Author: Samikhsya Bureau

ଚଣ୍ଡୀଗଡ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଇଣ୍ଟରନେଟ୍‌ର ରୋଷର ଶିକାର ହୋଇଛନ୍ତି। କରୋନା ଆତଙ୍କ ସମୟରେ ସେ ପାକିସ୍ତାନୀ କ୍ରିକେଟର ଶାହିଦ୍ ଆଫ୍ରିଦିଙ୍କ ଫାଉଣ୍ଡେସନ୍‌ର ସହାୟତା ପାଇଁ ନିବେଦନ କରିବା କାରଣରୁ ଯୁବିଙ୍କୁ ଟ୍ରୋଲ୍‌ର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପରେ ଯୁବରାଜ ନିଜର ସଫେଇରେ କହିଛନ୍ତି, ପ୍ରଥମେ ମୁଁ ଜଣେ ଭାରତୀୟ ଏବଂ ଭାରତୀୟ ଭାବରେ ମାନବତ୍ୱର ରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ। ତେଣୁ ଏପରି ସଙ୍କଟ ସମୟରେ ପରସ୍ପରକୁ ସହାୟତା କରିବା ଆଦୌ ଭୁଲ ଜିନିଷ ନୁହେଁ ବୋଲି ଯୁବି ସ୍ପଷ୍ଟୀକରଣ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଯୁବରାଜ ଏବଂ ହରଭଜନ ଏକ ଭିଡିଓରେ ପାକିସ୍ତାନୀ କ୍ରିକେଟରଙ୍କ ଫାଉଣ୍ଡେସନ୍‌କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ। ଏହାପରେ ଟ୍ୱିଟ୍ଟରରେ ଦୁଇଟି ଟ୍ରେଣ୍ଡ ସୃଷ୍ଟି ହୋଇଥିଲା। ସେମ୍ ଅନ୍ ୟୁଭି ଭଜ୍ଜି ଓ ଆଇ ସପୋର୍ଟ ୟୁଭି ପରି ଏହି ଟ୍ରେଣ୍ଡ ପ୍ରଥମ ୫ ଟ୍ରେଣ୍ଡ ମଧ୍ୟରେ ସ୍ଥାନ ପାଇଥିଲା।

Read More

ଦକ୍ଷିଣ ଆଫ୍ରିକା : ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଗୀତା ରାମଜୀଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି।  ସେ ଏକ ସପ୍ତାହ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। କିନ୍ତୁ ତାଙ୍କଠାରେ କୋଭିଡ-19ର କୌଣସି ଲକ୍ଷଣ ଦେଖାଯାଇନଥିଲା। ଗୀତା ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ ଯିଏ ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ଦକ୍ଷିଣ ଆଫ୍ରିକାରେ କରୋନା ଯୋଗୁଁ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1350ଜଣ ସଂକ୍ରମିତ ହୋଇଛନ୍ତି। 64 ବର୍ଷୀୟା ଗୀତା ରାମଜୀ କ୍ଲିନିକାଲ୍ ଟ୍ରାୟଲ୍ସ ୟୁନିଟର ପ୍ରଧାନ ଗବେଷକ ଏବଂ ଏଚଆଇଭି ପ୍ରିଭେନସନ୍ ରିସର୍ଚ୍ଚ ୟୁନିଟ୍ ଅଫ୍ ସାଉଥ ଆଫ୍ରିକାର ମେଡିକାଲ୍ ରିସର୍ଚ୍ଚ କାଉନସିଲ୍ ଅଫିସର ୟୁନିଟ୍ ଡାଇରେକ୍ଟର ଥିଲେ। 31 ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। (ଏଜେନ୍ସି)

