ୍ୱାସକ୍ରିୟାରେ ସମସ୍ୟା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୩୧ରେ ସ୍ୱାବ୍ ସାମ୍ପଲ ସଂଗୃହୀତ ହେବା ପରେ ୧ ତାରିଖରେ ପଜିଟିଭ୍ ସାବ୍ୟସ୍ତ ହୋଇଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯିବା ସହିତ ସମୁଦାୟ ସୂର୍ଯ୍ୟନଗର ଅଞ୍ଚଳକୁ…

Read More

ହାଇଦ୍ରାବାଦ, ବର୍ତ୍ତମାନ ଚାରିଆଡେ ଲକଡାଉନ ହୋଇଥିବାରୁ ଲୋକେ ଘରୁ ବାହରିପାରୁ ନାହାଁନ୍ତି। ଫଳରେ ପ୍ରତିଦିନ ରୋଗୀଙ୍କୁ ଯେଉଁ ରକ୍ତର ଆବଶ୍ୟକତା ରହିଥାଏ ତାହା ଆଉ ହୋଇପାରୁ ନାହିଁ। ଧିରେ ଧିରେ ଏହାର ଅଭାବ ପରିଲକ୍ଷିତ ହେବାରୁ ବିଭିନ୍ନ ସ୍ଥାନରେ ଚାଲିଛି ରକ୍ତଦାନ ଶିବିର। ହାଇଦ୍ରାବାଦସ୍ଥିତ ମିଲିଟାରୀ କଲେଜରେ ଚାଲିଛି ଏହି ରକ୍ତଦାନ ଶିବିର।

Read More

ନୂଆଦିଲ୍ଲୀ : ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଟଙ୍କା ପ୍ରଦାନ କରିଛି ସଶସ୍ତ୍ର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) । କରୋନା ଭାଇରସ୍ ମୁକାବିଲା ପାଇଁ ବିଏସ୍‌ଏଫ୍ ପକ୍ଷରୁ ୩୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ସଶସ୍ତ୍ର ସୀମା ସୁରକ୍ଷା ବଳର ଅଧିକାରୀଙ୍କ ଗୋଟିଏ ଦିନର ବେତନକୁ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି । ବିଏସ୍‌ଏଫ୍ ପକ୍ଷରୁ ୩୩,୨୮,୫୭,୫୦୪ ଟଙ୍କାର ଏକ ଚେକ୍ ପିଏମ୍ କେୟାର ଫଣ୍ଡକୁ ପ୍ରଦାନ କରାଯାଇଥିବା ନେଇ ବିଏସ୍‌ଏଫ୍ ମୁଖପାତ୍ର ଶୁଭେନ୍ଦୁ ଭରଦ୍ୱାଜ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଦେଶରେ ବର୍ତ୍ତମାନ କରୋନା ମୃତ୍ୟୁ ସଂଖ୍ୟା ୫୩ ଛୁଇଁଥିବା ବେଳେ ୨୦୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

Read More

ନୂଆଦିଲ୍ଲୀ, ଆଜି କେନ୍ଦ୍ର ଗୃହ ବିଭାଗ ଏକ ବଡ ପଦକ୍ଷେପ ନେଇଛି। ମୋଟ 960 ଜଣ ବିଦେଶୀ ନାଗରିକଙ୍କୁ କଳାତାଲିକା ଭୁକ୍ତ କରାଯାଇଛି। ବର୍ତ୍ତମାନ ଏହି ବିଦେଶୀ ଭାରତରେ ଅଛନ୍ତି। ଏମାନେ ପର୍ଯ୍ୟଟକ ଭିସାରେ ଆସି ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ଯୋଗଦେଇଥିଲେ। ଏଥିରେ ଯୋଗ ଦେଇଥିବା ସମସ୍ତ ବିଦେଶୀ ନାଗରିକଙ୍କ ଭିସା ଉପରେ ଅନୁଧ୍ୟାନ କରିବା ପରେ ଏହା ଘଟଣା ପଦାକୁ ଆସିଥିଲା। ବର୍ତ୍ତମାନ ଏମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଗୃହ ବିଭାଗ କହିଛି। ଏ ସଂପର୍କରେ ଖୋଦ ଗୃହମନ୍ତ୍ରୀ ଅମିତ ସାହା ଟୁଇଟ କରି ମଧ୍ୟ ଜଣାଇଛନ୍ତି। ବର୍ତ୍ତମାନ ଏ ଧର୍ମ କାର୍ଯ୍ୟରେ ଯୋଗଦେଇଥିବା ପ୍ରାୟ 9 ହଜାର ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ 1306 ଜଣ ବିଦେଶୀ ରହିଥିବା ବେଳେ ଅନ୍ୟମାନେ ହେଉଛନ୍ତି ଭାରତୀୟ।

