Author: Samikhsya Bureau

ମୁମ୍ବାଇ : ମହାରାଷ୍ଟ୍ରରେ ମାତ୍ର ତିନି ଦିନର ଶିଶୁ ଏବେ କରୋନାଗ୍ରସ୍ତ । ଶିଶୁ ସହିତ ଶିଶୁର 26 ବର୍ଷୀୟା ମା’ଙ୍କ ଠାରେ କରେନା ଲକ୍ଷଣ ମିଳିଛି । ଶିଶୁଟିର ଜନ୍ମ ମାର୍ଚ୍ଚ 26 ତାରିଖରେ ମୁମ୍ବାଇର ଚେମ୍ପୁର୍‌ ହସ୍ପିଟାଲ୍‌ରେ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଶିଶୁଙ୍କ ପରିବାର ଲୋକେ ହସ୍ପିଟାଲର ଦାୟିତ୍ବହୀନତା ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଶିଶୁର ମା’କୁ କରୋନୀ ସଂକ୍ରମିତ ରୋଗୀଙ୍କ ବେଡ୍‌ରେ ରଖିଥିଲେ । ଏହା ପରେ ନବଜାତ ଶିଶୁ ଓ ତାଙ୍କ ମା’ଙ୍କୁ କୁର୍ଲା ଭାଭା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଶିଶୁର ପିତାକୁ ମଧ୍ୟ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ତେବେ ଶିଶୁ ଓ ମା’ଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିବା ପରେ ଚେମ୍ପୁର୍‌ ହସ୍ପିଟାଲକୁ ବନ୍ଦ କରାଯାଇ ସାନିଟାଇଜେସନ୍‌ କରାଯାଇଛି । (ଏଜେନ୍ସି)

Read More

ମୁମ୍ବାଇ, ଚାରିଆଡେ ଲକଡାଉନ ଚାଲିଥିବାବେଳେ ସମସ୍ତେ ବର୍ତ୍ତମାନ ଘରେ ବସିଛନ୍ତି। ରାସ୍ତାଘଟ ଶୂନଶାନ। ଏପରି ସମୟରେ ରାସ୍ତାକୁ ଓହ୍ଲାଇଛନ୍ତି ପଶୁପକ୍ଷୀ। ଏହି ଦୃଶ୍ୟ ହେଉଛି ମୁମ୍ବାଇର ପାର୍ସି କଲୋନୀ ଯେଉଁଠାରେ ରାସ୍ତାରେ ମୟୁର ଭ୍ରମଣ କରିବାରେ ଲାଗିଛନ୍ତି.