Read More

ନୂଆଦିଲ୍ଲୀ : ଚଳିତ ବର୍ଷର ମାର୍ଚ୍ଚ ମାସରେ ମାରୁତି ସୁଜୁକି ପକ୍ଷରୁ ୮୩ ହଜାର ୟୁନିଟ୍ ଗାଡି ବିକ୍ରି କରାଯାଇଛି । ସମଗ୍ର ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଥିବା ବେଳେ ଏହି ସଂଖ୍ୟାକୁ ସନ୍ତୋଷଜନକ ଭାବରେ ଅଭିହିତ କରାଯାଇଛି । ୨୦୧୯ର ମାର୍ଚ୍ଚ ମାସରେ କମ୍ପାନୀ ପକ୍ଷରୁ ୧ ଲକ୍ଷ ୫୮ ହଜାର ୭୬ଟି ଗାଡି ବିକ୍ରୟ କରାଯାଇଥିଲା । ତେବେ ଅଟୋ ମୋବାଇଲ୍ ଶିଳ୍ପରେ ମାନ୍ଦାବସ୍ଥା ଏବଂ କରୋନା ଭାଇରସ୍ ଆତଙ୍କ କାରଣରୁ ଲକ୍‌ଡାଉନ୍ ଜାରି କରାଯାଇଥିବା ବେଳେ ବିକ୍ରି ସଂଖ୍ୟା ସନ୍ତୋଷଜନକ ବୋଲି ମାରୁତି ସୁଜୁକି ପକ୍ଷରୁ ପ୍ରକାଶ କରାଯାଇଛି । ଏହି ୮୩,୭୯୨ ୟୁନିଟ୍ ମଧ୍ୟରୁ ୭୬୯୭୬ଟି  ଗାଡି ଘରୋଇ ବଜାରରେ ବିକ୍ରି କରାଯାଇଥିବା ବେଳେ ୪୭୧୨ଟି ୟୁନିଟ୍ ବିଦେଶକୁ ରପ୍ତାନୀ କରାଯାଇଛି । ସେହିପରି ୨୧୦୪ଟି ଗାଡି ଓଇଏମ୍ ସେଲ୍‌ରେ ବିକ୍ରି କରାଯାଇଛି ।

Read More

ନୂଆଦିଲ୍ଲୀ : ନୂଆଦିଲ୍ଲୀର ନିଜାମୁଦ୍ଦିନ ମକରଜରେ ଅନୁଷ୍ଠିତ ତବଲିଗି ଜମାତରେ ପ୍ରାୟ ୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ଏହା ଦ୍ୱାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହି ସମ୍ମିଳନୀରେ ଯୋଗ ଦେଇଥିବା ପ୍ରାୟ ୨ ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ତାମିଲନାଡୁର ସର୍ବାଧିକ ୧୫୦୦ ଲୋକ ଯୋଗ ଦେଇଥିବା ବେଳେ ମେଘାଳୟରୁ ସର୍ବନିମ୍ନ ୭ ଜଣ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସମୁଦାୟ ୨୩୬୧ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬୧୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଓଡିଶାରୁ ୧୫ ଜଣ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗ ଦେଇଥିବା ଜଣାପଡିଛି। କେଉଁ ରାଜ୍ୟରୁ କେତେ ଜଣ ଶ୍ରଦ୍ଧାଳୁ ଯୋଗଦେଇଥିଲେ- ୧-ତାମିଲନାଡୁ- ୧୫୦୦ ୨-ତେଲେଙ୍ଗାନା-୧୦୦୦ ୩-ଆନ୍ଧ୍ରପ୍ରଦେଶ- ୭୧୧ ୪-ଆସାମ-      ୪୫୬ ୫-କର୍ଣ୍ଣାଟକ-    ୩୪୨ ୬-କେରଳ –    ୩୦୦ ୭-ମହାରାଷ୍ଟ୍ର – ୧୫୭ ୮-ଉତ୍ତରପ୍ରଦେଶ-୧୫୭…

Read More

ବେଙ୍ଗାଲୁରୁ : ଭାରତରେ କରୋନା ଦିନକୁ ଦିନ ସଙ୍କଟମୟ ପରସ୍ଥିତି ଆଡକୁ ଗତି କରୁଥିବା ବେଳେ ବିଭିନ୍ନ ମହଲରୁ ସହାୟତାର ସୂଅ ଛୁଟିଛି । ଭାରତୀୟ ଶିଳ୍ପପତି ତଥା ସମାଜସେବୀ ଅଜିମ୍ ପ୍ରେମ୍‌ଜୀ ପିଏମ୍ କେୟାର ଫଣ୍ଡକୁ ୧୧୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୱିପ୍ରୋ ଲିମିଟେଡ୍‌, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ଏବଂ ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍ ପକ୍ଷରୁ ମିଳିତ ଭାବରେ ଏହି ଅର୍ଥ ପ୍ରଦାନ କରାଯାଇଛି । ୱିପ୍ରୋ ଲିମିଟେଡ୍ ପକ୍ଷରୁ ୧୦୦ କୋଟି, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ୨୫ କୋଟି ଏବଂ ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍ ପକ୍ଷରୁ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Read More