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ର କୌଣସି ସିଦ୍ଧ ଚିକିତ୍ସା ବ୍ୟବସ୍ଥା ନଥିଲେ ମଧ୍ୟ ବିଭିନ୍ନ ସମୟରେ ଏହାକୁ ଭିନ୍ନ ଭିନ୍ନ ଔଷଧ ଜରିଆରେ ଚିକିତ୍ସା କରି ସଫଳତା ହାସଲ କରାଯାଉଛି । ବ୍ରିଟେନ୍‌ର ଯୁବରାଜ ପ୍ରିନ୍‌ସ ଚାର୍ଲସ୍ ଆୟୁର୍ବେଦ ଜରିଆରେ ସୁସ୍ଥ ହୋଇଛନ୍ତି ବୋଲି ଜନୈକ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମତ ଦେଇଛନ୍ତି । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏହି ମତ ଦେଇଛନ୍ତି । ୭୧ ବର୍ଷୀୟ ବ୍ରିଟେନ୍ ଯୁବରାଜ ଆୟୁର୍ବେଦ ଓ ହୋମିଓପାଥି ଜରିଆରେ ଚିକିତ୍ସିତ ହୋଇଥିବା ନେଇ ବେଙ୍ଗାଲୁରୁର ଆୟୁର୍ବେଦ ସଂସ୍ଥା ସୌକ୍ୟର ମୁଖ୍ୟ ଆଇଜାକ୍ ମଥାଇ ପ୍ରକାଶ କରିଛନ୍ତି । ଡକ୍ଟର ଆଇଜାକ୍ ମଥାଇଙ୍କ ସହିତ ଏ ସମ୍ପର୍କରେ ଫୋନ୍‌ରେ କଥା ହୋଇଥିବା ବେଳେ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନାୟକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍…

Read More

ବେଙ୍ଗାଲୁରୁ : କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛି ଭାରତୀୟ ରେଳବାଇ । ପୂର୍ବରୁ ରେଳବାଙଇ ପକ୍ଷରୁ ୨୦ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ ଘୋଷଣା କରାଯାଇଥିବା ବେଳେ ଗୁରୁବାର ଦକ୍ଷିଣ ପଶ୍ଚିମ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ୩୧୨ଟି ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ନେଇ ଦକ୍ଷିଣ ପଶ୍ଚିମ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ହୁବ୍ୱାଳୀ ରେଳବାଇ ୱାର୍କସପ୍‌ର ୧୨୦ଟି ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଥିବା ବେଳେ , ମହୀଶୂରର ୧୨୦ଟି ବଗି, ହୁବ୍ୱାଳୀ ଡିପୋଟ୍‌ର ୧୮ଟି ବଗି, ବେଙ୍ଗାଲୁରୁ,ୟଶୱନ୍ତପୁର ଏବଂ ମହୀଶୂର ଡିପୋଟର ୧୮ଟି ଲେଖାଏଁ ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି ।

