Author: Samikhsya Bureau

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯିବା ପରେ ସହାୟତାର ସୁଆ ଛୁଟିଛି । ବଲିଉଡ୍‌ କଳାକାର ଅକ୍ଷୟ କୁମାର 25 କୋଟିର ସହାୟତା ପ୍ରଦାନ କରିଥିବା ବେଳେ ସମସ୍ତ ବିଜେପି ବିଧାୟକ ଓ ସାଂସଦ ଏକ ମାସର ଦରମା ପ୍ରଦାନ କରିବାକୁ ଯାଉଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମସ୍ତ ସାଂସଦ ନିଜର ସଂସଦୀୟ ପାଣ୍ଠିରୁ 1 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ନଡ୍ଡା କହିଛନ୍ତି । (ଏଜେନ୍ସି)

Read More

ମୁମ୍ବାଇ : କରୋନା ସଙ୍କଟ ସମୟରେ ଏହାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଶନିବାର ସ୍ବତନ୍ତ୍ର କେୟାର ଫଣ୍ଡ ଗଠନ କରାଯାଇଥିଲା। ଏହାପରେ ବଲିଉଡ୍‌ ଅଭିନେତା 25 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଅକ୍ଷୟ ପୂର୍ବରୁ ସରକାରଙ୍କୁ କରୋନା ମୁକାବିଲା ପାଇଁ 1.5 କୋଟି ଟଙ୍କା ପ୍ରଦାନ କରିଥିଲେ। ସର୍ବଦା ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହୁଥିବା ଅକ୍ଷୟ କୁମାର ନିଜେ 25 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଅନ୍ୟାନ୍ୟ କଳାକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଜାନ୍‌ ହେ ତୋ ଜହାନ୍‌ ହେ ବୋଲି ଟ୍ବିଟ୍‌ କରି ଅକ୍ଷୟ ସହାୟତା ରାଶି ସମ୍ପର୍କରେ ଘୋଷଣା କରିଛନ୍ତି। ଅକ୍ଷୟଙ୍କ ଏହି ପ୍ରୟାସକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି। ଆପଣ ଯଦି ସହାୟତା କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ଆକାଉଣ୍ଟରେ ଅର୍ଥ ପୈଠ କରିପାରିବେ। (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା କାରଣରୁ ବିବାହ ଅଟକିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନାର ପଙ୍ଗାପଶି ଗ୍ରାମରେ ଏହି ଘଟଣା ଘଟିଛି। ପଙ୍ଗାପଶି ଗ୍ରାମର ଭାଗବତ ମହାରଣାଙ୍କ ପୁଅ ବଗୁଲୁ ମହାରଣା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବଗୁଲୁ ଜଣେ ଝିଅଙ୍କୁ ଭଲ ପାଉଛନ୍ତି ଏବଂ ବିବାହ କରିବା ପାଇଁ ପରିବାରକୁ ଜଣାଇଥିଲେ। ମାତ୍ର ଦେଶରେ କରୋନା ଲକ୍‌ଡାଉନ୍‌ ଚାଲିଥିବାରୁ ବର୍ତ୍ତମାନ ବିବାହ ସମ୍ଭବ ନୁହେଁ ବୋଲି ପରିବାର ପକ୍ଷରୁ କୁହାଯାଇଥିଲା। ଲକ୍‌ଡାଉନ୍‌ ପରେ ବିବାହ କରିବା ପାଇଁ ପରିବାର ପକ୍ଷରୁ କୁହାଯାଇଥିଲା। ପରିବାରର ନିଷ୍ପତ୍ତିରେ ଅସନ୍ତୁଷ୍ଟ ରହିଥିବା ବଗୁଲୁ ଶେଷରେ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ। ଶୁକ୍ରବାର ପରିବାର ଲୋକଙ୍କ ପକ୍ଷରୁ ଖବର ଦିଆଯିବା ପରେ ହରିଚନ୍ଦନପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲାକୁ ଓଡିଶା ସରକାରଙ୍କ ପକ୍ଷରୁ ଜୋରଦାର କରାଯାଇଛି । ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଶନିବାର ସରକାରଙ୍କ ପକ୍ଷରୁ ଉଠା ଦୋକାନୀଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯିବା ସହିତ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଦୈନିକ ଶହେରୁ ଦୁଇଶହ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ଖାଦ୍ୟ ପ୍ରସ୍ତୁତ କରାଯିବ । ଏହା ଦ୍ବାରା ପ୍ରାୟ 10 ଲକ୍ଷ ଗରିବ ଲୋକ ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ସେହିପରି ଷ୍ଟ୍ରିଟ୍‌ ଭେଣ୍ଡର ମାନଙ୍କ ପାଇଁ 3 ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି । ରାଜ୍ୟର 114ଟି ପୌରାଞ୍ଚଳର ପଞ୍ଜୀକୃତ ଉଠା ଦୋକାନୀଙ୍କ ପାଇଁ…