ନୂଆଦିଲ୍ଲୀ : ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ସେହିପରି ଭାରତରେ ବି ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ହଜାରରୁ ଉର୍ଦ୍ଧ୍ବ ହୋଇଥିବାବେଳେ 40ରୁ ଅଧିକଙ୍କର ମୃତ୍ୟୁ ହେଲାଣି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସମ୍ପର୍କରେ ଚର୍ଚ୍ଚା କରିବେ । ଗୁରୁବାର ଦିନ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରୋନା ସମ୍ପର୍କରେ ଆଲୋଚାନ କରିବେ ବୋଲି ସୂଚନା ରହିଛି । ପୂର୍ବରୁ ଥରେ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କରୋନାକୁ ନେଇ ଦେଶରେ ଉପୁଜିଥିବା ସ୍ଥିତିକୁ ନେଇ ଆଲୋଚନା କରିଥିଲେ ।  ସେହିପରି କରୋନା ମହାମାରୀକୁ ନେଇ ଦେଶବାସୀଙ୍କୁ ଦୁଇଥର ସମ୍ବୋଧିତ କରିସାରିଛନ୍ତି । ପ୍ରଥମ ଥର ସମ୍ବୋଧନ କରି ଜନତା କର୍ଫ୍ୟୁ ପାଳନ କରିଥିବାବେଳେ ଦ୍ବିତୀୟ ଥର ଦେଶବାସୀଙ୍କୁ ସମ୍ବୋଧନ…

Read More

ତେଲେଙ୍ଗାନା : କରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଏବେ ହାହାକାର ମଚି ଯାଇଛି। ଭାରତରେ 40ରୁ ଉର୍ଦ୍ଧ୍ବ ଲୋକଙ୍କର  ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 1600 ଟପିସାରିଛି । କରୋନା ସହ ଲଢେଇ କରିବା ପାଇଁ ଉଭୟ କେନ୍ଦ୍ରଓ ରାଜ୍ୟସରକାରମାନେ ବହୁ ଚେଷ୍ଟା କରୁଛନ୍ତି । ଏହି ମଧ୍ୟରେ କରୋନାକୁ ନେଇ ଗୁଜବ ପ୍ରଚାର ଅନ୍ୟ ଏକ ସମସ୍ୟା ଭାବରେ ଉଭା ହୋଇଛି । ଏହି ଗୁଜବ ଯୋଗୁଁ ଲୋକଙ୍କ ମଧ୍ୟରେ ଡର ବଢୁଛି ।  ତେବେ ଏହି ଗୁଜବକୁ ରୋକିବା ପାଇଁ ତେଲେଙ୍ଗାନା ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ତେଲେଙ୍ଗାନା ସରକାର ଏବେ କରୋନା ଭାଇରସ୍‌ ବିରୋଧରେ ଗୁଜବ ପ୍ରଚାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ। ଏନେଇ ସରକାର ଚେତାବନୀ ଦେଇ ଏପରି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ମହାମାରୀ ପ୍ରସାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଛି । ଏପରି…