Read More

ଭୁବନେଶ୍ବର, ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର 4ଟି ସହରର ତାପମାତ୍ରା 40 ଡିଗ୍ରୀ ଟପିଥିବା ବେଳେ 5ଟି ସହରର ତାପମାତ୍ର 39 ଡିଗ୍ରୀ ରହିଛି। ଆଜି ଯେଉଁ 3ଟି ସହରରେ ସର୍ବାଧିକ 40 ଡିଗ୍ରୀ ତାପମାତ୍ରା ରହିଛି ସେଗୁଡିକ ହେଲା ବଲାଙ୍ଗୀର, ଟିଟିଲାଗଡ ଏବଂ ମାଲକାନଗିରି। ସେହିପରି 5ଟି ସହରର ତାପମାତ୍ରା 39 ଡିଗ୍ରୀ ଟପିଛି। ସେଗୁଡିକ ହେଲା ପାରଳାଖେମୁଣ୍ଡି, ବୌଦ୍ଧ, ନୟାଗଡ, ଭୁବନେଶ୍ବର ଏବଂ କଟକ। ବର୍ତ୍ତମାନଠାରୁ ଏପରି ଗରମ ହେଲାଣି ମାନେ ଆଗକୁ ଆହୁରି ତାତିବ ବୋଲି ଜଣାପଡିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ଯେଉଁ ତାପମାତ୍ର ଥିଲା ତାହା ହେଲା

Read More

ନୂଆଦିଲ୍ଲୀ : ନିଜର ଦୁଇବର୍ଷର ବେତନ ପ୍ରଦାନ କରିବାକୁ ଯାଉଛନ୍ତି କ୍ରିକେଟର ଗୌତମ ଗମ୍ଭୀର । ଗୁରୁବାର ଗମ୍ଭୀର ଏହି ଘୋଷଣା କରିଛନ୍ତି । କରୋନା ମୁକାବିଲା ପାଇଁ ପୂର୍ବତନ କ୍ରିକେଟର ଏବଂ ସାଂସଦ ଗମ୍ଭୀର ପୂର୍ବରୁ ୧ କୋଟି ଟଙ୍କା ଏବଂ ଏକ ମାସର ବେତନ ପ୍ରଦାନ କରି ସାରିଥିବା ବେଳେ ଗୁରୁବାର ଏହି ଘୋଷଣା କରିଛନ୍ତି । ଦିଲ୍ଲୀରୁ ବିଜେପିର ସାଂସଦ ରହିଥିବା ଗମ୍ଭୀର ନିଜର ବେତନ ଦାନ କରିବା ନେଇ ଟ୍ୱିଟ୍ଟର ଜରିଆରେ ଘୋଷଣା କରିଛନ୍ତି । ଏହା ସହିତ ଦେଶବାସୀଙ୍କୁ ଅଧିକରୁ ଅଧିକ ପରିମାଣରେ ସହାୟତା କରିବା ପାଇଁ ଗମ୍ଭୀର ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ।

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁର ଦୃତ ସଂକ୍ରମଣ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଲକଡାଉନ୍ ଯୋଗୁଁ ଗରୀବ ଓ ମୁଲିଆ ଶ୍ରେଣୀର ଲୋକମାନେ ନିଜର ବୃତ୍ତି ହରାଇ ଭୋକ ଉପାସରେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ଏପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ। ଏମିତିକି ବ୍ଲକ୍ କାର୍ଯ୍ୟାଳୟରେ ବିଡିଓଙ୍କ ଦେଖାମିଳୁନି। ଅଭିଯୋଗ ଅନୁଯାୟୀ ଉକ୍ତ ବ୍ଲକ କାର୍ଯ୍ୟାଳୟର କିଛି ମିଟର ଦୂରରେ ଏକ ଭଙ୍ଗାଘରେ ରହୁଥିବା ଲକ୍ଷ୍ମୀଧର ବିଶ୍ରା ଓ ତାଙ୍କ ପତ୍ନୀ ଗୁରବାରୀ ବିଶ୍ରା ମୁଲମଜୁରୀ କାମକରି ତାଙ୍କର ୩ଟି ଛୋଟ ପିିଲାଙ୍କ ସହ ଚଳନ୍ତି। ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିବାରୁ ମୁଲମଜୁରୀ ନପାଇ କିଛି ଦିନ ହେବ ଛୋଟଛୋଟ ଛୁଆଙ୍କ ସହ ଭୋକ ଉପାସରେ ଦିନ କାଟୁଛନ୍ତି ଗୁରୁବାରୀଙ୍କ ପରିବାର। ଏପରିକି ଭୋକର ଜ୍ୱାଳା ସହିନପାରି ନିଜର ଛୋଟଛୋଟ ଛୁଆଙ୍କୁ ସାଙ୍ଗରେ ନେଇ ଗୁରୁବାରୀ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ଆଜି ବିଏମ୍‌ସି ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କର ପରିଚୟ ପ୍ରଦାନ କରାଯାଇଛି । ବିଏମସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ଏକ ପ୍ରେସ୍‌ମିଟ୍ କରି ଏହି ସୂଚନା ଦେଇଛନ୍ତି । ଆକ୍ରାନ୍ତ ବ୍ୟକ୍ତିଙ୍କ ନାମ ପ୍ରଦୀପ ଦଳବେହେରା ଏବଂ ସେ ସୂର୍ଯ୍ୟନଗରର ପ୍ଲଟ୍ ନଂ ୩୭, ୟୁନିଟ-7 ଏବଂ ୱାର୍ଡ ନମ୍ବର 46ରରେ ବସବାସ କରନ୍ତି। ବିଏମସିର ସ୍ବତନ୍ତ୍ର କ୍ଷମତା ବଳରେ ଏହି ଆକ୍ରାନ୍ତଙ୍କ ପରିଚୟ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତୁରନ୍ତ 14 ଦିନ ପାଇଁ ଘରେ ସଙ୍ଗରୋଧରେ ରହନ୍ତୁ । ଏହି ଘଟଣା ପରେ ବିଏମ୍‌ସି ଉକ୍ତ ଅଞ୍ଚଳକୁ ସିଲ୍ କରିବାର ନିଷ୍ପତ୍ତି ନେଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କର ବିଦେଶ ଗସ୍ତ କିମ୍ବା ରାଜ୍ୟ ବାହାରକୁ ଗସ୍ତର କୌଣସି ପ୍ରମାଣ ନଥିବାରୁ ବିଏମ୍‌ସ କର୍ତ୍ତୃପକ୍ଷ ଏହି…

