ନୂଆଦିଲ୍ଲୀ : ଚୀନରୁ ବୁହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଏବେ ୟୁରୋପରେ ତାଣ୍ଡବ ରୁଚିଛି । ବୁହାନ ସହର ପରେ ଇଟାଲୀରେ ଏବେ ଏହାର କେନ୍ଦ୍ରସ୍ଥଳ ପାଲଟିଯାଇଛି। ଶୁକ୍ରବାର ଦିନ ଇଟାଲୀରେ ସର୍ବାଧିକ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଏଠାରେ ପ୍ରାୟ 1000 ଲୋକଙ୍କ ମୃତ୍ୟୁ ଘଟିଛି । କେବଳ ଇରାନ୍ ନୁହେଁ, ଜର୍ମାନୀ, ସ୍ପେନ, ଆମେରିକା, ବ୍ରିଟେନ୍ ପ୍ରମୁଖ ଦେଶଗୁଡିକ ଏବେ କରୋନା କବଳରେ । କେବଳ ଇଟାଲୀରେ 86 ହଜାର ଲୋକ ଏହିରୋଗରେ ସଂକ୍ରମିତ ହୋଇଛନ୍ତି । ସାରା ବିଶ୍ବରେ ଏବେ 597,262 ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 27,365ରେ ପହଞ୍ଚିଛି । ସେହିପରି ଏହି ରୋଗରେ ସୁସ୍ଥ ହୋଇଛନ୍ତି 133,363ଜଣ । ସମୀକ୍ଷା ତରଫରୁ କରୋନା ଅପଡେଟ୍ :
Author: Samikhsya Bureau
କେଦାର ମିଶ୍ର ଯେତେବେଳେ ଏକ ବଡ ସଙ୍କଟ ଆସେ ସେତେବେଳେ ତାକୁ ଘେରି ଅନେକ ରକମର ସମସ୍ୟା ମଧ୍ୟ ତିଆରି ହୁଏ। ଏବେ କରୋନା ଭୂତାଣୁର ଭୟ ସାରା ପୃଥିବୀକୁ ସନ୍ତ୍ରସ୍ତ କରି ରଖିଛି। ପୃଥିବୀର ବହୁ ବିତ୍ତଶାଳୀ ଓ ପ୍ରଭାବଶାଳୀ ଦେଶ ଏହାର ମୁକାବିଲା କରି ପାରୁନଥିବାରୁ, ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସ୍ଵାଭାବିକ। ଏହି ଭୂତାଣୁ କୁ ପ୍ରତିହତ କରିବା ପାଇଁ କୌଣସି ଟୀକା ବା ଔଷଧ ବାହାରି ନ ଥିବାରୁ ସେ ମଧ୍ୟ ଲୋକଙ୍କର ଚିନ୍ତା ବଢାଇଛି। ଏକ ଅଜଣା ରୋଗର ଆତଙ୍କକୁ ମୁକାବିଲା କରିବା ଲାଗି ଆମକୁ ମଧ୍ୟ ଭିନ୍ନ ଭିନ୍ନ ଉପାୟ କରିବାକୁ ପଡୁଛି। ଭାରତ ନିଜକୁ ତିନି ସପ୍ତାହ ଲାଗି ସଂପୂର୍ଣ୍ଣ ଭାବରେ ଗୃହବନ୍ଦୀ କରି ରଖିବାର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଏତେ ଶଜା ନୁହେଁ। ତିନି ସପ୍ତାହ ଧରି ଆୟ, ଉପାର୍ଜନ ଓ ସ୍ବାଧିନତାକୁ…
ରଞ୍ଜିତ ପଣ୍ଡା କୁଜଙ୍ଗ : ସମଗ୍ର ରାଜ୍ୟରେ କୋଭିଡ଼-୧୯ କୁନେଇ କଟକଣା ଜାରି କରାଯାଇଛି । ଏହି ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ହିଁ ଏକମାତ୍ର ଉପାୟ। ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରୀ କରାଯାଇଥିବା ବେଳେ ଏହାର ଅବମାନନା ଅଭିଯୋଗରେ ଆଜି କୁଜଙ୍ଗ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡ଼ିଥିବା ଜଣାପଡ଼ିଛି। ଏନେଇ ଏସଆଇ ଶୁଭ୍ରଜିତ ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଏସଆଇ ଶୁଭ୍ରଜିତ ଦାସ ଥାନାର ଅନ୍ୟ କର୍ମଚାରୀଙ୍କ ସହିତ ପୂର୍ବାହ୍ନ ୧୦ଟା ସମୟରେ ମଙ୍ଗରାଜପୁର, ହସିଣା, ବଳରାମ ପୁର ଆଦି ଗ୍ରାମ ମାନଙ୍କରେ ପେଟ୍ରୋଲିଂ ଜାରି ରଖିଥିଲେ। ତେବେ କୁଜଙ୍ଗ ଥାନା ଜଗନ୍ନାଥପୁର ଗ୍ରାମ ନିକଟରେ କିଛି ଯୁବକ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ଆଇନକୁ ଭଙ୍ଗ କରୁଥିବା ନେଇ ସୂଚନା…