Read More

ଭୁବନେଶ୍ବର, ଉତ୍କଳ ଦିବସ ତଥା ଲକଡାଉନ ସମୟରେ ଓମଫେଡ ତରଫରୁ ନିଆଯାଇଛି ଏକ ନୂଆ ପଦକ୍ଷେପ। ଏଣିକି ଆପଣ ଫୋନ କଲେ ଆପଣଙ୍କ ଘରେ ଆସି ପହଁଚିବ କ୍ଷୀର ଏବଂ ଦୁଗ୍ଧ ଜାତୀୟ ପଦାର୍ଥ। ଏହି ପଦକ୍ଷେପ ଗ୍ରହଣ କରିଛି ଓଡିଶାର ଲୋକପ୍ରିୟ କ୍ଷୀର ବ୍ରାଣ୍ଡ ଓମଫେଡ୍। ତେବେ ଏହା ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଓଡିଶା ସମେତ କେତେକ ସହରରେ ଲାଗୁ କରାଯାଇଛି। ଏହି ହୋମ ଡେଲଭରି ଲାଗୁ କରାଯାଇଥିବା ସହରଗୁଡିକ ହେଲା ସମ୍ବଲପୁର, ବୁର୍ଲା, ଝାରସୁଗୁଡା, ହୀରାକୂଦ,ବରଗଡ,ସୋନପୁର,ଯାଜପୁର ଟାଉନ, ଯାଜପୁର ରୋଡ, ସାଳପପଡା, ଭବାନୀପାଟଣା, କଣ୍ଟାବାଞ୍ଜି, ବଲାଙ୍ଗିର ଏବଂ ରାୟଗଡା। ଏଥିପାଇଁ ଓମଫେଡ ତରଫରୁ ଜାରି କରାଯାଇଛି ଫୋନ ନମ୍ବର ଓ ହ୍ବାଟସପ ନମ୍ବର। ସେଗୁଡିକ ହେଲା- 1-9438767015 2-7008196560 3-9437510140 5-9348663116 ତେବେ ଏହି ଅର୍ଡର ଆପଣମାନେ ଦିନ 10ଟାରୁ ଅପରାହ୍ନ 5 ଭିତରେ ଏବଂ ଡେଲିଭରି ସମୟ ଦିନ 11ଟାରୁ ଅପରାହ୍ନ 5ଟା ରଖାଯାଇଛି। ତେବେ ଅତିକମରେ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ଅଶୋକାଷ୍ଟମୀ। ଅଶୋକାଷ୍ଟମୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଉତ୍ସବ ଧୁମଧାମରେ ପାଳିତ ହୁଏ । କିନ୍ତୁ ଚଳିତଥର କରୋନା କଟାକଣା ଯୋଗୁଁ ରୁକୁଣା ରଥ ଗଡିବ ନାହିଁ । ସାରା ଦେଶ ଓ ରାଜ୍ୟରେ କରୋନା ମୁକାବିଲା ଲାଗି ଲକ୍ ଡାଉନ ପାଳନ କରାଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳିକୁ ଏଡାଇବା ପାଇଁ ଚଳିତ ବର୍ଷ ରୁକୁଣା ରଥଯାତ୍ରାକୁ ପ୍ରଶାସନ ପକ୍ଷରୁ ମନା କରାଯାଇଛି । କିନ୍ତୁ ପାରମ୍ପରିକ ରୀତିନୀତି ଅନୁସାରେ ରଥ ନିର୍ମାଣ ଶେଷ ହୋଇଥିଲା । ତେବେ ପ୍ରଶାସନର ଅନୁମତି ମିଳିନଥିବାରୁ ରଥଟଣା ଯିବ ନାହିଁ । ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ରୁକୁଣା ରଥ ଟଣାକୁ ଅନୁମିତ ଦେଇହେବ ନାହିଁ ବୋଲି ମନ୍ଦିର କାର୍ଯ୍ୟାଳୟକୁ ଚିଠି ଦେଇଥିଲେ । ସୂଚନାଥାଉ କି,  ରଥଯାତ୍ରାର ପୂର୍ବଦିନ ସନ୍ଧ୍ୟାଧୂପ ପରେ ମୁକ୍ତେଶ୍ୱର ମରିଚୀକୁଣ୍ଡରୁ ଜଳ ଅଣାଯାଇ ରଥ ପ୍ରତିଷ୍ଠା…

Read More

ଭୁବନେଶ୍ବର- ଆମିଷ ବାରରେ ସାଧାରଣତଃ ଆମିଷ ବଜାରରେ ବିଡ ଜମିଥାଏ। ହେଲେ କୋରନା ଘଟଣା ଆସିବା ଦିନଠାରୁ ଚାରିଆଡେ ସାମାଜିକ ଦୂରତା ରଖାଯାଉଥିଲେ ମଧ୍ୟ ଆମିଷ ବଜାରରେ ତାହା ନ ଥିଲା। ଏବେ ବିଏମସି କର୍ତ୍ତୁପକ୍ଷ ଏହାକୁ ଶୃଙ୍ଖଳିତ କରିପାରିଛନ୍ତି।

