ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା 25କୁ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଭାରତରେ 1040 କରୋନା ମାମଲା ସାମ୍ନାକୁ ଆସିଥିବାବେଳେ 928 ଜଣ ଏବେ ଏହି ରୋଗରେ ସକ୍ରିୟ ରହିଛନ୍ତି । ସେହିପରି 86 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହା ତଳକୁ କେରଳ ରହିଛି । ମହାରାଷ୍ଟ୍ରରେ 193 ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 6 ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କେରଳରେ 182 ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି । ସେହିପରି କର୍ଣ୍ଣାଟକରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ପାଞ୍ଚଜଣଙ୍କର ଜମ୍ମୁକାଶ୍ମୀରରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କରୋନା ଯୋଗୁଁ ଭାରତରେ ଲକ୍ଡାଉନ୍ ଜାରି ହୋଇଥିବାବେଳେ ଏନେଇ କରୋନା ନେଇ ଗୁଜବ ପ୍ରସାରିତ କରୁଥିବା ଅଭିଯୋଗରେ ମହାରାଷ୍ଟ୍ରରେ…
Author: Samikhsya Bureau
ବେଜିଂ, ସାରା ବିଶ୍ବକୁ ଏକ ସାଂଘାତିକ ସ୍ଥିତିରେ ପକାଇ ଦେଇଥିବା ଚୀନର ଉହାନ ସହର ବର୍ତ୍ତମାନ ବିପଦମୁକ୍ତ। ଦୀର୍ଘ ଦୁଇମାସ ଧରି ସେଠାରେ ଲକଡାଉନ ଜାରୀ ହେବା ଏବଂ ସ୍ବାସ୍ଥ୍ୟକର୍ମିଙ୍କ ଉଦ୍ୟମ ପରେ ଉହାନରୁ କରୋନା ଉଭେଇ ଯାଇଛି। ସ୍ଥିତିରେ ସୁଧାର ଆସିବା ପରେ ପ୍ରଥମେ ସେହି ସ୍ଥାନରୁ ଲକଡାଉନକୁ ପ୍ରତ୍ୟାହାର କରି ନିଆଗଲା। ହେଲେ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ରଖା ଯାଇଥିଲା। ହେଲେ ଆଉ ନୂଆ ରୋଗୀ ନ ଆସିବା ପରେ ଶେଷରେ ସ୍ବାସ୍ଥ୍ୟ କର୍ମିଙ୍କୁ ମଧ୍ୟ ସରକାର ପ୍ରତ୍ୟାହାର କରିନେଲେ। ଚୀନର ଏହି ଉହାନ ସହରରେ ଯେତେବେଳେ କରୋନା ଭାଇରସକୁ ଠାବ କରାଗଲା ସେତେବେଳେ ସାରା ବିଶ୍ବ ଚକିତ ହୋଇଗଲା। କାରଣ ଚୀନର ଏହି ସହରରେ ସାରା ବିଶ୍ବର ଲୋକ ଯାତାୟତ କରିଥାନ୍ତି। ଚାହୁଁ ଚାହୁଁ ସାରା ବିଶ୍ବକୁ ଏହି ଭାଇରସ ବ୍ୟାପିବାରେ ଲାଗିଲା। ଧିରେଧିରେ ଆକ୍ରନ୍ତ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିବାରେ ମଧ୍ୟ ଲାଗିଲା। ଚୀନର…
ସ୍ପେନ୍ : କରୋନା ଭାଇରସ୍ ଯୋଗୁଁ ସ୍ପେନ୍ର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ହୋଇଛି । 