ବେଙ୍ଗାଲୁରୁ : କରୋନା ରୋଗୀଙ୍କ ପାଇଁ ଖୁସିଖବର । କରୋନା ସଙ୍କ୍ରମଣଙ୍କ ନିମନ୍ତେ ଔଷଧ ନିର୍ମାଣ କରିବା ପାଇଁ ଭାରତ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି ବେଙ୍ଗାଲୁରୁର ଜନୈକ ଡାକ୍ତର । ବେଙ୍ଗାଲୁରୁର ଅଙ୍କୋଲୋଜିଷ୍ଟ ବିଶାଲ ରାଓ ଭାରତ ସରକାରଙ୍କ ନିକଟରେ ଏହି ଆବେଦନ କରିଛନ୍ତି । ସାଇଟୋକିନ୍ ସହାୟତାରେ ବିଶାଲ ଏହି ଔଷଧ ନିର୍ମାଣ କରିବା ପାଇଁ ଆବେଦନ କରିଛନ୍ତି । ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାଇଟୋକିନ୍ ପ୍ରମୁଖ ଗ୍ରହଣ କରିଥାଏ । କୋଭିଡ୍-19 କ୍ଷେତ୍ରରେ ଶରୀରରେ ସାଇଟୋକିନ୍ କ୍ଷରଣ ବନ୍ଦ ହୋଇଯାଇଥାଏ । ଏହି ହରମୋନ୍କୁ ଔଷଧ ଭାବରେ ବ୍ୟବହାର କରି କରୋନା ସଙ୍କ୍ରମଣଙ୍କ ଚିକିତ୍ସା କରିବା ପାଇଁ ଭାରତ ସରକାରଙ୍କ ନିକଟରେ ରାଓ ଆବେଦନ କରିଛନ୍ତି । (ଏଜେନ୍ସି)
ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟରେ ୭୫ ବେସିସ ପଏଂଟ ହ୍ରାସ ସହିତ ଏହାକୁ ୪.୪ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି ରିଭର୍ସ ରେପୋ ରେଟକୁ ୯୦ ବେସିସ ପଏଂଟ ସହିତ ୪ ପ୍ରତିଶତକୁ ହ୍ରାସ କରାଯାଇଛି । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି । ୨୮ ମାର୍ଚ୍ଚ ଠାରୁ ଗୋଟିଏ ବର୍ଷ ପାଇଁ ସମସ୍ତ ବ୍ୟାଙ୍କର ସିଆରଆର ୧୦୦ ବେସିସ ପଏଂଟ ହ୍ରାସ କରାଯାଇ ୩% କରି ଦିଆଯାଇଛି । ଏହି ପଦକ୍ଷେପ ଫଳରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟକୁ ୩.୭୪ ଲକ୍ଷ କୋଟି ଟଙ୍କାର ଚଳନ୍ତି ପୁଞ୍ଜି ପ୍ରବେଶ କରିବ । ଏହି ନିଷ୍ପତିର ଯୌକ୍ତିକତା ବିଷୟରେ ବର୍ଣ୍ଣନା କରି ଶ୍ରୀ ଦାସ କହିଥିଲେ ଯେ, କୋଭିଡ-୧୯ ମହାମାରୀ କାରଣରୁ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବକୁ ହ୍ରାସ କରିବା ଲାଗି ରେପୋ…
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍) ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ମେ 3 ତାରିଖରେ ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା । ବର୍ତ୍ତମାନ ଦେଶରେ 21 ଦିନ ବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)