Read More

କେରଳ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୯୦୦ ଡେଇଁ ଯାଇଥିବା ବେଳେ କେରଳରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି।  ସାରା ଭାରତରେ କରୋନା ମୃତ୍ୟୁ ୨୦ରେ ପହଞ୍ଚିଛି। କରୋନା ମୁକାବିଲା ପାଇଁ ଦେଶରେ ଲକ୍‌ ଡାଉନ୍ ଜାରି ହୋଇଥିବାବେଳେ ଆଜି ଏହା ଚତୁର୍ଥ ଦିନରେ ପହଞ୍ଚିଛି। ଲକ୍‌ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ଅଂଶରେ ଖଟିଖିଆ ତଥା ଶ୍ରମିକମାନେ ନିଜ ଭିଟାମାଟିକୁ ପଳାୟନ କରୁଛନ୍ତି। ଏହି ଖଟିଖିଆ ତଥା ଶ୍ରମିକମାନେ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଏନେଇ ଏକ ଜନହିତ ଯାଚିକା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏହି ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳରେ ରଖିବା ସହ ସେମାନଙ୍କ ପାଇଁ ସମସ୍ତ ସୁବିଧା କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ କୋର୍ଟରେ ଅପିଲ୍‌ କରାଯାଇଛି। ସୂଚନାଯୋଗ୍ୟ, ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ କେରଳରୁ ହିଁ ଚିହ୍ନଟ ହୋଇଛନ୍ତି। କେରଳ ପଛକୁ ମହାରାଷ୍ଟ୍ର ରହିଛି। ଦେଶରେ ସମୁଦାୟ…

Read More

ସୁମନ ଦାଶ ଜୀବନ ରେ ଯେଉଁ କେତୋଟି ହାତଗଣତି ସୁଖ ହାତ ପାହାନ୍ତା ରେ ଥାଏ,ଯାହା ସିଧା ସଳଖ ମଗଜ ପଟେ ପଶି ହୃଦୟକୁ ଦ୍ରଵିଭୂତ କରି ପାରେ,ସିଧା ପାର୍ଥିବ ପୃଥିବୀ ରୁ ନେଇ କେଉଁ ଏକ ଅପାର୍ଥିବ ଜଗତ ରେ ପହଞ୍ଚେଇ ଦେଇ ପାରେ,ଯେ କୌଣସି ସମୟରେ ଭାରାକ୍ରାନ୍ତ ମନ କୁ ଶାନ୍ତ କରିଦେଇପାରେ , ସେଇ ଭିତରେ ପ୍ରିୟ ବହି ପଢିବା,ପ୍ରିୟ ଗୀତ ଶୁଣିବା ଓ ପେଟପୁରା ସୁଖାଦ୍ୟ ଖାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯନ୍ତ ସୁଖ ନିଦ୍ରା ମୋ ଦୃଷ୍ଟି ରେ ନିଶ୍ଚୟ ରହିବ। (ଏ ତାଲିକା ର ଚୟନ,କ୍ରମାଙ୍କ ବ୍ୟକ୍ତି ବିଶେଷ ରେ ପରିବର୍ତ୍ତନଶୀଳ,ପରୀକ୍ଷା ପ୍ରାର୍ଥନୀୟ !) ଆଉ ସୌଭାଗ୍ୟକୁ ଯଦି ନିଜ ଭାଷା ରେ ନିଜର କିଛି ପ୍ରିୟ ଗୀତ ର ସୁଦୃଶ୍ୟ ମର୍ଯ୍ୟାବନ୍ତ ସଂକଳନ ଟିଏ ହାତ ରେ ପଡେ,ସେଥିରେ ପୁଣି ମାର୍ଚ୍ଚ ମାସର ଆକାଶ ରେ ଘୋଟି ଥାଏ ଅଦିନିଆ କଳା ମେଘ…