86 ବର୍ଷୀୟା ରାଜକୁମାରୀଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ରାଜକୁମାର ସିସ୍କୋଟ୍ ଏନରେିକ୍ ଡି ବରବୀନ୍ ଏକ ଫେସବୁକ୍ ପୋଷ୍ଟରେ ସୂଚନା ଦେଇଛନ୍ତି । ରାଜକୁମାରୀଙ୍କ ମୃତ୍ୟୁ 26 ତାରିଖରେ ହୋଇଥିବାର ଜଣାପଡିଛି । ନୋବେଲ୍ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଯୋଗୁଁ ରାଜକୁମାରୀଙ୍କର ଚିକିତ୍ସ ଚାଲିଥିଲା । କିନ୍ତୁ ପରିଶେଷରେ ତାଙ୍କର ମୃତ୍ୟୁ ହୋଇଛି । ଦୁନିଆରେ କରୋନା ଜନିତ ପ୍ରଥମ ରୟାଲ୍ ମୃତ୍ୟୁ ଭାବେ ସ୍ପେନ୍ର ରାଜକୁମାରୀଙ୍କର ମୃତ୍ୟୁ ହୋଇଛି । ଚୀନ୍ରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ଭୟାନକ କରୋନା ୟୁରୋପରେ ବେଶ୍ ତାଣ୍ଡବ ସୃଷ୍ଟି କରିଛି । ଇଟାଲୀ ଓ ସ୍ପେନ୍ରେ ଏହା ପ୍ରବଳ ମାତ୍ରାରେ କାୟା ବିସ୍ତାର କରିଛି । ସ୍ପେନ୍ରେ 5000 ରୁ ଅଧିକ ଲୋକଙ୍କର ମୃତ୍ରୁ ହୋଇଥିବାବେଳେ ସତୁରୀ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ…
ତାମିଲନାଡୁ : ଚୀନରୁ ବୁହାନ ସହରରୁ ବ୍ୟାପିଥିବାବେଳେ ଭାରତରେ ବି ଏହାର କାୟା ବିସ୍ତାର କରିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଥିବାବେଳେ ମୃତକଙ୍କ 24ରେ ପହଞ୍ଚିଛି। କରୋନା ସ୍ଥିତିକୁ ଦେଖି ଦେଶରେ ଲକ୍ଡାଉନ୍ ଚାଲିଥିବାବଳେଳ ତାମିଲନାଡୁର ଥେନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁର ଥେନି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ମିଳିଛି। ଏଠାରେ ଜଣେ ବ୍ୟକ୍ତି କ୍ବାରେଣ୍ଟାଇନ୍ରୁ ଚମ୍ପଟ୍ ମାରିଛି। ଏହି ବ୍ୟକ୍ତିଜଣକ ହୋମ୍ କ୍ବାରେଣ୍ଟାଇନ୍ରୁ ଚମ୍ପଟ୍ ମାରିଥିବବେଳେ 90 ବର୍ଷୀୟ ବୃଦ୍ଧାଙ୍କ ବେକ କାଟି ଦେଇଛନ୍ତି। ହୋମ୍ କ୍ବାରେଣ୍ଟାଇନ୍ରୁ ବ୍ୟକ୍ତିଜଣକ ବିନା କପଡାରେ ବାହାରି ଚମ୍ପଟ ମାରିବାକୁ ବସିଥିବାବେଳେ ବୃଦ୍ଧାଙ୍କର ବେକ କାଟି ଦେଇଛନ୍ତି। ଏହାପରେ ବୃଦ୍ଧା ଜଣକ ଚିତ୍କାର କରିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ। ମିଳିଥିବା ସୂଚନା ଅନୁସାରେ ହୋମ୍ କ୍ବାରେଣ୍ଟାଇନ୍ରୁ ଚମ୍ପଟ ମାରିଥିବା…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗ ମତ୍ସ୍ୟବିଭାଗର ଅତିରିକ୍ତ ମତ୍ସ୍ୟଅଧିକାରୀ ମାନସରଂଜନ ସାହୁଙ୍କ ଗତକାଲି ଅପରାହ୍ନ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡ଼ିଛି । ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି । ଶ୍ରୀଯୁକ୍ତ ସାହୁ ଗତକାଲି ବିଭାଗୀୟ କାର୍ଯ୍ୟ କାର୍ଯ୍ୟାଳୟରେ ସମ୍ପାଦନ କରି ତାଙ୍କ କଟକସ୍ଥିତ ବାସଭବନ ଅଭିମୁଖେ ସ୍କୁଟି(ଓଡ଼ି୦୫ଏକ୍ୟୁ୮୮୯୮)ଯୋଗେ ଯାଉଥିଲେ । କଟକ-ପାରାଦୀପ ରାଜ୍ୟ ରାଜପଥର ପଥୁରିଆ ଛକ ନିକଟରେ ଏକ ଭାରୀଯାନ ତାଙ୍କ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସିଥିଲା । ଫଳରେ ସେ ଭାରସାମ୍ୟ ହରାଇ ରାସ୍ତାର ବାମପାର୍ଶକୁ ଯାଇ ପଡ଼ିଯାଇଥିଲେ । ତାଙ୍କ ଆଖିରେ ଗଭୀର କ୍ଷତ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । କୁଜଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଗୁରୁତର ଅବସ୍ଥାରେ ଶ୍ରୀଯୁକ୍ତ ସାହୁଙ୍କୁ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ…
