କ୍ୱାରେଣ୍ଟାଇନ୍‌ରେ ଦିଲ୍ଲୀର ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲର 108 ଡାକ୍ତର ଓ ନର୍ସ

Published: Apr 4, 2020, 5:07 pm IST

ସମୀକ୍ଷା ବ୍ୟୁରୋ

ନୂଆଦିଲ୍ଲୀ:  ମହାମାରୀ କରୋନା ଭାରତରେ ବ୍ୟାପିଚାଲିଥିବାବେଳେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲର 108 ଡାକ୍ତର ଓ ନର୍ସଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏହି ଷ୍ଟାଫ ଦୁଇ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହି ଦୁଇ କରୋନା ଆକ୍ରାନ୍ତଙ୍କ ଦ୍ଵିତୀୟ ଟେଷ୍ଟ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଥିଲା। ଡାକ୍ତରଖାନାର ଏହି 108 ଜଣଙ୍କ ମଧ୍ୟରୁ 85 ଜଣ ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିବାବେଳେ ଅନ୍ୟ 23 ଜଣଙ୍କୁ ଡାକ୍ତରଖାନାରେ ରଖାଯାଇଛି।  ଏବେ ଏକ ଡାକ୍ତରୀ ଟିମ୍ ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ନଜର ରଖିଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇନାହିଁ।

 

Related posts