Read More

ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି କଂଗ୍ରେସର ଓ୍ବାର୍କିଂ କମିଟି ବୈଠକରେ ମୋଦି ସରକାରଙ୍କୁ ଘେରିଛନ୍ତି । ବିନା ପ୍ରସ୍ତୁତିରେ ମୋଦି ସରକାରଙ୍କ ଲକ୍ ଡାଉନ୍‌ ନିଷ୍ପତ୍ତି ପାଇଁ ସାରା ଦେଶବାସୀ ଏବେ କଷ୍ଟ ଭୋଗୁଛନ୍ତି ବୋଲି କହିଛନ୍ତି ସୋନିଆ । ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଂଗ୍ରେସ ଓ୍ବାର୍କିଂ କମିଟି ବୈଠକରେ ସୋନିଆ ଏହା କହିଛନ୍ତି । ସୋନିଆ ଗାନ୍ଧି ଏହି ବୈଠକରେ କହିଛନ୍ତି ଯେ, ଦେଶରେ କରୋନା ଭାଇରସ୍‌ ଯୋଗୁଁ ସ୍ଥିତି ବେଶ୍‌ ଗମ୍ଭର ରହିଛି। ସରକାର ଉଠାଇଥିବା ପଦକ୍ଷେପ ଠିକ୍‌, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଲକ୍‌ ଡାଉନ୍‌ ଘୋଷଣାକୁ ବିନା ପ୍ରସ୍ତୁତିରେ ଜାରି କରିଛନ୍ତି । ଏହି 21 ଦିନ ଲକ୍‌ଡାଉନ୍‌ର ଘୋଷଣା ପୂର୍ବରୁ ପ୍ରସ୍ତୁତି ହୋଇନଥିବା ହେତୁ ଏଥିରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ଖଟିଖିଆ ଶ୍ରମିକ । ଲକ୍‌ ଡାଉନ୍‌ ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋନିଆ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍‌ ଡାଉନ୍‌ ଚାଲିଥିବାବେଳେ ବାଣପୁରରେ ସାମାନ୍ୟ ଶୁଆ ପକ୍ଷୀକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏପରିକି ଏହି ଘଟଣାକୁ ନେଇ  ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇ ବହୁ ଗଣ୍ଡଗୋଳିଆ ପରିସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁସାରେ ନିଳାଦ୍ରି ପ୍ରସାଦ ଗ୍ରାମବାସୀମାନେ ଏକ ଶୁଆକୁ ଉଦ୍ଧାର କରିବାକୁ ନେଇ ଗ୍ରାମବାସୀ ଓ ବନଅଧିକାରୀଙ୍କ ମଧ୍ୟରେ ହୋଇଥିବା ଝଗଡାକୁ ନେଇ ବାଣପୁର ଥାନାରେ ଏତଲା ଦେଇଛନ୍ତି। ଗତକାଲି ସକାଳ ୧୧ ଘଟିକାରେ କିଛି ଛୋଟ ପିଲା ଶୁଆ ପକ୍ଷୀକୁ ନେଇ ଯାଉଥିବାବେଳେ କିଛି ଯୁବକ ସେହି ଶୁକପକ୍ଷୀକୁ ଉଦ୍ଧାର କରି ବଣରେ ଛାଡିବା ନିମନ୍ତେ ଚେଷ୍ଟା କରୁଥିବାବେଳେ ବନ ଅଧିକାରୀଙ୍କ କ୍ରୋଧର ଶିକାର ହୋଇଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଫରେଷ୍ଟ ଡିପାର୍ଟମେଣ୍ଟର ଜଣେ ରେଞ୍ଜର ପାହ୍ୟାର ଅଫିସର ସହ ଫରେଷ୍ଟ ଗାର୍ଡ ସହ ନିଳାଦ୍ରିପ୍ରସାଦ ଗ୍ରାମର ବିଶ୍ବ ନାମ୍ନୀଜଣେ…

Read More

କେରଳ : କରୋନା ଭାଇରସ୍‌ ମହାମାରୀ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍‌ ଘୋଷଣା କରାଯାଇଛି । ବିବାହ, ବ୍ରତ, ତଥା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି । କିନ୍ତୁ ଆଜିକାଲିର ଅନ୍‌ଲାଇନ୍‌ ସମୟରେ କିନ୍ତୁ ଏବେ ଡିଜିଟାଲ୍‌ ବିଧି ଅନୁଷ୍ଠିତ ହେଉଛି । ଆଜ୍ଞା ହଁ, ଲକ୍‌ ଡାଉନ୍ ସମୟରେ କୌଣସି ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ବା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଥିବାବେଳେ ଲୋକେ ଏହି ସମସ୍ୟାର ସମାଧାନ ବାହାର କରି ନେଇଛନ୍ତି । ଆଜିକାଲି ଅନ୍‌ ଲାଇନ୍‌ କ୍ଲାସ୍‌ କରାଯାଉଥିବାବେଳେ କୋର୍ଟ କଚେରୀ ତଥା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅନ୍‌ଲାଇନ୍‌ ଭିଡିଓ କନପରେନ୍ସିଂ ଜରିଆରେ ସମ୍ପନ୍ନ କରାଯାଉଛି । ଇତିମଧ୍ୟରେ କେରଳରେ ଜଣେ ପରିବାର ଭିଡିଓ କନଫରେନ୍ସିଂ ଜରିଆରେ ନିର୍ବନ୍ଧ ଉତ୍ସବ ସମାପନ କରିଥିବାର ଖବର ହସ୍ତଗତ ହୋଇଛି । ମିଳିଥିବା ସୂଚନା ଅନୁସାରେ ନିର୍ବନ୍ଧ କାର୍ଯ୍ୟକ୍ରମରେ ଉଭୟ ପକ୍ଷଙ୍କ ପରିବାରର ଦେଖାସାକ୍ଷାତ…

