ଦୀପ ଜାଳିବା ପାଇଁ ସାରା ଦେଶକୁ ଆହ୍ବାନ ଦେଲେ, ନିଜେ ମଧ୍ୟ ଘରେ ଦୀପ ଜାଳିଲେ

Published: Apr 5, 2020, 11:58 pm IST

ନୂଆଦିଲ୍ଲୀ, ସାରା ଦେଶକୁ ଯିଏ ଆହ୍ବାନ ଦେଇଥିଲେ ସେ ହିଁ ନିଜେ ନିଜ ଘରେ ଦୀପ ଜାଳି ଉଦାହରଣ ସୃଷ୍ଟି କଲେ। ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଦିନ ରାତି ନଅଟାରେ ନଅ ମିନିଟ ପାଇଁ ଦୀପ ହେଉ କିମ୍ବା ମହମବତୀ ଜାଳିବାକୁ କହିଲେ। ଉଦ୍ଦେଶ୍ୟ ଥିଲା କରୋନା ପରି ମହାମାରୀକୁ ନିପାତ କରିବା ପାଇଁ ଶକ୍ତି ସଞ୍ଚୟ କରିବା। ପ୍ରଧାନମନ୍ତ୍ରୀଙ୍କ କଥାରେ ସାରା ଦେଶ ତାହା ହିଁ ପାଳନ କଲା। ଦେଶବାସୀ ଏହି ସଙ୍କଟ ସମୟରେ ମୋଦିଙ୍କୁ ସାଥ ମଧ୍ୟ ଦେଲେ।

ନିଜ କଥାକୁ ନିଜେ ପାଳନ କରିବା ପାଇଁ ମୋଦି ନିଜ ମଧ୍ୟ ବାସଭବନରେ ଏକ ବଡ ଦୀପ ଜାଳି ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ଉଚ୍ଚତାଠାରୁ ଅଳ୍ପ ଅଧିକ ଏକ ଦୀପକୁ ପ୍ରଜ୍ଜଳନ କରି ଦେଶବାସୀଙ୍କ ସହିତ ସେ ମଧ୍ୟ ସାମିଲ ହୋଇଛନ୍ତି। ପୂର୍ବରୁ ସ୍ବାସ୍ଥ୍ୟ କର୍ମିଙ୍କ ସମ୍ମାନ ପାଇଁ ଅପରାହ୍ନରେ ଘର ବାଲକୋନୀଲେ ଛିଡା ହୋଇ ତାଳି, ଘଣ୍ଟ ବା ଘଣ୍ଟି ବଜାଇବା ପାଇଁ ମୋଦି ଆହ୍ବାନ କରିଥିଲେ। ସେହି ଆହ୍ବାନରେ ମଧ୍ୟ ଦେଶବାସୀ ସ୍ବାଗତ କରି ସାମିଲ ମଧ୍ୟ ହୋଇଥିଲେ।

Related posts