Read More

ଗଂଜାମ, ବର୍ତ୍ତମାନ ଲକଡାଉନ ଅବସ୍ଥାରେ ଥଣ୍ଡାକାଶ ପରି ରୋଗ ହେଲେ ଡାକ୍ତରଙ୍କୁ ଦେଖା କରିବା ଅସମ୍ଭବ। ହେଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ତରଫୁ ନିଆଯାଇଛି ଏକ ନୂଆ ପଦକ୍ଷେପ। ଯଦି ଆପଣ ସାମାନ୍ୟ ଥଣ୍ଡାକାଶ କିମ୍ବା ଅନ୍ୟ କିଛି ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ସିଧା ଡାକ୍ତରଙ୍କୁ ଫୋନ କରନ୍ତୁ। ସେଥିପାଇଁ ଜିଲ୍ଲା ପ୍ରଶାସନ 24 ଜଣିଆ ଡାକ୍ତରୀ ଦଳର ନାମ ଏବଂ ଫୋନ ନମ୍ବର ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ, କରୋନା ସମ୍ବନ୍ଧିୟ ରୋଗ ନ ଥିଲେ ଡାକ୍ତରଖାନା ଆସି ଅଯଥା ଭିଡ କରନ୍ତୁ ନାହିଁ। ଯଦି କୌଣସି ରୋଗରେ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ତେବେ ଏହି ନମ୍ବରରେ ଡାକ୍ତରଙ୍କୁ ଫୋନ କରି ପରାମର୍ଶ ନିଅନ୍ତୁ ବୋଲି ଏହି ତାଲିକାରେ ପ୍ରକାଶ କରାଯାଇଛି। ଏପରିକି ଆପଣ ହ୍ୱାଟସପ ମାଧ୍ୟମରେ ପରାମର୍ଶ ନେଇପାରିବେ ବୋଲି ମଧ୍ୟ କୁହାଯାଇଛି। ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ…

Read More

ନୂଆଦିଲ୍ଲୀ, ସର୍ବସାଧାରଣଙ୍କ ଅବଗତି ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତରଫ ସର୍ବଭାରତୀୟ କୋଭିଡ19 ଭୂତାଣୁ ପରୀକ୍ଷାଗାରର ତାଲିକା ପ୍ରକାଶ କରାଯାଇଛି। ଏଥିରେ ମୋଟ 85 ସ୍ବୀକୃତି ପ୍ରାପ୍ତ ପରୀକ୍ଷାଗାର ଦେଶରେ କାମ କରୁଛି ବୋଲି ଜଣାଇ ଦିଆଯାଇଛି।ଏଥିରେ ମହାରାଷ୍ଟ, ଗୁଜୁରାଟ ଏବଂ କେରଳରେ ଅଧିକ ସଂଖ୍ୟକ କୋଭିଡ19 ପରୀକ୍ଷାଗାର ରହିଛି। ସେହିପରି ଓଡିଶାରେ ମାତ୍ର ଦୁଇଟି ପରୀକ୍ଷାଗର ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି ପରୀକ୍ଷାଗାରକୁ ଭାରତୀୟ ଭେଷଜ ଗବେଷଣା ପରିଷଦ ସ୍ବୀକୃତ ଦେଇଛି। ସ୍ବାସ୍ଥ୍ୟ ବିଭାଗ ଅନୁସାରେ ବିଭିନ୍ନ ରାଜ୍ୟରେ ଥିବା ପରୀକ୍ଷା କେନ୍ଦ୍ରର ସଂଖ୍ୟା ଏବଂ ତାହାର ନାମ ହେଲା..