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ଭୋରରୁ ହାତୀ ଆକ୍ରମଣରେ ଦୁଇଜଣକର ମୃତ୍ୟୁହୋଇଥିବାବେଳେଜ ଜଣେ ଆହତ ହୋଇଛନ୍ତି। ରେଢାଖୋଲ ବନାଞ୍ଚଳ ଅନ୍ତର୍ଗତ ଯୁଯୁମୁରା ବ୍ଲକ କେଶାପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରକାଶ ଯେ, ଯୁଯୁମୁରାବ୍ଲକ୍‌ କେଶାପାଲି ଗ୍ରାମ ପଞ୍ଚାୟତର କୋଲଗାଁରେ ଭୋରରୁ ଏକ ହାତୀ ଆସି ସରପଞ୍ଚଙ୍କ ଘରେ ପଶି ଘରଦ୍ବାର ଭଙ୍ଗାରୁା କରିବା ସହ ସରପଞ୍ଚଙ୍କ ମାଆ ଉର୍ମିଳା ମିର୍ଦ୍ଧା (୬୫) ଓ ଭାଣିଜୀ ରଶ୍ମିତା ମାଝୀ (୧୨)ଙ୍କୁ ହାତୀ ମାରି ପକାଇଥିଲା। ତାଙ୍କ ବାପା କନ୍ଧ ମିର୍ଦ୍ଧା (୭୦) ଗୁରୁତର ହୋଇଥିବାର ଜଣାପଡିଛି। ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସାରା ଦୁନିଆରେ ମୃତ୍ୟୁର ତାଣ୍ଡବ ଜାରି ରଖିଥିବାବେଳେ ସମଗ୍ର ବିଶ୍ବରେ 42 ହଜାରରୁ ଉର୍ଦ୍ଧ୍ବ ଲୋକେ ଏଥିରେ ମୃତ୍ୟୁବରଣ କଲେଣି । ଏହି ମହାମାରୀ ସଂକ୍ରମଣରେ ବହୁ ବଡ ବଡ ହସ୍ତୀ ଆସିଥିବାବେଳେ ଜଣେ ହଲିଉଡ୍‌ ଷ୍ଟାରଙ୍କ ଜୀବନ ଚାଲିଯାଇଛି । ଷ୍ଟାର୍‌ ଓ୍ବାର୍ସରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିଥିବା ଅଭିନେତା ଆଣ୍ଟ୍ର୍ୟୁ ଜ୍ୟାକ୍‌ଙ୍କ ମୃତ୍ୟୁ ଘଟିଛି । 75 ବର୍ଷୀୟ ଆଣ୍ଡ୍ର୍ୟୁ ବ୍ରିଟେନ୍‌ଠାରେ ପ୍ରାଣତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଗ୍ରାବିଏଲା ରୋଜର୍ସ ଏବେ ଅଷ୍ଟ୍ରେଲିଆରେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । (ଏଜେନ୍ସି)

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ଗୋରଖପୁର ବିଆରଡି ହସ୍ପିଟାଲ୍‌ରେ ଜଣେ 25 ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ରିପୋର୍ଟ ଯାଞ୍ଚ ପରେ କରୋନା ପଜିଟିଭି ଥିଲେ ବୋଲି ଜଣାପଡିଥିଲା । ଏହି ଯୁବକଟି ବସ୍ତି ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବାସୂଚନା ଅନୁସାରେ ଯୁବକ ଜଣକ ମାର୍ଚ୍ଚ 28 ତାରିଖରେ ବସ୍ତି ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ଭର୍ତ୍ତି ହୋଇଥିଲେ । ଏହା ପରେ ମାର୍ଚ୍ଚ 29 ତାରିଖରେ ତାଙ୍କୁ ଗୋରଖପୁର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । 30 ମାର୍ଚ୍ଚ ସକାଳ 8ଟା ସମୟରେ ତାଙ୍କର ମୃତ୍ୟୁହୋଇଥିବାବେଳେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତେବେ ଯୁବକଙ୍କର ଆଜି ରିପୋର୍ଟ ଆସିଛି । ଏହା ପରେ ସେ କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଥିଲା । ପୋଲିସ୍‌ ବସ୍ତି ଅଞ୍ଚଳରେ କଡାକଡି ଭାବେ…