Read More

ଚଣ୍ଡୀଗଡ : ପଦ୍ମଶ୍ରୀ ନିର୍ମଳା ସିଂହ 62 ବର୍ଷ ବୟସରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି। କିଛି ଦିନ ପୂର୍ବରୁ ଇଂଲଣ୍ଡରୁ ଫେରିଥିବାବେଳେ ଗତ 30 ତାରିଖରେ ନିଃଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭୂତ କରି ଗୁରୁନାନକ ଦେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବୁଧବାର ଦିନ ସେ କରୋନା ପଜିଟିଭି ଥିବାର ଜଣାପଡିଥିଲା । ମିଳିଥିବା ସୂଚନା ଅନୁସାରେ ନିର୍ମଳ ସିଂହ ବିଦେଶରୁ ଫେରିବା ପରେ ଦିଲ୍ଲୀ ତଥା ଅନ୍ୟାନ୍ୟ କିଛି ସ୍ଥାନଠାରେ ଧାର୍ମିକ ସଭା ଆୟୋଜନ କରିଥିଲେ । ସେହିପରି ମାର୍ଚ୍ଚ 19 ତାରିଖରେ ଚଣ୍ଡୀଗଡସ୍ଥିତ ଘରେ ନିଜ ପରିବାରର ସଦସ୍ୟ ତଥା ଅନ୍ୟ କିଛି ସମ୍ପର୍କୀୟଙ୍କ ଏକ କୀର୍ତ୍ତନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ । ନିର୍ମଳ ସିଂହଙ୍କ ଦୁଇ ଝିଅ, ପୁଅ, ସ୍ତ୍ରୀ ତଥା ଡ୍ରାଇଭର ଓ ତାଙ୍କ ସମ୍ପର୍କରେ ଆସିଥିବା 6 ଅନ୍ୟ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି । ସୂଚନାଯୋଗ୍ୟ, ସୂର୍ଣ୍ଣ ମନ୍ଦିରର ପୂର୍ବ ହଜୁରୀ ରାଗୀ…

Read More

ନୂଆଦିଲ୍ଲୀ : କରୋନାର ଜଟିଳ ପରିସ୍ଥିତିକୁ ନେଇ ସାରା ବିଶ୍ବ ଏବେ ଥରହର ହେଉଥିବାବେଳେ ଜଣେ ରାଷ୍ଟ୍ରପତିଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଏହି ରାଷ୍ଟ୍ରପତି ଜଣକ କହିଛନ୍ତି ଯେ, ଯିଏ କରୋନାର ମୁକାବିଲା ନିମେନ୍ତ ଲକ୍‌ ଡାଉନ୍‌ର ପାଳନ ନ କରିବେ, ତାଙ୍କୁ ତତ୍‌କ୍ଷଣାତ୍‌ ଗୁଳି ମାରିବାକୁ ଆଦେଶ ଦେଇଛନ୍ତି । ଏପରି ଆଦେଶ ଦେଇଥିବା ରାଷ୍ଟ୍ରପତି ହେଉଛନ୍ତି ଫିଲିଫିନ୍ସର ରାଷ୍ଟ୍ରପତି ରୋଡ୍ରିଗୋ ଡୁଟର୍ଟେ |। ରୋଡ୍ରିଗୋ ନିଜ ସରକାର ଓ ପୁଲିସ୍‌ ପ୍ରଶାସନକୁ ଆଦେଶ ଦେଇଛନ୍ତି ଯେ, ଯେଉଁମାନେ ଲକ୍‌ ଡାଉନକୁ ମାନୁନାହାନ୍ତି କିମ୍ବା ଏହାକୁ ନେଇ ସମସ୍ୟା ସୃଷ୍ଟି କରୁଛନ୍ତି, ତାଙ୍କୁ ତତ୍‌କ୍ଷଣାତ୍‌ ଗୁଳି ମାରିଦିଅ । ରୋଡ୍ରିଗୋ ଦେଶର ସରୁକ୍ଷାବଳକୁ କହିଛନ୍ତି ଯେ, ଏହା ଦେଶ ପାଇଁ ଏକ କଡା ପରୀକ୍ଷାର ସମୟ । କୌଣସି ସ୍ବାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ କ୍ଷତି ଯେପରି ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ଯଦି ଲକ୍‌ ଡାଉନକୁ ନେଇ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ସମ୍ପର୍କିତ ମାମଲା ବେଶ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗୁରୁବାର ସକାଳ 10ଟା ସୁଦ୍ଧା ମହାରାଷ୍ଟ୍ର, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ସେହିପରି ଦେଶର ଉତ୍ତରପୂର୍ବ ଅଞ୍ଚଳରେ ମଧ୍ୟ କରୋନା ବିସ୍ତାର ଲାଭ କରୁଛି । ଅରୁଣାଚଳ ପ୍ରଦେଶରେ ନୂତନ ମାମଲା ସାମ୍ନାକୁ ଆସିଛି । ଏହି ବ୍ୟକ୍ତି ଜଣକ ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ତବଲିଗ୍‌ ଜମାତରୁ ଫେରିଥିଲେ । ଏପର୍ଯ୍ୟନ୍ତ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2000 ପାଖାପାଖି ହୋଇଥିବାବେଳେ 40ରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଛି । କେବଳ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ 338ଟି ମାମଲା ସାମ୍ନାକୁ ଆସିଛି । ସେଥିରୁ 17ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 41 ଜଣ ଠିକ୍‌ ହୋଇଛନ୍ତି। ସେହିପରି ରାଜସ୍ଥାନରେ ଗୁରୁବାର ଦିନ 9ଟି ମାମଲା ସାମ୍ନାକୁ ଆସିଥିଲା । ଜୟପୁରର ରାମଗଞ୍ଜରୁ 7ଟି ନୂଆ ମାମଲା ଆସିଛି । ତେବେ ରାମଗଞ୍ଜର…