କେଦାର ମିଶ୍ର ମୋ ବିଷୟରେ ନ ଲେଖିଲେ, ଆପଣଙ୍କୁ ଗୁଳି କରିଦେବି- ଧଉଳି ମହୋତ୍ସବ ମଞ୍ଚରୁ ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ ଗ୍ରହଣ କରି ଫେରିବା ବେଳେ ମୋ କାନରେ ଏତକ କହି ସେ ଚାଲି ଯାଇଥିଲେ। ସେ ଏମିତି ହିଁ। ଠୋ ଠା କଥା, ବେପରୁଆ ଠାଣି, ବେଖାତିର ବ୍ୟକ୍ତିତ୍ବ। ସେ ଜୟଦେବ ଦାସ। ତାଙ୍କ ବିଷୟରେ ମୋତେ କିଛି ଗୋଟେ ଲେଖିବାର ଥିଲା। ଗତ ତିରିଶ ବର୍ଷର ଓଡିଶୀ ନାଚର ଇତିହାସରେ ଜୟଦେବ ଦାସ ଅଦୃଶ୍ୟ ଅନ୍ଧାରର ନାୟକ। ନିଜେ ଅନ୍ଧାରରେ ରହି ପୂରା ମଞ୍ଚ ସେ ଆଲୋକିତ କରି ଆସିଛନ୍ତି। ମଞ୍ଚରେ ଆମେ କଳାକାରଙ୍କୁ ଦେଖୁ, ତାଙ୍କର କଳାରେ ସମ୍ମୋହିତ ହେଉ। ହେଲେ କଳାକାରର ପରିବେଷଣରେ କୁହୁକ ସଂଚାର କରୁଥିବା ଜୟଦେବ ଦାସମାନଙ୍କୁ ଆମେ କେବେ ଚିହ୍ନି ପାରୁନା। ଜୟଦେବ ଭାଇ ସାଙ୍ଗରେ କଥା ହେଲାବେଳେ କେବେ ଧମକ ଦେଇ, କେବେ ସ୍ନେହରେ ପୁଣି କେବେ ଅଭିମାନରେ…
ଥିରୁଅନନ୍ତପୁରମ୍ : କରୋନା ସନ୍ଦିଗ୍ଧ ଜନୈକ ଆଇଏଏସ୍ ଅଫିସରଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାର ଅବମାନନା କରିବାରୁ ତାଙ୍କୁ ନିଲମ୍ବନ କରାଯାଇଛି । ଆଇଏଏସ୍ ଅଧିକାରୀ ଅନୁପମ ମିଶ୍ରଙ୍କୁ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ଅବମାନନା କରି ଉତ୍ତର ପ୍ରଦେଶ ଯାଇଥିଲେ । ଉତ୍ତରପ୍ରଦେଶରୁ ମିଶ୍ରଙ୍କୁ ଅଟକ ରଖାଯିବା ପରେ ତାଙ୍କୁ ସରକାର ନିଲମ୍ବନ କରିଛନ୍ତି । କୋଲ୍ଲାମ ଜିଲ୍ଲାପାଳ ବି ଅବ୍ଦୁଲ୍ ନାସାରଙ୍କ ରିପୋର୍ଟ ଆଧାରରେ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।
ମାଦ୍ରିଦ୍ : କରୋନା ଭାଇରସ୍ ପ୍ରଭାବରେ ସମଗ୍ର ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍ପେନ୍ରେ ଏହି ଭାଇରସ୍ ତାଣ୍ଡବ ମଚାଇଛି । ସ୍ପେନ୍ରେ ଏହି ଭାଇରସ୍ ପ୍ରଭାବରେ ଗୋଟିଏ ଦିନରେ 769 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର ଅତିକ୍ରମ କରିଛି । ଶୁକ୍ରବାର ନୂତନ ଭାବରେ 769 ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା 4800ରେ ପହଞ୍ଚିଛି । ଇଟାଲୀର 4858 ମୃତ୍ୟୁ ପଛକୁ ଏହା ଦ୍ବିତୀୟ ସ୍ଥାନରେ ରହିଛି । ଗୁରୁବାର ଅପେକ୍ଷା ଶୁକ୍ରବାର ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟାରେ 18 ପ୍ରତିଶତର ଅଭିବୃଦ୍ଧି ଘଟିଛି । ସେହିପରି ଏକ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ 8 ହଜାର ବୃଦ୍ଧି ଘଟିବା ଚିନ୍ତାଜନକ ବୋଲି ସ୍ପେନ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ବାସୀଙ୍କୁ ସୋସିଆଲ ମିଡିଆ ଗୁଜବରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ । ବିଭିନ୍ନ ବ୍ୟକ୍ତି ସୋସିଆଲ ମିଡିଆ ଜରିଆରେ ଗୁଜବ ପ୍ରଚାର କରୁଥିବା ବେଳେ ଏହାକୁ ବିଶ୍ବାସ ନ କରିବା ପାଇଁ ଜଗତସିଂହପୁର ବାସୀଙ୍କୁ ପରାମର୍ଶ ଦିଆଯାଇଛି । ଏଭଳି ଗୁଜବ ପ୍ରଚାର ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତେଣୁ ଏପରି ଗୁଜବକୁ ବିଶ୍ବାସ କରିବା ଅନୁଚିତ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି । ଏପରି ମିଥ୍ୟା ଅପପ୍ରଚାର କାରଣରୁ ମାର୍ଚ୍ଚ 26 ତାରିଖରେ ପାରାଦୀପ ଏବଂ ଏରସମା ଅଞ୍ଚଳରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି । ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ସମ୍ପର୍କ କରିବା ପାଇଁ ଅନୁରୋଧ କରାଯାଇଛି । ଏନେଇ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ନମ୍ବର…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ୧) ଇଟାଲୀର ସହରରେ ଅନେକ ଶବର ଦୃଶ୍ୟ । ସତ୍ୟତା-ଏହା ଏକ ଫିଲ୍ମ କଣ୍ଟାଜିଆନର ଦୃଶ୍ୟ ଅଟେ । ୨) ଜିଓ ର 498/- ଟଙ୍କା ର ଫ୍ରି ରିଚାର୍ଜ । ସତ୍ୟତା-କମ୍ପାନୀ ଏଭଳି କିଛି ଘୋଷଣା କରିନାହିଁ । ୩)ଅନେକ ଲୋକ ଭୂମିରେ ପଡି ଚିତ୍କାର କରି ସହାୟତା ମାଗିବାର ଦୃଶ୍ୟ ସତ୍ୟତା-ଏହା 2014 ମସିହାର ଏକ ଚିତ୍ର ପ୍ରଦର୍ଶନୀର ଦୃଶ୍ୟ ଅଟେ । ୪)ଡକ୍ଟର ରମେଶ ଗୁପ୍ତାଙ୍କ ଜନ୍ତୁ ବିଜ୍ଞାନ ବହିରେ କରୋନା ର ଚିକିତ୍ସା ଅଛି । ସତ୍ୟତା-ନାହିଁ ୫)ମେଦାନ୍ତା ହସ୍ପିଟାଲର ଡକ୍ଟର ନରେଶ ତ୍ରେହାନ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣାର ଅପିଲ କରିବା । ସତ୍ୟତା-ଡକ୍ଟର ତ୍ରେହାନ କୋୖଣସି ଅପିଲ ସେମିତି କୌଣସି ଅପିଲ କରିନାହାନ୍ତି । ୬)ଏକ ଦମ୍ପତ୍ତି ଯେଉଁମାନେ 134 ଲୋକଙ୍କ ଚିକିତ୍ସା କରି ନିଜେ ସଂକ୍ରମଣର ଶିକାର ହେଲେ । ସତ୍ୟତା-ଏହା କୌଣସି ଡକ୍ଟର ଯୋଡ଼ିର ନୁହେଁ…
ଲଣ୍ଡନ : କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ଶୁକ୍ରବାର ଲଣ୍ଡନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 24 ଘଣ୍ଟ ଧରି ଜନ୍ସନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନରହିବାରୁ ପରୀକ୍ଷଣରୁ କରୋନା ସଙ୍କ୍ରମିତ ଥିବା ଜଣାପଡିଛି । ବର୍ତ୍ତମାନ ଜନ୍ସନ୍ଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଥିବା ବେଳେ ସରକାରୀ କାର୍ଯ୍ୟକଳାପ ଜନ୍ସନ୍ ଭିଡିଓ କନ୍ଫରେନ୍ସିଂ ଜରିଆରେ କରିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ତଳେ ବ୍ରିଟେନ୍ର ଯୁବରାଜ ପ୍ରିନ୍ସ ଚାର୍ଲସ୍ କରୋନାରେ ସଙ୍କ୍ରମିତ ହୋଇଥିଲେ । (ଏଜେନ୍ସି)