Read More

ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍‌ସିଆରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀଠାରେ ପୁଣି ଜଣେ ଡାକ୍ତରଙ୍କଠାରେ କରୋନା ପଜିଟିଭି ମିଳିଛି । ତେବେ ଏହି ଡାକ୍ତର ଜଣକ କୌଣସି କରୋନା ରୋଗୀଙ୍କ ଚିକିତ୍ସା କରୁନଥିବାବେଳେ ସେ ବାହାରକୁ ଯାତ୍ରା ମଧ୍ୟ କରିନଥିଲେ । ଡାକ୍ତରଜଣକ ଦିଲ୍ଲୀର କ୍ୟାନସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ କାମ କରୁଥିଲେ । ତେବେ ଡାକ୍ତର ଜଣକ ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ, ଯିଏ ୟୁକେର ଫେରିଥିଲେ । ଡାକ୍ତର ଜଣକ କାମ କରୁଥିବା କ୍ୟାନ୍ସର ଇନ୍‌ଷ୍ଟିଚ୍ୟୁଟ୍‌କୁ ବନ୍ଦ କରାଯାଇ ସାନିଟାଇଜେସନ୍‌ କରାଯାଉଛି । ପୂର୍ବରୁ ମୋହଲ୍ଲା କ୍ଲିନିକ୍‌ର ଦୁଇ ଡାକ୍ତରଙ୍କ ନିକଟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ଗୌତମବୁଦ୍ଧ ନଗରର ଓ ନୋଏଡାରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗୌତମ ବୁଦ୍ଧ ନଗରରେ କରୋନା ପୀଡ଼ିତଙ୍କ ସଂଖ୍ୟା 41ରେ ପହଞ୍ଚିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 227ଟି ନୂଆ…

Read More

ଶ୍ରୀନଗର: କରୋନା ଭାଇରସରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଭାରତକୁ 21 ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ କିଛି ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି । ଏପ୍ରିଏଲ୍‌୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଜମ୍ମୁ କଶ୍ମୀରର ପୁଂଛ ଜିଲ୍ଲାରେ ଜଣେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ଆମ୍ବୁଲାନ୍ସରେ ଘରକୁ ନିଆଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ସୁରନକୋଟରେ ଧରାପଡ଼ିଥବା ଏହି ଆମ୍ବୁଲାନ୍ସ ଭିତରେ ଜଣେ ଜୀବିତ ବ୍ୟକ୍ତି ଶୋଇଥିବା ବେଳେ ଅନ୍ୟ ଚାରି ଜଣ ବସିଥିଲେ । ମିଛ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ସେମାନଙ୍କ ପାଖେ ରହିଥିଲା । ପୋଲିସ ଆମ୍ବୁଲାନ୍ସ ଚାଳକଙ୍କୁ ଗିରଫ କରି ଅନ୍ୟ ଚାରି ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିଛି । ଏଥି ସହିତ ପୋଲିସ ଆମ୍ବୁଲାନ୍ସ ଓ ମିଛ ମୃତ୍ୟୁ ପ୍ରମାଣପତ୍ରକୁ ମଧ୍ୟ ଜବତ କରିଛି । ପୋଲିସ୍‌ ପାଞ୍ଚ ଜଣଙ୍କ ବିରୋଧରେ ଆଇପିସି…

Read More

ସମୀକ୍ଷା ବ୍ୟୁରୋ ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର ଶାଖା ତରଫରୁ ମନୋଜ ମଲିକ ଓ ଅମିତ ସ୍ୱାଇଁଙ୍କ ନେତୃତ୍ୱରେ ବାଣପୁର ସହରାଞ୍ଚଳର କରୋନା ଲକ ଡାଉନ ପରିପ୍ରେକ୍ଷୀରେ ବିଭିନ୍ନ ସେବା କାର୍ଯ୍ୟ କରାଯାଇଅଛି। କରୋନା କଟକଣାକୁ ଦୃଷ୍ଟିରେ ରଖି ଏବିଭିପିର ସ୍ୱଳ୍ପ କାର୍ଯ୍ୟକର୍ତ୍ତା ଆଜି ସକାଳେ ବାଣପୁର ପୋଲିସ ଥାନାକୁ ଯାଇ ଲକ୍‌ ଡାଉନ ସମୟରେ ନିଜର ପରିବାରକୁ ଭୁଲି ଜୀବନର ବାଜି ଲଗାଇ ଆମର ସୁରକ୍ଷା ପାଇଁ ଦିନ ରାତି ପ୍ରହରା ଦେଉଥିବା ପୋଲିସ ଭାଇମାନଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀଙ୍କୁ କିଛି ପଇଡ଼ ଓ ବିସ୍କୁଟ ହସ୍ତାନ୍ତର କରିଥିଲେ। ଅନୁରୂପ ଭାବେ ବାଣପୁର ପଲଟନ ପଡିଆରେ କରୋନା ଲକ ଡାଉନ ଲାଗି ଫସି ରହିଥିବା ଆନ୍ଧ୍ରପ୍ରଦେଶ ନେଲ୍ଲୁର ଜିଲ୍ଲାର କିଛି ପରିବାରଙ୍କୁ  ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ସହରରେ ଥିବା କିଛି ଭିକ୍ଷୁକ ଓ ପରିଶେଷରେ ବାଣପୁର ଶନି ମନ୍ଦିର ନିକଟସ୍ଥ ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କୁ…