Read More

ହାଇଦ୍ରାବାଦ : ହାଇଦ୍ରାବାଦଠାରେ କୋଭିଡ-19 ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହେବା ପରେ ତାଙ୍କ ପରିଜନମାନେ ହଙ୍ଗାମା କରିଛନ୍ତି । ରୋଗୀଙ୍କ ଗାନ୍ଧି ହସ୍ପିଟାଲରେ ଚିକିତ୍ସା ଚାଲିଥିବାବେଳେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ରୋଗୀଙ୍କ ପରିଜନମାନେ ଡାକ୍ତର ଉପରେ ଆକ୍ରମର କରିଛନ୍ତି । ହାଇଦ୍ରାବାଦ ମେଡ଼ିକାଲ କଲେଜ ହସ୍ପିଟାଲ୍‌ରେ ଆଠ ମହଲା ଉପରେ ଥିବା ଆଇସୋଲେସନ୍‌ ଓ୍ବାର୍ଡରେ ଚିକିତ୍ସାଧୀନ ଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯିବା ପରେ ସେଠାରେ ପରିବେଶ ବେଶ୍‌ ଉତ୍ତେଜନାମୟ ହୋଇପଡିଛି । ମିଳିଥିବା ସୂଚନା ଅନୁସାରେ ଡାକ୍ତରଙ୍କ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ କରୋନା ପଜିଟିଭି ମିଳିଛି । ତାଙ୍କର ଚିକିତ୍ସା ମଧ୍ୟ ସେହି ହସ୍ପିଟାଲରେ ଚାଲିଛି । ବ୍ୟକ୍ତିଜଣକ ନିଜ ଭାଇଙ୍କ ମୃତ୍ୟୁ ପରେ ଡାକ୍ତର ଉପରେ ଆକ୍ରମଣ କରିଥିଲେ । ମୃତକଙ୍କ ବୟସ 56 ବର୍ଷ ହୋଇଥିବାବେଳେ କରେନା ପଜିଟିଭିରହିଥିଲେ । ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ଅର୍ଥାତ୍‌…

