ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ15 ଜଣ ହେଉଛନ୍ତି ବମିଖାଲ ଅଞ୍ଚଳର, ରାଜ୍ୟରେ ଆରମ୍ଭ ହେଲା ଗୋଷ୍ଠୀ ସଂକ୍ରାମଣ

Published: Apr 5, 2020, 10:05 pm IST

ଭୁବନେଶ୍ବର, ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଥିବା 16 ଜଣଙ୍କ ମଧ୍ୟରୁ 15 ଜଣ ହେଉଛନ୍ତି ଭୁବନେଶ୍ବରର ବମିଖାଲ ଅଞ୍ଚଳ। ପ୍ରଥମେ ସେହି ଅଞ୍ଚଳରୁ ତିନିଭାଇ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା। ଏହାପରେ ଆଜି ସକାଳେ ଜଣେ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସଂଧ୍ୟାରେ ଆସିଥିବା ରିପୋର୍ଟରୁ ଜଣାପଡିଛି ଯେ, ସେଠାରେ ଆଉ 14 ଜଣଙ୍କୁ ମଧ୍ୟ କୋଭିଡ19 ସଂକ୍ରାମଣ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟରେ ବର୍ତ୍ତମାନ ଗୋଷ୍ଠୀ ସଂକ୍ରାମଣ ଆରମ୍ଭ ହୋଇଯାଇଛି।

ପ୍ରଥମେ ଯେତେବେଳେ ବମିଖାଲର ତିନିଜଣଙ୍କ ପଜେଟିଭି ବାହାରିଥିଲା ସେତେବେଳେ ବିଏମସି ସେହି ଅଞ୍ଚଳକୁ ସିଲ କରି କଡା ନଜରରେ ରଖିଥିଲା। ଏପରିକି ସେଠାରେ ବିଭିନ୍ନ ଔଷଧୀୟ ପାଣି ମଧ୍ୟ ସିଞ୍ଚନ କରାଯାଇଥିଲା। ଯେଉଁମାନେ ପ୍ରଥମ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କଡା ଏକାନ୍ତବାସରେ ରଖାଯାଇଥିଲା। ପରବର୍ତ୍ତି ସମୟରେ ନମୂନା ପରୀକ୍ଷା କରାଯିବା ପରେ ଏକା ଥରେ 15 ଜଣଙ୍କର ପଜେଟିଭ ବାହାରିଛି। ତେବେ ଏହାକୁ ନେଇ କୌଣସି ଭୟଭିତ ହେବାର ନାହିଁ ବୋଲି ବିଏମସି ତରଫରୁ କୁହାଯାଇଛି।

Related posts