ରଞ୍ଜିତ୍ ପଣ୍ଡା କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ କାଠକୋଟ ପଂଚାୟତରେ ସମ୍ଭାବ୍ୟ କରୋନା ଅକ୍ରାନ୍ତ ମାନଙ୍କ ପାଇଁ ସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମିତ ହୋଇଥିବା ଜଣାପଡ଼ିଛି । ପଂଚାୟତର ବାଣସରାସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ପରିସରମଧ୍ୟରେ ଦୁଇଟି ପ୍ରକୋଷ୍ଟରେ ୧୨ଟି ସୁସଜ୍ଜିତ ଶଯ୍ୟା ରହିଥିବାବେଳେ ପ୍ରତ୍ୱେକ ଶଯ୍ୟା ନିକଟରେ ସାନିଟାଇଜର, ସାବୁନ ପ୍ରସ୍ତୁତ ରହିଛି । ସେହିପରିଭାବେ ଜେନେରେଟର ସହିତ ବ୍ୟବହାର ଉପଯୋଗୀ ଟୟଲେଟ୍, ରୋଷେଇଶାଳା ପ୍ରଭୃତି ପ୍ରସ୍ତୁତ ରହିଥିବା ଜଣାପଡ଼ିଛି । ପଂଚାୟତର ସରପଂଚ ମିହିରରଞ୍ଜନ ପଟ୍ଟନାୟକ କୁଜଙ୍ଗ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସମସ୍ତ ପ୍ରସ୍ତୁତି କରିଥିବା ପ୍ରକାଶ କରିଛନ୍ତି।
ସମୀକ୍ଷା ବ୍ୟୁରୋ ସୁନ୍ଦରଗଡ : ସୁନ୍ଦରଗଡଠାରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି । ସଦର ଥାନା ତିନିକୁଡି ଗ୍ରାମରେ ବିଳମ୍ବିତ ରାତ୍ରିରେ ଏଭଳି ଏକ ଅମାନୁଷିକ କାଣ୍ଡ ଘଟିଛି । ଘରୋଇ କଳିରୁ ବାପାଙ୍କୁ ପୁଅ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ।
କେଦାର ମିଶ୍ର କରୋନା ଆଜି ପୃଥିବୀର ପ୍ରତ୍ୟେକ ଘର ଆଗରେ “କୋକୁଆ” ଭଳି ଠିଆ ହୋଇଛି। “କୋକୁଆ” ଶବ୍ଦଟି ବିଷୟରେ ଆମର ପୃଥିବୀ ବିଲକୁଲ ଅବଗତ ନୁହେଁ, କାରଣ ଏ ଶବ୍ଦ ଓ ଚରିତ୍ର ତିଆରି କରିଥିଲେ ଓଡିଆ କବିତାର ପ୍ରଥମ ମହାକବି ସାରଳା ଦାସ। ପଞ୍ଚଦଶ ଶତାବ୍ଦୀର ଜଣେ ଓଡିଆ କବି ଲେଖିଥିବା “କୋକୁଆ” ସହିତ “କରୋନା”ର ସମ୍ପର୍କ କଣ? କୋକୁଆର ବର୍ଣ୍ଣନା କରିବାକୁ ଯାଇ ସାରଳା ଦାସ କୃଷ୍ଣଙ୍କ ତୁଣ୍ଡରେ କୁହାଉଛନ୍ତି ଯେ- “କୋକୁଆର ଯୋଜନ ଯୋଜନ ଲମ୍ବା ହାତ ଓ ସାତଟି ଆଖି। ନଅଟା ଡେଣା ଲଗାଇ ସେ ଆକାଶରେ ଏକାକୀ ଉଡୁଥାଏ। ଯୋଜନ ବିସ୍ତାରୀ ତାର ତୁଣ୍ଡ ଓ ପେଟ। ସେ ଯାହାକୁ ପାରିଲା ତାକୁ ଗୋଟେଇ ନେଇ ଖାଇପକାଏ”। ଗୋଟେ ମହାମାରିର ମେଟାଫର ୟାଠୁ ଅଲଗା ହୋଇପାରିବନି। ତେବେ ସାରଳା ଦାସଙ୍କ କୋକୁଆ କେବଳ ଏକ କଳ୍ପନାର ଭୟ ଥିବା ବେଳେ କରୋନା କିନ୍ତୁ…
ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ଦିଲ୍ଲୀରୁ ଚାଲି ଚାଲି ମୁରୈନ୍ର ବଡଫେରା ଗ୍ରାମକୁ ଯାଉଥିବା ଜଣେ 39 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣକ ଦିଲ୍ଲୀରୁ ଚାଲି ଚାଲି ବଡ଼ଫେରା ଗ୍ରାମକୁ ଆସୁଥିଲେ। ଆଗରାର ସିକନ୍ଧରା ଥାନା ନିକଟରେ ଏହି ଯୁବକଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଏହି ବ୍ୟକ୍ତିଜଣକ ନିଜର ତିନି ସାଥୀଙ୍କୁ ନେଇ ପାଦରେ ଚାଲି ଚାଲି ବଡଫେରା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସନ୍ଧ୍ୟା 6ଟା ସମୟରେ ବ୍ୟକ୍ତି ଜଣକ ନିଜ ଭଉଣୀକୁ ଫୋନ୍ କରି ଫରିଦାବାଦ୍ ନିକଟରେ ପହଞ୍ଚିଥିବାର ସୂଚନା ଦେଇକହିଥିଲେ ଯେ, ସେ ଖୁବ୍ ଶୀଘ୍ର ଘରେ ପହଞ୍ଚିବେ। କିନ୍ତୁ ସକାଳ ସାଢେ ଛ‘ଟା ସମୟରେ ସିକନ୍ଦରା ଥାନା ଅନ୍ତର୍ଗତ ଏକ ସଡକ ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଭୋକଉପାସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ତାଙ୍କ ସମ୍ପର୍କୀୟମାନେ କହୁଛନ୍ତି। କିନ୍ତୁ ପୋଷ୍ଟମର୍ଟମ୍ରୁ ହୃଦ୍ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି।…
ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରୁ କରୋନା ଭାଇରସ୍ ଯୋଗୁଁ ଆଉ ଜଣକର ମୃତ୍ୟୁ ହୋଇଛି । ଏହି ପୀଡ଼ିତଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। କାଶ୍ମୀରର ବାରମୂଲା ଜିଲ୍ଲାର ଏହି ବ୍ୟକ୍ତି ଜଣଙ୍କ ବୟସ 62 ବର୍ଷ। ସେ ହୃଦରୋଗରେ ପୀଡ଼ିତ ଥିବାବେଳେ ଆଜି ସକାଳ 4ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଗୁରୁବାର ଦିନ ଜମ୍ମୁକାଶ୍ମୀରର ହୈଦରପୁରଠାରେ ମଧ୍ୟ 65 ବର୍ଷୀୟ ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ହୋଇଥିଲା। ଭାରତରେ କରୋନା ଜନିତ ମୃତ୍ୟୁ ଏବେ 21ରେ ପହଞ୍ଚିଥିବାବେଳେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି। ଏହା ପଛକୁ କେରଳ ରହିଛି। ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ପାଞ୍ଚ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ : ଭୟାନକ କରୋନା ସାରା ବିଶ୍ବରେ ତା’ର ପ୍ରକୋପ ଜାରି ରଖିଥିବାବେଳେ ଦୁନିଆର 199ଟି ଦେଶ ଏବେ ତା’ର କବଳରେ। ବିଶ୍ବରେ ସାଢେ ଛଅ ଲକ୍ଷରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ 31 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂନା ରହିଛି। ସେହିପରି 42 ହଜାର ଲୋକ ସୁସ୍ଥ ହୋଇଛନ୍ତି। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ବିଶ୍ବରେ କରୋନା ଜନିତ ସର୍ବାଧିକ ମୃତ୍ୟୁ ଇଟାଲୀରେ ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା ଦଶହଜାର ପାର୍ କରିଥିବାବେଳେ ସଂକ୍ରମିତ ମାମଲା 92ହଜାର 472ରେ ପହଞ୍ଚିଛି। ଇଟାଲୀ ପରକୁ ରହିଛି ସ୍ପେନ୍। ଏଠାରେ ଏପର୍ଯ୍ୟନ୍ତ ପାଞ୍ଚ ହଜାର 992 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 73 ହଜାର 235ରେ ପହଞ୍ଚିଛି। ସେହିପରି ଆମେରିକାରେ ମଧ୍ୟ ଚୀନଠାରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଆମେରିକାରେ ଏକ ଲକ୍ଷ 23 ହଜାର 750ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଥିବାବେଳେ 2,227ଜଣଙ୍କର…
