କଟକରେ ପୋଲିସକୁ ଢେଲାପଥର ମାଡ

Published: Apr 5, 2020, 11:56 am IST

ସମୀକ୍ଷା ବ୍ୟୁରୋ

କଟକ : କଟକ କେଶରପୁରରେ ପୋଲିସ ଉପରକୁ ଢେଲା ପଥରମାଡ କରାଯାଇଛି। ସଟଡାଉନ୍‌ କଟକଣା ଭାଙ୍ଗିଥିବା କିଛି ଲୋକେ ପୋଲିସକୁ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀଙ୍କ ଉପରେ ଲାଠି ଚାର୍ଜ କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଡିସିପି। ସେହିପରି ପୋଲିସକୁ ଆକ୍ରମଣ କରିଥିବା କିଛି ଲୋକଙ୍କୁ ଅଟକ ରଖାଯାଇଥିବାର ସୂଚନା ରହିଛି।

ସୂଚନାଯୋଗ୍ୟ, କଟକରୁ ଓଡ଼ିଶାର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକକୁ ମଧ୍ୟ 48 ଘଣ୍ଟିଆ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। ଆଜି କଟକର ପଟାପୋଲ୍‌ ଅଞ୍ଚଳକୁ ସିଏମ୍‌ସି ସିଲ୍‌ କରିଛି।

Related posts