କଳାହାଣ୍ଡିରେ ଚିହ୍ନଟ ହେଲେ ରାଜ୍ୟର ୨୧ଶ କରୋନା ଆକ୍ରାନ୍ତ,ନିକଟରେ ବାହାରିନରୁ ଫେରିଥିଲେ

Published: Apr 4, 2020, 10:42 pm IST

ଆଜି ରାଜ୍ୟର ପଶ୍ଚିମ ଭାଗରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ବାସିନ୍ଦା ୨୯ ବର୍ଷର ଏହି ଯୁବକ ନିକଟରେ ବାହାରିନରୁ ଫେରିଥିଲେ। ଆଜି ରାଜ୍ୟରେ ୩୦୪ଟି ନମୂନା ପରୀକ୍ଷା କରାଯାଇଥିଲା ଓ ସେଥିରୁ ଜଣେ ମାତ୍ର ପୋଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ପୂର୍ବରୁ ଭୁବନେଶ୍ୱର, କଟକ, ଭଦ୍ରଖ, ପୁରୀ ଓ ଯାଜପୁର ଜିଲ୍ଲାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ପ୍ରଥମଥର ଲାଗି ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ଚିହ୍ନଟ କରାଯାଇଛି।

Related posts