ଗୁଜୁରାଟ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରମାନେ ମୁକାବିଲା କରିବା ପାଇଁ କଡା ପଦକ୍ଷେପ ନେଉଛନ୍ତି। ଏହି କ୍ରମେ ଗୁଜୁରାଟ ସରକାର କରୋନା ସଂକ୍ରମିତଙ୍କ ଦେଖାରେଖା ପାଇଁ ମାତ୍ର 6 ଦିନରେ 2200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏଠାରେ କରୋନା ରୋଗୀଙ୍କୁ ସବୁପ୍ରକାରର ଚିକିତ୍ସା ମିଳିପାରି । ସେହିପରି କୋଭିଡ -19 ସମ୍ବନ୍ଧୀୟ ଚାରୋଟି ବିଶେଷ ହସ୍ପିଟାଲ୍ର ଆରମ୍ଭ କରିଛନ୍ତି । ଏହା ଅହାମଦାବାଦ, ରାଜକୋଟ୍, ସୁରତ୍ ଓ ବଡଦୋରଠାରେ ପ୍ରସ୍ତୁତ କରାଯାଇଛି । ଏହି ହସ୍ପିଟାଲଗୁଡିକୁ ଚାରି ଉଚ୍ଚ ଅଧିକାରୀଙ୍କ ଦାୟିତ୍ବରେ ରହିଛି। ସୁରତଠାରେ କୋଭିଡ୍-19 ପାଇଁ ସ୍ପେଶାଲ୍ ହସ୍ପିଟାଲ୍ରେ 40ଟି ଆଇସିୟୁ ଶଯ୍ୟା, ଓ 140 ଟି ସାଧାରଣ ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି ବଡଦୋରାଠାରେ 50ଟି ଆଇସିୟୁ ଶଯ୍ୟା, 200ଟି ସାଧାରଣ ଶଯ୍ୟା…
ବିହାର : ବିହାରର ମୁଖ୍ୟମନ୍ତ୍ରୀ ନିତୀଶ୍ କୁମାର ପ୍ରବାସୀ ଶ୍ରମିକ ବା ଖଟିଖିଆଙ୍କ ପାଇଁ ସୀମାବର୍ତ୍ତୀ ଜିଲ୍ଲାରେ କ୍ୟାମ୍ପ୍ ନିର୍ମାଣ କରିବାର ଘୋଷଣା କରିଛନ୍ତି । ନୀତିଶ୍ କୁମାର ଘୋଷଣା କରି କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ବିହାରକୁ ଆସିଥିବା ପ୍ରବାସୀ ଶ୍ରମିକମାନଙ୍କ ରହିବା ଲାଗି କ୍ୟାମ୍ପ୍ ନିର୍ମାଣ କରାଯିବ । ଏହି କ୍ୟାମ୍ପରେ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବା ଖଟିଖିଆମାନଙ୍କୁ ରଖାଯିବ । ଏହି କ୍ୟାମ୍ପ୍ରେ ଭୋଜନ ସହିତ ଡାକ୍ତରୀ ଚିକିତ୍ସା ମଧ୍ୟ ଯୋଗାଇ ଦିଆଯିବ । ଶନିବାର ଦିନ ରାଜ୍ୟରେ ଏକ ଉଚ୍ଚଅଧିକାରୀ ବୈଠକରେ ବିହାରର ମୁଖ୍ୟମନ୍ତ୍ରୀ ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ସେହିପରି ନୀତିଶ୍ କୁମାର ରାଜ୍ୟରେ କରୋନା ସହ ମୁକାବିଲା କରିବାପାଇଁ ଗଠିତ ଏକ ଫଣ୍ଡ୍କୁ ବିଧାୟକ ଫଣ୍ଡ୍ରୁ 7 କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । କରୋନା ସହ ମୁକାବିଲା ପାଇଁ ଭାରତ ସରକାର ଜାରି କରିଥିବା 21 ଦିନିଆ…
ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ତା’ର ତାଣ୍ଡବ ରଚୁଥିବାବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପି ସାରିଲାଣି । ସବୁଠୁ ଅଧିକାଂଶ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି । କରୋନା ଭାଇରସ୍ ଯୋଗୁଁ ଭାରତ ସରକାର 21 ଦିନିଆ ଲକ୍ ଡାଉନ୍ର ଘୋଷଣା କରିଛନ୍ତି । ଆଜି ଲକ୍ ଡାଉନ୍ର ପଞ୍ଚମ ଦିବସ ହୋଇଥିବାବେଳେ ସାରା ଦେଶ ଏକ ପ୍ରକାର ଠପ୍ ହୋଇଥିବାବେଳେ ଖଟିଖିଆ ଓ ଶ୍ରମିକମାନେ ନିଜ ନିଜ ଘରକୁ ପଳାୟନ କରୁଥିବାବେଳେ ଏହା ସରକାରଙ୍କ ପାଇଁ ଏକପ୍ରକାରର ଚ୍ୟାଲେଞ୍ଜ ପାଲଟି ଯାଇଛି । ଭାରତରେ କରେନା ମୃତ୍ୟୁ ସଂଖ୍ୟା 20ରେ ପହଞ୍ଚିଥିବାବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1029ରେ ପହଞ୍ଚିଛି। ସେହିପରି 85 ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସର୍ବାଧିକ ମହାରାଷ୍ଟ୍ରରେ 186ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ମାର୍ଚ୍ଚ 15 ରେ ଦେଶରେ…
ନୂଆଦିଲ୍ଲୀ, କରୋନା ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ବିଦ୍ୟୁତ ଉତ୍ପାଦନ, ସରବରାହ, ବଂଟନ ଓ ଏହାର ପଦ୍ଧତିଗତ କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀମାନେ ଅହୋରାତ୍ର ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଜଟିଳ ପରିସ୍ଥିତିରେ ଶକ୍ତି ମନ୍ତ୍ରଣାଳୟ ଏହାର ସମସ୍ତ ଉପଭୋକ୍ତାମାନଙ୍କୁ ବିଜୁଳି ଶକ୍ତି ଯୋଗାଇବାରେ ପ୍ରତିଶୃତିବଦ୍ଧ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂ କହିଛନ୍ତି । ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଦେଶର ଶତକଡା ୭୦ ଭାଗ ବିଦ୍ୟୁତ ଶକ୍ତି ତାପଜ ଶ୍ରେଣୀୟ । ସେ ଦୃଷ୍ଟିରୁ ତାପଜ ଶକ୍ତି କେନ୍ଦ୍ରଗୁଡିକୁ କୋଇଲାର ନିରବଚ୍ଛିନ୍ନ ପରିବହନ ଯେପରି ଜାରି ରହେ, ତାଙ୍କ ମନ୍ତ୍ରଣାଳୟ ରେଳ ଓ କୋଇଲା ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ରହିଛି । ଲକଡାଉନ ଯୋଗୁଁ ଉପଭୋକ୍ତାମାନେ ବିଦ୍ୟୁତ ବଂଟନକାରୀ କମ୍ପାନୀଗୁଡିକୁ ସେମାନଙ୍କ ଦେୟ ଯଥା ସମୟରେ ପୈଠ କରିପାରୁନାହାନ୍ତି। ସେ ଦୃଷ୍ଟିରୁ ବଂଟନକାରୀ କମ୍ପାନୀଗୁଡିକ ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକୁ…
ନୂଆଦିଲ୍ଲୀ, କୋଭିଡ-୧୯ ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି। ଜାନୁଆରୀ ୩୦ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା ପାଇଁ ଏକ ପୂର୍ଣ୍ଣାଙ୍ଗ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରି ପ୍ରଥମେ ନିଜର ସୀମାନ୍ତରେ ତାହାକୁ କାର୍ଯ୍ୟକାରୀ କରିଥିଲା। ତଦନୁସାରେ ସୀମାନ୍ତ ପଥଗୁଡ଼ିକର ଗମନାଗମନ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା। ଏହାପରେ ବିମାନ ଯୋଗେ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କର ପରୀକ୍ଷା (ସ୍କ୍ରିନିଂ) ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏଥି ସହିତ ଭାରତ ସରକାର ଭିସା ବ୍ୟବସ୍ଥାକୁ ଅସ୍ଥାୟୀଭାବେ ବନ୍ଦ କରିବା ସହ ଆନ୍ତର୍ଜାତିକ ବିମାନ ଚଳାଚଳକୁ ଦେଶରେ ନିଷିଦ୍ଧ କରିଥିଲେ। ଅନ୍ୟ କୌଣସି ଦେଶ ଏହା କରିବା ପୂର୍ବରୁ ଭାରତ ତାହା ପ୍ରଥମେ କରିଥିଲା। ଜାନୁଆରୀ ୧୮ରୁ ଚୀନ ଓ ହଂକଂରୁ ଭାରତ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କର…
ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ଏହା ଦ୍ବାରା କୃଷି ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରି କୃଷି ଉପରୁ କଟକଣା ହଟାଇଛନ୍ତି ସରକାର । ଏହା ଦ୍ବାରା ଫସଲ କାଟିବାରେ କୌଣସି ଅସୁବିଧା ହେବନାହିଁ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ତଥା ପଂଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହା ଘୋଷଣା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି । ଲକଡାଉନ କାରଣରୁ କୃଷକମାନଙ୍କ ପାଇଁ ଫସଲ ଏବଂ ଉତ୍ପାଦିତ ଫସଲ ମଣ୍ଡିରେ ପହଁଚାଇବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ କୌଣସି ନିଷ୍ପତି ନେବା ଲାଗି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ରମେଶ ମହାନ୍ତି ଜଗତସିଂହପୁର : ଦେଶବ୍ୟାପୀ ଲକ୍ଡାଉନ୍ ସମୟରେ ଲକ୍ଡାଉନ୍ ଉଲ୍ଲଂଘନ କାରଣରୁ ଜଗତସିଂହପୁର ଅଞ୍ଚଳରେ 9 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହିତ 4ଟି ବାଇକ୍ ଜବତ କରାଯାଇଛି । 27 ତାରିଖରୁ 28 ତାରିଖ ସକାଳ ସୁଦ୍ଧା ଏହି ମାମଲା ରୁଜୁ କରାଯିବା ସହିତ ଗିରଫ କରାଯାଇଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଏହି ମାମଲା ରୁଜୁ କରାଯାଇଛି । ରଘୁନାଥପୁର ବ୍ଲକ୍ରେ ଦୁଇଟି ମାମଲା ରୁଜୁ କରାଯିବା ସହିତ ଦୁଇଟି ବାଇକ୍ ଜବତ କରାଯାଇଥିବା ବେଳେ ତିର୍ତ୍ତୋଲ ବ୍ଲକ୍ରେ 3ଟି ମାମଲାର ରୁଜୁ କରାଯାଇ ଦୁଇଟି ବାଇକ୍ ଜବତ କରାଯାଇଛି । କୁଜଙ୍ଗ, ବନ୍ଦର ମେରାଇନ୍, ଏରସମା ପ୍ରତ୍ୟେକ ଅଞ୍ଚଳରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଥିବା ବେଳେ ପାରାଦୀପ୍ ଲକ୍ରେ ଦୁଇଟି ମାମଲା ରୁଜୁ କରାଯାଇଛି । ଏହି ସମୟରେ ସମୁଦାୟ 36ଟି ଗାଡିକୁ ଯାଞ୍ଚ କରାଯାଇଥିବା ବେଳେ 12 ହଜାର ଟଙ୍କାର…