Read More

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶର ୮ଟି ରାଜ୍ୟପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି। ବନ୍ୟା, ମରୁଡ଼ି, ଭୂସ୍ଖଳନ ଓ ବାତ୍ୟାଭଳି ପ୍ରାକୃତିକ ବିପତି ପାଇଁ ଓଡ଼ିଶା, ବିହାର,ମହାରାଷ୍ଟ୍ର, କେରଳ, ନାଗାଲାଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଏହି ସହାୟତା ପାଇବେ। ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ଫଣ୍ଡ (ଏନଡିଆରଏଫରୁ ଏହି ଫଣ୍ଡ ଯୋଗାଇ ଦିଆଯିବ। ତେବେ ଏହି ଅର୍ଥ ପ୍ରଦାନ ପାଇଁ କମିଟି କେତେକ ସର୍ତାରୋପ କରିଛି ।୨୦୧୯ରେ ହୋଇଥିବା ପ୍ରାକୃତିକ ବିପତି ନିମନ୍ତେ ସଂପୃକ୍ତ ରାଜ୍ୟଗୁଡ଼ିକୁ ଏହି ଅତିରିକ୍ତ ସହାୟତା ଦିଆଯିବ। ଏପ୍ରିଲ ପହିଲା ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା ସଂପୃକ୍ତ ରାଜ୍ୟମାନେ ଏନଡିଆରଏଫରୁ ଯଦି ଅଗ୍ରୀମ ଆକାରରେ ଅର୍ଥ ନେଇଛନ୍ତି ତାହାହେଲେ ତାହାର ୫୦ ଭାଗ ଅର୍ଥ ମଦୁରା ହେବ ତା ତାହାକୁ ଆଡଜଷ୍ଟ କରାଯିବ। ବିହାର ଏହି ଅତିରିକ୍ତ ସହାୟତା ବାବଦରେ ୯୫୩.୧୭…

Read More

ତାମିଲନାଡୁ : କରୋନା ଭାଇରସ୍‌ର ପ୍ରକୋପ ସାରା ଦେଶରେ ବଢି ଚାଲିଥିବାବେଳେ ଏହି ଭାଇରସ୍‌ ସହ ଲଢିବା ପାଇଁ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଥିବାବେଳେ ସଙ୍ଗରୋଧ ପାଇଁ ମଧ୍ୟ ଉପଦେଶ ଦିଆଯାଇଛି। ବିଦେଶରୁ ଫେରିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି। କିନ୍ତୁ କିଛି ଲୋକେ ଏହାକୁ ବେଶ୍‌ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ନିକଟରେ ଜଣେ ଯୁବକ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ କ୍ବାରେଣ୍ଟାଇନରୁ ଚମ୍ପଟ୍‌ ମାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ତାମିଲନାଡୁର ମୁଦୈର୍‌ ଜିଲ୍ଲାର ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡ୍‌ର ବିବାହ ବନ୍ଦ କରିବା ପାଇଁ ଭାରତ ଫେରିଥିଲେ। ବିଦେଶରୁ ଫେରିଥିବା ଯୋଗୁଁ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। କିନ୍ତୁ ସେ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ କ୍ବାରେଣ୍ଟାଇନ୍‌ରୁ ପଳାୟନ କରି ଶିବଗଙ୍ଗାରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ତାଙ୍କ ପ୍ରେମିକା ସହିତ ମଧ୍ୟ ବିତାଇଥିଲେ। ପ୍ରେମିକାଙ୍କ ସଂସ୍ପର୍ଶରେ ଆସିଥିବା…

Read More

ଅଷ୍ଟ୍ରେଲିଆ : ବିଶ୍ବର କରୋନାର ଭୟାବହତା ଯୋଗୁଁ ଅର୍ଦ୍ଧାଧିକ ଦେଶ ଏବେ ଲକ୍‌ ଡାଉନ୍‌ରେ ରହିଛନ୍ତି। ଏବେ ଅଷ୍ଟ୍ରେଲିଆରେ ଛ’ ମାସ ପାଇଁ ଲକ୍‌ଡାଉନ୍‌ କରାଯିବ ବୋଲି ସୂଚନା ମିଳିଛି। ଦେଶରେ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କିନ୍ତୁ ଏବେବି ଜିମ୍, ରେଷ୍ଟୁରାଣ୍ଟ୍‌, ପବ୍ସ ଓ କ୍ଲବ୍‌ ଆଦିରେ ଲୋକେ ନଜର ଆସିଛନ୍ତି।  ଲୋକେମାନେ ଘରେ ନ ରହି ବାହାରେ ବୁଲୁଥିବାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ୍‌ ଛ’ ମାସ ପାଇଁ ଲକ୍‌ ଡାଉନ୍‌ ଘୋଷଣା କରିବେ ବୋଲି ସଂକେତ ଦେଇଛନ୍ତି। ଅଷ୍ଟ୍ରେଲିଆରେ କରୋନା ଭାଇରସ୍‌ ଜନିତ 3200 ମାମଲା ସାମ୍ନାକୁ ଆସିଛି। ଏଠାରେ 13 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଦେଶର ଭିକ୍ଟୋରିଆ ଓ ନ୍ୟୁ ସାଉଥ୍‌ ଓ୍ବେଲସ୍‌ରେ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମରସନ୍‌ ସୋମବାର ଦିନ ସାଧାରଣ ଜନତାଙ୍କୁ ଜିମ୍‌, ପବ୍ସ ପରି ଭିଡ ଜାଗା ଗୁଡିକୁ…

