ପୋଲିସ ଉପରକୁ ଆକ୍ରମଣ ଘଟଣାରେ 25 ଜଣଙ୍କୁ ଗିରଫ କଲା କଟକ ପୋଲିସ

Published: Apr 5, 2020, 8:30 pm IST

କଟକ, ଆଜି କଟକ ପୋଲିସ ଉପରକୁ ଆକ୍ରମଣ କରିବା ଅଭିଯୋଗରେ 25 ଜଣଙ୍କୁ କଟକ ଦରଘାବଜାର ପୋଲିସ ଗିରଫ କରିଛି। ଏମାନେ ସଟ ଡାଉନ ନିୟମ ଉଲ୍ଲଘନ କରି କେଶପୁରଠାରେ ଏକତ୍ରିତ ହେଉଥିଲେ। ପୋଲିସ ଏ ଖବର ପାଇବା ପରେ ତାଙ୍କୁ ସେ ସ୍ଥାନରୁ ଘଉଡାଇବାକୁ ଚେଷ୍ଠା କରୁଥିବା ବେଳେ ସେମାନେ ଏଲଟା ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଦୁର୍ବତମାନେ ମଙ୍ଗଳାବାଗ ଆଇଆଇସିଙ୍କୁ ମାରଣାତ୍ମକ ଆକ୍ରମଣ ମଧ୍ୟ କରିଥିଲେ। ତେବେ ଏମାନେ ଆସାମାଜିକ ବ୍ୟକ୍ତି ବୋଲି ଜଣାପଡିଛି।

କଟକରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ସହରକୁ ସରକାର ସଟ୍ ଡାଉନ ଘୋଷଣା କରିଛନ୍ତି। ହେଲେ ଏହି ନୟମକୁ ଉଲ୍ଲଘନ କରି କେତେକ ନିକଟସ୍ଥ କେଶପୁରରେ ଏକାଠି ହୋଇଥିଲେ। ଏହାକୁ ପୋଲିସ ତରଫରୁ ବିରୋଧ କରାଯିବାରୁ ସେମାନେ ଉତେକ୍ତ ହୋଇ ଆକ୍ରମଣ କରିଥିଲେ।

Related posts