Read More

ନୂଆଦିଲ୍ଲୀ, ଦେଶର ବର୍ତ୍ତମାନ କୋଭିଡ-19ର 10ଟି ହଟସ୍ପଟ ରହିଛି। ଏହି ସ୍ପଟ ବା ସ୍ଥାନରେ କୋଭିଡ 19 ଭୂତାଣୁର ଆକ୍ରାନ୍ତ ବୃଦ୍ଧି ପାଇପାରେ ବୋଲି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି। କାରଣରେ କୁହାଯାଇଛି ଯେ, ଦେଶର ଏହି 10ଟି ସ୍ଥାନରୁ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟତଃ ସରକାରଙ୍କ ଯେଉଁ ଗାଇଡ ଲାଇନ ରହିଛି ତାହାକୁ ଏହି ସ୍ଥାନର ଜନସାଧାରଣ ଉଲ୍ଲଘଂନ କରିଛନ୍ତି। ଫଳରେ ବର୍ତ୍ତମାନ ଏହି 10ଟି ସ୍ଥାନ ସାଂଘାତିକ ସଂକ୍ରମଣ ସ୍ଥାନ ବୋଲି କୁହାଯାଇପାରେ। ସରକାରଙ୍କ ଅନୁସାରେ ଯେଉଁ 10ଟି ହଟସ୍ପଟ ଚିହ୍ନଟ ହୋଇଛି ସେଗୁଡିକ ହେଲା.. ଦିଲ୍ଲୀ- ନିଜାମୁଦ୍ଦିନ ଏବଂ ଦିଲସାତ୍ ଉତ୍ତର ପ୍ରଦେଶ- ନୋଏଡା ଏବଂ ମିଟର ରାଜସ୍ଥାନ-ଭିଲୱାଡା କେରଳ-କେସରଗଡ ଏବଂ ପଥନମଥିତ୍ତ ଗୁଜୁରାଟ-ଅହମ୍ମଦାବାଦ ମହାରାଷ୍ଟ୍ର-ମୁମ୍ବାଇ ଏବଂ ପୁନେ ତେବେ ଏହି ହଟସ୍ପଟ ସଂଖ୍ୟା ଖୁବ ଶିଘ୍ର ବଢିପାରେ ବୋଲି ସ୍ବାସ୍ଥ୍ୟ ବିଭାଗର ଯୁଗ୍ନ ସଚୀବ ଲବ ଅଗ୍ରୱାଲା ଏକ…

Read More

ପଶ୍ଚିମବଙ୍ଗ : କରୋନା ମହାମାରୀ ଏବେ ସାରା ବିଶ୍ବରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ସଂକ୍ରମଣକୁ ଏଡାଇବା ପାଇଁ ପୀଡ଼ିତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଇତି ମଧ୍ୟରେ ପଶ୍ଚିମବଙ୍ଗର ପୁରଲିଆଠାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳିଛି ପୁରଲିଆ ବଳରାମପୁର ଅଞ୍ଚଳରେ ଏକ ଗ୍ରାମବାସୀ ଗଛ ଉପରେ 14 ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି । ତାଙ୍କ ପାଖରେ ଆଇସୋଲେସନ୍‌ ପାଇଁ ଅଲଗା ରୁମ୍‌ର ବ୍ୟବସ୍ଥା ନଥିବାରୁ ତାଙ୍କୁ ବିକଳ୍ପ ଭାବରେ 14 ଦିନ ପାଇଁ ଗଛ ଉପରେ କ୍ବାରେଣ୍ଟାଇନରେ ରହିବାକୁ ପଡିଲା । ଏହି ବ୍ୟକ୍ତି ଜଣକ ନିକଟରେ ଚେନ୍ନାଇରୁ ପ୍ରତ୍ୟାବରତ୍ତନ କରିଥିଲେ ।  ଗ୍ରାମବାସୀମାନେ ତାଙ୍କର ଗଛ ଉପରେ କ୍ବାରେଣ୍ଟାଇନର ରହିବାର ଭିଡିଓକୁ ଭାଇରାଲ୍‌ କରିଛନ୍ତି । ଏହି ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ ମିଡିଆରେ ବେଶ୍‌ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Read More