Read More

ଋଞ୍ଜିତ ପଣ୍ଡା କୁଜଙ୍ଗ : ଲକ୍‌ଡାଉନ୍ କାରଣରୁ ପାରାଦୀପ ଏବଂ କୁଜଙ୍ଗ ଅଞ୍ଚଳରେ ସରକାରୀ ମଦ ଦୋକାନ ବନ୍ଦ ରଖାଯାଇଛି । ତେବେ ଏହି ଲକ୍‌ଡାଉନ୍‌କୁ ବେଖାତିର କରି ପାରାଦୀପ ଅବକାରୀ ବିଭାଗର କିଛି ଅଧିକାରୀ ରାତିଅଧିଆ ସରକାରୀ ମଦ ଚୋରାଚାଲାଣ କରୁଛନ୍ତି । ଲକ୍‌ଡାଉନ୍ ସମୟରେ ଚୋରା ମଦର ଚାହିଦା ଅହେତୁକ ଭାବରେ ବୃଦ୍ଧି ଘଟି ଏହି ମଦ ଚାରି ଗୁଣ ମୂଲ୍ୟରେ ବିକ୍ରି କରାଯାଉଛି । ବୁଧବାର ରାତିରେ ବିଭିନ୍ନ ମଦ ଦୋକାନର ସିଲ୍ ଖୋଲାଯାଇ ବିଭିନ୍ନ ଚୋରା ବେପାରୀଙ୍କୁ ବିକ୍ରୟ କରାଯାଇଥିବା ଜଣାପଡିଛି । ବୁଧବାର ରାତି ୧୨ଟା ପର୍ଯ୍ୟନ୍ତ ବାଲିତୁଠରେ ଅବକାରୀ ଅଧିକାରୀ ମାନେ ଭୋଜି କରୁଥିବାର ଦେଖାଯାଇଥିଲା । ଭୋଜିଭାତର ଖୋଳତାଡ କଲେ ଏହି ଘଟଣା ପଛର ନେପଥ୍ୟ ନାୟକ କିଏ ବୋଲି ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।

