କଟକ ପଟ୍ଟାପୋଲ ଅଞ୍ଚଳକୁ ସିଲ୍‌ କଲା ସିଏମସି

Published: Apr 5, 2020, 9:04 am IST

ସମୀକ୍ଷା ବ୍ୟୁରୋ

କଟକ : କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମଣ ଘୋଷଣା କରି ସିଲ୍‌ କରିଛି ସିଏମସି । ସୂଚନାଯୋଗ୍ୟ ଯେ, କଟକରେ ଷଷ୍ଠତମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।  ପଟ୍ଟାପୋଲ ଅଞ୍ଚଳରେ ଜଣେ କରୋନା ପଜିଟିଭି ଚିହ୍ନଟ ହେବା ପରେ ଏହି ସିଲ୍‌ କରାଯାଇଛି । ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍‌ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି। କଟକର ବକ୍ସି ବଜାର ଛକରୁ ଷ୍ଟିଓ୍ବାର୍ଟ ସାଇନ୍ସ କଲେଜ ଯାଏଁ ସିଲ୍ ରହିବ। ସେହିଭଳି ଷ୍ଟିଓ୍ବାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍ ଛକ ପର୍ଯ୍ୟନ୍ତ ସିଲ୍ ରହିବ। ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପାର୍କ ଯାଏ ସିଲ୍ କରାଯିବ। ତିନିକୋଣିଆ ବଗିଚା ପାର୍କରୁ ବକ୍ସି ବଜାର ଛକ ଯାଏ ସିଲ୍ କରାଯିବ। ପଟ୍ଟାପୋଲ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଅଫିସ୍ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଏହି ଅଞ୍ଚଳରେ ଯାନବାହନ ଚଳାଚଳକୁ ମଧ୍ୟ ମନା କରାଯାଇଛି। କୌଣସି ବ୍ୟକ୍ତି ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହି ଅଞ୍ଚଳର ସମସ୍ତ ଦୋକାନ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷରେ କଟକ ମହାନଗର ନିଗମ ସିଲ୍ ଅଞ୍ଚଳରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ବୋଲି କୁହାଯାଇଛି।

ଏଥିପାଇଁ ସିଏମ୍‌ସି ତରଫରୁ ଚାରିଜଣିଆ ଟିମ୍ ଗଠନ କରାଯାଇଛି ।ସାନିଟେସନ୍‌ – ସଞ୍ଜୀବିତା ରାୟ, ଡେପୁଟି କମିଶନର, ଫୋନ୍‌ – 9437187888,ଜରୁରୀ ସାମଗ୍ରୀ ପାଇଁ ପ୍ରଦୀପ ଶାହା, ଏଇଓ, ଫୋନ୍‌ – 9437315152 । ସେହିପରି ସ୍ବାସ୍ଥ୍ୟ ପାଇଁ ପ୍ରକାଶ ଚନ୍ଦ୍ର ସାହୁ, ଏମ୍‌ଓ – ଓଡ଼ିଆ ବଜାର, ଫୋନ୍‌ – 9692978579 । ସ୍ବାସ୍ଥ୍ୟ – ଜିତେନ୍ଦ୍ର ପାଲ୍‌, ପିଏଚ୍‌ଏମ୍‌ , ଓଡ଼ିଆ ବଜାର – ଫୋନ୍‌ – 9439999083 ।

Related posts