ଦୁଷ୍ମନ୍ତ ପଣ୍ଡା କଳାହାଣ୍ଡି : ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମଗ୍ର ଭାରତବର୍ଷ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଓଡିଶାରେ ବର୍ତମାନ ତୃତୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାପ୍ରଶାସନ ବ୍ୟାପକ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ନିୟମକୁ କଡାକଡି ଭାବେ ପାଳନ କରାଯିବାକୁ ସମଗ୍ର ଅଂଚଳରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଇତ୍ୟାଦି ଖୋଲା ରହିବାକୁ ଅନୁମତି ଥିବା ବେଳେ ସାମାଜିକ ଦୂରତ୍ୱ ବଜାୟ ରଖାଯାଇ ଗ୍ରାହକ ମାନଙ୍କୁ ଜିନିଷ ପତ୍ର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରାୟ ସମସ୍ତ ଗ୍ରୋସରୀ ଦୋକାନ ଗୁଡିକ ତଥା ଔଷଧ ଦୋକାନ ଗୁଡିକ ସମେତ କ୍ଷୀର, ଅଣ୍ଡା ତଥା ପନିପରିବା ଦୋକାନ ଗୁଡିକ ଖୋଲାରହଛି । ନିତାନ୍ତ ଅତ୍ୟାବଶ୍ୟକ ନଥିଲେ କାହାରିକୁ ମଧ୍ୟ ବାହାରକୁ ବାହାରିବାର ନିୟମ…
ମୁମ୍ବାଇ : କରୋନା ଭାଇରସ ବିରୋଧରେ ଲଢାଇ କରିବା ପାଇଁ ଲୋକମାନେ ସହଯୋଗ କରୁଥିବାବେଳେ ଅପର ପକ୍ଷରେ ସରକାରଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରାଯାଉଛି। ସେଲିବ୍ରିଟି, ଖେଳ ତାରକା ମାନେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ ଆର୍ଥିକ ସହାୟତା ଯୋଗାଉଥିବାବେଳେ ଶିରିଡିର ସାଇ ଟ୍ରଷ୍ଟ୍ ମଧ୍ୟ ଆଗେଇ ଆସିଛି। କରୋନା ମୁକାବିଲା ପାଇଁ ଶିରିଡିର ସାଇ ସଂସ୍ଥାନ ରାଜ୍ୟ ସରକାରଙ୍କୁ 51 କୋଟି ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରିଛି। ଶିରିଡି ସାଇ ମନ୍ଦିରରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ଚାନ୍ଦା ମିଳିଥାଏ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସର୍ବାଧିକ କରେନା ଆକ୍ରାନ୍ତଙ୍କ ସୂଚନା ମିଳିଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା 137ରେ ପହଞ୍ଚିଛି। ସରକାର ଲକ୍ ଡାଉନ୍ ଘୋଷଣା କରିବା ପରେ ଶିରିଡିରେ ମଧ୍ୟ ଏନେଇ ପ୍ରତିବନ୍ଧକ ଲଗାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଲକ୍ ଡାଉନ୍ ଘୋଷଣା ଆଗରୁ ମହାରାଷ୍ଟ୍ର ସରକାର ଆଗୁଆ ମହାରାଷ୍ଟ୍ରର ମୁଖ୍ୟ ଚାରୋଟି ସହରରେ…