ଲକ୍ଷ୍ନୌ : ଦେଶରେ କରୋନା ଆତଙ୍କର ମୁକାବିଲା କରିବା ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଏକାଧିକ କ୍ରିକେଟର ଏବଂ ବଲିଉଡ୍ କଳାକାର ସହାୟତାର ହାତ ବଢାଇଛନ୍ତି । ବର୍ତ୍ତମାନର ଭାରତୀୟ ଦଳର କୌଣସି ସଦସ୍ୟ ସହାୟତା ପ୍ରଦାନ କରିନଥିବା ବେଳେ ଷ୍ଟାଇଲିସ୍ ବାମହାତୀ କ୍ରିକେଟର ସୁରେଶ ରାଇନା 52 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପିଏମ୍ କେୟାର ଫଣ୍ଡକୁ ରାଇନା 31 ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ 21 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ପୂର୍ବରୁ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ 25 ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ, କରୋନା ରୋଗ ବର୍ତ୍ତମାନ ଯେପରି କାୟା ବିସ୍ତାର କରିବାରେ ଲାଗିଛି, ସେଥିରୁ ମୁକୁଳିବା ପାଇଁ ଯଥେଷ୍ଠ ପରିମାଣର ମାନବ ସମ୍ବଳ, ମେଡିକାଲ ଉପରଣ ଏବଂ ଶଯ୍ୟାର ଆବଶ୍ୟକ ରହିଛି। କାରଣ ବର୍ତ୍ତମାନ ବର୍ତ୍ତମାନ ଯେତିକି ପରିମାଣର ମେଡିକାଲ ଉପକରଣ ହେଉ କିମ୍ବା ହସପିଟାଲ ବେଡ ଅଛି ତାହା ଅଣ୍ଟିବ ନାହିଁ। ଏସବୁକୁ ବୃଦ୍ଧି କରିବାରେ ସରକାରଙ୍କ ପର୍ଯ୍ୟାପ୍ତ ପରିମାଣର ଅର୍ଥର ମଧ୍ୟ ଆବଶ୍ୟକତା ରହିଛି। ଏପରି ପରିସ୍ଥିତିରେ ସରକାରଙ୍କୁ ସହାୟତା କରିବା ପାଇଁ ଦେଶର ପ୍ରମୁଖ ଶିଳ୍ପପତିମାନେ ଆଗେଇ ଆସିଛନ୍ତି। ଏହି ବଦାନ୍ୟତାରେ ବର୍ତ୍ତମାନ ଯେ ଚର୍ଚ୍ଚାରେ ଅଛନ୍ତି ସେ ହେଉଛନ୍ତି ଟାଟା ଟ୍ରଷ୍ଚ ଏବଂ ଟାଟା ସନସର ଅଧ୍ୟକ୍ଷ ରତନ ଟାଟା। ସେ ଦେଶର ଏପରି ଜରୁରୀ ପରିସ୍ଥିତିରେ ସରକାରଙ୍କୁ 500 କୋଟି ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଟଙ୍କା ସରକାର 5ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ କରନ୍ତୁ ବୋଲି ରତନ ଟାଟା…
ନୂଆଦିଲ୍ଲୀ : ଏକ ମାସ ପାଇଁ ଭଡାଟିଆଙ୍କୁ ଘରଭଡା ମାଗି ପାରିବେ ନାହିଁ ଘରମାଲିକ । ନୋଇଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ମଜୁରିଆ ଏବଂ ଅନ୍ୟାନ୍ୟ ଗରିବ ଶ୍ରେଣୀର ଲୋକଙ୍କ ଆୟର କୌଣସି ପନ୍ଥା ନଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲାପାଳ ବି ଏନ୍ ସିଂଙ୍କ ପକ୍ଷରୁ ଶନିବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ନୋଇଡାର ଗୌତମ ବୁଦ୍ଧ ନଗର ପାଇଁ ଏହି ନୂତନ ନିୟମ ଜାରି କରାଯାଇଛି । ଉତ୍ତରପ୍ରଦେଶ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଆଇନ 2015 ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି । ଘରଭଡା ପାଇଁ ବିଭିନ୍ନ ସ୍ଥାନରୁ ଭଡାଟିଆଙ୍କୁ ଖାଲି କରାଯିବା ପରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମର ଖିଲାପ କଲେ ଘରମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ…