Read More

ନୂଆଦିଲ୍ଲୀ : ଭାରତରେ କରୋନାର ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ । ଗରିବ ଲୋକଙ୍କ ପାଇଁ ମୋଦି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ହୁର ମୁଖ୍ୟ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେସ୍ୟସ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତାକୁ ଟେଡ୍ରୋସ୍ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଉଦ୍ୟମକୁ ମୁଁ ପ୍ରଶଂସା କରୁଛି ବୋଲି ଟେଡ୍ରୋସ୍ ଟ୍ୱିଟ୍ କରିଛନ୍ତି । ସେହିପରି ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ଲୋକଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରଦାନ ଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ପ୍ରଦାନ ପରି ପଦକ୍ଷେପକୁ ଟେଡ୍ରୋସ୍ ପ୍ରଦାନ କରିଥିଲେ ।

Read More

ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରିଥିବା ବେଳେ ଏହାଦ୍ୱାରା ଦେଶର ଅର୍ଥନୀତି ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଉଥିବା ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥା ଆକ୍ୟୁଟି ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣ ଅନୁଯାୟୀ ଭାରତୀୟ ଅର୍ଥନୀତି ଦୈନିକ ହାରାହାରି ୪.୬୪ ବିଲିୟନ୍ ଡଲାର ବା ୩୫୦୦ କୋଟି ଟଙ୍କାର କ୍ଷତି ସହୁଛି । ଏହା ଦ୍ୱାରା ଦେଶର ଜିଡିପରେ ହାରାହାରି ୯୮ ବିଲିୟନ୍ ଡଲାରର ହ୍ରାସ ଦେଖିବାକୁ ମିଳିବ ବୋଲି କମ୍ପାନୀ ପକ୍ଷରୁ ବୁଧବାର ପ୍ରକାଶ କରା ଯାଇଛି । ସେହିପରି କରୋନା ଭାଇରସ୍ ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନୀତି ୨୨ ପ୍ରତିଶତ ତଳକୁ ଖସିଯିବ ବୋଲି ଆକ୍ୟୁଟି ରିସର୍ଚ୍ଚ ପକ୍ଷରୁ ପ୍ରକାଶ କରାଯାଇଛି ।

Read More

ଭୁବନେଶ୍ବର, ଆଜି ରାମନବମୀ। ବେଶ୍ ଧୂମଧାମରେ ସାରା ରାଜ୍ୟରେ ପ୍ରଭୃ ଶ୍ରୀରାମଙ୍କ ଜନ୍ମଦିନ ପାଳନ ହୋଇଥାଆନ୍ତା। ହେଲେ ସବୁ ସାରିଦେଲା କରୋନା ଭାଇରସ। ଦୀର୍ଘ ଦଶ ଦିନ ଧରି ସାରା ଦେଶରେ ଚାଲିଛି ଲକଡାଉନ ଅବସ୍ଥା। କେହି ଘରୁ ବାହାରୁ ନାହାଁନ୍ତି। ଏପରି ପରିସ୍ଥିତିରେ ରାମ ଜନ୍ମକୁ କାଣ୍ଟଛାଟ କରାଯାଇଛି। ଯେଉଁ ଯେଉଁ ସ୍ଥାନରେ ରାମନବମୀ ବେଶ୍ ଧୂମଧାମରେ ପାଳନ ହେଉଥିଲା, ସେଠାରେ ବିନା ଭକ୍ତରେ କେବଳ ପୂଜା ବିଧି କରାଯାଇଛି। ସେହିପରି ଭୁବନେଶ୍ବରର ପ୍ରସିଦ୍ଧ ରାମମନ୍ଦିରର ମଧ୍ୟ ଅନୁରୂପ ଅବସ୍ଥା। ପ୍ରତିବର୍ଷ ରାମନବମୀକୁ ସେଠାରେ ଭକ୍ତମାନଙ୍କୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷେ କଷ୍ଟକର ହୋଇପଡେ। ହେଲେ ଆଜି ରାମମନ୍ଦିର ବାହାର ପଟୁ ତାଲା ପଡିଛି। ରାମମନ୍ଦିର ପୂଜାରୀଙ୍କ ଅନୁସାରେ ସରକାରଙ୍କ ଲକଡାଉନକୁ ଏଠାରେ କଡାକଡି ପାଳନ କରାଯାଇଛି। ଭକ୍ତମାନେ ଯେପରେ ନ ଆସିବେ ସେଥିପାଇଁ ମୁଖ୍ୟ ଦ୍ବାରରେ ତାଲା ଲଗାଇଦିଆଯାଇଛି। ହେଲେ ଭିତରେ ଖୁବ କମ ପୂଜାରୀଙ୍କୁ ନେଇ ରାମ…