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 22ଶହ କୋଟିର ପ୍ୟାକେଜ୍ର ଘୋଷଣା କରିଛନ୍ତି । ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଆସୁଥିବା 94 ଲକ୍ଷ ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କଲେ ନବୀନ। ଏଥିପାଇଁ 940 କୋଟି ଖର୍ଚ୍ଚ ହେବ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ତିନି ମାସର ରାସନ ଆଗୁଆ ମିଳିଛି। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର 48 ହିତାଧିକାରୀଙ୍କୁ 4 ମାସର ଭତ୍ତା ଆଗୁଆ ଦିଆଯାଉଛି। ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ ଚାରି ମାସର ଭତ୍ତା ଆଗୁଆ ମିଳୁଛି। ଚାରି ମାସର ଆଗୁଆ ଭତ୍ତା ପାଇଁ 932 ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର 94 ଲକ୍ଷ ପରିବାରକୁ 1 ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ସେହିପରି ରାଜ୍ୟର 22 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ…
ନୂଆଦିଲ୍ଲୀ : ପ୍ରବାସୀଙ୍କ ଉପରେ କଡା ନଜର ରଖିବା ପାଇଁ ଗୃହ ମନ୍ତ୍ରାଳୟ କଡା ନିର୍ଦ୍ଦେଶ ଦେଇଛନ୍ତି। ବିଦେଶ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଗୃହ ମନ୍ତ୍ରାୟ ତରଫରୁ ଚିଠିରେ ନିର୍ଦ୍ଦେଶ ରହିଛି। ଆଇସୋଲେସନ୍, କ୍ବାରେଣ୍ଟାଇନ୍ ଓ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ପ୍ରବାସୀଙ୍କ ଉପରେ ନଜର ରଖିବା ସହ କଡାକଡି ଯାଞ୍ଚ କରିବାକୁ ପରାମର୍ଶ। 35ଟି ଲାବୋରେଟୋରୀରେ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥାର ସୂଚନା ଦିଆଯାଇଛି। ଲକ୍ଡାଉନ ଘୋଷଣା ହେବା ପରେ ଦିଲ୍ଲୀ ସମେତ ଅନ୍ୟାନ୍ୟ କିଛି ପ୍ରଦେଶରେ ଖଟିଖିଆମାନେ ପଳାୟନ କରୁଛନ୍ତି। ଶ୍ରମିକମାନେ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଛନ୍ତି। ବିଗତ ଦୁଇ ଦିନ ଧରି ଏହିପରି ଖବର ସାମ୍ନାକୁ ଆସିଛି। ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଆଡ୍ଭାଇଜାରୀ ଜାରି କରି ଏହି ଖଟିଖିଆ ଓ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…