Read More

କେଦାର ମିଶ୍ର ଏ ରିପୋର୍ଟ ଲେଖିଲା ବେଳକୁ କୋଭିଡ ଇଣ୍ଡିଆ ର ରିପୋର୍ଟ କହୁଛି, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧୬ରେ ପହଞ୍ଚିଛି। ମାତ୍ର ସପ୍ତାହେ ତଳେ ପାଞ୍ଚ ଶହ ଆକ୍ରାନ୍ତଙ୍କ କଥା ଆମେ କହୁଥିଲୁ। ସାତ ଦିନ ଭିତରେ ଏହା ଦୁଇ ହଜାର ଛୁଇଁବାକୁ ବସିଲାଣି।ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କରୋନାରେ ମୃତ୍ୟୁ ସଂଖ୍ୟା ୩୮ ବୋଲି କହୁଥିବା ବେଳେ କୋଭିଡ ଇଣ୍ଡିଆ ଏହା ୫୩ ବୋଲି କହିଛି। ଆଜି ତାମିଲନାଡୁରେ ସର୍ବାଧିକ ୧୧୦ ଜଣ ନୂଆ ଆକ୍ରାନ୍ତଙ୍କ ପରୀକ୍ଷା ପୋଜିଟିଭ ଆସିଛି। ଏହି ଭୂତାଣୁ ସଂକ୍ରମଣ ସାରା ପୃଥିବୀ ଲାଗି ଏକ ବଡ ବିପଦ ପାଲଟିଥିବା ବେଳେ ଆମ ଦେଶରେ ଏହାକୁ ନେଇ ଧାର୍ମିକ ଓ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାର ଉଦ୍ୟମ ଆରମ୍ଭ ହୋଇଯାଇଛି। ନୂଆଦିଲ୍ଲୀର ଏକ ଧାର୍ମିକ ସମାବେଶରେ ଯୋଗ ଦେଇଥିବା ପାଖାପାଖି ୨୦୦୦ ଲୋକ ଏହି ସଂକ୍ରମଣର ଶିକାର ହୋଇଥାଇପାରନ୍ତି ବୋଲି କୁହାଯାଉଛି। ତେବେ…

Read More

ମୁମ୍ବାଇ : ଏସିଆର ସର୍ବବୃହତ୍‌ ବସ୍ତି ଭାବେ ପରିଚିତ ମୁମ୍ବାଇର ଧାରାବୀ ବସ୍ତି ଅଞ୍ଚଳରେ କରୋନା ପହଞ୍ଚିଛି । ଏହି ଅଞ୍ଚଳରେ ପ୍ରଥମ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ପ୍ରାୟ 15 ଲକ୍ଷ ଲୋକ ବାସ କରନ୍ତି । ଏଠାରେ ଉଭୟ ଧନୀ ଓ ଗରିବ ରହିଛନ୍ତି । ଏହି ବସ୍ତିରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ବୟସ 56 ବର୍ଷ । ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତି ଜଣକ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ମୃତ୍ୟୁ ହୋଇଛି । ଏହା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବାରର 8ରୁ10 ଜଣଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ସମ୍ପୃକ୍ତ ରୋଗୀ ଜଣକ ଯେଉଁଠି ରହୁଥିଲେ, ସେହି ଜାଗାକୁ ସିଲ୍‌ କରିଦିଆଯାଇଛି । ଧାରାବୀ ବସ୍ତି ପ୍ରାୟ 613 ହେକ୍ଟର କ୍ଷେତ୍ରରେ ଅବସ୍ଥିତ । ଏଠାରେ ଅଧିକାଂଶ ଦିନ ମଜୁରିଆ ତଥା ଛୋଟ ମୋଟ କାର୍ଯ୍ୟ କରି ପେଟ ପୋଷୁଥିବା ଲୋକେ…

Read More

ନୂଆଦିଲ୍ଲୀ : ଚାଇନାର ବୁହାନ ସହରରୁ ସାରା ଦେଶକୁ ବ୍ୟାପିଥିବା ଭୟଙ୍କର କରୋନା ଏବେ ଦେଶର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକୁ କବଳିତ କରି ରଖିଛି । ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମଧ୍ୟ ଏଥିରୁ ନିସ୍ତାର ପାଇପାରିନାହିଁ। ଆମେରିକାରେ  ବିଗତ 24 ଘଣ୍ଟା ମଧ୍ୟରେ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଞ୍ଚ ହଜାର ପାର କରିଛି । ଚୀନ୍‌ଠାରୁ ଆମେରିକାରେ ଅଧିକ ମୃତ୍ୟୁ ହୋଇଛି ।  କେବଳ ନ୍ୟୁୟର୍କରେ ଦୁଇହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି ।  ଆମେରିକାରେ ଛଅ ସପ୍ତାହର ଜଣେ ଶିଶୁର ମଧ୍ୟ କରୋନା ଯୋଗୁଁ ମୃତ୍ୟୁ ହୋଇଛି ।  ଆମେରିକାରେ ସର୍ବମୋଟ୍‌ 2,15,174 ଜଣ ଏହି ଭୟଙ୍କର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଇଟାଲୀରେ ଏକ ଲକ୍ଷରୁ ଅଧିକ ଉର୍ଦ୍ଧ୍ବ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ 13 ହଜାରରୁ ଉର୍ଦ୍ଧ୍ବ ମୃତ୍ୟୁବରଣ କରିଛନ୍ତି ।…

