୨୧ରୁ ୪୦ ବର୍ଷ ମଧ୍ୟରେ ରହିଛନ୍ତି ଦେଶର ସର୍ବାଧିକ କରୋନା ସଙ୍କ୍ରମିତ

Published: Apr 4, 2020, 8:19 pm IST

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ ନୂତନ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଦେଶର ୪୪ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ବୟସ ୨୧ରୁ ୪୦ ମଧ୍ୟରେ ରହିଛି । ଯୁବପିଢି ଏହି ଭାଇରସ୍ ଦ୍ୱାର ସର୍ବାଧିକ ସଙ୍କ୍ରମିତ ହୋଇଛନ୍ତି । ୦-୨୦ ବର୍ଷ ବୟସ ସୀମା ମଧ୍ୟରେ ମାତ୍ର ୯ ପ୍ରତିଶତ ସଂକ୍ରମଣ ହୋଇଥିବା ବେଳେ ୪୧-୬୦ ବୟସ ମଧ୍ୟରେ ୩୩ ଏବଂ ୬୦ରୁ ଉର୍ଦ୍ଧ୍ୱ ବୟସର ୧୭ ପ୍ରତିଶତ ରୋଗୀ ରହିଛନ୍ତି । ସହାକରୀ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ ରହିଥିବା ବେଳେ ତନ୍ମଧ୍ୟରୁ ୫୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ରହିଥିବା ରୋଗୀ ମାନେ ମୁଖ୍ୟତଃ ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ କେରଳର ବୋଲି ଜଣାପଡିଛି ।

Related posts