ସୀତାରାମ ଅଗ୍ରଓ୍ବାଲ ବାଣପୁର: କରୋନା ଭାଇରସ୍ ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନିଆ ଲକ୍ ଡାଉନ୍ର ଘୋଷଣା କରିଛନ୍ତି। ଏହି ଭୟଙ୍କର ମହାମାରୀ ସହ ମୁକାବିଲା ପାଇଁ ତତ୍ପର ରହିଛନ୍ତି ଓଡ଼ିଶା ପୋଲିସ୍। ଏହି କ୍ରମରେ ବାଣପୁର ପୋଲିସ୍ ବେଶ୍ କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟ କରୁଛି। ସହରର ଭିନ୍ନ ଭିନ୍ନ ସ୍ଥାନରେ ଲକ୍ଡାଉନ୍ କଟକଣାକୁ ଯାଞ୍ଚ କରିବା ସହିତ ଲୋକଙ୍କୁ ସଚେତନତାର ବାର୍ତ୍ତା ମଧ୍ୟ ଦେଉଛନ୍ତି। ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବହୁ ପରିମାଣରେ ବିଦେଶୀ ଫେରନ୍ତା ତଥା ଅନ୍ୟ ରାଜ୍ୟରୁ ବହୁ ଲୋକ ଫେରିଥିବାର ସୂଚନା ମିଳିଛି। ଏହି ସୂଚନା ମିଳିବା ପରେ ବାଣପୁର ପୋଲିସ୍ ବେଶ୍ କଡା ନଜର ରଖିଛି। ସହରରେ ବୁଲି ବୁଲି ଲକ୍ ଡାଉନ୍ କଟକଣାକୁ କଡା ଯାଞ୍ଚ କରାଯାଉଥିବାବେଳେ ସାମାଜିକ ଦୂରତ୍ବ ରଖିବା ଲାଗି ସଚେତନ ମଧ୍ୟ କରାଉଛନ୍ତି। ବାଣପୁର ସହରରେ କରୋନା ଭାଇରସର ସଫଳ ମୁକାବିଲା…
ନୂଆଦିଲ୍ଲୀ : କରୋନା ଭାଇରସ୍କୁ ହରାଇବା ପାଇଁ ଭାରତୀୟ ସେନା ଅପରେସନ୍ ନମସ୍ତେର ଆରମ୍ଭ କରିଛି। ଏହା ସମ୍ପର୍କରେ ଘୋଷଣା କରି ଆର୍ମିଚିଫ୍ ଏମଏ୍ ନରଓ୍ବାଣେ କହିଛନ୍ତି ଯେ, ଭାରତୀୟ ସେନା ଅତୀତରେ ସମସ୍ତ ଅଭିଯାନକୁ ସଫଳତାପୂର୍ବକ ଶେଷ କରିଛି। ସେହିପରି ଅପରେସନ୍ ନମେସ୍ତ ମଧ୍ୟ ସଫଳତା ପୂର୍ବକ ଶେଷ କରାଯିବ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ନରଓ୍ବାଣେ। ଏଥିପାଇଁ ସେନା ତରଫରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି । ସାଉଥନ୍ କମାଣ୍ଡ, ଇଷ୍ଟର୍ନ କମାଣ୍ଡ, ୱେଷ୍ଟର୍ଣ୍ଣ କମାଣ୍ଡ, ସେଣ୍ଟ୍ରାଲ କମାଣ୍ଡ, ଉତ୍ତର କମାଣ୍ଡ, ଦକ୍ଷିଣ ପଶ୍ଚିମ କମାଣ୍ଡ ଦିଲ୍ଲୀ ମୁଖ୍ୟାଳୟରେ କରୋନା ହେଲ୍ପ ସେଣ୍ଟର ନିର୍ମାଣ କରିଛି। ଶୁକ୍ରବାର ଦିନ ଏଥିପାଇଁ ନମ୍ବର ମଧ୍ୟ ଜାରି କରାଯାଇଛି। ଏହା ଜରିଆରେ କରୋନା ଭାଇରସ ଯୋଗୁଁ ହଇରାଣ ହେଉଥିବା ଲୋକଙ୍କୁ ସାହାଯ୍ୟ କରାଯିବ। ସେହିପରି ସାଧାରଣ ଲୋକଙ୍କୁ ଏହା ସମ୍ପର୍କରେ ସୂଚନା ଦିଆଯିବ। (ଏଜେନ୍ସି)
କର୍ଣ୍ଣାଟକ : କର୍ଣ୍ଣାଟକରେ କରୋନା ଭାଇରସ ଯୋଗୁଁ ତୃତୀୟ ମୃତ୍ୟୁ ଘଟିଛି। 65 ବର୍ଷୀୟ ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଟ୍ରେନ୍ରୁ କର୍ଣ୍ଣାଟକ ଆସିଥିଲେ। ସେ ଆସିଥିବା ଟ୍ରେନ୍ର ସମସ୍ତ ଯାତ୍ରୀଙ୍କୁ ଏବେ ଖୋଜା ଚାଲିଛି। ଏହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଦେଶରେ ମୃତ୍ୟୁ ସଂଖ୍ୟା 18ରେ ପହଞ୍ଚିଛି। ଆଜି ସକାଳେ ରାଜସ୍ଥାନର ଭିଲଓ୍ବାଡାଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 700 ଟପିଲାଣି। କେରଳ ଓ ମହାରାଷ୍ଟ୍ରରେ ଅଧିକାଂଶ କରୋନା ପୀଡ଼ିତ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜୁରାଟରେ କରୋନା ଯୋଗୁଁ ତିନି ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମଧ୍ୟପ୍ରଦେଶ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର ଓ ରାଜସ୍ଥାନରେ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି। ଦେଶରେ 27ଟି ରାଜ୍ୟରେ କରୋନା ବ୍ୟାପିଛି। କରୋନା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର 21 ଦିନିଆ…
ନୂଆଦିଲ୍ଲୀ : ବିଶ୍ବରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଲାଣି । ଦୁନିଆରେ ମୋଟ୍ 5,36,617 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି କରୋନା ଯୋଗୁଁ ମୋଟ୍ 24,118 ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିପରି ସୁସ୍ଥ ହୋଇଛନ୍ତି 1,24,408ଜଣ । ଚୀନ୍ ପରେ ୟୁରୋପରେ ଏହା ବେଶ୍ ଭୟଙ୍କର ରହିଛି । ସ୍ପେନ୍ରେ ଗତ 24 ଘଣ୍ଟାରେ 718ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନ୍ରେ ସର୍ବମୋଟ୍ ମୃତ୍ୟୁ ସଂଖ୍ୟା 4,365ରେ ପହଞ୍ଚିଛି । ଗୁରୁବାର ଦିନ ସ୍ପେନ୍ରେ 718ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାରେ ବିଗତ 24 ଘଣ୍ଟା ମଧ୍ୟରେ 16,000 ଲୋକ କରୋନା କବଳରେ ଆସିଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 85ହଜାରକୁ ଟପିଛି । ସେହିପରି ଇଟାଲୀରେ କରୋନା ଯୋଗୁଁ ମୃତ୍ୟସଂଖ୍ୟା ଆଠ ହଜାର ପାର୍ କରିଛି । ଓ୍ବାଲ୍ଡୋମିଟରର ପରିସଂଖ୍ୟାନ ଅନୁସାର ଗତ 24 ଘଣ୍ଟା ଧ୍ୟରେ ଇଟାଲୀରେ 683ଜଣଙ୍କର ମୃତ୍ୟୁ ହୋଇଛି । ସମୀକ୍ଷା ତରଫରୁ କରୋନା…
ବିହାର : ଲକ୍ ଡାଉନ୍ ଆମ ଚିନ୍ତାଧାରାକୁ ମଧ୍ୟ ବଦଳାଇଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଲକ୍ ଡାଉନ୍ ଯୋଗୁଁ ବାହାରକୁ ଯିବା ବନ୍ଦ। ସେହିପରି ଗୋଟିଏ ସ୍ଥାନରେ ଏକତ୍ର ହେବାକୁ ମଧ୍ୟ ବାରଣ କରାଯାଇଛି। ଯେଉଁଠି ଲୋକେ ବାହାରକୁ ଯାଇ ପାରୁନାହାନ୍ତି, ସେଇଠି ବିବାହ ମଧ୍ୟ ହୋଇପାରୁଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ ନ ଭାଙ୍ଗି ମଧ୍ୟ ବିବାହ କରାଯାଇପାରୁଛି । ଏହିପରି ଏକ ଅନନ୍ୟ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହଟି ବିହାରରେ ସଂଘଟିତ ହୋଇଛି । ନା ଏହି ବିବାହରେ ଥିଲେ ବରଯାତ୍ରୀ, ନା ବ୍ୟାଣ୍ଡ ବାଜା ନା ଥିଲା ବର। କିନ୍ତୁ ବିବାହଟି ରୀତି ରିଓ୍ବାଜରେ ସମ୍ପନ୍ନ ହୋଇଛି । କରୋନା ଭାଇରସ୍ ଯୋଗୁଁ ଦୁନିଆର ଅର୍ଦ୍ଧେକ ଦେଶ ଏବେ ଲକ୍ ଡାଉନ୍ । ଭାରତ ମଧ୍ୟ ମହାମାରୀ କରୋନା ସହ ମୁକାବିଲା କରିବା ପାଇଁ 21 ଦିନିଆ…