Read More

ଭୁବନେଶ୍ବର, ଓଡିଶାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ବିଳମ୍ବିତ ରାତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ରୋଗୀ ଜଣଙ୍କ ଘର ହେଉଛି ଭୁବନେଶ୍ବରର ସୂର୍ଯ୍ୟନଗର ଏବଂ ବୟସ 60 ବର୍ଷ। ସେ ବିଭିନ୍ନ ରୋଗରେ ପିଡିତ ହୋଇ ଭୁବନେଶ୍ବରର ଏମସରେ ଚିକିତ୍ସିତ ହେଉଛନ୍ତି। ହେଲେ ତାଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଏମସ୍ ରୁ ତାଙ୍କର ପରୀକ୍ଷା ରିପୋର୍ଟ ଆସିବା ପରେ ପଜେଟିଭ ବୋଲି ଜଣାପଡିଛି। ଫଳରେ ଓଡିଶାରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା 5କୁ ବୃଦ୍ଧି ପାଇଛି। ତେବେ ଦ୍ବିତୀୟ କୋରନା ଆକ୍ରାନ୍ତ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କର ନମୂନା ନେଗେଟିଭ ଆସିଛି। ଫଳରେ ତାଙ୍କୁ ଆଜି ହସପିଟାଲରୁ ଘରକୁ ପଠାଇ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ନଅ ଶହ ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ମାତ୍ର 5ଟି ନମୂନା ପଜେଟିଭ ବାହାରିଛି। ଗତକାଲି 6…

Read More

(ସମୀକ୍ଷା ବ୍ୟୁରୋ)  ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାରେ ରାଜ୍ୟର ପଞ୍ଚମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଭୁବନେଶ୍ବର ସୂର୍ୟ ନଗରର ବାସିନ୍ଦା ଷାଠିଏ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କର ବିବିଧ ଶାରୀରିକ ଅସୁସ୍ଥତା ରହିଥିଲା ବୋଲି ମଧ୍ୟ କୁହାଯାଇଛି। ଆଜି ସନ୍ଧ୍ୟାରେ ରାଜ୍ୟର ଦ୍ଵିତୀୟ କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଓ ପ୍ରଥମ ଆକ୍ରାନ୍ତ ବ୍ୟକ୍ତି ପ୍ରାୟ ଭଲ ହୋଇ ଆସିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ସର୍ବମୋଟ 900 କରୋନା ପରୀକ୍ଷାରୁ ଏ ପର୍ଯନ୍ତ 5 ଟି ପୋଜିଟିଭ ବୋଲି ସୂଚନା ମିଳିଛି।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ସାରା ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଥିବାବେଳେ ରାଜ୍ୟରେ ଏକ ଖୁସି ଖବର ଆସିଛି। ଓଡ଼ିଶାର ଦ୍ବିତୀୟ କରୋନା ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ଓଡିଶାର ଦ୍ୱିତୀୟ କରୋନା ପଜେଟିଭ୍ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ତାଙ୍କୁ ଡିସଚାର୍ଜ କରାଯାଇଛି। ମାର୍ଚ୍ଚ ୧୯ ତାରିଖରେ ରାଜ୍ୟରେ ଦ୍ବିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବ୍ୟକ୍ତି ଜଣଙ୍କ ବ୍ରିଟେନ୍‌ରୁ ଫେରିଥିଲେ। ତାଙ୍କର ଏମ୍ସରେ ଚିକିତ୍ସା କରାଯାଉଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଦ୍ବିତୀୟ ବ୍ୟକ୍ତି ଜଣକ ସୁସ୍ଥ ହୋଇଯିବା ପରେ ଏବେ ରାଜ୍ୟରେ ତିନି ଜଣ କରୋନା ପଜିଟିଭି ରହିଛନ୍ତି। ଗତକାଲି ଭଦ୍ରକରୁ ଜଣେ ୨୯ ବର୍ଷୀୟ ଯୁବକଙ୍କ ନିକଟରେ କରୋନା…