Read More

ନୂଆଦିଲ୍ଲୀ:  ମହାମାରୀ କରୋନା ଗୁଜରାଟରେ ଜଣେ ଏବଂ ହରିଆଣାର ଜଣଙ୍କର ମୁଣ୍ଡ ନେଇଛି। ଗୁଜରାଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ 52 ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଫେରିଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରର ଅନ୍ୟ ଚାରି ସଦସ୍ୟ ବି କରୋନା ପଜିଟିଭି ବୋଲି ଜଣାପଡିଛନ୍ତି । ସେହିପରି ହରିଆଣାର ଜଣେ 67 ବର୍ଷୀୟ ବ୍ୟକ୍ତି ଆଜି କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି। ବ୍ୟକ୍ତି ଜଣଙ୍କ ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜ୍ୟୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଡୁକେସନ ଓ ରିସର୍ଚ୍ଚରେ ଚିକିତ୍ସିତ ହେଉଥିଲେ। ତେବେ ଏହି ବ୍ୟକ୍ତି ଜଣକ ବିଦେଶ ଯାଇନଥିବାବେଳେ କାହା ସଂସ୍ପର୍ଶରେ ଆସି କରୋନା ପୀଡ଼ିତ ହୋଇଥିଲେ ଜଣାପଡିନାହିଁ । ସୂଚନାଯୋଗ୍ୟ, ଦେଶରେ କରୋନା ପୀଡ଼ିତଙ୍କ ସଂଖ୍ୟା 2000ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 50 ଟପିଛି…

Read More

ନୂଆଦିଲ୍ଲୀ :ନିଜାମୁଦ୍ଦିନ ମରକଜ ମାମଲାର ଯାଞ୍ଚ ଦିଲ୍ଲୀ ପୋଲିସ୍ କ୍ରାଇମ୍‌ ବ୍ରାଞ୍ଚ ହାତର ରହିଛି। ଏହି ମାମଲାର ଯାଞ୍ଚ କଲାପରେ ଜଣାପଡିଛି ଯେ ଏହି ମରକଜରେ 67 ଦେଶର 2041 ଜଣ ବିଦେଶୀ ଯୋଗଦେଇଥିଲେ । ଏହି ବିଦେଶୀଙ୍କ ମଧ୍ୟରେ ଚୀନ୍‌ର 9 ଜଣ ଲୋକେ ରହିଥିଲେ । ତେବେ ଏହି ମରକଜରେ ଅଧିକାଂଶ ଲୋକେ ଇଣ୍ଡୋନେସିଆ, ବାଂଲାଦେଶ ଓ ଥାଇଲାଣ୍ଡର ରହିଥିବାବେଳେ ବିଦେଶୀଙ୍କ ଉପରେ କ୍ରାଇମବ୍ରାଞ୍ଚ ଫୋକସ୍‌ ରଖିଛି । ମିଳିଥିବା ସୂଚନା ଅନୁସାରେ ଏହି ଧର୍ମୀୟ ସମ୍ମିଳନୀରେ ବାଂଲାଦେଶରୁ 497ଜଣ, ଇଣ୍ଡୋନେସିଆରୁ 553 ଜଣ, ମାଲେସିଆରୁ 118ଜଣ, କର୍ଗିସ୍ତାନରୁ 145 ଜଣ, ମିଆଁମାରରୁ 117ଜଣ, ଥାଇଲାଣ୍ଡରୁ 151ଜଣ, ଚୀନରୁ 9 ଜଣ, ଅନ୍ୟ ସମସ୍ତ ଦେଶରୁ 451 ଜଣ ରହିଥିଲେ । ସେହିପରି ଏହି ଧର୍ମୀୟ ସମ୍ମିଳନୀରେ ଯୋଗଦେଇଥିବା ଭାରତୀୟଙ୍କୁ ମଧ୍ୟ ଖୋଜା ଯାଇ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଉଛି । କ୍ରାଇମ୍ ବ୍ରାଞ୍ଚ ସୂତ୍ର ଅନୁସାରେ ଏହି ମରକଜରେ…

