ଭୁବନେଶ୍ବରରୁ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

Published: Apr 5, 2020, 3:54 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଭୁବନେଶ୍ବରରୁ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଦୁଇ ଆକ୍ରାନ୍ତ ଜଣକ ଭୁବନେଶ୍ୱରର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଜଣେ କପିଳପ୍ରସାଦରୁ ଚିହ୍ନଟ ହୋଇଥିବାବେଳେ ଆଉଜଣେ ବମିଖାଲର ଚିହ୍ନଟ ହୋଇଛନ୍ତି। କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ନିବାସୀ 70 ବର୍ଷୀୟ ଆକ୍ରାନ୍ତ ଜଣକ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିବାବେଳେ ଗତମାସ 22 ତାରିଖରୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ସେହିପରି ବମିଖାଲ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ 29 ବର୍ଷ । ବମିଖାଲରେ ସର୍ଭେଲାନ୍ସ ବେଳେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ ଜଣକ । ପୂର୍ବରୁ ବମିଖାଲରେ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନ୍ନଟ ହୋଇଥିଲେ । ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 23କୁ ବୃଦ୍ଧି ହୋଇଛି । ଗତକାଲି ରାତ୍ରିରେ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଭୁବନେଶ୍ବରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 16 ରହିଥିବାବେଳେ ସେଥିରୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Related posts