ଆନ୍ଧ୍ରପ୍ରଦେଶ : ଦେଶରେ କରୋନା ଭାଇରସ୍‌ ମହାମାରୀ ବ୍ୟାପିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଚାଲିଛି । ଦେଶରେ ଆସିଥିବା ଏହି ସଂକଟକୁ ମୁକାବିଲା କରିବା ପାଇଁ ବହୁରାଜ୍ୟ ନିଜ ବଜେଟ୍‌ରେ ପରିବର୍ତ୍ତନ କରୁଛନ୍ତି । ଏହି କ୍ରମରେ ସରକାରୀ କର୍ମଚାରୀ ତଥା ନିର୍ବାଚିତ ପ୍ରତିନିଧିଙ୍କ ଦରମାକୁ ହ୍ରାସ କରାଯାଉଛି । ତେଲେଙ୍ଗାନା, ମହାରାଷ୍ଟ୍ର ସରକାରଙ୍କ ପରେ ଏବେ ଦରମା ହ୍ରାସ ନେଇ ଆନ୍ଧ୍ରପ୍ରଦେଶରେ ସରକାର ଘୋଷଣା କରିଛନ୍ତି। ତେବେ ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସମ୍ପୂର୍ଣ୍ଣ ଦରମା କାଟକୁ ନେଇ ପ୍ରସ୍ତାବ ରଖିଛି । ଆନ୍ଧ୍ରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ବ୍ୟତୀତ ନିର୍ବାଚିତ ପ୍ରତିନିଧିଙ୍କ ଦରମାରୁ ଶହ ପ୍ରତିଶତ ହ୍ରାସ କରାଯିବା ନେଇ ସୂଚନା ରହିଛି । ଏତଦ୍‌ବ୍ୟତୀତ ରାଜ୍ୟରେ କାର୍ଯ୍ୟରତ ସମସ୍ତ ବ୍ୟୁରୋକ୍ରାଟ୍ସ (ଆଇଏଏସ୍‌-ଆଇପିଏସ୍‌-ଆଇଏଫ୍‌ଏସ୍‌)ଙ୍କ ଦରମାର 60 ପ୍ରତିଶତ ଦରମା ହ୍ରାସ କରାଯାଇଛି । ସେହିପରି ଅନ୍ୟ ସରକାରୀ…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ବେଶ୍‌ ଭୟଙ୍କର ଭାବରେ ତାଣ୍ଡବ ରଚୁଥିବାବେଳେ ଭାରତରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ଗତ 24 ଘଣ୍ଟରା ମଧ୍ୟରେ 272ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବମୋଟ 1613 ରହିଥିବାବେଳେ 35 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି 148 ଜଣ ଠିକ୍ ହୋଇଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ଓ ତାମିଲନାଡୁରେ ସଂକ୍ରମିତଙ୍କ ଲୋକଙ୍କ ସଂଖ୍ୟା ବେଶ ବଢିବାରେ  ଲାଗିଛି । ଗତକାଲି ମହାରାଷ୍ଟ୍ରରେ 72ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ 300ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ସେହିପରି ମହାରାଷ୍ଟ୍ର ପରକୁ କେରଳ ରହିଛି । କେରଳରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 241ରେ ପହଞ୍ଚିଛି । ସେହପରି ତାମିଲନାଡୁରେ 50ରୁ ଉର୍ଦ୍ଧ୍ବ ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 124ରେ ପହଞ୍ଚିଛି । ଗତ 24 ତାରିଖରେ…

Read More