କୋଭିଡ୍‌-୧୯କୁ ଜାତିଗତ ରୂପ ଦିଆନଯାଉ : ପଲାନିସ୍ୱାମୀ

Published: Apr 4, 2020, 9:11 pm IST

ଚେନ୍ନାଇ : କରୋନାକୁ ନେଇ ଦେଶବ୍ୟାପୀ ଆତଙ୍କ ଦେଖାଦେଇଥିବା ବେଳେ ଏହାକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ଯୋଡିବାକୁ ଚେଷ୍ଟା କରାଯାଉଛି । ଏହାକୁ କଡା ସମାଲୋଚନା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ । ଏପରି ଦେଶବ୍ୟାପୀ ସଙ୍କଟ ସମୟରେ ରାଜନୈତିକ ପରିସରରୁ ଉପରକୁ ଉଠି ବିପର୍ଯ୍ୟୟର ମୁକାବିଲା କରିବା ଉଚିତ୍ ବୋଲି ପଲାନିସ୍ୱାମୀ କହିଛନ୍ତି । କୌଣସି ଧର୍ମ ସହିତ ବିପର୍ଯ୍ୟୟକୂ ଯୋଡିବା ଅନୁଚିତ୍ ଏବଂ କରୋନା ଆକ୍ରାନ୍ତଙ୍କୁ ସ୍ନେହ ଶ୍ରଦ୍ଧା ସହିତ ୠ୍ରହଣ କରାଯିବା ଉଚିତ୍ ବୋଲି ପଲାନିସ୍ୱାମୀ କହିଛନ୍ତି । ଏହି ଭାଇରସ୍ କୌଣସି ଜାତି ଏବଂ ଧର୍ମ ଦେଖି ଆକ୍ରମଣ କରିନଥାଏ ତେଣୁ ଏପରି ଜାତିବାଦକୁ ବିରୋଧ କରିବା ଉଚିତ୍ । ଏହା ବିରୋଧରେ ସୋସିଆଲ ମିଡିଆରେ କୌଣସି ଅପପ୍ରଚାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଲାନିସ୍ୱାମୀ ପ୍ରକାଶ କରିଛନ୍ତି ।

Related posts