Read More

ଚଣ୍ଡିଗଡ଼: ସାରା ବିଶ୍ଵ ଆଜି କରୋନା କବଳରେ। ଭାରତରେ ମଧ୍ୟ କରୋନାଭାଇରସ୍ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକଡାଉନ ରୂପେ ଘୋଷଣା କରାଯାଇଛି। ସେହିପରି ପଞ୍ଜାବରେ ମଧ୍ୟ ଏହି କଟକଣାକୁ ଆହୁରି କଡାକଡି କରାଯାଇଛି। ପଞ୍ଜାବ ପୋଲିସ ଏନେଇ ଗଳି ଗଳିରେ ସଜାଗ ରହି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛି। କିନ୍ତୁ ଏହା ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ ଡ୍ୟୁଟିରେ ଥିବା ଜଣେ ପୋଲିସ୍ ଆଜି ହୃଦଘାତରେ ପ୍ରାଣ ହରାଇଛନ୍ତି। ପଟିଆଲା ଜିଲ୍ଲାରେ ଡ୍ୟୁଟିରେ ଥିବା ସମୟରେ ଜନୈକ ପୋଲିସ ମୃତ୍ୟୁବରଣ କରିଥିବା ଜଣାପଡିଛି। ସହକାରୀ ସବ୍-ଇନ୍ସପେକ୍ଟର (ଏଏସ୍ଆଇ) ମିଆନ୍ ସିଂ ହୃଦଘାତରେ ପାଟ୍ରୋଲିଂ ଡ୍ୟୁଟିରେ ଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟଯେ କର୍ଫ୍ୟୁ ଆରମ୍ଭ ହେବା ଦିନଠାରୁ ସେ ଦିନକୁ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଲକ ସାଂସଦ ପ୍ରତିନିଧି ସୁଢଳ କୁମାର ସ୍ବାଇଁଙ୍କ ତତ୍ତ୍ବବଧାନରେ  ନୂଆଗଡ ଗ୍ରାମବାସୀମାନେ ଗୋଟିଏ ହରିଣକୁ ଉଦ୍ଧାର କରି ପାରାଦ୍ବୀପ ଲକ ଥାନା ଆଇଆଇସି ପ୍ରଭାସ ସାହୁଙ୍କୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର କରିଥିବା ଗ୍ରାମବାସୀଙ୍କ ମଧ୍ୟରେ ଜ୍ଞାନଜିତ୍‌ ସ୍ବାଇଁ, ପ୍ରଭାସ ବେହେରା, ବିପିନ୍‌ ରାଉତ, ନାରାୟଣ ମଲ୍ଲିକ, ଗୁଣନିଧି ବେହେରା, ମଧୁସୂଦନ ନାଏକ, ରମାକାନ୍ତ ମଲ୍ଳିକ, ଦୁର୍ଯ୍ୟୋଧନ ରାୟ, ପରମାନନ୍ଦ ରାୟ ପ୍ରମୁଖ ରହିଛନ୍ତି। ନୂଆଗଡ ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମକୁ ଗୋଟିଏ ହରିଣଟିଏ ପଶି ଆସିଥିଲା। ତେବେ ଏହା କେମିତି ଓ କେଉଁଠୁ ଆସିଥିଲା, ତାହା ସମ୍ପର୍କରେ ଜଣାପଡିନାହିଁ। ଗ୍ରାମବାସୀମାନେ ଏହାକୁ ଉଦ୍ଧାର କରି ସୁରକ୍ଷିତ ଭାବେ ପୋଲିସ୍‌କୁ ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟଯେ, ରେଞ୍ଜର ପ୍ରତାପ ମହାନ୍ତି  ଏହି ଉଦ୍ଧାର ହରିଣଟିକୁ ଜଟାଧାରୀ ମୁହାଣରେ ଛଡାଯିବ ବୋଲି କହିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯିବା ସହିତ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନଥିଲେ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରୁଥିବା ବେଳେ କିଛିଲୋକ ସୋସିଆଲ୍ ମିଡିଆ ଜରିଆରେ ମିଛ ଗୁଜବ ସୃଷ୍ଟି କରୁଛନ୍ତି। ଏମିତିକି ଯେଉଁ ଲୋକମାନେ କୌଣସି ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଛନ୍ତି ସେମାନଙ୍କ ନାମରେ କିଛି ବ୍ୟକ୍ତି ସୋସିଆଲ୍ ମିଡିଆରେ ଅପପ୍ରଚାର କରି ତାଙ୍କୁ କରୋନା ହୋଇଛି ବୋଲି ମିଥ୍ୟା ଗୁଜବ ସୃଷ୍ଟି କରୁଛନ୍ତି। ଯାହା ଫଳରେ ସେମାନଙ୍କୁ ସାମାଜିକ ବାଚ୍ଛନ୍ଦର ସମ୍ମୁଖିନ ହେବାକୁ ପଡୁଥିବା ବେଳେ ସମାଜରେ ଭୟର ବାତାବରଣ ସୃଷ୍ଟି ହେଉଛି। ଏମିତିକି ସୋସିଆଲ୍ ମିଡିଆରେ ହେଉଥିବା ଏପରି ମିଥ୍ୟା ଗୁଜବ ଯୋଗୁଁ ସାଧାରଣ ଲୋକମାନେ କୌଣସି ରୋଗର ଚିକିତ୍ସା ପାଇଁ ଏବେ ମେଡିକାଲ ଯିବାକୁ ଡରିଲେଣି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