Read More

ନୂଆଦିଲ୍ଲୀ : ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍ ଲଗାଯାଇଥିବା ବେଳେ ସମସ୍ତେ ଘରେ ରହୁଛନ୍ତି । ଏହି ସମୟରେ ସମସ୍ତେ ଅଲଗା ଅଲଗା କାମରେ ନିଜକୁ ନିୟୋଜିତ କରୁଥିବା ବେଳେ ସେଫ୍ ପାଲଟିଛନ୍ତି ଭାରତୀୟ ଓପ୍‌ନର ମୟଙ୍କ ଅଗ୍ରୱାଲ । ୨୯ ବର୍ଷୀୟ ଭାରତୀୟ ଟେଷ୍ଟ ଓପ୍‌ନର ମୟଙ୍କ ଖାଇବା ବନାଉଥିବାର ଭିଡିଓ ବିସିସିଆଇ ଟ୍ୱିଟ୍ଟରରେ ସେୟାର କରିଛି । ଏହି ଭିଡିଓରେ ମୟଙ୍କ ବେଲ୍ ପେପର୍ସ ଓ କ୍ୱିନୋଆ ସହାୟତାରେ ବଟର୍ ଗାର୍ଲିକ୍ ମସ୍‌ରୁମ୍ ପ୍ରସ୍ତୁତ କରୁଛନ୍ତି । https://www.bcci.tv/videos/147190/meet-chef-mayank-agarwal-

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ପ୍ରତିଷେଧ ମୂଳକ ବ୍ୟବସ୍ଥା ସ୍ୱରୁପ ଏବଂ ଜଗତସିଂହପୁରକୁ ତାଲାବନ୍ଦ ଘୋଷଣା କରାଯାଇଥିବା ଗୃହ ଓ ନଗର ଉନ୍ନୟନ ବିଭାଗର ଆଦେଶ ଅନୂଯାୟୀ କେତେକ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା -କ୍ଷୀର, ପନିପରିବା ଏବଂ ତେଜରାତି ସଉଦା ହୋମ୍ ଡେଲିଭରୀ କରିବା ନିମନ୍ତେ ପୌରପରିଷଦ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସ୍ୱପ୍ନା ସ୍ୱୟଂସହାୟକ ଗୋଷ୍ଠୀ ଖେରସ, ପ୍ରଭାତୀ ସ୍ୱୟଂ ସହାୟକ ଗୋଷ୍ଠୀ ଖେରସ, ସାଇରାମ ସ୍ୱୟଂସହାୟକ ଗୋଷ୍ଠୀ ଖେରସ, ମଜହର ଅଲି ପାର୍ଟନର ଅରଚିଡ ରିଟେଲ (କେବଳ ତେଜରାଜି ସାମଗ୍ରୀ)ଘରେ ଘରେ ଯୋଗାଇଦେବା ପାଇଁ ଆବେଦନ କରିଥିଲେ।ଲୋକମାନଙ୍କର ଆବଶ୍ୟକ ମୁତାବକ ଦ୍ରବ୍ୟ ଯଥା ସମୟରେ ଉଚିତ୍ ମୁଲ୍ୟରେ ଯୋଗାଇଦେବେ। ଦ୍ରବ୍ୟର ପରିମାଣ ଏବଂ ମାନପ୍ରତି ଦୃଷ୍ଟି ଦେବେ। ଲୋକମାନଙ୍କ ପାଖରେ ପହଂଚାଇଥିବା ସାମଗ୍ରୀ ସେବା ବାବଦକୁ ଲୋକଙ୍କ ଠାରୁ ସର୍ବନିମ୍ନ ସେବାଶୁଳ୍କ ଆଣିପାରିବେ। ଏହି କାର୍ଯ୍ୟପାଇଁ ପୌରପରିଷଦ ସେମାନଙ୍କୁ…