Read More

ରମେଶ ମହାନ୍ତି ଜଗତସିଂହପୁର : କୋଭିଡ-19 ସଂକ୍ରମଣରୁ ଜନସାଧାରଣଙ୍କୁ ପ୍ରତିହତ କରିବା ଲାଗି ଭାରତ ସରକାର 24 ମାର୍ଚ୍ଚ ରୁ 21 ଦିନ ପାଇଁ ସମ୍ପୁର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ସମୟରେ ଜନସାଧାରଣଙ୍କୁ ଘରେ ରହିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ନିବେଦନ କରିବା ସତ୍ତ୍ୱେ ଅନେକ ଲୋକ ସରକାରୀ ନିୟମକୁ ଜାଣିଶୁଣି ଉଲଂଘନ କରୁଛନ୍ତି। କୋଭିଡ-19 ସଂକ୍ରମଣକୁ ରୋକିବାକୁ କରାଯାଇଥିବା ଆଇନ ଅମାନ୍ୟ କରିଥିବା ଲୋକଙ୍କ ବିରୁଦ୍ଧରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନା ଗୁଡିକରେ ମାମଲା ରୁଜ୍ଜୁ ହୋଇଛି । ଜିଲ୍ଲାର ରଘୁନାଥପୁର ଥାନାରେ ତିନି ଜଣ ଲୋକଙ୍କୁ  ଆଇପିସିର ଧାରା 188/269/270/271 ଅନୁଯାୟୀ କେସ ନମ୍ବର 46/20,47/20 ଏବଂ 48/20 ରେ  ମାମଲା ଦାୟର କରାଯାଇ ଗିରଫ କରାଯାଇଛି ଓ ଗୋଟିଏ ଗାଡି କୁ   ଆଇପିସିର ଧାରା 188/269/270/271 ଅନୁଯାୟୀ କେସ ନମ୍ବର 47/20 ରେ  ମାମଲା ଦାୟର କରାଯାଇ ଜବତ  କରାଯାଇଛି  ।…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ସହିତ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଦେଶରେ କୋଭିଡ-19ରେ ମୃତକଙ୍କ ସଂଖ୍ୟା 50ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 2100ରେ ପହଞ୍ଚିଛି । ତେବେ 171 ଜଣ ଏହି ମହାମାରୀରୁ ସୁସ୍ଥ ହୋଇ ପାରିଛନ୍ତି । ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । ଏଠାରେ 338 ଜଣ ଆକ୍ରାନ୍ତ ହୋଇଥିବାବେଳେ 13 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 42 ଜଣ ଠିକ୍‌ ହୋଇଛନ୍ତି । ଦେଶରେ ଅନ୍ୟ 29ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ କରୋନା ପ୍ରଭାବ ଦେଖିବାକୁ ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳ ଦ୍ବିତୀୟ ସ୍ଥାନରେ ରହିଛି । କେରଳରେ 265ଟି ମାମଲା ରହିଥିବାବେଳେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ 25 ଜଣ ସୁସ୍ଥ ହୋଇଛନ୍ତି…

Read More

ସମୀକ୍ଷା ବ୍ୟୁରୋ ଯାଜପୁର : ଯାଜପୁର ଜିଲ୍ଲାରେ ଆଉ ଦୁଇଜଣ ନିଜାମୁଦ୍ଦିନ ଜମାତ ଧର୍ମୀୟ ସଭାରୁ ଫେରନ୍ତା ଚିହ୍ନଟ କରାଯାଇଛି । ଗତକାଲି କେନ୍ଦ୍ରାପଡାରୁ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଠାବ କରାଯାଇଥିଲା। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ।  ଦୁଇ ଜଣଙ୍କ ମଧ୍ୟରୁ ଜଣେ ରସୁଲପୁରର ଏବଂ ଅନ୍ୟଜଣେ ଧର୍ମଶାଳା ବ୍ଲକର ବୋଲି ଜଣାପଡ଼ିଛି। ସମସ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସଂକ୍ରମଣ ବଢ଼ିଯିବା ଆଶଙ୍କାରେ ଜିଲ୍ଲାର ଚାରିପାଖରୁ ସିଲ୍ କରି ଦିଆଯାଇଛି।

Read More