Read More

ଚଣ୍ଡିଗଡ଼: ହରିୟାଣାର ପାନିପାତ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୩୬ ବର୍ଷୀୟ ଗ୍ରୋସରୀ ବିକ୍ରେତା ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସାହାଯ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ସେହି ଯୁବକ ବନ୍ଧୁକ ମାଧ୍ୟମରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକଜଣକ ନିଜ ପତ୍ନୀଙ୍କ ସମେତ ତାଙ୍କର ଆଠ ବର୍ଷର ଝିଅ ଏବଂ ପାଞ୍ଚ ବର୍ଷର ପୁଅକୁ ହତ୍ୟା କରିଥିଲେ। ଏହି ଘଟଣା ରାଜ ନଗର ଅଞ୍ଚଳରେ ଘଟିଛି। ପାରିବାରିକ କଳହ ଏହି ଅପରାଧର କାରଣ ବୋଲି ପୋଲିସ ସନ୍ଦେହ କରୁଛି। (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଦେଶରେ ଲକ୍‌ଡାଉନ୍‌ ପାଇଁ ଗତ 22 ତାରିଖରୁ ବନ୍ଦ ରହିଛି ବିମାନ ସେବା । ତେବେ ଆଜିଠାରୁ କାର୍ଗୋ ବିମାନ ସେବା ଆରମ୍ଭ କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଆଣି ଭୁବନେଶ୍ବର ଆସିବ ବିମାନ । ରାୟପୁରରୁ ଅପରାହ୍ନ 3.30ରେ ଛାଡି 4.50ରେ ଭୁବନେଶ୍ବରରେ ପହଞ୍ଚିବ । ଭୁବନେଶ୍ବରରୁ ଅପରାହ୍ନ 5.20ରେ ଛାଡି ରାତି 8.20ରେ ଦିଲ୍ଲୀ ପହଞ୍ଚିବ । ପରବର୍ତ୍ତୀ ସମୟରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବ କାର୍ଗୋ ବିମାନ । ଲକ୍‌ ଡାଉନ୍‌ ପାଇଁ ଅନ୍ୟ ବିମାନ ସେବାକୁ ବନ୍ଦ କରାଯାଇଛି ।