Read More

ମୁମ୍ବାଇ : ତିନିମାସ ପର୍ଯ୍ୟନ୍ତ ଇଏମ୍‌ଆଇ ଆଦାୟ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଏକ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଯେଉଁ ଗ୍ରାହକ ମାନେ ତିନି ମଙ୍କସର ରିହାତି ଚାହୁଁଥିବେ ସେମାନଙ୍କୁ ଏକ ଦର୍‌ଖାସ୍ତ ଦେବାକୁ ପଡିବ । ଏଥିପାଇଁ ଉଭୟ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ପ୍ରକ୍ରିୟା ରଖାଯାଇଛି । ଅଫ୍‌ଲାଇନ୍‌ରେ ନିଜର ସ୍ଥାନୀୟ ବ୍ରାଞ୍ଚରେ କିମ୍ବା ଅନ୍‌ଲାଇନ୍‌ରେ ଏସ୍‌ବିଆଇର ପ୍ରଦତ୍ତ ମେଲ୍ ଆଇଡିରେ ଏହି ଦରଖାସ୍ତ ଦେବାକୁ ପଡିବ । ଏସ୍‌ବିଆଇ ପକ୍ଷରୁ ଟ୍ୱିଟ୍ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । ନାକ୍ : ନ୍ୟାସନାଲ ଅଟୋମେଟେଡ୍ କ୍ଲିଅରିଙ୍ଗ ହାଉସ୍ (ନାକ୍‌) ପକ୍ଷରୁ ଅନୁଚ୍ଛେଦ-୧ ଏବଂ ୨ର ଦୁଇଟି ଆବେଦନ ପତ୍ର ବ୍ୟାଙ୍କରେ ଦାଖଲ କରିବାକୁ ପଡିବ ଏବଂ ଲୋନ୍ ରାଶି ସ୍ୱୟଂକ୍ରିୟ ଭାବରେ ତିନି ମାସ ପରବର୍ତ୍ତୀ ତାରିଖକୁ ଘୁଞ୍ଚିଯିବ ।…

Read More

ବେଜିଂ : ଆସନ୍ତା ନଭେମ୍ବର ମାସରେ ଚୀନ୍‌ରେ ଆୟୋଜିତ ହେବାକୁ ଯାଉଛି ଏସିଆନ୍ ୟୁଥ୍ ଗେମ୍ସ । ଦକ୍ଷିଣ ଚୀନ୍‌ର ସାଣ୍ଟୋଉ ସହରରେ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ୨୦୨୧ର ନଭେମ୍ବର ୨୦ରୁ ୨୮ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଉହାନ୍‌ରେ କରୋନା ଭାଇରସ୍ ଆତଙ୍କ ପରେ ଚୀନ୍‌ରୁ ଟୁର୍ଣ୍ଣାମେଣ୍ଟ ପ୍ରତ୍ୟାହାର କରିବା ପାଇଁ ଆଶଙ୍କା ସୃଷ୍ଟି ହୋଇଥିଲା । ମାତ୍ର ଅଲମ୍ପିକ୍ସ କମିଟି ଏସିଆ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଚୀନ୍‌ରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଚୀନ୍ ତୃତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି ।

Read More

ନୂଆଦିଲ୍ଲୀ : ଅର୍ଥନୈତକ ମାନ୍ଦାବସ୍ଥା କାରଣରୁ ସମସ୍ତ କ୍ଷେତ୍ର ଉପରେ ଏହାର ପ୍ରଭାବ ପଡିଛି । ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ଜିଏସ୍‌ଟି ଅର୍ଥରାଶିରୁ ସ୍ପଷ୍ଟ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ୯୭,୫୯୭ କୋଟି ଟଙ୍କାର ଅର୍ଥ ଆଦାୟ ହୋଇଛି । ୨୦୧୯ ଆର୍ଥିକ ବର୍ଷରେ ଏହି ସମୟରେ ୧ ଲକ୍ଷ ୬ ହଜାର ୫୭୭ କୋଟିର ଜିଏସ୍‌ଟି ଆଦାୟ କରାଯାଇଥିଲା । ଚଳିତ ବର୍ଷ ଆଦାୟ କରାଯାଇଥିବା ଅର୍ଥରାଶି ଗତବର୍ଷ ଅପେକ୍ଷା ପ୍ରାୟ ୮ ପ୍ରତିଶତ କମ୍ ରହିଛି । ଏହି ସମୟରେ ଆଇ ଜିଏସ୍‌ଟି ଅର୍ଥ ପରିମାଣ ୪୪,୫୦୮ କୋଟି ଟଙ୍କା ରହିଥିବା ଜଣାପଡିଛି ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମୟରେ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ପ୍ରସ୍ତୁତିରେ ନିୟୋଜିତ ରହିଥିବା ବେଳେ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରୟ କରୁଛନ୍ତି। ସେହିପରି ରାଜ୍ୟର ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଯେଉଁଥିରେ ୧,୪୯,୦୬୫ଟି ଶଯ୍ୟା ରହିଛି। ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ : ୧. ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସ୍ୱପ୍ନକୁ ସାକାର କରିଥିବା ମହାପୁରୁଷ ଏବଂ ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ଗୌରବ ବୃଦ୍ଧି…

Read More