Read More

ସମୀକ୍ଷା ବ୍ୟୁରୋ ବାସୁଦେବପୁର : ସାରା ରାଜ୍ୟରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ବାସୁଦେବପୁରର ନାୟକାଣିଡିହିଠାରେ ସକାଳୁ ସକାଳ ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି । ସାନ ଭାଇର ଭୁଜାଲି ଚୋଟରେ ବଡଭାଇର ମୃତ୍ୟୁ ଘଟିଛି । ଜମିବିବାଦରୁ ହତ୍ୟା ହୋଇଥିବାର ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ନାୟକାଣିଡିହି ପୋଲିସ୍‌ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ସାନ ଭାଇକୁ ଅଟକ ରଖିଛି ।

Read More

ନୂଆଦିଲ୍ଲୀ : ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 886ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ  748 ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ 76 ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସବୁଠାରୁ ଅଧିକ 176 ଜଣ କେରଳରେ ଚିକିତ୍ସିତ ହେଉଛନ୍ତି। ସେହିପରି ମହାରାଷ୍ଟ୍ରରେ 156ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ଚାରି, ଗୁଜୁରାଟ ଓ କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶରେ ଦୁଇ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମ ବଙ୍ଗ, ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଜଣେ ଜଣେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ଚାରିଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ଭାରତରେ କରୋନା ଦ୍ବିତୀୟ ଷ୍ଟେଜ୍‌ରେ ରହିଥିବାବେଳେ ଏହା ଯେପରି ତୃତୀୟ ଷ୍ଟେଜ୍‌କୁ ନ ବ୍ୟାପେ ସେଥିପାଇଁ ସାମାଜିକ ଦୂରତ୍ବ ଓ ସଙ୍ଗରୋଧକୁ ବେଶ୍‌ କଡାକଡି କରାଯାଇଛି ।…

Read More

ଏହି ଫଟୋଟି ଗତ 22 ତାରିଖରେ ଉତ୍ତୋଳନ କରାଯାଇଛି। ଏହା ହେଉଛି କ୍ରୋଏସିୟାରେ ହୋଇଥିବା ଭୂକମ୍ପ ପରର ଦୃଶ୍ୟ। କ୍ରୋଏସିୟାରେ ସମୟ ଅନୁସାରେ ଗତ ରବିବାର ଦିନ ଭୋର 5ଟାରେ 5.4 ମ୍ୟାଗିନଚ୍ୟୁଡରେ ଭୂକମ୍ପ ହୋଇଥିଲା, ଯାହା 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା।

Read More

କୋଏତ, କରୋନା ମୁକାବିଲା ପାଇଁ କୋଏତ ସରକାର ଦେଶ ବ୍ୟାପି କର୍ଫ୍ୟୁ ଜାରୀ କରିଛନ୍ତି। ଫଳରେ ବର୍ତ୍ତମାନ ସାରା ଦେଶ ଜନଶୂନ୍ୟ ହୋଇପଡିଛି। ବର୍ତ୍ତମାନ ଏହି ଫଟୋଟି ଗତ ମାର୍ଚ୍ଚ 23 ତାରିଖରେ ଉତ୍ତୋଳନ କରାଯାଇଛି। ଏହା ହେଉଛି କୋଏତର ହାୱାଲ୍ଲି ରାସ୍ତା

Read More

ତେଲେଙ୍ଗାନା: ତେଲେଙ୍ଗାନାଠାରେ ଏକ ସଡକ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଲକ୍‌ ଡାଉନ୍‌ କାରଣରୁ ନିଜ ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ 6ଜଣ ଗୁରୁତର ରହିଛନ୍ତି।  ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାର ଶାମଶବାଦ୍‌ ନିକଟରେ ଏକ ଲରି ଓ ମିନି ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଛି। ମିନି ଟ୍ରକ୍‌ଟିରେ 30 ଜଣ ଲୋକ ରହିଥିଲେ। ଲକ୍‌ ଡାଉନ୍ କାରଣରୁ କର୍ଣ୍ଣାଟକରୁ ନିଜ ଘରକୁ ଏକ ମିନି ଟ୍ରକ ସାହାଯ୍ୟରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବଳେ ମୃତକଙ୍କ ସଂଖ୍ୟା 19ରେ ପହଞ୍ଚିଲାଣି। ମୋଟ୍‌ 855 ଜଣ ଏହି ରୋଗରେ ସଂକ୍ରମିତ ହେଲେଣି। କରୋନାର ଭୟାବହତାକୁ ଦେଖି କେନ୍ଦ୍ର ସରକାର 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। (ଏଜେନ୍ସି)

Read More